spot_img
Home Blog Page 47

ପ୍ରାକ ଶିକ୍ଷାର ବିକଳ ଚିତ୍ର

ନନ୍ଦିଘୋଷ ବ୍ୟୁରୋ : ପ୍ରାକ ଶିକ୍ଷାର ବିକଳ ଚିତ୍ର । ଘରୋଇ ପରିବେଶରେ ଚାଲିଛି କୋମଳମତି ଶିଶୁଙ୍କ ପାଠପଢା । ହେଲପରଙ୍କ ଘରେ ଚାଲିଛି ଅଙ୍ଗନବାଡ଼ି କେନ୍ଦ୍ର ।… କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକ ରାଲେଗାଡ଼ା ପଞ୍ଚାୟତ ବଡ଼ା ପାଡୁ ଗାଁରୁ ଆସିଛି ଏଭଳି ଚିତ୍ର । ଶିଶୁଙ୍କ ଭବିଷ୍ୟତ ଗଢିବା ପାଇଁ ଅଙ୍ଗନବାଡି କେନ୍ଦ୍ର ଅଛି । କର୍ମୀ ବି ଅଛନ୍ତି । ହେଲେ ଦୁର୍ଭାଗ୍ୟର ବିଷୟ ନିଜସ୍ଵ ଅଙ୍ଗନବାଡି ଗୃହ ନାହିଁ । ଫଳରେ ହେଲପରଙ୍କ ଘରେ ହିଁ ଚାଲିଛି ଶିଶୁଙ୍କ ପାଠପଢା ଓ ଅନ୍ୟାନ୍ୟ କାର୍ଯ୍ୟ ।…

ଅଙ୍ଗନବାଡ଼ି କେନ୍ଦ୍ର ହେଉଛି ପୋଷଣ ଓ ଶିଶୁ ବିକାଶର ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ । ନିଜସ୍ୱ ଗୃହ ଅଭାବରୁ ଯଦି ଏଭଳି ଭାବେ କେନ୍ଦ୍ର ଚାଲେ, ତେବେ ସରକାରଙ୍କ ଉଦ୍ଦେଶ୍ୟ କେତେ ଦୂର ସାଧିତ ହେଉଛି, ତାକୁ ନେଇ ଉଠିଛି ପ୍ରଶ୍ନ । ସ୍ଥାନୀୟ ଲୋକଙ୍କ ଅଭିଯୋଗ ମୁତାବକ, ଦୀର୍ଘଦିନ ଧରି ଏହି ସମସ୍ୟା ଲାଗି ରହିଥିଲେ ସୁଦ୍ଧା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ । ଶୀଘ୍ର ଅଙ୍ଗନବାଡ଼ି କେନ୍ଦ୍ରର ନିଜସ୍ୱ ଗୃହ ନିର୍ମାଣ କରିବାକୁ ଦାବି ହୋଇଛି । …

କେବେ ପ୍ରଶାସନର ନିଦ ଭାଙ୍ଗୁଛି ? କେବେ ବଡ଼ା ପାଡୁ ଗାଁରେ ହେଉଛି ଅଙ୍ଗନବାଡ଼ି ଗୃହ ନିର୍ମାଣ ? କେବେ ଉତ୍ତମ ପରିବେଶରେ ପାଠ ପଢୁଛନ୍ତି ପିଲା ?

କେବେ ବେସାହାରା ଦୋକାନୀଙ୍କୁ ମିଳିବ ସାହାରା ?

ନନ୍ଦିଘୋଷ ବ୍ୟୁରୋ : ଫେବୃଆରୀ ୯, ୨୦୨୬ । ୩୧୪ଟି ଦୋକାନ ଉପରେ ଚାଲିଲା ବୁଲଡୋଜର । ମାଟିରେ ମିଶିଥିଲା ଅନେକ ଲୋକଙ୍କ ରୋଜଗାର ପନ୍ଥା । ପ୍ରଶାସନ ପକ୍ଷରୁ ମିଳିଥିଲା ଥଇଥାନ ପ୍ରତିଶୃତି । ହେଲେ ଘଟଣାକୁ ୬ ମାସ ବିତିଯାଇଥିଲେ ସୁଦ୍ଧା ନିରବ ପ୍ରଶାସନ ।… ରାସ୍ତା ପ୍ରଶସ୍ତିକରଣ ପାଇଁ ମୟୂରଭଞ୍ଜ ଜିଲ୍ଲା ଉଦଳା ହୋଣ୍ଡା ସୋ ରୁମ ଠାରୁ କଲିଆ ଛକ ପର୍ଯ୍ୟନ୍ତ ରାସ୍ତାରେ ଜବରଦଖଲ ଉଚ୍ଛେଦ କରାଯାଇଥିଲା । ପାନ, ଚାହା, ଜଳଖିଆ ଦୋକାନ ଭଳି ଅନେକ ଦୋକାନ ମାଟିରେ ମିଶିଥିଲା । ହେଲେ ଆଜି ଯାଏଁ ନୂତନ ଭେଣ୍ଡିଂ ଜୋନ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇନାହିଁ ।

ଉଚ୍ଛେଦ ଦୋକାନୀ ମାନଙ୍କୁ ଏଯାଏଁ ମିଳିନି ଦୋକାନ ଘର । ଭଙ୍ଗା ଯାଇଥିବା ସ୍ଥାନରେ କିଏ ପାନ ଧରି ବେପାର କରୁଛି ତ ଆଉ କିଏ ଗାଡ଼ି ସଜାଡି ପରିବାର ପ୍ରତିପୋଷଣ କରୁଛି । ଅନ୍ୟପଟେ ଭେଣ୍ଡିଂ ଜୋନ ନିମନ୍ତେ ଅନୁଦାନ ଆସିଛି । ବର୍ଷା ପାଇଁ କାମ ଆରମ୍ଭ ହୋଇନାହିଁ । ଖୁବଶୀଘ୍ର ଭେଣ୍ଡିଂ ଜୋନରେ ଉଚ୍ଛେଦକାରୀଙ୍କୁ ଥଇଥାନ କରାଯିବ ବୋଲି କହିଛନ୍ତି କାର୍ଯ୍ୟ ନିର୍ବାହୀ ଅଧିକାରୀ ।…

ବେସାହାରା ଦୋକାନୀଙ୍କୁ କେବେ ମିଳୁଛି ସାହାରା ? କେବେ ସେମାନଙ୍କ ମୁହଁରେ ଫୁଟିବ ହସ ? ତାହା ଦେଖିବାକୁ ବାକି ରହିଲା ।

ବାଲେଶ୍ଵରରୁ ଆସି ରାଜଧାନୀରେ ଧଳାଜହର ସିଣ୍ଡିକେଟ

ନନ୍ଦିଘୋଷ ବ୍ୟୁରୋ : ଜଳେଶ୍ବରରେ ଘର, କିନ୍ତୁ ପୁରା ଓଡିଶାକୁ ସପ୍ଲାଏ । ସୁଦୂର ବାଲେଶ୍ଵରରୁ ଆସି ରାଜଧାନୀରେ ଧଳାଜହର ସିଣ୍ଡିକେଟ ଚଳାଇଥିବା ବେଳେ ମାଡିବସିଲା ସ୍ପେଶାଲ କ୍ରାଇମ ୟୁନିଟ । ଅଭିଯୁକ୍ତ ଜଣକ ହେଲା ଶେଖ ଖେଫାଜୁଦ୍ଦିନ। ତାଠାରୁ ୩ ଶହ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି । ଜବତ ନିଶାଦ୍ରବ୍ୟର ମୂଲ୍ୟ ପ୍ରାୟ ୩୦ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଭୋଟପଡାରେ ଡିଲ ବେଳେ ଅଭିଯୁକ୍ତକୁ ଧରିଛି ସ୍ପେଶାଲ କ୍ରାଇମ ୟୁନିଟ। ପୂର୍ବରୁ ମଧ୍ୟ ଅଭିଯୁକ୍ତ ନାଁରେ NDPS ମାମଲା ରହିଛି । ନିଶା ଚାଲାଣରେ ଅଭିଯୁକ୍ତକୁ ତାର ଭାଇ ଓ ସ୍ତ୍ରୀ ସାହାଯ୍ୟ କରୁଥିବା ସୂଚନା ଦେଇଛନ୍ତି ପୋଲିସ କମିଶନର । ଆଗାମୀ ଦିନରେ ଆବଶ୍ୟକସ୍ଥଳେ ଅଭିଯୁକ୍ତକୁ ରିମାଣ୍ଡରେ ଅଣାଯାଇପାରେ ବୋଲି ସୂଚନା ଦେଇଛନ୍ତି ପୋଲିସ କମିଶନର ।

 

ଖାପ୍ ପଞ୍ଚାୟତକୁ ନେଇ ସାମ୍ନାକୁ ଆସିଛି ଏକ ସାଙ୍ଘାତିକ ଅଭିଯୋଗ

ନନ୍ଦିଘୋଷ ବ୍ୟୁରୋ : ମାଲକାନଗିରି ଜିଲ୍ଲାରେ ଖାପ୍ ପଞ୍ଚାୟତକୁ ନେଇ ସାମ୍ନାକୁ ଆସିଛି ଏକ ସାଙ୍ଘାତିକ ଅଭିଯୋଗ । ଗାଁରେ ବସିଥିବା କମିଟି ବୈଠକରେ ଜଣେ ଯୁବକଙ୍କୁ ମାଡ଼ ମରାଯିବା ସହ ୪୫ ହଜାର ଟଙ୍କା ଜରିମାନା କରାଯାଇଥିବାରୁ ଅପମାନ ସହି ନପାରି ଯୁବକ ଜଣକ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ମାଲକାନଗିରି ସେରପାଲି ପଞ୍ଚାୟତ ଏମ୍‌ଭି-୯୨ ଗାଁର ଜଣେ ଯୁବକ କିଛି ଦିନ ପୂର୍ବେ ତାମିଲନାଡୁର ଏକ ଚିଙ୍ଗୁଡି କମ୍ପାନୀରେ କାମ କରୁଥିଲେ।

ଏହି ସମୟରେ କୋଲକାତାର ଜଣେ ବିବାହିତ ମହିଳାଙ୍କ ସହ ପ୍ରେମ ସଂପର୍କ ଗଢି ଉଠିବାରୁ ଉଭୟେ ମାଲକାନାଗିରି ଆସି କାଲିମେଳାରେ ଏକ ଭଡ଼ା ଘରେ ରହୁଥିଲେ। ପରେ ଖବର ଜାଣି ମହିଳାଙ୍କ ସ୍ୱାମୀ କାଲିମେଳା ଆସି ଗ୍ରାମ କମିଟି ନିକଟରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ଗତକାଲି ଗାଁ କମିଟି ପକ୍ଷରୁ ବୈଠକ ଡକାଯାଇଥିଲା।

ଏହି ବୈଠକରେ ଯୁବକଙ୍କୁ ମାଡ଼ ମରାଯିବା ସହ ୪୫ ହଜାର ଟଙ୍କା ଜରିମାନା କରାଯାଇଥିଲା। ଏହି ଘଟଣାକୁ ନେଇ ଯୁବକ ଜଣକ ମାନସିକ ଭାବେ ଭାଙ୍ଗି ପଡ଼ିଥିଲେ। ଅପମାନ ସହି ନପାରି ଆତ୍ମହତ୍ୟା କରିଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ଅନ୍ୟପକ୍ଷରେ ଯୁବକଙ୍କୁ ମାଡ଼ ମରାଯିବା ଓ ଜରିମାନା ଆଦାୟ ଘଟଣାକୁ ଖଣ୍ଡନ କରିଛନ୍ତି ଗ୍ରାମ ସଭାପତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।

ଚିକିତ୍ସା ଅବହେଳା ଯୋଗୁଁ ନବଜାତ ଶିଶୁର ମୃତ୍ୟୁ

ନନ୍ଦିଘୋଷ ବ୍ୟୁରୋ : ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ପୁଣି  ଅଭାବନୀୟ ଘଟଣା। ଚିକିତ୍ସା ଅବହେଳା ଯୋଗୁଁ ଜଣେ ନବଜାତ ଶିଶୁର ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ଲାଞ୍ଜିଗଡ଼ ଥାନା ଅନ୍ତର୍ଗତ ପ୍ରତାପପୁର ଗ୍ରାମର ମାର୍କଣ୍ଡ ବଗର୍ତ୍ତୀଙ୍କ ପତ୍ନୀଙ୍କୁ ପ୍ରସବ ପାଇଁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଅସ୍ତ୍ରୋପଚାର ପରେ ସେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ।ଶିଶୁ ଜନ୍ମ ହେବା ପରେ ତା’ର ସ୍ୱାସ୍ଥ୍ୟାବସ୍ଥା ନେଇ ଆବଶ୍ୟକ ଚିକିତ୍ସା ସମୟରେ ମିଳିନଥିଲା।

ଘଣ୍ଟା ଘଣ୍ଟା ଧରି ନବଜାତ ଶିଶୁକୁ କୋଳରେ ଧରି ପରିବାର ଲୋକେ ଅପେକ୍ଷା କରିଥିବା କହିଛନ୍ତି। ପରେ ଶିଶୁର ସ୍ଥିତି ଜଟିଳ ହେବାରୁ ତାକୁ SNCU କୁ ନେବା ପାଇଁ ପରାମର୍ଶ ଦିଆଯାଇଥିଲା। ତେବେ ଓଟି ରିପୋର୍ଟ ଦିଆଯାଇନଥିବାରୁ ଶିଶୁକୁ SNCUରେ ଆଡମିଟ୍ କରାଯାଇନଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏହାର କିଛି ସମୟ ପରେ ନବଜାତ ଶିଶୁର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଡାକ୍ତରଙ୍କ ଚିକିତ୍ସା ଅବହେଳା ଯୋଗୁଁ ଶିଶୁର ମୃତ୍ୟୁ ଘଟିଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକ ।

ଘଟଣାରେ ଦାୟୀ ଥିବା ଡାକ୍ତରଙ୍କ ବିରୋଧରେ ତଦନ୍ତ କରାଯାଇ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ପରିବାର ପକ୍ଷରୁ ଦାବି କରାଯାଇଛି। ପରିବାର ଲୋକେ ପ୍ରତିବାଦ କରିବାରୁ ଘଟଣାସ୍ଥଳରେ ଟାଉନଥାନା ପୋଲିସ ପହଞ୍ଚି ବୁଝାସୁଝା କରିଥିଲା। ତେବେ ଏହି ଘଟଣା ନେଇ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ।

ଗୋଟିଏ ମଞ୍ଚରେ ମୋଦି –ଜିନପିଙ୍ଗ୍-ପୁଟିନ୍

ନନ୍ଦିଘୋଷ ବ୍ୟୁରୋ : ଗୋଟିଏ ମଞ୍ଚରେ ଏକାଠି ନଜର ଆସିଲେ ତିନି ମହାଶକ୍ତି । ଏସସିଓ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଏକାଠି ନଜର ଆସିଲେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଓ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ । ଆନୁଷ୍ଠାନିକ ବୈଠକ ପୂର୍ବରୁ ପରସ୍ପର ସହ ମିଶାଇଲେ ହାତ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି, ଚୀନ୍ ରାଷ୍ଟ୍ରପତି ସି ଜିନପିଂଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି ।

ଏସସିଓ ସମିଟ୍ ଅବସରରେ କୌଣସି ଆନୁଷ୍ଠାନିକ ବୈଠକ ପୂର୍ବରୁ ନିର୍ଦ୍ଧାରିତ ନଥିଲେ ମଧ୍ୟ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚୀନ୍ ରାଷ୍ଟ୍ରପତି ସି ଜିନପିଂଙ୍କ ମଧ୍ୟରେ ହାତମିଳାହେବା ସହ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି । ଏହି ଅନୁଚିନ୍ତିତ ଭେଟଘାଟ ସମୟରେ ଉଭୟ ନେତା ପରସ୍ପରକୁ କୁଶଳବାର୍ତ୍ତା ପଚାରି ବୁଝିଥିଲେ ଏବଂ ବିଶ୍ୱସ୍ତରୀୟ ପ୍ରସଙ୍ଗରେ କିଛି ସମୟ କଥା ହୋଇଥିଲେ।

ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆତଙ୍କବାଦ ପ୍ରସଙ୍ଗରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ସେ ସ୍ପଷ୍ଟ ଭାବରେ କହିଛନ୍ତି ଯେ, ବିଶ୍ୱରୁ ଆତଙ୍କବାଦର ସମ୍ପୂର୍ଣ୍ଣ ମୂଳୋତ୍ପାଟନ ଏବଂ ଏହାର ପୂରା ତନ୍ତ୍ର ର ଧ୍ୱଂସ କରାଯିବା ନିହାତି ଜରୁରୀ । ସୀମାପାର ଆତଙ୍କବାଦ କେବଳ ଗୋଟିଏ ଦେଶ ପାଇଁ ନୁହେଁ, ବରଂ ସମଗ୍ର ମାନବଜାତି ପାଇଁ ଏକ ବଡ଼ ବିପଦ ବୋଲି ସେ ମତ ଦେଇଛନ୍ତି । ଉଭୟ ନେତାଙ୍କ ଏହି କ୍ଷଣସ୍ଥାୟୀ କିନ୍ତୁ ଗୁରୁତ୍ୱପୂର୍ଣ୍ଣ ଭେଟଘାଟକୁ ଆନ୍ତର୍ଜାତୀୟ ରାଜନୀତିରେ ବେଶ୍ ଗୁରୁତ୍ୱ ଦିଆଯାଉଛି । ଏହା ଦ୍ୱାରା ଦୁଇ ଏସୀୟ ମହାଶକ୍ତିଙ୍କ ମଧ୍ୟରେ କୂଟନୈତିକ ସମ୍ପର୍କରେ ଧୀରେ ଧୀରେ ସୁଧାର ଆସୁଥିବାର ସୂଚନା ମିଳୁଛି।

ନେପାଳ ବନ୍ୟା ବିଭୀଷିକାରୁ ବର୍ତ୍ତି ଘରେ ପହଞ୍ଚିଲେ ଚାନ୍ଦବାଲିର ରମେଶ ଦାସ

ନନ୍ଦିଘୋଷ ବ୍ୟୁରୋ : କଥାରେ ଅଛି- ରଖେ ହରି ତ ମାରେ କିଏ ? ଏମିତି କିଛି ଘଟିଛି ନେପାଳ ବନ୍ୟା ବିଭୀଷିକାରରୁ ବର୍ତ୍ତିଥିବା  ରମେଶଙ୍କ ସାଙ୍ଗରେ।  ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବ୍ଲକ  ନାଲଗୁଣ୍ଡାର ରମେଶ ଦାସ ନେପାଳରୁ ଫେରି  ବିଭୀଷିକାର କରୁଣ କାହାଣୀ ବଖାଣିଛନ୍ତି । ଗତ ୨୧ ତାରିଖ ଦିନ କିଛି ପର୍ଯ୍ୟଟକଙ୍କ ସହ ନେପାଳ ବୁଲିବାକୁ ଯାଇଥିଲେ । ୨୬ ତାରିଖ ଦିନ ନେପାଳରେ ଘଟିଥିଲା ଭୟଙ୍କର ବନ୍ୟା ବିଭୀଷିକା । ଦୁର୍ଘଟଣା ସ୍ଥଳରୁ ପର୍ଯ୍ୟଟକ ମାନଙ୍କ ସହ ରମେଶ  ୩୦ କିମି ଦୂରରେ ଥିଲେ ବି ଖୁବ କମ ସମୟ ମଧ୍ୟରେ ପାଣି ପହଞ୍ଚି ଯାଇଥିଲା । ଘରେ ପହଞ୍ଚି ଆଖି ଆଗରେ ବିଭୀଷିକାର କରୁଣ କାହାଣୀ ବଖାଣିଛନ୍ତି ରମେଶ ।  ଗତକାଲି ଘରକୁ ଫେଇବା ପରେ ଭଦ୍ରକ ରେଳ ଷ୍ଟେସନରେ ପହଞ୍ଚିବା ପରେ ସାନ ଭାଇକୁ ଦେଖି ଆତ୍ମ ବିଭୋର ହୋଇ କାନ୍ଦି ପକାଇଥିଲେ । ଘରେ ପହଞ୍ଚିବା ପରେ ପରିବାର ଓ ଗ୍ରାମବାସୀ ମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି.. ।

ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ୍ ବଡ଼ରମା ଅଞ୍ଚଳର ଓଡ଼ିସିଂ  ଗାଁରେ ରାସ୍ତା ସମସ୍ୟା।

ନନ୍ଦିଘୋଷ ବ୍ୟୁରୋ : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ୍ ବଡ଼ରମା ଅଞ୍ଚଳର ଓଡ଼ିସିଂ  ଗାଁରେ ରାସ୍ତା ସମସ୍ୟା। ଓଡ଼ିସିଂ ଗାଁ ସମେତ ୫ ଖଣ୍ଡ ଗାଁର ଲୋକେ ରାସ୍ତା ପାଇଁ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ରାସ୍ତାର ଅବସ୍ଥା ଏପରି ଯେ, ଆମ୍ବୁଲାନ୍ସ ଯିବା ତ ଦୂରରକଥା ବାଇକ୍ ଯିବା ମଧ୍ୟ ମୁସ୍କିଲ ହୋଇପଡୁଛି । ଫଳରେ ଗ୍ରାମବାସୀ ରାସ୍ତାରେ ଧାନଗଛ ଲଗାଇ ଅଭିନବ ଉପାୟରେ ପ୍ରତିବାଦ କରିଛନ୍ତି l

ବଡ଼ରମା ରୁ ୧୦ କିଲୋମିଟର ପର୍ଯ୍ୟନ୍ତ ଏହି ରାସ୍ତାରେ ଜଙ୍ଗଲ ଭିତରେ ଯିବା ମୁସ୍କିଲ ହୋଇପଡୁଛି। ପ୍ରଶାସନକୁ ବାରମ୍ବାର ଅଭିଯୋଗ ପରେ ମଧ୍ୟ ଏହାର ସମାଧାନ ହେଉନଥିବାରୁ ଏଭଳି ପ୍ରତିବାଦ କରିଛନ୍ତି। ଗ୍ରାମବାସୀ ଏନେଇ ଅଧିକ ସୂଚନା ଦେଇଛନ୍ତି ସମ୍ବଲପୁର ବ୍ୟୁରୋ ହେଡ ସମୀର ଷଡ଼ଙ୍ଗୀ…।

କାନ୍ଥ ଭୁଶୁଡ଼ି ଦୁଇଜଣ ମହିଳାଙ୍କ ମୃତ୍ୟୁ

ନନ୍ଦିଘୋଷ ବ୍ୟୁରୋ : କାନ୍ଥ ଭୁଶୁଡ଼ି ପଡ଼ିବାରୁ ଦୁଇଜଣ ମହିଳାଙ୍କ ମୃତ୍ୟୁ ଘଟିଛି । ବାଙ୍ଗିରିପୋଷି ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଗ୍ରାମପଞ୍ଚାୟତର ଭୁଲାଣପୁର ଗାଁର ଲଗାଣ ବର୍ଷା ଯୋଗୁଁ ଭୁଶୁଡ଼ି ପଡ଼ିିଛି କାନ୍ଥ । ମୃତ ମହିଳା ଜଣକ ହେଲେ ୫୦ ବର୍ଷୀୟ ଲକ୍ଷ୍ମୀ ସିଂ । ରାତିତମାମ ପ୍ରବଳ ବର୍ଷା ହେଉଥିବାରୁ ବର୍ଷା ପାଣିରେ ଘର କାନ୍ଥ ବତୁରି ଯାଇଥିଲା । ସକାଳୁ ଘରୁ ଜିନିଷ କାଢୁଥିବା ବେଳେ ହଠାତ୍ ଓଦା ମାଟି କାନ୍ଥଟି ତାଙ୍କ ଉପରେ ଭୁଶୁଡ଼ି ପଡ଼ିଥିଲା । ଫଳରେ ସେ କାନ୍ଥ ତଳେ ଚାପି ହୋଇ ରହିଯାଇଥିଲେ । ପରିବାର ଲୋକେ ତାଙ୍କୁ ଉଦ୍ଧାର କରିବା ସହ ୧୦୮ ଆମ୍ବୁଲାନ୍ସ ଯୋଗେ ବାଙ୍ଗିରିପୋଷି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେହପରି ତିରିଂ ବ୍ଲକ ଅନ୍ତର୍ଗତ ମାତକମଡିହି ଗ୍ରାମରେ କାନ୍ଥ ଭୁଶୁଡ଼ି ପଡ଼ିବା ଫଳରେ ଜଣେ ମହିଳାଙ୍କର ଶୋଚନୀୟ ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ମାତକମଡିହି ଗ୍ରାମରେ ଗ୍ରାମର ୪୫ ବର୍ଷୀୟା ଶିଙ୍ଗ ମୁର୍ମୁ ।…

ମୟୂରଭଞ୍ଜରେ ପ୍ରବଳ ବର୍ଷା ଓ ସମ୍ଭାବ୍ୟ ବନ୍ୟା ସ୍ଥିତି ପାଇଁ ବଡ଼ସାହି ଓ ବେତନଟୀ ବ୍ଲକର ସମସ୍ତ ବିଦ୍ୟାଳୟ ଛୁଟି ଘୋଷଣା

ନନ୍ଦିଘୋଷ ବ୍ୟୁରୋ : ମୟୂରଭଞ୍ଜରେ ପ୍ରବଳ ବର୍ଷା ଓ ସମ୍ଭାବ୍ୟ ବନ୍ୟା ସ୍ଥିତି ପାଇଁ ବଡ଼ସାହି ଓ ବେତନଟୀ ବ୍ଲକର ସମସ୍ତ ବିଦ୍ୟାଳୟ ଛୁଟି ଘୋଷଣା । ଆଶ୍ରୟସ୍ଥଳୀ ପାଇଁ ୩୮ ପ୍ରଧାନଶିକ୍ଷକଙ୍କୁ ପ୍ରଶାସନର ନିର୍ଦ୍ଦେଶ । ବଡ଼ସାହି ବ୍ଲକର ସମସ୍ତ ପ୍ରାଥମିକ, ଉଚ୍ଚ ପ୍ରାଥମିକ, ମାଧ୍ୟମିକ ତଥା ଉଚ୍ଚ ମାଧ୍ୟମିକ ସରକାରୀ, ଅନୁଦାନପ୍ରାପ୍ତ ଓ ଘରୋଇ ଶିକ୍ଷାନୁଷ୍ଠାନରେ ଶ୍ରେଣୀଗୃହ ଶିକ୍ଷାଦାନ ବନ୍ଦ ରହିଛି । ତେବେ ଛାତ୍ରଛାତ୍ରୀଙ୍କ ଛୁଟି ଥିଲେ ମଧ୍ୟ ବିଦ୍ୟାଳୟର ସମସ୍ତ ପ୍ରଧାନଶିକ୍ଷକ ଏବଂ ସହକାରୀ ଶିକ୍ଷକ-ଶିକ୍ଷୟିତ୍ରୀମାନେ ବିଦ୍ୟାଳୟରେ ଉପସ୍ଥିତ ରହିବେ ବୋଲି ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି । ସମ୍ଭାବ୍ୟ ଜରୁରୀକାଳୀନ ପରିସ୍ଥିତିରେ ବିଦ୍ୟାଳୟ କୋଠାଗୁଡ଼ିକୁ ଅସ୍ଥାୟୀ ବନ୍ୟା ଆଶ୍ରୟସ୍ଥଳୀ ଭାବେ ବ୍ୟବହାର କରାଯିବାକୁ ଥିବାରୁ ବଡ଼ସାହି ବ୍ଲକ ଅନ୍ତର୍ଗତ ୩୮ ଟି ବିଦ୍ୟାଳୟର ପ୍ରଧାନଶିକ୍ଷକମାନଙ୍କୁ ସମ୍ପୂର୍ଣ୍ଣ ସଜାଗ ଓ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ବ୍ଲକ ପ୍ରଶାସନ ପକ୍ଷରୁ ବିଭିନ୍ନ ପଞ୍ଚାୟତରେ ନୋଡାଲ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇ ରିଲିଫ୍, ଥଇଥାନ ଓ ପାନୀୟ ଜଳ ବ୍ୟବସ୍ଥା ତଦାରଖ ପାଇଁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି । ପ୍ରବଳ ବର୍ଷା ଯୋଗୁଁ ମାଣତ୍ରୀ-ବୈଶିଙ୍ଗା ନାଖରା ପୋଲକୁ ଛୁଇଁଛି ବନ୍ୟା ପାଣି ।

ପୋଡ଼ାଅସ୍ତିଆ ଠାରେ ବିପଦ ସଙ୍କେତ ଛୁଇଁଲା ବୁଢ଼ାବଳଙ୍ଗରେ ବନ୍ୟାଜଳ ।