କାନପୁର ଟେଷ୍ଟ ପୂର୍ବରୁ ବିବାଦରେ ବିସିସିଆଇ; ଡାଏଟ ଚାର୍ଟକୁ ନେଇ ବିସିସିଆଇ ଉପରେ ବର୍ଷିଲେ ଫ୍ୟାନ

2 min read

କାନପୁର: ଆସନ୍ତା ନଭେମ୍ବର ୨୫ରୁ କାନପୁରରେ ଆରମ୍ଭ ହେବ ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟ । ତେବେ ଏହି ଟେଷ୍ଟ ପୂର୍ବରୁ ବିବାଦ ଘେରକୁ ଆସିଛି ବିସିସିଆଇ । କାନପୁର ଟେଷ୍ଟ ପୂର୍ବରୁ ବିସିସିଆଇ ଭାରତୀୟ ଖେଳାଳିଙ୍କ ପାଇଁ ଏକ ଡାଏଟ ଚାର୍ଟ ପ୍ରସ୍ତୁତ କରିଛି । ତେବେ ଏହି ଡାଏଟ ଚାର୍ଟରେ ହଲାଲ ମାଂସ ଦେଖିବା ପରେ ପ୍ରଶଂସକଙ୍କ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏହି ଘଟଣା ପରେ ଆଜି ସକାଳୁ ଟୁଇଟରରେ “BCCI Promotes Halal” ଟ୍ରେଣ୍ଡ କରିଥିଲା ।

ନଭେମ୍ବର ୨୫ରୁ ଆରମ୍ଭ ହେବାକୁ ଥିବା କାନପୁର ଟେଷ୍ଟ ପାଇଁ ବିସିସିଆଇ ଟିମ୍ ଇଣ୍ଡିଆର ଖେଳାଳି ଖାଇବା ପାଇଁ ମେନ୍ୟୁ ଜାରି କରିଛି । ଏହି ମେନ୍ୟୁ ଅନୁସାରେ ଖେଳାଳିଙ୍କ ବ୍ରେକ ଫାଷ୍ଟ, ଲଞ୍ଚ, ଟି ଓ ଡିନର ସାମିଲ ରହିଛି । ତେବେ ଏହି ମେନ୍ୟୁରେ ମାଂସାହାରୀଙ୍କ ପାଇଁ ହଲାଲ ମାଂସ ସାମିଲ କରାଯାଇଛି । ରିପୋର୍ଟ ଅନୁଯାୟୀ କାନପୁର ଟେଷ୍ଟ ପୂର୍ବରୁ ବିସିସିଆଇ ଖେଳାଳିଙ୍କ ପାଇଁ ହଲାଲ ମାଂସ ବାଧ୍ୟତାମୂଳକ କରିଛି । ତେବେ ବିସିସିଆଇ କରିଥିବା ଏହି ଡାଏଟ ଚାର୍ଟକୁ ସମସ୍ତ ଖେଳାଳି ମାନିବାକୁ ବାଧ୍ୟ । ବିସିସିଆଇ ଦ୍ବାରା ଜାରି ହୋଇଥିବା ଡାଏଟ ଚାର୍ଟକୁ ଦେଖିବା ପରେ ପ୍ରଶଂସକ ବିସିସିଆଇ ଉପରେ ବର୍ଷିଛନ୍ତି । କାହିଁକି ନା ଏହି ଡାଏଟ ଚାର୍ଟରେ ରହିଛି ହଲାଲ ମାଂସ । ଅନ୍ୟପକ୍ଷରେ ଏହି ଡାଏଟ ଚାର୍ଟରେ ହଲାଲ ମାଂସ ଥିବା ଜାଣିବା ପରେ ସୋସିଆଲ ମିଡିଆରେ ଆରମ୍ଭ ହୋଇଯାଇଥିଲା ହଙ୍ଗାମା । ଏହି ମାମଲାରେ ଭାରତୀୟ କ୍ରିକେଟ ପ୍ରଶଂସକ ବିସିସିଆଇର ଏପରି କାର୍ଯ୍ୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି । କିଛି ପ୍ରଶଂସକ କହିଛନ୍ତି କି ଭାରତୀୟ ଦଳରେ ଅଧିକାଂଶ ଖେଳାଳି ହିନ୍ଦୁ । ତେଣୁ ତାଙ୍କ ଧର୍ମ ଅନୁସାରେ ହଲାଲ ମାଂସ ଖାଇବା ଅନୁଚିତ । ତେବେ ବିସିସିଆଇ କାହିଁକି ଖେଳାଳିମାନଙ୍କୁ ତାଙ୍କ ଧର୍ମ ବିପକ୍ଷରେ ଯାଇ ହଲାଲ ମାଂସ ଖାଇବାକୁ ବାଧ୍ୟ କରୁଛନ୍ତି ବୋଲି ବିସିସିଆଇକୁ ପ୍ରଶ୍ନ କରିଛନ୍ତି ।

ତେବେ ବିସିସିଆଇର ଏପରି କାର୍ଯ୍ୟକୁ ମଧ୍ୟ ରାଜନୈତିକ ମହଲରେ ନିନ୍ଦା କରାଯାଇଛି । ଭାରତୀୟ ଜନତା ପାର୍ଟି ବିସିସିଆଇର ଏପରି ପଦକ୍ଷେପ ଉପରେ ପ୍ରଶ୍ନ ଉଠାଇଛି । ବିଜେପି ମୁଖପାତ୍ର ଗୌରବ ଗେୟଲ ଟୁଇଟ କରି ବିସିସିଆଇକୁ ହଲାଲ ପ୍ରୋମୋଟ ନ କରିବା ପାଇଁ କହିଛନ୍ତି । ବିସିସିଆଇକୁ ମନେ ରଖିବାକୁ ପଡ଼ିବ ଯେ ଏହି ବୋର୍ଡ ଭାରତରେ ତିଆରି ହୋଇଛି ପାକିସ୍ତାନରେ ହୋଇନାହିଁ ବୋଲି ଆଉ ଏକ ଟୁଇଟ କରି କହିଛନ୍ତି ଗୌରବ ଗୋଏଲ ।

Leave a Reply