ପୁରୁଷୋତ୍ତମପୁର: ମାଆ ତାରାତାରିଣୀ ମନ୍ଦିରରେ ଅଘଟଣ। ଦୀପ ଘରେ ଲାଗିଲା ନିଆଁ । ଶତାଧିକ ଦୀପ ଲାଗିଥିବା ବେଳେ ହଠାତ ଲାଗିଲା ନିଆଁ । ଘଟଣାସ୍ଥଳରେ ପୁରୁଷୋତ୍ତମପୁର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ମା’ଙ୍କ ନବରାତ୍ର ଚାଲିଥିବା ବେଳେ ମାନସିକଧାରୀ ମାନେ ପୀଠରେ ଦୀପ ଲଗାଇଥିଲେ । ଆଉ ଏହି ସମୟରେ ଦୀପ ଘରେ ନିଆଁ ଲାଗିଥିଲା । ଖବର ପାଇଁ ଘଟଣାସ୍ଥଳରେ ଦମକଳ ସେବା ବାହିନୀ କର୍ମଚାରୀ ପହଞ୍ଚିଛନ୍ତି । ଏବଂ ନିଆଁକୁ ଆୟତ୍ତ କରିଛନ୍ତି ।
‘ଆଜାଦୀ କା ଅମୃତ ମହୋତ୍ସବ’ ରାଜଧାନୀରେ ବ୍ଳାକ୍ କମାଣ୍ଡୋଙ୍କ ରାଲି
ଭୁବନେଶ୍ୱର: ରାଜଧାନୀରେ ଏନଏସଜି ବ୍ଲାକ କ୍ୟାଟ୍ କମାଣ୍ଡୋ ରାଲି । ଅକ୍ଟୋବର ୨ ତାରିଖରୁ ଅଜାଦୀ କା ଅମୃତ ମହୋତ୍ସଵ ଅବସରରେ ଲାଲକିଲ୍ଲା ରୁ ଆରମ୍ଭ ହୋଇଥିବା NSGର କାର୍ ରାଲି ଭୁବନେଶ୍ୱରରେ ପହଞ୍ଚିଛି । ଦେଶର ୧୨ ଟି ରାଜ୍ୟର ୧୮ ଟି ସହର ଦେଇ ଏହି ରାଲି ଯାଇଛି । ୪୯ ଜଣ କମାଣ୍ଡୋ ୭ହଜାର ୫ଶହ କିମି ରାଲିରେ ଦେଉଛନ୍ତି ସଚେତନତାର ବାର୍ତ୍ତା । ଏହି ଅବସରରେ ଭୁବନେଶ୍ୱର ପୋଲିସ ଭବନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଓଡିଶାର ଲୋକ କଳା ମଧ୍ୟ ପ୍ରଦର୍ଶନ ହୋଇଛି । ମୁଖ୍ୟ ଅତିଥି ଭାବେ ପୋଲିସ ଡ଼ିଜି ଅଭୟ ଯୋଗ ଦେଇ NSG କମାଣ୍ଡୋ ଟିମକୁ ସମ୍ବର୍ଦ୍ଧିତ କରିଛନ୍ତି । ଭୁବନେଶ୍ୱରରୁ ଏହି ରାଲି ଗୋପାଳପୁର ପରେ ହାଇଦ୍ରାବାଦ ଯିବ ।
ଚୀନର ଧମକ, ଭାରତ ସହିତ ଯୁଦ୍ଧ ପାଇଁ ପ୍ରସ୍ତୁତ ରୁହ
ଚୀନର ସରକାରୀ ଖବରକାଗଜ ଗ୍ଲୋବାଲ୍ ଟାଇମ୍ସରେ ଭାରତକୁ ଧମକ ଦେବା ଭଳି ସମ୍ବାଦ ପ୍ରକାଶ ପାଇଛି। ଏହାର ସମ୍ପାଦକୀୟ ପୃଷ୍ଠାରେ ଉଲ୍ଲେଖ ହୋଇଛି ଯେ ଚୀନ୍ ସରକାରକୁ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ହେବ । କାରଣ ସୀମାରେ ଭାରତ ସହ ସ୍ଥିତି ବିଗିଡିବାରେ ଲାଗିଛି।
ନିଜ ଇଚ୍ଛା ଅନୁସାରେ ସୀମାରେ ଜାଗା ମିଳିବ ନାହିଁ ବୋଲି ଭାରତକୁ ବୁଝିବା ଆବଶ୍ୟକ ବୋଲି ଖବରକାଗଜରେ ଉଲ୍ଲେଖ ରହିଛି । ଆଉ ଯଦି ଯୁଦ୍ଧ ହୁଏ ତାହେଲେ ଭାରତ ନିଶ୍ଚିତ ରୂପେ ହାରିବ । କୌଣସି ପ୍ରକାର ରାଜନୈତିକ ଚାପକୁ ଚୀନ୍ ବରଦାସ୍ତ କରିବ ନାହିଁ। ସୀମା ବିବାଦକୁ ନେଇ ଚୀନ୍ ଦୁଇଟି କଥା ଉପରେ ଫୋକସ୍ ରଖିଛି ।

ପ୍ରଥମଟି ଭାରତ ଯେତେ ହଇରାଣ କଲେ ମଧ୍ୟ ଚୀନ୍ ନିଜ ସିଦ୍ଧାନ୍ତରୁ ହଟିବ ନାହିଁ। ଚୀନର ସୀମା କେବଳ ଚୀନର ହିଁ । ଆଉ ଦ୍ୱିତୀୟଟି ହେଉଛି ସୀମା ମାମଲାରେ ଭାରତ ନୀଦରେ ଶୋଇଛି, ସେ ଉଠିବା ଯାଏଁ ଆମେ ଅପେକ୍ଷା କରିବୁ । ଚୀନର ଲୋକେ ଜାଣନ୍ତି ଭାରତ ଓ ଚୀନ୍ ଦୁହେଁ ମହାଶକ୍ତି ବୋଲି । ଦୁଇ ଜଣଙ୍କ ପାଖରେ ପର୍ଯ୍ୟାପ୍ତ କ୍ଷମତା ରହିଥିବା ଯୋଗୁଁ ସୀମା ବିବାଦ ଲମ୍ବା ସମୟ ଧରି ଚାଲି ରହିବ। ଏଭଳି ଘଟଣା ବହୁ ଦୁଃଖଦାୟକ । ଯଦି ଭାରତ ଏହିପରି କରିବାକୁ ଚାହୁଁଛି ତାହେଲେ ଚୀନ୍ ଶେଷ ଯାଏଁ ଏହାକୁ ଜାରି ରଖିବ ।
୫୦ଲକ୍ଷ ଟଙ୍କାର ଗଞ୍ଜେଇ ଜବତ: ଜଣେ ଗିରଫ
ଆର.ଉଦୟଗିରି: ୫୦ ଲକ୍ଷରୁ ଅଧିକ ଟଙ୍କାର ଗଞ୍ଜେଇ ଜବତ । ଗଞ୍ଜାମ ଜିଲ୍ଲା ଆର ଉଦୟଗିରି ଥାନା ଅନ୍ତର୍ଗତ ପତେଇଗୁଡା ଓ ଅନୁଗୁରୁ ଗାଁ ନିକଟରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି । ଗାଁ ନିକଟରେ ଥିବା ଜଙ୍ଗଲ ମଧ୍ୟରୁ ପୋଲିସ ୯ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କରିଥିବା ବେଳେ, ଜଣଙ୍କୁ ଗିରଫ କରିଛି ପୋଲିସ । ସୂଚନା ଅନୁସାରେ, ଗଜପତି ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ଆର ଉଦୟଗିରି ଥାନା ପୋଲିସ ସମ୍ପୃକ୍ତ ଅଞ୍ଚଳରେ ପାଟ୍ରୋଲିଂ କରିଥିଲା । ପାଟ୍ରୋଲିଂ ବେଳେ ୯ କ୍ୱିଣ୍ଟାଲ ୭୮କେଜି ୯୦୦ ଗ୍ରାମ ଗଞ୍ଜେଇ ଜବତ କରିବା ସହ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି । ତେବେ ଘଟଣାସ୍ଥଳରୁ ୩ ଜଣ ଚାଲାଣକାରୀ ଫେରାର ହୋଇଯାଇଥିବା ଜଣାପଡ଼ିଛି ।
ଏଥିସହିତ ପଢ଼ନ୍ତୁ: ଖୋଲୁଛି ମନୀଷ ଅନୁରାଗଙ୍କ ମୃତ୍ୟୁ ରହସ୍ୟ: ୨ସାଙ୍ଗଙ୍କୁ ଉଠାଇ ନେଇ ପୋଲିସର ପଚରାଉଚରା
ଖୋଲୁଛି ମନୀଷ ଅନୁରାଗଙ୍କ ମୃତ୍ୟୁ ରହସ୍ୟ: ୨ସାଙ୍ଗଙ୍କୁ ଉଠାଇ ନେଇ ପୋଲିସର ପଚରାଉଚରା
ଭୁବନେଶ୍ୱର: ଖୋଲୁଛ ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗଙ୍କ ମୃତ୍ୟୁ ରହସ୍ୟ । ବିଭିନ୍ନ ଦିଗକୁ ନେଇ ଛାନଭିନ ଆରମ୍ଭ କରିଛି ପୋଲିସ। ମନୀଷଙ୍କ ଦୁଇ ଜଣ ସାଙ୍ଗଙ୍କୁ ପୋଲିସ କାଲି ରାତିରେ ଉଠାଇ ନେଇଥିବା ଜଣାପଡିଛି । ରାତି ତମାମ ତାଙ୍କୁ ଜେରା କରାଯାଇଛି। ଭୋଜି ଭାତ କରିବାକୁ ଡାକି ନେଇ ମନୀଷଙ୍କୁ ତାଙ୍କ ସାଙ୍ଗମାନେ ହତ୍ୟା କରିଥିବା ମନୀଷଙ୍କ ବାପା କହିଛନ୍ତି । କିନ୍ତୁ ଅନ୍ୟପଟେ ମନୀଷଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଓ ସଂଗୃହିତ ପାଣିର ଡାଏଟମ ଟେଷ୍ଟ ରିପୋର୍ଟ ଆସିବା ପରେ ହିଁ ପୋଲିସକୁ ଆଉ କିଛି ସୁରାକ୍ ମିଳିପାରିବ। ଗତକାଲି ସିଲ୍ ହୋଇଥିବା ସାଉଥ ସିଟି ବାର ମଧ୍ୟ ସନ୍ଦେହ ଘେରକୁ ଆସିଛି। ସାଙ୍ଗଙ୍କ ବୟାନ, ମନୀଷ ନେଇଥିବା ଧାର ଟଙ୍କା ଇତ୍ୟାଦିକୁ ଆଧାର କରି ପୋଲିସ ଛାନଭିନ ଚଳାଇଛି ।
ଏଥିସହିତ ପଢ଼ନ୍ତୁ: ‘ଭୋଜି କରିବାକୁ ଡାକି ନେଇ ମୋ ପୁଅକୁ ହତ୍ୟା କରିଛନ୍ତି’
ବ୍ଳକ୍ ଜେଇଙ୍କ ଘରେ ଭିଜିଲାନ୍ସ ଚଢ଼ାଉ: ଦେବଗଡ଼ ସହରରେ ରହିଛି ୬୦ଟି ପ୍ଳଟ୍
ଦେବଗଡ଼: ଭିଜିଲାନ୍ସ ଜାଲରେ ତିଳେଇବଣି ବ୍ଲକ ଜେଇ (ଜିପିଟିଏ) ପଡ଼ିବା ଘଟଣ । ଗତକାଲି ବିକାଶ ବେହେରାଙ୍କ ଘରେ ରେଡ୍ କରିଥିଲା ଭିଜିଲାନ୍ସ । ଦେବଗଡ଼ ସହରରେ ବିକାଶଙ୍କ ନାଁରେ ୬୦ଟି ପ୍ଲଟ ରହିଛି । ୬୦ପ୍ଲଟରୁ ୧୫ଟି ବିକାଶଙ୍କ ନାଁରେ, ୪୫ଟି ତାଙ୍କ ପତ୍ନୀଙ୍କ ନାଁରେ ରହିଛି । ୨୦୧୫ରେ ଜେଇ ଭାବେ ଚାକିରି ଆରମ୍ଭ କରିଥିଲେ ବିକାଶ ।
୨୦୧୮ରୁ ୨୦ ମଧ୍ୟରେ ବିକାଶ କିଣିଛନ୍ତି ୬୦ଟି ପ୍ଲଟ୍ । ସ୍ୱାମୀ-ସ୍ତ୍ରୀଙ୍କ ନାଁରେ ଥିବା ପ୍ଲଟ୍ର ଆନୁମାନିକ ମୂଲ୍ୟ ୫୦ଲକ୍ଷ ରହିଛି । ଘରୁ ୩୮୫ଗ୍ରାମ ସୁନା ଅଳଙ୍କାର ମଧ୍ୟ ଜବତ ହୋଇଛି । ଅନ୍ୟାନ୍ୟ ସମ୍ପତ୍ତିର ମୂଲ୍ୟ ୨ଲକ୍ଷ ୯୯ହଜାର ହେବ । ବିକାଶକୁ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି ଭିଜିଲାନ୍ସ । ଏକକାଳୀନ ୩ଟି ସ୍ଥାନରେ ଚଢାଉ ହୋଇଥିଲା । ବଳମ ସ୍ଥିତ ବାସ ଭବନ, ତିଳେଇବଣି ବ୍ଲକ କାର୍ଯ୍ୟାଳୟ ଓ କଂଢଳ ସ୍ଥିତ ଶ୍ୱଶୁର ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ହୋଇଥିଲା ।
ଏଥିସହିତ ପଢ଼ନ୍ତୁ: ମାଲକାନଗିରିରେ ଏନ୍କାଉଣ୍ଟର: ପୋଲିସ ଗୁଳିରେ ୩ ମାଓବାଦୀ ନିପାତ
ଘର ଉପରେ ପଡିଲା ବିମାନ, ଦୁଇ ମୃତ
କାର୍ଲିଫର୍ଣ୍ଣିଆ: ଆମେରିକାର କାର୍ଲିଫର୍ଣ୍ଣିଆରେ ସୋମବାର ଦିନ ଏକ କ୍ଷୁଦ୍ର ବିମାନ ଜନବସତି ଅଂଚଳରେ କ୍ରାସ୍ କରିଛି । ବିମାନ ଦୁଇଟି ଘର ଉପରେ ପଡିଥିଲା । ଘର ଉପରେ ପଡିବା ପରେ ବିମାନରେ ବିସ୍ଫୋରଣ ହୋଇଥିଲା । ଏକ ଡେଲିଭରି ଭ୍ୟାନ୍ ସମେତ ଅନେକ ଗାଡି ବିମାନ ତଳେ ଫସିଥିଲେ । ଏହି ଦୁର୍ଘଟଣାରେ ଦୁଇ ଜଣ ପ୍ରାଣ ହରାଇଛନ୍ତି । ଅନ୍ୟପକ୍ଷରେ ୩ରୁ ୪ ଜଣ ଆହତ ହୋଇଛନ୍ତି । ୧୦ ଘର ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି ।

ପ୍ଲେନ୍ କ୍ରାସ ପରେ ସାମ୍ନାକୁ ଆସିଥିବା ଭିଡିଓରେ ଘରେ ନିଆଁ ଲାଗିଥିବା ଦେଖିବାକୁ ମିଳିଛି। ସ୍ଥାନୀୟ ବାସିନ୍ଦାଙ୍କ ଅନୁସାରେ ବିମାନ କ୍ରାସ କରିବା ପରେ ବିସ୍ଫୋରଣ ହୋଇଥିଲା। ଜୋରଦାର ବିସ୍ଫୋରଣ ଶବ୍ଦ ପରେ ସ୍ଥାନୀୟ ଲୋକ ଘଟଣାସ୍ଥଳକୁ ଯାଇଥିଲେ । ସେଠାରୁ ଲୋକଙ୍କୁ ଉଦ୍ଧାର କରାଯାଇଥିଲା । ଜଣେ ମହିଳାଙ୍କ ଅନୁସାରେ ଏକ ଡେଲିଭରି ଭ୍ୟାନ୍ ବିସ୍ଫୋରଣ କାରଣରୁ ସମ୍ପୂର୍ଣ୍ଣ ରୂପେ ଜଳି ଯାଇଥିଲା । ଏଥିରେ ଥିବା ଡ୍ରାଇଭରଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା ।

ବିମାନଟି ସୋମବାର ପାଖାପାଖି ଦି’ପହର ବେଳେ କାର୍ଲିଫୋର୍ଣ୍ଣିଆର ସେଣ୍ଟି ସହରରେ କ୍ରାସ୍ କରିଥିଲା । ଏହା ଦୁଇ ଇଂଜିନ ବିଶିଷ୍ଟ ୬ ସିଟର ବିମାନ ଥିଲା । ପାଖାପାଖି ୧୧ ଟା ବେଳେ ବିମାନଟି ଉଡିଥିଲା । ଏରିଜୋନାରୁ ଉଡ଼ାଣ ଭରିଥିବା ବିମାନ ବୈଷୟିକ ତୃଟି କାରଣରୁ କ୍ରାସ କରିଥିଲା ବୋଲି କୁହାଯାଉଛି । ବିମାନ କ୍ରାସ କରିଥିବା ସ୍ଥାନ ପାଖରେ ହାଇସ୍କୁଲ ଥିଲା । ତେବେ ସୌଭାଗ୍ୟବଶତଃ ବିମାନ ହାଇସ୍କୁଲଠାରୁ ଦୁରରେ କ୍ରାସ ହୋଇଥିଲା ।
ଅମାନ ଖଲିଲି; ଜୀବନକୁ ବାଜି ଲଗାଇ ଦିନେ ବଞ୍ଚାଇଥିଲେ ବାଇଡେନଙ୍କୁ…
ନୂଆଦିଲ୍ଲୀ: ଆଫଗାନିସ୍ତାନରେ ଆମେରିକା ସେନା ସହ ଅନୁବାଦକ ରୂପେ କାମ କରୁଥିବା ଅମାନ ଖଲିଲି ଦେଶ ଛାଡି ପଳାଇବାରେ ସଫଳ ହୋଇଛନ୍ତି । ଏନେଇ ଆମେରିକା ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଅମାନ ଖଲିଲି ହେଉଛନ୍ତି ସେହି ବ୍ୟକ୍ତି ଯିଏ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଜୀବନ ବଞ୍ଚାଇଥିଲେ । ଆସନ୍ତୁ ଜାଣିବା କିଭଳି ଥିଲା ପୂରା ଘଟଣା…
ଏହି ଘଟଣା ହେଉଛି ୨୦୦୮ ମସିହାର । ଯେଉଁ ସମୟରେ ଜୋ ବାଇଡେନ୍ ସିନେଟର ରୂପେ କାମ କରୁଥିଲେ । ଏକଦା ବରଫ ଝଡରୁ ବାଇଡେନଙ୍କ ଜୀବନ ବଞ୍ଚାଇଥିଲେ ଅମାନ ଖଲିଲି । ଆମେରିକା ସେନାରେ ଥିବା ଆଫଗାନ କର୍ମଚାରୀଙ୍କ ମଧ୍ୟରେ ଖଲିଲି ସାମିଲ ଥିବା ବେଳେ ସମସ୍ତଙ୍କୁ ସୁରକ୍ଷିତ ସ୍ଥାନରେ ପହଞ୍ଚାଇବା ଲାଗି ସେ ବହୁ ସାହାର୍ଯ୍ୟ କରିଥିଲେ ।
ସିନେଟର୍ ଥିବା ବେଳେ ବାଇଡେନ୍ ଅନ୍ୟ ଦୁଇ ଜଣ ସାଂସଦଙ୍କ ସହ ଆଫଗାନିସ୍ତାନ ଗ୍ରସ୍ତ କରିଥିଲେ । ହେଲିକାପ୍ଟରରେ ଯାଉଥିବା ବେଳେ ବରଫ ଝଡରେ ଫସିଯାଇଥିଲା ବେଳେ ଏକ ଦୁର୍ଗମ ଅଞ୍ଚଳରେ ସେମାନଙ୍କୁ ଲାଣ୍ଡିଂ କରିବାକୁ ପଡିଥିଲା । ଯେଉଁଠାରେ ତାଙ୍କ ଉପରେ ଆକ୍ରମଣ କରିବାର ଆଶଙ୍କା ଅଧିକ ଥିଲା। ସେହି ସମୟରେ ବାଇଡେନଙ୍କ ସୁରକ୍ଷା ଲାଗି ହୋଇଥିବା ଟିମରେ ଖଲିଲି ମଧ୍ୟ ସାମିଲ ଥିଲେ ।
ବର୍ତ୍ତମାନ ସମୟରେ ଆଫଗାନିସ୍ତାନ ଉପରେ ତାଲିବାନ କବଜା କରିବା ପରେ ଆମେରିକା ନିଜ ସୈନ୍ୟବାହିନୀ ସହ କାମ କରୁଥିବା ଆଫଗାନୀ ମାନଙ୍କୁ ମଧ୍ୟ ସୁରକ୍ଷିତ ଉଦ୍ଧାର କରୁଛି । ସେମାନଙ୍କ ମଧ୍ୟରେ ଖଲିଲି ସାମିଲ। ଏନେଇ ଆମେରିକା ବିଦେଶ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଖଲିଲି ଓ ତାଙ୍କ ପରିବାର ସଡ଼କ ପଥରେ ପ୍ରଥମେ ପାକିସ୍ତାନରେ ପହଞ୍ଚିଥିଲେ । ପରେ ସେମାନଙ୍କୁ ଆମେରିକାର ବିମାନରେ କତାରର ଦୋହାକୁ ଅଣାଯାଇଥିଲା । ଯେଉଁଠି ଭିସା ପାଇଁ ଅପେକ୍ଷାରତ ଥିଲେ ବହୁ ଶରଣାର୍ଥୀ । ଏହା ପୂର୍ବରୁ ଖଲିଲି ନିଜ ପରିବାରକୁ ବଞ୍ଚାଇବା ଲାଗି ବାଇଡେନଙ୍କୁ ଗୁହାର କରିଥିଲେ ।
ବଢ଼ୁଛି ଆତଙ୍କବାଦୀ କାର୍ଯ୍ୟକଳାପ: ୧୮ସ୍ଥାନରେ ଏନ୍ଆଇଏର ଚଢ଼ାଉ
ଜାମ୍ମୁ-କାଶ୍ମୀର: ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା ବେଳେ ଜାମ୍ମୁ-କାଶ୍ମୀର ସମେତ ଦିଲ୍ଲୀ NCR ଓ ଉତ୍ତରପ୍ରଦେଶର ୧୮ଟି ସ୍ଥାନରେ ରେଡ୍ କରିଛି ଏନ୍ଆଇଏ । ଜମ୍ମୁ-କାଶ୍ମୀରର କାକାପୁରସ୍ଥିତ ଓଓ୍ୱେସି ଅହମ୍ମଦ ଦରଙ୍କ ବାସଭବନରେ ଜାତୀୟ ତଦନ୍ତକାରୀ ସଂସ୍ଥା ଚଢ଼ାଉ କରିଛି । ନିକଟରେ କାଶ୍ମୀରରେ ହୋଇଥିବା ଏକାଧିକ ଆତଙ୍କୀ ହମଲାରେ ସମ୍ପୃକ୍ତି ସନ୍ଦେହରେ ଅହମ୍ମଦ ଦରଙ୍କ ଘରେ ଚଢ଼ାଉ କରିଛି NIA । ଲସ୍କର-ଏ-ତୋଏବା, ଜୈଶ-ଏ-ମହମ୍ମଦ, ହିଜବୁଲ ମୁଜାହିଦ୍ଦିନ, ଅଲ ବାର ଆଦି ଆତଙ୍କୀ ସଂଗଠନ ସହ ସମ୍ପୃକ୍ତି ସନ୍ଦେହରେ ସେଣ୍ଟ୍ରାଲ କାଶ୍ମୀରରେ ଏହି ଚଢ଼ାଉ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା ।
ସେପଟେ ନକଲି ବନ୍ଧୁକ ଲାଇସେନ୍ସ ସ୍କାମରେ IAS ଅଫିସର ତଥା ଜାମ୍ମୁ-କାଶ୍ମୀରର ପୂର୍ବତନ ଉପରାଜ୍ୟପାଳଙ୍କ ପରାମର୍ଶଦାତା ବସିର ଅହମ୍ମଦ ଖାନଙ୍କ ଘରେ ଚଢ଼ାଉ କରିଛି CBI । ଶ୍ରୀନଗରର ବୁଲବୁଲ ବାଗସ୍ଥିତ ବସିର ଅହମ୍ମଦ ଖାନଙ୍କ ବାସଭବନରେ ଚଢ଼ାଉ କରାଯାଇଛି । ନକଲି ବନ୍ଧୁକ ଲାଇସେନ୍ସ ସ୍କାମରେ ଖାନଙ୍କ ନାଁ ଆସିବା ପରେ ତାଙ୍କୁ ସମସ୍ତ ଦାୟିତ୍ୱରୁ ହଟାଇଛନ୍ତି ଜାମ୍ମୁ-କାଶ୍ମୀର ସରକାର ।
ଆତଙ୍କବାଦୀ କାର୍ଯ୍ୟକଳାପ ଯୋଗୁଁ ଜମ୍ମୁ-କାଶ୍ମୀର ସମେତ ଦିଲ୍ଲୀର ବିଭିନ୍ନ ସ୍ଥାନରେ NIAର ରେଡ୍
ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା ବେଳେ ଜମ୍ମୁ-କାଶ୍ମୀର ସମେତ ଦିଲ୍ଲୀ NCR ଏବଂ ଉତ୍ତରପ୍ରଦେଶର ୧୮ଟି ସ୍ଥାନରେ ରେଡ୍ କରିଛି ନ୍ୟାସନାଲ୍ ଇନଭେଷ୍ଟିଗେସନ୍ ଏଜେନ୍ସି (NIA)। ଜମ୍ମୁ-କାଶ୍ମୀରର କାକାପୁରସ୍ଥିତ ଓଓ୍ବେସି ଅହମ୍ମଦ ଦରଙ୍କ ବାସଭବନରେ ଜାତୀୟ ତଦନ୍ତକାରୀ ସଂସ୍ଥା ଚଢ଼ାଉ କରିଛି। ଏଥିସହିତ ପରିମପୁରା, ଚଟବାଲ୍, ଚନାପୋରା, ସୋଲିନା ଆଦି ଅଞ୍ଚଳରେ ମଧ୍ୟ ରେଡ୍ କରିଛି ।

ନିକଟରେ କାଶ୍ମୀରରେ ହୋଇଥିବା ଏକାଧିକ ଆତଙ୍କୀ ହମଲାରେ ସମ୍ପୃକ୍ତି ସନ୍ଦେହରେ ଅହମ୍ମଦ ଦରଙ୍କ ଘରେ ଚଢ଼ାଉ କରିଛି NIA । ଲସ୍କର-ଏ-ତୋଏବା, ଜୈଶ-ଏ-ମହମ୍ମଦ, ହିଜବୁଲ ମୁଜାହିଦ୍ଦିନ, ଅଲ ବାର ଆଦି ଆତଙ୍କୀ ସଂଗଠନ ସହ ସମ୍ପୃକ୍ତି ସନ୍ଦେହରେ ସେଣ୍ଟ୍ରାଲ କାଶ୍ମୀରରେ ଏହି ଚଢ଼ାଉ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା ।

ସେପଟେ ନକଲି ବନ୍ଧୁକ ଲାଇସେନ୍ସ ସ୍କାମରେ IAS ଅଫିସର ତଥା ଜାମ୍ମୁ-କାଶ୍ମୀରର ପୂର୍ବତନ ଉପରାଜ୍ୟପାଳଙ୍କ ପରାମର୍ଶଦାତା ବସିର ଅହମ୍ମଦ ଖାନଙ୍କ ଘରେ ଚଢ଼ାଉ କରିଛି CBI । ଶ୍ରୀନଗରର ବୁଲବୁଲ ବାଗସ୍ଥିତ ବସିର ଅହମ୍ମଦ ଖାନଙ୍କ ବାସଭବନରେ ଚଢ଼ାଉ କରାଯାଇଛି । ନକଲି ବନ୍ଧୁକ ଲାଇସେନ୍ସ ସ୍କାମରେ ଖାନଙ୍କ ନାଁ ଆସିବା ପରେ ତାଙ୍କୁ ସମସ୍ତ ଦାୟିତ୍ବରୁ ହଟାଇଛନ୍ତି ଜାମ୍ମୁ-କାଶ୍ମୀର ସରକାର ।

