spot_img
Home Blog Page 510

ଗୁରୁଦିବସରେ ଗର୍ଜିବେ ଶିକ୍ଷକ, ରାଜଧାନୀରେ ହେବ ବିଶାଳ ଶିକ୍ଷକ ସମାବେଶ

ଭୁବନେଶ୍ବର: ଗୁରୁଦିବସରେ ରାଜଧାନୀରେ ହେବ ବିଶାଳ ଶିକ୍ଷକ ସମାବେଶ । ପାଞ୍ଚ ଦଫା ଦାବି ପୂରଣ ନହେଲେ ପବିତ୍ର ଗୁରୁଦିବସରେ ରାଜଧାନୀରେ ଗର୍ଜିବେ ଶିକ୍ଷକ । ଅନୁଦାନ ଯୋଗ୍ୟ ସ୍କୁଲ କଲେଜକୁ ଅନୁଦାନ ଏବଂ ଅବସର ନେଉଥିବା ଓ ନେଇଥିବା ଶିକ୍ଷକମାନଙ୍କୁ ପେନସନ୍ ପ୍ରଦାନ ଦାବିରେ ରାଜଧାନୀରେ ବିଶାଳ ଶିକ୍ଷକ ସମାବେଶ ହେବାକୁ ଯାଉଛି । ଏନେଇ ସମନ୍ବୟ ସମିତିର ଆବାହକ ରଞ୍ଜନ କୁମାର ଦାଶ ପ୍ରେସମିଟ୍ ଜରିଆରେ ଗଣମାଧ୍ୟମକୁ ଜଣାଇଛନ୍ତି ।

ସମସ୍ତ ଅନୁଦାନ ଯୋଗ୍ୟ ବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ତୁରନ୍ତ ଅନୁଦାନ ପ୍ରଦାନ କରିବା ଏବଂ ଅବସର ନେଉଥିବା ଓ ନେଇଥିବା ଶିକ୍ଷକ ଓ କର୍ମଚାରୀମାନଙ୍କୁ ପେନସନ୍, ଅବସରକାଳୀନ ସୁବିଧା, ଅବସର ବୟସ ସୀମା ୬୦ ରୁ ୬୨ ବର୍ଷକୁ ବୃଦ୍ଧି ସହିତ ୫ ଦଫା ଦାବି ପୁରଣ ନିମନ୍ତେ ବାରମ୍ବାର ଦାବି ହୋଇ ଆସୁଛି । ହେଲେ ସରକାର ଏଥିପ୍ରତି କର୍ଣ୍ଣପାତ କରୁନଥିବାରୁ ପ୍ରତିବାଦରେ ଏ ସମାବେଶ ହେବାକୁ ଯାଉଛି । ଗୁରୁ ଦିବସରେ ହଜାର ହଜାର ଶିକ୍ଷକ କଂଗ୍ରେସଭବନ ସମ୍ମୁଖ ରାଜରାସ୍ତାରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ଲୋୟର ପି.ଏମ୍.ଜି. ଅଭିମୁଖେ ଅଗ୍ରସର ହେବେ । ବିଧାନସଭା ସମ୍ମୁଖ ଗାନ୍ଧିମାର୍ଗରେ ସଭା ଅନୁଷ୍ଠିତ ହେବା ସହିତ ଅହୋରାତ୍ର ଧାରଣା ଜାରି ରହିବ ।

ଦେଶବାସୀଙ୍କୁ ମୋଦି ସରକାର ବଡ଼ ଉପହାର, ଏହି ଅତ୍ୟାବଶ୍ୟକ ସାମଗ୍ରୀ ଉପରେ GST ହ୍ରାସ

ନନ୍ଦିଘୋଷ ବ୍ୟୁରୋ: ଦେଶରେ ଟିକସ ବ୍ୟବସ୍ଥାକୁ ସରଳ କରିବା ଏବଂ ଲୋକଙ୍କୁ ସିଧାସଳଖ ଲାଭ ଦେବା ପାଇଁ ମୋଦି ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। GST ପରିଷଦର ୫୬ତମ ବୈଠକରେ ଅନେକ ଅତ୍ୟାବଶ୍ୟକୀୟ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଏବଂ ସେବା ଉପରୁ GST ହଟାଇବା ପାଇଁ ନିଷ୍ପତ୍ତି ନିଆଯାଇଛି, ଯାହା ସାଧାରଣ ଲୋକଙ୍କ ପକେଟ ଉପରେ ସକାରାତ୍ମକ ପ୍ରଭାବ ପକାଇବ। ଏହି ବୈଠକ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ଟିକସ ହାରରେ ପରିବର୍ତ୍ତନ ସହିତ ଟିକସ ସ୍ଲାବକୁ ପୁଣି ସରଳ କରିବା ପାଇଁ ମଧ୍ୟ ଦ୍ରୁତ ଗତିରେ କାମ କରାଯାଉଛି।

ଏହି ଜିନିଷ ଉପରେ ଲାଗିବନି GST 

ବୈଠକ ପରେ ଅର୍ଥମନ୍ତ୍ରୀ ସୂଚନା ଦେଇଥିଲେ ଯେ ଏବେ କ୍ଷୀର, ଛେନା ଏବଂ ପନିର ଉପରେ କୌଣସି ଟିକସ ପଡ଼ିବ ନାହିଁ। ପୂର୍ବରୁ ଏଗୁଡ଼ିକ ଉପରେ 5% GST ଲାଗୁ କରାଯାଉଥିଲା। ଏବେ ଶିକ୍ଷା ସମ୍ବନ୍ଧୀୟ ସାମଗ୍ରୀ ଏବଂ ସ୍ୱାସ୍ଥ୍ୟ ବୀମା ଭଳି ସେବା ଉପରେ ଶୂନ୍ୟ ଟିକସ ଲାଗୁ କରିବା ପାଇଁ ମଧ୍ୟ ନିଷ୍ପତ୍ତି ନିଆଯାଇଛି । ଦେଖନ୍ତୁ କେଉଁଥିରେ ଲାଗିବନି GST ..

  • ଛେନା ଏବଂ ପନିର
  • ଭାରତୀୟ ରୁଟି
  • ବ୍ୟକ୍ତିଗତ ସ୍ୱାସ୍ଥ୍ୟ ଏବଂ ଜୀବନ ବୀମା ପଲିସି
  • ମାନଚିତ୍ର, ଚାର୍ଟ ଏବଂ ଗ୍ଲୋବ୍ସ
  • ଜୀବନ ରକ୍ଷାକାରୀ ଔଷଧ
  • ଷ୍ଟେସନାରୀ ସାମଗ୍ରୀ: ବ୍ୟାୟାମ ପୁସ୍ତକ, ନୋଟବୁକ୍, ପେନସିଲ୍, ସାର୍ପନର୍ ଏବଂ ଇରେଜର

ଟିକସ ସ୍ଲାବରେ ବଡ଼ ପରିବର୍ତ୍ତନ

ଟିକସ ବ୍ୟବସ୍ଥାକୁ ସରଳ ଏବଂ ସ୍ୱଚ୍ଛ କରିବା ପାଇଁ GST ପରିଷଦ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। 12% ଏବଂ 28% ଟିକସ ସ୍ଲାବ୍ ଉଚ୍ଛେଦ କରାଯାଇଛି। ଏବେ ଅଧିକାଂଶ ସାମଗ୍ରୀ କେବଳ 5% କିମ୍ବା 18% ସ୍ଲାବ୍ ରେ ରହିବ। ଏହି ପରିବର୍ତ୍ତନ ମଧ୍ୟବିତ୍ତ ବର୍ଗ ପାଇଁ କିଛି ଜିନିଷ ଶସ୍ତା କରିପାରେ।  ୨୨ ସେପ୍ଟେମ୍ବରରୁ ଲାଗୁ ହେବ ଏହି ସ୍ଲାବ୍ ।

ଥିଲା ୧୨% ହେଲା ୫%
ଲହୁଣୀ, ଘିଅ, ଦୁଗ୍ଧଜାତୀୟ ସାମଗ୍ରୀ, ନମକିନ, ଭୁଜିଆ, ମିକ୍ସଚର, ବାସନକୁସନ, ପିସ୍ତା, ଅଳେଇଚ, ସପୁରୀ, ପିଜୁଳି, ଆମ୍ବ, କମଳା, ଅଙ୍ଗୁର, ଲେମ୍ବୁ,ଉଲ୍ ପ୍ରାଣୀଜାତୀୟ ଚର୍ବି, ପ୍ରିଜର୍ଭଡ ମିଟ, ଫିଡିଂବୋତଲ, ପିଲାଙ୍କ ନାପକିନ, କ୍ଲିନିକାଲ ଡାଏପର, ସିଲେଇ ମେସିନ ଯନ୍ତ୍ରାଂଶ, ସମସ୍ତ ଡାଏଗ୍ନୋଷ୍ଟିକ କିଟ ଓ ରିଏଜେଣ୍ଟ, ଗ୍ଳୁକୋମିଟର, ଟେଷ୍ଟ ଟ୍ରିପ, କରେକ୍ଟିଭ ସ୍ପେକ୍ଟାକଲ, ବାୟୋପେଷ୍ଟିସାଇଡ, ମାଇକ୍ରୋ ନୁଟ୍ରିଣ୍ଟ, ବୁନ୍ଦା ଜଳସେଚନ ସାମଗ୍ରୀ ଓ ସ୍ପ୍ରିଙ୍କଲର, କୃଷି, ଉଦ୍ୟାନ, ଜଙ୍ଗଲରେ ମୃତ୍ତିକା ସମ୍ପର୍କିତ କାମରେ ଲାଗୁଥିବା ମେସିନ, ଛତୁ, ଜାମ, ବାଦାମ, କାଜୁ, ଆମ୍ବ, ଲେମ୍ବୁ, କମଳା, ସପୁରୀ ଜୁସ, ଡାଏବେଟିକ ଖାଦ୍ୟପଦାର୍ଥ, ପାନୀୟ ଜଳ ବୋତଲ, ଫଟୋଗ୍ରାଫିକ ପ୍ଲେଟ, ଆୟୋଡିନ, ସଲଫୁରିକ ଏସିଡ ।

ଥିଲା ୧୨% ହେଲା ୦%
ମ୍ୟାପ, ଗ୍ଲୋବ, ଚାର୍ଟ, ପେନସିଲ, ସାର୍ପେନର, କ୍ରେୟନ, ପାଷ୍ଟେଲ, ଏକ୍ସରସାଇଜ ବୁକ୍ ନୋଟବୁକ, ଇରେଜର,

ଥିଲା ୫% ହେଲା ୦%
ୟୁଏଚଟି ଦୁଗ୍ଧ, ଛେନା, ପନୀର, ଚଖରା, ଚପାତି, ରୁଟି,ପିଜା ବ୍ରେଡ, ଆଗଲସିଡେସ ବେଟା, ଇମଗ୍ଲୁସେରେଜ, ଏପଟାକଗ ଆଲଫା ମେଡିସିନ

ଥିଲା ୫% ହେଲା ୧୮%
ଶୁଙ୍ଘାଯାଉଥିବା ତମାଖୁ, ତମାଖୁଜାତୀୟ ସାମଗ୍ରୀ,

ଥିଲା ୧୮% ହେଲା ୫%
କେଶତୈଳ, ସାମ୍ପୋ, ଟୁଥପେଷ୍ଟ, ଟଏଲେଟ ସାବୁନ, ଟୁଥ୍ ବ୍ରସ, ସେଭିଂକ୍ରିମ, ମାର୍ଗାରିନ, ଲିନୋକ୍ସିନ, ଷ୍ଟାର୍ଚ, କୋକୋଆ, ମେଡିକାଲ ଗ୍ରେଡ ଅକ୍ସିଜେନ, ଟ୍ରାକ୍ଟର ଟାୟାର ଓ ପାର୍ଟସ, ସିନ୍ଥେଟିକ ବା ଆର୍ଟିଫିସିଆଲ ଫିଲାମେଣ୍ଟ ଟୋ,

ଥିଲା ୧୮% ହେଲା ୦%
ବ୍ୟକ୍ତିଗତ ସ୍ବାସ୍ଥ୍ୟବୀମୀ ଓ ଜୀବନ ବୀମା, ପରଟା

ଥିଲା ୨୮% ହେଲା ୧୮%
ପେଟ୍ରୋଲ ଓ ପେଟ୍ରୋଲ ହାଇବ୍ରିଡ, ଏଲପିଜି, ସିଏନଜି କାର, ଡିଜେଲ ଓ ଡିଜେଲ ହାଇବ୍ରିଡ କାର, ୩ ଚକିଆ ଯାନ, ୩୫୦ସିସିରୁ ଅଧିକ ବାଇକ, ସାମଗ୍ରୀ ପରିବହନ କରୁଥିବା ମୋଟର ଯାନ, ଏୟାର କଣ୍ଡିସନର, ୩୨ଇଞ୍ଚରୁ ବଡ ଟିଭି, ଏଲଇଡି ଓ ଏଲସିଡି ଟିଭି, ମନିଟର ଓ ପ୍ରୋଜେକ୍ଟର, ଡିସ୍ ୱାସିଂ ମେସିନ, ବିଡ଼ି, ନୁମାଟିକ ଟାୟାର, ସାଇକେଲ ରବର ।

ଥିଲା ୨୮% ହେଲା ୪୦%
ପାନମସଲା, ଏରେଟେଡ ୱାଟର, ଆଡେଡ ସୁଗାର ବା ସୁଇଟେନିଂ ବା ଫ୍ଲେଭର୍ଡଯୁକ୍ତ ସାମଗ୍ରୀ, ଅଣଆଲକୋହୋଲିକ ପାନୀୟ, କାଫେନେଟେଡ ପାନୀୟ, ଅଣପ୍ରସ୍ତୁତ ତମାଖୁ, ସିଗାର, ଚିରୁଟ, ସିଗାରିଲୋ, ସିଗାରେଟ,ନିକୋଟିନଜାତ ସାମଗ୍ରୀ

ବ୍ୟବସାୟୀମାନଙ୍କୁ ବଡ଼ ଆଶ୍ୱସ୍ତି

ଏହି ବୈଠକରେ କେବଳ ସାଧାରଣ ଲୋକଙ୍କ ପାଇଁ ନୁହେଁ ବରଂ କ୍ଷୁଦ୍ର ଏବଂ ମଧ୍ୟମ ବର୍ଗର ବ୍ୟବସାୟୀଙ୍କ ପାଇଁ ମଧ୍ୟ ଆଶ୍ୱସ୍ତିକର । GST ନିୟମକୁ ସରଳ କରିବା ଏବଂ ଟିକସ ଦାଖଲ ପ୍ରକ୍ରିୟାକୁ ସରଳ କରିବା ଉପରେ ଆଲୋଚନା ହୋଇଥିଲା। ଏହା ବ୍ୟବସାୟୀମାନଙ୍କ ପାଇଁ ପଞ୍ଜୀକରଣ ଏବଂ ରିଟର୍ଣ୍ଣ ଦାଖଲକୁ ବହୁତ ସହଜ କରିବ।

 

ଦିଲ୍ଲୀରେ ୧୯୭୮ର ପୁନରାବୃତ୍ତି ହେବ କି ? ଯମୁନାର ଭୟଙ୍କର ରୂପକୁ ନେଇ ଆଲର୍ଟ !

ନନ୍ଦିଘୋଷ ବ୍ୟୁରୋ: ସାରା ଦେଶରେ ବର୍ଷାର ତାଣ୍ଡବ ଥିବା ବେଳେ ରାଜଧାନୀ ଦିଲ୍ଲୀରେ ଜଳ ବିତ୍ପାତ । ଦିଲ୍ଲୀରୁ ଜମ୍ମୁ କାଶ୍ମୀର ପର୍ଯ୍ୟନ୍ତ ବାଦଲ ଫଟା ବର୍ଷା । ଲଗାତାର ବର୍ଷା ଯୋଗୁଁ ଯମୁନା ନଦୀର ଜଳ ପତ୍ତନ ୨୦୭. ୪୨ ମିଟରକୁ ବୃଦ୍ଧି ପାଇବା ଫଳରେ ସହରରେ ନାହିଁ ନଥିବା ସ୍ଥିତି ସୃଷ୍ଟି ହୋଇଛି। । ଯାହା ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ବିଭିନ୍ନ ଆବାସିକ ଓ ବ୍ୟାବସାୟିକ ଅଞ୍ଚଳ ଜଳମଗ୍ନ ହୋଇଛି। ବିଭିନ୍ନ ସ୍ଥାନରେ ରେସ୍କ୍ୟୁ ଅପରେସନ ଜାରି ରହିଛି। ୧୯୭୮ ଓ ୨୦୨୩ ପରେ ଏହି ଧରଣର ବଡ଼ ବନ୍ୟା ଆସିଛି।ଏହି ସଂଖ୍ୟା ୧୯୭୮ ମସିହାର ଭୟବହତାକୁ ମନେପକାଇଦେଉଛି । ୧୯୭୮ ମସିହାରେ ଯମୁନାର କରାଳ ରୂପ ଥରାଇଦେଉଛି । ସେତେବେଳେ ମଧ୍ୟ ଯମୁନାର ଜଳସ୍ତରର ରେକର୍ଡ ପାଖାପାଖି ୨୦୭.୪୯ ପାଖାପାଖି ଥିଲା। ଆଜି ମଧ୍ୟ ଦିଲ୍ଲୀରେ ଝଡ଼ବର୍ଷା ଲାଗିରହିଛି । ୯ ସେପ୍ଟେମ୍ବର ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ଦିଲ୍ଲୀକୁ ସତର୍କ କରାଇଛନ୍ତି ପାଣିପାଗ ବିଶେଷଜ୍ଞ । ତେବେ ଦିଲ୍ଲୀରେ ରହୁଥିବା ବୟସ୍କ ଲୋକମାନେ ୧୯୭୮ ମସିହାକୁ ମନେ ପକାଇ କହିଛନ୍ତି ଯେ ସେତେବେଳେ ମଧ୍ୟ ଯମୁନା ସମାନ ଭୟଙ୍କର ରୂପ ନେଇଥିଲା। ରାସ୍ତାରେ ପାଣି ପ୍ରବାହିତ ହେଉଥିଲା। ସମଗ୍ର ଦିଲ୍ଲୀ ଜଳମଗ୍ନ ହୋଇଯାଇଥିଲା। ଲୋକଙ୍କୁ ଘର ଛାଡିବାକୁ ପଡିଥିଲା।

ଗତ କିଛି ଦିନ ଧରି ଉତ୍ତର ପ୍ରଦେଶରେ ଲଗାତାର ବର୍ଷା ହେଉଛି । ପାଣିପାଗ ବିଭାଗ ଅନୁଯାୟୀ ରାଜ୍ୟରେ ସେପ୍ଟେମ୍ବର ୭ ପର୍ଯ୍ୟନ୍ତ ବର୍ଷା ଜାରି ରହିବ। ଆଜି ପଶ୍ଚିମ ଏବଂ ପୂର୍ବ ଭାଗର କିଛି ସ୍ଥାନରେ ଘଡ଼ଘଡ଼ି ସହିତ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ। ଆଜି ବିହାରର କିଛି ଜିଲ୍ଲାରେ ହାଲୁକା ବର୍ଷା ହୋଇପାରେ। ଆଜି ପାଣିପାଗ ବିଭାଗ ପଶ୍ଚିମ ଚମ୍ପାରଣ, ସିୱାନ, ବେଗୁସରାଇ, ପାଟନା, ଗୟାଜୀ, ଔରଙ୍ଗାବାଦ ଏବଂ କୈମୁର ସମେତ ୧୯ଟି ଜିଲ୍ଲାରେ ହାଲୁକାରୁ ମଧ୍ୟମ ବର୍ଷା ହେବାର ପୂର୍ବାନୁମାନ କରିଛି, ଯେତେବେଳେ ବାକି ୧୯ଟି ଜିଲ୍ଲାରେ ବହୁତ ହାଲୁକା ବର୍ଷା ହୋଇପାରେ। ଆସନ୍ତାକାଲି ପର୍ଯ୍ୟନ୍ତ ଅନେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଆଜି ପଶ୍ଚିମ ସିଂହଭୂମି, ଗୁମଲା ଏବଂ ସିମଡେଗା ୩ଟି ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ତିନି ଦିନ ପର୍ଯ୍ୟନ୍ତ ମଧ୍ୟପ୍ରଦେଶରେ ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି କରାଯାଇଛି । ପାଣିପାଗ ବିଭାଗ ପକ୍ଷରୁ ଏନେଇ ସତର୍କ ସୂଚନା ଜାରି କରାଯାଇଛି। ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ରାଜସ୍ଥାନରେ ବର୍ଷା ହୋଇପାରେ। ଏହାସହିତ ପଞ୍ଜାବରେ ବର୍ଷା ନେଇ ପାଣିପାଗ ବିଭାଗ ପୁଣି ଥରେ ସତର୍କତା ଜାରି କରିଛି। ରାଜ୍ୟର ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ଏ ନେଇ ରେଡ୍ ଆଲର୍ଟ ଜାରି କରାଯାଇଛି। ପଠାଣକୋଟ ଏବଂ ଗୁରୁଦାସପୁର ଜିଲ୍ଲାରେ ପାଣିପାଗ ବିଭାଗ ଅରେଞ୍ଜ ଆଲର୍ଟ ଜାରି କରିଥିବା ବେଳେ ଜଳନ୍ଧର, ଅମୃତସର, ରୂପନଗର ଏବଂ ଫତେଗଡ଼ ସାହିବ, ନୱାନଶହର, କପୁରଥଲା, ହୋସିଆରପୁର, ଲୁଧିଆନା, ମୋହାଲି ଏବଂ ତରନତାରନରେ ହଳଦିଆ ଆଲର୍ଟ ଜାରି କରାଯାଇଛି।

ପାଣିପାଗ ବିଭାଗ ଆଜି ଉତ୍ତରାଖଣ୍ଡର ୧୩ଟି ଜିଲ୍ଲାରେ ବର୍ଷା ପାଇଁ ୟେଲୋ ଓ୍ବର୍ଣ୍ଣିଂ ଜାରି କରିଛି। ନୈନିତାଲ, ଚମ୍ପୱତ, ବାଗେଶ୍ୱର ଏବଂ ପିଥୋରାଗଡ଼ ଜିଲ୍ଲାରେ ହଳଦିଆ ସତର୍କତା ପରେ ମଧ୍ୟ ଅନେକ ସ୍ଥାନରେ ପ୍ରବଳ ବର୍ଷା ହେଇଛି । ହିମାଚଳ ପ୍ରଦେଶର ଚାରୋଟି ଜିଲ୍ଲା କାଙ୍ଗଡ଼ା, କୁଲୁ, ମାଣ୍ଡି ଏବଂ ସିରମୌରର କିଛି ଅଞ୍ଚଳରେ ଆଜି ବର୍ଷା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି।

ଆହୁରି ୨୪ ଘଣ୍ଟା ପ୍ରବଳ ବର୍ଷା ; ୧୬ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଙ୍ଗ ଜାରି !

ଭୁବନେଶ୍ବର: ଆସନ୍ତାକାଲି ପରେ କମିପାରେ ବର୍ଷା ପରିମାଣ, ହେଲେ ଲଘୁଚାପ ପ୍ରଭାବରେ ଆହୁରି ୨୪ ଘଣ୍ଟା ପ୍ରବଳ ବର୍ଷା ସମ୍ଭାବନା ରହିଛି । ୪ ଜିଲ୍ଲାକୁ ଅରେଞ୍ଜ ଓ ୧୬ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ କେନ୍ଦ୍ର । ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ ଏକ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି ।୨୪ ଘଣ୍ଟା ମଧ୍ୟରେ ଓଡିଶା ଦେଇ ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ଗତି କରିବ। ଯାହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବା କହିଛି ପାଣିପାଗ କେନ୍ଦ୍ର

କଟକ, ଖୋର୍ଦ୍ଧା , ପୁରୀ ଓ ଜଗତସିଂହପୁର ଏହି ୪ ଜିଲ୍ଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ଅରେଞ୍ଜ ଓ୍ୱାର୍ଣ୍ଣିଙ୍ଗ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସେହିପରି ପ୍ରବଳ ବର୍ଷା ପାଇଁ ମାଲକାନଗିରି , କୋରାପୁଟ, ଗଞ୍ଜାମ, କନ୍ଧମାଳ ,ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ , ଯାଜପୁର, ଭଦ୍ରକ, କେନ୍ଦ୍ରାପଡା ବାଲେଶ୍ୱର ମୟୂରଭଞ୍ଜ ଓ ସୁନ୍ଦରଗଡ ଭଳି ୧୬ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଙ୍ଗ ଜାରି କରିଛି କେନ୍ଦ୍ର ।

ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗିରହିବ । ସେପଟେ ମେଘୁଆ ପାଗ ସହ ପବନର ବେଗକୁ ନେଇ ସମୁଦ୍ର ଅଶାନ୍ତ ରହିବ । ଏନେଇ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନଯିବାକୁ ବାରଣ କରିଛି ପାଣିପାଗ କେନ୍ଦ୍ର ।

ଜମ୍ମୁ-କାଶ୍ମୀରରେ ବନ୍ୟା ଆଶଙ୍କା; ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ

ନନ୍ଦିଘୋଷ ବ୍ୟୁରୋ: ଲଗାତାର ବର୍ଷା ଯୋଗୁଁ ଜମ୍ମୁ ଏବଂ କାଶ୍ମୀରରେ ବନ୍ୟା ଆଶଙ୍କା ଦେଖାଦେଇଛି। ଅଞ୍ଚଳର ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ କରି ଦିଆଯାଇଛି। ଶ୍ରୀନଗର-ଜମ୍ମୁ ଜାତୀୟ ରାଜପଥରେ ଯାନବାହାନ ଚଳାଚଳ ବନ୍ଦ ରହିଛି। ଗତକାଲିଠାରୁ ଜମ୍ମୁ ଏବଂ କାଶ୍ମୀରରେ ଲଗାତାର ବର୍ଷା ଜାରି ରହିଛି। ସକାଳ ଠାରୁ ଜମ୍ମୁ ଅଞ୍ଚଳରେ ବର୍ଷା ହେଉଥିଲେ ମଧ୍ୟ ସନ୍ଧ୍ୟାରୁ ମଧ୍ୟ ଉପତ୍ୟକାରେ ପ୍ରବଳ ବର୍ଷା ଆରମ୍ଭ ହୋଇଛି । ଦକ୍ଷିଣ କାଶ୍ମୀର କୁଲଗାମ ଜିଲ୍ଲାର କାଜିଗୁଣ୍ଡରେ ସର୍ବାଧିକ ୯୦.୬ ମିମି ବର୍ଷା ରେକର୍ଡ କରାଯାଇଛି । ଅନନ୍ତନାଗ ଜିଲ୍ଲା କୋକେରନାଗରେ ୮୯ ମିମି ଏବଂ ପହଲଗାଓଁରେ ୬୪.୪ ମିମି ବର୍ଷା ରେକର୍ଡ ହୋଇଛି । ନିରନ୍ତର ବର୍ଷା ଯୋଗୁଁ ଜମ୍ମୁ ଅଞ୍ଚଳର ଚେନାବ ଏବଂ କାଶ୍ମୀରର ଝେଲମରେ ଜଳସ୍ତର ବୃଦ୍ଧି ପାଇଛି ।

ଜମ୍ମୁ ଏବଂ ଉଧମପୁରର ଚେନାବରେ ଜଳ ବିପଦ ସଙ୍କେତ ପାର କରିଛି । ଜମ୍ମୁ ଅଞ୍ଚଳରେ ବନ୍ୟା ଆଶଙ୍କା ଅତିକ୍ରମ କରିଥିବାବେଳେ ଉପତ୍ୟକାର ଝେଲମରେ ଜଳସ୍ତର ବୃଦ୍ଧି ପାଉଛି । ନିରନ୍ତର ବର୍ଷା ଯୋଗୁଁ ଦକ୍ଷିଣ କାଶ୍ମୀରର ବୈଶୋ ନାଲାରେ ପାଣି ବଢିଛି।।ହଜାର ହଜାର ଆବାସିକ ଘର, ସେତୁ, ରାସ୍ତା ଏବଂ ଅନ୍ୟାନ୍ୟ ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇଛି। ପ୍ରଶାସନ ଲୋକଙ୍କୁ ସତର୍କ ରହିବାକୁ କହିବା ସହ ଜଳାଶୟ ନିକଟରେ ନ ଯିବାକୁ ପରାମର୍ଶ ଦେଇଛି। ଅବିରତ ବର୍ଷା ଯୋଗୁଁ ପ୍ରବଳ ବର୍ଷା ଏବଂ ବାଦଲ ଫାଟିବା, ଭୂସ୍ଖଳନ ଏବଂ ଦୁର୍ବଳ ସ୍ଥାନରେ ବନ୍ୟା ହେବାର ସମ୍ଭାବନା ବିଷୟରେ ମଧ୍ୟ ପାଣିପାଗ ବିଭାଗ ସତର୍କ କରାଇଛି।

କମିଲା GST ହାର, ନଜର ପକାନ୍ତୁ କେଉଁ ଦ୍ରବ୍ୟରେ କେତେ ?

ନନ୍ଦିଘୋଷ ବ୍ୟୁରୋ: ଜିଏସଟି ସ୍ଲାବ ନେଇ କେନ୍ଦ୍ରର ବଡ଼ ନିଷ୍ପତ୍ତି । ଏଣିକି ରହିବ କେବଳ ଦୁଇଟି ସ୍ଲାବ ୫% ଓ ୧୮% ସ୍ଲାବକୁ ଜିଏସଟି ପରିଷଦର ମଞ୍ଜୁରୀ । ହଟିଲା ୧୨% ଓ ୨୮% ଜିଏସଟି ସ୍ଲାବ । ୨୨ ସେପ୍ଟେମ୍ବରରୁ ଲାଗୁ ହେବ ସ୍ଲାବ୍ ।
ଲଗଜରୀ ଓ ତମାଖୁ କ୍ଷେତ୍ରରେ ରହିବ ୪୦% ସ୍ଲାବ୍
୫୬ତମ ଜିଏସଟି ବୈଠକରେ ନିଷ୍ପତ୍ତି
ଏସି, ଟିଭି ଓ ଫ୍ରିଜ ଉପରେ ୧୮ ପ୍ରତିଶତ ଜିଏସଟି
କ୍ଷୀର, ଘିଅ ଓ ଲହୁଣୀ ଉପରେ ୫ ପ୍ରତିଶତ ଜିଏସଟି
ତମାଖୁ ଜାତ ଦ୍ରବ୍ୟ ଉପରେ ୪୦ ପ୍ରତିଶତ ଜିଏସଟି
ଚମଡ଼ା ଓ ଗ୍ରାନାଇଟ ଉପରେ ୫ ପ୍ରତିଶତ ଜିଏସଟି
ଚକୋଲେଟ ଓ କଫି ଉପରେ ୫ ପ୍ରତିଶତ ଜିଏସଟି
କୃଷିଜାତ ସାମଗ୍ରୀ ଉପରେ ୫ ପ୍ରତିଶତ ଜିଏସଟି
ସିମେଣ୍ଟ ଉପରେ ୨୮ ପ୍ରତିଶତରୁ ହେଲା ୧୮ ପ୍ରତିଶତ ଜିଏସଟି
୩୩ଟି ଜୀବନରକ୍ଷାକାରୀ ଔଷଧ ଉପରେ ଜିଏସଟି ଛାଡ଼
ଥଣ୍ଡା ପାନୀୟ ଉପରେ ୪୦ ପ୍ରତିଶତ ଜିଏସଟି
ବ୍ୟକ୍ତିଗତ ସ୍ବାସ୍ଥ୍ୟବୀମା ଉପରେ ଜିଏସଟି ଛାଡ଼

ମଝି ଆକାଶରେ ଦେବଦୂତ ସାଜିଲେ କଟକର ଡାକ୍ତର ଜ୍ୟୋତିର୍ମୟ ନାୟକ

ନନ୍ଦିଘୋଷ ବ୍ୟୁରୋ: ମଝି ଆକାଶରେ ଦେବଦୂତ ସାଜିଲେ କଟକର ଡାକ୍ତର ଜ୍ୟୋତିର୍ମୟ ନାୟକ। ୨ ଦିନ ତଳେ ସେ ଦିଲ୍ଲୀ ଯାତ୍ରା କରୁଥିଲେ। ସେହି ବିମାନରେ ଯାତ୍ରା କରୁଥିବା ଜଣେ ମହିଳା ହଠାତ୍ ବିମାନ ମଧ୍ୟରେ ଅଚେତ୍ ହୋଇପଡ଼ିଥିଲେ। ସଙ୍ଗେ ସଙ୍ଗେ ପାଖ ସିଟରେ ବସିଥିଲା ଡାକ୍ତର ନାୟକ ତାଙ୍କୁ ସିପିଆର ଦେଇଥିଲେ। କିଛି ସମୟପରେ ତାଙ୍କ ସ୍ଥିତିରେ ସୁଧାର ଆସିଥିଲା। ଶେଷରେ ବିମାନ ଅବତରଣ ପରେ ତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲା। ଏହାର ଭିଡ଼ିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ କଟକ ଏସସିବିର ଡାକ୍ତର ଜ୍ୟୋତିର୍ମୟଙ୍କୁ ସବୁଠି ପ୍ରଶଂସା କରାଯାଇଥିଲା।

ବିମାନ ଭିତରେ ଜଣେ ମହିଳାଙ୍କ ଦେହ ଖରାପ ହେବା ଓ ଏୟାର ହଷ୍ଟେସଙ୍କ ଅନୁରୋଧ ରକ୍ଷା କରି ସଂପୃକ୍ତ ଅସୁସ୍ଥ ମହିଳାଙ୍କର ଚିକିତ୍ସା କରିବା ସତରେ ନିଆରା ଅନୁଭୂତି ଥିଲା ବୋଲି ନନ୍ଦିଘୋଷ ଟିଭିକୁ କହିଛନ୍ତି ଡାକ୍ତର ଜ୍ୟୋତିର୍ମୟ ନାୟକ । ଦୁଇ ଦିନ ତଳେ ଏକ କନଫରେନ୍ସ ରେ ଯୋଗ ଦେବାକୁ ସେ ବିମାନରେ ରାୟପୁର ହୋଇ ଦିଲ୍ଲୀ ଯାତ୍ରା କରୁଥିଲେ। ସେହି ବିମାନରେ ଯାତ୍ରା କରୁଥିବା ଜଣେ ବୟସ୍କା ମହିଳା ହଠାତ ରାତିରେ ଅଚେତ ହୋଇ ତଳେ ପଡ଼ିଯାଇଥିଲେ। ସଙ୍ଗେ ସଙ୍ଗେ ପାଖ ସିଟ୍ ରେ ବସିଥିବା ଡାକ୍ତର ନାୟକ ନିକଟକୁ ଯାଇ ସିପିଆର ଦେଇଥିଲେ। ଏହାର କିଛି ସମୟ ପରେ ମହିଳାଙ୍କ ଅବସ୍ଥା ସୁଧାର ଆସିଥିଲା। ଶେଷରେ ବିମାନ ଅବତରଣ ପରେ ତାଙ୍କୁ ମେଡିକାଲ ନିଆଯାଇଥିଲା। ଏହାର ଭିଡିଓ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବା ପରେ ଡାକ୍ତର ଙ୍କ  ଏହି କାର୍ଯ୍ୟ ପାଇଁ ତାଙ୍କୁ ସବୁଆଡେ ପ୍ରଶଂସା କରାଯାଉଛି।

ରାମ୍ପରେ ଚାଲିଲେ ଭୁବନେଶ୍ୱର ମେୟର, ଡେପୁଟି ମେୟର ଓ ମହିଳା କର୍ପୋରେଟର

ନନ୍ଦିଘୋଷ ବ୍ୟୁରୋ: ରାମ୍ପରେ ଚାଲିଲେ ଭୁବନେଶ୍ୱର ମେୟର, ଡେପୁଟି ମେୟର ଓ ମହିଳା କର୍ପୋରେଟର । ନାଚ ଗୀତ ଓ ଡ୍ରାମାରେ କମ୍ପିଲା ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପ  ।  ସ୍ୱାୟତ୍ତ ଶାସନ ଦିବସ ଅବସରରେ ବିଏମସି ରିକ୍ରିଏସନ କ୍ଳବ ପକ୍ଷରୁ ୫୪ ତମ ବାର୍ଷିକ ଉତ୍ସବ ରେ ଏଭଳି ନିଆରା ଦୃଶ୍ୟ ଦେଖିବାକୁ ମିଳିଛି । ରଙ୍ଗୀନ ଆଲୋକ ସହ ମ୍ୟୁଜିକର ତାଳେ ତାକେ ମଞ୍ଚରେ ଭଳିକି ଭଳି ହସ୍ତତନ୍ତ ଶାଢ଼ୀରେ ନିଜକୁ ସଜାଇ ମହିଳା କର୍ପୋରେଟର୍ ଏବଂ ଅଧିକାରୀମାନେ ଏହି ଶୋରେ ସାମିଲ ହୋଇଥିଲେ ।  ବିଏମ୍ ସି  ଇତିହାସରେ ଏହା ପ୍ରଥମ ଓ ଭିନ୍ନ ସ୍ଵାଦର ହୋଇଥିଲା ଏହି କାର୍ଯ୍ୟକ୍ରମ । କାର୍ଯ୍ୟକ୍ରମରେ ମେୟର ସୁଲୋଚନା ଦାଶ, ଭୁବନେଶ୍ୱର ଏକାମ୍ର ବିଧାୟକ ବାବୁ ସିଂ, ବିଏମସି କମିଶନର ଚଞ୍ଚଳ ରଣା, ଡେପୁଟି ମେୟର ମଞ୍ଜୁଲତା କହଁର, କଲଚୁରାଲ ଷ୍ଟାଣ୍ଡିଙ୍ଗ କମିଟି ଅଧ୍ୟକ୍ଷ ରାମଚନ୍ଦ୍ର ରଣସିଂ ଓ ରିକ୍ରିଏସନ କ୍ଳବ ସମ୍ପାଦକ ଶୁଭ୍ରକାନ୍ତ ପାଢ଼ୀଙ୍କ ସମେତ ବିଏମସିର ସମସ୍ତ କର୍ପୋରେଟର ଓ ଅଧିକାରୀ କର୍ମଚାରୀ ଉପସ୍ଥିତ ଥିଲେ ।

ଏଭଳି ପ୍ରୟାସ କୁ ସମସ୍ତେ ସାଧୁବାଦ ଜଣାଇଛନ୍ତି ।  ସ୍ୱାୟତ୍ତ ଶାସନ ଦିବସ ଉପଲକ୍ଷେ ଭୁବନେଶ୍ୱର ମହାନଗର ନିଗମ ରିକ୍ରିଏସନ୍ କ୍ଲବ୍ର ବାର୍ଷିକ କାର୍ଯ୍ୟକ୍ରମ ଓ ସ୍ୱାୟତ୍ତ ଶାସନ ଦିବସ ୨୦୨୫ ଉପଲକ୍ଷେ ଆୟୋଜିତ ହୋଇଥିଲା ଏହି କାର୍ଯ୍ୟକ୍ରମ । ଏଥିରେ ଇଣ୍ଡୋର ଗେମ୍, ଆଉଟ୍ ଡୋର୍ ଗେମ୍,ସାଂସ୍କୃତିକ କାର୍ଯ୍ୟକ୍ରମ ଇତ୍ୟାଦିରେ କୃତି ପ୍ରତିଯୋଗୀଙ୍କୁ ଟ୍ରଫି ଓ ମାନପତ୍ର ଦିଆଯାଇ ପୁରସ୍କୃତ କରାଯାଇଛି । ଜୀବନର ଅକ୍ଲାନ୍ତ ଯାତ୍ରାରେ ଟିକେ ନିଜ  ପସନ୍ଦରେ ସମୟ ବିତାଇ ପରସ୍ପର ମଧ୍ୟରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ଆଣିଦେବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ବୋଲି ଆୟୋଜକ କହିଚିନ୍ତି । ସେପଟେ ଏହି କାର୍ଯ୍ୟକ୍ରମ ରେ କର୍ପୋରେଟର ପ୍ରୀତିନନ୍ଦା ରାଉତରାୟ,ଅତିରିକ୍ତ କମିଶନର ରତ୍ନାକର ସାହୁ ଏବଂ  ସହାୟକ କମିଶନର ସତ୍ୟଜିତ  ସାହୁଙ୍କ କଣ୍ଠରେ ସୁମଧୁର ସଂଗୀତରେ ମୁଗ୍ଧ ହୋଇଥିଲେ ଦର୍ଶକ । ଏହାପରେ ଆରମ୍ଭ ହୋଇଥିଲା ସେହିପରି ସମ୍ବଲପୁରୀ ନୃତ୍ୟ, ଏବଂ  ଆାଦିବାସୀ ନୃତ୍ୟ। ଶେଷରେ ବହୁ ପ୍ରତୀକ୍ଷିତ ନାଟକ ଛାୟା ପୁରୁଷ ବେଶ ମନୋମୁଗ୍ଧ କରିଥିଲା ।

ଟ୍ରମ୍ପଙ୍କ ଟାରିଫ ମାଡ଼ ପରେ ଆକାଶ ଛୁଆଁ ସୁନା ଦର, ଜାଣନ୍ତୁ ଏବେ କଣ ରହିଛି ଦାମ ?

ନନ୍ଦିଘୋଷ ବ୍ୟୁରୋ: ଆକାଶ ଛୁଆଁ ସୁନା ଦର। ଟ୍ରମ୍ପଙ୍କ ଟାରିଫ ମାଡ଼ ପରେ ଡଲାର ତୁଳନାରେ ଦୁର୍ବଳ ହେଉଛି ଟଙ୍କା। ସୁନାକୁ ନିବେଶର ସୁରକ୍ଷିତ ମାଧ୍ୟମ ଭାବୁଛନ୍ତି। ଜାରି ରହିଛି ଅର୍ଥନୈତିକ ଅନିଶ୍ଚିତତା। ୧ ଲକ୍ଷ ଟଙ୍କା ପାର କଲା ସୁନା।ଭୁବନେଶ୍ଵରରେ ୧୦ ଗ୍ରାମ ପିଛା ୨୨ କ୍ୟାରେଟ ସୁନା ଦର ୯୮ ହଜାର ୫୦ ଟଙ୍କାରେ ପହଞ୍ଚିଲା। ୨୪ କ୍ୟାରେଟ୍ ୧୦ ଗ୍ରାମ ପ୍ରତି ଦର ହେଲା ୧ ଲକ୍ଷ ୯ ହଜାର ଟଙ୍କା। ସୁନା ଦରରେ ଲଗାତର ବୃଦ୍ଧି ଦେଖିବାକୁ ମିଳୁଛି। ଏବର୍ଷ ଜାନୁଆରୀ ପରଠାରୁ ଏଯାଏ ୧୦ ଗ୍ରାମ ପିଛା ୨୪ କ୍ୟାରେଟ୍ ସୁନା ଦର ୨୮,୦୦୦ ଟଙ୍କାରୁ ଅଧିକ ବୃଦ୍ଧି ପାଇଛି।

ସେହିଭଳି ରୁପା ୧୦ ଗ୍ରାମ ଦର ୧୩୨୦ ଟଙ୍କା ରହିଛି।ବିଶ୍ବ ବଜାରରେ ମାନ୍ଦାବସ୍ଥା ଜାରି ରହିଥିବାରୁ ସେୟାର ବଜାରଗୁଡ଼ିକ ଧରାଶାୟୀ ହେବାରେ ଲାଗିଛନ୍ତି। ଲୋକେ ଆଉ ସେୟାର ବଜାରରେ ନିବେଶ ନକରି ସୁନାରେ ପୁଞ୍ଜି ବିନିଯୋଗ କରିବାକୁ ସୁରକ୍ଷିତ ମଣୁଛନ୍ତି।ସୁନା ଅଧିକ ରିଟର୍ଣ୍ଣ ଦେଉଥିବାରୁ ଚାହିଦା ବଢ଼ିବାରେ ଲାଗିଛି। ସୁନା ଦର ବଢିବା ଦ୍ବାରା ମଧ୍ଯବିତ୍ତ ପରିବାର ଉପରେ ଅନେକ ପ୍ରଭାବ ପଡିଛି। ସୁନା ରେଟ ବୃଦ୍ଧି ହେଉଥିବା ବେଳେ ଆଗକୁ ପାର୍ବଣର ଋତୁ ଆସୁଛି। ଆହୁରି କେତେ ବଢ଼ିବ ସୁନା ଏହାକୁ ନେଇ ଚିନ୍ତାରେ ଗ୍ରାହକ ।

ସୁନା ଦର ବଢ଼ିବାର ୫ ଟି ପ୍ରମୁଖ କାରଣ ରହିଛି। ଟ୍ରମ୍ପଙ୍କ ଟାରିଫ ନୀତି  ଏବଂ ବାଣିଜ୍ୟ ଯୁଦ୍ଧ ଡରରେ ନିବେଶକ ସୁନାକୁ ନିରାପଦ ମନେ କରି କ୍ରୟ କରୁଛନ୍ତି। ଚୀନ, ଋଷ ଭଳି ଦେଶ ଅଧିକ ମାତ୍ରାରେ ସୁନା କିଣୁଛନ୍ତି। ଯାହା ସୁନା, ରୁପାର ଚାହିଦା ବଢ଼ାଉଛି। ଚାହିଦା ବଢ଼ିବା ସହ ଦର ବି ବଢୁଛି।ଋଷ, ୟୁକ୍ରେନ ଯୁଦ୍ଧ ଶେଷ ନହେବା କାରଣରୁ ଅସ୍ଥିରତା ମଧ୍ୟରେ ଲୋକେ ସୁନାରେ ନିବେଶ ବଢ଼ାଉଛନ୍ତି। ମୁଦ୍ରାସ୍ଫୀତି ଭୟ ଓ ଫେଡେରାଲ ରିଜର୍ଭ  ବ୍ୟାଙ୍କର କମ୍ ସୁଧ ହାର ଯୋଗୁ ସୁନା ନିବେଶର ମାଧ୍ୟମ ପାଲଟିଛି।ଏହା ମଧ୍ୟ ଦର ବୃଦ୍ଧିର ଅନ୍ୟ ଏକ ପ୍ରମୁଖ କାରଣ। ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ହ୍ରାସ ମଧ୍ୟ ସୁନାକୁ ମହଙ୍ଗା କରୁଥିବା ଜଣାପଡ଼ିଛି। ସୁନା ରେଟ ବଢିଲେ ମଧ୍ଯ ଲୋକେ ସୁନା କିଣୁଛନ୍ତି।

 

ଏସିଆ କପ ପୂର୍ବରୁ ଟିମ ଇଣ୍ଡିଆର ଖେଳାଳିମାନେ ଦେବେ ଏହି ପରୀକ୍ଷା

ନନ୍ଦିଘୋଷ ବ୍ୟୁରୋ: ଆସନ୍ତା ୯ ତାରିଖରୁ ଖେଳାଯିବାକୁ ଯାଉଛି ଏସିଆ କପ୍ । ଭାରତ ନିଜର ଅଭିଯାନ ୧୦ରୁ ଆରମ୍ଭ କରିବ । ଭାରତ ପ୍ରଥମ ମ୍ୟାଚରେ ୟୁଏଇ ସହ ଖେଳିବାକୁ ଯାଉଛି । ତେବେ ଟିମ ଇଣ୍ଡିଆ ୟୁଏଇ ଯିବା ପୂର୍ବରୁ ଖେଳାଳିମାନେ ଏକ ବଡ଼ ପରୀକ୍ଷା ଦେବେ । ଖେଳାଳିଙ୍କ ଫିଟନେସ୍ ଟେଷ୍ଟ ନେଇପାରେ ବିସିସିଆଇ । ବିସିସିଆଇ ଖେଳାଳିଙ୍କ ଲାଗି ବାଙ୍କ୍ରୋ ଟେଷ୍ଟ ଲାଗୁ କରିଛି । ଟିମ ଇଣ୍ଡିଆର ପିଟନେସ ଏବଂ କଣ୍ଡିସନିଂ କୋଚ ଆଡ୍ରିଆନ ଲେ ରକ୍ସ ଏଭଳି ଏକ କରିବା ଲାଗି ସୁପାରିଶ ଦେଇଛନ୍ତି । ଟିମ ଇଣ୍ଡିଆର ଖେଳାଳିମାନେ ବାଙ୍କ୍ରୋ ଟେଷ୍ଟ ଲାଗି ବାଙ୍ଗାଲୋରରେ ପହଞ୍ଚିଥିବା ନେଇ ଏକ ଖବର ପରିବେଶଣ କରାଯାଇଥିଲା । ମାତ୍ର ଏହା ସତ ନଥିବା ଜଣା ପଡ଼ିଥିଲା ।

ମାତ୍ର ଭାରତୀୟ ଖେଳାଳିମାନେ ଆସନ୍ତା ୪ ତାରିଖରେ ଭାରତରୁ ଯିବେ । ତେବେ ୫ ତାରିଖରେ ଦୁବାଇରେ ଏହି ବାଙ୍କ୍ରୋ ଟେଷ୍ଟ ଦେଇପାରନ୍ତି । ତେବେ ଏହି ଟେଷ୍ଟରେ ଜଣେ ଖେଳାଳି ୨୦ ମିଟର ସଟଲ ଦୌଡ଼ିବେ । ଏହା ପରେ ୪୦ ଏବଂ ୬୦ ମିଟର ଦୌଡ଼ିବେ । ସବୁକୁ ମିଶାଇ ଜଣେ ଖେଳାଳି ୧୨୦୦ ମିଟର ପର୍ଯ୍ୟନ୍ତ ଦୌଡ଼ି ପାରନ୍ତି ବୋଲି କୁହାଯାଉଛି । ଏସିଆ କପ ଲାଗି ମନୋନୀତ ହୋଇଥିବା ସମସ୍ତ ଭାରତୀୟ ଖେଳାଳିମାନେ ଏହି ଟେଷ୍ଟ ଦେବେ ବୋଲି ଆଶା ରଖାଯାଇଛି । ମାତ୍ର ଏନେଇ କୌଣସି ସ୍ପଷ୍ଠ ସୂଚନା ଦିଆଯାଇନାହିଁ ।