spot_img
Home Blog Page 4580

ଖୋଲୁଛି ରସିକିଆ ନକଲି ଡାକ୍ତରଙ୍କ ଗୁମର, ୧୭ ନୁହେଁ ଅଧିକ ବିବାହ ପାଇଁ କରିଥିଲେ ତାରିଖ ଫିକ୍ସ

ଭୁବନେଶ୍ୱର: ଖୋଲୁଛି ରସିକିଆ ଠକ ଡାକ୍ତର ରମେଶ ସ୍ବାଇଁଙ୍କ ଗୁମର । MBBS ନୁହେଁ ସେ ହେଉଛନ୍ତି ଦଶମ ଫେଲ । ତଦନ୍ତ ପରେ ଏମିତି କିଛି ତଥ୍ୟ ଲାଗିଛି ପୋଲିସ ହାତରେ । ରମେଶ ଦଶମ ଫେଲ ବୋଲି ତାଙ୍କ ପରିବାର ଲୋକଙ୍କଠାରୁ ସୂଚନା ମିଳିଛି । ୧୭ ଜଣ ପତ୍ନୀଙ୍କ ପରେ ଅନେକ ମହିଳାଙ୍କୁ ବିବାହ ପାଇଁ ତାରିଖ ଫିକ୍ସ କରିଥିଲେ ନକଲି ଡାକ୍ତର ରମେଶ ସ୍ୱାଇଁ । ଅନ୍ୟପକ୍ଷରେ ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ଅସଲି କାରନାମା ଜାଣିବ ପରେ ଗୌହାଟିର ଜଣେ ମହିଳା ଡାକ୍ତରାଣୀ ଅଚେତ ହୋଇପଡ଼ିଥିଲେ ।

ସେପଟେ ରମେଶଙ୍କ ବିରୋଧରେ ବଢୁଛି ଠକେଇ ଅଭିଯୋଗ ସଂଖ୍ୟା । କଟକର ଜଣେ ଡାକ୍ତରଙ୍କ ପୁଅଙ୍କୁ ଲକ୍ଷ୍ନୌରେ ଏମବିବିଏସ ଆଡମିଶନ କରେଇ ଦେବାକୁ କହି ୬୦ ହଜାର ଠକେଇ ଅଭିଯୋଗ । ଏହାସହ ବଡମ୍ବା ନରସିହଂପୁରରେ ଏକ କ୍ଲିନିକ ଖୋଲି କିଛି ମହିଳାଙ୍କୁ ଠକେଇଥିବା ଅଭିଯୋଗ ହୋଇଛି ।

ଏହା ପୂର୍ବରୁ ମଧ୍ୟ ରମେଶଙ୍କୁ ଗିରଫ କରି ସାରିଛି ପୋଲିସ । ୨୦୦୬ରେ କେରଳ ଏର୍ନାକୁଲମ୍ ପୋଲିସ ରମେଶକୁ ଗିରଫ କରିଥିଲା । ୧୩ଟି ବ୍ୟାଙ୍କରୁ ୧ କୋଟି ଠକିଥିବା ଅଭିଯୋଗରେ ଗିରଫ ହୋଇଥିଲା । ତା’ ପାଖରୁ ୧୨୮ଟି ନକଲି ଆଇ କାର୍ଡ ମିଳିଥିଲା । କେନ୍ଦ୍ର ସରକାରଙ୍କ ମିନିଷ୍ଟ୍ରି ଅଫ ହେଲ୍ଥରେ ଡେପୁଟୀ ଡାଇରେକ୍ଟର ଥିବା କହି ଠାକୁଥିଲା । ଛାତ୍ରଙ୍କୁ MBBS କରେଇବା କହି ୨ କୋଟି ଠକିଥିବା ଅଭିଯୋଗରେ ୨୦୧୧ ରେ ହାଇଦ୍ରାବାଦ ଟାସ୍କ ଫୋର୍ସ ଗିରଫ କରିଥିଲା।

ଗଞ୍ଜାମରେ ଗୃହବନ୍ଦୀ ଯୁବତୀ, ଜୀବନ ବଞ୍ଚାଇବାକୁ ଟ୍ୱିଟ୍ କରି ଆକୁଳ ନିବେଦନ

ବ୍ରହ୍ମପୁର: ମୋତେ ଶୀଘ୍ର ସାହାଯ୍ୟ କର । ଜଲଦି ଉଦ୍ଧାର କର… କେତେବେଳେ ବି ମୋ ଜୀବନ ଯାଇପାରେ । ଘଣ୍ଟାଏ ଭିତରେ ଏମିତି ଏକାଧିକ ଟ୍ୱିଟ୍ କରିଛନ୍ତି ଜଣେ ଯୁବତୀ । ଟ୍ୱିଟର ଆକାଉଣ୍ଟରେ ତାଙ୍କ ନାଁ ସଞ୍ଜୁକ୍ତା ସାହୁ ଉଲ୍ଲେଖ ଥିବାବେଳେ ସେ ବ୍ରହ୍ମପୁରର ଗୋଦାବରୀଶ ନଗରରେ ବନ୍ଦୀ ଥିବା ଅଭିଯୋଗ କରିଛନ୍ତି ।

ଟ୍ୱିଟ୍ କରି ସେ ଲେଖିଛନ୍ତି, ମୋତେ ସାହାଯ୍ୟ କରନ୍ତୁ । ଯଦି ଟିକିଏ ବି ବିଳମ୍ବ ହୁଏ ସେ ମୋତେ ମାରି ଦେବ । ଏପରିକି ସେ ତାଙ୍କ ସମସ୍ୟାକୁ ନେଇ ଗଞ୍ଜାମ ଜିଲ୍ଲାପାଳଙ୍କୁ ବ୍ୟକ୍ତିଗତ ତଥ୍ୟ ଇମେଲ୍ ମାଧ୍ୟମରେ ପଠାଇଥିବା ଲେଖିଛନ୍ତି । ତାଙ୍କୁ ନ୍ୟାୟ ଦରକାର । ବଳପୂର୍ବକ ଭାବେ କେବି ତାଙ୍କୁ ଘରେ ବନ୍ଦୀ କରି ରଖିବା ସହ ଶୋଷଣ କରୁଥିବା ସେ ଟ୍ୱିଟ୍ କରିଛନ୍ତି ।

ବିଜେପି ଶାସନରେ ବଢ଼ିଛି ବେରୋଜଗାରୀ: ମନମୋହନ ସିଂ

ଚଣ୍ଡିଗଡ଼: ପାଞ୍ଚ ରାଜ୍ୟରେ ବିଧାନସଭା ନିର୍ବାଚନକୁ ନେଇ ସାରା ଦେଶରେ ରାଜନୈତିକ ଉଷ୍ମତା ଲାଗି ରହିଛି । ବିଶେଷ କରି କଂଗ୍ରେସ ବିଜେପି ମଧ୍ୟରେ ଆରୋପ ପ୍ରତ୍ୟାରୋପ ଲାଗି ରହିଛି । ତେବେ ଦୀର୍ଘଦିନ ପରେ ମୌନ ବ୍ରତ ଭାଙ୍ଗି ଏସବୁ ନେଇ ମୁହଁ ଖୋଲିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବରିଷ୍ଠ ଅର୍ଥନୈତିଜ୍ଞ ଡ. ମନମୋହନ ସିଂହ । କେନ୍ଦ୍ର ସରକାରଙ୍କ ବିଭିନ୍ନ ନୀତିକୁ ସମାଲୋଚନା କରିବା ସହ ସରକାରଙ୍କ ଭୁଲ୍‌ ନିଷ୍ପତ୍ତି ଯୋଗୁ ଦେଶବାସୀ ଆର୍ଥିକ ଦୁରାବସ୍ଥା, ବେରୋଜଗାରୀ, ଦରଦାମ ବୃଦ୍ଧି ଆଦି ସମସ୍ୟା ଭୋଗୁଛନ୍ତି ।

ବିଜେପିର ସାଢ଼େ ୭ ବର୍ଷ ଶାସନ ଭିତରେ ଦେଶରେ ବେରୋଜଗାରୀ ବଢ଼ିଛି । ଦୈନନ୍ଦିନ ସାମଗ୍ରୀର ଦରଦାମ ବୃଦ୍ଧିକୁ ନେଇ ସାଧାରଣ ଲୋକେ ହୀନସ୍ତା ହେଉଛନ୍ତି । ନିଜ ଭୁଲକୁ ସ୍ୱୀକାର କରିବା ପରିର୍ବତ୍ତେ ବିଜେପି ନେତାମାନେ ଜବାହରଲାଲ ନେହେରୁଙ୍କ ଉପରେ ଦୋଷ ଲଦିବାରେ ବ୍ୟସ୍ତ ବୋଲି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ କହିଛନ୍ତି । ପଞ୍ଜାବରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂ ଚନ୍ନୀଙ୍କୁ ବଦନାମ କରିବାକୁ ଚେଷ୍ଟା କରାଯାଇଥିଲା । ବିଜେପି ଶାସନ ଆସିବା ପରେ ରାଷ୍ଟ୍ରାବାଦ ନାଁରେ ଦେଶରେ ବଢ଼ିଛି ସାମ୍ପ୍ରଦାୟିକ ଭେଦଭାବ । ସରକାରଙ୍କ ବିଦେଶ ନୀତି ସମ୍ପୂର୍ଣ୍ଣ ଭାବେ ଫେଲ୍ ମାରିଛି ବୋଲି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ କହିଛନ୍ତି ।

ବିଜେପିକୁ ବିଜେଡିର କାଉଣ୍ଟର, ହିଂସା ପଛରେ ବିଜେପିର ହାତ

ଭୁବନେଶ୍ୱର: ବିଜେପିର ପ୍ରେସମିଟକୁ କାଉଣ୍ଟର କଲା ବିଜେଡି । ବିଜେପିର ନିର୍ବାଚନୀ ହିଂସା ଅଭିଯୋଗକୁ କଡ଼ା ଜବାବ ଦେଲା ବିଜେଡି । ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ପ୍ରେସମିଟ୍ କରି ବିଜେପିର ଅଭିଯୋଗକୁ କଡା ସମାଲୋଚନା କରିଛନ୍ତି । ବିଜେଡି ଏକ ଶାନ୍ତିପ୍ରିୟ ଦଳ । ନିର୍ବାଚନରେ ହିଂସାର ନାହିଁ ସ୍ଥାନ । ହିଂସା ପଛରେ ବିଜେପିର ହାତ ରହିଛି । ନିର୍ବାଚନରେ ହାରିବା ଭୟରେ ବିଜେପି ଏପରି ଗୁଣ୍ଡାଗିରି କରୁଛି ବୋଲି କହିଛନ୍ତି ସସ୍ମିତ ପାତ୍ର । ନିର୍ବାଚନ ଆସିଲେ ବିଜେପି ରକ୍ତମୁଖା ହୋଇପଡ଼େ । ଓଡ଼ିଶା, ଓଡ଼ିଶାବାସୀ, ବିଜେଡି ଓ ମୁଖ୍ୟମନ୍ତ୍ରୀ ଶାନ୍ତିପ୍ରିୟ । ସବୁବେଳେ ବିଜେଡି ଲୋକଙ୍କ ସହ ରହିଥାଏ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ।

ନିର୍ବାଚନ ଆସିଲେ ବିଜେପି ଲୋକଙ୍କ ପାଖକୁ ଆସେ  । ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପୋଲିଂରେ ଦଳକୁ ପରାଜୟ ଆଶଙ୍କା ଘାରିଛି । ସେଥିପାଇଁ ପୁରୁଣା ରେକର୍ଡ ବଜାଉଛି ବୋଲି କହିଛନ୍ତି ସସ୍ମିତ । ଦଳର କେନ୍ଦ୍ରମନ୍ତ୍ରୀ ଓ ସାଂସଦ ମଧ୍ୟ ଗୁଣ୍ଡାଗିରି କରିବାକୁ ପଛାଉ ନାହାଁନ୍ତି । ଅଭିଯୋଗ କଲେ ଚୋର ମୁହଁ ଟାଣ ପରି କଥାକୁ ଏଡାଇ ଯାଉଛନ୍ତି । ଏହା କି ପ୍ରକାର ଲୋକସେବା ବୋଲି ପ୍ରଶ୍ନ କରିଛନ୍ତି ସସ୍ମିତ । ନିଜ ଦଳର ମହିଳା କର୍ମୀଙ୍କୁ ସାଂସଦ ଜୁଏଲ ଓରାମଙ୍କ ଦୁର୍ବ୍ୟବହାର ହେଉ କି ସରକାରୀ ଅଧିକାରୀଙ୍କୁ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁଙ୍କ ଆକ୍ରମଣ ବିଜେପିକୁ ବ୍ୟାକଫୁଟକୁ ଠେଲି ଦେଇଛି । ମହିଳାଙ୍କୁ ସମ୍ମାନ ନାରାବାଜି କରୁଥିବା ଦଳ ନିଜ ଦଳର ମହିଳା କର୍ମୀଙ୍କୁ ସୁରକ୍ଷା ଦେଇପାରୁନି । ୟୁପି ବିହାର ମଡେଲ ଆମଦାନୀ କରି ଓଡ଼ିଶାରେ ଆପ୍ଲାଏ କରିବାକୁ ବିଜେପି ମସୁଧା କରିଛି ବୋଲି କହିଛନ୍ତି ସସ୍ମିତ ପାତ୍ର ।

 

ରାଜ୍ୟରେ କରୋନା ସ୍ଥିତି ଦେଖି କଟକଣା କୋହଳ ପାଇଁ ନିଷ୍ପତ୍ତି ନିଆଯିବ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: କୋଭିଡ୍ କଟକଣା କୋହଳ ନେଇ ରାଜ୍ୟ ସରକାର ଭାବିଚିନ୍ତି ନିଷ୍ପତ୍ତି ନେବେ । ରାଜ୍ୟରେ କୋଭିଡ୍ ସ୍ଥିତି ଦେଖି କଟକଣା କୋହଳ ଲାଗି କେନ୍ଦ୍ରର ନିର୍ଦ୍ଦେଶ ପରେ ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ନିଜ ରାଜ୍ୟର କୋଭିଡ୍ ସ୍ଥିତିକୁ ଦୃଷ୍ଟିରେ ରଖି କିଛି ରାଜ୍ୟ ଅତିରିକ୍ତ କଟକଣା ଲଗାଇଛନ୍ତି । ନିୟମ କୋହଳ କରିବା ଲାଗି କେନ୍ଦ୍ର ସରକାରଙ୍କ ଯେଉଁ ଚିଠି ଆସିଛି, ତା’ ଉପରେ ରାଜ୍ୟ ସରକାର ଭାବିଚିନ୍ତି ନିଷ୍ପତ୍ତି ନେବେ । ୨ରୁ ୩ଟି ସ୍ଥାନରେ ଅଳ୍ପ ଅଧିକ ସଂକ୍ରମଣ ରହିଛି । ବର୍ତ୍ତମାନ ସ୍ଥିତିରେ ଭଲ ସ୍ଥିତିରେ ରହିଛି ଓଡ଼ିଶା । କିଛି ଦିନ ହେଲା ସଂକ୍ରମଣ ହଜାରେ ତଳେ ରହିଛି । ହସ୍ପିଟାଲିଟି ରେଟ୍ ମଧ୍ୟ କମ୍‌ । ଆଗକୁ ସ୍ଥିତି ଆହୁରି ସୁଧୁରିବ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର କହିଛନ୍ତି ।

ରାଜ୍ୟରେ ଏକାଧିକ ରୋଗରେ ଆକ୍ରାନ୍ତ ରୋଗୀଙ୍କ କ୍ଷେତ୍ରରେ ଅଧିକ ମୃତ୍ୟୁ ହେଉଛି । ଯାହା ଏବେ ମୋଟ ମୃତ୍ୟୁର ପ୍ରାୟ ୬୦ ଭାଗ । ଏହା ସହ ନିର୍ଦ୍ଦିଷ୍ଟ ସଂଖ୍ୟକ ଲୋକଙ୍କୁ ନେଇ ପଞ୍ଚାୟତ ନିର୍ବାଚନ ପ୍ରଚାର ଲାଗି ସରକାର ନିର୍ଦ୍ଦେଶ ଦେଇଛନ୍ତି । ଯଦି ତାହା ନମାନିବା, ତେବେ ସଂକ୍ରମଣ ପୁଣି ବଢ଼ିବାର ଆଶଙ୍କା ଅଛି ବୋଲି ସ୍ୱାସ୍ଥ୍ୟ ଡାକ୍ତର ବିଜୟ ମହାପାତ୍ର କହିଛନ୍ତି ।

ଭିଜିଲାନ୍ସ ଇତିହାସରେ ପ୍ରଥମ, ଡାକ୍ତରଙ୍କ ଘରୁ କୋଟିଏରୁ ଅଧିକ ନଗଦ ଟଙ୍କା ଜବତ

ଭୁବନେଶ୍ୱର: ଭିଜିଲାନ୍ସ ଇତିହାସରେ ରେକର୍ଡ । ଡାକ୍ତରଙ୍କ ସମ୍ପତ୍ତି ଦେଖି ଜଳକା ହେଇଗଲେ ଭିଜିଲାନ୍ସ ଅଧିକାରୀ । ଗିରଫ ହୋଇଛନ୍ତି କାକଟପୁର ଚାରିଛକରେ କାର୍ଯ୍ୟରତ ଡାକ୍ତର ସୁକାନ୍ତ ଜେନା । ସାରା ରାତି ଡାକ୍ତରଙ୍କ ଘରେ ଚାଲିଥିଲା ଟଙ୍କା ଗଣା । ଲାଞ୍ଚ ନେବା ବେଳେ ଧରାପଡ଼ିବା ପରେ ଖୋଲିଛି ଡାକ୍ତର ସୁକାନ୍ତ ଜେନାଙ୍କ କଳାଟଙ୍କାର ଗୁମର । ଭୁବନେଶ୍ୱର ପଟିଆରେ ରେଡ୍ କରି ବିଡ଼ାବିଡ଼ା ଟଙ୍କା ଜବତ କରିଛି ଭିଜିଲାନ୍ସ । ଏକା ସାଙ୍ଗରେ ଡାକ୍ତରଙ୍କ ଘରୁ ନଗଦ କୋଟିଏରୁ ଅଧିକ ଟଙ୍କା ଜବତ ହୋଇଛି । ଟଙ୍କାର ପରିମାଣ ଏତେ ଅଧିକ ଯେ, ଗଣିବାକୁ ଭୁବନେଶ୍ବର ପଟିଆସ୍ଥିତ ଘରେ ମେସିନ୍ ଲାଗିଥିଲା ।

ଅପରେସନ ପାଇଁ ପ୍ରସୂତିଙ୍କ ସମ୍ପର୍କୀୟଙ୍କଠାରୁ ଲାଞ୍ଚ ନେଉଥିବାବେଳେ ଡାକ୍ତର ସୁକାନ୍ତ ଜେନାଙ୍କୁ ଗିରଫ କରିଥିଲା ଭିଜିଲାନ୍ସ । ତାଙ୍କୁ ଗିରଫ କରିବା ପରେ ଭୁବନେଶ୍ବର ପଟିଆ ଘରେ ରେଡ୍ ଜାରି ରଖିଛି ଭିଜିଲାନ୍ସ । ଭିଜିଲାନ୍ସ ଇତିହାସରେ ଏତେ ପରିମାଣର ଟଙ୍କା କେବେ ଜବତ ହୋଇ ନଥିଲା । ଡାକ୍ତରଙ୍କ ଘରେ ଏବେ ବି ଚଢାଉ ଜାରି ରହିଛି । ରେଡ ପରେ ସାମ୍ନାକୁ ଆସିବ ଡାକ୍ତରବାବୁଙ୍କ କଳା ସମ୍ପତ୍ତିର ସମ୍ପୂର୍ଣ୍ଣ ତାଲିକା ।

ବରଫ ଉପରେ ହିମବୀରଙ୍କ କମାଲ୍, ୧୫ ହଜାର ଫୁଟ୍ ଉପରେ ମାଇନସ୍‌ ତାପମାତ୍ରାରେ କରୁଛନ୍ତି ଦେଶର ସୁରକ୍ଷା

ଉତ୍ତରାଖଣ୍ଡ: ବରଫ ଉପରେ ହିମବୀରଙ୍କ କମାଲ୍ । ମାଇନସ ତାପମାତ୍ରାରେ ଭାରତୀୟ ଆଇଟିବିପି ଯବାନଙ୍କ ପହରା । ଉତ୍ତରାଖଣ୍ଡ ହିମାଳୟ ପର୍ବତରେ ଥଣ୍ଡାକୁ ଖାତିର ନକରି ଦେଶର ସୁରକ୍ଷାକୁ ଗୁରୁତ୍ବ ଦେଉଛନ୍ତି ଯବାନ । ୧୫ ହଜାର ଫୁଟ ଉପରେ ଆଇଟିବିପି ଯବାନ ସୁରକ୍ଷାରେ ନିୟୋଜିତ ହୋଇଛନ୍ତି । କାନ୍ଧରେ ବନ୍ଧୁକ, ହାତରେ ବାଡି ଧରି ଆଣ୍ଠୁଏ ଉଚ୍ଚର ବରଫକୁ କାଟି କାଟି ଆଗକୁ ବଢିଚାଲିଛନ୍ତି ଯବାନ । ଦେଶର ମୁଖ୍ୟ ଅର୍ଦ୍ଧସାମରିକ ବଳ ହେଉଛି ଆଇଟିବିପି ଯବାନ । ୧୯୬୨ରେ ଗଠନ ହୋଇଥିବା ଆଇଟିବିପିକୁ ହିମବୀର ବୋଲି ମଧ୍ୟ କୁହାଯାଏ ।

ବ୍ରାଜିଲରେ ପ୍ରବଳ ବର୍ଷା, ଭୂସ୍ଖଳନରେ ୭୮ ମୃତ

ରିଓ ଡି ଜେନେରିଓ: ବ୍ରାଜିଲରେ ପ୍ରବଳ ବର୍ଷା ଓ ବନ୍ୟା । ଲଗାତାର ତିନି ଦିନ ବର୍ଷା ପରେ ବଡ଼ ଧରଣର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ପ୍ରବଳ ବର୍ଷା ଫଳରେ ଭୂସ୍ଖଳନ ମଧ୍ୟ ହୋଇଛି । ଭୂସ୍ଖଳନରେ ୭୮ ଜଣ ପ୍ରାଣ ହରାଇଥିବାବେଳେ ୨୧ ଜଣଙ୍କୁ ଉଦ୍ଧାର କରାଯାଇଛି । ତେବେ ଏବେ ବି ଅନେକ ଲୋକ ମାଟିତଳେ ଚାପି ହୋଇ ରହିଥିବା ସନ୍ଦେହ କରାଯାଉଛି । ବିପର୍ଯ୍ୟୟରେ ପେଟ୍ରୋ ସହର ଅଧିକ ପ୍ରଭାବିତ ହୋଇଛି । ଏବେ ବି ଉଦ୍ଧାରକାର୍ଯ୍ୟ ଜାରି ରହିଛି । ଅନେକ ଲୋକ ମାଟି ତଳେ ଚାପି ହୋଇ ରହିଥିବାରୁ ମୃତ୍ୟୁସଂଖ୍ୟା ଆହୁରି ବଢିବା ଆଶଙ୍କା କରାଯାଉଛି ।

ମିଛ କହୁଛି ରୁଷ! ୟୁକ୍ରେନ ସୀମାରୁ ରୁଷ ସୈନ୍ୟ ପ୍ରତ୍ୟାହାର ନେଇ ବଢୁଛି ସନ୍ଦେହ

ନୂଆଦିଲ୍ଲୀ: ୟୁକ୍ରେନ ସୀମାରୁ ରୁଷ ସୈନ୍ୟ ପ୍ରତ୍ୟାହାର ନେଇ ବଢୁଛି ସନ୍ଦେହ । ସୈନ୍ୟ ପ୍ରତ୍ୟାହର ନେଇ ରୁଷ ଓ ପାଶ୍ଚାତ୍ୟ ଦେଶ ବିଶ୍ୱାସ କରୁନାହାନ୍ତି । ମିଛ କହୁଛନ୍ତି ରୁଷ ସରକାର । ଏଭଳି ଦାବି କରିଛି ଆମେରିକା ପ୍ରଶାସନ । ଆମେରିକା ବାଇଡେନ ପ୍ରଶାସନ ସୈନ୍ୟ ପ୍ରତ୍ୟାହାରକୁ ମିଛ ବୋଲି କହିଛି । ଏହା ସହ ସୈନ୍ୟ ପ୍ରତ୍ୟାହାର ବଦଳରେ ଆହୁରି ୭ ହଜାର ସୈନ୍ୟ ଠୁଳ କରିଥିବା ଦାବି କରିଛି ବାଇଡେନ ପ୍ରଶାସନ । ଗତକାଲି ରୁଷିଆ ସରକାରଙ୍କ ତରଫରୁ କୁହାଯାଇଥିଲା କି ୟୁକ୍ରେନ ସୀମାରୁ ସୈନ୍ୟ  ଓ ଯୁଦ୍ଧାସ୍ତ୍ର ପ୍ରତ୍ୟାହାର କରାଯାଇଛି  । ହେଲେ ଏହାକୁ ସହଜରେ ଗ୍ରହଣ କରୁନାହିଁ ଆମେରିକା ।  ୟୁକ୍ରେନର ଦକ୍ଷିଣ ଓ ପଶ୍ଚିମାଞ୍ଚଳ ସୀମାରୁ ନିଜ ସୈନ୍ୟ ପ୍ରତ୍ୟାହାର କରିବା ଲାଗି ରୁଷ ଘୋଷଣା କରିଥିଲେ ବି ସେଥିରେ ସସପେନ୍ସ ଜାରି ରହିଛି ।

ଅନ୍ୟପକ୍ଷରେ ଆତଙ୍କିତ ନହେବା ଲାଗି ଭାରତୀୟ ନାଗରିକଙ୍କୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ସରକାର । ଯେଉଁମାନେ ଫେରିବାକୁ ଚାହୁଁଛନ୍ତି ସେମାନଙ୍କ ଲାଗି ପର୍ଯ୍ୟାପ୍ତ ବିମାନ ବ୍ୟବସ୍ଥା କରାଯାଉଛି ବୋଲି ଭାରତୀୟ ଦୂତାବସ ପକ୍ଷରୁ କୁହାଯାଇଛି । ଟୋଲ ଫ୍ରି ନମ୍ବର 1800-11-8797 ଜାରି କରାଯାଇଛି । ବେଲାଋଷ ବୈଦେଶିକ ମନ୍ତ୍ରୀ ଭ୍ଲାଦିମିର ମାକେଇ କହିଛନ୍ତି- ଦୁଇ ଦେଶର ସମରାଭ୍ୟାସ ପରେ ବେଲାଋଷରେ ଜଣେ ବି କେହି ଋଷୀୟ ସୈନ୍ୟ ରହିବେ ନାହିଁ । ବେଲାଋଷ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଥିବା ନେଇ ସେ ସୂଚନା ଦେଇଛନ୍ତି ।

ୟୁକ୍ରେନ ସୀମା ତଥା କ୍ରିମିଆରେ ଋଷ ପ୍ରାୟ ୨ ଲକ୍ଷ ସୈନ୍ୟ, ସୁଖୋଇ ଯୁଦ୍ଧବିମାନ, ସାମରିକ ହେଲିକପ୍ଟର, ଟ୍ୟାଙ୍କ, କ୍ଷେପଣାସ୍ତ୍ର ଆଦି ମୁତୟନ କରିଥିଲା । ପୂର୍ବ ୟୁକ୍ରେନର ଦୁଇଟି ବିବାଦୀୟ ଅଞ୍ଚଳକୁ ସ୍ବାଧୀନ ଘୋଷଣା କରିବା ଲାଗି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ କ୍ଷମତା ଅର୍ପଣ କରିଛି ସଂସଦ । ସେପଟେ ଯୁଦ୍ଧର ଘନଘଟା ଭିତରେ ୟୁକ୍ରେନ ପ୍ରତିରକ୍ଷା, ବୈଦେଶିକ, ସଂସ୍କୃତି ମନ୍ତ୍ରାଳୟ ସମେତ କେତେକ ଗୁରୁତ୍ବପୂର୍ଣ୍ଣ ବିଭାଗ ଉପରେ ସାଇବର ଆଟାକ୍ ହୋଇଛି । ଏହା ସହ ଦୁଇ ରାଷ୍ଟ୍ରାୟତ୍ତ ପ୍ରିଭାତବ୍ୟାଙ୍କ ଓ ସ୍ବେରବ୍ୟାଙ୍କ ସମେତ ଅନ୍ୟ କେତେକ ସଂସ୍ଥାର ଓ୍ୱେବସାଇଟ ମଧ୍ୟ ଅଚଳ ହୋଇଛି ।

ଶେଷ ଯାତ୍ରାରେ ବାପି ଦା’, ମୁମ୍ବାଇର ପବନହଂସ ଶ୍ମଶାନରେ ହେବ ଶେଷକୃତ୍ୟ

ମୁମ୍ବାଇ: ଆଉ କିଛି ସମୟ ପରେ ପଞ୍ଚଭୂତରେ ଲୀନ ହେବେ ଡିସ୍କୋ କିଙ୍ଗ୍ ବାପି ଲାହିରି । ଗତକାଲି ୬୯ ବର୍ଷ ବୟସରେ ଚିକିତ୍ସାଧିନ ଅବସ୍ଥାରେ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ବାପି ଦା’ । ବାପି ଲାହିରିଙ୍କ ପୁଅ ଆମେରିକାରେ ରହୁଥିବାରୁ ସେ ଆସିବା ପରେ ହିଁ ବାପି ଦା’ଙ୍କର ଅନ୍ତିମ ସଂସ୍କାର ହେବ ବୋଲି ଗତକାଲି ପରିବାର ପକ୍ଷରୁ ସୂଚନା ଦିଆଯାଇଥିଲା । ତେବେ ଗତକାଲି ବିଳମ୍ବିତ ରାତିରେ ତାଙ୍କ ପୁଅ ଆମେରିକାରୁ ଫେରିଛନ୍ତି । ଆଉ କିଛି ସମୟ ପରେ ମୁମ୍ବାଇର ପବନହଂସ ଶ୍ମଶାନରେ ବାପି ଲାହିରିଙ୍କ ଶେଷକୃତ୍ୟ ହେବ ।