spot_img
Home Blog Page 509

ଅନୁଗୁଳ ଜିଲ୍ଲା ଜରପଡା ଥାନା ପୋଲିସକୁ ନିର୍ଦ୍ଧୁମ ମାଡ ; ପୋଲିସର ମୋଟର ସାଇକେଲକୁ ଭାଙ୍ଗି ଦେଲେ ଦୁର୍ବୃତ୍ତ

ଅନୁଗୋଳ : ଅନୁଗୋଳ ଜିଲ୍ଲା ଜରପଡା ଥାନା ପୋଲିସକୁ ନିର୍ଦ୍ଧୁମ ମାଡ । ଏଥିରେ ଜରପଡା ଥାନାର ଜଣେ କନେଷ୍ଟବଳଙ୍କ ମୁଣ୍ଡ ଫାଟି ଯାଇଥିବା ବେଳେ ଜଣେ ଏସଆଇ ଆହତ ହୋଇଛନ୍ତି । ଏହାସହ ପୋଲିସର ମୋଟର ସାଇକେଲକୁ ମଧ୍ୟ ଭାଙ୍ଗି ଦେଇଛନ୍ତି ଦୁର୍ବୃତ୍ତ । ଆହତ ଦୁଇଜଣ ହେଲେ ଜରପଡା ଥାନାର ଏସଆଇ ଲଳିତ ମୋହନ ବିଶ୍ୱାଳ ଓ କନେଷ୍ଟବଲ ରମାକାନ୍ତ ମାଝୀ । ଜରପଡା ଷ୍ଟେସନରେ ଟ୍ରେନ ମାଧ୍ୟମରେ ଘରୋଇ କୋଇଲା ପରିବହନକୁ ନେଇ ମେଟା ଓ ୟସୁଦା ମଧ୍ୟରେ ଦୀର୍ଘ ଦିନ ହେଲେ ବିବାଦ ଲାଗିରହିଛି । କିଛିଦିନ ତଳେ କୋଇଲା ପରିବହନ ରାସ୍ତା କାମକୁ ନେଇ ଉଭୟ ଏସୁଦା ଓ ମେଟା କମ୍ପାନୀର କର୍ମଚାରୀଙ୍କ ମଧ୍ୟରେ ଝଗଡା ହେବା ସହିତ ଘଟଣା ଥାନା ପର୍ଯ୍ୟନ୍ତ ଯାଇଥିଲା । ଜମି ଚିହ୍ନଟ ପରେ କାର୍ଯ୍ୟ କରିବା ପାଇଁ ପୋଲିସ ସେମାନଙ୍କୁ କହିବା ସହିତ କାମକୁ ବନ୍ଦ କରିଦେଇଥିଲେ ।

ଗତକାଲି ଅପରାହ୍ନରେ ଜରପଡା ଥାନାର ଏସଆଇ ଲଳିତ ମୋହନ ବିଶ୍ୱାଳ ଓ କନେଷ୍ଟବଲ ରମାକାନ୍ତ ମାଝୀ ସେଠାରେ କାମ ହେଉଥିବା ଖବର ପାଇ କାମକୁ ବନ୍ଦ କରିଥିଲେ  । ସେହି ସମୟରେ ହଠାତ କିଛି ଯୁବକ ତାଙ୍କୁ ହକି ଷ୍ଟିକରେ ମାଡ଼ ମାରିଥିଲେ। ଫଳରେ ଏସଆଇ ଲଳିତ ମୋହନ ବିଶ୍ୱାଳ ଆହତ ହୋଇଥିବା ବେଳେ କନେଷ୍ଟବଲ ରମାକାନ୍ତ ମାଝୀଙ୍କ ମୁଣ୍ଡ ଫାଟିଯାଇଛି । ଖବର ପାଇ ଜରପଡା ଥାନା ଅଧିକାରୀ ଓ ପୋଲିସ କର୍ମଚାରୀ ମାନେ ପହଁଚି ଆହତ ଦୁଇ ପୋଲିସ କର୍ମଚାରୀଙ୍କ ଚିକିତ୍ସା କରାଇବା ସହିତ ଘଟଣାର ଛାନବିନ ଚଳାଇଛନ୍ତି । ପ୍ରାଥମିକ ତଦନ୍ତରୁ ମେଟା କମ୍ପାନୀର କିଛି କର୍ମଚାରୀ ମାଡ଼ ମାରିଥିବା ପୋଲିସ ସୂତ୍ରରୁ ଜଣାପଡିଛି ।

ବଢିଲା ଭାରତୀୟ ନୌସେନାର ବଳ ; ୮ଟି INS ମାହେ ସବମେରିନ୍ ସାମିଲ

ନନ୍ଦିଘୋଷ ବ୍ୟୁରୋ: ବଢିଲା ଭାରତୀୟ ନୌସେନାର ବଳ । ସାମିଲ ହେଲା ଆଠଟି INS ମାହେ ସବମେରିନ୍ । ଏହା ଆଣ୍ଟି-ୱାରଫେୟାର ଶ୍ୟାଲୋ ୱାଟର କ୍ରାଫ୍ଟ ସିରିଜର ପ୍ରଥମ ଯୁଦ୍ଧଜାହାଜ । ଏହାକୁ କୋଚି ସ୍ଥିତ କୋଚିନ୍ ସିପୟାର୍ଡ ଦ୍ୱାରା ସ୍ୱଦେଶୀ ଭାବରେ ଡିଜାଇନ୍ ଏବଂ ନିର୍ମାଣ କରାଯାଇଛି । ୭୮ ମିଟର ଲମ୍ବା ଏହି ଯୁଦ୍ଧଜାହାଜ ହେଉଛି ଭାରତୀୟ ନୌସେନାର ଡିଜେଲ ଇଞ୍ଜିନ୍-ୱାଟରଜେଟ୍ ମିଶ୍ରଣ ଦ୍ୱାରା ଚାଳିତ ସବୁଠାରୁ ବଡ଼ ଯୁଦ୍ଧଜାହାଜ। INS ମାହେକୁ ପାଣି ତଳେ ନଜର ରଖିବା, ସନ୍ଧାନ ଏବଂ ଉଦ୍ଧାର କାର୍ଯ୍ୟ କରିବା ପାଇଁ ଡିଜାଇନ୍ କରାଯାଇଛି ।

ଏହା କମ୍ ତୀବ୍ରତା ବିଶିଷ୍ଟ ସାମୁଦ୍ରିକ ଅଭିଯାନ ପରିଚାଳନା କରିବାରେ ମଧ୍ୟ ସକ୍ଷମ। INS ମାହେ ସମୁଦ୍ରକୂଳୀଆ ଅଞ୍ଚଳରେ ବୁଡ଼ାଜାହାଜ ବିରୋଧୀ ଯୁଦ୍ଧ କରିବାରେ ସକ୍ଷମ ଏବଂ ଉନ୍ନତ ମାଇନ୍ ବିଛାଇବା କ୍ଷମତା ସହିତ ସଜ୍ଜିତ । ଏହାର ସାମିଲ ହେବା ସହିତ, ଭାରତୀୟ ନୌସେନା ଏବେ ଅଗଭୀର ଜଳରେ ଶତ୍ରୁ ବୁଡ଼ାଜାହାଜକୁ ମୁକାବିଲା କରିବାର କ୍ଷମତା ରହିଛି ।

ଆସୁଛି ବାତ୍ୟା ‘ମୋନ୍ଥା’ ; ୨୪ ଘଣ୍ଟାରେ ସ୍ପଷ୍ଟ ହୋଇପାରେ ଚିତ୍ର

ଭୁବନେଶ୍ବର : ପୁଣି ଅକ୍ଟୋବର, ପୁଣି ପଶିଲା ଛନକା । ଆସନ୍ତା ୨୭ରେ ଆସୁଛି ବାତ୍ୟା ମୋନ୍ଥା । ୨୪ ଘଣ୍ଟାରେ ସ୍ପଷ୍ଟ ହୋଇପାରେ ଚିତ୍ର । ପୂର୍ବାନୁମାନ କଲା ଭାରତୀୟ ପାଣିପାଗ ବିଭାଗ  । ବଙ୍ଗୋପ ସାଗରରେ ସୃଷ୍ଟି ହେଲା ଅବପାତ । ସୁଦୃଶ୍ୟ ଲଘୁଚାପଟି ଅବପାତରେ ପରିଣତ ହୋଇଛି । ଆସନ୍ତାକାଲି ଏହା ଗଭୀର ଅବପାତରେ ପରିଣତ ହେବ। ସିଷ୍ଟମଟି ଧୀରେ ଧୀରେ ଅଧିକ ଶକ୍ତିଶାଳୀ ହୋଇ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି। ଏହା ୨୭ ତାରିଖ ସକାଳେ ବାତ୍ୟାରେ ପରିଣତ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ବର୍ତ୍ତମାନ ସୁଦ୍ଧା ଏହାର ଗତିପଥ ସ୍ପଷ୍ଟ ହୋଇନାହିଁ। ୨୭ ତାରିଖ ସକାଳେ ବାତ୍ୟାର ଗତିପଥ ଠିକ୍ ଭାବେ ଜଣାପଡ଼ିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। କେଉଁଠି ଲ୍ୟାଣ୍ଡଫଲ ହେବ ତାହା ମଧ୍ୟ ଜଣାପଡ଼ିନି। ତେବେ ବାତ୍ୟା ପାଇଁ ପାଗ ଅନୁକୁଳ ରହିଥିବା ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ ।

ପ୍ରତିକୂଳ ପାଗ ପରିସ୍ଥିତି ଯୋଗୁଁ ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ଉପକୂଳବର୍ତ୍ତୀ ଅଞ୍ଚଳରେ ସମୁଦ୍ର ଅଶାନ୍ତ ରହିବ । ପ୍ରବଳ ବର୍ଷା ଏବଂ ପବନ ବହିବାର ସମ୍ଭାବନା ରହିଛି । ୨୭ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ ଓଡ଼ିଶା ଓ ପଶ୍ଚିମ ଓଡ଼ିଶାରେ ବର୍ଷା ହେବ । ୨୭ରୁ ୨୯ ତାରିଖ ଯାଏ ଓଡ଼ିଶାରେ ପ୍ରବଳ ବର୍ଷାର ସମ୍ଭାବନା ସହିତ ବିଭିନ୍ନ ଜିଲାକୁ ବର୍ଷା ନେଇ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ।କୋରାପୁଟ, ନୂଆପଡ଼ା, ଗଜପତି, କନ୍ଧମାଳ ସହିତ ଅନ୍ୟ ଜିଲା ଗୁଡ଼ିକରେ ଏହାର ପ୍ରଭାବ ରହିପାରେ ଉପକୂଳବର୍ତ୍ତୀ ଜିଲ୍ଲା ମାନଙ୍କରେ ସମୁଦ୍ର କୂଳରେ ୫୦ ରୁ ୬୦ କିମି ବେଗରେ ପବନ ବହି ପାରେ। ଥାଇଲାଣ୍ଡ ଦ୍ବାରା ପ୍ରସ୍ତାବିତ ଶବ୍ଦ ମୋନ୍ଥା ଅନୁସାରେ ବାତ୍ୟାର ନାମକରଣ କରାଯାଇଛି । ମୋନ୍ଥାର ଅର୍ଥ ସୁଗନ୍ଧିତ ଫୁଲ ବା ସୁନ୍ଦର ଫୁଲ

ନଭେମ୍ବର ୧ରୁ ପଶ୍ଚିମବଙ୍ଗରେ ଆରମ୍ଭ ହୋଇପାରେ SIR ଅଭିଯାନ

ନନ୍ଦିଘୋଷ ବ୍ୟୁରୋ: ବିହାର ପରେ ନଭେମ୍ବର ୧ରୁ ପଶ୍ଚିମବଙ୍ଗରେ ଆରମ୍ଭ ହୋଇପାରେ ଭୋଟର ତାଲିକା ସଂଶୋଧନ ଅଭିଯାନ । ଯେକୌଣସି ସମୟରେ ନିର୍ବାଚନ କମିଶନ ଏନେଇ ଜାରି କରିପାରନ୍ତି ନିର୍ଦ୍ଦେଶନାମା । ଏନେଇ ରାଜ୍ୟର ସମସ୍ତ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ସତର୍କ ରହିବାକୁ କୁହାଯାଇଛି । ପଶ୍ଚିମବଙ୍ଗର ମୁଖ୍ୟ ନିର୍ବାଚନ ଅଧିକାରୀ ସମସ୍ତ ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ SIR ପାଇଁ ତୁରନ୍ତ ପ୍ରସ୍ତୁତି ଆରମ୍ଭ କରିବାକୁ ଏବଂ ବାକି ଥିବା କାର୍ଯ୍ୟଗୁଡ଼ିକୁ ଯଥାଶୀଘ୍ର ସମାପ୍ତ କରିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି । ମୁଖ୍ୟ ନିର୍ବାଚନ ଅଧିକାରୀ ନିର୍ବାଚନ କମିଶନ ବୈଠକରେ ଏହି ନିର୍ଦ୍ଦେଶ ଜାରି କରିଛନ୍ତି । ପଶ୍ଚିମବଙ୍ଗରେ, ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସପ୍ତାହର ସାତ ଦିନ, ୨୪ ଘଣ୍ଟା ଖୋଲା ରହିବ ଏବଂ ସମସ୍ତ SIR-ସମ୍ବନ୍ଧୀୟ କର୍ମଚାରୀଙ୍କୁ କାର୍ଯ୍ୟାଳୟରେ ଉପସ୍ଥିତ ରହିବାକୁ ପଡିବ ।

ପ୍ରତ୍ୟେକ ଜିଲ୍ଲା ନିର୍ବାଚନ ଅଧିକାରୀ ଏବଂ ନିର୍ବାଚନ ପଞ୍ଜିକରଣ ଅଧିକାରୀ ମଧ୍ୟ SIR-ସମ୍ବନ୍ଧୀୟ ସମସ୍ୟାଗୁଡ଼ିକର ସମାଧାନ ପାଇଁ ସେମାନଙ୍କ କାର୍ଯ୍ୟାଳୟରେ ଏକ ସହାୟତା ଡେସ୍କ ସ୍ଥାପନ କରିବେ । ନିର୍ବାଚନ କମିଶନ ଆନୁଷ୍ଠାନିକ ଭାବରେ SIR ଘୋଷଣା କରିବାର ପରଦିନ, ଏକ ସର୍ବଦଳୀୟ ବୈଠକ ଡକାଯିବ । ଏହି ବୈଠକ ରାଜ୍ୟ ସ୍ତରରେ ସିଇଓ ଏବଂ ଜିଲ୍ଲା ସ୍ତରରେ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ । ଏହି ବୈଠକରେ ହୋଇଥିବା ଆଲୋଚନା ଏବଂ ନିଷ୍ପତ୍ତି ନିର୍ବାଚନ କମିଶନଙ୍କୁ ରିପୋର୍ଟ କରାଯିବ । ଏହି ସମୟରେ ଗୁରୁବାର ନିର୍ବାଚନ କମିଶନର ଉଚ୍ଚ ଅଧିକାରୀମାନେ ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ହେବାକୁ ଥିବା ପାଞ୍ଚଟି ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।

ସ୍ଵଚ୍ଛତାର ବାର୍ତ୍ତା ଦେଇ ଗୟାଧର ସାଇକେଲରେ ବୁଲୁଛନ୍ତି ସାରା ରାଜ୍ୟ

ଉଦଳା : ବାଲେଶ୍ୱର ଜିଲ୍ଲା ଖଇରା ପୁରୁଷୋତ୍ତମପୁର ଅଞ୍ଚଳର ଗୟାଧର ବିଶ୍ୱାଳ ସାଇକେଲରେ ଜାତୀୟ ପତାକା, ମହାତ୍ମା ଗାନ୍ଧୀଙ୍କ ଫଟୋ ଚିତ୍ର ଲଗାଇବା ସହ ଏକ ଝାଡୁ ଧରି ବାହାରି ପଡିଛନ୍ତି ପୂରା ରାଜ୍ୟକୁ ସଫେଇ କରିବାକୁ । ପେଶାରେ ସେ ଜଣେ ଚାଷୀ ହୋଇଥିଲେ ସୁଦ୍ଧା ୨୦୧୮ ମସିହା ମେ ମାସରୁ ସ୍ଵଚ୍ଛ ଭାରତ, ସ୍ଵଚ୍ଛ ଓଡିଶା ମିଶନରେ ବାହାରିଛନ୍ତି । ନିଜ ସାଇକେଲରେ ସେ ରାଜ୍ୟ ତମାମ ବୁଲି ବୁଲି ଦେଉଛନ୍ତି ସ୍ୱଚ୍ଛତାର ବାର୍ତ୍ତା । ଯେଉଁଠି ଅଳିଆ ଆବର୍ଜନା ଦେଖୁଛନ୍ତି ସେଠାରେ ସଫେଇ କରି ଗଛଟିଏ ଲଗାଇ ଫେରିଯାଉଛନ୍ତି । ନିକଟରେ ଗୟାଧର ମୟୂରଭଞ୍ଜ ଜିଲ୍ଲା ଉଦଳାରେ ପହଞ୍ଚି ସଫେଇ କରିଥିଲେ ।

ଗୟାଧର ୫ ବର୍ଷ ହେବ ଏମିତି ସାଇକେଲରେ ବୁଲିବୁଲି ସଫେଇ କରୁଛନ୍ତି । ଏବେ ସୁଦ୍ଧା ସେ ବାଲେଶ୍ଵର, କେନ୍ଦୁଝର, କଟକ , ଖୋର୍ଦ୍ଧା, ପୁରୀ, ମୟୂରଭଞ୍ଜ ସମେତ ୧୦ ଗୋଟି ଜିଲ୍ଲା ବୁଲି ସ୍ୱଚ୍ଛତାର ବାର୍ତ୍ତା ଦେଇସାରିଲେଣି । ପୂରା ଓଡିଶାରେ ଘରେ ଘରେ ସ୍ଵଚ୍ଛତାର ବାର୍ତ୍ତା ପହଞ୍ଚାଇବାକୁ ସେ ଚେଷ୍ଟା ଜାରି ରଖିଛନ୍ତି । ସମସ୍ତେ ତାଙ୍କ ନୀତିକୁ ଆପଣାଇଲେ ସମସ୍ତେ ସୁସ୍ଥ ରହିବେ ବୋଲି କହିଛନ୍ତି ପରିବେଶବିତ।  ଗୟାଧର ନିଃସ୍ବାର୍ଥପର ଭାବେ କରୁଥିବା ସଫେଇ ଅଭିଯାନ ନିହାତି ପ୍ରଶଂସନୀୟ ।

ଗୋଟିଏ ସ୍ଥାନରେ ନାମ ଲେଖା, ଅନ୍ୟତ୍ର ପଢୁଛନ୍ତି ପିଲା

ଚଣ୍ଡିଖୋଲ : ଭଗ୍ନ ଅବସ୍ଥାରେ ପଡି଼ ରହିଛି ସ୍କୁଲ । ନିର୍ମାଣ ହେଉନି ନୂତନ କୋଠା । ଅନ୍ୟତ୍ର ବିଦ୍ୟାଳୟରେ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ । ଯାଜପୁର ଜିଲ୍ଲା ବଡଚଣା ବ୍ଲକ ବେଣାପୁର ଠାରେ ଥିବା ମା’ ବାସୁଳେଇ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୃହଟି ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିବାରୁ ସମସ୍ୟାରେ ପଡି ଘାଣ୍ଟି ହେଉଛନ୍ତି ଛାତ୍ରଛାତ୍ରୀ । ବାସୁଳେଇ ସ୍କୁଲରେ ଷଷ୍ଠ ଓ ସପ୍ତମ ଦୁଇଟି ଶ୍ରେଣୀରେ ୩୦ ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ପାଠ ପଢୁଥିଲେ । ହେଲେ ସ୍କୁଲଟି ଦୀର୍ଘ ବର୍ଷ ଧରି ମରାମତି ନହେବାରୁ କାନ୍ଥରେ ବଡବଡ ଫାଟ ସୃଷ୍ଟି ହୋଇଥିଲା । ପିଲାଙ୍କ ସୁରକ୍ଷା ଦୃଷ୍ଟିରୁ ଛାତ୍ରଛାତ୍ରୀଙ୍କୁ ଅନ୍ୟ ଏକ ବିଦ୍ୟାଳୟକୁ ସ୍ଥାନାନ୍ତର କରାଯାଇଛି।

ବାସୁଳେଇ ବିଦ୍ୟାଳୟ ଘରଟି ଅସୁରକ୍ଷିତ ହୋଇଯିବା ପରେ ପିଲାଙ୍କୁ ବେଣାପୁର ପ୍ରାଥମିକ ବିଦ୍ୟାଳୟକୁ ସ୍ଥାନାନ୍ତର କରାଯାଇଛି । ସେଠାରେ ପର୍ଯ୍ୟାପ୍ତ ଶ୍ରେଣୀ ଗୃହ ନଥିବାରୁ ଗୋଟିଏ ଶ୍ରେଣୀ କକ୍ଷରେ ଷଷ୍ଠ ଓ ସପ୍ତମ ଶ୍ରେଣୀ ପିଲା ପାଠ ପଢିବାକୁ ବାଧ୍ୟ ହେଉଛନ୍ତି । ହେଲେ ମଧ୍ୟାହ୍ନ ଭୋଜନ ଖାଇବା ପାଇଁ ପ୍ରତିଦିନି ଏକ କିଲୋମିଟର ଦୂରରେ ଥିବା ସେହି ପୁରୁଣା ସ୍କୁଲକୁ ଆସିବାକୁ ବାଧ୍ୟ ହେଉଛନ୍ତି । ଅନ୍ୟପଟେ ବ୍ଲକ ଉନ୍ନୟନ ଅଧିକାରୀ ସ୍ଥିତି ପରଖିଛନ୍ତି । ଖୁବଶୀଘ୍ର ଗୃହ କାର୍ଯ୍ୟ ଆରମ୍ଭ ହେବ ବୋଲି କହିଛନ୍ତି ବ୍ଲକ ଶିକ୍ଷାଧିକାରୀ । ବିପଦସଙ୍କୁଳ ଭାବେ ସ୍କୁଲ କାନ୍ଥ ଝୁଲିରହିଛି । ପ୍ରଶାସନ ନିହାଲ କିନ୍ତୁ ଅଯଥା ହଇରାଣ ହରକତ ହେଉଛନ୍ତି ପିଲା । ତେଣୁ ଖୁବଶୀଘ୍ର ବିଦ୍ୟାଳୟର ନୂତନ ଗୃହ ନିର୍ମାଣ କରିବାକୁ ଦାବି ଜୋର ଧରିଛି ।

କୋବି ଅମଳ ଆରମ୍ଭରୁ ଲାଗିଲାଣି ପୋକ, ଉଜୁଡିଗଲାଣି ବ୍ୟାପକ ଫସଲ

କାମାକ୍ଷାନଗର : ଖରାପ ମଞ୍ଜି ଓ ଅସନ୍ତୁଳନ ପାଣିପାଗ ବିଗାଡ଼ିଲା କୋବି ଚାଷ । ଅମଳ ଆରମ୍ଭରୁ କୋବିରେ ଲାଗିଲାଣି ପୋକ । ଚିନ୍ତାରେ ଚାଷୀ ।… ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକର ଗୋଳାଗଡିଆ ଗାଁରେ ବ୍ୟାପକ କୋବି ଫସଲ ନଷ୍ଟ ହେଲାଣି । ଗୋଳାଗଡିଆ ଗାଁରେ ପ୍ରତିବର୍ଷ ପରି ଚଳିତ ଥର ଏକର ଏକର ଜମିରେ ଫୁଲ କୋବି, ବନ୍ଧା କୋବି, ଉଲ କୋବି ଭଳି ବିଭିନ୍ନ ପ୍ରକାର କୋବି ଚାଷ କରିଥିଲେ ଚାଷୀ । ଆଶା କରିଥିଲେ ଭଲ ଲାଭ ହେବ । ହେଲେ ଅସନ୍ତୁଳନ ପାଣିପାଗ ସାଙ୍ଗକୁ ନିମ୍ନମାନର କୋବି ମଞ୍ଜି ବ୍ୟବହାର ଯୋଗୁ ଅମଳ ପୂର୍ବରୁ କୋବିରେ ଲାଗିଗଲାଣି ପୋକ । ଧାର କରଜ କରି ଏକର ଏକର ଜମିରେ ସୁନାର ଫସଲ ଫଳାଇଥିବା ଚାଷୀ ଏବେ କିପରି ଋଣ ସୁଝିବେ ? ପରିବାର କିପରି ପ୍ରତିପୋଷଣ କରିବେ ? ତାକୁ ନେଇ ମୁଣ୍ଡରେ ହାତ ଦେଇ ବସିଛନ୍ତି ।

ଗୋଳାଗଡ଼ିଆ ଗାଁରୁ ରାଜ୍ୟର ବିଭିନ୍ନ ଅଞ୍ଚଳକୁ କୋବି ରପ୍ତାନୀ ହୁଏ । ଢେଙ୍କାନାଳ, କଟକ, ଆଠଗଡ, ଭୁବନେଶ୍ଵର, ରାଉରକେଲା ପ୍ରଭୁତି ଅଞ୍ଚଳରୁ ଏଠାକୁ ବ୍ୟବସାୟୀ ମାନେ ଆସି ଟ୍ରିପ ଟ୍ରିପ କୋବି କିଣିନେଇଥାନ୍ତି । କିନ୍ତୁ ଚଳିତ ବର୍ଷ ଅଦିନିଆ ବର୍ଷା ଓ ମଞ୍ଜିର ଗୁଣବତ୍ତା ଖରାପ, ଠିକରେ ସାର ନମିଳିବା କାରଣରୁ ପ୍ରାୟ ୨ ଶହ ଏକର ଜମିରେ ହୋଇଥିବା କୋବି ପଚିସଢି ନଷ୍ଟ ହେବାକୁ ବସିଲାଣି । ସରକାର ଦୃଷ୍ଟି ଦେଇ କ୍ଷତିପୂରଣ ଯୋଗାଇଦେବାକୁ ଦାବି କରିଛନ୍ତି ଚାଷୀ । ଖରାପ ପାଣିପାଗ ଓ ନିମ୍ନମାନର ବିହନ ସକାଶେ ଏବେ ଗୋଳାଗଡିଆ ଗାଁର କୋବି ଚାଷୀ ଏବେ ଏହି ଚାଷ ଆଗକୁ ଆଉ କରିବେ କି ନାହିଁ ତାହା ସନ୍ଦେହ ସୃଷ୍ଟି କଲାଣି ।

ବେଦାନ୍ତ ଲାଞ୍ଜିଗଡ଼ ସ୍ୱଚ୍ଛ ଶକ୍ତି ପଦକ୍ଷେପ ମାଧ୍ୟମରେ ଗ୍ରାମୀଣ କଳାହାଣ୍ଡିକୁ ଆଲୋକିତ କରୁଛି

ଭୁବନେଶ୍ୱର : ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ, ଗ୍ରାମାଞ୍ଚଳ ଭିତ୍ତିଭୂମିକୁ ସୁଦୃଢ଼ କରିବା ଏବଂ ସ୍ଥାୟୀ ସମ୍ପ୍ରଦାୟ ବିକାଶକୁ ପ୍ରୋତ୍ସାହିତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇ, ସୌରଚାଳିତ ସମାଧାନ ମାଧ୍ୟମରେ ସାର୍ବଜନୀନ ସ୍ଥାନ ଏବଂ ଘର ଉଭୟକୁ ଆଲୋକିତ କରିବା ପାଇଁ ଦୁଇଟି ପ୍ରମୁଖ ସ୍ୱଚ୍ଛ ଶକ୍ତି ପଦକ୍ଷେପ – ପ୍ରୋଜେକ୍ଟ ରୋଶନ ଏବଂ ପ୍ରୋଜେକ୍ଟ ଜ୍ୟୋତି – ଆରମ୍ଭ କରିଛି।

ପ୍ରୋଜେକ୍ଟ ରୋଶନ୍ ଅଧୀନରେ, ବେଦାନ୍ତ ଆଲୁମିନିୟମର ଲାଞ୍ଜିଗଡ଼ ୟୁନିଟ୍ ପାର୍ଶ୍ୱବର୍ତ୍ତୀ ସମ୍ପ୍ରଦାୟଗୁଡ଼ିକରେ ୩୧୦ଟି ସୌରଚାଳିତ ଷ୍ଟ୍ରିଟ୍ଲାଇଟ୍ ସ୍ଥାପନକରାଯାଉଛି, ଯେଉଁଥିରେ ୨୫୦ଟି ସାଧାରଣ ୟୁନିଟ୍ ଏବଂ ୬୦ଟି ହାଇ-ମାଷ୍ଟଲାଇଟ୍ ଅନ୍ତର୍ଭୁକ୍ତ, ଯାହା କଳାହାଣ୍ଡି ଗ୍ରାମାଞ୍ଚଳର ୧୫,୦୦୦ରୁ ଅଧିକ ବାସିନ୍ଦାଙ୍କୁ ଉପକୃତ କରୁଛି। ପ୍ରଥମ ପର୍ଯ୍ୟାୟରେ, ୨୫ଟି ସମ୍ପ୍ରଦାୟ ସ୍ଥାନରେ ୯୧ଟି ୟୁନିଟ୍ (୭୬ଟି ସାଧାରଣଏବଂ ୧୫ଟି ହାଇ-ମାଷ୍ଟଲାଇଟ୍) ସ୍ଥାପନ କରାଯାଇଛି, ଯାହା ୫,୦୦୦ରୁ ଅଧିକ ଲୋକଙ୍କ ଜୀବନକୁ ଆଲୋକିତ କରୁଛି।ଦ୍ଵିତୀୟ ପର୍ଯ୍ୟାୟରେ ଅବଶିଷ୍ଟ ଲାଇଟ ସ୍ଥାପନା ଚାଲିଛି।

ସେହିପରି, ପ୍ରୋଜେକ୍ଟ ଜ୍ୟୋତି, ବିଦ୍ୟୁତ୍ ଯୋଗାଣରେ ବାଧାର ସମ୍ମୁଖୀନ ହେଉଥିବା ଦୂରଦୂରାନ୍ତ ଗ୍ରାମଗୁଡ଼ିକର ପରିବାରଗୁଡ଼ିକୁ ସୌର ଗୃହଲାଇଟ୍ ପ୍ରଦାନ କରିବା ଉପରେ ଧ୍ୟାନ କେନ୍ଦ୍ରିତ କରୁଛି। ଏପର୍ଯ୍ୟନ୍ତ, ବେଦାନ୍ତ ଆଠଟି ଗ୍ରାମର ୩୯୮ଟି ପରିବାରକୁ ଉପକୃତ କରିଛି ଏବଂ ଏହି ପଦକ୍ଷେପକୁ ଆହୁରି ଆଠଟି ଗ୍ରାମରେ ବିସ୍ତାର କରିବାକୁ ଯୋଜନା କରୁଛି, ଯାହା ଦ୍ଵାରା ୧,୫୦୦ଟି ସୌର ଗୃହଲାଇଟ ବଣ୍ଟନ କରାଯିବ।

ଏହି ପ୍ରୟାସ ବିଷୟରେ ବେଦାନ୍ତ ଆଲୁମିନା ବ୍ୟବସାୟର ସିଇଓ ପ୍ରଣବ କୁମାର ଭଟ୍ଟାଚାର୍ଯ୍ୟ କହିଛନ୍ତି, “ବେଦାନ୍ତ ଲାଞ୍ଜିଗଡ଼ରେ, ଆମେ ବିଶ୍ୱାସ କରୁଛୁ ଯେ ସ୍ୱଚ୍ଛ ଶକ୍ତିର ବ୍ୟବହାର  ସମ୍ପ୍ରଦାୟ ସ୍ତରରୁ ଆରମ୍ଭ ହେବା ଉଚିତ। ପ୍ରୋଜେକ୍ଟ ରୋଶନ ଏବଂ ପ୍ରୋଜେକ୍ଟ ଜ୍ୟୋତି ଆମର ବିଶ୍ୱାସକୁ ପ୍ରତିପାଦନ କରନ୍ତି ଯେ ପ୍ରକୃତ ପ୍ରଗତି ସ୍ଥାୟୀ ବିକାଶରେ ହିଁ ସମ୍ଭବ। ସୌର ଶକ୍ତି ସହିତ ଗ୍ରାମଗୁଡ଼ିକୁ ଆଲୋକିତକରି, ଆମେ ସୁରକ୍ଷାକୁ ଉନ୍ନତ କରିବା ସହ, ସାମାଜିକ ଅଂଶ ଗ୍ରହଣକୁ ଉତ୍ସାହିତ କରୁଛୁ ଏବଂ ଅଞ୍ଚଳର ସ୍ୱଚ୍ଛ ଶକ୍ତି ଲକ୍ଷ୍ୟକୁ ସମର୍ଥନ କରୁଛୁ। ଏହା ପ୍ରଯୁକ୍ତି ବିଦ୍ୟାରେ ଏକ ଛୋଟ ପଦକ୍ଷେପ କିନ୍ତୁ ସମ୍ପ୍ରଦାୟ କଲ୍ୟାଣ ପାଇଁ ଏକ ବିରାଟ ଲମ୍ଫ।”

ସୌର ସ୍ଥାପନ ଗୁଡ଼ିକ ସମ୍ପ୍ରଦାୟ ଜୀବନରେ ଏକ ଦୃଶ୍ୟମାନ ପରିବର୍ତ୍ତନ ଆଣିଛି – ସୁରକ୍ଷିତ ରାସ୍ତା ସୁନିଶ୍ଚିତ କରିବା, ମହିଳା ଏବଂ ପିଲାମାନଙ୍କ ପାଇଁ ବର୍ଦ୍ଧିତ ସୁରକ୍ଷା, ସୂର୍ଯ୍ୟାସ୍ତ ପରେ ବଜାର ଏବଂ କାର୍ଯ୍ୟକଳାପ ଘଣ୍ଟା ଘଣ୍ଟା ବୃଦ୍ଧି, ଏବଂ ପାରମ୍ପରିକ ବିଦ୍ୟୁତ୍ ଉପରେ ନିର୍ଭରଶୀଳତା ହ୍ରାସ କରିବା – ସେହିପରି ଗ୍ରାମୀଣ କଳାହାଣ୍ଡିରେ ନବୀକରଣୀୟ ଶକ୍ତି ଗ୍ରହଣ ଏବଂ ସ୍ଥାୟୀ ଭିତ୍ତିଭୂମିକୁ ଆଗକୁ ବଢାଇବା।

ଜାତିସଂଘର ସ୍ଥାୟୀ ବିକାଶ ଲକ୍ଷ୍ୟ ସହିତ ସମନ୍ୱିତ, ପ୍ରୋଜେକ୍ଟ ରୋଶନ ସିଧାସଳଖ SDG 7 (ସୁଲଭ ଏବଂ ସ୍ୱଚ୍ଛଶକ୍ତି), SDG 11 (ସ୍ଥାୟୀ ସହର ଏବଂ ସମ୍ପ୍ରଦାୟ), ଏବଂ SDG 13 (ଜଳବାୟୁକାର୍ଯ୍ୟ)ରେ ଯୋଗଦାନ କରେ। ଆଲୋକିତ ଗ୍ରାମଗୁଡ଼ିକରେ ସୌରଶକ୍ତି ବ୍ୟବହାର କରି, ଏହିପଦକ୍ଷେପବେଦାନ୍ତଲାଞ୍ଜିଗଡ଼ରନବୀକରଣୀୟଶକ୍ତିଗ୍ରହଣ, ପରିବେଶଗତ ପରିଚାଳନା ଏବଂ ସ୍ଥିର ଗ୍ରାମୀଣ ଭିତ୍ତିଭୂମି ନିର୍ମାଣ ପ୍ରତିପ୍ରତିବଦ୍ଧତାକୁ ସୁଦୃଢ଼ କରେ।

ଏହିପରି ପଦକ୍ଷେପ ମାଧ୍ୟମରେ, ବେଦାନ୍ତ ଲାଞ୍ଜିଗଡ଼ର ସ୍ଥାନୀୟ ସମ୍ପ୍ରଦାୟକୁ ସଶକ୍ତ କରିବା, ଗ୍ରାମୀଣ ଭିତ୍ତିଭୂମିକୁ ମଜବୁତ କରିବା ଏବଂ ସ୍ଥାୟୀ ଜୀବିକାକୁ ପ୍ରୋତ୍ସାହିତ କରିବା ଜାରି ରଖିଛି। ସମ୍ପ୍ରଦାୟ ବିକାଶ ସହିତ ସ୍ୱଚ୍ଛ ଶକ୍ତି ସମାଧାନକୁ ସମନ୍ୱିତ କରି, କମ୍ପାନୀ ଓଡ଼ିଶାର ଅନ୍ତର୍ଭୁକ୍ତି ମୂଳକ ଅଭିବୃଦ୍ଧିଯାତ୍ରାରେ ଅର୍ଥପୂର୍ଣ୍ଣ ଯୋଗଦାନ ଦେଉଛି, ଲାଞ୍ଜିଗଡ଼କୁ ସ୍ଥାୟୀ, ସମ୍ପ୍ରଦାୟ-କୈନ୍ଦ୍ରିକ ପ୍ରଗତିର ଏକ ମଡେଲ କରିଥାଏ ଯାହା ବ୍ୟବସାୟ ଉଦ୍ଦେଶ୍ୟକୁ ସାମାଜିକ କଲ୍ୟାଣ ସହିତ ସମନ୍ୱିତ କରିଥାଏ।

ଆସନ୍ତା ୨୭ରେ ବାତ୍ୟା ଆଶଙ୍କା, ୨୪ ଘଣ୍ଟାରେ ସ୍ପଷ୍ଟ ହୋଇପାରେ ଚିତ୍ର

ଭୁବନେଶ୍ବର : ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର । ୨୬ ତାରିଖରେ ଗଭୀର ଅବପାତରେ ହେବ ପରିଣତ । ୨୭ ସକାଳେ ବାତ୍ୟାର ମୋନ୍ଥାର ନେଇପାରେ ରୂପ । ଏନେଇ ଆନ୍ଧ୍ର ଓ ଓଡ଼ିଶା ଉପକୂଳ ପାଇଁ ସୃଷ୍ଟି ହୋଇଛି ବାତ୍ୟା ଭୟ । ହେଲେ ଏହାର ଗତି ପଥ ଏବେ ସୁଦ୍ଧା ସ୍ପଷ୍ଟ ହୋଇନଥିବା ବେଳେ ବାତ୍ୟା ପାଇଁ ପାଗ ଅନୁକୁଳ ରହିଥିବା ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ । ତେବେ ୨୭ ତାରିଖ ସକାଳେ ଏହା କେଉଁଠି ମାଡ଼ ହେବ, ଗତିପଥ କେଉଁଆଡେ ରହିବ ତାହାର ସ୍ପଷ୍ଟ ସୂଚନା ଆସିଯିବ ବୋଲି କୁହାଯାଇଛି । ପ୍ରତିକୂଳ ପାଗ ପରିସ୍ଥିତି ଯୋଗୁଁ ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ଉପକୂଳବର୍ତ୍ତୀ ଅଞ୍ଚଳରେ ସମୁଦ୍ର ଅଶାନ୍ତ ରହିବ । ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା ଏବଂ ପବନ ବହିବାର ସମ୍ଭାବନା ରହିଛି । ୨୭ ତାରିଖରୁ ଦକ୍ଷିଣ ଓଡ଼ିଶା ଓ ପଶ୍ଚିମ ଓଡ଼ିଶାରେ ବର୍ଷା ହେବ । କୋରାପୁଟ, ନୂଆପଡ଼ା, ଗଜପତି, କନ୍ଧମାଳ ସହିତ ଅନ୍ୟ ଜିଲା ଗୁଡ଼ିକରେ ଏହାର ପ୍ରଭାବ ରହିପାରେ । ଉପକୂଳବର୍ତ୍ତୀ ଜିଲ୍ଲା ମାନଙ୍କରେ ସମୁଦ୍ର କୂଳରେ ୫୦ ରୁ ୬୦ କିମି ବେଗରେ ପବନ ବହି ପାରେ । ଥାଇଲାଣ୍ଡ ଦ୍ବାରା ପ୍ରସ୍ତାବିତ ଶବ୍ଦ ମୋନ୍ଥାକୁ ନେଇ ବାତ୍ୟାର ନାମକରଣ କରାଯାଇଛି । ମୋନ୍ଥାର ଅର୍ଥ ସୁଗନ୍ଧିତ ଫୁଲ ବା ସୁନ୍ଦର ଫୁଲ । ତେବେ ଲଘୁଚାପ ଘଣ୍ଟା ପ୍ରତି ୩ କି.ମି ବେଗରେ ଉତ୍ତର-ପଶ୍ଚିମ ଉତ୍ତର ଦିଗରେ ଗତି କରୁଛି । ସେପଟେ ୨୭ରୁ ୨୯ ତାରିଖ ଯାଏ ଓଡ଼ିଶାରେ ପ୍ରବଳ ବର୍ଷାର ସମ୍ଭାବନା ସହିତ ବିଭିନ୍ନ ଜିଲାକୁ ବର୍ଷା ନେଇ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ।

ଆଉନାହାନ୍ତି ପ୍ରଖ୍ଯାତ କବି ଓ ଲେଖକ ରାଜେନ୍ଦ୍ର କିଶୋର ପଣ୍ଡା

ଭୁବନେଶ୍ବର : ଆଉନାହାନ୍ତି ପ୍ରଖ୍ଯାତ କବି ଓ ଲେଖକ ରାଜେନ୍ଦ୍ର କିଶୋର ପଣ୍ଡା। ଆଜି ସକାଳ ୧୧.୩୦ରେ ପରଲୋକ ଗମନ କରିଛନ୍ତି ରାଜେନ୍ଦ୍ର। ସେ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଭାବେ ୧୪ ଜୁଲାଇ ୧୯୬୭ରୁ ୩୦ ଜୁନ ୨୦୦୪ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ। ଝାରସୁଗୁଡା ଜିଲ୍ଲା ବାଟଲଗା ଗାଁରେ ୧୯୪୪ ଜୁନ ୨୪ରେ ରାଜେନ୍ଦ୍ରଙ୍କ ହୋଇଥିଲା ଜନ୍ମ। ୮୧ ବର୍ଷ ବୟସରେ ସେ ଇହଲୀଳା ସମ୍ବରଣ କରିଛନ୍ତି। ଶୈଳକଳ୍ପ ଲାଗି ୧୯୮୫ରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ ରାଜେନ୍ଦ୍ର। ଏହା ସହ ସେ ବିଷୁବ ସମ୍ମାନ, ସାରଳା ପୁରସ୍କାର, ଗଙ୍ଗାଧର ଜାତୀୟ ସମ୍ମାନ, ଝଙ୍କାର ପୁରସ୍କାର ଆଦି ଲାଭ କରିଥିଲେ।

କବି ରାଜେନ୍ଦ୍ର କିଶୋର ପଣ୍ଡାଙ୍କ ପ୍ରକାଶିତ କବିତା ସଂକଳନଗୁଡି଼କ ହେଉଛି-ଗୌଣ ଦେବତା, ଅନାବତାର, ଘୁଣାକ୍ଷର, ଶତଦ୍ରୁ ଅନେକ, ନିଜ ପାଇଁ ନାନାବାୟା,ଚଉକାଠରେ ଚିରକାଳ, ଶୈଳକଳ୍ପ,ଅନ୍ୟା, ବହୁବ୍ରୀହି, ବୋଧି-ନଭ, ଇଶାଖେଳ, ଦ୍ରୋହବାକ୍ୟ, ଦୁଜା ନାରୀ, ବୈରାଗୀ ଭ୍ରମର, ସତ୍ୟୋତ୍ତର, ବହ୍ୱାରମ୍ବେ ଇତ୍ୟାଦି।.

କବି ରାଜେନ୍ଦ୍ର ଜୀବନ କାଳ ମଧ୍ଯରେ ଲାଭ କରିଥିଲେ ଅନେକ ସମ୍ମାନ। ୧୯୮୫ରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୦୪ରେ ବିଷୁବ ପୁରସ୍କାର, ୨୦୨୧ରେ ସାରଳା ସମ୍ମାନ, ୨୦୧୨ରେ ଗଙ୍ଗାଧର ଜାତୀୟ ସମ୍ମାନ, ୧୯୯୫ରେ ଶାରଳା ପୁରସ୍କାର, ୧୯୯୪ରେ ଝଙ୍କାର ପୁରସ୍କାର, ୨୦୦୪ରେ ସାହିତ୍ୟ ଭାରତୀ ସମ୍ମାନ, ୨୦୦୫ରେ ସଚ୍ଚି ରାଉତରାୟ ସମ୍ମାନ ଲାଭ କରିଥିଲେ।