ଆସନ୍ତା ଶୀତ ଅଧିବେଶନରେ ଆସିବ କ୍ରିପ୍ଟୋ କରେନ୍ସିଂ ବିଲ୍: ଶେଷ ହୋଇଛି ସମସ୍ତ ପ୍ରକ୍ରିୟା

ନୂଆଦିଲ୍ଲୀ: ୨୯ ନଭେମ୍ବରରୁ ଆରମ୍ଭ ହେବାକୁ ଥିବା ସଂସଦର ଶୀତ ଅଧିବେଶନରେ ଆସିବ କ୍ରିପ୍ଟୋ କରେନ୍ସିଂ ବିଲ୍ । ଏଥି ପାଇଁ ସମସ୍ତ ପ୍ରକ୍ରିୟା ଶେଷ ହୋଇଛି । ଆରବିଆଇ ଦ୍ୱାରା ଜାରି ହେବାକୁ ଥିବା ଅଫିସିଆଲ ଡିଜିଟାଲ ମୁଦ୍ରା ପାଇଁ କ୍ରିପ୍ଟୋ କରେନସିଂ ବିଧେୟକ ଆସିବ । ତେବେ ଘରୋଇ କ୍ରିପ୍ଟୋ କରେନ୍ସିଂର ବ୍ୟବହାର ଭାରତରେ ବ୍ୟାନ ରହିବ ।

ତେବେ ଟେକ୍ନଲୋଜିର ବ୍ୟବହାର ପାଇଁ କିଛି କ୍ଷେତ୍ରରେ ଏହାର ବ୍ୟବହାର ପାଇଁ ଅନୁମତି ମିଳିପାରେ । ଏହାପୂର୍ବରୁ କ୍ରିପ୍ଟୋ କରେନ୍ସିଂ ଭୁଲ ଲୋକଙ୍କ ହାତରେ ନଦେବାକୁ ଆହ୍ୱାନ ଦେଇଥିଲେ ପ୍ରଧାନମନ୍ତ୍ରୀ ମୋଦି । ନଚେତ ଯୁବବର୍ଗଙ୍କ ଭବିଷ୍ୟତ ବରବାଦ ହେବାର ଆଶଙ୍କା ଥିବା ସେ ଚେତାଇ ଦେଇଥିଲେ । ସଂସଦର ଶୀତ ଅଧିବେଶନରେ ମୋଟ ୨୬ଟି ବିଲ ଆସିବାକୁ ଥିବା ବେଳେ, ୩ କଳା କୃଷି ଆଇନ ଉଚ୍ଛେଦ ବିଲ ମୁଖ୍ୟ ପ୍ରସଙ୍ଗ ରହିବ ।

ବିଶ୍ୱ ଗଣତାନ୍ତ୍ରିକ ରାଷ୍ଟ୍ରଗୁଡିକ କ୍ରିପ୍ଟୋ କରେନ୍ସି ଉପରେ ମିଳିତ ଭାବରେ କାର୍ଯ୍ୟ କରିବାକୁ କହିଛନ୍ତି ମୋଦି । ମୋଦି କହିଛନ୍ତି କି ଏହା ଭୁଲ ହାତରେ ଯେପରିର ନପଡ଼େ ସେଥିପ୍ରତି ଧ୍ୟାନ ଦେବାକୁ କହିଛନ୍ତି ମୋଦି । ତେବେ ଭାରତରେ କ୍ରିପ୍ଟୋ କରେନ୍ସି ପାଇଁ ଏକ ନୂଆ ନିୟମ ଉପରେ ଭାରତ କାର୍ଯ୍ୟ କରୁଛି ବୋଲି ମଧ୍ୟ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଭାରତରେ କିପରି କ୍ରିପ୍ଟୋ କରେନ୍ସି କିପରି ଆଗକୁ ବଢ଼ିବ ସେନେଇ ଆଲୋଚନା ହେବାର କିଛି ଦିନ ପରେ ପ୍ରଧାନମନ୍ତ୍ରୀ ମୋଦି ଅବ୍ୟବହୃତ କ୍ରିପ୍ଟୋ କରେନ୍ସି ବଜାରରେ ଅର୍ଥ ହେରଫେର ତଥା ଆତଙ୍କବାଦୀଙ୍କ ପାଇଁ ଆର୍ଥିକ ସହାୟତା ପାଲଟିଛି ।

ଏଥିସହିତ ପଢ଼ନ୍ତୁ: କ୍ରିପ୍ଟୋ କରେନ୍ସି ଭୁଲ ହାତକୁ ଗଲେ ଯୁବପିଢ଼ୀ ବର୍ବାଦ ହୋଇଯିବେ; ପ୍ରଧାନମନ୍ତ୍ରୀ

Leave a Reply