ଗୋଟିଏ ବିବାହ ଫଟୋ ନବ ଦମ୍ପତିଙ୍କୁ ରାତାରାତି କରିଦେଲା ସେଲିବ୍ରେଟି

ହୁଗୁଳି: ବିବାହ । ଏମିତି ଏକ ରୀତି ଯାହା ପ୍ରତ୍ୟେକ ମଣିଷଙ୍କ ଜୀବନକୁ ଏକ ନୂଆ ଦିଗ ଦେଇଥାଏ । ପୁରୋହିତଙ୍କ ମନ୍ତ୍ର ଉଚ୍ଚାରଣ ସହ ସୁସଜ୍ଜିତ ମଣ୍ଡପରେ ମଙ୍ଗଳସୂତ୍ର ବନ୍ଧାଯିବା ପରେ ଚିରଦିନ ପାଇଁ ଏକାଠି ହୋଇଯାଇଥାନ୍ତି ଦୁଇ ମନ । ସମସ୍ତଙ୍କ ମନରେ ଗୋଟିଏ ଆଶା ଥାଏ ସେମାନଙ୍କ ବିବାହ ଉତ୍ସବକୁ ସ୍ପେଶାଲ ବନାଇବାକୁ । ଏଥିପାଇଁ ଭେରାଇଟ୍ ଭେରାଇଟ୍ ଷ୍ଟାଇଲ୍ ଆପଣାଇଥାନ୍ତି ।

ଏମିତିରେ ଆପଣ ବହୁତ ବିବାହ ଦେଖିଥିବେ ଓ ଏହା ବିଷୟରେ ଶୁଣିଥିବେ । ସେଲିବ୍ରେଟିଙ୍କ ମେଗା ବିବାହ ଉତ୍ସବ ଟିଭି ହେଉ କି ସୋସିଆଲ ମିଡ଼ିଆରେ ହେଉ ଦେଖିଥିବେ । ହେଲେ କେହି ନିଜ ବିବାହକୁ ନେଇ ରାତାରାତି ସେଲିବ୍ରେଟି ବନିଯିବା ଦେଖିଛନ୍ତି କି ?

ପଶ୍ଚିମବଙ୍ଗର ଏମିତି ଏକ ନବ ଦମ୍ପତି ନିଜ ବିବହାକୁ ନେଇ ସେଲିବ୍ରିଟି ହୋଇଯାଇଛନ୍ତି । ଆଉ ସେମାନଙ୍କୁ ସେଲିବ୍ରିଟି ବନାଇ ଦେଇଛନ୍ତି ବିବାହ ଉତ୍ସବକୁ ସମ୍ପାଦନ କରିଥିବା ପୁରୋହିତ । ସୋସିଆଲ ମିଡ଼ିଆରେ ବାହାବେଦୀର ଗୋଟିଏ ଫଟୋ ବହୁତ ଭାଇରାଲ ହେବାରେ ଲାଗିଛି । ଯାହା ସେମାନଙ୍କୁ ସେଲିବ୍ରିଟି ବନାଇ ଦେଇଛି ।

ଏବେ ଭାବୁଥିବେ ବିବାହ ବେଦୀରେ ତ ପୁରୋହିତ ନିହାତି ରହିବେ, ଏଥିରେ ଭାଇରାଲ ହେବା ଭଳି କ’ଣ ରହିଲା । ଆଜ୍ଞା ଏହା ଏମିତି ସେମିତି ବିବାହ ନୁହେଁ । ଏହି ବିବାହ ସମ୍ପନ୍ନ କରିଥିବା ପୁରୋହିତ ଜଣଙ୍କ ପୁରୁଷ ନୁହଁନ୍ତି, ଜଣେ ମହିଳା । ଆଜ୍ଞା ଠିକ୍ ପଢ଼ିଲେ, ପୁରୁଷ ପୁରୋହିତ ନୁହଁନ୍ତି, ମହିଳା ପୁରୋହିତଙ୍କ ମନ୍ତ୍ର ଉଚ୍ଚାରଣ ସହ ସମ୍ପନ୍ନ ହୋଇଛି ଏହି ବିବାହ ।

ହୁଗୁଳି ଅଞ୍ଚଳର ଉତ୍ସବ ଏବଂ ସାକ୍ଷୀଙ୍କ ବିବାହ ସମ୍ପନ୍ନ କରିଛନ୍ତି ଏହି ମହିଳା ପୁରୋହିତ । ସପ୍ଟଓ୍ବେର ଇଂଜିନିୟର ଉତ୍ସବ ଏବଂ ସାକ୍ଷୀ ପାରମ୍ପରିକ ବଙ୍ଗାଳି ବିବାହାରୁ କିଛି ଅଲଗା କରିବାକୁ ଚିନ୍ତା କରିଥିଲେ । ଏହାପରେ ସେମାନେ ମହିଳା ପଣ୍ଡିତ ଅନୀତା ମୁଖୋପାଧ୍ୟାୟଙ୍କ ସହ ଯୋଗାଯୋଗ କରିଥିଲେ । ବିବାହ ସମ୍ପନ୍ନ କରିବାକୁ ଅନୀତା ରାଜି ହୋଇଯାଇଥିଲେ ।

ଦିଲ୍ଲୀରେ ଚାକିରି କରିବା ସମୟରେ ଉତ୍ସବ ଓ ସାକ୍ଷୀଙ୍କର ଭେଟ ହୋଇଥିଲା । ପ୍ରଥମେ ବନ୍ଧୁତ୍ବରୁ ଆରମ୍ଭ ହୋଇଥିବା ସମ୍ପର୍କ କେତେବେଳେ ପ୍ରେମକୁ ପରିବର୍ତ୍ତନ ହୋଇଗଲା ଜଣାପଡ଼ିନଥିଲା । ଶେଷରେ ଉଭୟ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ ।

Leave a Reply