spot_img
Home Blog Page 465

ଗାଜିଆବାଦରେ ପ୍ରଥମ ମହିଳା ପୋଲିସଙ୍କ ଏନକାଉଣ୍ଟର, ଜଣେ କୁଖ୍ୟାତ ଅପରାଧୀକୁ କଲେ କାବୁ

ନନ୍ଦିଘୋଷ ବ୍ୟୁରୋ : ଗାଜିଆବାଦରେ ମହିଳା ପୋଲିସଙ୍କ ବାଦାଦୁରୀ । ମହିଳା ପୋଲିସ ଅଧିକାରୀମାନେ ଏକ ଏନକାଉଣ୍ଟର ସମୟରେ ଜଣେ ହିଷ୍ଟ୍ରି-ସିଟରଙ୍କୁ କାବୁ କରିଛନ୍ତି କରିଛନ୍ତି। ଗତକାଲି ରାତିରେ, ଗାଜିଆବାଦ କମିଶନରେଟର ମହିଳା ପୋଲିସ ଏପରି ସଫଳତା ହାସଲ କରିଛନ୍ତି ।

ସୂଚନା ଅନୁଯାୟୀ, ସୋମବାର ବିଳମ୍ବିତ ରାତିରେ, ଜିଲ୍ଲାରେ ଏକ ଏନକାଉଣ୍ଟର ହୋଇଥିଲା, ଯେଉଁଥିରେ ଜଣେ ବି ପୁରୁଷ ପୋଲିସ ଅଧିକାରୀ ସାମିଲ ନଥିଲେ। ଜିଲ୍ଲାର ମହିଳା ପୋଲିସ ଅଧିକାରୀମାନେ ଏହି ଏନକାଉଣ୍ଟର କରି  ଏକ ରେକର୍ଡ ସୃଷ୍ଟି କରିଛନ୍ତି । ଏସିପି ଉପାସନା ପାଣ୍ଡେ ଏବଂ ମହିଳା ଷ୍ଟେସନ ଇନଚାର୍ଜ ଋତୁ ତ୍ୟାଗୀଙ୍କ ଟିମ୍  ଦ୍ୱାରା ଏହି ଏନକାଉଣ୍ଟର କରାଯାଇଥିଲା।

ମହିଳା ପୋଲିସ ଅଧିକାରୀମାନେ ଏହି ଏନକାଉଣ୍ଟର ପରେ ବିଜୟନଗର ପୋଲିସ ଷ୍ଟେସନର କୁଖ୍ୟାତ ଅପରାଧୀ ଜିତେନ୍ଦ୍ରଙ୍କୁ ଗିରଫ କରିଥିଲେ। ନନ୍ଦଗ୍ରାମର ସହାୟକ ପୋଲିସ କମିଶନର (ଏସିପି) ଉପାସନା ପାଣ୍ଡେ କହିଛନ୍ତି ଯେ, ସୋମବାର ବିଳମ୍ବିତ ରାତିରେ, ମହିଳା ପୋଲିସ ଅଧିକାରୀଙ୍କ ଏକ ଦଳ ଲୋହିଆ ନଗରରେ ରାତ୍ରି ପାଟ୍ରୋଲିଂ କରୁଥିଲେ। ସେହି ସମୟରେ, ଦଳ ଏକ ସନ୍ଦିଗ୍ଧ ସ୍କୁଟର ଆସୁଥିବାର ଦେଖିଥିଲୁ। ମହିଳା ପୋଲିସ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଅଟକାଇବାକୁ ଇଙ୍ଗିତ କରିବା ମାତ୍ରେ ସନ୍ଦିଗ୍ଧ ବ୍ୟକ୍ତି ସ୍କୁଟର ବୁଲାଇ ପଳାଇବାକୁ ଲାଗିଲା। ଖସିକି ଯିବା ସମୟରେ ହଡ଼ବଡ଼ରେ ଯୁବକର ସ୍କୁଟରଟି ଖସିଗଲା, ଯାହା ଫଳରେ ସେ ରାସ୍ତାରେ ପଡ଼ିଗଲେ। ସେହି ସମୟରେ ସେ ପୋଲିସ ଉପରକୁ ଉପରେ ଗୁଳି ଚଳାଇଥିଲା। ତେବେ ଆମେ ମଧ୍ୟ ପାଲଟା ଗୁଳି ଚଳାଇଥିଲୁ, ତା ଗୋଡ଼ରେ ଆଘାତ ଲାଗିବା ପରେ ତଳେ ପଡିଯାଇଥିଲା,  ଏହା ପରେ ତାକୁ ଗିରଫ କରାଗଲା

ପ୍ରଶ୍ନକାଳ ଆରମ୍ଭରୁ ବିଧାନସଭାରେ ହୋହଲ୍ଲା , ବାଚସ୍ପତିଙ୍କ ପୋଡିୟମ ଆଗରେ ନାରାବାଜି

ନନ୍ଦିଘୋଷ ବ୍ୟୁରୋ : ପ୍ରଶ୍ନକାଳ ଆରମ୍ଭରୁ ବିଧାନସଭାରେ ହୋହଲ୍ଲା। ପଞ୍ଚାୟତ ପ୍ରତିନିଧିଙ୍କ କ୍ଷମତା ସଙ୍କୁଚିତ ଅଭିଯୋଗରେ ବିଜେଡି କରିଥିଲା ପ୍ରତିବାଦ। ଗୃହର ମଧ୍ୟଭାଗରେ ନାରାବାଜି କରିଥିଲେ ବିଜେଡି ସଦସ୍ୟ। ସେହିପରି ନିଜ ଆସନରେ ଛିଡ଼ା ହୋଇ କଂଗ୍ରେସ ସଦସ୍ୟ ହଟ୍ଟଗୋଳ କରିଥିଲେ। ଗୃହରେ ଅଚଳାବସ୍ଥା ଜାରି ରହିବାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଗୃହକୁ ମୁଲତବି କରିଛନ୍ତି ବାଚସ୍ପତି ସୁରମା ପାଢ଼ୀ। ପଞ୍ଚାୟତ ପ୍ରତିନିଧିଙ୍କ କ୍ଷମତା କମାଇ ଅଫିସରଙ୍କୁ ଅଧିକ କ୍ଷମତାଶାଳୀ କରିବା ନିଷ୍ପତ୍ତିକୁ ବିରୋଧ କରି ବିଜେପି ସରକାର ନିଷ୍ପତ୍ତିର ପୁନର୍ବିଚାର କରିବା ଜିଦରେ ଅଟଳ ରହିଛି ବିଜେଡି । ଜାତିର ପିତା ମହାତ୍ମା ଗାନ୍ଧି କହିଥିଲେ ଭାରତର ଆତ୍ମା ଗାଁରେ ଅଛି। ତେଣୁ ଗ୍ରାମବାସୀଙ୍କ ପାଖରେ କ୍ଷମତା ରହିବା କଥା। ଏଥିପାଇଁ ପଂଚାୟତ ପ୍ରତିନିଧିଙ୍କ ଜରିଆରେ କ୍ଷମତା ବିକେନ୍ଦ୍ରୀକରଣ କରାଯାଇଥିଲା। ହେଲେ ବିଜେପି ସରକାର ଏହାକୁ ସଂକୁଚିତ କରୁଛି ବୋଲି କହିଛି ବିଜେଡି। ପ୍ରବାବ ପୁରୁଷ ତଥା ଜନନାୟକ ବିଜୁ ପଟ୍ଟନାୟକ ଓ ବିଜେଡି ସଭାପତି ନବୀନ ପଟ୍ଟନାୟକ ପଂଚାୟତ ବ୍ୟବସ୍ଥାକୁ ସଶକ୍ତ କରିଥିଲେ। ହେଲେ ବିଜେପି ନିଜ ହିସାବରେ ନିଜ ଦଳର ନେତାଙ୍କୁ ଥଇଥାନ କରିବାକୁ ଚାହୁଁଛି। ଏହି ପ୍ରସଙ୍ଗ ଆଲୋଚନା ନକରି ଗୃହ ମୁଲତବି କରାଗଲା। ଆଜି ଗାନ୍ଧୀ ମାର୍ଗରେ ବିଜେଡି ଆନ୍ଦୋଳନ କରୁଛି। ନିଷ୍ପତ୍ତି ପ୍ରତ୍ୟାହାର ନହେବା ଯାଏଁ ବିଜେଡିର ଆନ୍ଦୋଳନ ପଲ୍ଲୀରୁ ଦିଲ୍ଲୀ ଯାଏଁ ହେବ ବୋଲି କହିଛି ବିଜେଡି।.

ଚୌଦ୍ବାର ଥାନା ହାଜତରେ ଅଭିଯୁକ୍ତର ମୃତ୍ୟୁ ଘଟଣା ; ୩ ନିଲମ୍ବିତ ; NHRCରେ ଦାୟର ହେଲା ମାମଲା

ନନ୍ଦିଘୋଷ ବ୍ୟୁରୋ : ଚୌଦ୍ବାର ଥାନା ହାଜତରେ ଅଭିଯୁକ୍ତର ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ। ଘଟଣାରେ ଥାନା ଅଧିକାରୀ ଦାୟିତ୍ବରେ ଥିବା ଏସିପି, ଏସ.ଆଇ ଓ ଜଣେ କନେଷ୍ଟବଳଙ୍କୁ ନିଲମ୍ବନ କରାଯାଇଛି। ହାଜତରେ ଅଭିଯୁକ୍ତର ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ସରକାର। ଏହି ଘଟଣାରେ ଜାତୀୟ ମାନବାଧିକାର କମିଶନରେ ରୁଜୁ ହେଲା ମାମଲା । ଏନଏଚଆରସିରେ ଆବେଦନ କଲେ ମାନବାଧିକାର କର୍ମୀ ଜୟନ୍ତ ଦାସ । ମୃତକଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ଦାବି । କ୍ରାଇମବ୍ରାଞ୍ଚ ଦ୍ବାରା ଘଟଣାର ତଦନ୍ତ କରିବାକୁ ଦାବି ହୋଇଛି ।  ଥାନା ଭିତରେ କିପରି ଘଟିଲା ଏଭଳି ଘଟଣା ,ଏନେଇ କ୍ଷତିପୂରଣ ଅର୍ଥ ପ୍ରଦାନ ନେଇ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ଆବେଦନ କରିଛନ୍ତି

ମୋଟର ସାଇକେଲ ଚୋରି ଅଭିଯୋଗରେ ଢେଙ୍କାନାଳ ଜିଲ୍ଲା ସଦର ଅଞ୍ଚଳର ରସାନନ୍ଦ ନାୟକଙ୍କୁ ଉଠାଇ ଆଣିଥିଲା ପୋଲିସ। ପରେ ଅସୁସ୍ଥ ଅବସ୍ଥାରେ ଏସସିବିରେ ରସାନନ୍ଦକୁ ଭର୍ତ୍ତି କରିଥିଲା ପୋଲିସ। ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ପୋଲିସ ପିଟି ପିଟି ମାରି ଦେଇଥିବା ନେଇ ପରିବାର ଲୋକ ଆଣିଥିଲେ ଅଭିଯୋଗ। ଏହି ଘଟଣାରେ ଥାନା ଅଧିକାରୀ ଦାୟିତ୍ବରେ ଥିବା ଏସିପି ବିଶ୍ବରଞ୍ଜନ ସାହୁ, ଏସଆଇ ନିରଞ୍ଜନ ଗୌଡ଼ ଓ କନେଷ୍ଟବଳ କମଳ ଲୋଚନ ମାଝିଙ୍କୁ ନିଲମ୍ବିତ କରିଛନ୍ତି ସରକାର।

 

ଭିଜିଲାନ୍ସ ଜାଲରେ ଜନ ମଙ୍ଗଳ ଅଧିକାରୀ ବିଭାଗର ଡାଟା ଏଣ୍ଟ୍ରି ଅପରେଟର

ନନ୍ଦିଘୋଷ ବ୍ୟୁରୋ : ଭିଜିଲାନ୍ସ ଜାଲରେ ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ ଜନ ମଙ୍ଗଳ ଅଧିକାରୀ ବିଭାଗର ଡାଟା ଏଣ୍ଟ୍ରି ଅପରେଟର। ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଛନ୍ତି ବିଶ୍ୱରଞ୍ଜନ ପ୍ରଧାନ। ସୂଚନା ଅନୁସାରେ, ଭଦ୍ରକ ଅଞ୍ଚଳର ନରେଶ ମୁଦୁଲି ଏସସି ଏସଟି ବିଭାଗର ସାର୍ଟିଫିକେଟ ଆବେଦନ କରିବାକୁ କିଛି ଦିନ ତଳେ ଆସିଥିଲେ  । ସେହି ସମୟରେ ବିଭାଗର ଡାଟା ଏଣ୍ଟ୍ରି ଭାବେ କାର୍ଯ୍ୟ କରୁଥିବା ବିଶ୍ବରଞ୍ଜନ ପ୍ରଧାନ ୫ ହଜାର ଟଙ୍କା ମାଗିଥିଲେ। ନରେଶ ଏନେଇ ଭଦ୍ରକ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ। ଶେଷରେ ୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ବିଶ୍ବରଞ୍ଜନକୁ ମାଡ଼ି ବସିଥିଲା ଭିଜିଲାନ୍ସ।

ଭାରତର ସବୁଠାରୁ ବଡ଼ ସାଇବର ଠକେଇ: ବ୍ୟାଙ୍କରଙ୍କୁ ୨୩ କୋଟି ଟଙ୍କା ଠକେଇ, ଦେଢ଼ ମାସ ଧରି ‘ଡିଜିଟାଲ୍ ଗିରଫ’

ନନ୍ଦିଘୋଷ ବ୍ୟୁରୋ : ଦିଲ୍ଲୀ-ଏନସିଆରରେ ଡିଜିଟାଲ ଗିରଫଦାରୀ ମାମଲା କ୍ରମାଗତ ଭାବରେ ବୃଦ୍ଧି ପାଉଛି। ଡିଜିଟାଲ ଠକମାନେ ପ୍ରାୟତଃ ବୟସ୍କ ବ୍ୟକ୍ତିମାନଙ୍କୁ ଟାର୍ଗେଟ କରନ୍ତି। ରାଜଧାନୀର ଗୁଲମୋହର ପାର୍କରେ ରହୁଥିବା ପୂର୍ବତନ ବ୍ୟାଙ୍କ ଅଧିକାରୀ ନରେଶ ମାଲହୋତ୍ରାଙ୍କୁ ପ୍ରାୟ ଦେଢ଼ ମାସ ଧରି ଡିଜିଟାଲ ଗିରଫ କରାଯାଇଥିଲା ଏବଂ ତାଙ୍କ ଆକାଉଣ୍ଟରୁ ୨୩ କୋଟି ଟଙ୍କା ଠକେଇ କରାଯାଇଥିଲା।

ନରେଶ ମାଲହୋତ୍ରାଙ୍କ ଅନୁଯାୟୀ, ତାଙ୍କୁ ପ୍ରଥମ କଲ୍ ୧ ଅଗଷ୍ଟ, ୨୦୨୫ ରେ ଆସିଥିଲା। ତାଙ୍କ ଲ୍ୟାଣ୍ଡଲାଇନରେ କଲର କହିଥିଲେ ଯେ ସେମାନେ ଏୟାରଟେଲରୁ କଲ୍ କରିଛନ୍ତି ଏବଂ ତାଙ୍କୁ ମୁମ୍ବାଇ ପୋଲିସ ସହିତ ସଂଯୋଗ କରୁଛନ୍ତି। “ଏହାର କାରଣ ହେଉଛି ମୁମ୍ବାଇର ବାଇକୁଲାରେ ଆପଣଙ୍କ ଆଧାର ନମ୍ବର ବ୍ୟବହାର କରି ଏକ ନୂତନ ନମ୍ବର ଜାରି କରାଯାଇଛି,” ସେ ଆହୁରି ମଧ୍ୟ କହିଛନ୍ତି ଯେ ଯଦି ଆପଣ କଲ୍  କାଟନ୍ତି, ତେବେ ଆପଣଙ୍କ ଘରର ସମସ୍ତ ଲାଇନ ବିଚ୍ଛିନ୍ନ ହୋଇଯିବ।

ପୂରା ଘଟଣା କ’ଣ?

ନରେଶ ମାଲହୋତ୍ରା କହିଛନ୍ତି ଯେ ତାଙ୍କୁ ପ୍ରଥମେ ତାଙ୍କ ଲ୍ୟାଣ୍ଡଲାଇନ୍ ଏବଂ ତା’ପରେ ତାଙ୍କ ମୋବାଇଲ୍ ଫୋନ୍‌ରେ ଏକ ହ୍ୱାଟ୍ସଆପ୍ କଲ୍ ଆସିଥିଲା, ଯେଉଁଠାରେ ସେ ସମସ୍ତ ସୂଚନା ଦେଇଥିଲେ। କଲର ତାଙ୍କୁ ଜଣାଇଥିଲେ ଯେ ନମ୍ବରଟି ତାଙ୍କ ଆଧାର ନମ୍ବର ସହିତ ଲିଙ୍କ୍ ହୋଇଛି ଏବଂ ସେ ଏହାକୁ ଆତଙ୍କବାଦ ପାଣ୍ଠି ପାଇଁ ବ୍ୟବହାର କରିଛନ୍ତି, ଯାହା ଫଳରେ ତାଙ୍କୁ ଡିଜିଟାଲ୍ ଗିରଫ କରାଯାଇଥିଲା। ସେ ଆହୁରି କହିଛନ୍ତି ଯେ ତାଙ୍କ ନମ୍ବର ବ୍ୟବହାର କରି ଜୁଆ ଏବଂ ଆତଙ୍କବାଦ ପାଣ୍ଠି ପରିଚାଳିତ ହେଉଥିବାରୁ ତାଙ୍କୁ PMLA ଆଇନ ଅନୁଯାୟୀ ଅଭିଯୁକ୍ତ କରାଯାଇଛି।

ପରିବାରକୁ ଗିରଫ କରିବାକୁ ଧମକ ଦିଆଯାଇଥିଲା

ଆହୁରିମଧ୍ୟ ଯଦି ଏ ସମ୍ପର୍କରେ କାହାକୁ ଜଣାଏ , ତେବେ ସେମାନେ ସମଗ୍ର ପରିବାରକୁ ଗିରଫ କରିବାକୁ ଧମକ ଦେଇଥିଲେ। ନରେଶ ମାଲହୋତ୍ରା କହିଛନ୍ତି ଯେ ସେମାନେ ସୋମବାର ତାଙ୍କ ଆକାଉଣ୍ଟରୁ RTGS ମାଧ୍ୟମରେ ₹୧.୪ ମିଲିୟନ ଉଠାଇଥିଲେ, ଏବଂ ତା’ପରେ ସେପ୍ଟେମ୍ବର ୪ ତାରିଖ ପର୍ଯ୍ୟନ୍ତ ସେୟାର ବିକ୍ରୟ ମାଧ୍ୟମରେ ପୃଥକ କାରବାରରେ ବାକି ୨୩ କୋଟି ଟଙ୍କା ସ୍ଥାନାନ୍ତର କରିଥିଲେ। ସେମାନେ ଅର୍ଡର ଦେଇଥିଲେ ଯେ, RTGS ଫର୍ମ ପୂରଣ କରିବେ ଏବଂ ତା’ପରେ ଏକ ଫଟୋକପି ପଠାଇବେ। ତା’ପରେ ସେମାନେ ଆକାଉଣ୍ଟ ନମ୍ବର ପ୍ରଦାନ କରିବେ ଏବଂ ବ୍ୟାଙ୍କକୁ ଯାଇ ଟଙ୍କା ସ୍ଥାନାନ୍ତର କରିବାକୁ କହିଥିଲେ।  ସେମାନେ ସେପ୍ଟେମ୍ବର ୧୪ କିମ୍ବା ୧୬ ତାରିଖରେ ଗିରଫ କରିବାକୁ ଧମକ ଦେଇଥିଲେ, କହିଥିଲେ ଯେ ED ତଦନ୍ତ ଆରମ୍ଭ ହୋଇଯାଇଛି ଏବଂ ସେମାନେ ସମସ୍ତ ବିବରଣୀ ପ୍ରଦାନ କରିଛନ୍ତି। ସେମାନେ ଏବେ ୫ କୋଟି ଟଙ୍କା ଦେବାକୁ କହିଥିଲେ ଏବଂ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପଠାଇଥିଲେ।

 

ଆଜି ବିଜେଡି ଘେରିବ ବିଧାନସଭା; ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାରେ ଷଡ଼ଯନ୍ତ୍ର ଅଭିଯୋଗ

ନନ୍ଦିଘୋଷ ବ୍ୟୁରୋ : ଆଜି ବିଜେଡି ଘେରିବ ବିଧାନସଭା । ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାରେ ଜନ ପ୍ରତିନିଧିଙ୍କ କ୍ଷମତାକୁ ସଙ୍କୁଚିତ କରିବା ଓ ହଡପ କରିବା ଅଭିଯୋଗରେ ଆଜି ବିଧାନସଭା ଘେରାଉ କରିବ ବିଜେଡି। ଏଥିରେ ସରପଞ୍ଚ, ୱାର୍ଡମେମ୍ବର, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଦସ୍ୟ, ବ୍ଲକ ଅଧ୍ୟକ୍ଷ, ଜିଲ୍ଲା ପରିଷଦ ଅଧ୍ୟକ୍ଷ, ଗ୍ରାମର ମୁଖିଆ ତଥା ଅନ୍ୟ ଜନ ପ୍ରତିନିଧି ସାମିଲ ହେବେ। ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଥିଲା ଦଳ । ଗଣତନ୍ତ୍ରକୁ ହତ୍ୟା କରି କର୍ମୀ ପୋଷିବା ଯୋଜନା ବନ୍ଦ କରିବାକୁ ଚେତାବନୀ ଦେଇଛି ବିଜେଡି । ଯେମିତି କର୍ମୀ ମାନେ ଗୁଣ୍ଡାରାଜ, ଦାଦାବଟି ଓ ପିସି ଆଦାୟ କରିବେ ସେଥିପାଇଁ ବ୍ୟବସ୍ଥା କରୁଛନ୍ତି ସରକାର ବୋଲି ବଡ଼ ଅଭିଯୋଗ ହୋଇଛି । ପଞ୍ଚାୟତୀରାଜ ବଜେଟକୁ ହ୍ରାସ କରାଯାଇଛି। ପିଏମ ଆବାସ ଯୋଜନା ୪୩୧୦ କୋଟିରୁ ୮୨୫ କୋଟି ହୋଇଛି । ଆମ ଓଡ଼ିଶା ନବୀନ ଓଡ଼ିଶାରେ ଅଧା କାମକୁ ସ୍ଥଗିତ ରଖାଯାଇ ହଇରାଣ କରାଯାଉଛି। କର୍ମୀଙ୍କ ଉତ୍ପିଡନରେ ଲୋକେ ତ୍ରାହି ତ୍ରାହି ଡାକିଲେଣି। ସାଧାରଣ ଲୋକଙ୍କ ସରକାର କହୁଛନ୍ତି କିନ୍ତୁ ଲୋକଙ୍କ ସ୍ୱର ଶୁଣିପାରୁ ନାହାନ୍ତି। ବିଜେପି କର୍ମୀଙ୍କୁ ପୋଷିବା ପାଇଁ ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାକୁ ଧ୍ୱଂସ କରାଯାଉଥିବା ଅଭିଯୋଗ ହୋଇଛି ।

ବିମାନ ଚକରେ ଲୁଚି କାବୁଲରୁ ଦିଲ୍ଲୀ ଆସିଲା ୧୩ ବର୍ଷର ବାଳକ

ନନ୍ଦିଘୋଷ ବ୍ୟୁରୋ : ବିମାନର ଲ୍ୟାଣ୍ଡି ଗିଅରରେ ଲୁଚି କାବୁଲରୁ ଦିଲ୍ଲୀ ପହଞ୍ଚିଲା ୧୩ ବର୍ଷୀୟ ବାଳକ । ଆଶ୍ଚର୍ଯ୍ୟଜନକ ଭାବରେ ବାଳକଟି ଜୀବିତ ଏବଂ ସୁସ୍ଥ ଅଛି । ତେବେ ଆଫଗାନିସ୍ତାନର ଜଣେ ୧୩ ବର୍ଷୀୟ ବାଳକ କୌତୁହଳବଶତଃ କାବୁଲରୁ ଦିଲ୍ଲୀ ଅଭିମୁଖେ ଉଡୁଥିବା KAM ଏୟାରଲାଇନ୍ସର ଏକ ବିମାନର ଲ୍ୟାଣ୍ଡିଂ ଗିଅର କମ୍ପାର୍ଟମେଣ୍ଟରେ ଲୁଚି ଭାରତ ପହଞ୍ଚିଥିବା ସୂଚନା ମିଳିଛି। ଏହି ଘଟଣା ରବିବାର ସକାଳ ୧୧ଟା ସମୟରେ ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ ବିମାନବନ୍ଦରରେ କାମ ଏୟାରଲାଇନ୍ସର ଫ୍ଲାଇଟ୍‌ ନମ୍ବର RQ-4401 ପହଞ୍ଚିବା ପରେ ଜଣାପଡ଼ିଥିଲା।

ଏହି ବାଳକ ବିମାନ ଅବତରଣ ପରେ ଫ୍ଲାଇଟ୍‌ ନିକଟରେ ଘୂରି ବୁଲୁଥିବା ବେଳେ ଏୟାରଲାଇନ୍ସ କର୍ମଚାରୀଙ୍କ ଦ୍ୱାରା ଧରାପଡ଼ି ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ (ସିଆଇଏସଏଫ) ଅଧିକାରୀଙ୍କୁ ହସ୍ତାନ୍ତର କରାଯାଇଥିଲା। ଜେରା ସମୟରେ ସେ କହିଛନ୍ତି, ସେ କାବୁଲ ବିମାନବନ୍ଦରକୁ ଗୋପନେ ପ୍ରବେଶ କରି ବିମାନର ପଛ ଲ୍ୟାଣ୍ଡିଂ ଗିଅର କମ୍ପାର୍ଟମେଣ୍ଟରେ ଲୁଚିଥିଲେ।

ତଦନ୍ତ ପରେ ତାଙ୍କୁ ସେହି ଦିନ ଅପରାହ୍ନ ୧୨:୩୦ରେ ସେହି ବିମାନରେ ଆଫଗାନିସ୍ତାନକୁ ଫେରାଇ ପଠାଇ ଦିଆଯାଇଥିଲା। ବିମାନର ଲ୍ୟାଣ୍ଡିଂ ଗିଅରରେ ଏକ ଲାଲ ରଙ୍ଗର ସ୍ପିକର ମିଳିଥିଲା, ଯାହା ବାଳକ ସାଙ୍ଗରେ ଥିବା ଜଣାପଡ଼ିଛି। ସୁରକ୍ଷା ଯାଞ୍ଚ ଓ ଆଣ୍ଟି-ସାବୋଟେଜ ପରୀକ୍ଷା ପରେ ବିମାନଟି ସୁରକ୍ଷିତ ବୋଲି ଘୋଷଣା କରାଯାଇଥିଲା।

ଆଜି ରତ୍ନଭଣ୍ଡାରକୁ ସ୍ଥାନାନ୍ତର ହେବ ଶ୍ରୀଜିଉଙ୍କ ଅଳଙ୍କାର ; ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମାର୍ଗଦର୍ଶିକା ଜାରି

ନନ୍ଦିଘୋଷ ବ୍ୟୁରୋ : ଆଜି ଅସ୍ଥାୟୀ ରତ୍ନଭଣ୍ଡାରରୁ ସ୍ଥାୟୀ ରତ୍ନଭଣ୍ଡାରକୁ ସ୍ଥାନାନ୍ତର ହେବ ଶ୍ରୀଜିଉଙ୍କ ସମସ୍ତ ଅଳଙ୍କାର । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜାରି ହୋଇଛି ମାର୍ଗଦର୍ଶିକା । ପୂର୍ବ ନିଷ୍ପତ୍ତି ଅନୁସାରେ ବଡି ଭୋରରୁ ଶ୍ରୀମନ୍ଦିର ଦ୍ୱାରାଫିଟା ଯିବା ସହ ଦୈନିକ ନୀତିକାନ୍ତି ଜାରି ରହିଛି। ଭିତର ଶୋଧ ନୀତି ଶେଷ ହେବା ସହ ମଙ୍ଗଳ ଆଳତି, ତଡପ ଲାଗି ନୀତି ଶେଷ ହୋଇ ଅବକାଶ ପୂଜା ନୀତି ଜାରି ରହିଛି। ସକାଳ ୧୦ଟାରୁ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ କରାଯିବା। ପରେ ନାଟମଣ୍ଡପ ଓ ଜଗମୋହନ ଶୋଧ କରାଯିବ। ଏହା ପରେ ଅସ୍ଥାୟୀ ଷ୍ଟ୍ରଙ୍ଗରୁମ୍ ବା ଖଟଶେଜ ଓ ଚାଙ୍ଗଡା ଘରୁ ରତ୍ନ ଅଳଙ୍କାରକୁ ସୁରକ୍ଷିତ ଭାବେ ମୁଖ୍ୟ ଭଣ୍ଡାର ଘରକୁ ସ୍ଥାନାନ୍ତର କରାଯିବ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରାଧୀକୃତ ୧୧ ଜଣିଆ କମିଟି ଗଠନ କରାଯାଇଛି।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳ, ଏସପି, ଏଏସଆଇ ଅଧିକାରୀ, ରତ୍ନଭଣ୍ଡାର ସବ କମିଟି ସଦସ୍ୟ ଗଣେଶ ଦାସ ମହାପାତ୍ର, ଦେଉଳ କରଣ, ତଢଉ କରଣ, ଭଣ୍ଡାର ମେକାପ, ରତ୍ନଭଣ୍ଡାର ତଦାରଖ କମିଟିର ୨ଜଣ ସଦସ୍ୟ ଜଷ୍ଟିସ ବିଶ୍ୱନାଥ ରଥ ଓ ସୁଦର୍ଶନ ପଟ୍ଟନାୟକ, ଛତିଶା ନିଯୋଗ ମହାନାୟକ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର, ଗଜପତି ମହାରାଜାଙ୍କ ପ୍ରତିନିଧିଙ୍କ ସମେତ ଶ୍ରୀମନ୍ଦିର ନୀତି ଓ ଉନ୍ନୟନ ପ୍ରଶାସକ, ଅତରିକ୍ତ ମୁଖ୍ୟ ଯନ୍ତ୍ରୀ କମିଟିରେ ସାମିଲ୍ ରହିଛନ୍ତି। ମହାପ୍ରସାଦ ଓ ଭୋଗ ପାଇବାକୁ ଇଚ୍ଛୁକ ଭକ୍ତମାନେ ଶ୍ରୀମନ୍ଦିର ଉତ୍ତର ଦ୍ଵାର ଦେଇ ଆନନ୍ଦ ବଜାରକୁ ଯାଇ ପାରିବେ। ରତ୍ନଭଣ୍ଡାର ସ୍ଥାନାନ୍ତର କାର୍ଯ୍ୟ ସମାପ୍ତ ପରେ ପ୍ରବେଶ କଟକଣା ପ୍ରତ୍ୟାହାର ତଥା ଦର୍ଶନ ସ୍ୱାଭାବିକ କରାଯିବ।ପୋଲିସ ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିରର ଚାରି ଦ୍ଵାରରେ ଭକ୍ତଙ୍କୁ କଡା ଚେକିଂ କରି ଛଡାଯାଉଛି।

ମା’ଙ୍କୁ ପୂଜାକଲେ ବୃଦ୍ଧାଶ୍ରମର ଆବଶ୍ୟକତା ରହିବ ନାହିଁ : ସୁଲୋଚନା ଦାସ

ଭୁବନେଶ୍ୱର : ମହର୍ଷି ଦୟାନନ୍ଦଙ୍କ ପ୍ରତିଷ୍ଠିତ ସଂସ୍କାରବାଦୀ ସଂଗଠନ ଆର୍ଯ୍ୟ ସମାଜ ପକ୍ଷରୁ ସୋମବାର ନବରାତ୍ରର ପ୍ରଥମ ଦିବସ ଆଶ୍ୱିନ ଶୁକ୍ଳ ପତିପଦାର ପବିତ୍ର ତିଥିରେ ଚନ୍ଦ୍ରଶେଖରପୁର ଶ୍ରୀଅରବିନ୍ଦ ନଗରସ୍ଥିତ ସ୍ୱାମୀ ବ୍ରହ୍ମାନନ୍ଦ ଭବନଠାରେ ଆର୍ଯ୍ୟସମାଜ ଓଡ଼ିଶାର ସଭାପତି ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତ୍ୟରେ ମହାସମାରୋହରେ ପାଳିତ ହୋଯାଇଛି । କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି ଭୁବନେଶ୍ୱର ମହାନଗର ନିଗମର ମେୟର ଶ୍ରୀମତୀ ସୁଲୋଚନା ଦାସ କହିଲେ ଯେ, ମହର୍ଷି ଦୟାନନ୍ଦ ଭାରତବର୍ଷରେ ୧୫୦ ବର୍ଷ ତଳେ ମହିଳାମାନଙ୍କ ପାଇଁ ଯେଉଁ ସଂଗ୍ରାମର ସୂତ୍ରପାତ କରିଥିଲେ ଆଜି ମଧ୍ୟ ତାହାର ଆବଶ୍ୟକତା ରହିଛି । ସମାଜରେ ଆମେ ଯଦି ମା’ଙ୍କୁ ଠିକଣା ଭାବେ ମର୍ଯ୍ୟାଦା ଦେବା, ତେବେ ଆଉ ବୃଦ୍ଧାଶ୍ରମର ଆବଶ୍ୟକତା ରିହବ ନାହିଁ ବୋଲି ସେ କହିଥିଲେ । ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭୁବନେଶ୍ୱର ଉର ବିଧାୟକ ସୁଶାନ୍ତ କୁମାର ରାଉତ, ଆର୍ଯ୍ୟ ସମାଜର ଏହି କାର୍ଯ୍ୟକ୍ରମକୁ ଭୂରୀ ଭୂରୀ ପ୍ରଶଂସା କରିବା ସହ ନୂତନ ଯୁବପିଢିଙ୍କ ପାଖରେ ଏହି ର୍ବାା ପହାଇବାକୁ ସେ ଆହ୍ୱାନ ଦେଇଥିଲେ ।

ବିଶିଷ୍ଟ ବୈଦିକ ବିଦ୍ୱାନ ପଣ୍ଡିତ ବୀରେନ୍ଦ୍ର କୁମାରଙ୍କ ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ମହୋତ୍ସବରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପ୍ରଫେସର ଡଃ ପ୍ରଫୁଲ୍ଲ କୁମାର ମିଶ୍ର କହିଲେ ଯେ,  ଭାରତବର୍ଷରେ ମାତୃପୂଜାର ଏକ ଗୌରବମୟ ଇତିହାସ ରହିଛି । “ମା” ସବୁବେଳେ ସମାଜରେ ଅଗ୍ରପୂଜ୍ୟା, ଏ ର୍ବାା ଦେବା ପାଇଁ ମାତୃପୂଜାର ସୃଷ୍ଟି । ସାଧାରଣ ଲୋକଙ୍କୁ ବୁଝିବା ପାଇଁ ର୍ମୂିପୂଜାକୁ ଅଳଙ୍କାରିକ କରାଯାଇଛି । କିନ୍ତୁ ମା’ କରୁଣାର ଅବତାର । ପୁଣି ଦୁଷ୍ଟ ସଂହାରର ଭୂମିକାରେ ଅବତୀର୍ଣ୍ଣ ହୋଇଥାନ୍ତି । ପ୍ରଫେସର ଡଃ ହରେକୃଷ୍ଣ ଶତପଥୀ ମା’ଙ୍କୁ କଲ୍ୟାଣମୟୀ ଓ ଲୋକ କଲ୍ୟାଣ ପାଇଁ ସେ  ଆବିର୍ଭୁତା ବୋଲି କହିଥିଲେ । କିନ୍ତୁ ଏହା ସତ୍ୟ ହୋଇଥିଲେ ମଧ୍ୟ ତା’ଭିତରେ ଏକ ଅନ୍ତର୍ନହିତ ଶକ୍ତି ଅଛି । ଏହାକୁ ଚେତାଇ ଦେବା ହିଁ ନବମାତୃକା ପୂଜା । ପରମହଂସ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ ଆର୍ଯ୍ୟସମାଜର ଏହି ଅଭିନବ ପରିକଳ୍ପନାର ପ୍ରଶଂସା କରିବା ସହ ଉପସ୍ଥିତ କନ୍ୟାମାନଙ୍କୁ ଆଶୀର୍ବାଦ ଦେଇ ଭାରତୀୟ ସଂସ୍କୃତିର ମହନୀୟତା ଉପରେ ଜାଣିବା ପାଇଁ ପରାମର୍ଶ ଦେଇଥିଲେ ।

ମୁଖ୍ୟବକ୍ତା ପ୍ରଗତିବାଦୀର ସମ୍ପାଦକ ବୀରୁପାକ୍ଷ ତ୍ରିପାଠୀ ସମାଜରେ ଦେଖା ଦେଇଥିବା ବିଲକ୍ଷଣ ଉପରେ ଆଲୋକପାତ କରିଥିଲେ । ଗୋଟିଏ ପଟେ ଆମେ ଧୁମ୍‌ଧାମରେ ମାତୃପୂଜା କରୁଛୁ, ଅନ୍ୟ ପଟେ ଆମେ କନ୍ୟା ଭ୍ରୁଣହତ୍ୟା କରୁଛେ । ଏଣୁ ଆଜି ସମୟ ଆସିଛି ମଣିଷ ସମାଜକୁ ସତର୍କ କରାଇବା ପାଇଁ ଆଜିର ଏହି ଅଭିନବ ମାତୃପୂଜା । ବିଶିଷ୍ଟ ବକ୍ତା ବାଗ୍ମୀ ପ୍ରଦ୍ୟୁମ୍ନ ଶତପଥୀ ଓଡ଼ିଶାରେ ମାତୃପୂଜାର ଆଧାରଶୀଳା ସନ୍ଥ ବଳରାମ ଦାସଙ୍କ ଲକ୍ଷ୍ମୀ ପୁରାଣ ବୋଲି ସେ କହିବା ସହ ମହର୍ଷି ଦୟାନନ୍ଦ ୧୫୦ ବର୍ଷ ତଳେ ଯେଉଁ ସଂସ୍କାରବାଦୀ ଆନ୍ଦୋଳନର ସୂତ୍ରପାତ କରିଥିଲେ ଆଜି ତାର ସୁଫଳର ଏକ ନିଦର୍ଶନ ନବମାତୃକା ପୂଜା । ଏହି ଅବସରରେ ପଣ୍ଡିତ ବିନୋଦ ବିହାରୀ ଦାସଙ୍କ ପୌରହିତ୍ୟରେ ବେଦଯଜ୍ଞ ଅନୁଷ୍ଠିତ ହୋଇଥିଲା । ବିଶିଷ୍ଟ ଶିକ୍ଷାବିତ୍ ଡଃ ବଦ୍ରୀନାଥ ପଟ୍ଟନାୟକ ଓ ଡଃ ନିବେଦିତା ପଟ୍ଟନାୟକ ଜଜମାନ ଆସନ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମରେ ପାଲାଚାର୍ଯ୍ୟ ସୁରେନ୍ଦ୍ରନାଥ ଛୋଟରାୟ, ପାଲାଚାର୍ଯ୍ୟ ନାରାୟଣ ଶୁକ୍ଲ ଓ ସ୍ୱାମୀ ଚିଦାନନ୍ଦ ବ୍ରହ୍ମଚାରୀ ଦେବୀସ୍ତୋତ୍ର ପାଠ କରିଥିଲେ । କରବର ଆର୍ଯ୍ୟ ସମାଜର ମା’ ସବିତା ଶୁକ୍ଲ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ  ଚିରଞ୍ଜନ ପଣ୍ଡା ସ୍ୱାଗତ ଭାଷଣ ଓ ଜନ୍ମେଞ୍ଜୟ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମୁ ନଳିନୀକାନ୍ତ ରାଉତ, ବରୁଣରାଜ ଓ ଭବାନୀକାନ୍ତ ରାଉତ ପରିଚାଳନା କରିଥିଲେ । ଅନ୍ୟମାନଙ୍କ  ମଧ୍ୟରେ ପୂର୍ବ ପ୍ରଶାସକ ସହଦେବ ଜୟସିଂ, ଧାରା ଶ୍ରୀରାଧା ଟ୍ରଷ୍ଟର ଅଧ୍ୟକ୍ଷ ଅମରେନ୍ଦ୍ର ମହାପାତ୍ର, ପ୍ରଫେସର ଡଃ ବୁଦ୍ଧଦେବ ମିଶ୍ର, ଡଃ ବିମୋଚପ୍ରଜ୍ଞା ତ୍ରିପାଠୀ, ଉତ୍କଳ ଆର୍ଯ୍ୟ ପ୍ରତିନିଧି ସଭାର ସମ୍ପାଦକ ଦୁଷ୍ମନ୍ତ କୁମାର ସ୍ୱାଇଁ, ଡଃ ଆଲୋକ ରଥ, ସୀତାବଲ୍ଲଭ ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ସମାଜର ବିଭିନ୍ନ ବର୍ଗର ୯ଜଣ ମା’ ସର୍ବଶ୍ରୀମତୀ ସ୍ୱର୍ଣ୍ଣପ୍ରଭା ପଟ୍ଟନାୟକ, କନକଲତା ବିଶ୍ୱାଳ, ପୁଷ୍ପରେଣୁ ଶତପଥୀ, ରାଜଶ୍ରୀ ମହାପାତ୍ର, ଜ୍ୟୋତିର୍ମୟୀ ନାୟକ, ଅମ୍ବିକା ପ୍ରଧାନ, ଆରତୀ ଜ୍ଞାନେନ୍ଦ୍ର, ବିୟୋତପ୍ରଜ୍ଞା ତ୍ରିପାଠୀ ଓ ବିଚିତ୍ରା ରଥଙ୍କୁ ମହର୍ଷି ଡିଗ୍ରୀ ମହିଳା ମହାବିଦ୍ୟାଳୟର କନ୍ୟାମାନେ ପୂଜାର୍ଚ୍ଚନା କରିଥିଲେ ।

 

ବନ୍ଦ ଥିବା ମଦ ଦୋକାନ ଖୋଲିବାକୁ ନେଇ ସରକାରଙ୍କୁ ବିରୋଧୀଙ୍କ ଟାର୍ଗେଟ….

ଭୁବନେଶ୍ୱର : ଓଡ଼ିଶା ହେବନି ମଦମୁକ୍ତ । ଓଲଟି ରାଜ୍ୟରେ ବନ୍ଦ ଥିବା ମଦ ଦୋକାନ ଖୋଲିବେ ସରକାର । ଏହାସହ ୪ଟି ନୂଆ ଠିପିଖୋଲା ମଦ ଦୋକାନ ଓ ୩ଟି ମଦ କାରଖାନା ଖୋଲିବେ ବୋଲି ଇଶାରା ଦେଇଛନ୍ତି । ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ବିଧାନସଭାରେ ଏପରି ଉତ୍ତର ଦେବା ପରେ ରାଜନୀତି ଜୋର ଧରିଛି । ମଦ ଦୋକାନ ଓ ମଦ ତିଆରି କାରଖାନା ଖୋଲିବେ ।  ନିର୍ବାଚନ ପୂର୍ବରୁ ନିଶାମୁକ୍ତ ଓଡ଼ିଶା କଥା କେମିତି କହିଲେ ବୋଲି ବିଜେଡି ପ୍ରଶ୍ନ କରିଛି । ମହିଳା ଏଥିରେ ବହୁତ ସମସ୍ୟାରେ ପଡିବେ ବୋଲି ବିଜେଡି ଅଭିଯୋଗ କରିଛି । ସେହିପରି କଂଗ୍ରେସ ଅଭିଯୋଗ କରିଛି ଯେ ଏହା ଦୁର୍ଭାଗ୍ୟଜନକ। ଯୁବ ବିକାଶ କଥା କହୁଛନ୍ତି କିନ୍ତୁ ମଦ ଦୋକାନ ଖୋଲିବାକୁ ଘୋଷଣା କରୁଛନ୍ତି । ଏହା ସରକାରଙ୍କ ଦୋମୁହାଁ ନୀତି । ସ୍କୁଲ ଖୋଲି ପାରୁନାହାଁନ୍ତି । ହେଲେ ମଦ ଦୋକାନ ଖୋଲୁଛି । ଯାହା ସରକାରଙ୍କ ଅସଲ ମୁଖା ଖୋଲି ଦେଇଛି ବୋଲି କଂଗ୍ରେସ କହିଛି ।

ବିଜେପି ବିଧାୟକ ମଦମୁକ୍ତ ଓଡ଼ିଶା ଚାହୁଁଥିବା ସତ୍ତ୍ବେ ସରକାରଙ୍କ ଉତ୍ତର ଆଗରେ ମୁଣ୍ଡ ନୁଆଇଁଛନ୍ତି । ମଦରୁ ରାଜସ୍ୱ ଆସୁଥିବାରୁ ମଦ ବନ୍ଦ ହେବନି ବୋଲି ବିଜେପି ବାଧ୍ୟ ହୋଇ ସଫେଇ ଦେଇଛି । ହେଲେ ଏହାକୁ ନ ମାନିବାକୁ ବିଜେପି ପରୋକ୍ଷରେ ମତ ଦେଇଛି । ମଦ ଯୋଗୁଁ ସାମାଜିକ ସଂପର୍କ ଖରାପ ହେଉଛି । ପରିବାର ନଷ୍ଟ ହେଉଛି । ବିଜେପି ବି ମଦ ବନ୍ଦ କରିବାକୁ ବାରମ୍ବାର କହୁଛି । ହେଲେ ଏବେ ସରକାର କେବଳ ନିଶାମୁକ୍ତ ଅଭିଯାନ ଗଣଦୌଡରେ ସୀମିତ ରଖିଥିବା ନେଇ ଚର୍ଚ୍ଚା ଜୋର ଧରିଛି ।