ଆଜିଠୁ ସଂସଦର ଶୀତ ଅଧିବେଶନ, କୃଷି ଆଇନ ପ୍ରତ୍ୟାହାର କରିବ ତ କେନ୍ଦ୍ର ?

ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହେବ ସଂସଦର ଶୀତ ଅଧିବେଶନ । କରୋନା କଟକଣା ଭିତରେ ଚାଲିବ ଗୃହକାର୍ଯ୍ୟ । ଡିସେମ୍ବର ୨୩ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଅଧିବେଶନରେ ରହିଛି ୨୦ଟି କାର୍ଯ୍ୟ ଦିବସ । ସରଗରମ ହେବ ଶୀତ ଅଧିବେଶନ । ଦରବୃଦ୍ଧି, ପେଗାସସ୍ ସହ ଚାଷୀ ଆନ୍ଦୋଳନ ବେଳେ ମୃତ ଚାଷୀଙ୍କ ପରିବାରକୁ କ୍ଷତି ପୂରଣ ଦାବି ଉଠାଇବେ ବିରୋଧୀ ।

ସୀମାରେ ଚୀନର ହରକତକୁ ନେଇ ମଧ୍ୟ ବିରୋଧୀ ସରକାରଙ୍କୁ ଘେରିବେ । ସରକାର ମଧ୍ୟ ବିରୋଧୀଙ୍କୁ ଜବାବ୍ ଦେବାକୁ ପ୍ରସ୍ତୁତ ହୋଇଛନ୍ତି । ଆଜି ପ୍ରଥମ ଦିନରେ ତିନି କୃଷି ଆଇନ୍ ପ୍ରତ୍ୟାହାର ବିଲ୍ ଉପସ୍ଥାପନା କରିବେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର । ଏହା ଉପରେ ଆଲୋଚନା ପରେ ବିଲ୍ ପାସ ହୋଇ ରାଜ୍ୟସଭା ଯିବ ।

ଏଥି ପାଇଁ ଶାସକ ବିଜେପି ନିଜ ଦଳର ସାଂସଦମାନଙ୍କ ପାଇଁ ହ୍ବିପ୍ ଜାରି କରିଛି । ଚଳିତ ଅଧିବେଶନରେ ଅନେକ ଗୁରୁତ୍ବପୂର୍ଣ୍ଣ ବିଲ୍ ପାରିତ କରାଇବା ଲକ୍ଷ୍ୟରେ ଅଛନ୍ତି କେନ୍ଦ୍ର ସରକାର । କୃଷି ଆଇନ୍ ପ୍ରତ୍ୟାହାର କରିବା ବିଲ ମଧ୍ୟ ଗୃହରେ ପାରିତ କରିବେ  । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  । ତେବେ ବିରୋଧୀଙ୍କ ଆଭିମୁଖ୍ୟ ଉପରେ ରହିବ ନଜର ।

Leave a Reply