ନନ୍ଦିଘୋଷ ବ୍ୟୁରୋ : ପୁରୀ ଜିଲ୍ଲା ଅସ୍ତରଙ୍ଗରେ କୂଳ ଲଙ୍ଘୁଛି ସମୁଦ୍ର। ଉଚ୍ଚ ଜୁଆର କୂଳ ଲଙ୍ଘି ଗାଁ ମୁହାଁ ହେଉଛି। ଅସ୍ତରଙ୍ଗ ନିକଟ କେଳୁଣୀ ମୁହାଁଣ ନିକଟରେ ମୁହାଁଣ ବୁଲିଯିବା ପରେ ସମୁଦ୍ରର ଗତିପଥ ବଦଳି ଯାଇଛି। ଫଳରେ ସିଧା ଅସ୍ତରଙ୍ଗ ବ୍ଲକ ଡାଳୁଅକଣି ନିକଟରେ ସମୁଦ୍ର କୂଳ ଲଙ୍ଘିବାରେ ଲାଗିଛି। ପ୍ରଚଣ୍ଡ ଜୁଆର ମାଡରେ କୂଳରେ ଥିବା ବିରାଟକାୟ ଝାଉଁ ଜଙ୍ଗଲ ଉପୁଡି ସମୁଦ୍ର ଗର୍ଭରେ ଲୀନ ହେଉଛି। ଶହ ଶହ ଝାଉଁ ଗଛ ସମୁଦ୍ର ପାଣିରେ ଭାସୁଛି। ଡାଳୁଅକଣି ଗାଁ ଠାରୁ ମାତ୍ର ୫୦ ମିଟର ଦୂରରେ ରହିଛି ସମୁଦ୍ର। ସମୁଦ୍ର ଯେଉଁ ଭଳି କୂଳ ଖାଉଛି ଆଗାମୀ କିଛି ଦିନ ମଧ୍ୟରେ ଡାଳୁଅକଣି ସହ ଅସ୍ତରଙ୍ଗ ବ୍ଲକର ୫ଟି ଗାଁ ସାତଭାୟା ଭଳି ସମୁଦ୍ର ଗର୍ଭରେ ଲୀନ ହୋଇଯିବ ବୋଲି ଆଶଙ୍କା କରାଯାଉଛି। ଏଣୁ ତୁରନ୍ତ ପଥର ବନ୍ଧ ନିର୍ମାଣ କରି ଗାଁ ଗୁଡିକୁ ସୁରକ୍ଷା ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।
ଲଘୁଚାପ ଏବେ ଝାଡ଼ଖଣ୍ଡ ମୁହାଁ
ନନ୍ଦିଘୋଷ ବ୍ୟୁରୋ : ଲଘୁଚାପ ଏବେ ଝାଡ଼ଖଣ୍ଡ ମୁହାଁ। ଏହାର ପ୍ରଭାବରେ ପଶ୍ଚିମ ଓ ଉପକୂଳରେ ବର୍ଷା । ଉତ୍ତର-ପଶ୍ଚିମ ବଙ୍ଗୋପସାଗର ରେ ସ୍ପଷ୍ଟ ଚିହ୍ନିତ ଲଘୁଚାପ ଏବେ ଝାଡ଼ଖଣ୍ଡ ମୁହାଁ l ଉତ୍ତର ଓଡ଼ିଶା-ଗାଙ୍ଗେୟ ପଶ୍ଚିମବଙ୍ଗ ଦେଇ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଝାଡ଼ଖଣ୍ଡ ଗତି କରିବାର ସମ୍ଭାବନା ରହିଛି | ଏହାର ପ୍ରଭାବ ରେ ଆସନ୍ତା ସେପ୍ଟେମ୍ବର 3 ଯାଏ ବର୍ଷା ଜାରି ରହିବ l 3ତାରିଖ ପରେ ବର୍ଷା କମିବ ଓ କିଛି ସ୍ଥାନରେ ଘଡ଼ଘଡ଼ି ସହ ବିଜୁଳି ଓ ହାଲକା ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।
ଆସନ୍ତା ୨୪ ଘଣ୍ଟାରେ ପ୍ରବଳ ବର୍ଷା ନେଇ ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି l ଏହି ଜିଲ୍ଲା ଗୁଡିକ ଭିତରେ ସୁନ୍ଦରଗଡ଼,ଝାରସୁଗୁଡ଼ା,ବରଗଡ଼ ଜିଲ୍ଲା ରେ ପ୍ରବଳ ବର୍ଷା ହେବ l ସେହିପରି ଉପକୂଳ ଓଡ଼ିଶା ରେ କିଛି କିଛି ସ୍ଥାନରେ ହାଲକା ବର୍ଷା ହେବା ନେଇ ସମ୍ଭାବନା ରହିଛି l ଏହି ଜିଲ୍ଲା ରେ ବିଜୁଳି ଘଡଘଡି ସହ 30 ରୁ 40 କିମି ପର୍ଯ୍ୟନ୍ତ ଝଟକା ପବନ ବହିବାର ସମ୍ଭାବନା ରହିଛି l…
ଗଞ୍ଜାମ ପୁରୁଣା ପୋଡ଼ମପେଟା ସମୁଦ୍ର ବେଳାଭୂମିରୁ ଏକ ମନ୍ଦିରର ଚୁଳ ଦେଖି ଆଶ୍ଚର୍ଯ୍ୟ ଗ୍ରାମବାସୀ
ନନ୍ଦିଘୋଷ ବ୍ୟୁରୋ : ସମୁଦ୍ର ଗର୍ଭରେ ଲୀନ ହୋଇଯାଇଥିଲା କି ମନ୍ଦିର । ବେଳାଭୂମିରେ ଦେଖାଯାଉଛି ଏକ ମନ୍ଦିରର ଚୂଳ l ଯାହାକୁ ଦେଖି ଉଠିଛି ନାନା ପ୍ରଶ୍ନ। ଗଞ୍ଜାମ ପୁରୁଣା ପୋଡ଼ମପେଟା ସମୁଦ୍ର ବେଳାଭୂମିରୁ ଏକ ମନ୍ଦିରର ଚୁଳ ଦେଖି ଆଶ୍ଚର୍ଯ୍ୟ ଗ୍ରାମବାସୀ l ସମୁଦ୍ର ବେଳାଭୂମିରେ ମାଟି ତଳେ ପୋତି ହୋଇ ରହିଛି ଏହି ରହସ୍ୟମୟ ଚୂଳ l ସମୁଦ୍ର କୂଳରେ ଏହା ଦୃଶ୍ୟମାନ ହେଉଥିବା ବେଳେ ମାଟି ତଳେ ମନ୍ଦିର ରହିଛି ନା କେବଳ ମନ୍ଦିରର ଚୁଳ ରହିଛି ତାହା ଏବେ ରହସ୍ୟ ଘେରରେ l
ଦିନେ ଏଠାରେ ଜନ ବସତି ରହିଥିବା ବେଳେ ସମୁଦ୍ର ଦିନକୁ ଦିନ କୂଳ ଲଙ୍ଘି ଘର ଗୁଡିକ ସମୁଦ୍ର ଗର୍ଭରେ ଲୀନ ହୋଇ ସାରିଛି l ଅଧିକ ମାତ୍ରାରେ ମାଟି ଖୋଳିବା ପରେ ହିଁ ଏହା ଏକ ମନ୍ଦିର ନା କେବଳ ମନ୍ଦିରର ଚୁଳ ତାହା ସ୍ପଷ୍ଟ ହେବ। ଅନ୍ୟପଟେ ଗ୍ରାମର ସେହି ସ୍ଥାନରେ ଏକ ଗଙ୍ଗା ଦେବି ମନ୍ଦିର ରହିଥିଲା l ମନ୍ଦିର ପ୍ରତିଷ୍ଠା ହେବା ପୂର୍ବରୁ ଏହି ମନ୍ଦିର ଟି ସମୁଦ୍ର ଗର୍ଭରେ ଲୀନ ହୋଇଯାଇଥିଲା l ସେହି ମନ୍ଦିର ଟି ହୋଇଥାଏ ପରେ ବୋଲି ଗ୍ରାମବାସୀ ମାନେ ଅନୁମାନ କରୁଛନ୍ତି… l
ବିରୋଧୀଙ୍କୁ ଟାର୍ଗେଟ
ନନ୍ଦିଘୋଷ ବ୍ୟୁରୋ : ଏମଏମଡିଆର ଆଇନ ଓଡ଼ିଶାର ଅଧିକାରକୁ ଛଡାଇ ନେଇଛି। ବିଲ ପାସ୍ ବେଳେ ବିଜେପି ସାଂସଦମାନେ ଯେମିତି ଚୁପ ରହିଲେ ତାହା ରାଜ୍ୟବାସୀଙ୍କ ପାଇଁ ଧୋକା। ସାଂସଦମାନେ ଆତ୍ମ ଚିନ୍ତନ କରନ୍ତୁ ବୋଲି କହିଛନ୍ତି ବିଜେଡି ନେତା ଅଶୋକ ପଣ୍ଡା। ସେ କହିଛନ୍ତି- ସାଂସଦମାନେ mmdr ଆଇନକୁ ପଢନ୍ତୁ। ଜାଣିପାରିବେ କଣ କ୍ଷତି ହେଉଛି। ପୂର୍ବରୁ ଓଡ଼ିଶା ଖଣିରୁ କଣ ପାଉଥିଲା ଏବେ କଣ ପାଇବ। ଯେଉଁମାନେ କହୁଛନ୍ତି ବିରୋଧୀ mmdrକୁ ନେଇ ଭ୍ରମିତ କରୁଛନ୍ତି ସେମାନେ ଏହାକୁ ପଢନ୍ତୁ ବୋଲି ସେ କହିଛନ୍ତି।…
କୋହଳ ହେଲା PUCC ଜରିମାନା
ନନ୍ଦିଘୋଷ ବ୍ୟୁରୋ : କୋହଳ ହେଲା PUCC ଜରିମାନା। ମୋଟର ଯାନ ପ୍ରଦୂଷଣ ନିୟନ୍ତ୍ରଣ ସାର୍ଟିଫିକେଟ ନେଇ ବଡ଼ ଘୋଷଣା। ୬ ହଜାରକୁ ଫାଇନ କମାଇଲେ ରାଜ୍ୟ ସରକାର। ପୂର୍ବରୁ ଜରିମାନା ପରିମାଣ ଥିଲା ୧୦ ହଜାର ଟଙ୍କା। ୧୦ ହଜାର ଟଙ୍କା ଫାଇନ ଯୋଗୁ ସୃଷ୍ଟି ହେଉଥିଲା ଅସନ୍ତୋଷ। ଏନେଇ ପରିବହନ ମନ୍ତ୍ରୀ ଦେଇଛନ୍ତି ସୂଚନା। ସେହିପରି ଦୁଇରୁ ତିନି ଚକିଆ ଗାଡ଼ି ପ୍ରଥମ ଥର ପାଇଁ ନିୟମ ଭାଙ୍ଗିଲେ ୧ ହଜାର ଜରିମାନା ଧାର୍ଯ୍ୟ ହୋଇଥିବା ବେଳେ ଦିତ୍ଵୀୟ ବାର ନିୟମ ଭାଙ୍ଗିଲେ ୨ ହଜାର ଦେବାକୁ ପଡିବ ।
ସେହିଭଳି ଚାରି ଚାକିଆରୁ ଟ୍ରାକ୍ଟର ଭଳି ଗାଡ଼ି ପାଇଁ ପ୍ରଥମ ଥର ପାଇଁ ୨ ହଜାର ଟଙ୍କା ରହିଥିବା ବେଳେ ଦ୍ୱିତୀୟ ବାର ପାଇଁ ୫ ହଜାର ଦେବାକୁ ପଡିବ । ସେପଟେ ଟ୍ରାନ୍ସପୋର୍ଟ ଗାଡ଼ି ଗୁଡ଼ିକ ନିମନ୍ତେ ୩ହଜାରୁ ୬ ହଜାର ଜରିମାନା ଦେବାକୁ ପଡ଼ିବ ବୋଲି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଛନ୍ତି ।
ସନ୍ତାନ ଆଶାରେ ଗୁଣିଆ ଠାରୁ ଔଷଧ ଖାଇ ଦମ୍ପତିଙ୍କର ମୃତ୍ୟୁ ଘଟଣାର ପର୍ଦ୍ଦାଫାସ।
ନନ୍ଦିଘୋଷ ବ୍ୟୁରୋ :ସନ୍ତାନ ଆଶାରେ ଗୁଣିଆ ଠାରୁ ଔଷଧ ଖାଇ ଦମ୍ପତିଙ୍କର ମୃତ୍ୟୁ ଘଟଣାର ପର୍ଦ୍ଦାଫାସ। ଘଟଣାର ପର୍ଦ୍ଦାଫାସ କରିଛି କନ୍ଧମାଳ ପୋଲିସ। କନ୍ଧମାଳ ଗୋଚ୍ଛାପଡ଼ା ଥାନା ନେଡିପଦର ଗାଁ ଘଟଣା। ତଦନ୍ତରୁ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ଜଣାପଡ଼ିଛି। ମୁଖ୍ୟ ଅଭିଯୁକ୍ତ ଗୁଣିଆ ଅନୀଲ ପ୍ରଧାନ ଓରଫ୍ ମିଥୁନ ଦିଗାଲ ଓ ସହଯୋଗୀ ବ୍ରୁଡିପଡ଼ା ଗାଁର ସିତାୟା କହଁରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଗୋଛାପଡା ପୋଲିସ l
ଏନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି ଏସ୍ପି। ସୂଚନା ଅନୁଯାୟୀ, ନେଡ଼ିପଦର ଗାଁର କାହ୍ନୁଚରଣ କହଁର ଓ ତାଙ୍କ ପତ୍ନୀ ଲଳିତା କହଁରଙ୍କ ବିବାହର ୨୦ ବର୍ଷ ପରେ ମଧ୍ୟ ସନ୍ତାନ ହୋଇ ନ ଥିଲା l ନିଜକୁ ଗୁଣିଆ ପରିଚୟ ଦେଇ ଅନୀଲ ସନ୍ତାନ ପ୍ରାପ୍ତି ପାଇଁ ଔଷଧ ଦେବ ବୋଲି କହିଥିଲା। ଏଥିପାଇଁ ଦମ୍ପତିଙ୍କଠାରୁ ପ୍ରଥମେ ୩୦ ହଜାର ଟଙ୍କା ଓ ପରେ ପ୍ରାୟ ୧ ଲକ୍ଷ ଟଙ୍କାର ସୁନାଗହଣା ନେଇଥିଲା।
ତେବେ ଔଷଧ ଖାଇବା ପରେ ମଧ୍ୟ କୌଣସି ଫଳ ନମିଳିବାରୁ କାହ୍ନୁ ଟଙ୍କା ଓ ସୁନାଗହଣା ଫେରସ୍ତ ମାଗିଥିଲେ। ସେପଟେ ଅନୀଲଙ୍କ ସହ ଲଳିତାଙ୍କ ସମ୍ପର୍କ ଗଢ଼ିଉଠିଥିଲା। ସେ ବିବାହ ପାଇଁ ଜିଦ ଧରିଥିଲେ। ଅନୀଲ ପୂର୍ବରୁ ବିବାହିତ ଥିବାରୁ ୨ ଜଣଙ୍କୁ ରାସ୍ତାରୁ ହଟାଇବାକୁ ଔଷଧ କହି କୀଟନାଶକ ଖାଇବାକୁ ଦେଇଥିଲା। ଯେଉଁଥିରେ ଉଭୟଙ୍କ ମୃତ୍ୟୁ ହୋଇଥିଲା। ମୁଖ୍ୟ ଅଭିଯୁକ୍ତ ଅନୀଲକୁ ବ୍ରହ୍ମପୁରରୁ ଗିରଫ କରାଯାଇଥିବାବେଳେ ତା ନାଁରେ ତାମିଲନାଡୁର ବିଭିନ୍ନ ଥାନାରେ ଗଞ୍ଜେଇ ଚାଲାଣ ସମ୍ପର୍କିତ ମାମଲା ରହିଛି। ସେଠାରେ ମାମଲା ରୁଜୁ ପରେ ସେ ପରିଚୟ ବଦଳାଇ ଅନିଲ ପ୍ରଧାନ ନାମରେ ଫୁଲବାଣୀରେ ରହୁଥିଲା…।
ଶ୍ରୀଜଗନ୍ନାଥ ମନ୍ଦିରର ଜମାରାଶି
nanନନ୍ଦିଘୋଷ ବ୍ୟୁରୋ : ଶ୍ରୀଜଗନ୍ନାଥ ମନ୍ଦିରରେ ୩ ଟି ଯୋଜନାରେ ୧୮୧୧ କୋଟି ୯ ଲକ୍ଷ ୫୮ ହଜାର ୨୮୩ ଟଙ୍କା ସ୍ଥାୟୀ ଜମାରେ ରଖାଯାଇଛି। ଏଥି ମଧ୍ୟରୁ ବିଭିନ୍ନ ରାଷ୍ଟ୍ରୟତ୍ତ ବ୍ୟାଙ୍କମାନଙ୍କରେ ୧୩୧୧ କୋଟି ୯ ଲକ୍ଷ ୫୮ ହଜାର ୨୮୩ ଟଙ୍କା ଏବଂ ଶ୍ରୀଜଗନ୍ନାଥ ମନ୍ଦିରର ପି.ଏଲ୍ ଆକାଉଣ୍ଟରେ ଓଡ଼ିଶା ସରକାରଙ୍କ ପ୍ରଦତ୍ତ ୫୦୦ କୋଟି ଟଙ୍କାର କର୍ପସ ପାଣ୍ଠି ରଖାଯାଇଛି। ଗତ ଅଗଷ୍ଟ ୩୧ ସୁଦ୍ଧା ଏହି ଜମା ରାଶି ରହିଛି ବୋଲି ସୂଚନା ଦେଇଛି ଶ୍ରୀଜଗନ୍ନାଥ ମନ୍ଦିର କାର୍ଯ୍ୟାଳୟ।
ଶ୍ରୀଜଗନ୍ନାଥ ମନ୍ଦିରର ଆୟ ମୁଖ୍ୟତଃ ଭକ୍ତଙ୍କ ଦାନ, ଶ୍ରୀମନ୍ଦିର ଖଣିଖାଦାନ, ସ୍ଥାୟୀ ଜମାରେ ରଖାଯାଇଥିବା ଅର୍ଥର ସୁଧ, ଜମି ବିକ୍ରି ଓ ଜମି ଅଧିଗ୍ରହଣ ଏବଂ ସରକାରୀ ଅନୁଦାନରୁ ହୋଇଥାଏ। ଏହି ଆୟର କିଛି ନିର୍ଦ୍ଦିଷ୍ଟ ଅଂଶ କର୍ପସ ପାଣ୍ଠି ହିସାବରେ ଏବଂ ଅନ୍ୟ ଏକ ଅଂଶ ଫାଉଣ୍ଡେସନ ପାଣ୍ଠି ହିସାବରେ ସ୍ଥାୟୀ ଜମାରେ ରଖାଯାଇଥାଏ। ଅବଶିଷ୍ଟ ଆୟ ମନ୍ଦିର ପାଣ୍ଠି ହିସାବରେ ରଖାଯାଇଥାଏ। ଶ୍ରୀମନ୍ଦିରର ଦୈନନ୍ଦିନ ଖର୍ଚ୍ଚ ଉକ୍ତ ମନ୍ଦିର ପାଣ୍ଠିରୁ ହୋଇଥାଏ ଏବଂ ବଳକା ମନ୍ଦିର ପାଣ୍ଠି ଅର୍ଥକୁ ସ୍ଥାୟୀ ଜମା ହିସାବରେ ରଖାଯାଏ।
ଏହି ସମସ୍ତ ସମ୍ପତ୍ତିର ସ୍ୱଚ୍ଛ, ସଠିକ୍ ପରିଚାଳନା କରିବା ହେଉଛି ଶ୍ରୀମନ୍ଦିର ପ୍ରଶାସନର ପ୍ରମୁଖ ଦାୟିତ୍ୱ। ଏତଦ୍ ବ୍ୟତୀତ ଶ୍ରୀଜଗନ୍ନାଥ ମନ୍ଦିରର ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟମାନଙ୍କରେ ୧୦୦ କୋଟି ୭୦ ଲକ୍ଷ ୬୬ ହଜାର ୮୬୮ ଟଙ୍କା ରହିଛି। ଶ୍ରୀମନ୍ଦିରର ପରିଚାଳନାରେ ସ୍ୱଚ୍ଛତା ଏବଂ ଉତ୍ତରଦାୟିତ୍ୱ ବଜାୟ ରଖିବା ଶ୍ରୀମନ୍ଦିର ପ୍ରଶାସନର ମୁଖ୍ୟ ଲକ୍ଷ୍ୟ।
ଇରାନ ଉପରେ ଆମେରିକାର ଜୋରଦାର ହମଲା
ନନ୍ଦିଘୋଷ ବ୍ୟୁରୋ :ପୁଣି ପଶ୍ଚିମ ଏସିଆରେ ତୀବ୍ର ଉତ୍ତେଜନା । ଇରାନ ଉପରେ ଆମେରିକାର ଜୋରଦାର ହମଲା। ଆକ୍ରମଣରେ ୧୧ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୫୦ ଜଣ ଆହତ ହୋଇଛନ୍ତି। ସେପଟେ ଜୋର୍ଡାନ, ବାହାରିନସ୍ଥିତ ଆମେରିକୀୟ ଏୟାରବେସ ଉପରେ ଇରାନର ଜୋରଦାର ଏୟାରଷ୍ଟ୍ରାଇକ। ଆମେରିକା ହମଲା ଜବାବରେ ଆକ୍ରମଣ କରିଛି ଇରାନ। ବିଭିନ୍ନ ସାମରିକ ବେସ୍ ଉପରେ ଇରାନ କରିଛି ଡ୍ରୋନ ହମଲା। ଗତକାଲି ଇରାନ ଉପରେ ଆମେରିକା ଏୟାର ଷ୍ଟ୍ରାଇକ କରିବା ପରେ କ୍ଷୁବ୍ଧ ହୋଇଥିଲା ଇରାନ।
IRGC କହିଛି ଆମେରିକାର ସାମରିକ ଘାଟି ଉପରେ ଇରାନ ବହୁ ବାଲିଷ୍ଟିକ ମିସାଇଲରେ ହମଲା କରିଛି। ସେପଟେ ଜୋର୍ଡାନ କହିଛି ଏହାର ଏୟାର ଡିଫେନ୍ସ ସିଷ୍ଟମ ପ୍ରାୟ ୧୩ଟି ମିସାଇଲକୁ ନିଷ୍କ୍ରିୟ କରିଛି। ୩ଟି ମିସାଇଲ ତଳେ ଖସିପଡିଛି। କୁଏତ ବି କହିଛି ଏହାର ଏୟାର ଡିଫେନ୍ସ ସିଷ୍ଟମ କିଛି ଡ୍ରୋନଙ୍କୁ ନିଷ୍କ୍ରିୟ କରିଛି। ହର୍ମୁଜ ନିକଟରେ ଆଇଆରଜିସିର କିଛି ସ୍ଥଳ ଉପରେ ଆମେରିକାର ହମଲାର ଜବାବରେ ଏହି ଆକ୍ରମଣ କରିଛି ଇରାନ।
ତେଣେ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଇରାନକୁ ସତର୍କ କରି କହିଛନ୍ତି- ଯଦି ଆମେରିକା ବିରୋଧରେ ଇରାନ ଅଧିକ ପଦକ୍ଷେପ ନିଏ ତେବେ ଆଗକୁ ଅଧିକ ଭୟଙ୍କର ଆକ୍ରମଣ ହେବ। ଆଇଆରଜିସି ଅଭିଯୋଗ କରିଛି- ବିଭିନ୍ନ ଜନବସତି ଉପରେ ଆମେରିକା ଆଖିବୁଜା ହମଲା କରିଛି। ଆମେରିକା ଓ ଇରାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ଯୋଗୁ ପୁଣି ପଶ୍ଚିମ ଏସିଆରେ ସଙ୍କଟ ଘନୀଭୂତ ହୋଇଛି। ସେପଟେ ଯୁଦ୍ଧକୁ ନେଇ ଆଜି କ୍ରାସ କରିଛି ସେୟାର ମାର୍କେଟ। ୭୫୦ ପଏଣ୍ଟ ହ୍ରାସ ପାଇଛି ସେନସେକ୍ସ। ଅଶୋଧିତ ତୈଳ ଦର ୫ ପ୍ରତିଶତ ବୃଦ୍ଧି ପାଇଛି।…
୭ ବର୍ଷର କୁନି ପୁଅ ନଦୀରେ ନିଖୋଜ ନା ଥାର ଗାଡ଼ିରେ ଅପହୃତ !
ନନ୍ଦିଘୋଷ ବ୍ୟୁରୋ :୭ ବର୍ଷର କୁନି ପୁଅ ନଦୀରେ ନିଖୋଜ ନା ଥାର ଗାଡ଼ିରେ ଅପହୃତ? ଏହାକୁ ନେଇ ଚାଞ୍ଚଲ୍ୟ। ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ତାଳଦା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଏଡ଼ବାଂଶ ଗ୍ରାମରେ ଏବେ ଶୋକାକୁଳ ପରିବେଶ। ନଦୀ ନିକଟରେ ଘର ଥିବା ପ୍ରଶାନ୍ତ ବେହେରାଙ୍କ ୭ ବର୍ଷର ଏକମାତ୍ର ପୁଅ ଶୁଭ୍ରଜିତ ବେହେରା ମଙ୍ଗଳବାର ଅପରାହ୍ନରୁ ନିଖୋଜ ହୋଇଯାଇଛି। ପ୍ରତ୍ୟେକ ଦିନ ଭଳି ଶୁଭ୍ରଜିତ ମଙ୍ଗଳବାର ଅପରାହ୍ନରେ ନଈ କୂଳରେ ଖେଳୁଥିଲା। କିଛି ସମୟ ପରେ ଶୁଭ୍ରଜିତି କୁ ପରିବାର ଲୋକ ପାଇନଥିଲେ।
ସନ୍ଧ୍ୟା ହେଲା ପରେ ସମସ୍ତ ପିଲା ଘରକୁ ଫେରିଲେ ହେଲେ ସେ ଫେରିନଥିଲା। ବାପା-ମା’ ନଦୀ କୂଳ, ବନ୍ଧୁ ଘର, ଗାଁ ସାରା ଖୋଜିଲେ। ହେଲେ କେଉଁଠି ବି ପୁଅର ପତ୍ତା ମିଳିଲା ନାହିଁ। କାନ୍ଦ ବୋବାଳିରେ ଗାଁ ଦାଣ୍ଡ ଫାଟିପଡୁଛି। ଖବର ପାଇ ଅସ୍ତରଙ୍ଗ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଦେବୀ ନଦୀରେ ଖୋଜାଖୋଜି ଜାରି ରଖିଛି। ନଦୀର ପ୍ରଖର ସ୍ରୋତରେ ପୁଅ ଭାସି ଯାଇଥିବା ଆଶଙ୍କା କରାଯାଉଛି, ମାତ୍ର ଏଯାଏଁ ପୁଅ କୁଆଡେ ଯାଇଛି ସ୍ପଷ୍ଟ ହୋଇନାହିଁ।
ଏହି ଘଟଣାକୁ ନେଇ ଏବେ ଗାଁରେ ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ମଙ୍ଗଳବାର ଅପରାହ୍ନରେ ପୁଅ ନିଖୋଜ ହେଲା, ଠିକ୍ ସେହି ସମୟରେ ଗାଁକୁ ଏକ ଅଚିହ୍ନା ଥାର ଗାଡି ଆସିଥିଲା ବୋଲି ଗ୍ରାମବାସୀ କହୁଛନ୍ତି। ଗାଡିଟି କିଛି ସମୟ ଗାଁ ଦାଣ୍ଡରେ ବୁଲି ଚାଲି ଯାଇଥିଲା। ତେବେ ଏହା କେବଳ ଦୁର୍ଘଟଣା ନା ଏହା ପଛରେ ଅଛି ଅପହରଣର କଳା ହାତ? ପୋଲିସ ରେ ଅଭିଯୋଗ ପରେ ପୋଲିସ ଉଭୟ କୋଣରୁ ତଦନ୍ତ ଆରମ୍ଭ କରିଛି ।
ଅସ୍ତରଙ୍ଗ ଓ ବାଙ୍ଗୁରିଗାଁ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ନାହାନ୍ତି ଆବଶ୍ୟକୀୟ ଡାକ୍ତର
ନନ୍ଦିଘୋଷ ବ୍ୟୁରୋ : ପୁରୀ ଜିଲ୍ଲାରେ ଆଣ୍ଠେଇ ପଡ଼ିଲାଣି ସ୍ଵାସ୍ଥ୍ୟ ସେବା । ଅସ୍ତରଙ୍ଗ ଓ ବାଙ୍ଗୁରିଗାଁ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ନାହାନ୍ତି ଆବଶ୍ୟକୀୟ ଡାକ୍ତର । ଖାଲି ପଡ଼ିଛି ବିଶେଷଜ୍ଞ ପଦ । ନିରାମୟରେ ମିଳୁନି ପର୍ଯ୍ୟାପ୍ତ ଔଷଧ । ପାଲଟିଛି ରେଫରାଲ ସେଣ୍ଟର ।… ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ କାକଟପୁର ବ୍ଲକର ବାଙ୍ଗୁରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ଦୈନିକ ହଜାର ହଜାର ଲୋକ ନିର୍ଭର କରନ୍ତି । ହେଲେ ଏଠାରେ ରୋଗୀଙ୍କ ପାଇଁ ନାହିଁ ଆବଶ୍ୟକୀୟ ବେଡ । ଘଣ୍ଟାଘଣ୍ଟା ଧରି ଅପେକ୍ଷା କରି ଫେରୁଛନ୍ତି ଲୋକେ । ଅନେକ ସମୟରେ ଡାକ୍ତର ରୋଗ ଜାଣି ନପାରି ସିଧା ଭୁବନେଶ୍ଵର, କଟକ ଓ ପୁରୀକୁ ରେଫର କରିଦେଉଥିବା ଅଭିଯୋଗ ହୋଇଛି । …
ଅସ୍ତରଙ୍ଗ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ୨୪ ଜଣ ଡାକ୍ତରଙ୍କ ବଦଳରେ ଅଛନ୍ତି ମାତ୍ର ୫ ଜଣ ଡାକ୍ତର । ବାଙ୍ଗୁରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅଛନ୍ତି ୯ ଜଣ ଡାକ୍ତର । ଦୁଇଟି ଯାକ ମେଡିକାଲରେ ସ୍ତ୍ରୀ ଓ ଶିଶୁ ରୋଗ ବିଶେଷଜ୍ଞ, ହାଡ ଓ ମେଡିସିନ ବିଶେଷଜ୍ଞ କେହି ବି ନାହାନ୍ତି । ଯେତିକି ବି ଅଛନ୍ତି ସେମାନେ ଧାର୍ଯ୍ୟ ସମୟରେ ଆସୁନାହାନ୍ତି । ଅନେକ ସମୟରେ OPDରେ ଜଣେ ଲେଖାଏଁ ଡାକ୍ତର ରହୁଛନ୍ତି । ଖାଲି ସେତିକି ନୁହେଁ ମେଡିକାଲ ପରିସରରେ ବହୁ ପରିମାଣର ଦଲାଲ ବୁଲୁଛନ୍ତି । ଯେଉଁମାନେ ରୋଗୀଙ୍କୁ ବାହାର କ୍ଲିନିକ ଓ ଘରୋଇ ହସ୍ପିଟାଲକୁ ଯିବାକୁ ପ୍ରବର୍ତ୍ତାଉଥିବା ଅଭିଯୋଗ ହୋଇଛି ।…

