ପାଗରେ ପରିବର୍ତ୍ତନ କାରଣରୁ ରାତ୍ରିର ତାପମାତ୍ରାରେ ବୃଦ୍ଧି, ୧୮ ତାରିଖ ପର୍ଯ୍ୟନ୍ତ ହେବନାହିଁ ଶୀତ

ଭୁବନେଶ୍ୱର: ସାରା ରାଜ୍ୟରେ ଲାଗି ରହିଛି କୋହଲା ପାଗ। ଆଜି ବି ଉପକୂଳ ଓଡ଼ିଶା ତଥା କିଛି ଆଭ୍ୟନ୍ତରୀଣ ଜିଲ୍ଲାରେ  କୋହଲା ପାଗ ଲାଗିରହିବ। ପାଗରେ ପରିବର୍ତ୍ତନ କାରଣରୁ ବାୟୁମଣ୍ଡଳରେ ଅହେତୁକ ଜଳୀୟବାଷ୍ପ ର ପରିମାଣରେ ବୃଦ୍ଧି ପାଇଛି। ବିଭିନ୍ନ ସ୍ଥାନରେ ପାଗ ମେଘୁଆ ରହିଥିବାବେଳେ କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେଉଛି। ଆଣ୍ଡାମାନରେ ସୃଷ୍ଟି ହୋଇଥିବା ଲଘୁଚାପ ଆସନ୍ତାକାଲି ଅବପାତରେ ପରିଣତ ହେବ, ଏହାପରେ ଧିରେ ଧିରେ ଦୁର୍ବଳ ହେବାର ସମ୍ଭାବନା ରହିଛି। ଏହା ଦକ୍ଷିଣ ଆନ୍ଧ୍ରପ୍ରଦେଶ ଏବଂ ଉତ୍ତର ତାମିଲନାଡ଼ୁ ଦେଇ ସ୍ଥଳଭାଗ ଆଡ଼କୁ ଆସନ୍ତା ୧୮ ତାରିଖ ବେଳକୁ ଅତିକ୍ରମ କରିବା ନେଇ ସମ୍ଭାବନା ରହିଛି। ହେଲେ ଏହାର ପ୍ରଭାବ ଓଡ଼ିଶା ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ।

ଆସନ୍ତାକାଲିଠୁ ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଇଥିଲା, ହେଲେ ଏବେ ମଧ୍ୟମରୁ ସାମାନ୍ୟ ଧରଣର ବର୍ଷା ହେବ ବୋଲି ପାଣିପାଗକେନ୍ଦ୍ର ପୂର୍ବାନୁମାନ କରିଛି। ଏହି କାରଣରୁ ଉକୂଳବର୍ତ୍ତି ଅଞ୍ଚଳ ଗୁଡ଼ିଗରେ ପାଗ କୋହଲା ରହିବ ଏବଂ ପବନର ବେଗ ମଧ୍ୟ ୨୦ରୁ ୩୦ କମି ପ୍ରତିଘଣ୍ଟାରେ ବହିବ। ସେହିପରି ଦକ୍ଷିଣ ଓଡ଼ିଶାରେ ସାମାନ୍ୟ ଠାରୁ ମଧ୍ୟମ ଧରଣର ଘଡ଼ଘଡ଼ି ବିଜୁଳି ସହ ବର୍ଷା ହେବାର ସମ୍ଭାବନା ରହିଛି। ଦକ୍ଷିଣ ଓଡ଼ିଶା ପାଇଁ ଯେଉଁ ୟେଲୋ ଆର୍ଲଟ ଜାରି କରାଯାଇଥିଲା ତାହାକୁ ଏବେ ପ୍ରତ୍ୟାହାର କରିନିଆଯାଇଛି।

ବିଶେଷ କରି ସମୁଦ୍ର ଅଞ୍ଚଳରେ ପବନର ବେଗ ୫୦ରୁ ୬୦ ଏବଂ ଝଟକା ପବନ ୬୫ କମି ରହିବ ବୋଲି ପାରିପାଗ ବିଭାଗ ସୂଚନା ଦେଇଛି। ସେଥିପାଇଁ ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ମର୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ମଧ୍ୟକୁ ଜିବାକୁ ବାରଣ କରାଯାଇଛି। ସେପଟେ ଯଦି ଦେଖିବା ରାଜ୍ୟରେ ରାତିର ତାପମାତ୍ରା ବୃଦ୍ଧି ହୋଇଛି। ପାଗରେ ପରିବର୍ତ୍ତନ କାରଣରୁ ବାୟୁମଣ୍ଡଳରେ ଅହେତୁକ ଜଳୀୟବାଷ୍ପ ର ପରିମାଣରେ ବୃଦ୍ଧି ପାଇଛି। ସ୍ୱାଭାବିକ ଠାରୁ ୨ର ୫ ଡିଗ୍ରି ପର୍ଯ୍ୟନ୍ତ ରାତ୍ରିରେ ତାପମାତ୍ରା ବୃଦ୍ଧି ପାଇଛି । ତେବେ ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ରାତିରେ ଶୀତ ପଡ଼ିବନାହିଁ ବୋଲି ସୂଚନା ମିଳିଛି। ଓଡ଼ିଶା ଉପରେ ବର୍ଷାର ପ୍ରଭାବ ଅଧିକ ରହିନଥିଲେ ମଧ୍ୟ ବର୍ଷା ପରବର୍ତ୍ତୀ କୋହଲା ପାଗ ପାଇଁ ବ୍ୟାପକ ଫସଲ ନଷ୍ଟ ହେବାର ସମ୍ଭାବନା ରହିଛି। ପାଣି ଛାଡିବା ଏବଂ ପାଗ କୋହଲା ରହିବା ଦ୍ୱାରା ଧାନ ଏବଂ ପନିପରିବାରେ ପୋକ ଲାଗିବ। ଏହାକୁ ଦୃଷ୍ଟିରେ ରଖି ପ୍ରତିକାର ବ୍ୟବସ୍ଥା କରିବାକୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର କହିଛି।

Leave a Reply