spot_img
Home Blog Page 4942

ଅମଳ ବେଳେ ଚକଡ଼ା ଚଡ଼କ, ନଷ୍ଟ ହୋଇଗଲା ଏକର ଏକର ଧାନ ଫସଲ

ପିପିଲି: ପାଚିଲା ଧାନରେ ଚକଡ଼ା ପୋକ । ହଳଦିଆ ପଡ଼ି ଯାଉଛି ଅମଳ ଯୋଗ୍ୟ ଧାନ ଗଛ । ହେକ୍ଟର ହେକ୍ଟର ଏକର ଫସଲ ନଷ୍ଟ । ଧାନ ପାଚିବା ଆରମ୍ଭ ହେଲାଣି । ଆଉ ଦିନ କେଇଟା ପରେ ଅମଳ ହୋଇଥାନ୍ତା । କ୍ଷେତରେ ସୁନାର ଫସଲକୁ ଦେଖି ଉତ୍ସାହିତ ଥିଲେ ଚାଷୀ । ହେଲେ ଧାନ ପାଚିବା ସମୟରେ ଦାଉ ସାଜୁଛି ଚକଡ଼ା ପୋକ । ପୁରୀ ଜିଲ୍ଲା ପିପିଲି ବ୍ଲକର ପ୍ରାୟ ୪ଟି ପଞ୍ଚାୟତରେ ଚକଡ଼ା ପୋକ ଯୋଗୁଁ ଧାନ ଗଛ ହଳଦିଆ ପଡ଼ିଯିବା ସହ ଶୁଖି ନଷ୍ଟ ହେଇଯାଉଛି ।

Acres Of Paddy Crop Destroyed By Worms

ଫଳରେ ଏକରରେ ୩୦ ବସ୍ତା ଧାନ ଅମଳ ଆଶା ରଖିଥିବା ଚାଷୀ ୧୦ ବସ୍ତା ମିଳିବା ନେଇ ଆଶଙ୍କା ପ୍ରକାଶ କରିଛନ୍ତି । ଅମଳ ବେଳେ ଚାଷୀଙ୍କ ମୁଣ୍ଡ ବ୍ୟଥାର କରାଣ ପାଲଟିଛି ଚକଡ଼ା ପୋକ । ମଙ୍ଗଳପୁର, ସମ୍ପୁର, କୁଳଶେଖରପାଟଣା, ଦଣ୍ଡମକୁନ୍ଦପୁର ଆଦି ପଞ୍ଚାୟତରେ ପ୍ରାୟ ୧୦୦ ହେକ୍ଟରରୁ ଅଧିକ ଜମିରେ ଧାନ ଫସଲ ନଷ୍ଟ ହୋଇଛି ।

Acres Of Paddy Crop Destroyed By Worms

ଏନେଇ ଅଭିଯୋଗ ପରେ ଚାଷୀଙ୍କୁ ୫୦ ପ୍ରତିଶତ ସବସିଡରେ ଔଷଧ ଯୋଗାଣ ସହ କ୍ଷୟକ୍ଷତି ଆକଳନ କରାଯାଇ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି କୃଷି ପ୍ରଯୁକ୍ତିବିଦ୍ୟା ପରିଚାଳନା ସଂସ୍ଥାର ଅଧ୍ୟକ୍ଷ । ଧାର କରଜ କରି ଚାଷ କରିଥିବା ଚାଷୀ ଏବେ ଚିନ୍ତାରେ ରହିଥିବା ବେଳେ କ୍ଷତିପୂରଣ ପାଇଁ ଦାବି କରିଛନ୍ତି ।

୫ ଜିଲ୍ଲାରେ ସ୍ମାଟ ସ୍କୁଲର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ନୂଆ ରୂପ ନେଇଛି ଶ୍ରେଣୀ ଗୃହ। ଇ-ଲାଇବ୍ରେରୀ ସାଙ୍ଗକୁ ସ୍କାର୍ଟ କ୍ଲାସର ହୋଇଛି ବ୍ୟବସ୍ଥା। ୫ ଜିଲ୍ଲାର ୧୪୨ଟି ହାଇସ୍କୁଲର ଆଜି ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୫-ଟି ଅଧୀନରେ ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଆଜି ଭିସି ଜରିଆରେ ମୁଖ୍ୟମନ୍ତ୍ରୀ ହାଇସ୍କୁଲର ଉଦଘାଟନ କରିଥିବବେଳେ ଉପସ୍ଥିତ ଥିଲେ 5T ସଚିବ ଭି କେ ପାଣ୍ଡିଆନ।

କଟକ ଜିଲ୍ଲାର ୩୦ଟି ହାଇସ୍କୁଲ ସହ ବାଲେଶ୍ୱର ଜିଲ୍ଲାର ୨୩ଟି, କନ୍ଧମାଳ ଜିଲ୍ଲାର ୧୦ଟି, ନବରଙ୍ଗପୁର ଜିଲ୍ଲାର ୧୨ଟି ଓ ସୁନ୍ଦରଗଡ ଜିଲ୍ଲାର ୬୭ଟି ହାଇସ୍କୁଲ ରୂପାନ୍ତରଣ ହୋଇଛି। ସ୍କୁଲ ପରିସର ସୁନ୍ଦର ହେବା ସହ ସ୍ମାର୍ଟ କ୍ଲାସରୁମରେ ପାଠପଢ଼ା, ଇ-ଲାଇବ୍ରେରି, ବିଜ୍ଞାନାଗାର, ଖେଳପଡ଼ିଆ, ପାନୀୟ ଜଳ ଏବଂ ସ୍ୱଚ୍ଛ ଶୌଚାଳୟ ଆଦି ନିର୍ମାଣ କରାଯାଇଛି । ହାଇସ୍କୁଲର ରୂପାନ୍ତରଣ କାର୍ଯ୍ୟ ପରେ ସରକାରୀ ହାଇସ୍କୂଲରେ ପାଠ ପଢିବା ପାଇଁ ଛାତ୍ରଛାତ୍ରୀଙ୍କ ମନରେ ଆଗ୍ରହ ବୃଦ୍ଧି ପାଇଛି । ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ ।

ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ସ୍କୁଲରେ ତିଆରି ହୁଏ ଦେଶର ଭବିଷ୍ୟତ ଏବଂ ଜାତିର ଭବିଷ୍ୟତ। କଥାରେ ଅଛି, ପିଲାମାନେ ଆମ ଜନସଂଖ୍ୟାର ଏକ ତୃତୀୟାଂଶ ହେଲେବି ସେମାନେ ଆମର ପୁରା ଭବିଷ୍ୟତ। ସ୍କୁଲ ସମୟ ପିଲାମାନଙ୍କ ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମୟ ବୋଲି ମତଦେଇ ସେ କହିଥିଲେ ଯେ ଏ ସମୟରେ ପିଲାମାନଙ୍କୁ ସେମାନଙ୍କର ପ୍ରତିଭାର ବିକାଶ ପାଇଁ ସୁଯୋଗ ସୃଷ୍ଟି କରିବା ଆମର ଦାୟିତ୍ୱ।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ “ମୁଁ ଚାହେଁ ମୋ ରାଜ୍ୟର ପିଲା ସବୁ କ୍ଷେତ୍ରରେ ଆଗୁଆ ହୁଅନ୍ତୁ। ପାଠ ସହ କ୍ରୀଡା, ସଂଗୀତ ସବୁ କ୍ଷେତ୍ରରେ ଓଡିଶାର ଗୌରବ ବଢାନ୍ତୁ। ନୂଆ ନୂଆ ଟେକ୍ନୋଲୋଜି ବିଷୟରେ ଜାଣନ୍ତୁ। ବଡ ବଡ ସ୍ୱପ୍ନ ଦେଖନ୍ତୁ ଓ ଜୀବନର ସବୁ ପରିସ୍ଥିତିକୁ ସାମନା କରିବା ପାଇଁ ଆତ୍ମବିଶ୍ୱାସର ସହ ଆଗକୁ ବଢନ୍ତୁ। ଏହା ହିଁ ହେଉଛି ସ୍କୁଲ ରୂପାନ୍ତରର ଲକ୍ଷ୍ୟ।”

ଏହି କାର୍ଯ୍ୟକ୍ରମରେ ୫ଟି ଜିଲ୍ଲାର ଛାତ୍ରଛାତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ବିଦ୍ୟାଳୟ ରୂପାନ୍ତର ସଂପର୍କରେ ନିଜର ମନ କଥା କହିଥିଲେ। ସୁନ୍ଦରଗଡର ଛ୍ରାତ୍ରୀ ସିରିନ୍‌ କୌସର୍‌, ନବରଙ୍ଗପୁରର ନାଗେଶ୍ୱରୀ ପାଣିଗ୍ରାହୀ, ବାଲେଶ୍ୱରର ଅଭିଲିପ୍‌ସା ଲେଙ୍କା, କନ୍ଧମାଳର ଇତିଶ୍ରୀ କହଁର ଓ କଟକର ଗାୟତ୍ରୀ ସାହୁ ପ୍ରମୁଖ ଛାତ୍ରଛାତ୍ରୀ ଆଲୋଚନାରେ ଭାଗ ନେଇ କହିଥିଲେ ଯେ ସ୍କଲର ପରିବେଶ ଓ ଶିକ୍ଷା ସୁବିଧାର ପରିବର୍ତ୍ତନରେ ସେମାନେ ଖୁସି। ଆଗ ଅପେକ୍ଷା ସ୍କୁଲ ବହୁତ ଭଲ ଲାଗୁଛି ବୋଲି ସେମାନେ କହିଥିଲେ। ମୁଖ୍ୟମନ୍ତ୍ରୀ ସେମାନେ ଭବିଷ୍ୟତରେ କଣ ହେବାକୁ ଚାହାନ୍ତି ବୋଲି ପଚାରିବାରୁ ସେମାନେ ଉତ୍ସାହିତ ହୋଇ ଆଇ.ଏ.ଏସ୍‌ ଅଫିସର,ଅଇ ପି ଏସ ବୈଜ୍ଞାନିକ, ଡାକ୍ତର ଇଞ୍ଜିନିୟର ହେବେ ବୋଲି କହିଥିଲେ।

ଗାଁ ଓ ସହରର ସ୍କୁଲ ମଧ୍ୟରେ ଥିବା ପାର୍ଥକ୍ୟ ଦୂର ଉପରେ ମତଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ, ଏ ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମ ସହର ଓ ଗାଁର ସ୍କୁଲମାନଙ୍କ ଭିତରେ ଥିବା ତଫାତକୁ ଦୂର କରିଛି। ଗାଁର ସ୍କୁଲରେ ଆଜି ସହରର ଭଲ ଭଲ ବେସରକାରୀ ସ୍କୁଲର ପରିବେଶ ସୃଷ୍ଟି ହୋଇଛି। ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ କଥା ହେଲା ସରକାରୀ ସ୍କୁଲରେ ପଢୁଥିବା ପିଲାମାନଙ୍କ ଡାକ୍ତର, ଇଞ୍ଜିନିୟର ହେବାର ସ୍ୱପ୍ନ ଯେପରି ସାକାର ହୋଇପାରିବ, ସେଥିପାଇଁ ରାଜ୍ୟ ସରକାର ତୁମ ମାନଙ୍କ ପାଇଁ ୧୫ ପ୍ରତିଶତ ଆସନ ସଂରକ୍ଷିତ କରିଛନ୍ତି।

ଭୁଶୁଡ଼ିଛି ବିରୋଧୀ ଶିବିର, ବିଜେଡିରେ ଯୋଗଦେଲେ ବିଜେପି ଓ କଂଗ୍ରେସ ନେତା

ଭୁବନେଶ୍ୱର: ସାରା ବିଶ୍ୱରେ ଏକ ନମ୍ବର ହେବ ଓଡ଼ିଶା । ଓଡ଼ିଆ ଜାତିର ସ୍ୱାଭିମାନ ରକ୍ଷା ପାଇଁ କ୍ରମାଗତ ଭାବେ ଚେଷ୍ଟା କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିସହିତ ମହିଳା ସଶକ୍ତିକରଣ ଏକ ଆନ୍ଦୋଳନରେ ପରିଣତ ହୋଇଛି । ଏଥିପାଇଁ ଧିରେ ଧିରେ ବିଜେଡି ସହ ଯୋଡ଼ି ହେଉଛନ୍ତି ବିଭିନ୍ନ ଦଳର ନେତା । ଆଜି ମାଲକାନଗିରି ଜିଲ୍ଲାର ବହୁ ବିଜେପି ଓ କଂଗ୍ରେସ ନେତା ବିଜେଡିରେ ସାମିଲ ହୋଇଛନ୍ତି । ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି ।

 Many BJP & Congress Leader Joins BJD

ଗତ ନିର୍ବାଚନରେ ବିଜେପିରୁ ଲକ୍ଷ୍ମୀପୁର ବିଧାନସଭା କ୍ଷେତ୍ରରୁ ପ୍ରାର୍ଥୀ ହୋଇଥିବା କୁମୁଦ ସାମନ୍ତା ନିଜ ସମର୍ଥକଙ୍କ ସହ ଶଙ୍ଖ ଧରିଛନ୍ତି । ସେ ପୂର୍ବରୁ ମଧ୍ୟ ବିଜେଡିରେ ଥିଲେ । ସେହିଭଳି ମାଲକାନଗିରି ଜିଲ୍ଲା ପରିଷଦ ଉପସଭାପତି ସୁଲତା ମଣ୍ଡଳ, ଲକ୍ଷ୍ମୀପୁର ବ୍ଲକ୍ ଉପାଧ୍ୟକ୍ଷ ପାରା ମୁସ୍କା, ରାଜ କୁମାର କର୍କରା ସମେତ ଶତାଧିକ କଂଗ୍ରେସ ଓ ବିଜେପି ନେତା ବିଜେଡିରେ ସାମିଲ୍ ହୋଇଛନ୍ତି । ବିଜେପିରେ ଉପଯୁକ୍ତ ସମ୍ମାନ ଓ ନ୍ୟାୟ ନମିଳିବାରୁ ଏହି ଅସନ୍ତୁଷ୍ଟ ନେତାମାନେ ବିଜେଡି ସହ ସାମିଲ ହୋଇଛନ୍ତି ।

ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ରାହାଣେ ହୋଇପାରନ୍ତି ଅଧିନାୟକ

ଭୁବନେଶ୍ୱର: ନ୍ୟୁଜିଲାଣ୍ଡ ଏବଂ ଭାରତ ମଧ୍ୟରେ ଟି-୨୦ ଦଲ ଘୋଷଣା ହୋଇସାରିଛି। କିନ୍ତୁ  ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚ୍ ସିରିଜ୍ ପାଇଁ ଦଳ ଖୁବ ଶୀଘ୍ର ଘୋଷଣା କରାଯାଇପାରେ। ଏହାରି ଭିତରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରୋହିତ ନୁହେଁ ପ୍ରଥମ ଟେଷ୍ଟ ମ୍ୟାଚରେ ଅଜିଙ୍କ୍ୟ ରାହାଣେ ଭାରତୀୟ ଦଳର ଅଧିନାୟକ ହୋଇପାରନ୍ତି। ଯେଉଁଠାରେ ବିରାଟ କୋହଲି ଦ୍ୱିତୀୟ ମ୍ୟାଚ୍‌ରେ ଫେରିପାରନ୍ତି।

ସୂଚନା ଅନୁଯାୟି ଟି -୨୦ ସିରିଜରେ ଭାରତୀୟ ଦଳର ନବ ଅଧିନାୟକ ଥିବା ରୋହିତ ଶର୍ମା ଏହି ଟେଷ୍ଟ ସିରିଜରେ ବିଶ୍ରାମ ନେଇଛନ୍ତି। ଏହା ସିଲେକ୍ସନ କମିଟି ବୈଠକ କୁହାଯାଇଛି। ତେବେ ଟି୨୦ ବିଶ୍ୱକପ୍‌ ପରେ ନ୍ୟୁଜିଲାଣ୍ଡର ଦଳ ଭାରତରେ ପହଞ୍ଚିବ। ଭାରତରେ ଉଭୟଙ୍କ ମଧ୍ୟରେ ୩ଟି ଟି୨୦ ଏବଂ ଦୁଇଟି ୨ ଟେଷ୍ଟ ଖେଳାଯିବ।

ଟି-୨୦ ଫର୍ମାଟର ଅଧିନାୟକତ୍ୱ ଛାଡିଥିବା ବିରାଟ କୋହଲି ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜର ଅଂଶ ହେବେ ନାହିଁ। ପ୍ରଥମ ଟେଷ୍ଟ ପର୍ଯ୍ୟନ୍ତ ବିସିସିଆଇ ରୋହିତଙ୍କୁ ଟିମ୍‌ରୁ ବାଦ ରଖିଛି। ଏଭଳି ପରିସ୍ଥିତିରେ ବିରାଟ କୋହଲି ଦ୍ୱିତୀୟ ଟେଷ୍ଟରେ ଟିମ୍ ଇଣ୍ଡିଆରେ ଯୋଗଦେବେ।

ବିଲେଇକୁ ପିନ୍ଧାଇଲେ ଡ୍ରେସ୍‌ ଏବଂ ମୁଣ୍ଡରେ ଲଗାଇଲେ କଳା ରଙ୍ଗର ଚୁଟି, ଫଟୋ ହେଲା ଭାଇରାଲ

ନୂଆଦିଲ୍ଲୀ: ଯଦି ଆପଣ ଏକ ବିଲେଇ ପ୍ରେମୀ ତେବେ ଆପଣ ନିଶ୍ଚିତ ଭାବରେ ଏହି ବିଲେଇ ବିଷୟରେ ଜାଣିଥିବେ। ବାସ୍ତବରେ, ଏହା ଏକ ସ୍ପିନିକ୍ସ ପ୍ରଜାତିର ବିଲେଇ। ଏହି ପ୍ରଜାତିର ବିଲେଇମାନଙ୍କର ଶରୀରର ଲୋମ ନଥାଏ ଏବଂ ସେମାନଙ୍କର ଚର୍ମ ମଧ୍ୟ ଜାକିଜାକି ହୋଇଥାଏ।

ମାନଙ୍କୁ ବହୁତ ସୁନ୍ଦର, କିଛି ଭୟଭୀତ ମନେ କରନ୍ତି ! ଏମିତି ଏକ ସ୍ପିନିକ୍ସ କ୍ୟାଟ୍ ର ଫଟୋ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି। ଏହା ଦେଖି କିଛି ବ୍ୟବହାରକାରୀ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି ଯେ ଏହା ଏକ ବିଲେଇ ନା ଆଉକିଛି। କାରଣ ଫଟୋ ଭାଇରାଲ ହେଉଥିବା ବିଲେଇର ମୁଣ୍ଡରେ କଳା ଚୁଟି ମଥାରେ ଟିକିଲି ଏବଂ ଡ୍ରେସ୍‌ ମଧ୍ୟ ପିନ୍ଧିଛି।

ଫଟୋଗୁଡ଼ିକ ଟ୍ୱିଟର ବ୍ୟବହାରକାରୀ @Ruby_Stevens ଦ୍ୱାରା ସେୟାର କରାଯାଇଥିଲା। ସେ କ୍ୟାପସନରେ ଲେଖିଛନ୍ତି, ‘କେହି ତାଙ୍କ ସ୍ପିନିକ୍ସ ବିଲେଇକୁ ଡ୍ରେସ୍‌ ଏବଂ ଚୁଟି ପିନ୍ଧାଇଦେଇଛନ୍ତି ।’ ଏହି ଟୁଇଟ୍କୁ ୧୯ ହଜାରରୁ ଅଧିକ ଲାଇକ୍, ୫ ହଜାରରୁ ଅଧିକ ରିଟ୍ୱିଟ ଏବଂ ଶହ ଶହ ଉପଭୋକ୍ତା କମେଣ୍ଟ ଦେଇଛନ୍ତି।

https://twitter.com/MandersDK/status/1458605118983655425?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1458605118983655425%7Ctwgr%5E%7Ctwcon%5Es1_&ref_url=https%3A%2F%2Fnavbharattimes.indiatimes.com%2Fviral-adda%2Fomg-news%2Fsphinx-cat-hairless-cat-wearing-a-wig-and-dress-twitter-reaction-goes-viral-61536%2F

ଶେରୱାନି ପିନ୍ଧିଥିବା ଏକ ବିଲେଇର ଏହି ଫଟୋ ଟ୍ୱିଟର ବ୍ୟବହାରକାରୀ @koffeewithsunny ଦ୍ୱାରା ସେୟାର କରାଯାଇଥିଲା। ସେ କହିଥିଲେ, ‘ମୋ ମା ବିଲେଇ ପାଇଁ ଏକ ଶେରୱାନି ସିଲେଇ କରିଥିଲେ। ଏହି ଫଟୋ ଦେଖି ଅନେକ ଲୋକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ଏହା ପୂର୍ବରୁ ସେମାନେ ଶେରୱାନି ପିନ୍ଧିଥିବା ବିଲେଇଙ୍କୁ କେବେ ଦେଖି ନଥିଲେ।

ବାପାର ତଣ୍ଟି ଚିପି ମାରିଦେଲା ପୁଅ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ବେଲପଡା ଥାନା ଘାଗୁର୍ଲି ଗାଁରେ ଅଭାବନୀୟ ଘଟଣା । ପାରିବାରିକ କଳହକୁ କେନ୍ଦ୍ର କରି ବାପାକୁ ହତ୍ୟା କରିଛି ପୁଅ । ଅଭିଯୁକ୍ତ ପୁଅ ମହେଶ୍ୱର ମଲ୍ଲିକକୁ ପୋଲିସ ଗିରଫ କରିଛି । ସୂଚନା ମୁତାବକ, ଗତକାଲି ରାତିରେ ପାରିବାରିକ କଳହକୁ ନେଇ ବାପାପୁଅଙ୍କ ମଧ୍ୟରେ ବଚସା ହୋଇଥିଲା । ଏଥିରେ ପୁଅ ଅଭିଯୁକ୍ତ ମହେଶ୍ୱର ମାଝୀ ଉତ୍ୟକ୍ତ ହୋଇ ବୃଦ୍ଧ ବାପାଙ୍କ ତଣ୍ଟି ଚିପି ହତ୍ୟା କରିଥିଲା ।

Son Killed Father In Bolangir (2)

ଗୁରୁତର ଅବସ୍ଥାରେ ପରିବାର ଲୋକେ ବୃଦ୍ଧଙ୍କୁ ବେଲପଡ଼ା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ଏନେଇ ଖବର ପାଇବା ପରେ ବେଲପଡା ଥାନା ଅଧିକାରୀ ବୁଲୁ ମୁଣ୍ଡା ଓ ପାଟଣାଗଡ଼ ଏସଡିପିଓ ଜ୍ୟୋତିର୍ମୟ ଭୁକ୍ତା ଘଟଣା ସ୍ଥଳରେ ପହଞ୍ଚିଥିଲେ । ଅଭିଯୁକ୍ତ ମହେଶ୍ୱର ମାଝୀକୁ ଗରିଫ କରିବା ସହ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଛି ପୋଲିସ ।

୧୮-୧୯ରେ ଦେଖାଯିବ ଏହି ଶତାବ୍ଦୀର ସବୁଠାରୁ ଲମ୍ବା ଆଂଶିକ ଚନ୍ଦ୍ରଗ୍ରହଣ, ୫୮୦ ବର୍ଷ ପରେ ଦେଖିବାର ସୁଯୋଗ

ନୂଆଦିଲ୍ଲୀ: ଆକାଶରେ ଦେଖାଯିବ ଏହି ଶତାବ୍ଦୀର ଦୀର୍ଘତମ ଆଂଶିକ ଚନ୍ଦ୍ରଗ୍ରହଣ। ଦୀର୍ଘ ବର୍ଷ ପରେ ଆକାଶାରେ ଦେଖାଯିବ ମନଲୋଭା ଦୃଶ୍ୟ। ନଭେମ୍ବର ୧୮-୧୯ରେ ଦୃଶ୍ୟମାନ ହେବ ଏହି ଚନ୍ଦ୍ରଗ୍ରହଣ। ବୈଜ୍ଞାନିକମାନେ କହିଛନ୍ତି ଯେ ଏହା ଆମେରିକାର ୫୦ ଟି ରାଜ୍ୟରେ ଦୃଶ୍ୟମାନ ହେବ। ୫୮୦ ବର୍ଷ ପରେ ଏତେ ଲମ୍ବା ଚନ୍ଦ୍ରଗ୍ରହଣ ହେବାକୁ ଯାଉଛି। ସେଥିପାଇଁ ବିଶ୍ୱର ବିଭିନ୍ନ ସ୍ଥାନରୁ ବୈଜ୍ଞାନିକମାନେ ଏହି ଦୃଶ୍ୟକୁ ନିଜ କ୍ୟାମେରାରେ ରେକର୍ଡ କରିବାକୁ ପ୍ରସ୍ତୁତ ରହିଛନ୍ତି। ଏହି ଆଂଶିକ ଚନ୍ଦ୍ରଗ୍ରହଣ ୩ ଘଣ୍ଟା ୨୮ ମିନିଟ୍ ୨୩ ସେକେଣ୍ଡ ଲମ୍ବା ରହିବ।

ଆମେରିକାର ସ୍ପେସ୍ ଏଜେନ୍ସି NASA ଅନୁଯାୟୀ, ଏହି ଦୀର୍ଘ ଚନ୍ଦ୍ରଗ୍ରହଣ ୫୮୦ ବର୍ଷ ପରେ ଘଟୁଛି। ଯାହାକୁ ଆମେରିକା ମନଭରି ଉପଭୋଗ କରିପାରିବ। ହେଲେ ଭାରତ ଏହାକୁ ଦେଖିପାରିବ ନାହିଁ। ଯେତେବେଳେ ଆମେରିକାର ଲୋକମାନେ ଚନ୍ଦ୍ରଗ୍ରହଣକୁ ଦେଖୁଥିବେ, ସେତେବେଳେ ଭାରତର ଲୋକମାନେ ଦିନରେ ସେମାନଙ୍କ କାର୍ଯ୍ୟ କରୁଥିବେ। ଏହି ଚନ୍ଦ୍ରଗ୍ରହଣକୁ ‘ଦି ମାଇକ୍ରୋ ବିଭର ମୁନ୍‌’ କୁହାଯାଏ ବୋଲି କୁହାଯାଉଛି। କାରଣ ଏହା ପୃଥିବୀଠାରୁ ସର୍ବାଧିକ ଦୂରତାରେ ରହିଥାଏ।

ଇଣ୍ଡିଆନାର ବଟଲର ୟୁନିଭରସିଟିରେ ଅବସ୍ଥିତ ହୋଲକମ୍ବ ଅବଜରଭେଟୋରୀ ଅନୁଯାୟୀ, ଆଂଶିକ ଚନ୍ଦ୍ରଗ୍ରହଣ ଅର୍ଥ ହେଉଛି ଯେତେବେଳେ ପୃଥିବୀର ଛାୟା ଚନ୍ଦ୍ରର ମାତ୍ର ୯୭ ପ୍ରତିଶତକୁ ଆଚ୍ଛାଦନ କରେ ତାହାକୁ ଆଂଶିକ ଚନ୍ଦ୍ରଗ୍ରହଣ କୁହାଯାଏ। ଯେଉଁଥିପାଇଁ ଏହି ଶତାବ୍ଦୀର ଏହା ଦୀର୍ଘତମ ଆଂଶିକ ଚନ୍ଦ୍ରଗ୍ରହଣ ହେବ। ଏହାପୂର୍ବରୁ ୨୦୧୮ରେ, ଏକ ଘଣ୍ଟା ୪୩ ମିନିଟର ଚନ୍ଦ୍ରଗ୍ରହଣ ହୋଇଥିଲା। ଯେତେବେଳେ କି, ଏଥର ଚନ୍ଦ୍ରଗ୍ରହଣ ୩ ଘଣ୍ଟା ୨୮ ମିନିଟ୍ ୨୩ ସେକେଣ୍ଡ ଲମ୍ବା ହେବାକୁ ଯାଉଛି।

କେମିତି ହୋଇଥାଏ ଚନ୍ଦ୍ର ଗ୍ରହଣ

ଯେତେବେଳେ ସୁର୍ଯ୍ୟ ଓ ଚାନ୍ଦ ମଝିରେ ପୃଥିବୀ ଆସିଯାଏ ସେତେବେଳେ ଚନ୍ଦ୍ରଗ୍ରହଣ ହୋଇଥାଏ। ପୃଥିବୀର ଛାୟା ହେତୁ ଚନ୍ଦ୍ରର ଆଲୋକ ଭୂମିରେ ପଡ଼େ ନାହିଁ। ପୃଥିବୀର ଛାୟା ସମଗ୍ର ଚନ୍ଦ୍ରକୁ ଘୋଡ଼ାଇ ରଖିଥାଏ। ଯେଉଁଥିପାଇଁ ଚନ୍ଦ୍ର ବେଳେବେଳେ ଲାଲ ରଙ୍ଗରେ ଦେଖାଯାଏ। କାରଣ ସୂର୍ଯ୍ୟକିରଣ ପୃଥିବୀର ଛାୟାର ଗଭୀର ଅଂଶକୁ ସିଧାସଳଖ ଆଘାତ କରେ ନାହିଁ। ସୂର୍ଯ୍ୟକିରଣ ଆମ ବାୟୁମଣ୍ଡଳ ଦେଇ ଗତି କରେ। ଯେହେତୁ ଲାଲ ଏବଂ କମଳା ତରଙ୍ଗ ପୃଥିବୀର ବାୟୁମଣ୍ଡଳ ଦେଇ ଗତି କରେ, ଯାହାଫଳରେ ଏହା ଏକ ମେହୋଗାନି ଲାଲ ରଙ୍ଗ ସୃଷ୍ଟି ହୁଏ କରେ, ଯେଉଁଥିପାଇଁ ଚନ୍ଦ୍ର ଲାଲ ଦେଖାଯାଏ।

ଉତ୍ତର ଆମେରିକା, ପ୍ରଶାନ୍ତ ମହାସାଗରର ଦ୍ୱୀପ, ଆଲାସ୍କା, ପଶ୍ଚିମ ୟୁରୋପ, ପୂର୍ବ ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଏବଂ ଜାପାନର ଲୋକମାନେ ଏହି ଚନ୍ଦ୍ର ଗ୍ରହଣକୁ ଦେଖିପାରିବେ। ଏହି ଚନ୍ଦ୍ରଗ୍ରହଣର ପ୍ରାରମ୍ଭିକ ଅଂଶ ଅର୍ଥାତ୍ ଚନ୍ଦ୍ର ଉଦୟ ସମୟରେ ପୂର୍ବ ଏସିଆ, ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲ୍ୟାଣ୍ଡରେ ଅଳ୍ପ ଦେଖାଯିବ। ଏଥି ସହିତ ଦକ୍ଷିଣ ଆମେରିକା ଏବଂ ପଶ୍ଚିମ ୟୁରୋପର ଲୋକମାନେ ଚନ୍ଦ୍ରଗ୍ରହଣର ସର୍ବୋଚ୍ଚ ସ୍ତର ଦେଖିପାରିବେ।

ଏହି ବିରଳ ଚନ୍ଦ୍ରଗ୍ରହଣ ଆଫ୍ରିକା, ମଧ୍ୟ ପୂର୍ବ ଏବଂ ପଶ୍ଚିମ ଏସିଆରୁ ଦୃଶ୍ୟମାନ ହେବ ନାହିଁ। ଏହା ପରେ, ପରବର୍ତ୍ତୀ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ୨୦୨୨ ମେ ୧୫-୧୬ ରେ ଦେଖାଯିବ। ଏହା ପରେ ୨୦୨୨ ନଭେମ୍ବର ୭-୮ ରେ ଆଉ ଏକ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଘଟିବ।

କଂଗ୍ରେସର ଓଡ଼ିଶା ବନ୍ଦ ଡାକରାକୁ ହାଇକୋର୍ଟଙ୍କ ଶକ୍ତ ଝଟକା; ବନ୍ଦ ନୁହେଁ, ଧର୍ମଘଟ କରି ପାରିବ

କଟକ: ଓଡ଼ିଶା କଂଗ୍ରେସକୁ ହାଇକୋର୍ଟ ଝଟକା । ଆସନ୍ତାକାଲି କଂଗ୍ରେସ ଦେଇଥିବା ଓଡ଼ିଶା ବନ୍ଦ ଡାକରାକୁ ନେଇ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ । ଆସନ୍ତାକାଲି ଓଡ଼ିଶା କଂଗ୍ରେସ ଦେଇଥିବା ବନ୍ଦ ଡାକରାକୁ ହାଇକୋର୍ଟ ମନା କରି ଦେଇଛନ୍ତି । କଂଗ୍ରେସ କେବଳ ଧର୍ମଘଟ କରିପାରିବ, ବନ୍ଦ ନୁହେଁ । ଧର୍ମଘଟ ବେଳେ କଂଗ୍ରେସ ସାଧାରଣ ଜନତାଙ୍କ ଜୀବନରେ ବ୍ୟାଘାତ ସୃଷ୍ଟି କରିବ ନାହିଁ । ଜବରଦସ୍ତି ଭାବେ ମାର୍କେଟ୍ ବନ୍ଦ, ଗାଡ଼ି ଚଳାଚଳରେ ବାଧା ଦିଆଯାଇ ପାରିବ ନାହିଁ ।

 High Court Denied Congress For Odisha Bandh

କଂଗ୍ରେସର ବନ୍ଦ ଡାକରାକୁ ନେଇ ହାଇକୋର୍ଟରେ କଟକ ଦୋକାନୀ ସଂଘ ପକ୍ଷରୁ ମାମଲା ଜନସ୍ୱାର୍ଥ ମାମଲା ଦାଏର ହୋଇଥିଲା । ଅନଲାଇନ୍ ଶୁଣାଣି କରି ହାଇକୋର୍ଟ ବନ୍ଦକୁ ମନା କରି ଦେଇଛନ୍ତି । ଶୁଣାଣି ସମୟରେ ସିଏମସି କମିଶନର, ପୋଲିସ କମିଶନର, ଡିଜିପି ଏବଂ କଂଗ୍ରେସ କାର୍ଯ୍ୟକାରୀ ସଭାପତି ଭିଡିଓ କନଫରେନ୍ସିଂରେ ଉପସ୍ଥିତ ଥିଲେ ।

ଏଥିସହ ପଢ଼ନ୍ତୁ: ‘ବିଜେପି ଇସାରାରେ ନାଚୁଛି ଓଡ଼ିଶା କଂଗ୍ରେସ’: ବିଜେଡି

ଧର୍ମଘଟ ବେଳେ କଂଗ୍ରେସ କାହାରିକୁ ଫୋର୍ସ କରିବ ନାହିଁ । ପୂର୍ବରୁ ସୁପ୍ରିମକୋର୍ଟ ମଧ୍ୟ ବନ୍ଦ ବେଆଇନ୍ ବୋଲି କହି ସାରିଛନ୍ତି । ଧର୍ମଘଟ ବେଳେ କୌଣସି ଅପ୍ରୀତିକର ପରିସ୍ଥିତି ଉପୁଜିଲେ ପୋଲିସ କାର୍ଯ୍ୟାନୁଷ୍ଠାନ ନେବାକୁ ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

‘ବିଜେପି ଇସାରାରେ ନାଚୁଛି ଓଡ଼ିଶା କଂଗ୍ରେସ’: ବିଜେଡି

ଭୁବନେଶ୍ୱର: କୋଭିଡ୍ ମହାମାରୀ ପାଇଁ ଗତ ଦେଢ଼ବର୍ଷ ହେଲା ସାଢ଼େ ଚାରି କୋଟି ଓଡ଼ିଆଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇଥିଲା । ଏବେ ଜୀବନ ଜୀବିକାରେ ସୁଧାର ଆସୁଥିବା ବେଳେ ଓଡ଼ିଶା କଂଗ୍ରେସ ବନ୍ଦ ଡାକରା ଦେଇଛି । ଓଡ଼ିଶା କଂଗ୍ରେସ ଆସନ୍ତାକାଲି ଦେଇଥିବା ବନ୍ଦ ଡାକରା ସାଢ଼େ ୪ କୋଟି ଓଡ଼ିଶାବାସୀଙ୍କ ପ୍ରତି କୁଠାରଘାତ । ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ।

ମହାଲିଙ୍ଗ ମମିତା ମେହେରଙ୍କ ମୃତ୍ୟୁ ଆମ ସମସ୍ତଙ୍କୁ ଦୁଃଖିତ କରିଛି । ମମିତାଙ୍କ ବାପା ମଧ୍ୟ ପ୍ରସଙ୍ଗକୁ ନେଇ ରାଜନୀତି ନକରିବାକୁ କହିଛନ୍ତି । ତଦନ୍ତ ଉପରେ ତାଙ୍କର ବିଶ୍ୱାସ ଓ ଭରସା ଥିବା କହିଛନ୍ତି । ଏହି ସମୟରେ ଓଡ଼ିଶା କଂଗ୍ରେସ ଏହି ପ୍ରସଙ୍ଗକୁ ରାଜନୀତିକରଣ କରିବା ପାଇଁ ଓଡ଼ିଶା ବିଜେପି ସହ ହାତ ମିଳାଇ ଶସ୍ତା ରାଜନୀତି କରୁଛି । ଓଡ଼ିଶା କଂଗ୍ରେସ ପାଖରେ କୌଣସି ତଥ୍ୟ, ପ୍ରମାଣ ଥିଲେ । କୋର୍ଟର ଦ୍ୱାରସ୍ଥ ହେବାକୁ ଆହ୍ୱାନ ଦେଇଛି ବିଜେଡି ।

BJD Alleged, Odisha Congress Playing As Wished By BJP

ଏଭଳି ବନ୍ଦ ଡାକରା ଦେଇ ସାଢ଼େ ଚାରି କୋଟି ଓଡ଼ିଆଙ୍କ ଜୀବନ ଜୀବିକାକୁ ପ୍ରଭାବିତ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଯେଉଁ ପ୍ରକାର ଭାବରେ ଓଡ଼ିଶା କଂଗ୍ରେସ ବ୍ୟବହାର କରୁଛି । ଏଥିରୁ ସ୍ପଷ୍ଟ ଏହା ବିଜେପି ଓଡ଼ିଶାର ବି ଟିମ୍ । ଯେତେବେଳେ ଓଡ଼ିଶା କଂଗ୍ରେସର ଆର୍ଥିକ ସ୍ଥିତି ଭଲ ନାହିଁ, ସେତେବେଳେ ସେମାନେ ଓଡ଼ିଶା ବିଜେପି ଠାରୁ କାର୍ଯ୍ୟକ୍ରମ ପ୍ରାୟୋଜିତ କରୁଛନ୍ତି । ଓଡ଼ିଶା ବିଜେପି ଇସାରାରେ ନାଚୁଛି ଓଡ଼ିଶା କଂଗ୍ରେସ । ଦରଦାମ ବୃଦ୍ଧି, ଚାଷୀ ସମସ୍ୟା ନେଇ କଂଗ୍ରେସ ମୁହଁ ଖୋଲୁନାହିଁ । ଓଡ଼ିଶା ବିଜେପି ଯାହା ଚାହୁଁଛି ତାହା ଓଡ଼ିଶା କଂଗ୍ରେସ କରୁଛି ।

ଶସ୍ତା ରାଜନୀତି କରି ନିଜ ଦଳ ମଧ୍ୟରେ ରାଜନୈତିକ ସ୍ତରରେ ପ୍ରାସଙ୍ଗିକ ରହିବା । ଦଳର କାର୍ଯ୍ୟକୁ ପ୍ରାୟୋଜିତ କରାଇବା ଓଡ଼ିଶା କଂଗ୍ରେସର ମୂଳ ଲକ୍ଷ୍ୟ । ଓଡ଼ିଶାବାସୀଙ୍କ ସ୍ୱାର୍ଥ୍ୟକୁ ଦୃଷ୍ଟିରେ ରଖି ବନ୍ଦକୁ ପ୍ରତ୍ୟାହାର କରୁ କଂଗ୍ରେସ । ରାଜ୍ୟର ଜନସାଧାରଣ ବନ୍ଦ ଚାହୁଁନାହାନ୍ତି । ଲୋକେ କାର୍ଯ୍ୟ କରିବାକୁ ଚାହୁଁଛନ୍ତି । ଆସନ୍ତାକାଲିର କଂଗ୍ରେସ ବନ୍ଦ ଯୋଗୁଁ ଲୋକଙ୍କ ଜୀବିକାର ପ୍ରାପ୍ୟ ମିଳିବ ନାହିଁ । ଏଥିପାଇଁ ଓଡ଼ିଶାବାସୀ କଂଗ୍ରେସ କିମ୍ବା କଂଗ୍ରେସର ଏ ଟିମ୍ ବିଜେପିକୁ କ୍ଷମା ଦେବେ ନାହିଁ । କଂଗ୍ରେସ ଓ ବିଜେପି କରୁଥିବା ନିମ୍ନ ରାଜନୀତିକୁ ରାଜ୍ୟବାସୀ ସମ୍ପୂର୍ଣ୍ଣ ପ୍ରତ୍ୟାଖାନ କରିଛନ୍ତି ।

ନିଷେଧ ଥାଇ ମଧ୍ୟ ଫେସ୍‌ବୁକ୍‌ରେ ହେଉଛି ତମାଖୁ ମାର୍କେଟିଂ, ୯ ମାସରେ ୩ଶହରୁ ଅଧିକ ଥର ହୋଇଛି ବିଡିର ବିଜ୍ଞାପନ

ନୂଆଦିଲ୍ଲୀ: ଫେସ୍‌ବୁକରେ ଏମିତି ଏକ ସୋସିଆଲ ମିଡିଆ ଯାହାକୁ ଏବେ ବିଶ୍ୱର ଅଧାରୁ ଅଧିକ ଲୋକ ବ୍ୟବହାର କରୁଛନ୍ତି। ଫେସ୍‌ବୁକ କେବବଳ ସାଙ୍ଗ ମାନଙ୍କ ସହ କଥା ହେବାର ଏକ ମାଧ୍ୟମ ନୁହେଁ। ନିଜର ଷ୍ଟଟଅପକୁ ବଢ଼ାଇବା ପାଇଁ ଫେସ୍‌ବୁକ ହେଉଛି ଏକ ଉନ୍ନତ ମଧ୍ୟମ। ସେଥିପାଇଁ ବିଭିନ୍ନ ପ୍ରକାରର ବିଜ୍ଞାପନ ଆମେ ଏହି ସୋସିଆଲ ମିଡିଆ ଫେସ୍‌ବୁକରେ ଦେଖିବାକୁ ପାଇଥାଉ। ଏହିସବୁ ବିଜ୍ଞାପନରୁ ଫେସବୁକ୍‌କୁ ଅହେତୁକ ଶୁଳ୍କ ମଧ୍ୟ ମିଳିଥାଏ। ହେଲେ ଫେସ୍‌ବୁକ କିଛି ବିଜ୍ଞାପନ ପାଇଁ କିଛି ସର୍ତ୍ତବଳି ମଧ୍ୟ ରଖିଛି। ଯେମିତିକି ଫେସ୍‌ବୁକ୍‌ ତାର ବିଜ୍ଞାପନରେ କୌଣସି ତମାଖୁର ବ୍ୟବହାର କରାଯାଇପାରିବ ନାହିଁ। ହେଲେ ଏଭଳି ନିୟମକୁ ମାନୁନାହଁନ୍ତି ତମାଖୁ ଉତ୍ପାଦକ କମ୍ପାନୀ।

ଭାରତରେ କିଛି ତମାଖୁ ଉତ୍ପାଦ ବିକ୍ରେତା ବିକ୍ରୟ ବୃଦ୍ଧି ପାଇଁ ମାର୍କେଟିଂ ପ୍ରତିବନ୍ଧକକୁ ଅତିକ୍ରମ କରି ସୋସିଆଲ ମିଡିଆ ପ୍ଲାଟଫର୍ମରେ ପ୍ରମୋସନ କରୁଛନ୍ତି। ଯାହା ସିଗାରେଟ୍ ଏବଂ ଅନ୍ୟାନ୍ୟ ତମାଖୁ ଉତ୍ପାଦ ଅଧିନିୟମ (COTPA) ର ସିଧାସଳଖ ଉଲ୍ଲଂଘନ। ଜନସ୍ୱାସ୍ଥ୍ୟ ଗୋଷ୍ଠୀ ଗୁରୁତ୍ୱପୂର୍ଣ୍ଣ ରଣନୀତି ଏହି ବିଷୟରେ ଏକ ଅଧ୍ୟୟନ କରିଛି।

ଏହି ଅଧ୍ୟୟନରୁ ଜଣାପଡ଼ିଛି ଫେସ୍‌ବୁକର ଅସଲ ଚିତ୍ର। ଏଥିରେ କୁହାଯାଇଛି ଯେ ତମାଖୁ ଉତ୍ପାଦ ବିକ୍ରେତାମାନେ ଗତ ୯ ମାସ ମଧ୍ୟରେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ୩୪୦ରୁ ଅଧିକ ଥର ସେମାନଙ୍କ ଉତ୍ପାଦକୁ ପ୍ରୋତ୍ସାହିତ କରୁଥିବା ଦେଖାଯାଇଥିଲା। ସର୍ବାଧିକ ପ୍ରମୋସନ୍‌ ଫେସବୁକ୍ ମାଧ୍ୟମରେ କରାଯାଇଥିଲା, ପାଖାପାଖି ୯୮%। ସବୁଠାରୁ ବଡ଼ କଥା ହେଉଛି ଫେସବୁକ ଏହାର ନୀତିରେ ସ୍ପଷ୍ଟ ଭାବରେ ଲେଖିଛି ଯେ ତମାଖୁ ଦ୍ରବ୍ୟର ପ୍ରୋତ୍ସାହନ ଏହାର ପ୍ଲାଟଫର୍ମରେ ଅନୁମତିପ୍ରାପ୍ତ ନୁହେଁ। ଏଭଳି ଲେଖା ଥାଇ ମଧ୍ୟ କେମିତି ୯୮% ପ୍ରମୋସନ୍‌ କେବଳ ତମାଖୁର ହେଲା ସେନେଇ ଏବେ ପ୍ରଶ୍ନ ଉଠିଛି।

୨୭୧ ଥର ବିଡିର ଫଟୋ ପୋଷ୍ଟ କରି ସିଧାସଳଖ ମାର୍କେଟିଂ

ରିପୋର୍ଟ ଅନୁଯାୟୀ ଡିସେମ୍ବର ୨୦୨୦ ରୁ ଅଗଷ୍ଟ ୨୦୨୧ ମଧ୍ୟରେ ୨୭୧ ଥର ବିଡି ଚିତ୍ରର ସିଧାସଳଖ ମାର୍କେଟିଂ ପୋଷ୍ଟ କରାଯାଇଥିଲା। ଏଥି ସହିତ, ୭୩ ଥର ତମାଖୁ ଉତ୍ପାଦକୁ ଫେଷ୍ଟିଭାଲ ସହ ଲିଙ୍କ କରି ପରୋକ୍ଷ ମାର୍କେଟିଂ କରାଯାଇଛି।

ସରକାର ଏବଂ ଫେସବୁକ୍ ତମାଖୁ ମାର୍କେଟିଂ ବନ୍ଦ କରିଛନ୍ତି

ଭାଇଟାଲ୍‌ ଷ୍ଟ୍ରାଟେଜିର ଗ୍ଲୋବାଲ୍ ପଲିସି ଏବଂ ରିସର୍ଚ୍ଚର ଉପାଧ୍ୟକ୍ଷ ନନ୍ଦିତା ମୁରୁକୁଟଲା ଡିଜିଟାଲ୍ ମିଡିଆରେ ତମାଖୁ ଉତ୍ପାଦର ମାର୍କେଟିଂ ବନ୍ଦ କରିବାକୁ ପଦକ୍ଷେପ ନେବାକୁ ସରକାର ତଥା ସୋସିଆଲ୍ ମିଡିଆ ପ୍ଲାଟଫର୍ମ ବିଶେଷ କରି ଫେସବୁକ୍ କୁ କହିଛନ୍ତି।

ଫେସବୁକରେ ତମାଖୁ ମାର୍କେଟିଂର ଦବଦବା

ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ମାର୍କେଟିଂର ୩୪୪ ଟି ମାମଲା ମଧ୍ୟରୁ ୩୩୭ଟି ଫେସବୁକରେ ଏବଂ ୭ଟି ଇନଷ୍ଟାଗ୍ରାମରେ ଦେଖିବାକୁ ମିଳିଥିଲା। ଗୁରୁତ୍ୱପୂର୍ଣ୍ଣ ରଣନୀତିର ଆସୋସିଏଟ୍ ଡାଇରେକ୍ଟର ବୈଶାଖୀ ମଲିକ୍ କହିଛନ୍ତି ଯେ ତମାଖୁ ଉତ୍ପାଦର ମାର୍କେଟିଂରେ ଫେସବୁକର ପ୍ରାଧାନ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଗଲି।

ଦେଶରେ ରହିଛନ୍ତି ୭୩ ମିଲିୟନ ବିଡି ବ୍ୟବହାରକାରୀ

ଭାରତର ୨୬୭ ମିଲିୟନ ତମାଖୁ ବ୍ୟବହାରକାରୀଙ୍କ ମଧ୍ୟରୁ ପ୍ରାୟ ୭୨ ମିଲିୟନ୍‌ ବୟସ୍କ ବ୍ୟକ୍ତି ବିଡି ବ୍ୟବହାର କରିଥାନ୍ତି। ୭୨ ମିଲିୟନରୁ ଅଧା ବିଡି ବ୍ୟବହାରକାରୀ ହଉଛନ୍ତି ତାଙ୍କର ୧୦ ବର୍ଷ ପୂର୍ବରୁ ହିଁ ବିଡି ପିଇବା ଆରମ୍ଭ କରିଦେଇଥିଲେ। ଏହାର କାରଣ ହେଉଛି ସିଗାରେଟ ଠାରୁ ବହୁ ଶସ୍ତା ହେଉଛି ବିଡି। ଭାରତରେ ସିଗାରେଟାରୁ ୮ ଗୁଣା ଅଧିକା ବିଡି ବିକ୍ରି କରାଯାଇଥାଏ।