ଆଜି ସ୍ଥଳଭାଗ ଛୁଇଁବ ବାତ୍ୟା, ୨୫ ପରେ କଲବଲ କରିବ ଖରା

1 min read

ଭୁବନେଶ୍ୱର: ଆଜି ମଧ୍ୟାହ୍ନରେ ବାଂଲାଦେଶ ଏବଂ ମିଆଁମାର ଉପକୂଳରେ ସ୍ଥଳଭାଗ ଛୁଇଁବ ବାତ୍ୟା । ତେବେ ଏହାର ପ୍ରଭାବ ଓଡ଼ିଶାରେ ପଡ଼ିବନି ବୋଲି ସ୍ପଷ୍ଟ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ତେବେ ଆଜି ଉତ୍ତର, ପୂର୍ବ ଓ ଦକ୍ଷିଣ ଓଡ଼ିଶାର ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ବିଶେଷକରି ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢ଼େଙ୍କାନାଳ, ବାଲେଶ୍ୱର ଆଦି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ୨୫ ତାରିଖ ପର୍ଯ୍ୟନ୍ତ ଏପରି ବର୍ଷା ଲାଗି ରହିବ ବୋଲି କହିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ତେବେ ବାତ୍ୟା ପରେ ଆଗକୁ ମାଡ଼ି ଆସୁଛି ଅସହ୍ୟ ତାତି । ୩ ରୁ୪ ଦିନ ମଧ୍ୟରେ ତାତି ବଢ଼ିବ ବୋଲି ସତର୍କ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସ୍ୱାଭାବିକଠାରୁ ୪ରୁ ୫ ଡିଗ୍ରୀ ତାପମାତ୍ରା ବଢ଼ିବାର ସମ୍ଭାବନା ରହିଛି । ଆଭ୍ୟନ୍ତରୀଣ ଓଡ଼ିଶାରେ ରେକର୍ଡ ହୋଇପାରେ ୪୪ ଡିଗ୍ରୀ ତାପମାତ୍ରା । ବର୍ତ୍ତମାନ ପାଣିପାଗର କୌଣସି ସିଷ୍ଟମ ନଥିବାରୁ ପାଗ ମୁଖ୍ୟତଃ ଶୁଖିଲା ରହିବ ।