ସହର ଦଖଲ ପାଇଁ ଶେଷ ପ୍ରୟାସ, ଆଜି ସନ୍ଧ୍ୟାରେ ସରିବ ପ୍ରଚାର

ଭୁବନେଶ୍ୱର: ଶେଷ ସମୟରେ ପୌର ପ୍ରଚାର । ଆଜି ପୌର ନିର୍ବାଚନ ପ୍ରଚାର ପାଇଁ ଶେଷ ଦିନ । ଆଜି ସନ୍ଧ୍ୟା ୫ଟାରେ ସରିବ ପ୍ରଚାର । ଏହା ପରେ କୌଣସି ପ୍ରାର୍ଥୀ, ରାଜନୈତିକ ଦଳ କୌଣସି ପ୍ରକାର ସଭା ସମିତି, ପ୍ରଚାର ଆଦି କରିପାରିବେ ନାହିଁ । ଆସନ୍ତା ୨୪ ତାରିଖରେ ରାଜ୍ୟର ୫୯ ଏନଏସି, ୪୭ଟି ପୌର ପରିଷଦ ଏବଂ ୩ଟି ମହାନଗର ନିଗମର ନେତା ବାଛିବେ ସହରିଆ । ତେବେ ପ୍ରଚାରର ଶେଷ ଦିନରେ ମଇଦାନରେ ପ୍ରାର୍ଥୀ ଜୋରଦାର କସରତ କରୁଛନ୍ତି । ସବୁ ଦଳର ହେଭିଓ୍ୱେଟ୍ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଜୋରସୋରରେ ପ୍ରଚାର କରୁଛନ୍ତି ।

୩ ମହାନଗର ନିଗମରେ ଦେଖାଦେଇଛି ହାଇଭୋଲଟେଜ୍ କ୍ୟାମ୍ପେନିଂ । ସବୁ ଦଳର ତୁଙ୍ଗ ନେତାମାନେ ପ୍ରଚାରରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗୁଛନ୍ତି । ବିଜେଡି ଘରଘର ବୁଲି ଭୋଟ ମାଗୁଥିବା ବେଳେ ବିରୋଧୀ ମଧ୍ୟ ପଛରେ ନାହାନ୍ତି । ତେବେ ବିକାଶ ପାଇଁ ବିଜେଡି ସପକ୍ଷରେ ଅଧିକ ଜନମତ ଥିବା ଦେଖିବାକୁ ମିଳୁଛି । ବିରୋଧୀ ମଧ୍ୟ ଶାସକ ଦଳକୁ ଟକ୍କର ଦେବାକୁ ରଣନୀତି କରୁଛନ୍ତି ।