spot_img
Home Blog Page 4823

ଭିମସାରରେ ଡେଲଟା ଭାରିଆଣ୍ଟ ଚିହ୍ନଟ, ସୂଚନା ଦେଲେ ଡିନ୍

ସମ୍ବଲପୁର: ବୁର୍ଲା ଭିମସାରରେ ପ୍ରବେଶ କରିଛି ଡେଲଟା ଭାରିଆଣ୍ଟ । ଆସିଲା ଜେନମ ସିକ୍ବେନ୍ସିଂ ରିପୋର୍ଟ। ୨ଜଣଙ୍କର ଡେଲଟା ଭାରିଏଣ୍ଟ ଚିହ୍ନଟ ହୋଇଥିବା ସୂଚନା ଦେଲେ ଭୀମସାର ଡିନ୍ ଜୟଶ୍ରୀ ଦୋରା । ପୂର୍ବରୁ ୫୬ ଜଣ ଛାତ୍ରଛାତ୍ରୀ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୨୧ ଜଣ ଛାତ୍ରଛାତ୍ରୀଙ୍କ ସ୍ୱାବ ନମୁନା ସଂଗ୍ରହ କରି ଜେନମ ସିକ୍ବେନ୍ସିଂ ପାଇଁ ଆଇଏଲଏସକୁ ପଠାଯାଇଥିଲା ।

ବର୍ତ୍ତମାନ ଯେଉଁଭଳି ଭାବେ ସମଗ୍ର ବିଶ୍ୱରେ ଓମିକ୍ରନ ଭାରିଆଣ୍ଟ ବ୍ୟାପିବାରେ ଲାଗିଛି, ତାହା ଚିନ୍ତାଜନକ ପରିସ୍ଥିତି ସୃଷ୍ଟି ହୋଇଛି  । ଭାରତରେ ମଧ୍ୟ ଓମିକ୍ରନ ମାମଲା ବଢିବାରେ ଲାଗିଛି  । ଏଭଳି ସ୍ଥିତିରେ କୋଭିଡ ଆକ୍ରାନ୍ତ ହୋଇଥିବା ଛାତ୍ରଛାତ୍ରୀଙ୍କ  ସିକ୍ବେନ୍ସିଂ ପରୀକ୍ଷା ପାଇଁ ଆଇଏଲଏସ ପଠାଯାଇଥିଲା  । ତେବେ  ନୂତନ ଭାରିଆଣ୍ଟ ଲକ୍ଷଣ ଥିବା ସନ୍ଦେହ କରି ଏହି ସ୍ୱାବ ସଂଗ୍ରହ କରି ପଠାଯାଇଥିଲା । ଏଥିରୁ ଦୁଇଜଣଙ୍କ ଠାରେ ଡେଲଟା ଭାରିଏଣ୍ଟ ଚିହ୍ନଟ ହୋଇଛି  ।

ଓଏସଏପି ସିପାହୀଙ୍କ ଅମାପ ସମ୍ପତ୍ତି, ୫ଟି ସ୍ଥାନରେ ଚଢାଉ

କଟକ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଓଏସଏପି ଷଷ୍ଠ ବାଟାଲିଆନର ସିପାହୀ । କଟକରେ କାର୍ଯ୍ୟରତ ଏହି ବାବୁ ଆବଶ୍ୟକ ଠାରୁ ଯଥେଷ୍ଟ ସମ୍ପତ୍ତି ଠୁଳ କରିଥିବା ନେଇ ଅଭିଯୋଗ ହୋଇଛି । ମିଳିଥିବା ସୂଚନା ମୁତାବକ କାର୍ଯ୍ୟରତ ସିପାହୀ ଜଣଙ୍କ ହେଉଛନ୍ତି ସହଦେବ ପରିଡା । ଭିଜିଲାନ୍ସ ଟିମ ତାଙ୍କ ଘର ସମେତ ୫ଟି ସ୍ଥାନରେ ଏକକାଳୀନ ଚଢାଉ ଜାରି ରଖିଛି  ।

କ୍ବାର୍ଟର, କଟକ ତିନିଘରିଆରେ ଥିବା ୩ମହଲା କୋଠା, କଟକ ଗଣ୍ଡରପୁରରେ ଥିବା ଘର, ପୁରୀ ଚନ୍ଦନପୁରରେ ଥିବା ପୈତୃକ ଘର ଓ ମାଳତିପାଟପୁରରେ ଥିବା ଶ୍ବଶୁର ଘରେ ଭିଜିଲାନ୍ସ ରେଡ୍ କରୁଛି । ଚଢାଉ ବେଳେ ୨ଲକ୍ଷ ୯୪ହଜାର ୬ଶହ ଟଙ୍କା ସହ ୪ଟି ବାଇକ୍ ଓ ୧୭ଟି ବ୍ୟାଙ୍କ ପାସବୁକ୍ ଜବତ ହୋଇଛି । ଏହି ଚଢାଉରେ ୩ଜଣ ଡିଏସପି, ୯ ଇନସ୍ପେକ୍ଟର ସାମିଲ ରହିଛନ୍ତି ।

 

ଫରେଷ୍ଟରଙ୍କ ଘରେ ଭିଜିଲାନ୍ସ ରେଡ୍

ଗଜପତି: ଭିଜିଲାନ୍ସ ଜାଲରେ ଗଜପତି ନୂଆଗଡ ଫରେଷ୍ଟର ଗଣେଶ ପ୍ରଧାନ । ଏକକାଳୀନ ୪ଟି ସ୍ଥାନରେ ଚଢାଉ କରୁଛି ଭିଜିଲାନ୍ସ । ପାରଳାଖେମୁଣ୍ଡି ଗାନ୍ଧୀନଗର ସ୍ଥିତ ଘର , ହରିଶ୍ଚନ୍ଦ୍ରପୁରରେ ଥିବା ପୈତୃକ ବାସଭବନ, ପାତପାଟନା ସ୍ଥିତ ବାସଭବନ ସହ ନୂଆଗଡ ସରକାରୀ କାର୍ଯ୍ୟାଳୟରେ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ ଟିମ୍ ।

ସେପଟେ ସକାଳୁ ତଦନ୍ତ ଜାରି ରଖିଥିବା ଟିମ୍ ପ୍ରାଥମି ସ୍ତରରେ ପାରଳାଖେମୁଣ୍ଡି ଗାନ୍ଧୀ ନଗର ଭଡ଼ା ଘରୁ ତିନୋଟି ପ୍ଲଟର ନଥିପତ୍ର, ନଗଦ ୨୬ ହଜାର ଟଙ୍କା ସହ ୧୪୩ ଗ୍ରାମ ସୁନା ଜବତ ହୋଇଛି । କିଛି ବ୍ୟାଙ୍କ ଖାତା ସହ ଗୋଟିଏ ଚାରି ଚକିଆ ଗାଡ଼ି ମଧ୍ୟ ଜବତ କରିଛନ୍ତି ।

ଆୟବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ଆଜି ଫରେଷ୍ଟର ଗଣେଶ ପ୍ରଧାନଙ୍କ ଘରେ ରେଡ଼ କରିଥିଲା  । ପୂର୍ବ ପ୍ରସ୍ତୁତି ଅନୁଯାୟୀ ଭିଜିଲାନ୍ସ ବିଭାଗ ଏକକାଳୀନ ୪ଟି ସ୍ଥାନରେ ପହଁଚି ରେଡ୍ କରିଥିଲା  । ବର୍ତ୍ତମାନ ମଧ୍ୟ ଭିଜିଲାନ୍ସ ଟିମ୍ ରେଡ୍ ଜାରି ରଖିଥିବାବେଳେ ପରବର୍ତ୍ତୀ ସମୟରେ ସମ୍ପୂର୍ଣ୍ଣ ତଥ୍ୟ ହସ୍ତଗତ କରିବ ବିଭାଗ  ।

ଧୋଇ ଯାଉଛି ରାଜ୍ୟର ସ୍ୱାର୍ଥ, ଷଷ୍ଠ ଦିନରେ ଚାଲି ପାରିବ ତ ଗୃହ ?

ଭୁବନେଶ୍ୱର: ପଞ୍ଚମ ଦିନରେ ବିଧାନସଭା ଅଚଳ ହୋଇଥିଲା  । ଗୃହକୁ ସ୍ୱାଭାବିକ କରାଇଦେଉ ନାହାଁନ୍ତି ବିରୋଧୀ ଦଳର ବିଧାୟକ  । ସେପଟେ ବିଧାନସଭାର ଅଚଳାବସ୍ଥା ଦୂର କରିବା ପାଇଁ ସୋମବାର ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ବସିଥିଲା  । କିନ୍ତୁ ବୈଠକରେ କୌଣସି ନିଷ୍କର୍ଷ ବାହାରି ପାରିନାହିଁ । ସର୍ବଦଳୀୟ ବୈଠକରେ ଗୃହକୁ ସ୍ବାଭାବିକ କରିବା ପାଇଁ ବାଚସ୍ପତି ଗୃହରେ ରୁଲିଂ ଦେଇଛନ୍ତି ।

ହଟ୍ଟଗୋଳ କରୁଥିବା ବିଧାୟକମାନେ ନିଜ ଦଳର ନେତାଙ୍କ ସହ ଆଲୋଚନା କରିବା ପାଇଁ ବାଚସ୍ପତି ପରାମର୍ଶ ଦେଇଛନ୍ତି । ବାଚସ୍ପତିଙ୍କ ରୁଲିଂ ପରେ ବି ବିରୋଧୀ ନିଜ ଜିଦରେ ଅଟଳ ରହିଛନ୍ତି । ସେପଟେ ଆଜି ଷଷ୍ଠ ଦିନ ପାଇଁ ବିଧାନସଭା ଥିବାବେଳେ ଗୃହ ଚାଲିବ କି ପୂର୍ବପରି ବିରୋଧୀଙ୍କ ହଟଗୋଳ ଓ ହରକତ ଭିତରେ ଅଚଳ ହେବ, ତାହା ଅନିଶ୍ଚିତତାରେ  । ସରକାରଙ୍କ ସ୍ପଷ୍ଟ ଆଭିମୁଖ୍ୟ, ଏବଂ ସଠିକ ତଦନ୍ତ ପରେ ମଧ୍ୟ ବିରୋଧୀ ଦଳର ଏପରି କାର୍ଯ୍ୟ ସାଧାରଣରେ ପ୍ରତ୍ୟାକ୍ଷିତ ହୋଇଛି  ।

ଆଜି ଷଷ୍ଠ ଦିନରେ ବିଧାନସଭା ସ୍ବାଭାବିକ ହେବ କି ନାହିଁ, ସେନେଇ ସନ୍ଦେହ ସୃଷ୍ଟି ହୋଇଛି । ଆଜି ପଞ୍ଚାୟତିରାଜ, ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ଉପରେ ପ୍ରଶ୍ନକାଳ ରହିଛି । ସେହିପରି ବିଧାୟକମାନେ ମଧ୍ୟ ଗୃହରେ ଭିନ୍ନ ପ୍ରଶ୍ନ ପଚାରି ପାରିବେ । ରାଜ୍ୟର ସ୍ୱାର୍ଥ ଦୃଷ୍ଟିରୁ ଏହି ପ୍ରଶ୍ନକାଳ ଗୁରୁତ୍ୱ ବହନ କରୁଥିବାବେଳେ ବିଧାନସଭା ନଚାଲିପାରିବା ଉଦବେଗଜନକ ଘଟଣା  ।

୧୭ ବ୍ଲାକସ୍ପଟରେ ସାହାରା ସାଜିବେ ‘ରକ୍ଷକ’

କେନ୍ଦୁଝର: ଦୁର୍ଘଟଣାରେ ଆହତ ହେଲେ ରକ୍ଷା କରିବ ରକ୍ଷକ । ଆହତଙ୍କୁ ମିଳିବ ତୁରନ୍ତ ସହାୟତା । କେନ୍ଦୁଝର ଜିଲ୍ଲାରେ ଆରମ୍ଭ ହୋଇଛି ରକ୍ଷକ କାର୍ଯ୍ୟକ୍ରମ । ସଡକ ଦୁର୍ଘଟଣାରେ ଜିରୋ କାଜୁଆଲିଟି ଲକ୍ଷ୍ୟ ଗତମାସରେ ମୁଖ୍ୟମନ୍ତ୍ରୀ ଆରମ୍ଭ କରିଥିଲେ ଅଭିନବ କାର୍ଯ୍ୟକ୍ରମ ‘ରକ୍ଷକ । ଆହତ ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ କାର୍ଯ୍ୟକ୍ରମରେ ପ୍ରଥମ ପର୍ଯ୍ୟାୟରେ ଜଣେ ମାଷ୍ଟର୍ ଟ୍ରେନରଙ୍କୁ ପ୍ରଶିକ୍ଷଣ ଦିଆଯିବା ନେଇ ଆୟୋଜିତ ହୋଇଛି କାର୍ଯ୍ୟକ୍ରମ ।

ଏଥିରେ ୩୬ ଜଣଙ୍କୁ ପ୍ରଥମ ପର୍ଯ୍ୟାୟରେ ପ୍ରଶିକ୍ଷଣ ଦିଆଯିବ । ଏଥିରେ ଏସପି , ପରିବହନ ବିଭାଗର ଡେପୁଟି କମିଶନରଙ୍କ ସହ ପୋଲିସ୍ ଓ ପରିବହନ ବିଭାଗର ପଦସ୍ଥ ଅଧିକାରୀ ଯୋଗ ଦେଇଥିଲେ । ସ୍ଥାନୀୟ ଅଞ୍ଚଳର ଲୋକଙ୍କୁ ପୁନଃ ପ୍ରଶିକ୍ଷଣ ଦେଇ ଦୁର୍ଘଟଣାପ୍ରବଣ ସ୍ଥାନରେ କିଭଳି ଲୋକଙ୍କୁ ସାହାଯ୍ୟ କରିପାରିବେ, ସେ ସମ୍ପର୍କରେ ସବିଶେଷ ଆଲୋଚନା କରାଯାଇଥିଲା । ଜିଲ୍ଲାର ୧୭ଟି ବ୍ଳାକ୍ ସ୍ପଷ୍ଟ୍ ଚିହ୍ନିତ ସ୍ଥାନରେ ମାଷ୍ଟର ଟ୍ରେନେରଙ୍କ ନେତୃତ୍ଵରେ ଅନ୍ୟ ସ୍ଵେଚ୍ଛାସେବୀଙ୍କୁ ମୁତୟନ କରାଯିବ ।

ରାଇପଡ଼ାରେ ଚାଞ୍ଚଲ୍ୟ: ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ

0

ବ୍ରହ୍ମପୁର: ଗଞ୍ଜାମ ଖଲ୍ଲିକୋଟ ଥାନା ରାଇପଡ଼ା ଅଞ୍ଚଳରେ ଚାଞ୍ଚଲ୍ୟ । ଦୁଇଜଣକୁ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ । ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ଅନ୍ୟ ଜଣେ ଆହତ ହୋଇଛନ୍ତି । ମୃତକ ହେଲେ ଅଘରି ନାହକ । ଗୁରୁତର ରାଜୁ ପ୍ରଧାନଙ୍କୁ ମେଡିକାଲ ସ୍ଥାନାନ୍ତର କରାଯାଇଛି । ତେବେ ପୂର୍ବଶତ୍ରୁତାକୁ କେନ୍ଦ୍ରକରି ଆକ୍ରମଣ କରାଯାଇଥିବା ସନ୍ଦେହ କରାଯାଉଛି । ଆକ୍ରମଣ କରି ଦୁର୍ବୃତ୍ତ ଫେରାର ହୋଇଯାଇଥିବା ବେଳେ, ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଛି ଖଲ୍ଲିକୋଟ ଥାନା ପୋଲିସ ।

ଏଥିସହିତ ପଢ଼ନ୍ତୁ: ଇସଲାମ ଧର୍ମ ଛାଡି ହିନ୍ଦୁ ହେଲେ ୱାସିମ ରିଜଭି, ଶିଆ ୱାକଫ ବୋର୍ଡର ଥିଲେ ପୂର୍ବତନ ଅଧ୍ୟକ୍ଷ

ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ନେଇ ରାଜ୍ୟର ଦାବିକୁ କେନ୍ଦ୍ରର ପ୍ରତ୍ୟାଖ୍ୟାନ

0

ନୂଆଦିଲ୍ଲୀ: ଓଡିଶୀ ସଙ୍ଗୀତକୁ ମିଳିବନି ଶାସ୍ତ୍ରୀୟ ମାନ୍ୟତା । ଓଡ଼ିଶାର ଦାବିକୁ ପୁଣି ଥରେ ପ୍ରତ୍ୟାଖାନ କରିଛି କେନ୍ଦ୍ର। ଓଡ଼ିଶୀକୁ ଶାସ୍ତ୍ରୀୟ ମାନ୍ୟତା ନେଇ ଲୋକସଭାରେ ଅଣତାରକା ପ୍ରଶ୍ନ ପଚାରିଥିଲେ ବିଜେଡି ସାଂସଦ ଅଚ୍ୟୁତ ସାମନ୍ତ । ଉତ୍ତରରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଜି.କିଷନ ରେଡ୍ଡୀ କହିଛନ୍ତି କୌଣସି ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା କେନ୍ଦ୍ର ସରକାର ଦିଅନ୍ତି ନାହିଁ। ଯଦି ଓଡିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରାଯାଏ ତେବେ ଏହା ଦ୍ବାରା ଓଡ଼ିଶୀ ସଙ୍ଗୀତ ଜନପ୍ରିୟ ହୋଇପାରିବ ବୋଲି କହିଥିଲେ ସାଂସଦ ଅଚ୍ୟୁତ ସାମନ୍ତ ।

ସୂଚନା ଯୋଗ୍ୟ ଯେ, ଓଡ଼ିଶାର ଅସ୍ମିତା ନେଇ ରାଜ୍ୟର ବିଭିନ୍ନ ଦାବିକୁ କେନ୍ଦ୍ରର ସରକାର ପୂର୍ବରୁ ମଧ୍ୟ ଅଗ୍ରାହ୍ୟ କରିଛନ୍ତି । ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ପ୍ରଦାନ ନେଇ ଓଡ଼ିଶାର ଦାବି କେନ୍ଦ୍ର ସରକାର ଅଗ୍ରାହ୍ୟ କରିଦେଇଛନ୍ତି । ଯାହାର ଦୃଢ଼ ପ୍ରତିବାଦ କରିଛି ବିଜୁ ଜନତା ଦଳ । ବିଜେଡି ସାଂସଦମାନେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲଙ୍କୁ ଭେଟି ଏ ସଂକ୍ରାନ୍ତିୟ ଦାବି ରଖିଛନ୍ତି । ଏହି ମର୍ମରେ ଏକ ସ୍ମାରକପତ୍ର ମଧ୍ୟ ଦେଇଛନ୍ତି ।

ବିଜେଡି ସାଂସଦମାନେ ସ୍ମାରକପତ୍ରରେ ଦର୍ଶାଇଛନ୍ତି, ୧୮୧୭ ମସିହାରେ ପାଇକମାନେ ବ୍ରିଟିଶ ସରକାର ବିରୋଧରେ ବକ୍ସି ଜଗବନ୍ଧୁଙ୍କ ନେତୃତ୍ବରେ ସଂଗଠିତ ହୋଇ ବିଦ୍ରୋହ କରିଥିଲେ । ୧୮୫୭ ସିପାହୀ ବିଦ୍ରୋହର ୪୦ ବର୍ଷ ପୂର୍ବରୁ ଏ ଲଢ଼େଇ ହୋଇଥିଲା । ଏ ସଂଗ୍ରାମ ବ୍ରିଟିଶ ସରକାରଙ୍କ ବିରୋଧରେ ବିଦ୍ରୋହର ନିଆଁକୁ ଆହୁରି ତେଜିଥିଲା । ୨୦୧୭, ଜୁଲାଇ ୧୮ରେ ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧୀନତା ସଂଗ୍ରାମର ମାନ୍ୟତା ଦେବାକୁ ରାଜ୍ୟ କ୍ୟାବିନେଟ୍ ନିଷ୍ପତ୍ତି ନେଲା । ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତତ୍କାଳୀନ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହଙ୍କୁ ଚିଠି ଲେଖିବା ସହ ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧୀନତା ସଂଗ୍ରାମ ଭାବେ ଘୋଷଣା କରିବାକୁ ଅନୁରୋଧ କରିଥିଲେ । ଓଡ଼ିଆ ସ୍ବାଭିମାନ, ଅସ୍ମିତା ଓ ବୀରତ୍ବର ସମ୍ମାନ ପାଇଁ ସାରା ଓଡ଼ିଶାବାସୀ ମୁଖ୍ୟମନ୍ତ୍ରୀଙ୍କ ଏ ପ୍ରସ୍ତାବକୁ ହୃଦୟରୁ ସମର୍ଥନ କରିଥିଲେ । ସେଇବର୍ଷ ଜୁଲାଇ ୨୦ରେ ପାଇକ ବିଦ୍ରୋହର ଦ୍ବିଶତବାର୍ଷିକୀ ଉତ୍ସବ ନୂଆଦିଲ୍ଲୀରେ ପାଳିତ ହୋଇଥିଲା । ଏହାକୁ ତତ୍କାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଉଦଘାଟନ କରିଥିଲେ । ଏହି ସଭାରେ ମୁଖ୍ୟମନ୍ତ୍ରୀ ରାଜ୍ୟର ଏ ଦାବିକୁ ଦୋହରାଇ ଥିଲେ ।

୨୦୧୭ ଅକ୍ଟୋବର ୨୩ରେ ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାବଡେକର ଭୁବନେଶ୍ବରରେ ଏକ ପ୍ରେସ ମିଟରେ ଘୋଷଣା କଲେ, ଇତିହାସ ବହିରେ ପାଇକ ବିଦ୍ରୋହକୁ ସ୍ବତନ୍ତ୍ର ସ୍ଥାନ ମିଳିବ । ଓଡ଼ିଶାବାସୀ ଆଶା କରିଥିଲେ, କେନ୍ଦ୍ର ପାଇକ ବିଦ୍ରୋହକୁ ପ୍ରଥମ ସଂଗ୍ରାମ ଭାବେ ଘୋଷଣା କରିବ । ମାତ୍ର ବିଡମ୍ବନା ଏବେ କେନ୍ଦ୍ର ରାଜ୍ୟର ଏହି ଦାବିକୁ ଗୋଡରେ ଏଡ଼ାଇ ଦେଇଛି । ଏହା ରାଜ୍ୟବାସୀଙ୍କୁ ଆଘାତ ଦେଇଛି । ଓଡ଼ିଶା ଅସ୍ମିତା, ଇତିହାସ, ପରମ୍ପରା ଓ ସାଢ଼େ ୪ କୋଟି ଓଡ଼ିଆଙ୍କ ପ୍ରତି ଏହା ଅପମାନ । କେନ୍ଦ୍ର ସରକାର ତୁରନ୍ତ ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧୀନତା ସଂଗ୍ରାମ ଭାବେ ଘୋଷଣା କରିବାକୁ ବିଜେଡି ସାଂସଦମାନେ ମେଘୱାଲଙ୍କ ନିକଟରେ ଦାବି ରଖିଛନ୍ତି ।

ଏଥିସହିତ ପଢ଼ନ୍ତୁ: ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧୀନତା ସଂଗ୍ରାମ ଘୋଷଣା କର

କ୍ୟାନସର ପୀଡ଼ିତାଙ୍କୁ ସାହା ହେଲା ଓଡ଼ିଶା ମୋ ପରିବାର

0

କଟକ: ସ୍ତନ କର୍କଟ ରୋଗରେ ପୀଡ଼ିତ ଜଣେ ମହିଳାଙ୍କୁ କ୍ୟାନସର ଚିକିତ୍ସାରେ ସମସ୍ତ ପ୍ରକାର ସହାୟତା ପ୍ରଦାନ କରିଛି ‘ଓଡ଼ିଶା ମୋ ପରିବାର’ । କଟକ ଜିଲ୍ଲା ଆଠଗଡ଼ର ସୁଲୋଚନା ପଟ୍ଟନାୟକ ଗତ କିଛି ଦିନ ହେବ ସ୍ତନ କର୍କଟ ରୋଗରେ ଆକ୍ରାନ୍ତ ଥିଲେ । ବ୍ୟୟବହୁଳ କର୍କଟ ରୋଗର ଚିକିତ୍ସା ପାଇଁ ତାଙ୍କ ପାଖରେ ସମ୍ୱଳ ନଥିଲା ।

କୌଣସି ସୂତ୍ରରୁ ଖବର ପାଇଁ ତାଙ୍କ ପରିବାର ଲୋକେ ବିଜେଡି ଯୁଗ୍ମ ସମ୍ପାଦକ (ଓଡ଼ିଶା ମୋ ପରିବାର)  ସମୀର ପ୍ରଧାନଙ୍କୁ ସହାୟତା ପାଇଁ ନିବେଦନ କରିଥିଲେ । ଏହା ପରେ ଓଡ଼ିଶା ମୋ ପରିବାର ତାଙ୍କର ଚିକିତ୍ସା ନିମନ୍ତେ ତାଙ୍କ ପାଇଁ ଯାତାୟତର ବନ୍ଦୋବସ୍ତ କରାଇ ତାଙ୍କୁ ଆଠଗଡ଼ରୁ କ୍ୟାପିଟାଲ ହସ୍ପିଟାଲ ଆଣିଥିଲେ ।

କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚିବା ପରେ ସେଠାରେ ‘ଓଡ଼ିଶା ମୋ ପରିବାର’ ହେଲ୍ପଡେସ୍କ ସଂଚାଳକ ବିକାଶ ବେହେରା ତାଙ୍କର ଚିକିତ୍ସାରେ ସମସ୍ତ ପ୍ରକାର ସାହାଯ୍ୟ କରିଥିଲେ । ପରେ ତାଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅଧିନରେ ବିକାଶ ଏକ ଘରୋଇ ହସ୍ପିଟାଲରେ ପରାମର୍ଶ କରାଇ ତାଙ୍କର ଚିକିତ୍ସା ଆରମ୍ଭ କରାଇଦେଇଥିଲେ । ସେଠାରେ ତାଙ୍କୁ ମାଗଣାରେ ୧୦ଟି ରାଡିଏସନ୍ ଥେରାପି ଦିଆଯାଇଥିଲା । ଏଥିପାଇଁ ହେଲ୍ପ ଡେସ୍କ ସଂଚାଳକ ଶିବ ରାଉତ ସମସ୍ତ ପ୍ରକାର ସହଯୋଗ କରିଥିଲେ । ଚିକିତ୍ସାଧୀନ ସମୟରେ ଓଡ଼ିଶା ମୋ ପରିବାର ଦ୍ୱାରା ତାଙ୍କର ରହିବା ପାଇଁ ଏକ ଗେଷ୍ଟହାଉସର ବନ୍ଦୋବସ୍ତ କରାଯିବା ସହିତ ଅତ୍ୟାବଶକୀୟ ଔଷଧ ମଧ୍ୟ ପ୍ରଦାନ କରାଯାଇଥିଲା ।

ରାଡିଏସନ ଥେରାପି ନେବା କାରଣରୁ ତାଙ୍କର କେଶ ଉପୁଡ଼ି ଯାଇଥିଲା । ତେବେ ତାଙ୍କର ସ୍ୱାସ୍ଥ୍ୟରେ ସୁଧାର ଆସିବା ପରେ ଆଜି ତାଙ୍କୁ ଓଡ଼ିଶା ମୋ ପରିବାର କାର୍ଯ୍ୟାଳୟରେ ଆବାହକ ଅରୂପ ପଟ୍ଟନାୟକଙ୍କ ଦ୍ୱାରା କୋଣାର୍କ କ୍ୟାନସର ଫାଉଣ୍ଡେସନ ସମନ୍ୱୟରେ ଏକ କୃତ୍ରିମ କେଶ ପ୍ରଦାନ କରାଯାଇଥିଲା । ‘ଓଡ଼ିଶା ମୋ ପରିବାର’ ମାର୍ଗଦର୍ଶନ ଦ୍ୱାରା ଏହି ବ୍ୟୟବହୁଳ ଚିକିତ୍ସା ପାଇପାରୁଥିବାରୁ ସୁଲୋଚନା ‘ଓଡ଼ିଶା ମୋ ପରିବାର’କୁ ଅଶେଷ କୃତଜ୍ଞତା ଜଣାଇଥିଲେ ।

୪୦ହଜାର ୫୨ ଜଣ ପ୍ରାଥମିକ ଶିକ୍ଷକଙ୍କୁ ପଦୋନ୍ନତି

0

ଭୁବନେଶ୍ୱର: ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ମୋଟ ୪୦ ହଜାର ୫୨ ଜଣ ପ୍ରାଥମିକ ଶିକ୍ଷକଙ୍କୁ ପଦୋନ୍ନତି ପ୍ରଦାନ କରାଯାଇଛି । ସେଥି ମଧ୍ୟରୁ ଲେବୁଲ-୫ରେ ୧୭ ହଜାର ୨୨୯ ଜଣ ଶିକ୍ଷକଙ୍କୁ ପଦୋନ୍ନତି ପାଇଥିବା ବେଳେ ଲେବୁଲ୍-୪ରେ ୨୨ ହଜାର ୧୬୮ ଏବଂ ଲେବୁଲ୍-୩ରେ ୬୫୫ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ପଦୋନ୍ନତି ପାଇଛନ୍ତି । ପଦୋନ୍ନତି ନେଇ ସମସ୍ତ ଶିକ୍ଷକଙ୍କ ମହଲରେ ଆନନ୍ଦ ପ୍ରକାଶ ପାଇଛି । ଶିକ୍ଷୟିତ୍ରୀମାନେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିଛନ୍ତି ।

ସୂଚନା ଯୋଗ୍ୟ ଯେ, ପୂର୍ବରୁ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକଙ୍କ ପଦୋନ୍ନତି ପାଇଁ ଆବଶ୍ୟକ ରେସିଡେନ୍ସି ପିରିଅଡକୁ କମ୍ କରାଯାଇଥିଲା । ଏହାଦ୍ୱାରା ରାଜ୍ୟର ୬୩ହଜାର ୩୦୩ ଜଣ ପ୍ରାଥମିକ ଶିକ୍ଷକ ପଦୋନ୍ନତି ପାଇବେ । ଏଥିସହ ଉଚ୍ଚ ପ୍ରାଥମିକସ୍ତରରେ ବିଭିନ୍ନ ବିଷୟ ପାଇଁ ଶିକ୍ଷକ ଏବଂ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକସ୍ତରରେ ପ୍ରଧାନ ଶିକ୍ଷକ ପଦବୀଗୁଡିକ ମଧ୍ୟ ପୂରଣ ହୋଇପାରିବ । ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ବିଭିନ୍ନସ୍ତରରେ ଶିକ୍ଷକ ଅଭାବ ପୂରଣ ହେବା ଦ୍ୱାରା ପ୍ରାଥମିକ ବିଦ୍ୟାଳୟଗୁଡିକର ପରିଚାଳନାରେ ଉନ୍ନତି ଆସିବ । ଶୈକ୍ଷିକ ପରିବେଶରେ ମଧ୍ୟ ଉନ୍ନତି ଆସିପାରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଥିଲେ ।

ଏହି ନିୟମ ଅନୁଯାୟୀ ୫(ଏ) ସ୍ତରରେ ଥିବା ୨୯ହଜାର ୭୫୯ ଜଣ ସହକାରୀ ଶିକ୍ଷକ ୫(ବି) ସ୍ତରକୁ ପଦୋନ୍ନତି ପାଇବେ । ୫(ବି) ସ୍ତରରେ ଥିବା ୨୯ହଜାର ୭୫୯ ଜଣ ବରିଷ୍ଠ ଶିକ୍ଷକ ତୁରନ୍ତ ଲେଭେଲ-୪ କୁ ପଦୋନ୍ନତି ପାଇବେ । ଏହାସହିତ ଲେଭେଲ ଓଠରେ ଥିବା ୩୭୮୫ ଜଣ ପ୍ରଧାନ ଶିକ୍ଷକ ସେପ୍ଟେମ୍ବର ମାସ ସୁଦ୍ଧା ଲେଭେଲ-୩ କୁ ପଦୋନ୍ନତି ପାଇବେ । ଏହି କ୍ରମରେ ଆଜି ୪୦ ହଜାର ୫୨ ଜଣ ଶିକ୍ଷକଙ୍କୁ ପଦୋନ୍ନତି ଦିଆଯାଇଛି ।

ପବନରେ ବ୍ୟାପୁଛି ଓମିକ୍ରନ ଭାରିଆଣ୍ଟ, ହଂକଂ ୟୁନିଭରସିଟିର ଅଧ୍ୟୟନରୁ ଖୁଲାସା

ପବନରେ ବ୍ୟାପୁଛି କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ । ଏଭଳି ତଥ୍ୟ ଆସିବା ପରେ ଏବେ ଚିନ୍ତା ବଢିବାରେ ଲାଗିଛି । ହଂକଂ ୟୁନିଭରସିଟିର ଏକ ଅଧ୍ୟୟନରୁ ଏଭଳି ଖୁଲାସା ହୋଇଛି । ଅଧ୍ୟୟନରେ କୁହାଯାଇଛି ଏକ ହୋଟଲରେ ଦୁଇ ଜଣ ଯୁବକ ଥିଲେ, ସେମାନେ ହୋଟେଲ ବାହାରକୁ ଯାଇନଥିଲେ କି କାହା ସହ ମିଶି ନଥିଲେ । ତଥାପି ଏମାନେ ଓମିକ୍ରନ ଭାରିଆଣ୍ଟରେ ସଂକ୍ରମିତ ହୋଇଛନ୍ତି । ଏଥି ସହ ହୋଟେଲରେ ଥିବା ଅନ୍ୟ ଲୋକ ମଧ୍ୟ ଏହି ଭାରିଆଣ୍ଟରେ ସଂକ୍ରମିତ ହୋଇଥିବା ଅଧ୍ୟୟନରେ କୁହାଯାଇଛି । ଡେଲଟା ଠାରୁ ଅଧିକ ସଂକ୍ରମାକ ଓମିକ୍ରନକୁ ହଂକଂ ୟୁନିଭରସିଟିର ଏଭଳି ଦାବି ଏବେ ଚିନ୍ତାକୁ ଦ୍ୱି ଗୁଣିତ କରିଛି ।

ସେପଟେ ମହାରାଷ୍ଟ୍ରରୁ ଆଉ ଦୁଇ ଓମକ୍ରିନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଫଳରେ ଭାରତରେ ଏ ଯାବତ ୨୩ ଜଣ ସଂକ୍ରମିତ ଓମିକ୍ରନ ଭାରିଆଣ୍ଟରେ ସଂକ୍ରମିତ ହେବା ପରେ ସମସ୍ତ ରାଜ୍ୟରେ ଟିକାକରଣ ଜୋରଦାର କରାଯିବା ସହ ବିମାନବନ୍ଦର ଉପରେ ସ୍ବତନ୍ତ୍ର ଭାବେ ଧ୍ୟାନ ଦିଆଯାଉଛି । ବିଦେଶରୁ ଆସୁଥିବା ସମସ୍ତ ଯାତ୍ରୀଙ୍କ କରୋନା ଟେଷ୍ଟ କରାଯିବା ସହ ସେମାନଙ୍କୁ ସଙ୍ଗରୋଧରେ ରଖାଯାଉଛି । ସେପଟେ ଯେଉଁ ରାଜ୍ୟରେ ସଂକ୍ରମିତମାନେ ଚିହ୍ନଟ ହୋଇଛନ୍ତି ସେଠାକାର ସରକାର ସ୍ଥିତି ଉପରେ ନଜର ରଖିବା ସହ ରାଜ୍ୟବାସୀ କରୋନା କଟକଣା ମାନି ଚଳିବା ପାଇଁ ଅପିଲ୍ କରିଛନ୍ତି । ଏପଟେ ସମସ୍ତ ସ୍ବାସ୍ଥ୍ୟକର୍ମୀଙ୍କୁ ବୁଷ୍ଟର ଡୋଜ ଦେବା ପାଇଁ ଦାବି କରିଛି ଭାରତୀୟ ମେଡିକାଲ ଆସୋସିଏସନ୍