୨୬ଦିନର ୟୁକ୍ରେନ ଓ ରୁଷ ଯୁଦ୍ଧ, ୟୁକ୍ରେନ୍‌ ଉପରେ ଆକ୍ରମଣ କରି ଏବେ ସନ୍ତୁଷ୍ଟ ନାହିଁ ଋଷ୍‌

କିଭ୍: ୟୁକ୍ରେନ୍‌ ଉପରେ ଆକ୍ରମଣ କରି ବି ସନ୍ତୁଷ୍ଟ ନାହିଁ ଋଷ୍‌ । ପୁରା ଦେଶକୁ ହାତେଇବାରେ ବିଫଳ । ପ୍ଲାନ ବି ଆରମ୍ଭ କରିବାକୁ ଯୋଜନା କରୁଛନ୍ତି ପୁଟିନ୍‌  । ଯେଉଁ ଗତିରେ ଋଷ୍‌ ସେନା ଆକ୍ରମଣ କରିଥିଲେ ସେହି ଗତିରେ ଆଉ ଅନ୍ୟ ଅଞ୍ଚଳକୁ ଅକ୍ତିଆର କରିବାକୁ ଆଗଭର ହେଉନାହାନ୍ତି ଋଷ୍‌ ସେନା  । ସେମାନେ ଯଥାଶିଘ୍ର ପ୍ଲାନ ବି ଆଧାରରେ ପଦକ୍ଷେପ ନେବେ ବୋଲି ଅନୁମାନ କରିଛି ଆମେରିକା  ।

Russian Military Centers In North Kiev Of Ukraine

୨୬ଦିନର ୟୁକ୍ରେନ ଓ ରୁଷ ଯୁଦ୍ଧ ପହଞ୍ଚିଥିବା ବେଳେ ଧ୍ୱଂସ୍ତସ୍ତୁପ ପାଲଟିଯାଇଛି ୟୁକ୍ରେନ । ଜନବସତିଠାରୁ ଆରମ୍ଭ କରି ଶିକ୍ଷାନୁଷ୍ଠାନ ପର୍ଯ୍ୟନ୍ତ ସବୁ ଛାରଖାର ହୋଇଯାଇଛି । ଜୋରଦାର ଆକ୍ରମଣ କରୁଛନ୍ତି ପୁଟିନ ସେନା । ଗତକାଲି ସୁମିରେ ଥିବା କେମିକାଲ ପ୍ଲାଣ୍ଟ ଉପରେ ରୁଷ ସେନା ପକ୍ଷରୁ ପ୍ରଚଣ୍ଡ ଗୁଳିମାଡ କରାଯାଇଛି । ଫଳରେ ବିଷାକ୍ତ ଆମୋନିଆ ଗ୍ୟାସ୍ ଲିକ୍ ହେଉଥିବା ଜଣାପଡିଛି । ଏହାର ପ୍ରଭାବ ୫ କିଲୋମିଟର ପର୍ଯ୍ୟନ୍ତ ଅନୁଭୂତ ହେଉଛି । ଲୋକଙ୍କ ଉପରେ ଏହାର କୁପ୍ରଭାବ ପଡ଼ିବାର ଆଶଙ୍କା ରହିଛି । ତେଣୁ ଲୋକଙ୍କୁ ବନ୍ଦ ଘରେ ଓ ଅଣ୍ଡରଗ୍ରାଉଣ୍ଡ ସେଲଟରରେ ରହିବା ପାଇଁ କୁହାଯାଇଛି । ଆବଶ୍ୟକ ହେଲେ ତୁରନ୍ତ ଗାଧୋଇବା ପାଇଁ ମଧ୍ୟ ଲୋକଙ୍କୁ କୁହାଯାଇଛି ।

Curfew Imposed In Ukraine Capital Kiev Russia War

ଆକ୍ରମଣ କରି ରାଜଧାନୀ କିଭ ଓ ଖାରକିଭକୁ ମାଟିରେ ମିଶାଇ ସାରିଥିବା ପୁଟିନ ସେନା ଏବେ ମାରିୟୁପୋଲ ସହରକୁ ନିଜ କବଜାକୁ ନେବାକୁ ଚେଷ୍ଟା ଚଳାଇଛି ରୁଷ ସେନା । ଏପଟେ ୟୁକ୍ରେନ୍‌କୁ ସମର୍ଥନ ଦେବା ପାଇଁ ପୋଲାଣ୍ଡ ଯାଇ ନାଟୋ ସଦସ୍ୟ ରାଷ୍ଟ୍ରଙ୍କ ସହ ଆଲୋଚନା କରିବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌  ।