spot_img
Home Blog Page 481

ଦୃଶ୍ୟମ ଫିଲ୍ମ ଭଳି ସ୍ବାମୀକୁ ହତ୍ୟା, ରୋଷେଇଘର ଚଟାଣ ତଳୁ ମିଳିଲା କଙ୍କାଳର ଅବଶେଷ

ନନ୍ଦିଘୋଷ ବ୍ୟୁରୋ: ମୁସକାନଠୁ ଟପିଗଲେ ରୁବି । ଅବୈଧ ସମ୍ପର୍କ ପାଇଁ ନିଜ ସାତ ଜନ୍ମର ସାଥୀକୁ ମାରି ରୋଷେଇଘରେ ପୋତିଦେଲେ । ଗୁଜୁରାଟର ଅହମ୍ମଦାବାଦର ପୋଲିସ ଏକ ବର୍ଷ ପୁରୁଣା ହତ୍ୟା ମାମଲାର ସମାଧାନ କରିଛି। ଜଣେ ମହିଳା ତାଙ୍କ ପ୍ରେମିକ ଏବଂ ତାଙ୍କ ବନ୍ଧୁମାନଙ୍କ ସହିତ ମିଶି ତାଙ୍କ ସ୍ୱାମୀଙ୍କୁ ହତ୍ୟା କରିଥିଲେ। ପରେ ଦୃଶ୍ୟମ ଚଳଚ୍ଚିତ୍ର ପରି ମୃତଦେହକୁ ରହସ୍ୟମୟ ଭାବରେ ଲୁଚାଇ ଦିଆଯାଇଥିଲା। ପୋଲିସ ନିଖୋଜ ବ୍ୟକ୍ତିଙ୍କୁ ଖୋଜିବା ଜାରି ରଖିଥିଲା କିନ୍ତୁ ହତ୍ୟା ଏତେ ଚତୁରତାର ସହ କରାଯାଇଥିଲା ଯେ ମୃତଦେହ ଉଦ୍ଧାର କରିବାକୁ ପ୍ରାୟ ଗୋଟିଏ ବର୍ଷ ସମୟ ଲାଗିଗଲା ।

ଅହମ୍ମଦାବାଦ ସହରର ବାସିନ୍ଦା ସମୀର ଅନସାରୀ ୨୦୨୪ ମସିହାରେ ହଠାତ୍ ନିଖୋଜ ହୋଇଗଲେ। ତାଙ୍କୁ ଗୋଟିଏ ବର୍ଷ ଧରି ଖୋଜାଖୋଜି କରାଯାଇଥିଲା କିନ୍ତୁ ତାଙ୍କର କୌଣସି ସନ୍ଧାନ ମିଳିନଥିଲା। ରୁବି ଏବଂ ତାଙ୍କ ସ୍ୱାମୀ ସମୀର ପ୍ରାୟତଃ ଝଗଡ଼ା କରୁଥିଲେ। ରୁବିଙ୍କ ଇମରାନଙ୍କ ସହିତ ଅବୈଧ ସମ୍ପର୍କରୁ ଏହି ବିବାଦ ଆରମ୍ଭ ହୋଇଥିଲା। ଏହି ବିବାଦ ଶେଷରେ ଏହି ଜଘନ୍ୟ ହତ୍ୟାକାଣ୍ଡର କାରଣ ହୋଇଥିଲା। ତିନି ମାସ ପୂର୍ବେ ମାମଲାଟି କ୍ରାଇମବ୍ରାଞ୍ଚରେ ପହଞ୍ଚିବା ପରେ ପୋଲିସ ସମୀରଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରିଥିଲା।

ଦୃଶ୍ୟମ ଫିଲ୍ମ ଷ୍ଟାଇଲରେ ହତ୍ୟାକାଣ୍ଡ

ପୋଲିସ ସନ୍ଦେହ ଆଧାରରେ ତଦନ୍ତ ଆରମ୍ଭ କଲା। ସମୀରଙ୍କ ମୋବାଇଲ୍ ଫୋନ୍ ୧୪ ମାସ ଧରି ବନ୍ଦ ଥିଲା। ସେ କୌଣସି ବନ୍ଧୁ କିମ୍ବା ସମ୍ପର୍କୀୟଙ୍କ ସହିତ ଯୋଗାଯୋଗ କରିନଥିଲେ। ସୁରାକ ଆଧାରରେ ପୋଲିସ ଇମ୍ରାନଙ୍କୁ ଖୋଜି ପାଇଲା। ତାଙ୍କୁ ପଚରାଉଚରା କରିବାରୁ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା ହୋଇଥିଲା। ହତ୍ୟା ଏବଂ ମୃତଦେହ ଲୁଚାଇବାର ଏକ ଫିଲ୍ମ ପରି କାହାଣୀ ସାମ୍ନାକୁ ଆସିଲା। “ଦୃଶ୍ୟମ” ଫିଲ୍ମ ପରି ସ୍ତ୍ରୀ ରୁବି ତାଙ୍କ ପ୍ରେମିକ ଏବଂ ତାଙ୍କର ଦୁଇ ବନ୍ଧୁଙ୍କ ସହିତ ମିଶି ପ୍ରଥମେ ତାଙ୍କ ସ୍ୱାମୀ ସମୀରଙ୍କୁ ହତ୍ୟା କରିଥିଲେ ଏବଂ ପରେ ଯୋଜନାବଦ୍ଧ ଭାବରେ ମୃତଦେହକୁ ଲୁଚାଇ ଦେଇଥିଲେ।

୧ବର୍ଷ ଧରି କୌଣସି ପ୍ରମାଣ ମିଳୁନଥିଲା

ହତ୍ୟା ଏବଂ ଲୁଚାଇବା ଯୋଜନା ଏତେ ସୂକ୍ଷ୍ମ ଥିଲା ଯେ ଗୋଟିଏ ବର୍ଷ ପରେ ମଧ୍ୟ ପୋଲିସ କୌଣସି ସୁରାକ ପାଇଲା ନାହିଁ। ପୋଲିସ ରୁବିକୁ ସନ୍ଦେହ କରିଥିଲା କିନ୍ତୁ ତାଙ୍କ କାର୍ଯ୍ୟକଳାପର କୌଣସି ପ୍ରମାଣ ପାଇନଥିଲା । ରୁବି ତାଙ୍କ ସ୍ୱାମୀଙ୍କୁ ହତ୍ୟା କରିଥିଲେ ଏବଂ ତାଙ୍କ ପ୍ରେମିକ ଏବଂ ତାଙ୍କ ବନ୍ଧୁମାନଙ୍କ ସହାୟତାରେ ମୃତଦେହକୁ ଖଣ୍ଡ ଖଣ୍ଡ କରି ଦେଇଥିଲେ। ତା’ପରେ ସେ ତାଙ୍କ ରୋଷେଇ ଘରର ଟାଇଲ୍ସ ତଳେ ମୃତଦେହକୁ ପୋତି ଦେଇଥିଲେ। ତାଙ୍କ ପ୍ରେମିକଙ୍କ ସ୍ୱୀକାରୋକ୍ତି ପରେ ଅହମ୍ମଦାବାଦ କ୍ରାଇମବ୍ରାଞ୍ଚ ଘରୁ କଙ୍କାଳର ଅବଶେଷ ଉଦ୍ଧାର କରିଥିଲା।

ମୃତଦେହଟିକୁ ରୋଷେଇ ଘରର ଚଟାଣ ତଳେ ଲୁଚାଯାଇଥିଲା

ପୋଲିସ ପଚରାଉଚରା ସମୟରେ ଅଭିଯୁକ୍ତ ଇମ୍ରାନ ଅପରାଧ ସ୍ୱୀକାର କରିଛି। ସେ ପୋଲିସକୁ କହିଛି ଯେ ରୁବି ହତ୍ୟା ଯୋଜନା କରିଥିଲା। ସେମାନେ ପ୍ରଥମେ ସମୀରଙ୍କୁ ବାନ୍ଧିଥିଲେ, ତା’ପରେ ଛୁରୀରେ ହତ୍ୟା କରିଥିଲେ। ପରେ ତାଙ୍କ ଶରୀରକୁ ଖଣ୍ଡ ଖଣ୍ଡ କରି ରୋଷେଇ ଘର ତଳେ ପୋତି ଦେଇଥିଲେ। ଏହି ମାମଲାରେ ଏପର୍ଯ୍ୟନ୍ତ ଫେରାର ଥିବା ଅନ୍ୟ ଅଭିଯୁକ୍ତମାନଙ୍କୁ ପୋଲିସ ଖୋଜାଖୋଜି ଆରମ୍ଭ କରିଛି। ଉଲ୍ଲେଖଯୋଗ୍ୟ ଯେ କିଛି ମାସ ପୂର୍ବରୁ ମେରଠରେ ସମାନ ଏକ ମାମଲା ଘଟିଥିଲା ଯେଉଁଠାରେ ପତ୍ନୀ ମୁସ୍କାନ ତାଙ୍କ ପ୍ରେମିକଙ୍କ ସହିତ ମିଶି ତାଙ୍କ ସ୍ୱାମୀ ସୌରଭଙ୍କୁ ହତ୍ୟା କରି ତାଙ୍କ ମୃତଦେହକୁ ଏକ ଡ୍ରମରେ ଭର୍ତ୍ତି କରିଥିଲେ।

ଆତଙ୍କୀ ସଂଗଠନ ଟାର୍ଗେଟରେ ଜାମ୍ମୁ ଓ କାଶ୍ମୀର ; ବଡ଼ ଧରଣର ଆକ୍ରମଣ ଯୋଜନା !

ନନ୍ଦିଘୋଷ ବ୍ୟୁରୋ: ପାକିସ୍ତାନଭିତ୍ତିକ ଆତଙ୍କୀ ସଂଗଠନ ଟାର୍ଗେଟରେ ଜାମ୍ମୁ ଓ କାଶ୍ମୀର। ଅପରେସନ ସିନ୍ଦୂରର ୬ ମାସ ପରେ ଏବେ ଆସିଛି ଅଧିକ ଚିନ୍ତାଜନକ ଖବର। ଜାମ୍ମୁ ଓ କାଶ୍ମୀର ଉପରେ ସମ୍ମିଳିତ ହମଲା ଲାଗି ପାକିସ୍ତାନଭିତ୍ତିକ ଆତଙ୍କୀ ସଂଗଠନ ଲସ୍କର-ଇ-ତଏବା ଓ ଜୈସ-ଏ-ମହମ୍ମଦ ସଂଗଠନ ପକ୍ଷରୁ ସୁଚିନ୍ତିତ ଯୋଜନା କରାଯାଉଛି ବୋଲି ସୂଚନା ମିଳିଛି । ଗତ ସେପ୍ଟେମ୍ବରରୁ ଏହି ଦୁଇ ସଂଗଠନର ଅନକ କର୍ମୀ ଜାମ୍ମୁ ଓ କାଶ୍ମୀର ଭିତରେ ଅନୁପ୍ରବେଶ କରୁଥିବା ସୂଚନା ମିଳିଛି ।

ପାକିସ୍ତାନର ସ୍ପେସାଲ ସର୍ଭିସେସ ଗ୍ରୁପ ବା ଏସଏସଜି ଓ ଆଇଏସଆଇ ସହଯୋଗରେ ସେମାନେ ନିଜର କାୟା ବିସ୍ତାର କରିବାରେ ଲାଗିଛନ୍ତି ବୋଲି ଗୁଇନ୍ଦା ସୂତ୍ରରୁ ପ୍ରକାଶ । ନିୟନ୍ତ୍ରଣ ରେଖାର ଦୁର୍ବଳ ଅଞ୍ଚଳରେ ସମସେରଙ୍କ ନେତୃତ୍ବାଧୀନ ଲସ୍କର ସଂଗଠନ ରେକି କରିଥିବା ସୂଚନା ମିଳିଛି । ସମ୍ଭାବ୍ୟ ହମଲା ଲାଗି ଯୋଜନା ପ୍ରସ୍ତୁତ ହୋଇଥିବାବେଳେ ବିଭିନ୍ନ ଗୋପନ ସ୍ଥାନରେ ଅସ୍ତ୍ରଶସ୍ତ୍ର ପକାଇବା ଯୋଜନା ରହିଛି ବୋଲି ସୂଚନା ମିଳିଛି ।

ଓଏସଆରଟିସି ବସରେ ନିଆଁ ; ହୁତୁହୁତୁ ହୋଇ ଜଳିଗଲା ବସ

କୋରାପୁଟ : କୋରାପୁଟ ପଟ୍ଟାଙ୍ଗି ବ୍ଲକର ସୁଙ୍କି ସୀମାନ୍ତ ସାଲୁର ଦୁର୍ଗା ମନ୍ଦିର ଘାଟିରେ OSRTC ବସରେ ନିଆଁ। ହୁତୁ ହୁତୁ ହୋଇ ଜଳିଗଲା ବସ। ବସଟି ବିଶାଖାପାଟଣାରୁ ଜୟପୁର ଆସୁଥିବା ବେଳେ ସାଲୁର ଘାଟି ଉପରେ ସର୍ଟସର୍କିଟ ଯୋଗୁ ବସରେ ନିଆଁ ଲାଗିଥିଲା। ବସରେ ନିଆଁ ଲାଗିବା ଦେଖି ଡ୍ରାଇଭର ବସଟିକୁ ଘାଟି ଉପରେ ରଖି ଯାତ୍ରୀମାନଙ୍କୁ ଓହ୍ଲାଇ ଦେଇଥିଲେ। ସଙ୍ଗେ ସଙ୍ଗେ ସାଲୁର ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା। ସାଲୁର ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି।

Bihar Polls 2025 : ତେଜସ୍ବୀ ଯାଦବଙ୍କ ଲାଗି ଅଗ୍ନିପରୀକ୍ଷା, ଭାଇଙ୍କ ବିରୋଧରେ ପ୍ରାର୍ଥୀ ଦେଇଛନ୍ତି ତେଜପ୍ରତାପ

ନନ୍ଦିଘୋଷ ବ୍ୟୁରୋ: ବିହାରର ହାଇପ୍ରୋଫାଇଲ ଆସନ ରାଘୋପୁର। ଏଠାରୁ ତେଜସ୍ବୀ ଯାଦବ କରୁଛନ୍ତି ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଆରଜେଡି ନେତା ତେଜସ୍ବୀ ଯାଦବ। ତେଜସ୍ବୀଙ୍କ ବିରୋଧରେ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ସତୀଶ କୁମାର ଯାଦବ, ଜନସୂରାଜ ପାର୍ଟିର ଚଞ୍ଚଳ ସିଂ, ଆପର ରାଜୁ କୁମାର, ଜନଶକ୍ତି ଜନତା ଦଳର ପ୍ରେମ କୁମାର। ଏନସିପିର ଅନିଲ ସିଂ ବି ଏଠାରୁ ପ୍ରାର୍ଥୀ ହୋଇଛି। ବହୁମୁଖୀ ପ୍ରତିଦ୍ବନ୍ଦ୍ବିତା ହେଉଥିବା ଯୋଗୁ କିଏ ବିଜୟୀ ହେବେ ତାହାକୁ ନେଇ ସସପେନ୍ସ ଜାରି ରହିଛି। ଏଠାରେ ଭାଇ ତେଜସ୍ବୀଙ୍କ ବିରୋଧରେ ପ୍ରାର୍ଥୀ ଦେଇଛନ୍ତି ତେଜପ୍ରତାପ।

ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କ ଲାଗି ଅଗ୍ନିପରୀକ୍ଷା ହୋଇଛି ଏହି ଆସନ। ମହାଗଠବନ୍ଧନର ପ୍ରମୁଖ ଭୂମିକା ନେଇଛନ୍ତି ତେଜସ୍ବୀ। ଅନେକ ଥର ମନ୍ତ୍ରୀପଦ ସମ୍ଭାଳିଛନ୍ତି ତେଜସ୍ବୀ ଯାଦବ। ୨୦୨୨ରୁ ୨୦୨୪ ଯାଏ ଉପମୁଖ୍ୟମନ୍ତ୍ରୀ ଥିଲେ ତେଜସ୍ବୀ। ରାଘୋପୁରରୁ ଲାଲୁ ଯାଦବ ଓ ପତ୍ନୀ ରାବଡୀ ଦେବୀ ବି ବିଜୟୀ ହୋଇଥିଲେ। ଲାଲୁ ପରିବାର ଲାଗି ବେଶ୍ ଜଣାଶୁଣା ରାଘୋପୁର ଆସନ।

ଏଥର ବିହାର ହେବ କାହାର ? ବିହାର ରାଜନୀତିକୁ ନେଇ ବଢ଼ିଲାଣି ଚର୍ଚ୍ଚା

ନନ୍ଦିଘୋଷ ବ୍ୟୁରୋ: ଏଥର କାହାର ହେବ ବିହାର। ସାରା ଦେଶର ଆଖି ବିହାର ନିର୍ବାଚନ ଉପରେ। ବିହାର ରାଜନୀତିକୁ ନେଇ ବଢ଼ିଲାଣି ଚର୍ଚ୍ଚା । ନୀତିଶ-ତେଜସ୍ୱୀ-ପିକେଙ୍କୁ ନେଇ ବଢ଼ିଲାଣି ଚର୍ଚ୍ଚା । ଗତ ୨୦୨୦ରେ ବିଜେପି ୧୧୦ ଆସନ ଲଢି ବିଜୟୀ ହୋଇଥିଲା ୮୦ ଆସନରେ। ସହଯୋଗୀ ଜେଡିୟୁ ଲଢିଥିଲା ୧୧୫ ଆସନରେ। ମାତ୍ର ଜିତିଥିଲା ମାତ୍ର ୪୫ ଆସନ । ମହାଗଠବନ୍ଧନରେ ଆରଜେଡି ୧୪୪ ଆସନରେ ଲଢି ୭୫ରେ ବିଜୟୀ ହୋଇଥିଲା। କଂଗ୍ରେସ ୭୦ ଆସନରେ ଲଢି ୧୯ରେ ବିଜୟୀ ହୋଇଥିଲା।

ସିପିଆଇଏମଏଲ ୧୯ ଆସନରେ ଲଢି ୧୨ଟିରେ ବିଜୟୀ ହୋଇଥିଲା। ସିପିଆଇ ୬ ଆସନରେ ଲଢି ୨ ଆସନରେ ବିଜୟୀ ହୋଇଥିବାବେଳେ ସିପିଏମ ୪ ଆସନରେ ଲଢି ୨ ଆସନରେ ବିଜୟୀ ହୋଇଥିଲା।

ଆଜି ବିହାରର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ; ୧୨୧ଟି ଆସନରେ ଚାଲିଛି ଭୋଟଦାନ

ନନ୍ଦିଘୋଷ ବ୍ୟୁରୋ: ଆଜି ବିହାରର ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ପ୍ରଥମ ପର୍ଯ୍ୟାୟରେ ୧୨୧ଟି ଆସନରେ ଭୋଟଦାନ ହେଉଛି। ୧୩୧୪ ପ୍ରାର୍ଥୀଙ୍କ ହେବ ଭାଗ୍ୟ ପରୀକ୍ଷା। ପ୍ରାୟ ୩ କୋଟି ୭୫ ଲକ୍ଷ ଭୋଟର ପ୍ରଥମ ପର୍ଯ୍ୟାୟରେ ନିଜ ମତାଧିକାର ସାବ୍ୟସ୍ତ କରିବେ। ଭୋଟ ଲାଗି ଅନେକ ବୁଥରେ ୱେବକାଷ୍ଟିଂ କରାଯିବା ସହ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । କେବଳ ପାଟଣା ବିଧାନସଭାରେ ଅଛନ୍ତି ୧୪୯ ପ୍ରାର୍ଥୀ । ପ୍ରଥମ ପର୍ଯ୍ୟାୟ ମତଦାନର ବେଶ୍ ଗୁରୁତ୍ଵ ରହିଛି । ୧୮ଟି ଜିଲ୍ଲାର ୧୨୧ ନିର୍ବାଚନମଣ୍ଡଳୀର ଭୋଟଦାତା ମତଦାନରେ ସାମିଲ ହେବେ । ଦ୍ୱିତୀୟଟି ନଭେମ୍ବର ୧୧ ରେ ଅନୁଷ୍ଠିତ ହେବ । ମୋଟ ୨୪୩ ବିଧାନସଭା ଆସନ ବାଜିରେ ଲାଗିଛି ।

ପ୍ରଥମ ପର୍ଯ୍ୟାୟରେ କିଏ ରହିବ ଆଗରେ ତାହାକୁ ନେଇ କଳ୍ପନାଜଳ୍ପନା l ବିଶେଷ କରି ଜନସୂରାଜ ପାର୍ଟି ଓ ଏଆଇଏମଆଇଏମ ଉପରେ ସମସ୍ତଙ୍କ ନଜର l କାରଣ ଏହି ଦୁଇ ଦଳ ସାମାନ୍ୟ ୫ କିମ୍ବା ୧୦ ପ୍ରତିଶତ ଭୋଟ ଯଦି ପାଆନ୍ତି ତେବେ ଏନଡିଏ ଓ ମହାଗଠବନ୍ଧନର ସମ୍ଭାବନା ହୋଇପାରେ ଏପଟସେପଟ l ଗତ ୨୦୨୦ ନିର୍ବାଚନରେ ଏହି ୧୨୧ ଆସନରୁ ମହାଗଠବନ୍ଧନ ହାସଲ କରିଥିଲା ୬୩ ଆସନ l ଏନଡିଏ ଲାଭ କରିଥିଲେ ୫୫ ଆସନ l ଚଳିତ ଥର ମହାଗଠବନ୍ଧନ ଲାଗି ବିଶେଷ ସହାୟକ ହୋଇପାରନ୍ତି ବିକାଶଶୀଳ ଇନସାନ ପାର୍ଟି ନେତା ମୁକେଶ ସାହନି l କାରଣ ମାଲା ସମ୍ପ୍ରଦାୟର ଧୀବର ଓ ନୌଚାଳକଙ୍କ ଭୋଟ ହାର ୨.୫ ପ୍ରତିଶତ l ଅଧିକାଂଶ ଆସନରେ ବିଜୟୀ ପ୍ରାର୍ଥୀଙ୍କ ଲାଗି ଏହା ସହାୟକ ହେବ l ମାଲା, ସାହନି ଓ ନିଶାଦଙ୍କ ସଂଖ୍ଯା ରାଜ୍ୟର ମୋଟ ଜନସଂଖ୍ୟାର ୯ ପ୍ରତିଶତ l ନିଶାଦ ସମ୍ପ୍ରଦାୟ ଅଧୀନରେ ଆସୁଥିବା ଉପଜାତି ମାଲାଙ୍କ ସଂଖ୍ୟା ମିଥିଳାଞ୍ଚଳ ଓ ସୀମାଞ୍ଚଳ ଅଞ୍ଚଳରେ ଅଧିକ ରହିଛି l ମୁଜାଫରପୁର, ଦରଭଙ୍ଗା, ସୁପାଲ, ବୈଶାଳୀ, ସୀତାମାଢ଼ି, ସେଓଦର, କିଷନଗଞ୍ଜ, ସହର୍ସା, ଖଗରିଆ, ପୂର୍ବ ଚମ୍ପାରନ, ପଶ୍ଚିମ ଚମ୍ପାରନ ଆଦି ଜିଲ୍ଲାରେ ସେମାନଙ୍କ ସଂଖ୍ୟା ଅଧିକ ଥିବାରୁ ତାହାର ସୁଯୋଗ ମହାଗଠବନ୍ଧନ ନେବା ସମ୍ଭାବନା ରହିଛି l ଚଳିତ ନିର୍ବାଚନରେ ପ୍ରବାସୀ ସମସ୍ୟା, ଗରିବୀ, ବେକାରୀ ଆଦି ପ୍ରମୁଖ ପ୍ରସଙ୍ଗ ହୋଇଥିବାବେଳେ ଜାତୀୟ ନେତାଙ୍କ ଘନ ଘନ ଗସ୍ତ ବିହାରବାସୀଙ୍କୁ କିପରି ପ୍ରଭାବିତ କରିବ ତାହା ସ୍ପଷ୍ଟ ହେବ ୧୪ରେ l

ଓଡ଼ିଆ ଯାତ୍ରାର ଭେଟେରାନ ଷ୍ଟାର ଦେବୀ ରଥଙ୍କ ଦେହାନ୍ତ

ନନ୍ଦିଘୋଷ ବ୍ୟୁରୋ : ଆରପାରିରେ ଓଡ଼ିଶା ଯାତ୍ରା ଦୁନିଆର ଭେଟେରାନ ଅଭିନେତା ଦେବୀ ପ୍ରସାଦ ରଥ। ୭୧ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି  । ଜଗତସିଂହପୁର ଜିଲ୍ଲା ପାରାଦୀପ ଗଡ଼ରେ ଜନ୍ମିତ ଦେବୀ ପ୍ରସାଦ କାର୍ତ୍ତିକ ପୂର୍ଣ୍ଣିମା ତିଥିରେ ଭୋର ସମୟରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି  । ତାଙ୍କ ବିୟୋଗରେ ଯାତ୍ରା ଜଗତରେ ଶୋକର ଛାୟା ଖେଳିଯାଇଛି  । ଯାତ୍ରା ଜଗତର ବାପା ତଥା ଚରିତ୍ର ଅଭିନେତା ଭାବେ ସେ ବେଶ ପ୍ରଶଂସା ସାଉଁଟିଥିଲେ  । ଜଣେ ଉଚ୍ଚକୋଟୀର କଳାକାର ଥିଲେ ଦେବୀ ପ୍ରସାଦ  । ହିରୋଇନରୁ ହିରୋ, ଆଣ୍ଟି ହିରୋ ସବୁପ୍ରକାର ଚରିତ୍ରରେ ସେ ଅଭିନୟ କରିଛନ୍ତି  । ୫୦ ବର୍ଷରୁ ଅଧିକ ସମୟ ଧରି ଓଡ଼ିଆ ଯାତ୍ରା ଜଗତରେ ନିଖୁଣ ଅଭିନୟର ଛାପ ଛାଡ଼ି ଯାଇଛନ୍ତି  । ଅନେକ ଅପେରା ପାର୍ଟିରେ କାମ କରିଛନ୍ତି  । ତାଙ୍କର ଅଭିନୟରେ ଦର୍ଶକ କାନ୍ଦିଛନ୍ତି, ହସିଛନ୍ତି, ଭାବବିହ୍ୱଳ ହୋଇଛନ୍ତି, ପ୍ରେମରେ ପଡିଛନ୍ତି ଆଉ ଭିଜିଛନ୍ତି ଏବଂ ମଜିଛନ୍ତି  । ଆଜି ତାଙ୍କ ବିୟୋଗରେ ଯାତ୍ରା ଜଗତରେ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି  ।

ମୀର୍ଜାପୁରରେ ଅଘଟଣ : ଟ୍ରେନ ଧକ୍କାରେ ଚାଲିଗଲା ୪ ଜୀବନ

ନନ୍ଦିଘୋଷ ବ୍ୟୁରୋ : ଟ୍ରେନ ଧକ୍କାରେ ଚାଲିଗଲା ୪ ଜୀବନ। ଉତ୍ତରପ୍ରଦେଶ ମୀର୍ଜାପୁରରେ ଘଟିଛି ଅଘଟଣ। ଟ୍ରେନ ଲାଇନ ଅତିକ୍ରମ କରୁଥିବାବେଳେ ସେମାନଙ୍କୁ ଧକ୍କା ଦେଇଥିଲା ଟ୍ରେନ। ଗୋଟିଏ ଟ୍ରେନରୁ ଓହ୍ଲାଇ ଅନ୍ୟ ଟ୍ରେନ ଲାଇନ ପାର ହେଉଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା। ମୀର୍ଜାପୁର ଅନ୍ତର୍ଗତ ଚୁନାର ଜଙ୍କସନରେ ଘଟିଛି ଅଘଟଣ। ଏହି ଜଙ୍କସନରେ ସେମାନେ ଚୋପାନ-ପ୍ରୟାଗରାଜ ଏକ୍ସପ୍ରେସରୁ ଓହ୍ଲାଇ ରେଳଲାଇନ ଅତିକ୍ରମ କରୁଥିବାବେଳେ ହାଓଡା-କାଲକା ନେତାଜୀ ଏକ୍ସପ୍ରେସ ସେମାନଙ୍କୁ ଧକ୍କା ଦେଇଥିଲା। ଘଟଣାର ତଦନ୍ତ ଜାରି ରହିଛି। ମୃତକଙ୍କ ପରିଚୟ ଜଣାପଡିନାହିଁ।

କଳ୍ପନା ଢୋଲକିଆଙ୍କୁ ବିଜେଡିର କଡ଼ା ଜବାବ ; ରାଜୁ ଭାଇଙ୍କୁ କେବେ ବି ଅବହେଳା କରିନି ବିଜେଡି

ନନ୍ଦିଘୋଷ ବ୍ୟୁରୋ : ନୂଆପଡ଼ାର ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ମାଆ କଳ୍ପନା ଢୋଲକିଆଙ୍କୁ ବିଜେଡିର କଡ଼ା ଜବାବ। ପୂର୍ବତନ ମନ୍ତ୍ରୀ ରାଜୁ ଢୋଲକିଆଙ୍କୁ ଅବହେଳା କରାଯାଇଥିବା ବୋଲି କଳ୍ପନା ଢୋଲକିଆ ଯେଉଁ ଅଭିଯୋଗ କରିଛନ୍ତି, ତାର କଡ଼ା ଜବାବ ଦେଇଛି ବିଜେଡି। ଏକ ସାମ୍ଵାଦିକ ସମ୍ମିଳନୀରେ ବିଜେଡିର ବରିଷ୍ଠ ସାଧାରଣ ସଂପାଦକ ଟୁକୁନି ସାହୁ କହିଛନ୍ତି, କଳ୍ପନାଙ୍କ ଅଭିଯୋଗ ଆମକୁ ଦୁଃଖ ଦେଇଛି। ବିଜେଡିର ସକ୍ରିୟ କର୍ମୀ ହୋଇଥିବାରୁ ସେ ବିଭିନ୍ନ ପ୍ରମୁଖ ପଦପଦବୀ ପାଇଥିଲେ। ଦଳ ତାଙ୍କୁ ମନ୍ତ୍ରୀ କରିଥିଲା। ସେ ଅସୁସ୍ଥ ଥିବା ବେଳେ ନବୀନ ବାବୁଙ୍କର ମଧ୍ୟ ସର୍ଜରି ଓ ଟ୍ରିଟମେଣ୍ଟ ହୋଇଥିଲା। ତଥାପି ରାଜୁ ଭାଇଙ୍କ ସ୍ଵାସ୍ଥ୍ୟବସ୍ଥା ସଂପର୍କରେ ସବୁବେଳେ ପଚାରି ବୁଝୁଥିଲେ ନବୀନ ବାବୁ।

ରାଜୁ ଭାଇଙ୍କୁ ଏୟାରଲିଫ୍ଟ କରିବାରୁ ଦଳ ସାହାଯ୍ୟ କରିଥିଲା। ତାଙ୍କର ସମସ୍ତ କ୍ରିୟାକର୍ମରେ ଦଳର ବରିଷ୍ଠ ନେତା ଉପସ୍ଥିତ ରହି ସବୁ ବୁଝାବୁଝି କରିଥିଲେ। ଏଥିପାଇଁ ନିର୍ଦ୍ଦେଶ ଦେଇଥିଲେ ନବୀନ ପଟ୍ଟନାୟକ। ଉପନିର୍ବାଚନ ପୂର୍ବରୁ ରାଜୁ ଢୋଲକିଆଙ୍କ ପତ୍ନୀ କଳ୍ପନାଙ୍କୁ ପ୍ରାର୍ଥୀ କରିବାକୁ ବିଜେଡି ପ୍ରସ୍ତାବ ଦେଇଥିଲା। କିନ୍ତୁ ହିନ୍ଦି କହୁଥିବାରୁ ସେ ପ୍ରାର୍ଥୀ ହେବାକୁ ମନା କରିଦେଇଥିଲେ। ଏହା ପରେ ତାଙ୍କ ପୁଅ ଜୟ ଢୋଲକିଆଙ୍କୁ ମଧ୍ୟ ପ୍ରାର୍ଥୀ କରିବାକୁ ଦଳ ତରଫରୁ ପ୍ରସ୍ତାବ ଦିଆଯାଇଥିଲା। ସେ ବି ପ୍ରଥମେ କହୁଥିଲେ ବିଜେଡିରୁ ପ୍ରାର୍ଥୀ ହେବେ ବୋଲି । ପରେ ହଠାତ ଦଳ ଛାଡ଼ି ଅନ୍ୟ ପାର୍ଟିକୁ ଗଲେ। ହଠାତ କାହିଁକି ଗଲେ, କାହିଁକି ଏବେ ଏପରି କହୁଛନ୍ତି, ତାହା ସମସ୍ତେ ଜାଣନ୍ତି। ନବୀନ ବାବୁ ପ୍ରଚାର କରିବା ପରେ ନୂଆପଡ଼ାରେ ସମସ୍ତେ ନିଶ୍ଚିତ ଯେ, ବିଜେଡି ଜିତୁଛି। ତେଣୁ ଏବେ ନାନା କଥା କହୁଛନ୍ତି। ଆଗରୁ ତ କିଛି କହୁନଥିଲେ କଳ୍ପନା । ନୂଆପଡ଼ାବାସୀ ଠିକ୍ ଜବାବ ଦେବେ ବୋଲି କହିଛନ୍ତି ଟୁକୁନି ସାହୁ।

ଆମେରିକାର ଲୁଇଭେଲିରେ କାର୍ଗୋ ପ୍ଲେନ କ୍ରାସ ; ୭ ମୃତ ଓ ୧୧ ଆହତ

ନନ୍ଦିଘୋଷ ବ୍ୟୁରୋ : ଆମେରିକାର କେଣ୍ଟୁକିସ୍ଥିତ ଲୁଇଭେଲିରେ କାର୍ଗୋ ପ୍ଲେନ କ୍ରାସ। ୟୁପିଏସ କାର୍ଗୋ ପ୍ଲେନ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ୭ ଜଣ। ଆହତ ହୋଇଛନ୍ତି ୧୧ ଜଣ। ଲୁଇଭେଲି ବିମାନ ବନ୍ଦରରୁ କାର୍ଗୋପ୍ଲେନଟି ଉଡ଼ାଣ ଭରିବା ମାତ୍ରେ ଇଞ୍ଜିନଟି ଜଳିଯାଇ ଅଗ୍ନିପିଣ୍ଡୁଳାରେ ପରିଣତ ହୋଇଯାଇଥିଲା। ୟୁପିଏସ ୱାର୍ଲଡପୋର୍ଟରୁ ହୋନୁଲୁଲୁକୁ ଯିବାକୁ ଥିବା ଏହି ବିମାନଟି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଉଡ଼ାଣ ଆରମ୍ଭ କରିବା ବେଳେ ପ୍ରଥମେ ଇଞ୍ଜିନରୁ ଧୂଆଁ ବାହାରିଥିଲା। ପରେ ପରେ ଇଞ୍ଜିନଟି ଜଳିଯାଇଥିଲା। ୧୯୯୧ରେ ମାକଡୋନେଲ ଡୋଗଲାସ ଏମଡି-୧୧ ବିମାନ ନିର୍ମିତ ହୋଇଥିଲା। ଏହି ବିମାନବନ୍ଦରରୁ ଦୈନିକ ୩୦୦ ବିମାନ ଉଡାଣ ଭରିଥାନ୍ତି।