ଇନଷ୍ଟାଗ୍ରାମ୍ ୟୁଜର୍ସଙ୍କ ପାଇଁ ନୂଆ ଫିଚର

ସୋସିଆଲ ମିଡିଆ ଭିତରୁ ଇନଷ୍ଟାଗ୍ରାମକୁ ଅଧିକାଂଶ ଲୋକେ ବ୍ୟବହାର କରୁଛନ୍ତି । ଯୁବପିଢ଼ି ଏଥିରେ ଆକ୍ଟିଭ୍ ରହୁଥିବାବେଳେ ଷ୍ଟୋରିଜ୍ ଏବଂ ଭିଡିଓ ପୋଷ୍ଟ କରିଥାନ୍ତି । ସବୁବେଳେ ଇନଷ୍ଚାଗ୍ରାମ ନିଜ ୟୁଜର୍ସଙ୍କ ପାଇଁ ସମୟ ବ୍ୟବଧାନରେ କିଛି ନା କିଛି ପରବର୍ତ୍ତନ ଆଣୁଥିବା ବେଳେ ଏବେ ପୁଣି ଇନଷ୍ଟା ଆଣିଛି ଏକ ନୂଆ ଫିଚର୍ । ‘ଟେକ୍ ଏ ବ୍ରେକ୍’ ନାମକ ଏକ ଫିଚର୍ ଏବେ ଇନଷ୍ଟାରେ ଦେଖିବାକୁ ମିଳିବ ।

ଯେ କୈାଣସି ଜିନିଷ ହେଉ ନା କାହିଁକି ସବୁ ଜିନିଷର କିଛି ସମୟସୀମା ରହିଥାଏ । ଅନେକ ଲୋକ ନିଜର ଅଧିକାଂଶ ସମୟ ସୋସିଆଲ ମିଡିଆରେ ଅତିବାହିତ କରୁଥିବା ବେଳେ ଏହା ଧିରେ ଧିରେ ଲୋକଙ୍କ ଦୈନିକ ଅଭ୍ୟାସରେ ପରିଣତ ହେଲାଣି । ଏଭଳି ଲୋକଙ୍କୁ କିଛି ସମୟ ବିଶ୍ରାମ ଦେବା ଲାଗି କମ୍ପାନୀ ‘ଟେକ୍ ଏ ବ୍ରେକ୍’ ନାମକ ଫିଚର୍ ଖୁବ୍ ଶୀଘ୍ର ଆଣିବାକୁ ଯାଉଛି । ଅଧିକରୁ ଅଧିକ ସମୟ ଏଥିରେ ଅତିବାହିତ କରୁଥିବାରୁ ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡ଼ିବାର ସମ୍ଭାବନା ରହିଛି । ଏହି କାରଣରୁ ଇନଷ୍ଟା ଏହି ଫିଚର ଆଣିଥିବା କଥା କୁହାଯାଉଛି ।

ଇନଷ୍ଟାଗ୍ରାମର ପ୍ରମୁଖ ଏଡଏମ୍ ମସୈାରୀଙ୍କ କହିବାନୁସାରେ ‘ଟେକ୍ ଏ ବ୍ରେକ୍’ ନାମକ ଏହି ଫିଚର ଲୋକଙ୍କୁ ସମୟସୀମା ସଜାଗ କରାଇବ । ଅର୍ଥାତ୍ ଜଣେ ୟୁଜର୍ସ ଇନଷ୍ଟାରେ ଅଧିକ ସମୟ ଅତିବାହିତ କଲେ ‘ଟେକ୍ ଏ ବ୍ରେକ୍’ ଫିଚର ତାଙ୍କୁ ସମୟସୀମା ବିଷୟରେ ଅବଗତ କରାଇବ ।

Leave a Reply