spot_img
Home Blog Page 4855

ବିବାଦୀୟ କୃଷି ଆଇନ ପ୍ରତ୍ୟାହାର ବିଲ୍ ଲୋକସଭାରେ ପାରିତ

ନୂଆଦିଲ୍ଲୀ: ଲୋକସଭାରେ ପାରିତ ହେଲା କୃଷି ଆଇନ ପ୍ରତ୍ୟାହାର ବିଲ୍ । ହୋହଲ୍ଲା ମଧ୍ୟରେ ବହୁ ଚର୍ଚ୍ଚିତ ବିଲକୁ ପ୍ରତ୍ୟାହାର ବିଲ ପାରିତ ହୋଇଛି  । ଏହି ଆଇନ ପ୍ରତ୍ୟାହାର ଲାଗି କିଛି ଦିନ ତଳେ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିରୋଧୀଙ୍କ ହୋହଲ୍ଲା ମଧ୍ୟରେ ବିଲ୍ ପାରିତ ହୋଇଛି । ୨୦୨୦ ସେପ୍ବେମ୍ବର ୨୭ରେ ୩ଟି ବିଲ ରାଷ୍ଟ୍ରପତିଙ୍କୁ ସ୍ବୀକୃତି ପରେ ଆଇନରେ ପରିଣତ ହୋଇଥିଲା । ଏହି ଆଇନକୁ ପ୍ରତ୍ୟାହାର କରିବା ଦାବିରେ ବର୍ଷେ ଧରି ଜାରି ରହିଥିଲା ଆନ୍ଦୋଳନ ।

ସେପଟେ କହିବାକୁ ଗଲେ ଫେଲ୍ ମାରିଛି ସର୍ବଦଳୀୟ ବୈଠକର ନିଷ୍କର୍ସ । ସଂସଦ ଅଧିବେଶନ ଆରମ୍ଭ ହେବା ମାତ୍ରେ ବିରୋଧୀମାନେ ହଟ୍ଟଗୋଳ କରିବାରୁ ଉଭୟ ଲୋକସଭା ଓ ରାଜ୍ୟସଭାକୁ ମୁଲତବୀ ଘୋଷଣା କରାଯାଇଥିଲା । ଏହା ପରେ ଆରମ୍ଭ ହୋଇଥିଲା ସଂସଦର ଶୀତକାଳୀନ ଅଧିବେଶନ । ଅଧିବେଶନ ପୂର୍ବରୁ ଗୃହକାର୍ଯ୍ୟ ଯେପରି ଶାନ୍ତି ଶୃଙ୍ଖଳା ଓ ମର୍ଯ୍ୟାଦାର ସହ ଚାଲିବ ସେଥିଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ବାନ ଦେଇଥିଲେ । ସରକାର ସମସ୍ତ ପ୍ରଶ୍ନର ଉତ୍ତର ରଖିବାକୁ ପ୍ରସ୍ତୁତ । ସଂସଦ କାର୍ଯ୍ୟ ଚାଲିଥିବାବେଳେ ବାଚସ୍ପତିଙ୍କ ସମ୍ମାନ ରକ୍ଷା ଲାଗି ସେ ସବୁ ଦଳକୁ ଅନୁରୋଧ କରିଥିଲେ ପ୍ରଧାନମନ୍ତ୍ରୀ   ।

କେନ୍ଦ୍ର ସରକାର ଶୀତ କାଳୀନ ଅଧିବେଶନ ଆରମ୍ଭର ପ୍ରଥମ ଦିନରେ ହିଁ ନୂତନ କୃଷି ଆଇନ ପ୍ରତ୍ୟାହର ବିଲ ପାରିତ ପକ୍ରିୟା ଆରମ୍ଭ କରିଥିଲେ  । ଏହି ସମୟରେ କଂଗ୍ରେସ ସମେତ ଅନ୍ୟାନ ବିରୋଧି ଦଳ ହୋହଲ୍ଲା କରିଥିଲେ  । ସେପଟେ ଏମଏସପି, ମୃତଚାଷୀଙ୍କ ପରିବାରକୁ କ୍ଷତିପୂରଣ, ପେଗାସସ, ଦରବୃଦ୍ଧି, ବେକାରୀ, ମହିଳା ସଂରକ୍ଷଣ, ବିଦ୍ୟୁତ ବିଲ୍ ପ୍ରତ୍ୟାହାର ଦାବି ନେଇ ସରକାରଙ୍କୁ ବିରୋଧୀ  ଟାର୍ଗେଟ କରିବା ଆରମ୍ବ କରିଦେଇଛନ୍ତି ।

ପଛପଟୁ ଧକ୍କା ଦେଇ ଘଟୁଛି ଦେଶରେ 40 ପ୍ରତିଶତ ଦୁର୍ଘଟଣା

ନୂଆଦିଲ୍ଲୀ: ଦେଶରେ ବ୍ୟାପକ ସଚେତନତା ସତ୍ୱେ ଥମୁନି ଦୁର୍ଘଟଣା । ଯେତେ ଦୁର୍ଘଟଣା ଘଟୁଛି, ସେଥିରୁ 40 ପ୍ରତିଶତ ହେଉଛି ପଛପଟୁ ଧକ୍କା ଦେବା । ଡ୍ରାଇଭରଙ୍କ ନିଦ୍ରା ଓ ସ୍ଥାଣୁତା ଏହି ଦୁର୍ଘଟଣାର ପ୍ରମୁଖ କାରଣ । ଗତ ତିନି ବର୍ଷରେ କେବଳ ଉତ୍ତରପ୍ରଦେଶରୁ ମହାରାଷ୍ଟ୍ର ଲମ୍ବିଥିବା ରାଜପଥରେ ଘଟିଛି 6 ହଜାର 500ଟି ଛୋଟବଡ ଦୁର୍ଘଟଣା । ସେଥିରୁ 1ହଜାର 600ଟି ଅତି ମର୍ମନ୍ତୁଦ ଦୁର୍ଘଟଣା ଥିଲା ।

ଦେଶରେ ଘଟୁଥିବା ଦୁର୍ଘଟଣାକୁ ନେଇ କରାଯାଇଥିବା ସମୀକ୍ଷାରେ କୁହାଯାଇଛି, ରାସ୍ତାରେ ପ୍ରତିବନ୍ଧକ ସୃଷ୍ଟି କରୁଥିବା ବିଭିନ୍ନ ନିର୍ମାଣ, ଇଞ୍ଜିନିୟରିଂରେ ତ୍ରୁଟି, ଦୁର୍ଘଟଣା ରୋକିବା ଲାଗି ପ୍ରତିବନ୍ଧକର ଅଭାବ ଆଦି କାରଣରୁ ଦୁର୍ଘଟଣା ସଂଖ୍ୟା ବଢୁଛି । ଜାତୀୟ ରାଜପଥରେ ଦୁର୍ଘଟଣା ହ୍ରାସ ଲାଗି ସରକାରଙ୍କ ପକ୍ଷରୁ କରାଯାଇଥିବା ସର୍ଭେରେ ଏହି ତଥ୍ୟ ଜଣାପଡିଛି । ଏପରିକି ଉତ୍ତରପ୍ରଦେଶରୁ ମହାରାଷ୍ଟ୍ର ଲମ୍ବିଥିବା ରାଜପଥରେ ଶହ ଶହ ଇଞ୍ଜିନିୟରିଂ ତ୍ରୁଟି ଥିବା ପରିଲକ୍ଷିତ ହୋଇଛି । ଆଗ୍ରାରୁ ଇଟଓ୍ବା ରାଜପଥରେ ରହିଛି 7 ହଜାର 500ରୁ ଅଧିକ ଇଞ୍ଜିନିୟରିଂ ତ୍ରୁଟି ।

ସେଭ୍ ଲାଇଫ୍ ଫାଉଣ୍ଡେସନ୍ ପକ୍ଷରୁ କରାଯାଇଥିବା ସର୍ଭେରେ କୁହାଯାଇଛି, ବିଭିନ୍ନ ଯାତ୍ରୀବାହୀ ଓ ମାଲ ପରିବହନକାରୀ ଯାନ କ୍ଷେତ୍ରରେ ବଡ ବଡ ଦୁର୍ଘଟଣା ଘଟିଛି । ବିଶେଷ କରି ଠିଆ ହୋଇଥିବା ଯାନକୁ ପଛପଟୁ ଧକ୍କା ସଂଖ୍ୟା ଅଧିକ । ଡ୍ରାଇଭରଙ୍କ ନିଦ୍ରା, ମଦ୍ୟପାନ, ବିନା ହେଲମେଟରେ ଡ୍ରାଇଭିଂ, କୁହୁଡି, ଦୁର୍ଘଟଣାପ୍ରବଣ ସ୍ଥାନରେ ସୂଚନା ଫଳକ ବା ସତର୍କ ସୃଷ୍ଟିକାରୀ ଆଲୋକର ଅଭାବ ଇତ୍ୟାଦି କାରଣ ଯୋଗୁ ଦୁର୍ଘଟଣା ବଢୁଛି ବୋଲି ଉକ୍ତ ସଂସ୍ଥା କହିଛି । ସେହିପରି ଦୁର୍ଘଟଣାପ୍ରବଣ ସ୍ଥାନ ବଦଳରେ ଅନେକ ଦୂରରେ ଆମ୍ବୁଲାନ୍ସ ରଖାଯାଉଛି । ଦେଶରେ ପ୍ରତିବର୍ଷ 5 ଲକ୍ଷରୁ ଅଧିକ ସଡକ ଦୁର୍ଘଟଣା ଘଟୁଥିବା ଜଣାପଡ଼ିଛି  ।

୫୦ କେଜି କଇଁଛ ଚୋରା ଚାଲାଣ ବେଳେ ମାଡ଼ିବସିଲା ପୋଲିସ

ଯାଜପୁର: ବେଆଇନ ମଧୁରଜଳ କଇଁଛ ଚୋରା ଚାଲାଣ ବେଳେ ମାଡ଼ିବସିଲା ପୋଲିସ । କଇଁଛ ଉଦ୍ଧାର ସହ ଜଣେ କୋଲକାତା ବେପାରୀକୁ ଗିରଫ କରିଛି ଛତିଆ ଫାଣ୍ଡି ପୋଲିସ । ଯାଜପୁର ଜିଲ୍ଲା ବଇରୀ ଥାନା ମୂଳିଝରରେ କଇଁଛ ଚୋରା ଚାଲାଣ ହେଉଥିବା ଖବର ପାଇ ଚଢାଉ କରିଥିଲା ପୋଲିସ ।

ସେପଟେ ଏହି ବେପାରୀଙ୍କ ଘରୁ ୫୦ କେଜିର କଇଁଛ ଉଦ୍ଧାର ହେବା ସହ ଜଣେ ଯୁବକକୁ ଗିରଫ କରିଛି ପୋଲିସ  । ଯୁବକଙ୍କ ନାଁ ସରୋଜ ମଲ୍ଲିକ । କଇଁଛ ଗୁଡିକୁ ବୈରୀ ଡାଲିଯୋଡ଼ା ବନ ବିଭାଗକୁ ହସ୍ତାନ୍ତର ସହ ଅଧିକ ତଦନ୍ତ ଚଳାଇଛି ପୋଲିସ ।

ଏହି କଇଁଛ ଚୋରା ଚାଲାଣ କେଉଁଠାରୁ କରାଯାଇଛି  । ଏଥିରେ କେଉଁ କେଉଁ ମାନେ ସଂଶ୍ଲିଷ୍ଟ ରହିଛନ୍ତି  । ବେଆଇନ କଇଁଛ ଚାଲାଣ ପଛରେ କେବଳ ଏହି ବ୍ୟକ୍ତି, ନା ଅନ୍ୟ କାହାର ହାତ ରହିଛି ତାହାର ସନ୍ଧାନ ଚଳାଇଛି ପୋଲିସ  ।

କ୍ଷେତରେ ଯୁବକକୁ ଦଳିଦେଲେ ୭ ଟିକିଆ ଦନ୍ତା ପଲ

ବଲାଙ୍ଗୀର:  ଲୋଇଁସିହା ବନଖଣ୍ଡ ଭାଲୁପାଳି ଗାଁରେ ଅଘଟଣ । ସକାଳୁ ଚାଷ ଜମିକୁ ଯାଇଥିବା ବେଳେ ହାତୀ ଆକ୍ରମଣରେ ଯୁବକ ମୃତ । ମୃତକ ହେଲେ ୪୦ ବର୍ଷୀୟ ଗୋପାଳ ପୋଢ଼ । ହାତୀ ଗୋପାଳଙ୍କ ଚାଷ ଜମିରେ ପଶି ଫସଲ ନଷ୍ଟ କରିଥିବା ଜାଣି ଜମିକୁ ଯାଇଥିଲେ ଯୁବକ ଜଣଙ୍କ । ଫଳରେ ସେଠାରେ ହାତୀ ତାଙ୍କୁ ଆକ୍ରମଣ କରିଥିଲା ଏବଂ ତାଙ୍କର ମୃତ୍ୟୁ ଘଟିଛି ।

ମିଲିଥିବା ସୂଚନା ମୁତାବକ ଯେଉଁ ସମୟରେ ଗୋପାଳ କ୍ଷେତକୁ ଯାଇଥିଲେ, ସେଠାରେ ଏକ ୭ଟିକିଆ ଦନ୍ତା ପଲ ରହିଥିଲେ  ।  କ୍ଷେତରେ ସମସ୍ତ ହାତୀ  ଦଳି କଚାଡି ମାରିଦେଇଥିବା ଦେଖିବାକୁ ମିଳିଛି । ଭାଲୁପାଳି ଗାଁରେ ୩୧ଟିକିଆ ହାତୀପଲ ଅଛନ୍ତି । ସେଥିରେ ୭ଜଣ ଦନ୍ତା ହାତୀ ରହିଛନ୍ତି । ଘଟଣାସ୍ଥଳରେ ଲୋଇସିଂହା ବନ ବିଭାଗ ପହଂଚି ତଦନ୍ତ ଆରମ୍ଭ କରିଛି ।

ରାତିରେ ଜଳିଗଲା ୧୦ ଦୋକାନ, ପୋଡ଼ିଗଲା ୧୦ ଲକ୍ଷର ସମ୍ପତ୍ତି

ବାଲେଶ୍ବର: ବିଳମ୍ବିତ ରାତିରେ ଜଳିଗଲା 10 ରୁ ଅଧିକ ଦୋକାନ ଗୃହ ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ପାଉଁଶ । ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଳକ ପ୍ରସିଦ୍ଧ ଶୈବ ପିଠ ବାବା ଚନ୍ଦନେଶ୍ୱର ମନ୍ଦିର ସମ୍ମୁଖରେ ଥିବା 10 ରୁ ଅଧିକ ଅସ୍ଥାୟୀ ଦୋକାନ ଗୃହରେ ବିଳମ୍ୱିତ ରାତିରେ ଲାଗିଥିଲା ନିଆଁ ।

ଏହି ଅଗ୍ନିକାଣ୍ଡରେ ସବୁ ଦୋକାନ ଘର ପୋଡିଯାଇଥିବା ବେଳେ ଅଗ୍ନିକାଣ୍ଡର କାରଣ ଏବେ ବି ଅସ୍ପଷ୍ଟ ରହିଛି । ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ପାଖା ପାଖି 10 ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଅନୁମାନ କରାଯାଉଛି।

କେମତି ଏହି ଅଘଟଣ ଘଟିଲା, ତାହାର ସଠିକ କାରଣ ଏପର୍ଯ୍ୟନ୍ତ ମଧ୍ୟ ଅସ୍ପଷ୍ଟ ରହିଛି  । ତେବେ ଅସ୍ଥାୟୀ ଦୋକାନ କରି ପରିବାର ନିର୍ଭରଶୀଳ କରୁଥିବା ଅଗ୍ନି ବିପନ୍ନଙ୍କୁ ସହାୟତା ଘୋଷଣା ନେଇ ଦାବି ଉଠିଛି  । ସେମାନଙ୍କୁ ପ୍ରଶାସନ ପକ୍ଷରୁ ଉଚିତ ପ୍ରାପ୍ୟ ପ୍ରଦାନ କରିବା ସହ ଅଗ୍ନି କାଣ୍ଡର କାରଣ ଖୋଜିବା ପାଇଁ ମଧ୍ୟ ଅନୁରୋଧ କରାଯାଇଛି  ।

କଟକ ପ୍ରଶାସନ ଭାଙ୍ଗିଲା ହିନ୍ଦ୍ ସିନେମା ହଲ୍

କଟକ: ଭଙ୍ଗାଗଲା କଟକ ରାଣୀହାଟ ଛକରେ ଥିବା ତିନି ମହଲା ବିଶିଷ୍ଟ ହିନ୍ଦ୍‌ ସିନେମା ହଲ । ତାଳଦଣ୍ଡା କେନାଲ ରାସ୍ତା ସମ୍ପ୍ରସାରଣରେ ହଲ ସମସ୍ୟା ସୃଷ୍ଟି କରୁଥଲା । ତେଣୁ ଜିଲ୍ଲା ପ୍ରଶାସନ ପକ୍ଷରୁ ହଲ୍‌କୁ ଭଙ୍ଗାଯାଇଛି । ତେବେ କୋର୍ଟରେ କ୍ଷତିପୂରଣ ଅର୍ଥ ଜମା କରିବା ପରେ ଉଛେଦ ନେଇ ଅନୁମତି ମିଳିଥିଲା ।

କେନାଲ ରାସ୍ତାର ଉନ୍ନତିକରଣ କାର୍ଯ୍ୟ ଜାରି ରହିଥିବାବେଳେ ଆଜି ବିଧିବଦ୍ଧ ଭାବରେ ଏହାକୁ ଭଙ୍ଗା ଯାଇଛି  । ସମ୍ପ୍ରସାରଣ ତଥା ସହର ସୌନ୍ଦର୍ଯ୍ୟ କାରଣ କାମ ଆଗକୁ ତ୍ୱରାନିତ କରାଯିବା ନେଇ ପ୍ରଶାସନ ପକ୍ଷରୁ ଘର ଭଙ୍ଗା ଯାଇଛି । ଆଗକୁ ଏପରି ଅଭିଯାନ ଜାରି ରହିବ ବୋଲି ଜିଲ୍ଲାପାଳ ଭାବନି ଶଙ୍କର ଚୟନି କହିଛନ୍ତି ।

କନଷ୍ଟେବଳ ବାବୁଙ୍କ ଘରେ ଭିଜିଲାନ୍ସ ରେଡ଼, ଠୁଳ କରିଥିଲେ ଅମାପ ସମ୍ପତ୍ତି

ବ୍ରହ୍ମପୁର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ । ଭିଜିଲାନ୍ସ ଜାଲରେ କନଷ୍ଟେବଳ । ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଥାନାର କନଷ୍ଟେବଳ ସୁଦର୍ଶନ ପ୍ରଧାନଙ୍କ ଘରେ ଛାପା ମାରିଛି ଭିଜିଲାନ୍ସ । ଏକକାଳୀନ ୩ଟି ସ୍ଥାନରେ ଚଢାଉ କରୁଛି ଭିଜିଲାନ୍ସ । ବ୍ରହ୍ମପୁର ମେନ୍ ରୋଡରେ ଥିବା ଲୋଚାପଡାରେ ୩ମହଲା ବିଲଡ଼ିଂରେ ଚାଲିଛି ରେଡ଼  ।

ସେହିପରି ନିମଖଣ୍ଡିରେ ଥିବା ଘର, ଗଞ୍ଜାମ ଜିଲ୍ଲା ଭଞ୍ଜନଗରର ଗମୁଣ୍ଡିରେ ଥିବା ପୈତୃକ ଘରେ ଚାଲିଛି ରେଡ୍ । ଚଢାଉ ବେଳେ ନଗଦ ୫ଲକ୍ଷ ୧୬ହଜାର ୮୮୦ ଟଙ୍କା ଜବତ ହେଲାଣି । ଏବେବି ଚଢାଉ ଜାରି ରହିଛି । ଚଢାଉରେ ଜଣେ ଅତିରିକ୍ତ ଏସପି, ୨ଜଣ ଡିଏସପି ଓ ୫ଜଣ ଇନସ୍ପେକ୍ଟର ସାମିଲ ହୋଇଛନ୍ତି ।

ଭାରତରେ ମାରାତ୍ମକ ଭୂତାଣୁ ଓମିକ୍ରନ, କେନ୍ଦ୍ର ଆଣିଲା ନୂଆ ଗାଇଡଲାଇନ୍

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରୁ ଭାରତ ଫେରିଥିବା ଜଣେ ନାଗରିକଙ୍କ ପାଇଁ ଏବେ ଚିନ୍ତା ବଢିଛି  । ସାଉଥ ଆଫ୍ରିକାରୁ ମହାରାଷ୍ଟ୍ର ଫେରୁଥିବା ଯାତ୍ରୀଙ୍କ ଠାରୋ କୋଭିଡ଼ ପଜିଟିଭ ଥିବା ନେଇ ଜଣା ପଡ଼ିଛି  । ତେବେ ଉକ୍ତ ଯାତ୍ରୀଙ୍କ ଠାରେ କୋଭିଡ଼ ଚିହ୍ନଟ ପରେ ଆଲର୍ଟ ଜାରି କରାଯାଇଥିଲା  । ଏହା ପରେ ସଂକ୍ରମିତ ବ୍ୟକ୍ତିଙ୍କୁ ଆଇସୋଲେସନରେ ରଖାଯାଇଛି  । ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିବା  କୋଭିଡ଼ର ଏହି ନୂଆ ଭ୍ୟାରିଆଣ୍ଟ ଓମିକ୍ରନଙ୍କୁ ଚିନ୍ତା ଜନକ ଭୂତାଣୁ ବୋଲି କହିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ  ।

ସେପଟେ ଏହି ମାରାତ୍ମକ ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ନୂତନ ନିର୍ଦ୍ଦେଶନାମା ଜାରି କରିଛନ୍ତି  । କରୋନାର ନୂଆ ଭ୍ୟାରିଆଣ୍ଟ ସମଗ୍ର ବିଶ୍ୱରେ ଚିନ୍ତ ଜନକ ପରିସ୍ଥିତ ସୃଷ୍ଟି କରିଛି  । ଓମିକ୍ରନ ପାଇଁ ନୂଆ ଗାଇଡଲାଇନ୍‌ ଜାରି କଲେ କେନ୍ଦ୍ର ସରକାର । ଡିସେମ୍ବର ପହିଲାରୁ ଲାଗୁ ହେବ ନୂଆ ଗାଇଡଲାଇନ । ବିଦେଶରୁ ଆସୁଥିବା ଯାତ୍ରୀଙ୍କ ପାଇଁ ଗାଇଡଲାଇନରେ ସଂଶୋଧନ କରାଯାଇଛି । ବିଦେଶ ଫେରନ୍ତାଙ୍କ ବିମାନବନ୍ଦରରେ କରୋନା ପରୀକ୍ଷା ହେବା ନେଇ ଗାଇଡଲାଇନରେ ଉଲ୍ଲେଖ ରହିଛି  ।

ସୂଚନା ମୁତାବକ ୧୨ଟି ଦେଶରୁ ଫେରୁଥିବା ଯାତ୍ରୀଙ୍କୁ ବିମାନବନ୍ଦରରେ ଯାଞ୍ଚ କରାଯିବ । କୋଭିଡ ଟେଷ୍ଟ ରିପୋର୍ଟ ଆସିବା ପର୍ଯ୍ୟନ୍ତ ସେମାନେ ସଂଗରୋଧରେ ରହିବେ । ରିପୋର୍ଟ ନେଗେଟିଭ ଆସିଲେ ବି ୭ଦିନ ହୋମ କ୍ୱାରେଣ୍ଟାଇନରେ ରହିବେ । ୭ଦିନ ପରେ ପୁଣି ଥରେ କରୋନା ଟେଷ୍ଟ କରିବାକୁ ହେବ । ଏଥିସହ ୧୪ ଦିନର ଯାତ୍ରା ବିବରଣୀ ଦାଖଲ କରିବାକୁ କେନ୍ଦ୍ର ସରକାର ଗାଇଡଲାଇନ୍‌ରେ ଉଲ୍ଲେଖ କରିଛନ୍ତି । ସେପଟେ ବ୍ରିଟେନ ପରେ ଏବେ ଅଷ୍ଟ୍ରେଲିଆକୁ ମଧ୍ୟ ବ୍ୟାପିଛି ଦକ୍ଷିଣ ଆପ୍ରିକାରେ ସୃଷ୍ଟି ହୋଇଥିବା ଭୂତାଣୁ ଓମିକ୍ରନ ।

 

ଗୋଟିଏ ବିବାହ ଫଟୋ ନବ ଦମ୍ପତିଙ୍କୁ ରାତାରାତି କରିଦେଲା ସେଲିବ୍ରେଟି

ହୁଗୁଳି: ବିବାହ । ଏମିତି ଏକ ରୀତି ଯାହା ପ୍ରତ୍ୟେକ ମଣିଷଙ୍କ ଜୀବନକୁ ଏକ ନୂଆ ଦିଗ ଦେଇଥାଏ । ପୁରୋହିତଙ୍କ ମନ୍ତ୍ର ଉଚ୍ଚାରଣ ସହ ସୁସଜ୍ଜିତ ମଣ୍ଡପରେ ମଙ୍ଗଳସୂତ୍ର ବନ୍ଧାଯିବା ପରେ ଚିରଦିନ ପାଇଁ ଏକାଠି ହୋଇଯାଇଥାନ୍ତି ଦୁଇ ମନ । ସମସ୍ତଙ୍କ ମନରେ ଗୋଟିଏ ଆଶା ଥାଏ ସେମାନଙ୍କ ବିବାହ ଉତ୍ସବକୁ ସ୍ପେଶାଲ ବନାଇବାକୁ । ଏଥିପାଇଁ ଭେରାଇଟ୍ ଭେରାଇଟ୍ ଷ୍ଟାଇଲ୍ ଆପଣାଇଥାନ୍ତି ।

ଏମିତିରେ ଆପଣ ବହୁତ ବିବାହ ଦେଖିଥିବେ ଓ ଏହା ବିଷୟରେ ଶୁଣିଥିବେ । ସେଲିବ୍ରେଟିଙ୍କ ମେଗା ବିବାହ ଉତ୍ସବ ଟିଭି ହେଉ କି ସୋସିଆଲ ମିଡ଼ିଆରେ ହେଉ ଦେଖିଥିବେ । ହେଲେ କେହି ନିଜ ବିବାହକୁ ନେଇ ରାତାରାତି ସେଲିବ୍ରେଟି ବନିଯିବା ଦେଖିଛନ୍ତି କି ?

ପଶ୍ଚିମବଙ୍ଗର ଏମିତି ଏକ ନବ ଦମ୍ପତି ନିଜ ବିବହାକୁ ନେଇ ସେଲିବ୍ରିଟି ହୋଇଯାଇଛନ୍ତି । ଆଉ ସେମାନଙ୍କୁ ସେଲିବ୍ରିଟି ବନାଇ ଦେଇଛନ୍ତି ବିବାହ ଉତ୍ସବକୁ ସମ୍ପାଦନ କରିଥିବା ପୁରୋହିତ । ସୋସିଆଲ ମିଡ଼ିଆରେ ବାହାବେଦୀର ଗୋଟିଏ ଫଟୋ ବହୁତ ଭାଇରାଲ ହେବାରେ ଲାଗିଛି । ଯାହା ସେମାନଙ୍କୁ ସେଲିବ୍ରିଟି ବନାଇ ଦେଇଛି ।

ଏବେ ଭାବୁଥିବେ ବିବାହ ବେଦୀରେ ତ ପୁରୋହିତ ନିହାତି ରହିବେ, ଏଥିରେ ଭାଇରାଲ ହେବା ଭଳି କ’ଣ ରହିଲା । ଆଜ୍ଞା ଏହା ଏମିତି ସେମିତି ବିବାହ ନୁହେଁ । ଏହି ବିବାହ ସମ୍ପନ୍ନ କରିଥିବା ପୁରୋହିତ ଜଣଙ୍କ ପୁରୁଷ ନୁହଁନ୍ତି, ଜଣେ ମହିଳା । ଆଜ୍ଞା ଠିକ୍ ପଢ଼ିଲେ, ପୁରୁଷ ପୁରୋହିତ ନୁହଁନ୍ତି, ମହିଳା ପୁରୋହିତଙ୍କ ମନ୍ତ୍ର ଉଚ୍ଚାରଣ ସହ ସମ୍ପନ୍ନ ହୋଇଛି ଏହି ବିବାହ ।

ହୁଗୁଳି ଅଞ୍ଚଳର ଉତ୍ସବ ଏବଂ ସାକ୍ଷୀଙ୍କ ବିବାହ ସମ୍ପନ୍ନ କରିଛନ୍ତି ଏହି ମହିଳା ପୁରୋହିତ । ସପ୍ଟଓ୍ବେର ଇଂଜିନିୟର ଉତ୍ସବ ଏବଂ ସାକ୍ଷୀ ପାରମ୍ପରିକ ବଙ୍ଗାଳି ବିବାହାରୁ କିଛି ଅଲଗା କରିବାକୁ ଚିନ୍ତା କରିଥିଲେ । ଏହାପରେ ସେମାନେ ମହିଳା ପଣ୍ଡିତ ଅନୀତା ମୁଖୋପାଧ୍ୟାୟଙ୍କ ସହ ଯୋଗାଯୋଗ କରିଥିଲେ । ବିବାହ ସମ୍ପନ୍ନ କରିବାକୁ ଅନୀତା ରାଜି ହୋଇଯାଇଥିଲେ ।

ଦିଲ୍ଲୀରେ ଚାକିରି କରିବା ସମୟରେ ଉତ୍ସବ ଓ ସାକ୍ଷୀଙ୍କର ଭେଟ ହୋଇଥିଲା । ପ୍ରଥମେ ବନ୍ଧୁତ୍ବରୁ ଆରମ୍ଭ ହୋଇଥିବା ସମ୍ପର୍କ କେତେବେଳେ ପ୍ରେମକୁ ପରିବର୍ତ୍ତନ ହୋଇଗଲା ଜଣାପଡ଼ିନଥିଲା । ଶେଷରେ ଉଭୟ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ ।

ଆଜିଠୁ ସଂସଦର ଶୀତ ଅଧିବେଶନ, କୃଷି ଆଇନ ପ୍ରତ୍ୟାହାର କରିବ ତ କେନ୍ଦ୍ର ?

ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହେବ ସଂସଦର ଶୀତ ଅଧିବେଶନ । କରୋନା କଟକଣା ଭିତରେ ଚାଲିବ ଗୃହକାର୍ଯ୍ୟ । ଡିସେମ୍ବର ୨୩ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଅଧିବେଶନରେ ରହିଛି ୨୦ଟି କାର୍ଯ୍ୟ ଦିବସ । ସରଗରମ ହେବ ଶୀତ ଅଧିବେଶନ । ଦରବୃଦ୍ଧି, ପେଗାସସ୍ ସହ ଚାଷୀ ଆନ୍ଦୋଳନ ବେଳେ ମୃତ ଚାଷୀଙ୍କ ପରିବାରକୁ କ୍ଷତି ପୂରଣ ଦାବି ଉଠାଇବେ ବିରୋଧୀ ।

ସୀମାରେ ଚୀନର ହରକତକୁ ନେଇ ମଧ୍ୟ ବିରୋଧୀ ସରକାରଙ୍କୁ ଘେରିବେ । ସରକାର ମଧ୍ୟ ବିରୋଧୀଙ୍କୁ ଜବାବ୍ ଦେବାକୁ ପ୍ରସ୍ତୁତ ହୋଇଛନ୍ତି । ଆଜି ପ୍ରଥମ ଦିନରେ ତିନି କୃଷି ଆଇନ୍ ପ୍ରତ୍ୟାହାର ବିଲ୍ ଉପସ୍ଥାପନା କରିବେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର । ଏହା ଉପରେ ଆଲୋଚନା ପରେ ବିଲ୍ ପାସ ହୋଇ ରାଜ୍ୟସଭା ଯିବ ।

ଏଥି ପାଇଁ ଶାସକ ବିଜେପି ନିଜ ଦଳର ସାଂସଦମାନଙ୍କ ପାଇଁ ହ୍ବିପ୍ ଜାରି କରିଛି । ଚଳିତ ଅଧିବେଶନରେ ଅନେକ ଗୁରୁତ୍ବପୂର୍ଣ୍ଣ ବିଲ୍ ପାରିତ କରାଇବା ଲକ୍ଷ୍ୟରେ ଅଛନ୍ତି କେନ୍ଦ୍ର ସରକାର । କୃଷି ଆଇନ୍ ପ୍ରତ୍ୟାହାର କରିବା ବିଲ ମଧ୍ୟ ଗୃହରେ ପାରିତ କରିବେ  । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  । ତେବେ ବିରୋଧୀଙ୍କ ଆଭିମୁଖ୍ୟ ଉପରେ ରହିବ ନଜର ।