କମିଶନରେଟ୍ ପୋଲିସ ହାତରେ ବିହାରର ନଟ୍ ଗ୍ୟାଙ୍ଗ: କଶ୍ମୀରରୁ କନ୍ୟାକୁମାରୀ ସବୁଠି ଲୁଟିଛନ୍ତି

ଭୁବନେଶ୍ୱର: କମିଶନରେଟ ପୋଲିସ କବଜାରେ ବିହାରର ନଟ୍ ଗ୍ୟାଙ୍ଗ । ବୁଲଟେରେ ଭାରତ ବୁଲି କରୁଥିଲେ ଲୁଟତରାଜ । ଟାର୍ଗେଟରେ ଥିଲା ବ୍ୟାଙ୍କରୁ ଟଙ୍କା ଉଠାଉଥିବା ଲୋକ । ଧୁମ ଷ୍ଟାଇଲରେ ଗ୍ୟାଙ୍ଗ କରୁଥିଲା ଅପରେସନ । ଲୁଟେରା ମାନେ ଅଣ୍ଡର ମାଟ୍ରିକ୍ । କାଶ୍ମିରୀରୁ କନ୍ୟା କୁମାରୀ । ଆସାମରୁ ରାଜସ୍ଥାନ । ସାରା ଭାରତରେ ଚୋରା ବାଇକରେ ବୁଲି ବୁଲି ଲୁଟ କରୁଥିଲେ । ଗିରଫ ହୋଇଥିବା ନଟ୍‌ ଗ୍ୟାଙ୍ଗରୁ ଦୁଇ ଜଣ ସଦସ୍ୟ ହେଲେ ବାଦଲ ଗୋୱାଲ ଓ ଅନିକେତ ଦାଶ ।

ଦୁଇ ଜଣଙ୍କ ଘର ହେଉଛି ବିହାର ଜିଲ୍ଲା କଟିହାରର କେଢା ଗାଁରେ । ଆଉ କେଢା ଗାଁ ଚୋରି ପାଇଁ ପ୍ରସିଦ୍ଧ । ଆଜି ଦୁଇ ଜଣଙ୍କୁ କୁଆଖାଇ ନିକଟରୁ ଧରିଛି ସ୍ପେଶାଲ ସ୍କ୍ୱାଡ୍ । ଲୁଟ ଟଙ୍କାରେ ବିଳାସପୂର୍ଣ୍ଣ ହୋଟେଲେ ରହି କରୁଥିଲେ ମଉଜ । ଘରକୁ ମାସିକ ୧୦ରୁ ୧୫ ହଜାର ଟଙ୍କା ଦେଉଥିଲେ ।

ଭୁବନେଶ୍ୱରରୁ ୫, ୬ ଓ ୧୦ ତାରିଖରେ ଲୋକ ମାନେ ବ୍ୟାଙ୍କରୁ ଟଙ୍କା ଉଠାଇ ଘରକୁ ଫେରୁଥିବା ବେଳେ ଏହି ଗ୍ୟାଙ୍ଗ ଟାର୍ଗେଟ କରି ୧୦ ଲକ୍ଷରୁ ଅଧିକ ଟଙ୍କା ଛଡାଇ ନେଇଥିଲେ । ଏହି ଗ୍ୟାଙ୍ଗକୁ ଧରିବା ପାଇଁ ସ୍ପେଶାଲ ସ୍କ୍‌ଡ୍, ଟିମ ୬୦, ପିଓପିଡି ଓ ସମସ୍ତ ଥାନାକୁ ନେଇ ଗଠିତ ହୋଇଥିଲା ଟିମ । ଏପରିକି ଗତ ୧୦ ତାରିଖରେ ଚନ୍ଦ୍ରଶେଖପୁର ଅଞ୍ଚଳରୁ ଲୁଟରା ଖସି ପଳାଉଥିବା ବେଳେ ପୋଲିସ ଟିମ ପିଛା କରି ପିପିଲି ପର୍ଯ୍ୟନ୍ତ ଗୋଡାଇଥିଲା ।

ଟୋଲ ଗେଟ ପାର କରି ପୁରୀ ପଳାଇଥିଲେ ଦୁଇ ଜଣିଆ ଗ୍ୟାଙ୍ଗ । ଭୁବନେଶ୍ୱର ପୋଲିସ ପିଛା କରୁଥିବା ଜାଣିବା ପରେ ରାଉରକେଲା ଯାଇ ଲୁଟ କରିଥିଲେ । ଆଜି ଟଙ୍କା ନେଇ ଦୁଇ କାର ଭଡ଼ା କରି ହାୱଡା ଯିବା ପାଇଁ ଚଷ୍ଟା କରୁଥିବା ବେଳେ ମାଡ଼ି ବସିଥିଲା ପୋଲିସ । ସେପଟେ ଆଉ ଦୁଇଜଣ ଲୁଟେରା ୧୮ ଲକ୍ଷ ଟଙ୍କା ଧରି ବାଇକରେ ଫେରାର ହୋଇ ଯାଇଛନ୍ତି ।
ଦୁଇ ଜଣ ଲୁଟେରା ଠାରୁ ଏକ ଲକ୍ଷ ୬୦ ହଜାର ଟଙ୍କା, ୩ଟି ମୋବାଇଲ ଓ ଆଧାର କାର୍ଡ଼ ଜବତ ହୋଇଛି । ସେପେଟ ଭାରତରେ ଯେଉଁ ହୋଟେଲରେ ରହୁଥିଲେ ଫେକ ଆଇଡି ଦେଇ ରହୁଥିଲେ । ଏ ନେଇ ଭୁବନେଶ୍ୱର ସମସ୍ତ ହୋଟେଲ ମାଲିକମାନଙ୍କୁ ସରାଇ ନିୟମ ଅନୁସାରେ ପୋଲିସକୁ ଲୋକଙ୍କ ତଥ୍ୟ ଦେବାକୁ ପୋଲିସ ଅପିଲ କରିଛି ।