spot_img
Home Blog Page 4631

କଟକଣା ସତ୍ତ୍ୱେ ମାରୁଥିଲେ ମାଛ, ୩୦ ଟ୍ରଲର କର୍ମଚାରୀ ଅଟକ

କୋଣାର୍କ: ପୁରୀ ଅସ୍ତରଙ୍ଗ ସମୁଦ୍ରର ନିଷିଦ୍ଧାଞ୍ଚଳରେ ୪ ଟ୍ରଲର ଜବତ, ୩୦ କର୍ମଚାରୀ ଅଟକ । ବେଆଇନ୍ ଭାବେ ନିଷିଦ୍ଧାଞ୍ଚଳରେ ମାଛ ମାରୁଥିବା ବେଳେ ଟ୍ରଲର ଜବତ କରାଯାଇଛି । ପାରାଦୀପ ଅଞ୍ଚଳର ୩ଟି ଓ ବାଲେଶ୍ୱର ଅଞ୍ଚଳର ଗୋଟିଏ ଟ୍ରଲର ଜବତ କରାଯାଇଛି । ୩୦ ଜଣ ଟ୍ରଲର କର୍ମଚାରୀଙ୍କୁ ଅଟକ ରଖାଯାଇଛି ।

4 Fishing Trawler Seized In Astaranga

ସମୁଦ୍ର କୂଳରୁ ୫ କିଲୋମିଟର ଓ ଦେବୀ ମୁହାଣରୁ ୧୦ କିଲୋମିଟର ମଧ୍ୟରେ ଯନ୍ତ୍ରଚାଳିତ ଡଙ୍ଗାରେ ମାଛ ମାରିବା ଉପରେ କଟକଣା ଜାରି କରାଯାଇଛି । ଜବତ ଟ୍ରଲର ଗୁଡ଼ିକୁ ସମୁଦ୍ରରୁ ଅସ୍ତରଙ୍ଗ ନୂଆଗଡ଼ ଜେଟିକୁ ଅଣାଯିବା ପରେ କାଗଜପତ୍ର ଯାଞ୍ଚ ଚାଲିଛି । ମତ୍ସ୍ୟ ବିଭାଗ ଉପ ନିର୍ଦ୍ଦେଶକ ବସନ୍ତ ଦାଶଙ୍କ ନେତୃତ୍ୱରେ ବନବିଭାଗ ଓ କୋଷ୍ଟଗାର୍ଡ ଯବାନଙ୍କ ମିଳିତ ଚଢ଼ାଉ ହୋଇଥିଲା ।

ବଜେଟ୍ ପୂର୍ବରୁ ସେୟାର ମାର୍କେଟରେ ଉତ୍ସାହ, ୭୦୦ ପଏଣ୍ଟରୁ ଅଧିକ ବଢ଼ିଲା ସେନସେକ୍ସ

ମୁମ୍ବାଇ: ବଜେଟରୁ ବଡ଼ ଆଶା ନେଇ ସୋମବାର ଘରୋଇ ସେୟାର ବଜାର ଆରମ୍ଭରୁ ଭଲ କାରବାର କରିଛି । ବଜେଟର ଗୋଟିଏ ଦିନ ପୂର୍ବରୁ କାରବାରରେ ସେୟାର ବଜାର ଖୋଲୁ ଖୋଲୁ ୨ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି । କାରବାର ଆରମ୍ଭ ହେବା ସହ ସ୍ଥିତି ମଜଭୁତ୍ ରହିଛି । ସେପଟେ ସଂସଦରେ ଆଜି ଆର୍ଥିକ ସର୍ଭେ ରିପୋର୍ଟ ଆସିବାକୁ ଥିବାବେଳେ ବଢ଼ିଛି ସେୟାର ବଜାରର ମନୋବଳ ।

Stock Market Opening With Great Gains Sensex Up

ଗତ ୨ ସପ୍ତାହ ଧରି ସେୟାର ବଜାରରେ ସେତେଟା ଉତ୍ସାହ ନଥିଲା । ତେବେ ସପ୍ତାହ ଆରମ୍ଭରୁ ଭଲ ସ୍ଥିତି ସପ୍ତାହ ଭଲ ରହିବା ଆଶା କରାଯାଉଛି । ଆଜି ବିଏସଇ ସେନସେକ୍ସ ସହ ନିଫ୍ଟି ବଢ଼ିଛି । ସକାଳ ୯ଟା ୨ ସୁଦ୍ଧା ସେନସେକ୍ସ ୭୦୦ ପଏଣ୍ଟରୁ ଅଧିକ ବୃଦ୍ଧି ପାଇ ୫୮ ହଜାର ପାଖାପାଖି ରହିଛି । ସେହିଭଳି ନିଫ୍ଟି ୧.୨୫ ପ୍ରତିଶତ ବଢ଼ି ୧୭ ହଜାର ୩୦୦ ପଏଣ୍ଟ ପାର କରିଛି ।

ସେୟାର ମାର୍କେଟରେ ଉତ୍ସାହ ଥିବାବେଳେ ଇଣ୍ଡସଇଣ୍ଡ ବ୍ୟାଙ୍କର ସେୟାର ୧.୭୦ ପ୍ରତିଶତ ଖସିଥିବା ବେଳେ ଏଲଆଣ୍ଡଟି ୧.୩୦ ପ୍ରତିଶତ ଖସିଛି । ସେହିଭଳି ଏନଟିପିସି ୦.୬୪ ପ୍ରତିଶତ ଖସିଛି ।

କର୍ଣ୍ଣାଟକକୁ କେନ୍ଦ୍ରର ଅନୁକମ୍ପା, ଓଡ଼ିଶାକୁ କାହିଁକି ଉପେକ୍ଷା ?

ଭୁବନେଶ୍ୱର: ପୁଣି ଓଡ଼ିଶାର ଦାବିକୁ କେନ୍ଦ୍ରର ଅଣଦେଖା । ଆବାସ ଯୋଜନାରେ ବାଦ ପଡ଼ିଥିବା ହିତାଧିକାରୀଙ୍କୁ ଘର ଯୋଗାଣ ପାଇଁ ବାରମ୍ବାର ଦାବି ହୋଇଥି୍ବା ବେଳେ କେନ୍ଦ୍ର ସରକାର ଏହାକୁ ଅଣଦେଖା କରୁଛନ୍ତି । ସେପଟେ କର୍ଣ୍ଣାଟକ ସରକାରଙ୍କୁ ଆବାସ ଯୋଜନାରେ ଗତ ୧୩ ତାରିଖରେ ଏମଆଇଏସ ପୋର୍ଟାଲରେ ତଥ୍ୟ ଅପଲୋଡ୍ କରିବାକୁ ଅନୁମତି ଦିଆଯାଇଛି । ଏଠି ପ୍ରଶ୍ନ ଉଠିଛି କର୍ଣ୍ଣାଟକକୁ ଏତେ ଅନୁକମ୍ପା, ଓଡ଼ିଶାକୁ କାହିଁକି ଉପେକ୍ଷା ? ଏହାଦ୍ୱାରା ଓଡ଼ିଶାର ଲକ୍ଷାଧିକ ଯୋଗ୍ୟ ହିତାଧିକାରୀ ଆବାସ ଯୋଜନାରେ ଘର ପାଇବାରୁ ବଞ୍ଚିତ ହେଉଛନ୍ତି ।

Centre Opens Awaas+ For Karnataka, Again Neglected Odisha

ସବୁଠାରୁ ଅଧିକ ପ୍ରଭାବିତ ହେବେ ଆଦିବାସୀ ଅଧ୍ୟୁଷିତ କେବିକେ ଅଞ୍ଚଳର ହିତାଧିକାରୀମାନେ । ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପ୍ରଧାନମନ୍ତ୍ରୀଙ୍କୁ ଏନେଇ ବାରମ୍ବାର ଚିଠି ଲେଖି ଅନୁରୋଧ କରିଥିଲେ । ରାଜ୍ୟର ଗ୍ରାମୀଣ ଗୃହ ନିର୍ମାଣ ପୋର୍ଟାଲ ଓ ଆବାସ ଯୋଜନାର ତଥ୍ୟକୁ ସମକାଳୀନ କରିବାକୁ ଅନୁରୋଧ କରାଯାଇଥିଲା । ରାଜ୍ୟର ୬ ଲକ୍ଷ ୬୫ ହଜାର ଗ୍ରାମୀଣ ହାଉସିଂ ପରିବାରର ତଥ୍ୟ ଆବାସ ପୋର୍ଟାଲରେ ସାମିଲ ହୋଇନି ।

ଏଥିସହ ୨୦୧୯ ମେ ମାସରେ କେନ୍ଦ୍ର ସରକାର ଲକ୍ଷେ ୮୪ ହଜାର ଫନି ପ୍ରଭାବିତ ପରିବାରକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ପ୍ରତିଶ୍ରୁତି ଏଯାଏ ପୂରଣ ହୋଇନି । ଓଡ଼ିଶାର ବଳକା ପରିବାରର ତଥ୍ୟ ଆବାସ ପୋର୍ଟାଲରେ ଅପଲୋଡ୍ କରିବାକୁ ଅନୁମତି ଦେବାକୁ ଦାବି କରାୟାଇଛି । ଏନେଇ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ ଗିରିରାଜ ସିଂଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ପଞ୍ଚାୟତ ରାଜ୍ୟ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ।

ରାଜ୍ୟରେ ୩ ହଜାର ତଳକୁ ଖସିଲା ଦୈନିକ କରୋନା ସଂକ୍ରମଣ

ଭୁବନେଶ୍ୱର: ହ୍ରାସ ପାଉଛି କୋଭିଡ୍ ସଂକ୍ରମଣ । ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୩ ହଜାର ୩୨୯ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଶୂନରୁ ୧୮ ବର୍ଷ ବୟସ୍କ ମଧ୍ୟରେ ୫୦୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିଭଳି କ୍ୱାରେଣ୍ଟାଇନରୁ ୧୯୩୪ଟି ମାମଲା ଆସିଥିବା ବେଳେ ୧୩୯୫ଟି ମାମଲା ସ୍ଥାନୀୟ ସଂକ୍ରମଣ । ରାଜ୍ୟରେ ମୋଟ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ୧୨ ଲକ୍ଷ ୪୯ ହଜାର ୨୪୦କୁ ବୃ୍ଦ୍ଧି ପାଇଛି ।

ଖୋର୍ଦ୍ଧାରୁ ସର୍ବାଧିକ ୬୪୬ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଅନୁଗୁଳରୁ ୮୫, ବାଲେଶ୍ୱରରୁ ୧୪୧, ବରଗଡ଼ରୁ ୪୬, ଭଦ୍ରକରୁ ୫୭, ବଲାଙ୍ଗିରରୁ ୬୭, ବୌଦ୍ଧରୁ ୪୯, କଟକରୁ ୨୯୩, ଦେବଗଡ଼ରୁ ୬୭, ଢେଙ୍କାନାଳରୁ ୬୧, ଗଜପତିରୁ ୬୪, ଗଞ୍ଜାମରୁ ୪୪, ଜଗତସିଂହପୁରରୁ ୭୦, ଯାଜପୁରରୁ ୯୯, ଝାରସୁଗୁଡ଼ାରୁ ୭୪, କଳାହାଣ୍ଡିରୁ ୧୦୭ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିଭଳି କନ୍ଧମାଳରୁ ୪୩, କେନ୍ଦ୍ରାପଡ଼ାରୁ ୭୩, କେନ୍ଦୁଝରରୁ ୨୧, କୋରାପୁଟରୁ ୫୯, ମାଲକାନଗିରିରୁ ୩୪, ମୟୂରଭଞ୍ଜରୁ ୧୪୫, ନବରଙ୍ଗପୁରରୁ ୯୦, ନୟାଗଡ଼ରୁ ୧୨୦, ନୂଆପଡ଼ାରୁ ୧୨୯, ପୁରୀରୁ ୫୬, ରାୟଗଡ଼ାରୁ ୬୬, ସମ୍ବଲପୁରରୁ ୧୧୫, ସୋନପୁରରୁ ୩୫, ସୁନ୍ଦରଗଡ଼ରୁ ୨୩୭ ଓ ଷ୍ଟେଟପୁଲରୁ ୧୩୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ୧୨ ଲକ୍ଷ ୪୯ ହଜାର ୨୪୦କୁ ବୃ୍ଦ୍ଧି ପାଇଛି । ୧୧ ଲକ୍ଷ ୯୩ ହଜାର ୩୬୫ ଜଣ କରୋନାରୁ ସୁସ୍ଥ ହୋଇଥିବା ବେଳେ ଏବେ ୪୭ ହଜାର ୨୧୦ଟି ସକ୍ରିୟ ମାମଲା ରହିଛି ।

ତେଜସ୍ୱୀ ପ୍ରକାଶ ବିଗ୍ ବସ୍ ସିଜିନ୍-୧୫ର ବିଜେତା, ଟ୍ରଫି ସହ ମିଳିଲା ୪୦ ଲକ୍ଷ

ମୁମ୍ବାଇ: ବିଗ୍ ବସ୍ ସିଜିନ୍ ୧୫ର ବିଜେତା ହେଲେ ତେଜସ୍ୱୀ ପ୍ରକାଶ । ଟପ୍ ଥ୍ରୀରେ ପହଞ୍ଚିଥିଲେ ତେଜସ୍ବୀ, କରନ କୁନ୍ଦ୍ରା ଓ ପ୍ରତୀକ ସହଜପାଲ । ସମସ୍ତଙ୍କୁ ପଛରେ ପକାଇ ତେଜସ୍ୱୀ ବିଜୟ ମୁକୁଟ ପିନ୍ଧିଛନ୍ତି । ଟ୍ରଫି ସହ ୪୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ତେଜସ୍ୱୀଙ୍କୁ ମିଳିଛି । ଏଥିସହ ନାଗୀନ-୬ରେ କାମ କରିବାକୁ ତେଜସ୍ୱୀଙ୍କୁ ଅଫର୍ ମିଳିଛି ।

Bigg Boss-15 Winner Tejasswi Prakash Won Trophy

ଫାଇନାଲରେ ଟପ୍-୨ରେ ତେଜସ୍ୱୀ ଓ ପ୍ରତୀକଙ୍କ ମଧ୍ୟରେ କଡ଼ା ଟକ୍କର ହୋଇଥିଲା । ଟ୍ରଫି ଜିତିବା ପରେ ତେଜସ୍ୱୀ ପରିବାର ସହ ଫଟୋ ସେୟାର କରିଛନ୍ତି । ବିଗ୍ ବସ୍ ପୂର୍ବରୁ ତେଜସ୍ୱୀ କଲର୍ସ ପ୍ରସାରିତ ସ୍ୱରାଗିଣୀ ସିରିଏଲରେ ଲିଡ୍ ରୋଲ୍ କରୁଥିଲେ ।

୧୨ ହଜାର ଟଙ୍କାରେ ନବଜାତ ଶିଶୁକନ୍ୟାକୁ ବିକ୍ରି ଘଟଣା, ୫ ଜଣଙ୍କୁ ବାନ୍ଧିଲା ପୋଲିସ

ଚଣ୍ଡିଖୋଲ: ନବଜାତ ଶିଶୁକନ୍ୟାକୁ ବିକ୍ରି ଘଟଣାରେ ୫ ଜଣ ଗିରଫ । ଯାଜପୁର ଜିଲ୍ଲା ଧର୍ମଶାଳା ଥାନା କୋତପୁର ପଞ୍ଚାୟତ ସାନରାଇପଡ଼ା ଗାଁରେ ଶିଶୁକନ୍ୟା ବିକ୍ରି ଘଟଣାରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ମାମଲାରେ ନବଜାତ ଶିଶୁକନ୍ୟାର ବାପା ସହ ମଧ୍ୟସ୍ଥତା କରିଥିବା ଅଙ୍ଗନୱାଡ଼ି କର୍ମୀ, ତାଙ୍କ ଭାଇ ଏବଂ ଶିଶୁକୁ କିଣିଥିବା ଦମ୍ପତିଙ୍କୁ ଗିରଫ କରିଛି ପୋଲିସ ।

5 Arrested In New Born Girl Child Sell Case In Jajpur

ଗତ ୨୭ ତାରିଖରେ ସାନରାଇପଡା ଗାଁର ନଟବର ବେହେରାଙ୍କ ପତ୍ନୀ କାଞ୍ଚନ ଧର୍ମଶାଳା ମେଡିକାଲରେ ଏକ ଶିଶୁକନ୍ୟା ଜନ୍ମ ଦେଇଥିଲେ । ଉତ୍କଟ ଦାରିଦ୍ର୍ୟତା ସହ ଯୁଝୁଥିବା ଗରିବ ନଟବର ୧୨ ହଜାର ଟଙ୍କାରେ ନବଜାତ ଶିଶୁକନ୍ୟାକୁ ବିକି ଦେଇଥିଲେ । ଶିଶୁକନ୍ୟାକୁ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ାର ଜନୈକ ଦମ୍ପତି କିଣିଥିଲେ । ଏହି ଘଟଣା ଜଣାପଡ଼ିବା ପରେ ଚାଞ୍ଚଲ୍ୟ ଖେଳି ଯାଇଥିଲା ।

5 Arrested In New Born Girl Child Sell Case In Jajpur

ଯାଜପୁର ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶିଶୁକନ୍ୟାର ବାପାମାଆଙ୍କୁ ପଚରାଉଚରା କରିବା ସହ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ଧର୍ମଶାଳା ପୋଲିସ ଶିଶୁକନ୍ୟାକୁ ଉଦ୍ଧାର କରିବା ସହ ଘଟଣାରେ ୫ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଶିଶୁକନ୍ୟାକୁ କିଣିଥିବା ମହାକାଳପଡ଼ା ଅଞ୍ଚଳର ଦମ୍ପତିଙ୍କ ସହ ଧ୍ୟସ୍ଥତା କରିଥିବା ବାଲିଚନ୍ଦ୍ରପୁର ଥାନା ଭରତପୁର ଗାଁର ଅଙ୍ଗନୱାଡି କର୍ମୀ ପ୍ରଭାସିନୀ ଦାସ ଓ ତାଙ୍କ ଭାଇ ଦୀପକ ଦାସ ଏବଂ ଶିଶୁକନ୍ୟାର ବାପା ନଟବରକୁ ପୋଲିସ ଗିରଫ କରିଛି ।

ମାନଚିତ୍ରରେ ଜମ୍ମୁକାଶ୍ମୀରକୁ ପାକିସ୍ତାନ, ଚୀନର ଅଂଶ ଦର୍ଶାଇଛି WHO

ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ୱେବସାଇଟରେ ଭାରତର ଭୁଲ୍ ମାନଚିତ୍ର । WHO କୋଭିଡ୍ ୱେବସାଇଟରେ ଥିବା ମାନିଚତ୍ରରେ ଜାମ୍ମୁକାଶ୍ମୀରକୁ ପାକିସ୍ତାନ ଓ ଚୀନର ଅଂଶ ଦର୍ଶାଇଛି । ଯାହାକୁ ତୃଣମୂଳ କଂଗ୍ରେସ ସାଂସଦ ଦୃଢ଼ ବିରୋଧ କରିବା ସହ ପ୍ରଧାନମନ୍ତ୍ରୀ ଚିଠି ଲେଖିଛନ୍ତି । ଅନ୍ତର୍ଜାତୀୟ ସ୍ତରରେ ଏହାର ଦୃଢ଼ ବିରୋଧ କରିବାକୁ ଦାବି କରିଛନ୍ତି ଟିଏମସି ସାଂସଦ ଡକ୍ଟର ଶାନ୍ତନୁ ସେନ୍ ।

WHO Map Shows Jammu And Kashmir As Part Of China And Pakistan

ସେ ଲେଖିଛନ୍ତି, ବିଶ୍ୱରେ କୋଭିଡର ସ୍ଥିତି ଜାଣିବା ପାଇଁ ମୁଁ ଯେବେ WHOର ୱେବସାଇଟକୁ ଗଲି ଏକ ମାନଚିତ୍ର ଦେଖିଲି । ଆଉ ତାକୁ ଜୁମ୍ କରି ଦେଖିବା ପରେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲି । ମାନଚିତ୍ରରେ ଜମ୍ମୁକାଶ୍ମୀରକୁ ୨ଟି ଅଲଗା ଅଲଗା ରଙ୍ଗରେ ଦେଖାଯାଇଛି । ଯେତେବେଳେ ଭାରତର ନୀଳରଙ୍ଗ ଉପରେ ଅଂଶରେ କ୍ଲିକ୍ କଲି ତ ପାକିସ୍ତାନ ଲେଖାଥିଲା ଆଉ ଅନ୍ୟଟି ଚୀନ ।

ଏହାଛଡ଼ା ଅରୁଣାଚଳ ପ୍ରଦେଶକୁ ମଧ୍ୟ ଅଲଗା ଦେଖାଯାଇଥିବା ଅଭିଯୋଗ କରିଛନ୍ତି ଟିଏମସି ସାଂସଦ । ଏହା ଏକ ଗମ୍ଭୀର ଅନ୍ତର୍ଜାତୀୟ ମାମଲା ହୋଇଥିବା ବେଳେ ସରକାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଦାବି କରିଛନ୍ତି । ଏଭଳି ଭୁଲ୍ ମାନଚିତ୍ରକୁ ତୁରନ୍ତ ଠିକ୍ କରିବାକୁ ସେ ଦାବି କରିଛନ୍ତି । ଅନ୍ୟ ଜାତୀୟ ପ୍ରସଙ୍ଗ ଭଳି ସରକାର ଏହାକୁ ଅନ୍ତରାଷ୍ଟ୍ରୀୟ ସ୍ତରରେ ଉଠାଇବାକୁ ଚିଠିରେ ଲେଖିଛନ୍ତି ଟିଏମସି ସାଂସଦ ।

Budget 2022: ଆଜିଠୁ ସଂସଦର ବଜେଟ୍ ଅଧିବେଶନ, ଆସିବ ଆର୍ଥିକ ସର୍ବେକ୍ଷଣ ରିପୋର୍ଟ

ନୂଆଦିଲ୍ଲୀ: ସଂସଦର ବଜେଟ୍ ଅଧିବେଶନ୍ ଆଜିଠୁ ଆରମ୍ଭ ହେବ । ପରମ୍ପରା ଅନୁସାର, ବଜେଟ୍ ଅଧିବେଶନ ଆରମ୍ଭ ରାଷ୍ଟ୍ରପତିଙ୍କ ଅଭିଭାଷଣରୁ ହେବ । ରାଷ୍ଟ୍ରପତି ସଂସଦର ଉଭୟ ଗୃହକୁ କେନ୍ଦ୍ରୀୟ ହଲରୁ ସମ୍ବୋଧିତ କରିବେ । ରାଷ୍ଟ୍ରପତିଙ୍କ ଅଭିଭାଷଣ ପରେ ସଂସଦରେ ଉପସ୍ଥାପିତ ହେବ ଆର୍ଥିକ ସର୍ବେକ୍ଷଣ ରିପୋର୍ଟ ୨୦୨୧-୨୨ ।

ସଂସଦରେ କେତେବେଳେ କଣ ?

ସକାଳ ୧୦ଟାରେ ପ୍ରଧାନମନ୍ତ୍ରୀଙ୍କ ସାମ୍ବାଦିକ ସମ୍ମିଳନୀ

୧୦ଟା ୫୫ରେ ସଂସଦ ଭବନରେ ପହଞ୍ଚିବେ ରାଷ୍ଟ୍ରପତି

୧୧ଟାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଆରମ୍ଭ

ରାଷ୍ଟ୍ରପତିଙ୍କ ଅଭିଭାଷଣ ସରିବାର ଅଧ ଘଣ୍ଟା ପରେ ଆରମ୍ଭ ହେବ ଲୋକସଭା ଗୃହକାର୍ଯ୍ୟ

ଲୋକସଭାରେ ଉପସ୍ଥାପିତ ହେବ ଆର୍ଥିକ ସର୍ବେକ୍ଷଣ ରିପୋର୍ଟ

ଦିନ ୨ଟା ୩୦ରେ ଆରମ୍ଭ ହେବ ରାଜ୍ୟସଭା ଗୃହକାର୍ଯ୍ୟ

ରାଜ୍ୟସଭାରେ ଉପସ୍ଥାପିତ ହେବ ଆର୍ଥିକ ସର୍ବେକ୍ଷଣ ରିପୋର୍ଟ

Budget Session Of Parliament Begins Today Economic Survey Report
File PIC

ଆର୍ଥିକ ସର୍ଭେ କଣ ?

ଆର୍ଥିକ ସର୍ବେକ୍ଷଣ ରିପୋର୍ଟରେ ଗତ ବର୍ଷକ ମଧ୍ୟରେ ଦେଶର ଅର୍ଥନୀତିର ସମସ୍ତ ତଥ୍ୟ ଥାଏ । ଆଉ ଆର୍ଥିକ ସର୍ଭେ ରିପୋର୍ଟରେ ଦେଶର ଜିଡିପି ଆକଳନ କରାଯାଏ । ଗତବର୍ଷ ମଧ୍ୟରେ ହୋଇଥିବା ବିକାଶର ମଧ୍ୟ ସମୀକ୍ଷା କରାଯାଏ । ଏହାଛଡ଼ା ଆଗାମୀ ଦିନ ପାଇଁ ଆର୍ଥିକ ସର୍ଭେରେ ରହିଥାଏ ପରାମର୍ଶ ।

କାଲି ଆସିବ ବଜେଟ୍

ଅଧିବେଶନର ଦ୍ୱିତୀୟ ଦିନ ଅର୍ଥାତ୍ ଫେବ୍ରୁଆରୀ ୧ ତାରିଖରେ ଆସିବ କେନ୍ଦ୍ରୀୟ ବଜେଟ୍ । ୨୦୨୨-୨୩ ଆର୍ଥିକ ବର୍ଷ ଲାଗି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ବଜେଟ୍ ଉପସ୍ଥାପନ କରିବେ । ସେହିଦିନ ରାଜ୍ୟସଭା କାର୍ଯ୍ୟ ବଜେଟ୍ ଅଭିଭାଷଣ ସରିବାର ୧ ଘଣ୍ଟା ପରେ ଆରମ୍ଭ ହେବ । କରୋନା କଟକଣା ଭିତରେ ସାଂସଦଙ୍କ ଲାଗି ସମସ୍ତ ବ୍ୟବସ୍ଥା କରାଯାଇଛି । ଚଳିତ ବଜେଟ୍ ଅଧିବେଶନରେ ମୋଟ ୨୮ଟି ବୈଠକ ହେବ । ପ୍ରଥମ ପର୍ଯ୍ୟାୟରେ ୧୦ଟି ବୈଠକ ଓ ଦ୍ୱିତୀୟ ପର୍ଯ୍ୟାୟରେ ୧୯ଟି ବୈଠକ ହେବ ।

ସରଗରମ ହେବ ସଂସଦ

ପାଞ୍ଚ ରାଜ୍ୟରେ ବିଧାନସଭା ନିର୍ବାଚନ ହେଉଥିବା ବେଳେ ସଂସଦର ବଜେଟ୍ ଅଧିବେଶନ ଆରମ୍ଭ ହେଉଛି । ସରକରଙ୍କୁ ଘେରିବାକୁ ବିରୋଧୀଙ୍କ ହାତରେ ପେଗାସସ୍ ଭଳି ପ୍ରସଙ୍ଗ ରହିଛି । ଏହାଛଡ଼ା ମୁଖ୍ୟ ବିରୋଧୀ ଦଳ କଂଗ୍ରେସ କରୋନା ପ୍ରଭାବିତ ପରିବାର ଲାଗି ପ୍ୟାକେଜ୍, ଦରବୃଦ୍ଧି, ବେରୋଜଗାରୀ, କୃଷକଙ୍କ ପ୍ରସଙ୍ଗ, ସୀମାରେ ଚୀନ ସହ ଗତିରୋଧ ଆଦି ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିଛି ।

ସର୍ବାଧିକ ଗ୍ରାଣ୍ଡସ୍ଳାମ୍ ଜିତି ରେକର୍ଡ କଲେ ରାଫେଲ ନାଡାଲ

ସିଡନୀ: ରାଫେଲ ନାଡାଲ ଜିତିଲେ ୨୧ତମ ଗ୍ରାଣ୍ଡସ୍ଲାମ । ଅଷ୍ଟ୍ରେଲିଆନ ଓପନ ଜିତି ଇତିହାସ ରଚିଲେ ରାଫେଲ ନାଡାଲ । ୨୧ତମ ଗ୍ରାଣ୍ଡସ୍ଲାମ ଜିତି ଦୁନିଆର ସର୍ବାଧିକ ଗ୍ରାଣ୍ଡସ୍ଲାମ ଜିତିବାର ରେକର୍ଡ ନିଜ ନାମରେ କରିଛନ୍ତି ରାଫେଲ । ୩୫ ବର୍ଷୀୟ ନାଡାଲ ମେଲବର୍ଣ୍ଣରେ ଖେଳାଯାଇଥିବା ଫାଇନାଲ୍‌ ମ୍ୟାଚ୍‌ରେ ରୁଷର ଡାନିଲ ମେଦଭେଦେଭଙ୍କୁ ସଂଘର୍ଷପୂର୍ଣ୍ଣ ମୁକାବିାଲରେ ୨-୬, ୬-୭, ୬-୪, ୬-୪, ୭-୫ ସେଟ୍‌ରେ ପରାସ୍ତ କରିଛନ୍ତି । ଏହି ମୁକାବିଲା ଦୀର୍ଘ ୫ ଘଣ୍ଟା ୨୪ ମିନିଟ୍ ଧରି ଚାଲିଥିଲା ।

ମେଦଭେଦେଭ ପ୍ରଥମ ଦୁଇଟି ସେଟ୍‌କୁ ୬-୨, ୭-୬ରେ ଜିତି ଅଗ୍ରଣୀ ହାସଲ କରିଥିଲେ । ତେବେ ନାଡାଲ ଦମଦାର ପ୍ରତ୍ୟାବର୍ତ୍ତନ କରି ପରବର୍ତ୍ତୀ ଦୁଇଟି ସେଟ୍‌ ୬-୪, ୬-୪ରେ ଜିତି ମ୍ୟାଚ୍‌କୁ ବରାବର ସ୍ଥିତିକୁ ଆଣିଥିଲେ । ଏହା ପରେ ପଞ୍ଚମ ସେଟ୍ ରୋମାଞ୍ଚକର ରହିଥିଲା । ଏଥିରେ ନାଡାଲ ନିଜ ଅଭିଜ୍ଞତା ବଳରେ ୭-୫ ସେଟ୍ରେ ଜିତି ଟାଇଟଲ୍ ନିଜ ନାମରେ କରିଛନ୍ତି ।

ଏଥିସହିତ ପଢ଼ନ୍ତୁ: ପ୍ରଚାର ବେଳେ ଲାେକଙ୍କୁ ଟଙ୍କା ବାଣ୍ଟୁଛନ୍ତି ସରପଞ୍ଚ ପ୍ରାର୍ଥୀ: ଭିଡିଓ ଭାଇରଲ୍

ପ୍ରଚାର ବେଳେ ଲାେକଙ୍କୁ ଟଙ୍କା ବାଣ୍ଟୁଛନ୍ତି ସରପଞ୍ଚ ପ୍ରାର୍ଥୀ: ଭିଡିଓ ଭାଇରଲ୍

ବଲାଙ୍ଗୀର: ପଞ୍ଚାୟତ ନିର୍ବାଚନରେ ଖୁଲମଖୁଲା ଟଙ୍କା ବାଣ୍ଟୁଛନ୍ତି ସରପଞ୍ଚ ପ୍ରାର୍ଥୀ । ପ୍ରଚାର ବେଳେ ଭୋଟରଙ୍କ ହାତରେ ଧରାଇ ଦେଉଛନ୍ତି ୫ ଶହ ଟଙ୍କିଆ ନୋଟ୍‌ । ପକେଟରେ ବି ଧରିଛନ୍ତି ବିଡ଼ା ବିଡ଼ା ଟଙ୍କା । ବଲାଙ୍ଗୀର ବଙ୍ଗୋମୁଣ୍ଡା ବ୍ଲକ ଠେମେରା ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଲକ୍ଷ୍ମୀକାନ୍ତ ବାଗଙ୍କ ବିରୋଧରେ ଆସିଛି ଏଭଳି ଅଭିଯୋଗ । ଯାହାର ଭିଡିଓ ମଧ୍ୟ ଏବେ ସୋସିଆଲ ମଡିଆରେ ଭାଇରାଲ ହୋଇଛି । ଏପରକି ନିଜ ହ୍ୱାଟସ୍‌ଆପ୍ ଷ୍ଟାଟସ୍‌ରେ ପ୍ରଚାର ଓ ଟଙ୍କା ବାଣ୍ଟିବାର ଭିଜୁଆଲ ସେୟାର କରିଛନ୍ତି ଲକ୍ଷ୍ମୀକାନ୍ତ ।

ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ନିର୍ବାଚନ କମିଶନଙ୍କ ସ୍ପଷ୍ଟ ନିର୍ଦ୍ଦେଶ ଥିଲେ ହେଁ ଆଦର୍ଶ ଆଚରଣ ବିଧିକୁ ଜଳାଞ୍ଜଳି ଦେଇ ଟଙ୍କା ବାଣ୍ଟିଛନ୍ତି ଲକ୍ଷ୍ମୀକାନ୍ତ । ପୂର୍ବରୁ ମଧ୍ୟ ପିସି କାରବାରକୁ ନେଇ ଲକ୍ଷ୍ମୀକାନ୍ତ ବିବାଦ ଘେରରେ ଥିଲେ । ତାଙ୍କ ସ୍ତ୍ରୀ ସରପଞ୍ଚ ଥିବା ବେଳେ ଲକ୍ଷ୍ମୀକାନ୍ତ ବିରୋଧରେ ଅନେକ ଅନିୟମିତତା ଅଭିଯୋଗ ଆସିଥିଲା  ।

ମନରେଗା କାମ ବାବଦକୁ ଠିକାଦାର ଠାରୁ ଲକ୍ଷ୍ମୀକାନ୍ତ ୩୦ ହାଜର ଟଙ୍କା ପିସି ନେଉଥିବା ଭିଡିଓ ଭାଇରାଲ ହୋଇଥିଲା  । ଏନେଇ ଜିଲ୍ଲା ପ୍ରଶାସନ ତରଫରୁ ତଦନ୍ତ ଚାଲିଥିବା ବେଳେ, ଚଳିତ ନିର୍ବାଚନ ଠେମେରା ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି ଲକ୍ଷ୍ମୀକାନ୍ତ । ତେବେ ପୁଣି ଖୁଲମଖୁଲା ଟଙ୍କା ବାଣ୍ଟୁଥିବାରୁ ନିର୍ବାଚନରେ ନିରପେକ୍ଷତା ନେଇ ପ୍ରଶ୍ନ ଉଠାଇଛନ୍ତି ବୁଦ୍ଧିଜୀବୀ । ସେପଟେ ଏନେଇ ଲକ୍ଷ୍ମୀକାନ୍ତଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ  ।

 

ଏଥିସହିତ ପଢ଼ନ୍ତୁ: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ: ସମିତ୍ୟ ସଭ୍ୟ ନେଇ ପ୍ରାର୍ଥୀ ହୋଇଛନ୍ତି ଗୋଟିଏ ପରିବାରର ୭ ସଦସ୍ୟ