ଗ୍ରାମାଞ୍ଚଳରେ ଗୃହ ନିର୍ମାଣ ଯୋଜନା ଅଧିନରେ ୩୧ଲକ୍ଷ ୮ହଜାର ୪୭୧ଗୃହ ନିର୍ମିତ

ଭୁବନେଶ୍ୱର: ଗତ ୬ବର୍ଷ ମଧ୍ୟରେ ରାଜ୍ୟର ବିଭିନ୍ନ ଗ୍ରାମାଞ୍ଚଳରେ ବିଭିନ୍ନ ଗୃହ ନିର୍ମାଣ ଯୋଜନା ଅଧିନରେ ମୋଟ  ୩୧.୦୮ ଲକ୍ଷ ଗୃହ ନିର୍ମାଣ ହୋଇଛି । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଗ୍ରାମାଞ୍ଚଳରେ ଗୃହ ନିର୍ମାଣ ଯୋଜନା ସମ୍ପର୍କିତ ସମୀକ୍ଷା ବୈଠକରୁ ପ୍ରକାଶ ।

ମୁଖ୍ୟ ଶାସନ ସଚିବ ବିଜୁ ପକ୍କା ଘର ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ନିର୍ମାଣ ଶ୍ରମିକ ପକ୍କା ଘର ଯୋଜନା ଏବଂ ମତ୍ସ୍ୟଜୀବୀ ବାସଗୃହ ଯୋଜନାର ସମୀକ୍ଷା କରିଛନ୍ତି । ଏଥିସହିତ ପିଭିଟିଜିଏସ୍ ବର୍ଗର ୮ହଜାର ୫୭୫ ପରିବାରଙ୍କୁ ବାସଗୃହ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ସମୀକ୍ଷା ବୈଠକରୁ ଜଣାପଡ଼ିଛି ଯେ, ବିଭିନ୍ନ ଯୋଜନା ଅଧିନରେ ମୋଟ ୩୧ ଲକ୍ଷ ୦୮ ହଜାର ୪୭୧ ଶହ ଗୃହ ନିର୍ମାଣ କରି ହିତାଧିକାରୀଙ୍କୁ ପ୍ରଦାନ କରାଯାଇଛି । ଏବଂ ୧ଲକ୍ଷ ୭୫ହଜାର ୯୬୦ ନିର୍ମାଣାଧିନ ରହିଛି । ତେବେ ଏହି ଗୃହ ଗୁଡ଼ିକର ନିର୍ମାଣରେ କୌଣସି ପ୍ରକାର ଅସୁବିଧା ଥିଲେ ତାହାକୁ ଯଥାଶୀଘ୍ର ଦୂର କରିବା ସହ ନିର୍ମାଣ କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପକ୍ଷରେ ଗ୍ରାମୀଣ ଆବାସ ଯୋଜନାରେ ୩୯ ହଜାର ୧୯୮ ଜଣ ହିତାଧିକାରୀ ଭୂମିହୀନ ଥିବା ବେଳେ ସେମାନଙ୍କ ମଧ୍ୟରୁ ୨ହଜାର ୩୨୬ପରିବାରଙ୍କୁ ଭୂମି ବଣ୍ଟନ କରାଯାଇଛି । ଅନ୍ୟ କିଛି ଜଣଙ୍କ ମାମଲା ବିଚରାଧିନ ରହିଥିଲା କହିଁକି ନା ସେମାନେ ବିବାଦୀୟ ଜମିରେ ରହୁଥିଲେ । ମୁଖ୍ୟ ସଚିବ ଶ୍ରୀ ମହାପାତ୍ର ରାଜସ୍ୱ ଅଧିକାରୀଙ୍କୁ କାର୍ଯ୍ୟରେ ତ୍ୱରାନ୍ୱିତ କରିବା ସହ ଉପଲବ୍ଧ ସରକାରୀ ଜମି ଆବଣ୍ଟନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Leave a Reply