spot_img
Home Blog Page 4822

ସଞ୍ଜୟ ବାଙ୍ଗରଙ୍କ ଭବିଷ୍ୟବାଣୀ; ମୁରଲୀଧରନଙ୍କ ରେକର୍ଡ ଭାଙ୍ଗିବେ ଅଶ୍ୱିନୀ

ମୁମ୍ବାଇ: ଭାରତୀୟ କ୍ରିକେଟର ସବୁଠାରୁ ସଫଳ ବୋଲରଙ୍କ ମଧ୍ୟରୁ ଜଣେ ହେଉଛନ୍ତି ରବି ଚନ୍ଦ୍ରନ ଅଶ୍ୱିନୀ । ତାଙ୍କ ଧୂଆଁଧାର ବୋଲିଂ କେବଳ ଭାରତରେ ନୁହେଁ, ବିଦେଶରେ ମଧ୍ୟ ଦମଦାର ବୋଲିଂ କରିଛନ୍ତି ଅଶ୍ୱିନୀ । ଏପର୍ଯ୍ୟନ୍ତ ରବି ଚନ୍ଦ୍ରନ ଅଶ୍ୱିନୀ ୮୧ ଟେଷ୍ଟ ମ୍ୟାଚ ଖେଳି ୪୨୬ ଓ୍ୱିକେଟ ଅକ୍ତିଆର କରିସାରିଛନ୍ତି । କାନପୁରରେ ଚାଲୁଥିବା ଭାରତ-ନ୍ୟୁଜିଲାଣ୍ଡ ଟେଷ୍ଟରେ ଦମଦାର ବୋଲିଂ ପ୍ରଦର୍ଶନ କରିଥିଲେ ଅଶ୍ୱିନୀ । କାନପୁର ଟେଷ୍ଟରେ ଅଶ୍ୱିନୀ, ହରଭଜନ ସିଂହଙ୍କ ରେକର୍ଡ ଭାଙ୍ଗିଥିଲେ । ହରଭଜନ ସିଂହ ୪୧୭ ଓ୍ୱିକେଟ ନେଇଥିବାବେଳେ କାନପୁର ଟେଷ୍ଟରେ ଏହି ରେକର୍ଡ ଭାଙ୍ଗିଥିଲେ ଅଶ୍ୱିନୀ ।

ଭାରତୀୟ କ୍ରିକେଟରେ ବର୍ତ୍ତମାନ ଅନିଲ କୁମ୍ବେଲ ଓ କପିଲ ଦେବଙ୍କ ପରେ ଅଶ୍ୱିନୀ ସଫଳ ଭାରତୀୟ ବୋଲର ଅଟନ୍ତି । ତେବେ ଅଶ୍ୱିନୀଙ୍କୁ ଏକ ବଡ଼ ଭବିଷ୍ୟବାଣୀ କରିଛନ୍ତି ଭାରତୀୟ ଦଳର ପୂର୍ବତନ ବ୍ୟାଟିଂ କୋଚ୍ ସଞ୍ଜୟ ବାଙ୍ଗର । ଅଶ୍ୱିନୀ ଭବିଷ୍ୟତରେ ଆହୁରି ଅନେକ ଟେଷ୍ଟ ମ୍ୟାଚ ଖେଳିବେ ବୋଲି କହିଛନ୍ତି ବାଙ୍ଗର । ସେ ଆହୁରି କହିଛନ୍ତି କି ମୁରଲୀଧରନଙ୍କ ୮୦୦ ଓ୍ୱିକେଟର ରେକର୍ଡ ଅଶ୍ୱିନୀ ଭାଙ୍ଗି ପାରିବେ । ଏକ କାର୍ଯ୍ୟକ୍ରମରେ ସଞ୍ଜୟ କହିଥିଲେ କି ଯଦି ଅଶ୍ୱିନୀ ଆଗାମୀ କିଛି ବର୍ଷ ଫିଟ୍‌ ରହିବେ ତେବେ ସେ ନିଶ୍ଚିତ ଭାବରେ ମୁରଲୀଧରନଙ୍କ ରେକର୍ଡ ଭାଙ୍ଗିପାରିବେ ।

ସଞ୍ଜୟ ବାଙ୍ଗର ଏହି କାର୍ଯ୍ୟକ୍ରମରେ ଆହୁରି କହିଛନ୍ତି କି ମୁରଲୀଧରନ ନିଜେ ମଧ୍ୟ କହିଛନ୍ତି ଯଦି ତାଙ୍କ ରେକର୍ଡ କିଏ ଭାଙ୍ଗି ପାରିବ ସେ ହେଉଛନ୍ତି ରବି ଚନ୍ଦ୍ରନ ଅଶ୍ୱିନୀ । ବିଗତ କିଛି ବର୍ଷ ଧରି ଅଶ୍ୱିନୀ ଯେପରି ଭାବରେ ବୋଲିଂ କରୁଛନ୍ତି ମୁଁ ଭାବୁଛି କି ସେ ମୁରଲୀଧରନଙ୍କ ଏହି ରେକର୍ଡ ନିଶ୍ଚିତ ଭାବରେ ଭାଙ୍ଗି ପାରିବେ ବୋଲି କହିଛନ୍ତି ସଞ୍ଜୟ ବାଙ୍ଗର ।

 

ପଦ୍ମଶ୍ରୀ ନନ୍ଦ ପୃଷ୍ଟିଙ୍କ ପରଲୋକ, କୋଭିଡରେ ଥିଲେ ସଂକ୍ରମିତ

ଭୁବନେଶ୍ୱର: ପଦ୍ମଶ୍ରୀ ନନ୍ଦ ପୃଷ୍ଟିଙ୍କ ଦେହାନ୍ତ  ।  କୋଭିଡରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ  । ନଭେମ୍ବର ୨୯ ତାରିଖରେ ନନ୍ଦ ସାରଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରେ ସେ କୋଭିଡ୍‌ ପଜିଟିଭ ଚିହ୍ନଟ ଚିହ୍ନଟ ହୋଇଥିଲେ । ତା’ପରେ ସେହି ଦିନ ରାତିରେ ତାଙ୍କୁ ଟାଟା ମେଡିକାଲ କୋଭିଡ୍‌ ହସ୍‌ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସା ଚାଲିଥିବା ବେଳେ ୪ ତାରିଖରେ ଭୁବନେଶ୍ବର ସମ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଆଜି ତାଙ୍କର ପରଲୋକ ହୋଇଛି ।

ଯାଜପୁର ଜିଲ୍ଲାର ସୁକିନ୍ଦା ବ୍ଲକ ଅନ୍ତର୍ଗତ କନ୍ତିରା ଗ୍ରାମର ଜଣେ ସୁନାମଧନ୍ୟ ଶିକ୍ଷକ ଭାବେ ସେ ଖ୍ୟାତି ଅର୍ଜନ କରିଥିଲେ । ସେ ନନ୍ଦ ସାର ନାମରେ ମଧ୍ୟ ପରିଚିତ ଥିଲେ । ଶିକ୍ଷାକ୍ଷେତ୍ରରେ ଅବଦାନକୁ ସ୍ୱୀକୃତି ପ୍ରଦାନ କରି ତାଙ୍କୁ ୨୦୨୦ ବର୍ଷ ପାଇଁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନୀତ କରାଯାଇଥିଲା । ନନ୍ଦ କିଶୋରଙ୍କ ପିତାଙ୍କ ନାମ ଥିଲା ନାଭ ପୃଷ୍ଟି ଓ ମାତାଙ୍କ ନାମ ଚନ୍ଦ୍ରମଣି ପୃଷ୍ଟି । ୧୯୩୯ ମସିହାରେ ସେ ହାତିବାରୀ ସ୍କୁଲରୁ ସପ୍ତମ ଶ୍ରେଣୀ ପାସ କରିଥିଲେ । ଆର୍ଥିକ ଅବସ୍ଥା ଭଲ ନଥିବାରୁ ସେ ଅଧିକ ପାଠପଢ଼ା ବନ୍ଦ କରି, ଚାଷକାମ କରିବା ଆରମ୍ଭ କରିଥିଲେ ।

କିନ୍ତୁ ନିଜ ଗାଁର ପିଲାମାନଙ୍କୁ ମହାନ କରିବାର ଆସକ୍ତି ତାଙ୍କ ଭିତରେ ଅହରହ ଥିଲା  । ବିନା ଦେୟରେ ଶିକ୍ଷାଦାନ ଜାରି ରଖିଥିଲେ  । ୧୯୪୬ ମସିହାରୁ ନିଜେ ପିଲାଙ୍କୁ ପାଠ ପଢ଼ାଇବା ଆରମ୍ଭ କରିଥିଲେ । ଶତାୟୁ ହେଲେ ବି ସେ ପିଲାଙ୍କୁ ଶିକ୍ଷାଦାନ କାର୍ଯ୍ୟରେ ନିୟୋଜିତ ଥିଲେ । ସେ ଜୀବନ କାଳ ଭିତରେ ୩ ହଜାରରୁ ଅଧିକ ପିଲାଙ୍କୁ ମଣିଷ କରିଛନ୍ତି । କିନ୍ତୁ ଶେଷରେ ମଣିଷ ତିଆରି ମନ୍ଦିରର ବିଶ୍ୱକର୍ମା ଆଖି ବୁଜିଛନ୍ତି  । ନନ୍ଦ ସାରଙ୍କ ଦେହାନ୍ତରେ ମର୍ମାହତ ସମଗ୍ର ରାଜ୍ୟ  । ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି  ।

 

‘କ୍ଷମା ପ୍ରାର୍ଥନା କଲେ ପ୍ରତ୍ୟାହୃତ ହେବ ନିଲମ୍ୱନ ଆଦେଶ’

ନୂଆଦିଲ୍ଲୀ: ନିଲମ୍ୱିତ ସାଂସଦମାନେ କ୍ଷମା ପ୍ରାର୍ଥନା କଲେ ସେମାନଙ୍କୁ ଉପରୁ ନିଲମ୍ୱନ ଆଦେଶ ପ୍ରତ୍ୟାହୃତ ହେବ । ଏହା କହିଛନ୍ତି କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ । ସେ କହିଛନ୍ତି ଯେ, ସାଂସଦଙ୍କୁ ପାର୍ଲିଆମେଣ୍ଟରୁ ନିଲମ୍ୱିତ କରାଯିବାର କାରଣ ସମ୍ପର୍କରେ ଅବଗତ କରାଯାଇଛି । ଏବଂ ସଂସଦ ଭିତରେ ଯାହା ଘଟିଲା ତାହାର ରେକର୍ଡ ମଧ୍ୟ ରହିଛି । ଆଜି ବି ସେମାନେ ଯଦି ସେମାନଙ୍କ କାର୍ଯ୍ୟକଳାପ ଲାଗି କ୍ଷମାପ୍ରାର୍ଥନା କରିବେ ତେବେ ସେମାନଙ୍କୁ ଉପରୁ ନିଲମ୍ୱନ ଆଦେଶ ପ୍ରତ୍ୟାହର କରାଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ଅନୁଷ୍ଠିତ ବିଜେପି ସଂସଦୀୟ ଦଳ ବୈଠକ ପରେ ଏହା କହିଛନ୍ତି ଶ୍ରୀ ଯୋଶୀ ।

ସୂଚନା ଯୋଗ୍ୟ ଯେ, ବିଶୃଙ୍ଖଳିତ ଆଚରଣ ପାଇଁ ୧୨ ରାଜ୍ୟସଭା ସାଂସଦଙ୍କୁ ନିଲମ୍ୱିତ କରାଯାଇଛି । ଶୀତ ଅଧିବେଶନର ପ୍ରଥମ ଦିନରେ ରାଜ୍ୟସଭାରେ କୃଷି ଆଇନ ସମେତ ଅନ୍ୟାନ୍ୟ ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ଗୁଡ଼ିକର ସାଂସଦମାନେ ହୋହଲ୍ଲା କରିବା ସହ ନାରାବାଜି କରିଥିଲେ । ରାଜ୍ୟସଭାରେ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ଯାହାଫଳରେ ବାକି ଥିବା ଶୀତ ଅଧିବେଶନ ପର୍ଯ୍ୟନ୍ତ ୧୨ ସଂସଦଙ୍କୁ ନିଲମ୍ୱିତ କରାଯାଇଛି। ନିଲମ୍ବିତ ସାଂସଦଙ୍କ ମଧ୍ୟରେ ୬ଜଣ କଂଗ୍ରେସର, ଦୁଇ ଜଣ ଟିଏମସି, ୨ଜଣ ଶିବସେନା ଓ ସିପିଏମ ଏବଂ ସିପିଆଇରୁ ଜଣେ ଲେଖାଁଏ ଅଛନ୍ତି ।

ଅନ୍ୟପକ୍ଷରେ ଏଭଳି କାର୍ଯ୍ୟାନୁଷ୍ଠାନର ଦୃଢ଼ ବିରୋଧ କରିଛନ୍ତି ବିରୋଧୀ ଦଳ । ନିଲମ୍ୱିତ ହୋଇଥିବା ୧୨ଜଣ ରାଜ୍ୟସଭା ସଦସ୍ୟଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର ଦାବି କରି ବିରୋଧୀ ଦଳର ନେତାମାନେ ସଂସଦ ପରିସରସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ପ୍ରତିବାଦ କରିଆସୁଛନ୍ତି ।  ପ୍ରତିବାଦରେ କଂଗ୍ରେସ ନେତା ରାହୁଲ୍‌ ଗାନ୍ଧୀ, ମଲ୍ଲିକାର୍ଜୁନ ଖଡ଼ଗେ, ତୃଣମୂଳ କଂଗ୍ରେସର ସୌଗତ ରାୟ ଏବଂ ସେନା ସାଂସଦ ପ୍ରିୟଙ୍କା ଚତୁର୍ବେଦୀଙ୍କ ସମେତ ଅନ୍ୟ ନେତା ମଧ୍ୟ ସାମିଲ ଥିଲେ । ଏହି କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ଶିବସେନା ସାଂସଦ ପ୍ରିୟଙ୍କା ଚତୁର୍ବେଦୀ ସଂସଦ ଟିଭିରୁ ଇସ୍ତଫା ଦେଇଛନ୍ତି ।

ଏଥିସହିତ ପଢ଼ନ୍ତୁ: ସଂସଦ ଟିଭି ଆଙ୍କର ପଦରୁ ପ୍ରିୟଙ୍କାଙ୍କ ଇସ୍ତଫା

‘ଡିସେମ୍ବର ୧ରୁ ରାଜ୍ୟରେ ଆରମ୍ଭ ହୋଇଛି ଧାନ ସଂଗ୍ରହ’

ଭୁବନେଶ୍ୱର: ରାଜ୍ୟରେ ଧାନ ସଂଗ୍ରହକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ  । ଡିସେମ୍ବର ୧ରୁ ଆରମ୍ଭ ହୋଇଥିବା ଖରିଫ ଧାନ ସଂଗ୍ରହ ଠିକ ଭାବେ ଚାଲିଛି । ଏ ଯାଏଁ  ୧୭୨ ପ୍ୟାକ୍ସ ଜରିଆରେ ୧୪ ହଜାର ୫୪୧  ଚାଷୀଙ୍କଠାରୁ  ୭୮ ହଜାର ୨୯୯ ମେଟ୍ରିକ ଟନ ଧାନ କଣିଛନ୍ତି ରାଜ୍ୟ ସରକାର । ଟୋକନ ଓ ଦଲାଲ ବ୍ୟବସ୍ଥା ସମ୍ପୂର୍ଣ୍ଣ ଉଛେଦ ପାଇଁ ବ୍ୟବସ୍ଥା କରାଯାଇଥିବା କହିଛନ୍ତି ବିଭାଗୀୟ ମନ୍ତ୍ରୀ ।

ବିଭାଗ ପକ୍ଷରୁ ୧୯୬୭ ନମ୍ବର ଜାରି କରାଯାଇଛି  ।  IEC କାମ ବୃଦ୍ଧି କରାଯାଇଛି । ଯେଉଁ ଚାଷୀଙ୍କ ଭୁଲ ଏଣ୍ଟ୍ରି ହୋଇଥିଲା, ତାକୁ ୭ଟି ଜିଲ୍ଲାରେ ସାଟେଲାଇଟ ମ୍ୟାପିଂ ଜରିଆରେ ଭୁଲ ଏଣ୍ଟ୍ରିକୁ ରଦ୍ଦ କରାଯାଇଛି । ଏହି ସାଟେଲାଇଟ ମ୍ୟାପିଂ ଜରିଆରେ ଭୁଲ ଏଣ୍ଟ୍ରି ବନ୍ଦ କରାଯାଇପାରିବ ।ସେହିପରି ୨୪ ଘଣ୍ଟା ମଧ୍ୟରେ ଟଙ୍କା ପ୍ରଦାନ କରାଯାଉଥିବା କହିଛନ୍ତି ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ  ।

 

ଏହି ରାଶିମାନଙ୍କ ପାଇଁ ଭଲ ନୁହଁ ଆଜିର ଦିନ…

ମେଷ ରାଶି : ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ଘରେ ବାପା କିମ୍ବା ଅନ୍ୟ ସଦସ୍ୟଙ୍କ ସ୍ୱାସ୍ଥ୍ୟ ବିଗିଡ଼ିପାରେ । କୈାଣସି ନୂଆ ବ୍ୟବସାୟ ଆରମ୍ଭ କରନ୍ତୁ ନାହିଁ । ଆଜିର ଦିନ ଶୁଭ ନଥିବାରୁ ବିଭିନ୍ନ ସମସ୍ୟା ଲାଗି ରହିପାରେ ତେଣୁ ମେଷ ରାଶିର ବ୍ୟକ୍ତି ସାବଧାନ ରୁହନ୍ତୁ । ଶନି ଦେବତାଙ୍କୁ ଆରାଧନା କରିବା ସହ ନୀଳ ରଙ୍ଗର ବସ୍ତୁ ଦାନ କରନ୍ତୁ  ।

ବୃଷ ରାଶି : ମାନହାନି ହେବାର ସମ୍ଭାବନା ରହିଛି । ଏଥିପ୍ରତି ସାବଧାନ ରୁହନ୍ତୁ । ଶରୀର ସୁସ୍ଥ ରହିବ । ଯାତ୍ରାରେ ସଙ୍କଟ ଆସିପାରେ । ପ୍ରେମ ଏବଂ ବ୍ୟବସାୟ ଭଲ ରହିବ । ଗଣେଶଙ୍କ ଆରାଧନା କରନ୍ତୁ ।

ମିଥୁନ ରାଶି : ଶରୀର ଅସୁସ୍ଥ ହୋଇପାରେ । କୈାଣସି ସମସ୍ୟାରେ ପଡ଼ିପାରନ୍ତି । ପ୍ରତିକୂଳ ପରିସ୍ଥିତି ରହିବା ସହ ସ୍ୱାସ୍ଥ୍ୟ ମଧ୍ୟମ ଧରଣର ରହିବ । ପ୍ରେମ ଏବଂ ବ୍ୟବସାୟ ଭଲ ରହିବା ସହ ମା’ କାଳୀଙ୍କୁ ଆରାଧନା କରନ୍ତୁ ।

କର୍କଟ ରାଶି : ନିଜର ଏବଂ ନିଜ ଜୀବନସାଥୀଙ୍କ ଧ୍ୟାନ ରଖନ୍ତୁ । ଦୈନିକ ବ୍ୟବସାୟରେ ବାଧା ଦେଖାଦେଇପାରେ । ପ୍ରେମ ଏବଂ କ୍ରୋଧର ଶିକାର ହୋଇପାରନ୍ତି । ବ୍ୟବସାୟିକ ସ୍ଥିତି ମଧ୍ୟମ ଧରଣର ରହିବ । ଭଗବାନ ଶିବଙ୍କୁ ଆରାଧନା କରନ୍ତୁ ।

ସିଂହ ରାଶି : ଶତ୍ରୁକୁ ପରାଜୟ କରିବେ । ସ୍ଥଗିତ କାର୍ଯ୍ୟ ତ୍ୱରାନ୍ୱିତ ହେବ । ସ୍ୱାସ୍ଥ୍ୟ ମଧ୍ୟମ ଧରଣର ରହିବା ସହ ପ୍ରେମ ବ୍ୟାପାର ଭଲ ରହିବ । ହଳଦିଆ ରଙ୍ଗର ବସ୍ତୁ ନିଜ ପାଖରେ ରଖନ୍ତୁ ।

କନ୍ୟା ରାଶି : ଘରୋଇ ସୁଖରେ ବାଧା ଉପୁଜିପାରେ । ପ୍ରେମ ସମ୍ପର୍କ ଭଲ ରହିବା ସହ ସନ୍ତାନ ପ୍ରାପ୍ତି ହୋଇପାରେ । ବ୍ୟବସାୟିକ ବେପାରରେ ଭଲ ରହିବା ସହ ଶନିଦେବତାଙ୍କୁ ଆରାଧନା କରନ୍ତୁ ।

ତୁଳା ରାଶି : ଭୈାତିକ ସୁଖରେ ବାଧା ଉପୁଜିପାରେ । ମା’ଙ୍କ ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନିଅନ୍ତୁ । ମନ ଅଶାନ୍ତି ରହିପାରେ । ଦିନଟି ଅଶାନ୍ତିରେ କଟିପାରେ । ଶନିଦେବତାଙ୍କୁ ଆରାଧନା କରନ୍ତୁ ।

ବିଛା ରାଶି : ସ୍ୱାସ୍ଥ୍ୟ ଠିକ୍ ରହିବା ସହ ପରାକ୍ରମୀ ହେବେ । ଶତ୍ରୁ ପରାଜୟ ହେବେ । ବ୍ୟବସାୟ ଓ ପ୍ରେମ ସମ୍ପର୍କ ଭଲ ରହିବ । ଶ୍ରୀରାମ ଭକ୍ତ ହନୁମାନଙ୍କୁ ଆରାଧନା କରିବା ସହ ହଳଦିଆ ବସ୍ତୁ ନିଜ ପାଖରେ ରଖନ୍ତୁ ।

ଧନୁ ରାଶି : ଧନରେ ପୁଞ୍ଜି ନିବେଶ କରିବେ । ସ୍ୱାସ୍ଥ୍ୟ ମଧ୍ୟମ ଧରଣର ରହିପାରେ । ପ୍ରେମ ଏବଂ ବ୍ୟବସାୟ କ୍ଷେତ୍ରରେ ସଫଳତା ମିଳିପାରେ । ଭଗବାନ ହନୁମାନଙ୍କୁ ଆରାଧନା କରନ୍ତୁ ।

ମକର ରାଶି : ଭଲ ମନ୍ଦ ଉଭୟ ସ୍ଥିତି ବଜାୟ ରହିବ । ସ୍ୱାସ୍ଥ୍ୟ ମଧ୍ୟମ ରହିବା ସହ ପ୍ରେମ ଏବଂ ବ୍ୟବସାୟ କ୍ଷେତ୍ରରେ ସୁଧାର ଆସିବ । ମା’ କାଳୀଙ୍କୁ ଆରାଧନା କରିବା ସହ ଭଗବାନ ଶିବଙ୍କୁ ଜଳାଭିଷେକ କରନ୍ତୁ ।

କୁମ୍ଭ ରାଶି : ମନ ଅଶାନ୍ତ ରହିବା ସହ ଅଜ୍ଞାତ ଭୟ ରହିବ । ମାନସିକ ଏବଂ ଆର୍ଥିକ ପରିସ୍ଥିତିରେ ବିଗିଡ଼ିପାରେ । ପ୍ରେମ ଏବଂ ବ୍ୟବସାୟିକ କ୍ଷେତ୍ର ମଧ୍ୟମ ଧରଣର ରହିବ । ହନୁମାନଙ୍କ ଆରାଧନା କରିବା ସହ ସବୁଜ ରଙ୍ଗର ବସ୍ତୁ ନିଜ ପାଖରେ ରଖନ୍ତୁ ।

ମୀନ ରାଶି : ସ୍ଥଗିତ ରହିଥିବା ଧନ ପ୍ରାପ୍ତି ହେବା ସହ ଆୟ ଭଲ ରହିବ । କୈାଣସି ବିବାଦରେ ଫସିରହିବେ । ଭଗବାନ ଶିବଙ୍କୁ ଜଳାଭିଷେକ କରନ୍ତୁ ।

 

ଜାଣନ୍ତୁ ସେଇ ନିର୍ଦ୍ଦୟୀ ଭାରତୀୟ CE0 କିଏ, ଯିଏ ଅଢେଇ ମିନିଟର ଜୁମ୍ ବୈଠକରେ ୯ ଶହ କର୍ମଚାରୀଙ୍କ ଚାକିରୀ ଛଡାଇ ନେଲେ…

ନୂଆଦିଲ୍ଲୀ: ଟ୍ୱିଟରର ନୂଆ ସିଇଓ ଭାବରେ ଦାୟିତ୍ୱ ନେବା ପରେ ବେଶ୍ ଚର୍ଚ୍ଚାରେ ରହିଛନ୍ତି ପରାଗ ଅଗ୍ରଓ୍ୱାଲ। ବିଶ୍ୱର ବଡ଼ ବଡ଼ ଟେକ୍ କମ୍ପାନୀର କମାଣ୍ଡ ସମ୍ଭାଳୁଛନ୍ତି ଭାରତୀୟ । ସୁନ୍ଦର ପିଚାଇଙ୍କଠାରୁ ଆରମ୍ଭ କରି ସତ୍ୟ ନାଡେଲ ପର୍ଯ୍ୟନ୍ତ ବିଭିନ୍ନ ଟେକ୍ କମ୍ପାନୀର ସିଇଓ ଭାବରେ ବେଶ୍ ଚର୍ଚ୍ଚାରେ ରହି ଆସୁଛନ୍ତି ଭାରତୀୟ । ଏସବୁ ଭିତରେ ଆଉ ଜଣେ ଭାରତୀୟ ସିଇଓ ଏବେ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚାରେ ରହିଛନ୍ତି । ଯିଏକି ‘ଖଡୁସ୍ ବସ୍’ ଭାବରେ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଅଛନ୍ତି । ଏହି ସିଇଓ ଅଢ଼େଇ ମିନିଟର ଜୁମ୍ ବୈଠକରେ କମ୍ପାନୀର ୯୦୦ କର୍ମଚାରୀଙ୍କୁ ଚାକିରିରୁ ବାହାର କରିଦେଇଛନ୍ତି । ଏହି ସିଇଓ ଜଣଙ୍କ ହେଉଛନ୍ତି ‘ବେଟର ଡଟ୍ କମ୍’ର ସିଇଓ ବିଶାଲ ଗର୍ଗ ।

ବିଶାଲ ଗର୍ଗ ‘ବେଟର ଡଟ୍ କମ୍’ର ଫାଉଣ୍ଡର ଓ ସିଇଓ । ଏହି କମ୍ପାନୀ ଘର ମାଲିକଙ୍କୁ ହୋମ୍ ଲୋନ ଦେବା ସହ ବିଭିନ୍ନ ପ୍ରକାର ସୁବିଧା ଦେଇଥାଏ । ଲିଙ୍କଡିନର ସୂଚନା ଅନୁସାରେ ଏହି କମ୍ପାନୀ ମଧ୍ୟ One Zero Capital ର ପ୍ରତିଷ୍ଠାତା ଅଶିଂଦାର ରହିଛନ୍ତି । ବିଶାଲ ଜୁମ୍ ଭିଡିଓରେ କହିଥିଲେ କି ସେ ତାଙ୍କ କ୍ୟାରିୟରରେ ଏପରି ଦ୍ୱିତୀୟ ଥର ପାଇଁ କରୁଛନ୍ତି । କରୋନା ମହାମାରୀ ସମୟରେ ବିଶାଲ ଗର୍ଗ ବେଶ୍ ଚର୍ଚ୍ଚାରେ ରହିଥିଲେ । କିନ୍ତୁ ସେ ସମୟରେ କାରଣ କିଛି ଅଲଗା ଥିଲା । ସେ ନିୟୁର୍କ ସିଟି ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀ ଅନଲାଇନରେ କିପରି ଭଲ ଭାବରେ ପଢ଼ିପାରିବେ ସେଥିପାଇଁ ବିଶାଲ ୨୦ ଲକ୍ଷ ଡଲାର ପ୍ରଦାନ କରିଥିଲ । ସେ ସମୟରେ ପରୋପକାର ପାଇଁ ଚର୍ଚ୍ଚାରେ ଥିବା ବିଶାଲ ଏବେ ଏକ ଦୃଢ଼ ପଦକ୍ଷେପ ପାଇଁ ଚର୍ଚ୍ଚାରେ ରହିଛନ୍ତି ।

ବିଶାଲ ଗର୍ଗ କର୍ମଚାରୀଙ୍କୁ ଚାକିରି ଛଟେଇ କରିବାର କାରଣ ମଧ୍ୟ କହିଛନ୍ତି । ବଜାରର ଦକ୍ଷତା, ପ୍ରଦର୍ଶନ ଏବଂ ଉତ୍ପାଦକତା ପାଇଁ କର୍ମଚାରୀଙ୍କୁ ଚାକିରିରୁ ଛଟେଇ କରାଯାଇଛି ବୋଲି କହିଛନ୍ତି ବିଶାଲ । ଜୁମରେ ଓ୍ୱେବିନାର କରିବା ସମୟରେ ସେ କହିଥିଲେ କି ‘ ଯଦି ଆପଣ ଏହି ଓ୍ୱେବିନାରରେ ଅଛନ୍ତି ତେବେ ଆପଣ ଏହି ଦୁର୍ଭାଗ୍ୟ ସମୟର ଅଂଶ ଅଟନ୍ତି । କାରଣ ଏହି ମିଟିଂରେ ଆପଣମାନଙ୍କୁ ଚାକିରିରୁ ଛଟେଇ କରାଯିବ’ । ବିଶାଲ ଏହି ମିଟିଂରେ ଆହୁରି କହିଥିଲେ କି ମାନବ ସମ୍ବଳ ବିଭାଗ ତରଫରୁ ଛଟେଇ ହୋଇଥିବା କର୍ମଚାରୀଙ୍କୁ ଇ-ମେଲ ମିଳିବ । ଯେଉଁଥିରେ କର୍ମଚାରୀଙ୍କୁ କାହିଁକି ଚାକିରିରୁ ବାହାର କରାଗଲା ତାହା ଦର୍ଶାଯାଇଛି । ତେବେ ଏହି ଜୁମ୍ ମିଟିଂର ଭିଡିଓ ଜଣେ କର୍ମଚାରୀ ରେକର୍ଡିଂ କରିଥିଲେ ଏବଂ ସୋସିଆଲ ମିଡିଆରେ ଅପଲୋଡ କରିଥିଲେ । ଯାହ ଫଳରେ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ।

ବରୁଣେଇରେ ପୁଣି ‘ପାଇକ ବିଦ୍ରୋହ’ର ଆଭାସ

ଖୋର୍ଦ୍ଧା: ‘ପାଇକ ବିଦ୍ରୋହ’ ପ୍ରସଙ୍ଗର ଜୋର ଧରୁଛି ପ୍ରତିବାଦ । କେନ୍ଦ୍ରର ବୈମାତୃକ ମନୋଭାବ ବିରୋଧରେ ସଂଗ୍ରାମ ମାଟିରେ ଆନ୍ଦୋଳନର ଆହ୍ୱାନ । ଆଉ ଏକ ପାଇକ ବିଦ୍ରୋହର ଆଭାସ । ବୀର ସଂଗ୍ରାମୀଙ୍କ ବେଶ, ହାତରେ ଖଣ୍ଡା ଓ ଢାଲ ଧରି ବରୁଣେଇ ପାହଡ଼ ପାଦଦେଶରେ ଆଜି ଶତାଧିକ ପାଇକ ଏକାଠି ହେଇଛନ୍ତି ।

ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ବାଧୀନତା ସଂଗ୍ରାମର ମାନ୍ୟତା ଦିଆଯାଉନଥିରୁ ଏହାର ପ୍ରତିବାଦ କରାଯାଇଛି । ଓଡ଼ିଶାରେ କେନ୍ଦ୍ର ସରକାରଙ୍କ କାର୍ଯ୍ୟାଳୟ ବନ୍ଦ ପାଇଁ ଦିଆଯାଇଛି ଚେତାବନୀ । ଆନ୍ଦୋଳନରେ ବିଧାୟକ ସୁରେଶ ରାଉତରାୟ, ରାଜେନ୍ଦ୍ର ସାହୁ, ବିଜେଡି ନେତା ଜିତୁ ମିତ୍ର ପ୍ରମୁଖ ସାମିଲ ହୋଇଛନ୍ତି।

ପାଇକ ବିଦ୍ରୋହ ଦେଶର ପ୍ରଥମ ସ୍ୱାଧିନତା ସଂଗ୍ରାମ  ନୁହେଁ ବୋଲି ସଂସଦରେ କେନ୍ଦ୍ରମନ୍ତ୍ରୀ ବିବୃତି ରଖିଥିଲେ  । ଯାହାକୁ ନେଇ ଓଡ଼ିଶାରେ ପ୍ରତିବାଦ ମୁଣ୍ଡ ଟେକିଛି  । ସୋମବାର ବିଧାନସଭା ବାହାରେ ବିଜେଡି ବିଧାୟକ ଏହାର ପ୍ରତିବାଦ କରିଥିଲେ  । କେନ୍ଦ୍ର ସରକାର ନିଜର ମନ୍ତବ୍ୟକୁ ଫେରାଇନେବା ସହ ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଦିନତା ସଂଗ୍ରାମର ମାନ୍ୟତା ଦେବା ନେଇ ଅଡ଼ି ବସିଥିଲେ  ।

 

ଓମିକ୍ରନ୍ ଆତଙ୍କ, ବ୍ରିଟେନରେ ଗୋଷ୍ଠୀ ସଂକ୍ରମଣ

ନୂଆଦିଲ୍ଲୀ: ସାରା ବିଶ୍ୱରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ । ବିଶ୍ୱରେ ୩୮ରୁ ଅଧିକ ଦେଶରେ ନିଜର କାୟା ବିସ୍ତାର କରିସାରିଲାଣି ଓମିକ୍ରନ୍। ନଭେମ୍ବର ୨୪ରେ ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିବା ଓମିକ୍ରନ୍ ଏବେ ଦକ୍ଷିଣ ଆଫ୍ରିକା ସହ ଆମେରିକା, ବ୍ରିଟେନ୍, ୟୁରୋପ ଏବଂ ଭାରତରେ ଦ୍ରୁତ ଗତିରେ ମାଡି ଚାଲିଛି । ସବୁଠାରୁ ବଡ଼ କଥା ହେଉଛି ବ୍ରିଟେନରେ ଓମିକ୍ରନ୍ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇ ସାରିଲାଣି । କୌଣସି ଟ୍ରାଭେଲ ହିଷ୍ଟ୍ରି ନଥାଇ ମଧ୍ୟ ବ୍ରିଟେନରେ ଓମିକ୍ରନରେ ସଂକ୍ରମିତ ହେଉଛନ୍ତି ।

ୟୁକେ ସ୍ୱାସ୍ଥ୍ୟ ମନ୍ତ୍ରୀ ସାଜିଦ୍ ଜାବେଦ ସଂସଦରେ କହିଛନ୍ତି କି ଦେଶରେ କରୋନାର ନୂଆ ଭାରିଆଣ୍ଟର ୩୩୬ କେସ୍ ସାମ୍ନାକୁ ଆସିଛି । ଇଂଲଣ୍ଡରେ କରୋନାର ଗୋଷ୍ଠୀ ସଂକ୍ରମଣ ମଧ୍ୟ ଆରମ୍ଭ ହୋଇସାରିଛି । ଇଂଲଣ୍ଡରେ ଏପର୍ଯ୍ୟନ୍ତ ୨୬୧ ମାମଲା ସାମ୍ନାକୁ ଆସିଛି । ସେହିପରି ସ୍କଟଲାଣ୍ଡରେ ୭୧ ଏବଂ ଓ୍ୱେଲ୍ସରେ ୪ଟି ଓମିକ୍ରନ୍ ମାମଲା ସାମ୍ନାକୁ ଆସିଛି ବୋଲି ସଂସଦରେ କହିଛନ୍ତି ସାଜିଦ୍ ଜାବେଦ । ସଂସଦରେ ସାଜିଦ୍ ଜାବେଦ ଆହୁରି କହିଛନ୍ତି କି ଅଧିକାଂଶ କେସ୍ ଏମିତି ରହିଛି କି ଯେଉଁମାନଙ୍କର କୌଣସି ଟ୍ରାଭେଲ ହିଷ୍ଟ୍ରି ନାହିଁ । ତେବେ ଆମେ ଏହାକୁ ଦେଖି କହୁଛୁ କି ବ୍ରିଟେନର କିଛି ଅଞ୍ଚଳରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇସାରିଲାଣି । ଜାବେଦ ୟୁକେ ହେଲଥ୍ ସିକ୍ୟୁରିଟି ଏଜେନ୍ସି ଦ୍ୱାରା ଜାରି ହୋଇଥିବା ଡାଟାକୁ ମଧ୍ୟ ପ୍ରକାଶ କରିଛନ୍ତି । ଏହି ରିପୋର୍ଟ ଅନୁସାରେ ଓମିକ୍ରନର ସମୟସୀମା ଡେଲଟା ଭାରିଆଣ୍ଟଠାରୁ କମ୍ ବୋଲି କୁହାଯାଇଛି । ସେ ଆହୁରି କହିଛନ୍ତି କି ଏପର୍ଯ୍ୟନ୍ତ ଏହା ମଧ୍ୟ ଜଣାପଡ଼ିନାହିଁ କି ଓମିକ୍ରନ୍ ଭାରିଆଣ୍ଟ କେତେ ଭୟଙ୍କର ଏବଂ ଟୀକା ଏହି ଭାରିଆଣ୍ଟ ଉପରେ କେତେ ପ୍ରଭାବ ପକାଇବ ।

ଅନ୍ୟପକ୍ଷରେ ମଙ୍ଗଳବାରଠାରୁ ବ୍ରିଟେନ ଆସୁଥିବା ସମସ୍ତ ଲୋକ ୪୮ ଘଣ୍ଟା ପୂର୍ବରୁ ଆରଟିପିସିଆର ନେଗେଟିଭ୍ ରିପୋର୍ଟ ଦେଖାଇବା ବାଧ୍ୟ ବୋଲି କୁହାଯାଇଛି । ସେମାନେ ଟୀକାର ଦୁଇଟି ଡୋଜ୍ ନେଇଥିଲେ ମଧ୍ୟ ଆରଟିପିସିଆର ନେଗେଟିଭ୍ ରିପୋର୍ଟ ଦେଖାଇବା ବାଧ୍ୟ । ଅନପଟେ ଓମିକ୍ରନ୍ ଭାରିଆଣ୍ଟକୁ ନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି କି ଓମିକ୍ରନ୍ ଡେଲଟା ଭାରିଆଣ୍ଟ ତୁଳନାରେ ଦ୍ରୁତ ଗତିରେ ବ୍ୟାପିଥାଏ ।

କେନ୍ଦ୍ର ବିରୋଧରେ ବିଜେଡିର ପ୍ରତିବାଦ

ଭୁବନେଶ୍ୱର: ପୁଣି କେନ୍ଦ୍ରର ଅବହେଳା ପ୍ରସଙ୍ଗରେ ବିଜେଡିର ନାରାବାଜି । ରାଜ୍ୟ ପ୍ରତି କେନ୍ଦ୍ର ଲଗାତାର ଅବହେଳା କରିଆସୁଛି । ଏହି ଅଭିଯୋଗ ନେଇ ଆଜି ବି ବିଧାନସଭା ପରିସରରେ ପ୍ରତିବାଦ କରିଛି ବିଜେଡି । କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛି କେନ୍ଦ୍ର ବିଜେପି ସରକାର । ମହାପ୍ରଭୁ ବିଜେପିକୁ ସଦବୁଦ୍ଧି ଦିଅନ୍ତୁ ବୋଲି କହିଛି ବିଜେଡି  ।

ସେହିପରି କେନ୍ଦ୍ରୀୟ ଅବହେଳା ନେଇ ବିଜେଡି ବିଧାୟକମାନେ ଆଜି ପୁଣି ବିଧାନସଭା ପରିସରରେ ଥିବା ଗାନ୍ଧିମୂର୍ତ୍ତି ତଳେ ଧାରଣା ଦେଇଛନ୍ତି । ପ୍ଲା-କାର୍ଡ ଓ ପୋଷ୍ଟର ଧରି ନାରାବାଜି କରିଥିଲେ ବିଜେଡି ସଦସ୍ୟ । ସଠିକ ପ୍ରସଙ୍ଗରେ ଆଲୋଚନା ନକରି ଅପ୍ରସଙ୍ଗ ନେଇ ଅଡି ବସିବା ସହ ବିଧାନସଭା ଚଲାଇ ଦେଉନାହାନ୍ତି ବିରୋଧୀ । ଫଳରେ ମିଳେଇଯାଉଛି ପ୍ରକୃତ ପ୍ରସଙ୍ଗ । ହଟ୍ଟଗୋଳ , ମୁଲତବୀ ଭିତରେ ରାଜ୍ୟର ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଚପି ରହିଯାଉଥିବା କହିଛନ୍ତି ବିଜେଡି ବିଧାୟକ  ।

ତୈଳ ଦର ବୃଦ୍ଧି ହେଉ କି ଗ୍ୟାସ ଦର, କିମ୍ବା ଧାନର ଏମଏସପି ବୃଦ୍ଧି । ରାଜ୍ୟ ପ୍ରତି କେନ୍ଦ୍ରର ବୈମାତୃକ ମନୋଭାବ ଯୋଗୁ ରାଜ୍ୟବାସୀ ହନ୍ତସନ୍ତ ହେଉଛନ୍ତି । ଏଭଳି ଡ୍ରାମାକୁ ବିଜେଡି ବିରୋଧ କରୁଛି  । ରାଜ୍ୟ ସରକାରଙ୍କ ସକରାତ୍ମକଆଭିମୁଖ୍ୟ ସ୍ୱତେ ବିରୋଧି ଆଲୋଚନାକୁ ଆସୁ ନାହାଁନ୍ତି  । ଉଦ୍ଦେଶ୍ଯ ପ୍ରଣୋଦିତ ଭାବେ ଗୃହକୁ ଚଳାଇ ନଦେବାର ଶପଥ ନେଇଛନ୍ତି  । ଯାହାର ପ୍ରତିବାଦରେ ବିରୋଧ କରିଥିବା କହିଛି ବିଜେଡି  ।

ବଳି ପଡୁଛି ସ୍ୱାର୍ଥ, ଅଚଳ ଦାବିରେ ବିରୋଧୀ

ଭୁବନେଶ୍ୱର: ଆଜି ବିଧାନସଭା ଶୀତ ଅଧିବେଶନର ଷଷ୍ଠ ଦିନ ଥିଲା  । ପଞ୍ଚାୟତିରାଜ, ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ଉପରେ ପ୍ରଶ୍ନକାଳ ରହିଥିଲା । କିନ୍ତୁ ବିରୋଧି କଂଗ୍ରେସ ଓ ବିଜେପି ଗୃହ ଆରମ୍ଭରୁ ହୋ ହଲ୍ଲା ଓ ହଟ୍ଟଗୋଳ ଆରମ୍ଭ କରିଦେଇଥିଲେ । ବାଚସ୍ପତିଙ୍କ ଅନୁରୋଧ ପରେ ମଧ୍ୟ ଗୃହ ଚଳାଇବା ସମ୍ଭବପର ହୋଇନଥିଲା । ପ୍ଲାକାର୍ଡ ଓ ଫ୍ଲେକ୍ସ ଧରି ବାଚସ୍ପତିଙ୍କ ପୋଡ଼ିୟମ ପାଖକୁ ଚାଲିଯାଇଥିଲେ ଉଭୟ କଂଗ୍ରେସ ଓ ବିଜେପିର ବିଧାୟକ । ତେଣୁ  ଅପରାହ୍ନ ୪ଟା ପର୍ଯ୍ୟନ୍ତ ବାଚସ୍ପତି ଗୃହକୁ ମୁଲତବି କରିଛନ୍ତି  ।

ମମିତା ମେହେର ପ୍ରସଙ୍ଗରେ ଘଣ୍ଟ ବଜାଇ ଗୃହରେ ପାଣି ଛିଞ୍ଚି ଗୃହକୁ ବିଶୋଧନ କରିବାର ଏକ ହାଇଡ୍ରାମା ଦେଖିବାକୁ ମିଳିଥିଲା ।  ଗୃହରେ ଯେ କୌଣସି ପ୍ରସଙ୍ଗରେ ଆଲୋଚନା ପାଇଁ ସରକାର ପ୍ରସ୍ତୁତ ଥିବା ବେଳେ ବିରୋଧୀ କିନ୍ତୁ ଗୃହ ଚଳାଇବା ସପକ୍ଷରେ ନାହାନ୍ତି । ମୁଖ୍ୟମନ୍ତ୍ରୀଙ୍କ ବିବୃତି ଏବଂ ସରକାର ଆଲୋଚନା ପାଇଁ ସକରାତ୍ମକ ଆଭିମୁଖ୍ୟ ପୋଷଣ କରୁଥିବାବେଳେ ବିରୋଧିଙ୍କ ଏଭଳି ହୀନ ରାଜନୈତିକ ଉଦ୍ଦେଶ୍ୟ ଗୃହ କାର୍ଯ୍ୟରେ ବାଧା ସୃଷ୍ଟି କରିଛି ।

ତେଣୁ ମୋଟ ୬ ଦିନ ହେବ ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଥିବା ସ୍ୱତେ ମଧ୍ୟ ଘଣ୍ଟାଏ ଚାଲିପାରିନି ଗୃହ । ଗତକାଲି ସର୍ବଦଳୀୟ ବୈଠକ ବସିଥିଲା । କିନ୍ତୁ ତାହା ସଫଳ ହୋଇନାହିଁ ।ଏପରି ସ୍ଥିତିରେ ରାଜ୍ୟର ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଆଲୋଚନା ହୋଇପାରୁନାହିଁ  । ବିରୋଧୀ କଂଗ୍ରେସ ଓ ବିଜେପି ବିଧାୟକଙ୍କ ହୀନ ଉଦ୍ୟମକୁ ଅନ୍ୟପଟେ ବିଜେଡି ଦଳର ନେତୃତ୍ୱ ନିନ୍ଦା ପ୍ରକତଟ କରିଛନ୍ତି  ।