spot_img
Home Blog Page 4849

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରୋକିବାରେ ରହିଛି ବିଜେପି ସାଂସଦଙ୍କ ଷଡ଼ଯନ୍ତ୍ର

ଭୁବନେଶ୍ୱର: କେନ୍ଦ୍ରର ବୈମାତୃକ ମନୋଭାବ ବିରୋଧରେ ବିଜେଡି ବିଧାୟକଙ୍କ ପ୍ରତିବାଦ ପଦଯାତ୍ରା । ଓଡ଼ିଶା ପ୍ରତି କେନ୍ଦ୍ରର ଅବହେଳା ବିରୋଧରେ ରାଜରାସ୍ତାକୁ ଓହ୍ଲାଇଛି ବିଜେଡି । ବିଜେପି ସାଂସଦଙ୍କ ଅଭିଯୋଗକ୍ରମେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ବନ୍ଦ କରାଯାଇଛି । ଏ ସମ୍ପର୍କରେ ରାଜ୍ୟ ସରକାରଙ୍କ ପକ୍ଷରୁ ତଦନ୍ତ କରି ରିପୋର୍ଟ ମଧ୍ୟ ପ୍ରଦାନ କରାଯାଇଛି ।

ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଚିଠି ଲେଖି କେନ୍ଦ୍ରକୁ ଜଣାଇଛନ୍ତି । ଏହା ପରେ ମଧ୍ୟ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ରାଜ୍ୟରେ ଆରମ୍ଭ କରାଯାଇନି । ଯାହାକୁ ଦୃଢ଼ ବିରୋଧ କରିଛି ବିଜେଡି । ଏ ନେଇ ଆଜି ରାଜଭବନ ମୁହାଁ ହୋଇଛନ୍ତି ବିଜେଡି ବିଧାୟକ । ପ୍ରାୟ ୧୪ଲକ୍ଷ ହିତାଧିକାରୀଙ୍କ ଘର କେନ୍ଦ୍ର ରୋକିଥିବା ଅଭିଯୋଗ ଆଣିଛି ବିଜେଡି । ଏହା ପଛରେ ବିଜେପି ସାଂସଦ ଷଡ଼ଯନ୍ତ୍ର ରହିଥିବା କହିଛି ବିଜେଡି । ଏହି ଯୋଜନା ବନ୍ଦ କରାଯିବା ଫଳରେ ଗରିବ ଲୋକେ ପକ୍କା ଘର ପାଇବାରୁ ବଞ୍ଚିତ ହେବା ସହ ଫୋନ କ୍ଷତିଗ୍ରସ୍ତ ମଧ୍ୟ ପକ୍କା ଘର ମଧ୍ୟ ପାଇପାରୁନାହାନ୍ତି ।

ସୂଚନା ଯୋଗ୍ୟ ଯେ, ଫୋନି ସମୟରେ ରାଜ୍ୟର ୧୪ ଜିଲ୍ଲା ପ୍ରଭାବିତ ହୋଇଥିଲା । ଭାଙ୍ଗି ଯାଇଥିବା ଘରର ପୁନରୁଦ୍ଧାର କରାଯିବ କହିଥିଲେ ପ୍ରଧାନମନ୍ତ୍ରୀ  । ୮ଲକ୍ଷ ଘର ଯୋଗାଇ ଦେବାକୁ କୁହାଯାଇଥିଲା । ଆଜି ପର୍ଯ୍ୟନ୍ତ ଫୋନିର ଗୋଟିଏ ଘର ପାଇଁ କେନ୍ଦ୍ରର ଅନୁମତି ମିଳିନଥିବା ପୂର୍ବରୁ ଅଭିଯୋଗ କରିଛି ବିଜେଡି । ରାଜ୍ୟ ପଠାଇଥିବା ତାଲିକାକୁ ଚାପି ବସିଛି କେନ୍ଦ୍ର । ଅନ୍ୟ ୬ ଲକ୍ଷ ପ୍ରକୃତ ହତାଧିକାରୀ ବି ଏହି ଯୋଜନାରେ ସାମିଲ ହୋଇପାରିନାହାନ୍ତି । ଏଭଳି ଭାବେ ମୋଟ୍ ୧୪ ଲକ୍ଷ ଯୋଗ୍ୟ ହିତାଧିକାରୀ କେନ୍ଦ୍ର ସରକାରଙ୍କ ଇଚ୍ଛାଶକ୍ତିର ଅଭାବ ଯୋଗୁଁ ଘର ପାଇବାରୁ ବଞ୍ଚିତ ହୋଇଛନ୍ତି । ୧୨ ମାର୍ଚ୍ଚ ୨୦୧୯ ରେ କେନ୍ଦ୍ର ସରକାର ତାଲିକା ପ୍ରସ୍ତୁତ କରିବା ପାଇଁ ସମସ୍ତ ରାଜ୍ୟକୁ କହିଥିଲେ । କିନ୍ତୁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇ ସାରିଥିବାରୁ ଏ ଚୟନ ପ୍ରକ୍ରିୟାକୁ ସ୍ଥଗିତ ରଖାଯାଇଥିଲା । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କେନ୍ଦ୍ର ନୂଆ ପର୍ମାନେଣ୍ଟ ୱେଟିଂ ଲିଷ୍ଟ ସଂଯୋଗ କରିବା ପାଇଁ ଅନୁମତି ଦେଇ ନାହାନ୍ତି ।

ଏଥିସହିତ ପଢ଼ନ୍ତୁ: ପ୍ରଧାନମନ୍ତ୍ରୀ ଆୱାସ ଯୋଜନାରେ ଓଡ଼ିଶାକୁ ଅବହେଳା ନେଇ ବର୍ଷିଲା ବିଜେଡି

ଷୋଡ଼ଶ ବିଧାନସଭାର ଅଷ୍ଟମ ଅଧିବେଶନ ଆରମ୍ଭ

0

ଭୁବନେଶ୍ୱର: ଷୋଡ଼ଶ ବିଧାନସଭାର ଅଷ୍ଟମ ଅଧିବେଶନ (ଶୀତକାଳୀନ) ଆରମ୍ଭ ହୋଇଯାଇଛି । ଭିଡିଓ କନ୍‌ଫରେନ୍ସିଂ ଜରିଆରେ ବାସଭବନରୁ ଯୋଡ଼ି ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନ୍‌ଫରେନ୍ସିଂ ଜରିଆରେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ମଧ୍ୟ ଯୋଡ଼ି ହୋଇଛନ୍ତି । ଦିବଂଗତ ସଦସ୍ୟଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରସ୍ତାବ ଆଗତ କରିଛନ୍ତି ।

ପୂର୍ବତନ ଉପବାଚସ୍ପତି ପ୍ରହଲ୍ଲାଦ ଦୋରାଙ୍କ ସମେତ ଉମେଶ ଚନ୍ଦ୍ର ସ୍ୱାଇଁ, ରାମରାୟ ମୁଣ୍ଡାଙ୍କ ପାଇଁ ଶୋକ ପ୍ରସ୍ତାବ । ପୂର୍ବତନ ସିପାହୀ ସୀତାରାମ ମୁର୍ମୁଙ୍କ ପାଇଁ ଶୋକ ପ୍ରସ୍ତାବ । କରୋନା ଯୋଦ୍ଧାଙ୍କ ପାଇଁ ମଧ୍ୟ ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ । ଶୋକ ପ୍ରସ୍ତାବକୁ ସମର୍ଥନ କରିଛନ୍ତି ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠୀ ।

https://www.youtube.com/watch?v=QjUyFxAMbmU

ବଙ୍ଗୋମୁଣ୍ଡା ଥାନା ଅଧିକାରୀଙ୍କ ଘରୁ ଆଉ ୩ଲକ୍ଷ ୮୦ ହଜାର ଟଙ୍କା ଜବତ

ବଲାଙ୍ଗୀର: ଭିଜିଲାନ୍ସ ହାତରେ ଧରାପଡ଼ିଥିବା ବଙ୍ଗୋମୁଣ୍ଡା ଥାନା ବାବୁଙ୍କ ଘରୁ ଆଉ ୩ଲକ୍ଷ ୮୦ ହଜାର ଟଙ୍କାର ନଗଦ ଜବତ ହୋଇଛି । ଏଯାବତ୍ ତାଙ୍କ ଠାରୁ ମୋଟ ୫ଲକ୍ଷ ୮୬ହଜାର ୨୨୦ ଟଙ୍କା ଜବତ ହୋଇଛି । ତେବେ ଏବେ ମଧ୍ୟ ତଦନ୍ତ ଜାରି ରହିଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି ।

ସୂଚନା ଯୋଗ୍ୟ ଯେ, ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ପୋଲିସ ଥାନା ଅଧିକାରୀ ବିନୋଦ ବିହାରୀ ନାୟକ ଭିଜିଲାନ୍ସ ଜାଲରେ ଧରାପଡ଼ିଥିଲେ । କାରରୁ ଲକ୍ଷାଧିକ ଟଙ୍କା ନେଇ ଘରକୁ ଯାଉଥିବା ବେଳେ ବିନୋଦ ବିହାରୀଙ୍କୁ ଧରିଥିଲା ଭିଜିଲାନ୍ସ । ବିନୋଦଙ୍କ କାରରୁ ଭିଜିଲାନ୍ସ ୨ ଲକ୍ଷ ୬ ହଜାର ୨୨୦ ଟଙ୍କା ଜବତ କରିଛି । ଜବତ ଟଙ୍କା ବେଆଇନ୍ ଉପାୟରେ ଆୟ କରାଯାଇଥିବା ସନ୍ଦେହ କରୁଛି ଭିଜିଲାନ୍ସ । ଧରାପଡ଼ିବା ପରେ ଥାନାବାବୁ ଭିଜିଲାନ୍ସ ଆଗରେ ହାତ ଯୋଡ଼ି ବସିଥିବା ଦେଖିବାକୁ ମିଳିଥିଲା ।

ତେବେ ଜବତ ଟଙ୍କା ନେଇ କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରିନାହାଁନ୍ତି ବିନୋଦ ବିହାରୀ । ତାଙ୍କୁ ଅଟକ ରଖି ଭିଜିଲାନ୍ସ ପଚରାଉଚରା ଜାରି ରଖାଯାଇଛି । ଟଙ୍କା ସହ କାରକୁ ମଧ୍ୟ ଜବତ କରିଛି ଭିଜିଲାନ୍ସ । ଏକକାଳୀନ ୪ଟି ସ୍ଥାନ ବଲାଙ୍ଗୀର, ସମ୍ବଲପୁର ଓ ଦେବଗଡ଼ରେ ଭିଜିଲାନ୍ସ ଚଢ଼ାଉ ଜାରି ରଖିଛି । ବଲାଙ୍ଗିର ଭିଜିଲାନ୍ସ ଡିଏସପି ସଦାନନ୍ଦ ପାଣିଙ୍କ ନେତୃତ୍ୱରେ ଭିଜିଲାନ୍ସ ଟିମ୍ କାରରୁ ଟଙ୍କା ଜବତ କରିଛି ।

 ଏଥିସହିତ ପଢ଼ନ୍ତୁ: ହାଜତ ମୃତ୍ୟୁ ମାମଲା: ୪ ପୋଲିସ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ

ହାଜତ ମୃତ୍ୟୁ ମାମଲା: ୪ ପୋଲିସ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ

ଜୟପୁର: ପୋଲିସ ହେପାଜତରେ ମୃତ୍ୟୁ ମାମଲା । ୪ପୋଲିସ ଅଧିକାରୀଙ୍କ ବିରୋଧରେ କ୍ରାଇମବ୍ରାଞ୍ଚ ରୁଜୁ କଲା ହତ୍ୟା ମାମଲା । ଜୟପୁର ଥାନାର ପୂର୍ବତନ ଆଇଆଇସି ତପନ ରଥଙ୍କ ନାଁରେ ମାମଲା ରୁଜୁ ହୋଇଥିବା ବେଳେ ଏସଆଇ ଶିବ ପ୍ରସାଦ ସାହୁ ଓ ରାଜେଶ ବଳିୟାରସିଂହଙ୍କ ନାଁରେ ମାମଲା ରୁଜୁ ହୋଇଛି । ପୂର୍ବତନ ଏସଡିପିଓ ରାଜେନ୍ଦ୍ର ପ୍ରସାଦ ସେନାପତିଙ୍କ ନାଁରେ ମାମଲା ରୁଜୁ କରିଛି କ୍ରାଇମବ୍ରାଞ୍ଚ । ମାମଲାର ତଦନ୍ତ କରିବେ କ୍ରାଇମବ୍ରାଞ୍ଚ ଏଏସପି ରାମଚନ୍ଦ୍ର ଥମ୍ବ । ୨୦୧୭ରେ ଆକାଶ ମହୁରୁଆ ନାମକ ଜଣେ ଅଭିଯୁକ୍ତର ଜୟପୁର ପୋଲିସ ହେପାଜତରେ ମୃତ୍ୟୁ ହୋଇଥିଲା ।

ସୂଚନା ଥାଉ ଯେ, ୨୦୧୭ ଜାନୁଆରୀ ୩୦ ତାରିଖ ଦିନ ପ୍ରାୟ ୨ଟାବେଳେ କେନାଲ ରୋଡରେ ଆକାଶ ଥିବା ନେଇ ଖବର ପାଇ ଟାଉନ ପୋଲିସ ପିଛା କରୁଥିଲା । ପୋଲିସ ହାତରୁ ଖସିଯିବାକୁ ଚେଷ୍ଟା କରୁଥିବାବେଳେ ଗାଡ଼ି ପଡ଼ିଯିବାରୁ ତାହାର ଗୋଡ଼, ପିଠି ଓ ମୁଣ୍ତରେ ଗୁରତର ଆହତ ଲାଗିଥିଲା । ଅବସ୍ଥା ସଙ୍କଟାପନ୍ନ ହେବାରୁ ତାକୁ ପ୍ରଥମେ ଜୟପୁର, ପରେ କୋରାପୁଟ ମେଡିକାଲକୁ ସ୍ତାନାନ୍ତର କରାଯାଇଥିଲା। ସେଠାରେ ତାଙ୍କର ମୃତ ଘଟିଥିଲା। ଆକାଶ ମହୁରିଆ ମୃତ୍ୟୁ ମାମଲାରେ ୪ ପୁଲିସ କର୍ମଚାରୀଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣି ଓଡ଼ିଶା ମାନଧିକାର ଆୟୋଗର ଦ୍ୱାରସ୍ଥ ହୋଇଥିଲେ ପରିବାରବର୍ଗ ।

ହତ୍ୟା ଅଭିଯୋଗ ଆସିଥିବା ପୋଲିସ କର୍ମଚାରୀମାନେ ହେଲେ ତତ୍କାଳୀନ ଏସଡିପିଓ ରାଜେନ୍ଦ୍ର ସେନାପତି, ତତ୍କାଳୀନ ଟାଉନ ଥାନା ଆଇଆଇସି ତପନ ରଥ ଓ ଦୁଇ ଏସଆଇ ଶିବ ସାହୁ ଏବ˚ ରାଜେଶ ବଳିଆରସି˚ହ । ଆକାଶ ମାଆ ପ୍ରବିଣା ମହୁରିଆ ଅଭିଯୋଗ କରିଥିଲେ ଯେ ୨୦୧୭ ମସିହା ୩୦ ତାରିଖ ଦିନ ୧୨ରୁ ୧ଟା ବେଳେ ଆଇଆଇସି ତପନ ରଥ ଓ ଏସଆଇ ଶିବ ସାହୁଙ୍କ ସମେତ ୨୦ରୁ ୩୦ ପୁଲିସ କର୍ମଚାରୀ ଗାନ୍ଧି ଛକ କେନାଲ ରୋଡରେ ମିଥ୍ୟା ଅଭିଯୋଗ ଆଣି ଅତି ନିସ୍ତୁକ ଭାବେ ପିଟି ପିଟି ମାରି ଦେଇଛନ୍ତି ବୋଲି ଅଭିଯୋଗ କରିଥିଲେ। ଉକ୍ତ ମୃତକଙ୍କ ନାଁରେ ଜୟପୁର ଟାଉନ ଥାନାରେ ବିଭିନ୍ନ ମାମଲାରେ୧୦ଟି, ସଦରରେ ୩ଟି ଓ ବୋରିଗୁମ୍ମାରେ ଗୋଟିଏ ମାମଲା ରହିଥିବାବେଳେ ୧୦ଟି ଜାମିନ ବିହୀନ ଗିରଫ ପରୱାନା ଜାରି କରାଯାଇଥିଲା।

ଏଥିସହିତ ପଢ଼ନ୍ତୁ: ଆସୁଛି ବାତ୍ୟା ‘ଜଓ୍ୱାଦ’: ୪ ଜିଲ୍ଲାକୁ ୟେଲୋ ଓ ୧୧ ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଜାରି

ରାଜ୍ୟ ବିଧାନସଭାର ଶୀତକାଳୀନ ଅଧିବେଶନ ଆଜିଠୁ ଆରମ୍ଭ: ଦରବୃଦ୍ଧି ପ୍ରସଂଗରେ ଟାର୍ଗେଟ କରିବ ବିଜେଡି

ଭୁବନେଶ୍ୱର: ଆଜିଠୁ ରାଜ୍ୟ ବିଧାନସଭାର ଶୀତକାଳୀନ ଅଧିବେଶନ । କଟକଣାରେ ଚାଲିବ ଗୃହ କାର୍ଯ୍ୟ । ଆଜି ପ୍ରଥମ ଦିନରେ ଗୃହରେ ଅତିରିକ୍ତ ବଜେଟ ଉପସ୍ଥାପିତ ହେବ । ନିଜ ନିଜର ରଣନୀତିରେ ଗୃହରେ ମୁହାଁମୁହିଁ ହେବେ ଶାସକ ବିରୋଧୀ । ଦରବୃଦ୍ଧି ପ୍ରସଂଗରେ କେନ୍ଦ୍ରକୁ ଟାର୍ଗେଟ କରିବ ଶାସକ ଦଳ । ଗୃହରେ ବିଜେଡି ଉଠାଇବ କେନ୍ଦ୍ରୀୟ ଅବହେଳା ପ୍ରସଂଗ । କେବିକେ ଜିଲ୍ଲା ତଥା ଆଦିବାସୀ ଅଞ୍ଚଳର ବିକାଶ, କୋଲ ରୟାଲଟି ବୃଦ୍ଧି, ଦରଦାମ ବୃଦ୍ଧିକୁ କେନ୍ଦ୍ର ନିୟନ୍ତ୍ରଣ କରି ନପାରିବା ପ୍ରସଂଗରେ ଆଲୋଚନା ହେବ ।

ଚଷୀଙ୍କ ପାଇଁ ଆବଶ୍ୟକ ହେଉଥିବା ସାର କେନ୍ଦ୍ର ଯୋଗାଇ ନପାରିବା ପ୍ରସଂଗରେ ମଧ୍ୟ ହେବ ଆଲୋଚନା ହେବ । ସ୍ୱାମୀନାଥନ୍ ରିପୋର୍ଟକୁ ନେଇ ରାଜ୍ୟର ଦାବିକୁ କେନ୍ଦ୍ର ମାନୁନଥିବା ବେଳେ ସେନେଇ ମଧ୍ୟ ଗୃହରେ ଆଲୋଚନା ହେବ । ଏଥିସହ ଏକାଧିକ ବିଲ୍ ମଧ୍ୟ ଗୃହରେ ଆଗତ ହେବ । ସେପଟେ ଶାସକ ଦଳକୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ ।

ନୂଆ ଓ ପୁରୁଣା ପ୍ରସଂଗକୁ ନେଇ ଗୃହରେ ସରକାରଙ୍କୁ ପ୍ରଶ୍ନ କରିବେ ବିରୋଧୀ । ତେବେ ଆଲୋଚନା ମାଧ୍ୟମରେ ବିରୋଧୀଙ୍କୁ ଜବାବ ଦେବାକୁ ପ୍ରସ୍ତୁତ ଅଛି ଶାସକ ଦଳ । ଶୀତ ଅଧିବେଶନରେ ମୋଟ ୨୬ଟି କାର୍ଯ୍ୟ ଦିବସ ରହିଛି । ଅଧିବେଶନରେ ପ୍ରଶ୍ନକାଳ ଓ ରାଜ୍ୟପାଳ ଭାଷଣ ବେଳେ ବିଧାୟକମାନେ ହଟଗୋଳ ଓ ହୋହାଲ୍ଲା ନକରିବା ପାଇଁ ବାଚସ୍ପତି ସବୁ ଦଳକୁ ପ୍ରସ୍ତାବ ଦେଇଛନ୍ତି ।

ଏଥିସହିତ ପଢ଼ନ୍ତୁ: ଆସୁଛି ବାତ୍ୟା ‘ଜଓ୍ୱାଦ’: ୪ ଜିଲ୍ଲାକୁ ୟେଲୋ ଓ ୧୧ ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଜାରି

ଆସୁଛି ବାତ୍ୟା ‘ଜଓ୍ୱାଦ’: ୪ ଜିଲ୍ଲାକୁ ୟେଲୋ ଓ ୧୧ ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଜାରି

ଭୁବନେଶ୍ୱର: ଆସୁଛି ବାତ୍ୟା ‘ଜଓ୍ୱାଦ’ । ଆସନ୍ତା ୪ତାରିଖରେ ଲ୍ୟାଣ୍ଡଫଲ କରିବ ବାତ୍ୟା । ଗତକାଲି ଦକ୍ଷିଣ ଥାଇଲାଣ୍ଡ ଏବଂ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଘନିଭୂତ ହୋଇ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି । ଆସନ୍ତାକାଲି ଅବପାତରେ ପରିଣତ ହେବ ବାତ୍ୟା ‘ଜଓ୍ୱାଦ’ । ୩ ତାରିଖରେ ବାତ୍ୟା ରୂପ ନେଇ ୪ତାରିଖରେ ସ୍ଥଳଭାଗ ଛୁଇଁବ । ଉତ୍ତର ଆନ୍ଧ୍ର କିମ୍ବା ଓଡିଶା ଉପକୂଳରେ ‘ଜୱାଦ’ ସ୍ଥଳଭାଗ ଛୁଇଁପାରେ । ଏହା ପ୍ରଭାବରେ କାଲିଠୁ ପାଗରେ ପରିବର୍ତ୍ତନ ହେବା ସହିତ ୩ ତାରିଖରୁ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ସାଙ୍ଗକୁ ପବନ ଆରମ୍ଭ ହେବ ।

ଶନିବାର ପବନର ବେଗ ଘଣ୍ଟାପ୍ରତି ୧୦୦କିଲୋମିଟର ଛୁଇଁବାର ସମ୍ଭାବନା ରହିଛି । ଗଜପତି, ଗଞ୍ଜାମ, ପୁରୀ ଓ ଜଗତସିଂହପୁରରେ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ସେହିଭଳି ୪ ତାରିଖରେ ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ଭଦ୍ରକ, ବାଲେଶ୍ୱର, ଯାଜପୁର ଜିଲ୍ଲାରେ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ବାତ୍ୟା ନେଇ ସତର୍କତା ଜିର କରିଛନ୍ତି ଏସଆରସି । ପ୍ରବଳ ବର୍ଷା କାରଣରୁ ତଳିଆ ଅଞ୍ଚଳରେ ବନ୍ୟା ପରିସ୍ତିତି ସୃଷ୍ଟି ହେବାର ସମ୍ଭାବନା ରହିଛି । ଏଣୁ ସତର୍କ ରହିବାକୁ ଜିଲ୍ଲାପାଳଙ୍କୁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି ।

ଏଡସ୍ ଓ କରୋନା ସଚେତନତା ନେଇ ‘ସକାଳ ଓ ନନ୍ଦିଘୋଷ ଟିଭି’ର ମିନି ମାରାଥନ୍ ଆରମ୍ଭ

ଭୁବନେଶ୍ୱର: ଓଡ଼ିଆ ଦୈନିକ ଖବରକାଗଜ ‘ସକାଳ’ର ଆଜି ପ୍ରଥମ ସ୍ୱନକ୍ଷତ୍ର ଦିବସ  । ଏହା ସହିତ ଆଜି  ବିଶ୍ୱ ଏଡସ୍ ଦିବସ  । ଏହି ଅବସରରେ ଆଜି ଅନୁଷ୍ଠିତ ହୋଇଛି ମିନି ମାରାଥନ  । ରାଜ୍ୟର ୯ଟି ସହରରେ ‘ସକାଳ’ ଓ ‘ନନ୍ଦିଘୋଷ ଟିଭି’ ପକ୍ଷରୁ ମିନି ମାରାଥନ୍‌ର ଆୟୋଜନ କରାଯାଇଛି  ।  ଯାହାରା ଥିମ୍ ରହିଛି `ଆମେ ଲଢିବା, ଆମେ ବଢ଼ିବା’ । ସତର୍କତା ଓ ସଚେତନତା ହିଁ ଏଡସ୍‌ ଓ କରୋନା ମହାମାରୀ ବିରୋଧରେ ଲଢିବାର ବଡ଼ ଅସ୍ତ୍ର  ।

https://www.facebook.com/NandighoshaTV/videos/270886848401947

ଏହାକୁ ପାଥେୟ କରି ବିଶ୍ୱ ଏଡସ ଦିବସ ଅବସରରେ ମିନି ମାରାଥନର ଆୟୋଜନ କରିଛି ସକାଳ ଓ ନନ୍ଦିଘୋଷ ଟିଭି  । ସକାଳ ସାଢେ ୬ଟାରୁ ଆରମ୍ଭ ହୋଇଛି  ଗଣଦୌଡ଼  । ଭୁବନେଶ୍ୱର, କଟକ, ପୁରୀ, ବ୍ରହ୍ମପୁର, ଜୟପୁର, ସମ୍ବଲପୁର, ରାଉରକେଲା, ବାଲେଶ୍ୱର ଓ ଅନୁଗୁଳରେ ପୂର୍ବ ସ୍ଥିରୀକୃତ ସ୍ଥାନ ଓ ସମୟରେ ଏହି ମିନି ମାରାଥନ ହୋଇଛି  । ରାଜଧାନୀ ଭୁବନେଶ୍ୱରର ଶିଶୁଭବନ ଛକରୁ ଗଣଦୌଡ଼ ଆରମ୍ଭ ହୋଇଛି । ଯାହା ଏକାମ୍ର ହାଟରେ ଶେଷ ହୋଇଛି ।

ଭୁବନେଶ୍ୱରରେ ଅନୁଷ୍ଠିତ ମିନି ମାରାଥନ୍‌କୁ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଉଦଘାଟନ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଦୈନିକ ସକାଳ ସିଇଓ ସୁବ୍ରତ ଦାଶ,  ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ଦିଲ୍ଲୀପ ତିର୍କୀ, ସମାଜସେବୀ ମୀରା ପରିଡ଼ା, ଅଭିନେତା ସବ୍ୟସାଚୀ, ଅର୍ଚ୍ଚିତା, ପପୁ ପମପମ, ଦୟା, ଶଙ୍କର ଉପସ୍ଥିତ ଥିଲେ ।

ବ୍ରହ୍ମପୁରରେ ଆୟୋଜିତ ମିନି ମାରାଥନ୍ କାର୍ଯ୍ୟକ୍ରମକୁ ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ ଓ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ମିଳିତ ଭାବେ ଉଦ୍‌ଘାଟନ କରିଥିଲେ । ବ୍ରହ୍ମପୁର ୟୁନିଭର୍ସିଟିର ପୂର୍ବତନ ଭିସି ପ୍ରଫେସର ଜୟନ୍ତ ମହାପାତ୍ର, ନନ୍ଦିଘୋଷ ଟିଭି ସମ୍ପାଦକ ଶିଶିର ଭଟ୍ଟମିଶ୍ର ଉପସ୍ଥିତ ଥିଲେ ।

ବାଲେଶ୍ୱରରେ କାର୍ଯ୍ୟକମ ଶୁଭାରମ୍ଭ କରିଥିଲେ ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ । ବିଧାୟକ ସ୍ୱରୂପ ଦାସ, ବିଜେଡି ନେତ୍ରୀ ସୁବାସିନୀ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

ରାଉରକେଲାରେ ଶୁଭାରମ୍ଭ କଲେ RSP ଇଡି ପ୍ରମୋଦ ଶତପଥୀ । ପୂର୍ବତନ ହକି ଖେଳାଳି ଲାଜରୁସ ବାର୍ଲା ପ୍ରମୁଖ ଉପସ୍ଥିତ ଥିଲେ ।

ସମ୍ବଲପୁରରେ ଶୁଭାରମ୍ଭ କଲେ ଜିଏମ୍ ୟୁନିଭର୍ସିଟି କୁଳପତି ଏମ ନାଗାରାଜୁ ଓ ଏସପି ଡି ଗଙ୍ଗାଧର । ଟାଟା ପାଓ୍ୱାର ସିଇଓ ଥିଲେ ସାମିଲ ।ସେହିଭଳି କଟକରେ ଅନୁଷ୍ଠିତ ମିନି ମାରାଥନ୍ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ ବିଧାୟକ ଦେବୀ ରଂଜନ ତ୍ରିପାଠୀ ।

ପୁରୀରେ ଏସପି କେ ବିଶାଲ ସିଂ ଶୁଭାରମ୍ଭ କରିଥିବା ବେଳେ ଅନୁଗୁଳରେ ଶୁଭାରମ୍ଭ କଲେ ଡିଆଇଜି ସାର୍ଥକ ଷଡ଼ଙ୍ଗୀ । ସେହିଭଳି ଜୟପୁରରେ ଶୁଭାରମ୍ଭ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ରାଜେଶ ପଣ୍ଡିତ, ଏସପି ବି ଗୁଣ୍ଠାପଲ୍ଲୀ  ।

୨ ନାବାଳିକା ଭଉଣୀଙ୍କୁ ଦୁଷ୍କର୍ମ ମାମଲା, ଦୋଷୀକୁ ୪୦ ବର୍ଷ ଜେଲ୍ ସହ ଲକ୍ଷେ ଟଙ୍କା ଜରିମାନା

ଭୁବନେଶ୍ୱର: ଦୁଷ୍କର୍ମକାରୀକୁ ୪୦ ବର୍ଷ କାରାଦଣ୍ଡ ସହ ଲକ୍ଷେ ଟଙ୍କା ଜରିମାନା । ବଲାଙ୍ଗିରର ୨ ନାବାଳିକା ସମ୍ପର୍କୀୟ ଭଉଣୀର ଦୁଷ୍କର୍ମକାରୀଙ୍କୁ ବଲାଙ୍ଗିର ଫାଷ୍ଟ ଟ୍ରାକ୍ କୋର୍ଟ ଦୋଷୀ ସାବ୍ୟସ୍ତ କରି ୪୦ ବର୍ଷର ସଜା ଶୁଣାଇଛନ୍ତି । ଏଥିସହ ଏକ ଲକ୍ଷ ଟଙ୍କା ଜରିମାନା କରିଛନ୍ତି । ଗତ ୨୦୧୬ ମସିହାରେ ବଲାଙ୍ଗିରର ଦୁଇ ନାବାଳିକା ଭଉଣୀକୁ ତାଙ୍କର ମାଉସୀ ପୁଅ ଭାଇ ସୋନପୁର ଜିଲ୍ଲା ତରଭାର ସୁମିତ ମଲ୍ଲିକ ନିୟମିତ ଭାବରେ ବାରମ୍ବାର ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଥିଲା ।

Bolangir Fast Track Court Rape Accused 40 Years Jail

ବଲାଙ୍ଗିର ଟାଉନ୍ ଥାନାରେ ଏନେଇ ଅଭିଯୋଗ ହେବା ପରେ ପୋଲିସ୍ ୧୮/ ୨୦୧୬ରେ ମାମଲା ରୁଜୁ କରି ଅଭିଯୁକ୍ତ ସୁମିତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏହି ମାମଲାର ଶୁଣାଣି ବଲାଙ୍ଗିର ଫାଷ୍ଟଟ୍ରାକ କୋର୍ଟରେ ହୋଇଥିଲା । କୋର୍ଟର ସ୍ଵତନ୍ତ୍ର ବିଚାରପତି ବିରଞ୍ଚି ନାରାୟଣ ମିଶ୍ର ଗତ ୨୭ ତାରିଖରେ ମାମଲାର ଫଇସଲା ଶୁଣାଇଛନ୍ତି ।

Bolangir Fast Track Court Rape Accused 40 Years Jail

ଯେଉଁଥିରେ ଦୁଇ ନାବାଳିକା ସମ୍ପର୍କୀୟ ଭଉଣୀକୁ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବା ସହ ୨ ମାମଲାରେ କୋଡ଼ିଏ କୋଡ଼ିଏ ବର୍ଷ ଲେଖାଏଁ ସଜା ଶୁଣାଇଛନ୍ତି କୋର୍ଟ । ସେହିପରି ଦୋଷୀ ଉପରେ ଦୁଇ ମାମଲାରେ ୫୦ ହଜାର ଟଙ୍କା ଲେଖାଏଁ ମୋଟ ଏକ ଲକ୍ଷ ଟଙ୍କା ଜରିମାନା କରିଛନ୍ତି ।

ଡିସେମ୍ବରରେ ବାହାଘର ? ଜାଣି ନିଅନ୍ତୁ କଟକଣା ସବୁ କଣ ?

ଭୁବନେଶ୍ୱର: କରୋନାର ନୂଆ ଭାରିଆଣ୍ଟକୁ ନେଇ ଚିନ୍ତା ବଢ଼ିଥିବା ବେଳେ ଚାଲିଛି ବାହାଘର ଋତୁ । ପ୍ରତିଦିନ ବିବାହ ମଣ୍ଡପରେ ବାହାଘର, ବ୍ରତୋପୟନ ପାଇଁ ଭିଡ଼ ବଢ଼ୁଛି । ବଢ଼ୁଥିବା ସଂକ୍ରମଣର ନୂଆ ଭାରିଆଣ୍ଟ ଚିନ୍ତା ଭିତରେ ସରକାର ଜାରି କରିଛନ୍ତି ଡିସେମ୍ବର ମାସ ପାଇଁ କରୋନା ଗାଇଡଲାଇନ୍ । କରୋନା କଟକଣା ଭିତରେ ସୀମିତ ଲୋକଙ୍କୁ ନେଇ ବିବାହ ଉତ୍ସବ, ବ୍ରତୋପୟନ ଓ ଅନ୍ତ୍ୟେଷ୍ଟିକ୍ରିୟା ଲାଗି ଅନୁମତି ଦିଆଯାଇଛି ।

Marriage In December, Know The Latest Corona Guidelines

ବିବାହ, ବ୍ରତ, ଅନ୍ତ୍ୟେଷ୍ଟି ଆଦି କାର୍ଯ୍ୟରେ ସର୍ବାଧିକ ୨୫୦ ଜଣ ସାମିଲ୍ ହୋଇ ପାରିବେ । ଏଥିପାଇଁ ସ୍ଥାନୀୟ ପ୍ରଶାସନ ଠାରୁ ଅନୁମତି ନେବାକୁ ପଡ଼ିବ । ୨୫୦ ଜଣଙ୍କ ମଧ୍ୟରେ କାର୍ଯ୍ୟକର୍ତ୍ତା, ଅତିଥି, ବ୍ରାହ୍ମଣ, କ୍ୟାଟରିଂ ଆଦି ସମସ୍ତେ ରହିବେ । ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମରେ କୋଭିଡ୍ ନିୟାମବଳୀକୁ ପାଳନ କରିବାକୁ ପଡ଼ିବ । ପ୍ରଶାସନର ଅନୁମତି କ୍ରମେ ୫୦ ଜଣଙ୍କୁ ବିବାହ ଶୋଭାଯାତ୍ରା ହୋଇପାରିବ । କୋଭିଡ୍ କଟକଣା ଉଲ୍ଲଂଘନ କଲେ ଜରିମାନା ଦେବାକୁ ପଡ଼ିବ ।

ଏଥିସହ ପଢ଼ନ୍ତୁ: ଆସିଲା ଡିସେମ୍ବର କରୋନା ଗାଇଡଲାଇନ୍, ନୂଆବର୍ଷ ପାଳନ ଉପରେ କଟକଣା

ପୋଲିସ କର୍ମଚାରୀଙ୍କ ପାଇଁ ୫୦୪ ସରକାରୀ ଗୃହର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଭୁବନେଶ୍ୱର ରିଜର୍ଭ ପୋଲିସ ଲାଇନ୍ ପଡ଼ିଆରେ ଆଦର୍ଶ ଆରକ୍ଷୀ ପରିବାର ଆବାସ ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ୱର ସହାରଞ୍ଚଳ ପୋଲିସ କର୍ମଚାରୀଙ୍କ ପାଇଁ ବାସ ଗୃହ ତିଆରି ହେବ । ଏହି ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ପୋଲିସ ଡିଜି ଅଭୟ । ପୋଲିସ କର୍ମଚାରୀଙ୍କ ପାଇଁ ଚଳିତ ବର୍ଷ ୫୦୪ ଘର ନିର୍ମାଣ କରାଯିବ ।

CM Lays Foundation for 504  Government Residences for Police Personnel in Bhubaneswar

ନିର୍ମାଣ ହେବାକୁ ଥିବା ବାସଗୃହର ତିନି ଭାଗରୁ ୨ ଭାଗ କନେଷ୍ଟବଳ ଓ ମୁଖ୍ୟ କନେଷ୍ଟବଳଙ୍କୁ ମିଳିବ । ୫୦୪ଟି କ୍ୱାର୍ଟର ମଧ୍ୟରୁ ୫୬ଟି ଇ-ଟାଇପ୍ କ୍ୱାର୍ଟର ଯାଁଳାରେ, ୨୮ଟି ଡି-ଟାଇପ୍ କ୍ୱାର୍ଟର ରିଜର୍ଭ ପୋଲିସ ଲାଇନରେ, ୨୮ଟି ଇ-ଟାଇପ୍ କ୍ୱାର୍ଟର ତମାଣ୍ଡୋରେ, ୨୮ଟି ଇ-ଟାଇପ୍ କ୍ୱାର୍ଟର ଏୟାରଫିଲ୍ଡ ଅଞ୍ଚଳ, ୨୮ଟି ଇ-ଟାଇପ୍ କ୍ୱାର୍ଟର ବଡ଼ଗଡ଼ ଥାନାରେ, ୨୮ଟି ଏଫ୍-ଟାଇପ୍ କ୍ୱାର୍ଟର ରିଜର୍ଭ ପୋଲିସ ଲାଇନ୍, ୨୮ଟି ଏଫ୍-ଟାଇପ୍ କ୍ୱାର୍ଟର ଲକ୍ଷ୍ମୀସାଗରରେ, ୨୮ଟି ଏଫ୍-ଟାଇପ୍ କ୍ୱାର୍ଟର ବଡ଼ଗଡ଼, ୨୮ଟି ଏଫ୍-ଟାଇପ୍ କ୍ୱାର୍ଟରରେ ରିଜର୍ଭ ପୋଲିସ ଲାଇନରେ ନିର୍ମାଣ ହେବ ।

CM Lays Foundation for 504  Government Residences for Police Personnel in Bhubaneswar

ଆସନ୍ତା ୫ବର୍ଷ ଧରି ଚାଲିବ ପ୍ରକଳ୍ପ କାମ । ଏହି ପ୍ରକଳ୍ପ ହେବା ଦ୍ୱାରା ପୋଲିସ କର୍ମଚାରୀ ଘରଭଡ଼ା ଦେଇ ବାହାରେ ରହିବେ ନାହିଁ । ଡ୍ୟୁଟି ସମୟରେ ଦୂରତା କମିଯିବ । ଆଗକୁ ପୂରା ରାଜ୍ୟରେ ପୋଲିସ କର୍ମଚାରୀଙ୍କ ପାଇଁ ଘର ହେବ ବୋଲି କହିଛନ୍ତି ପୋଲିସ ଡିଜି ଅଭୟ ।