ପଞ୍ଚାୟତ ନିର୍ବାଚନ ପାଇଁ ଖର୍ଚ୍ଚ ସୀମା ବଢ଼ିଲା: ଏଣିକି ୫ଲକ୍ଷ ଟଙ୍କା ଯାଏଁ ଖର୍ଚ୍ଚ କରିପାରିବେ ଜିଲ୍ଲା ପରିଷଦ ପ୍ରାର୍ଥୀ

1 min read

ଭୁବନେଶ୍ୱର: ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବଢ଼ିଲା ଖର୍ଚ୍ଚ ସୀମା । ଜିଲ୍ଲା ପରିଷଦ ସଭ୍ୟଙ୍କ ଖର୍ଚ୍ଚ ସୀମା ୫ ଲକ୍ଷ ଟଙ୍କାକୁ ବୃଦ୍ଧି ହୋଇଥିବା ବେଳେ ପଞ୍ଚାୟତ ସମିତି ସଭ୍ୟ ଓ ସରପଞ୍ଚ ୨ ଲକ୍ଷ ଟଙ୍କା ଲେଖାଏଁ ଖର୍ଚ୍ଚ କରିପାରିବେ । ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । ତେବେ ସର୍ତ୍ତ ଗୁଡ଼ିକ ବଳବତ୍ତର ରହିବ ବୋଲି ଉଲ୍ଲେଖ ରହିଛି ।

ସୂଚନା ଯୋଗ୍ୟ ଯେ,୨୦୧୭ ମସିହାରେ ସରପଞ୍ଚ ଓ ସମିତ ସଭ୍ୟଙ୍କ ପାଇଁ ଖର୍ଚ୍ଚ ସୀମା ୮୦ ହଜାର ଥିବା ବେଳେ, ଜିଲ୍ଲା ପରିଷଦ ସଭ୍ୟଙ୍କ ପାଇଁ ୨ ଲକ୍ଷ ପର୍ଯ୍ୟନ୍ତ ଖର୍ଚ୍ଚ ସୀମା ଥିଲା । ଏଥର ମଧ୍ୟ ଏହି ଖର୍ଚ୍ଚ ସୀମା ବୃଦ୍ଧି ହୋଇନଥିବାରୁ ରାଜନୈତିକ ଦଳମାନେ ଏହାକୁ ବଢାଇବାକୁ ଦାବି କରିଥିଲେ । ସରପଞ୍ଚ ଓ ସମିତି ସଭ୍ୟଙ୍କ ପାଇଁ ଦେଢ ଲକ୍ଷ ଓ ଜିଲ୍ଲା ପରିଷଦ ସଭ୍ୟଙ୍କ ପାଇଁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ସୀମା ବଢାଯାଉ ବୋଲି ରାଜନୈତିକ ଦଳମାନେ ନିର୍ବାଚନ କମିଶନଙ୍କ ନିକଟରେ ଦାବି ରଖିଥିଲେ ।

ସେହିପରି ଭୋଟ ଗ୍ରହଣ ଅବଧି ସକାଳ ୭ ଟାରୁ ଦିନ ୧୨ ଟା ବଦଳରେ ୭ ଟାରୁ ଅପରାହ୍ନ ୨ ଟା ପର୍ଯ୍ୟନ୍ତ କରିବାକୁ ବୈଠକରେ ବିଭିନ୍ନ ଦଳ ଦାବି କରିଛନ୍ତି । ଅନ୍ୟପକ୍ଷରେ  ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତିକୁ ଜୋରଦାର କରିଛନ୍ତି ରାଜ୍ୟ ନିର୍ବାଚନ କମିଶନର ।

 

Leave a Reply