ଶହୀଦ ନଗର ଓଭର ବ୍ରିଜ ଉପରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଅକାଳେ ଚାଲିଗଲା ୨ଜୀବନ

ଭୁବନେଶ୍ୱର: ଶହୀଦ ନଗର ଓଭର ବ୍ରିଜ ଉପରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ଘଟିଛି । ପୋଲିସ ଦୁଇ ମୃତଦେହକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି । ଘଟଣାନୁଯାୟୀ ଆଜି ରାତି ପ୍ରାୟ ସାଢ଼େ ୭ଟା ବେଳକୁ ଆଚାର୍ଯ୍ୟ ବିହାର ପଟରୁ ରସୁଲଗଡ଼ ଅଭିମୁଖେ ୨ ଜଣ ଯୁବକ ବାଇକରେ ଯାଉଥିଲେ। ଶହୀଦନଗର ଓଭର ବ୍ରିଜ୍‌ ପାଖାପାଖି କୌଣସି ଏକ ଦ୍ରୁତଗାମୀ ଗାଡ଼ି ବାଇକ ଚାଳକ ଦ୍ୱୟଙ୍କୁ ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା।

ବାଇକ୍‌ ଦୁର୍ଘଟଣାଗ୍ରସ୍ତ ହେବା ପରେ ଘଟଣାସ୍ଥଳରେ ହିଁ ୨ ଜଣଙ୍କର ମୃତ୍ୟୁ ହୋଇଯାଇଥିଲା। ସେହି ରାସ୍ତା ଦେଇ ଯାଉଥିବା ଲୋକମାନେ ଜାତୀୟ ରାଜପଥ ଉପରେ ୨ଟି ମୃତଦେହ ପଡ଼ିଥିବା ଦେଖି ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ଏଥି ସହିତ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ଜଣଙ୍କ ଘର ସାଲିଆ ସାହି ଅଞ୍ଚଳର ହୋଇଥିବା ବେଳେ ଅନ୍ୟ ଜଣଙ୍କ ପରିଚୟ ସ୍ପଷ୍ଟ ହୋଇନାହିଁ ।

ତେବେ ସେମାନଙ୍କ ନିକଟରୁ କିଛି ଗୁଣ୍ଡ ମିଳିଥିବା ବେଳେ ତାହା ବ୍ରାଉନସୁଗାର ବୋଲି ଚର୍ଚ୍ଚା ହୋଇଥିଲା । ଏବଂ ସେମାନେ ବ୍ରାଉନସୁଗାର ବ୍ୟବସାୟୀ ବୋଲି ଅନୁମାନ କରାଯାଉଥିଲା । ତେବେ ପରବର୍ତ୍ତୀ ସମୟରେ ପୋଲିସ ଏ ସମ୍ପର୍କରେ ସ୍ପଷ୍ଟ କରିଛି । ସେମାନଙ୍କ ଠାରୁ ମିଳିଥିବା ଦ୍ରବ୍ୟ ବ୍ରାଉନସୁଗାର ନୁହଁ ବରଂ ମଇଦା ବୋଲିସ ସ୍ପଷ୍ଟ କରିଛି ପୋଲିସ ।

Leave a Reply