spot_img
Home Blog Page 4581

ଲିଫ୍ଟ ବାହାନାରେ ଲୁଟ୍, ୨ ଲୁଟେରାଙ୍କୁ ଗିରଫ କଲା କମିଶନରେଟ୍ ପୋଲିସ୍

ଭୁବନେଶ୍ୱର: ଭୁବନେଶ୍ବରରେ ଲିଫ୍ଟ ବହାନରେ ଲୁଟ ମାମଲା । ସହିଦ ନଗର ଥାନା ପୋଲିସ ପଞ୍ଝାରେ ନିଶାଦିଆ ଲୁଟେରା ଗ୍ୟାଙ୍ଗ । ଦୁଇ ଜଣ ନିଶାଦିଆ ଲୁଟେରାଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ । ଏହି ଦୁଇ ଲୁଟେରା ଲିଫ୍ଟ ଆଳରେ ସତସଙ୍ଗ ବିହାରରେ କାର ଯୋଗେ ଯାତ୍ରୀଙ୍କୁ ଉଠାଇଥିଲେ । ରାସ୍ତାରେ ଯାତ୍ରୀଙ୍କୁ ଅମୁଲ କୁଲରେ ନିଶା ଦେଇ ଅଚେତ କରିଥିଲେ । ଯାତ୍ରୀ ଅଚେତ ହେବା ପରେ ତାଙ୍କୁ ଲୁଟି ସାରି ରାସ୍ତରେ ଫିଙ୍ଗି ଦେଇଥିଲେ । ନିଶା ଦିଆ ଲୁଟେରାଙ୍କ ବିରୋଧରେ ସହିଦନଗର ଥାନାରେ ହୋଇଥିଲା ଅଭିଯୋଗ ।

ମହଙ୍ଗା ପଡ଼ିଲା ସାମ୍ବାଦିକଙ୍କୁ ଆକ୍ରମଣ, ୮ ଜଣଙ୍କୁ ଗିରଫ କଲା ପୁରୀ ପୋଲିସ

ପୁରୀ: ମତଦାନ ବେଳେ ଖବର ସଂଗ୍ରହ କରୁଥିବା ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା । ରାତି ତମାମ ଚଢ଼ାଉ ପରେ ୮ ଜଣଙ୍କୁ ଗିରଫ କରିଛି ପୁରୀ ପୋଲିସ । ଗିରଫ ଆକ୍ରମଣକାରୀ ହେଲେ ସତ୍ୟପ୍ରୀୟ ମହାରଣା, ବିଜୟ ସ୍ୱାଇଁ, ସୁବାସ ମାଝି, ନିକୁଞ୍ଜ ସ୍ୱାଇଁ, ଉତ୍ତମ ଭୁଜବଳ, ଅଜୟ ବରିଶଲ, ବିଦ୍ୟାଧର ସ୍ୱାଇଁ ଓ ବ୍ରଜବନ୍ଧୁ ସ୍ୱାଇଁ । ଘଟଣାରେ ସମ୍ପୃକ୍ତ ଅନ୍ୟାନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ଚଢ଼ାଉ ଜାରି ରଖିଛି ପୋଲିସ । ସେହିପରି ସାମ୍ବାଦିକଙ୍କ ନିକଟରୁ ଛଡାଇ ନେଇଥିବା ଲାଇଭ ୟୁ, ବୁମ୍‌, ଅନ୍ୟାନ୍ୟ ସାମଗ୍ରୀ ଓ ମୋବାଇଲକୁ ଜବତ କରିଛି ପୋଲିସ ।

ସୂଚନା ଅନୁସାରେ ଗତକାଲି ଭୋଟିଂ ବେଳେ ଖବର ସଂଗ୍ରହ କରିବାକୁ ଯାଇଥିବାବେଳେ ପିପିଲି ନିର୍ବାଚନ ମଣ୍ଡଳୀର କଣାସ ବ୍ଲକ ବଢ଼ାଳ ପଞ୍ଚାୟତର ଅଢାଲ ଗାଁ’ରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ କରାଯାଇଥିଲା । ଦୁଇ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧିଙ୍କୁ ସଂଘବଦ୍ଧ ଆକ୍ରମଣର କରାଯାଇଥିଲା । କ୍ୟାମେରା, ଟିଭିୟୁ ଓ ବୁମ୍ ଛଡ଼ାଇ ନେବା ସହ ସେମାନଙ୍କୁ ନିସ୍ତୁକ ମାଡ଼ ମାରିଥିବା ଥାନାରେ ଅଭିଯୋଗ ହୋଇଥିଲା ।

ବିବାହ ଉତ୍ସବରେ ଅଘଟଣ, କୂଅରେ ଖସିପଡ଼ି ୧୩ ଜଣଙ୍କ ମୃତ୍ୟୁ

ଲକ୍ଷ୍ନୌ: ବିବାହ ଉତ୍ସବରେ ହସଖୁସିରେ ସମସ୍ତେ ମସଗୁଲ ଥିବା ବେଳେ ହଠାତ ଆସିଲା ମୃତ୍ୟୁ । କ୍ଷଣକ ଭିତରେ ଚାଲିଗଲା ୧୩ ଜଣଙ୍କ ଜୀବନ । ଉତ୍ତରପ୍ରଦେଶ କୁଶିନଗରରେ ଏଭଳି ଅଭାବନୀୟ ଘଟଣା ଘଟିଛି । ମୃତକଙ୍କ ମଧ୍ୟରେ ମହିଳା ଓ ଯୁବତୀ ଥିବା ସୂଚନା । ଜିଲ୍ଲାର ନୌରଙ୍ଗିଆ ସ୍କୁଲ ଟୋଲାରେ ଜଣଙ୍କ ଘରେ ଝିଅ ବିବାହର ମେହେନ୍ଦି ପାଇଁ ପଡ଼ୋଶୀ ଘର ମହିଳା ଓ ଯୁବତୀମାନେ ଆସିଥିଲେ । ମେହେନ୍ଦୀ ସମୟରେ କୂଅର ସ୍ଲାବ ଉପରେ ଛିଡ଼ା ହୋଇଥିଲେ । ଏହି ସମୟରେ ହଠାତ ସ୍ଲାବଟି ତଳକୁ ଖସିପଡ଼ିଥିଲା । ଯାହା ଫଳରେ ସେହି ସ୍ଲାବ ଉପରେ ଠିଆ ହୋଇଥିବା ମହିଳା ଓ ଯୁବତୀ କୂଆରେ ଖସି ପଡ଼ିଥିଲେ । କୂଅରେ ପଡ଼ିଯିବା ଫଳରେ ଘଟଣାସ୍ଥଳରେ ୧୩ ଜଣଙ୍କର ମୃତ୍ୟୁ ହୋଇଛି । ତେବେ ଏହି ଘଟଣାରେ ୧୫ ଜଣ ମହିଳାଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଏହି ଘଟଣାରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର କ୍ଷତି ପୂରଣ ଘୋଷଣା କରିଛନ୍ତି । ସେହିପରି ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି ।

ଆସନ୍ତାକାଲି ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ, ଆଜି ବୁଥରେ ପହଞ୍ଚିବେ ପୋଲିଂ ପାର୍ଟି

ଭୁବନେଶ୍ୱର: ଆସନ୍ତାକାଲି ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ । ଏଥିପାଇଁ ଗତକାଲି ସନ୍ଧ୍ୟାରୁ ସରିଛି ପ୍ରଚାର । ରାଜ୍ୟର ୧୮୬ଟି ଜିଲ୍ଲା ପରିଷଦ ଜୋନ ଓ ୧୫୧୪ ପଞ୍ଚାୟତରେ ଭୋଟଗ୍ରହଣ ହେବ । ୨୦ ହଜାର ୪୩୬ଟି ଓ୍ବାର୍ଡମେମ୍ବର ଆସନ ପାଇଁ ହେବ ଜନମତ । ଏଥିପାଇଁ ପ୍ରସ୍ତୁତ ହୋଇଛି ବୁଥ୍ । ଆଜି ସମସ୍ତ ବୁଥରେ ପହଞ୍ଚିବେ ପୋଲିଂ ପାର୍ଟି । ପ୍ରଥମ ପର୍ଯ୍ୟାୟ ପରି ଦ୍ୱିତୀୟ ପର୍ଯ୍ୟାୟରେ ମଧ୍ୟ ସକାଳ ୭ରୁ ଦିନ ୧ଟା ପର୍ଯ୍ୟନ୍ତ ମତଦାନ ହେବ । ତେବେ ଯେଉଁ ବୁଥ୍ ସବୁ ସମ୍ବେଦନଶୀଳ ରହିଛି ସେଠାରେ ପୋଲିସ ଫ୍ଲାଗମାର୍ଚ୍ଚ କରୁଛି । ଓ୍ବାର୍ଡମେମ୍ବର, ସରପଞ୍ଚ, ସମିତି ସଭ୍ୟ ଏବଂ ଜିଲ୍ଲା ପରିଷଦ ସଭ୍ୟ ପାଇଁ ଭୋଟରମାନେ ୪ଟି ଭିନ୍ନ ଭିନ୍ନ ରଙ୍ଗର ବାଲଟ ପେପରରେ ଭୋଟ ଦେବେ । ୨୪ ତାରିଖରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ପରେ ଫେବ୍ରୁଆରୀ ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଭୋଟ ଗଣତି ହେବ । ସେପଟେ ଆସନ୍ତାକାଲି ସରିବ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ।

ପାଟକୁରାରେ ନିର୍ବାଚନୀ ହିଂସା, ଭୋଟରଙ୍କୁ ହତ୍ୟା ଧମକ ଦେଉଛନ୍ତି ସରପଞ୍ଚ ପ୍ରାର୍ଥୀନୀଙ୍କ ଦିଅର

କେନ୍ଦ୍ରାପଡ଼ା: ପାଟକୁରାରେ ପୁଣି ନିର୍ବାଚନୀ ହିଂସା । ସରପଞ୍ଚ ପ୍ରାର୍ଥୀନୀଙ୍କ ଦିଅରଙ୍କ ନାଁ’ରେ ହତ୍ୟା ଧମକର ସଙ୍ଗୀନ ଅଭିଯୋଗ । ହତ୍ୟା ଧମକର ଅଭିଯୋଗ ହେବା ପରେ ପାଟକୁରା ଥାନାରେ ଏତଲା । ଆରମ୍ଭ ହୋଇଗଲାଣି ପଞ୍ଚାୟତ ନିର୍ବାଚନ, ଲାଗଛି ଆଚରଣ ବିଧି । ଆଚରଣ ବିଧିକୁ ଅବମାନନା କରି ସରପଞ୍ଚ ପ୍ରାର୍ଥୀନୀଙ୍କ ଦିଅର ଭୋଟରଙ୍କୁ ଦେଉଛନ୍ତି ହତ୍ୟା ଧମକ । ଘଟଣାଟି ଘଟିଛି ପାଟକୁରା ଥାନା ମାର୍ଶାଘାଇ ବ୍ଲକ ତାଳସଙ୍ଗା ଗ୍ରାମରେ । ତାଳସଙ୍ଗା  ସରପଞ୍ଚ ପ୍ରାର୍ଥୀନୀ ଅଶାନ୍ତି ସ୍ୱାଇଁ ଯାହାଙ୍କ ଚିହ୍ନ ହେଉଛି ଖୋଲାବହି । ଅଶାନ୍ତିଙ୍କ ଦିଅର ସିଦ୍ଧାର୍ଥ ବେହେରା ଓରଫ୍ କାଳିଆ ସେହି ଗ୍ରାମର ଜଣେ ଯୁବକ ଦୀନବନ୍ଧୁ ମହାପାତ୍ରଙ୍କୁ ଗତକାଲି ବିଳମ୍ବିତ ରାତ୍ରିରେ ଫୋନ୍ କରି ଅସଭ୍ୟ ଭାଷାରେ ଗାଳି ଦେବା ସହିତ ଭୋଟ ସରିଲା ପରଦିନ ଜୀବନରୁ ମାରିଦେବାର ଧମକ ଦେଇଥିବା ଅଭିଯୋଗ ହୋଇଛି । ସୁରକ୍ଷା ଦୃଷ୍ଟିରୁ ଦୀନବନ୍ଧୁ ପାଟକୁରା ଥାନାରେ ଅଭିଯୋଗ କରିବା ସହିତ ରେକର୍ଡିଂ କରିଥିବା ଅଡିଓ ଥାନାରେ ଦାଖଲ କରିଛନ୍ତି ।

ଇଣ୍ଡିଜ୍ ବିପକ୍ଷ ପ୍ରଥମ ଟି-ଟ୍ୱେଣ୍ଟିକୁ ୬ ୱିକେଟରେ ଜିତିଲା ଭାରତ

କୋଲକାତା: ଦିନିକିଆ ସିରିଜ୍ ପରେ ବିଜୟରୁ ଟି-ଟ୍ୱେଣ୍ଟି ସିରିଜ୍ ଅଭିଯାନ ଆରମ୍ଭ କଲା ଭାରତ । କୋଲକାତାର ଇଡେନ ଗାର୍ଡେନ୍ସରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଟି-ଟ୍ୱେଣ୍ଟିକୁ ୭ଟି ବଲ୍ ପୂର୍ବରୁ ଜିତି ନେଇଛି ଟିମ୍ ଇଣ୍ଡିଆ । ଇଣ୍ଡିଜକୁ ୬ ୱିକେଟରେ ହରାଇଛି ରୋହିତ ବାହିନୀ । ସୂର୍ଯ୍ୟକୁମାର ଯାଦବ ଓ ଭେଙ୍କଟେଶ ଆୟାରଙ୍କ ଲଢୁଆ ପ୍ରଦର୍ଶନରେ ଟି-ଟ୍ୱେଣ୍ଟି ସିରିଜରେ ୧-୦ରେ ଆଗୁଆ ରହିଛି ଭାରତ । ପ୍ରଥମେ ବ୍ୟାଟିଂ କରି ଭାରତକୁ ୧୫୮ ରନର ଟାର୍ଟେଟ୍ ଦେଇଥିଲା ଭ୍ରମଣକାରୀ ଦଳ ।

India Beats West Indies In 6 Wickets

ଜବାବରେ ୭ଟି ବଲ୍ ପୂର୍ବରୁ ମ୍ୟାଚ୍ ଜିତି ନେଇଛି ଭାରତ । ଭାରତ ପକ୍ଷରୁ କ୍ୟାପଟେନ୍ ରୋହିତ ଶର୍ମା ସର୍ବାଧିକ ୪୦ ରନ୍ କରିଥିଲା ବେଳେ ଇଶାନ କିଶନ ୩୫ ଓ ବିରାଟ କୋହିଲି ୧୭ ରନ୍ କରିଥିଲେ । ସୂର୍ଯ୍ୟ କୁମାର ଯାଦବ ୧୮ ବଲରେ ୩୪ ରନ୍, ଭେଙ୍କଟେଶ ଆୟାର ୧୩ ବଲରେ ୨୪ ରନ୍ କରି ଭାରତକୁ ବିଜୟ ଦେଇଥିଲେ । ଇଣ୍ଡିଜ୍ ପକ୍ଷରୁ ନିକୋଲାସ୍ ପୁରନ୍ ସର୍ବାଧିକ ୬୧ ରନ୍ କରିଥିବା ବେଳେ ଭାରତ ପକ୍ଷରୁ ହର୍ଷଲ ପଟେଲ ଏବଂ ରବି ବିଷ୍ଣୋୟୀ ୨ଟି ଲେଖାଏ ୱିକେଟ୍ ନେଇଥିଲେ ।

ଧର୍ମେନ୍ଦ୍ରଙ୍କୁ ପ୍ରଣବଙ୍କ କାଉଣ୍ଟର ‘ହାରିବା ଭୟରେ ହିଂସା କରୁଛି ବିଜେପି’

ଭୁବନେଶ୍ୱର: ନିର୍ବାଚନୀ ହିଂସାକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେଡି ସାଂଗଠନିକ ସମ୍ପାଦକ କାଉଣ୍ଟର । ହାରିବା ଭୟରେ ହିଂସା କରୁଛି ବିଜେପି । ବିଜେଡି ଅହିଂସାରେ ବିଶ୍ୱାସ କରେ । ଶାନ୍ତିପୂର୍ଣ୍ଣ ନିର୍ବାଚନ ଦ୍ୱାରା ଗଣତନ୍ତ୍ରକୁ ସୁଦୃଢ଼ କରାଯାଇ ପାରିବ ବୋଲି କହିଛନ୍ତି ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ଧର୍ମେନ୍ଦ୍ରଙ୍କ ଟ୍ୱିଟର ଜବାବ ଦେଇ ପ୍ରଣବ କହିଛନ୍ତି, ବିଜେପି ରାଜ୍ୟର ପ୍ରମୁଖ ବିରୋଧୀ ଦଳ । କିନ୍ତୁ ନିର୍ବାଚନ ହାରିବା ଭୟରେ ନିର୍ବାଚନୀ ହିଂସା କରୁଛି । ବିଜେପି ବିଧାୟକ ଜୟନାରାୟଣ ମିଶ୍ର ସରକାରୀ କର୍ମଚାରୀଙ୍କୁ ଧମକାଉଛନ୍ତି  ।

ପୂର୍ବରୁ ସାଂସଦ ଜୁଏଲ ଓରାମ ମହିଳାଙ୍କୁ ଅସଦାଚରଣ କରିବା ସହିତ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ସରକାରୀ ଅଫିସରଙ୍କୁ ଆକ୍ରମଣ କରିଥିଲେ । ଯାହାକି ବିଜେପିର ହିଂସା ପ୍ରବଣତାକୁ ଦର୍ଶାଉଛି । ବିଜେପି ନେତା ଓ କର୍ମୀମାନେ ଗଜପତି ଓ ପିପିଲିରେ ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କୁ ଆକ୍ରମଣ କରିଛନ୍ତି । ଏହା ସହିତ କୋରାପୁଟ, ସାଲେପୁର, ବ୍ରହ୍ମଗିରି, କଣାସ, ଢେଙ୍କାନାଳ ଆଦି ଅନେକ ସ୍ଥାନରେ ବିଜେପି ନିର୍ବାଚନୀ ହିଂସା କରିଛନ୍ତି । ଏଣୁ ହିଂସାରୁ ଦୁରେଇ ବିଜେପି ଅହିଂସା ଦ୍ୱାରା ଗଣତନ୍ତ୍ରକୁ ସୁଦୃଢ କରୁ ବୋଲି ଧର୍ମେନ୍ଦ୍ରଙ୍କୁ ଜବାବ ଦେଇଛନ୍ତି ପ୍ରଣବ । ଏକ ପ୍ରେସ ବିବୃତ୍ତିରେ ଏହି ସୂଚନା ଦେଇଛନ୍ତି ଦଳର ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ।

କୁମାର ବିଶ୍ୱାସଙ୍କ ଅଭିଯୋଗ: କ୍ଷମତା ପାଇଁ କିଛି ବି କରିପାରନ୍ତି କେଜ୍ରିୱାଲ୍

ନୂଆଦିଲ୍ଲୀ: ପଞ୍ଜାବ ବିଧାନସଭା ନିର୍ବାଚନକୁ ଆଉ ମାତ୍ର ୪ ଦିନ ବାକି ଅଛି । ପ୍ରଚାର ପାଇଁ ଜି-ଜାନ୍ ଲଗାଇ ଦେଇଛନ୍ତି ବିଜେପି, କଂଗ୍ରେସ ଓ ଶିରୋମଣି ଅକାଳୀ ଦଳ । ନିର୍ବାଚନ ମାହୋଲ୍ ସରଗରମ ଥିବା ବେଳେ ଆମ୍ ଆଦମୀ ପାର୍ଟିର ପୂର୍ବତନ ନେତା କୁମାର ବିଶ୍ୱାସ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି । ଅରବିନ୍ଦ କେଜ୍ରିୱାଲଙ୍କୁ ଖଲିସ୍ତାନ ସମର୍ଥକ କହିଛନ୍ତି କୁମାର ବିଶ୍ୱାସ । ଏପରିକି କ୍ଷମତା ପାଇଁ କେଜ୍ରିୱାଲ ଯେ କୌଣସି ସ୍ତରକୁ ଯାଇ ପାରନ୍ତି ବୋଲି କୁମାର ବିଶ୍ୱାସ କହିଛନ୍ତି ।

କୁମାର ବିଶ୍ୱାସ କହିଛନ୍ତି, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ସବୁବେଳେ ଖଲିସ୍ତାନ ସମର୍ଥନରେ ରହିଛନ୍ତି । ମୁଁ ଯେତେବେଳେ ତାଙ୍କ ସହ ଥିଲି ତ ସେ ତାଙ୍କ ଯୋଜନା ବିଷୟରେ କହୁଥିଲେ । ଦିନେ ସେ ମୋତେ କହିଥିଲେ, ମୁଁ ପଞ୍ଜାବର ମୁଖ୍ୟମନ୍ତ୍ରୀ ହେବି ଅଥବା ସ୍ୱାଧୀନର ରାଷ୍ଟ୍ରର ପ୍ରଥମ ପ୍ରଧାନମନ୍ତ୍ରୀ ହେବି ।

ଏହାପୂର୍ବରୁ କେଜ୍ରିୱାଲ୍ ବିଚ୍ଛିନ୍ନତାବାଦୀଙ୍କ ସାହାଯ୍ୟ ନେବାକୁ କୁଣ୍ଠାବୋଧ କରନ୍ତି ନାହିଁ ବୋଲି କହିଥିଲେ କୁମାର ବିଶ୍ୱାସ । ପଞ୍ଜାବର ୧୧୭ ବିଧାନସଭା ଆସନ ଲାଗି ଫେବ୍ରୁଆରୀ ୨୦ରେ ଭୋଟ୍ ଗ୍ରହଣ ହେବ । ଭୋଟ୍ ପୂର୍ବରୁ ପଞ୍ଜାବ ପାଇଁ ମାଗଣା ବିଦ୍ୟୁତ୍, ପାଣି ଓ ମହିଳାଙ୍କୁ ମାସିକ ହଜାରେ ଟଙ୍କା ଦେବାକୁ କେଜ୍ରିୱାଲ୍ ଘୋଷଣା କରିଛନ୍ତି । କୁମାର ବିଶ୍ୱାସଙ୍କ ଏଭଳି ମନ୍ତବ୍ୟକୁ ମନଗଢ଼ା ଓ ମିଥ୍ୟା ବୋଲି କହିଛି ଦଳ ।

ଭୋଟ୍ ପାଇଁ ବିଦ୍ୟାଳୟ ପରିସରରେ ଭୋଜି ବାଣ୍ଟୁଛି ବିଜେପି, ଆଚରଣ ବିଧି ଉଲ୍ଲଂଘନ ନେଇ ବିଜେଡି ଫେରାଦ

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି । ହେଲେ ଗଞ୍ଜାମ ଜିଲ୍ଲାରେ ଆଦର୍ଶ ଆଚରଣ ବିଧି ଖୋଲାଖୋଲି ଉଲ୍ଲଂଘନ କରୁଛି ବିଜେପି । ନିର୍ବାଚନ ବେଳେ ଭୋଜିଭାତ ସମ୍ପୂର୍ଣ୍ଣ ବାରଣ ଥିବାବେଳେ ଗଞ୍ଜାମ ଜିଲ୍ଲା ବିଜେପି ସଭାପତି ବିଭୁତି ଭୂଷଣ ଜେନା ଗୋଳନ୍ଥରାର ଏକ ସରକାରୀ ବିଦ୍ୟାଳୟରେ ଭୋଜିଭାତ ଆୟୋଜନ କରିଛନ୍ତି । ଏନେଇ ବିଜେଡି ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ଫେରାଦ ହୋଇଛି ।

BJP Ganjam Dist President Violated Model Code Of Conducts

ବିଜେପି ଗଞ୍ଜାମ ଜିଲ୍ଲା ସଭାପତି ବିଭୁତି ଭୂଷଣ ଜେନାଙ୍କ ଦ୍ୱାରା ଆୟୋଜିତ ଭୋଜିରେ ଶହ ଶହ ଲୋକଙ୍କୁ ଜବରଦସ୍ତ ସାମିଲ୍ କରାଯାଇଥିଲା । ସେହିଭଳି ନୋ କ୍ୟାମ୍ପେନ ସମୟ ୭ଟା ପରେ ଏକ ବିରାଟ ବାଇକ୍ ରାଲି ବାହାର କରି ମଡେଲ୍ କୋଡ୍ ଅଫ କଣ୍ଡକ୍ଟକୁ ବାଏଁ ବାଏଁ ଉଡ଼ାଇ ଦେଇଛନ୍ତି ବିଭୁତି ଭୂଷଣ ଜେନା ।

ନିୟମ କାନୁନ୍ ନମାନି ନିର୍ବାଚନ ବେଳେ ଆଇନକୁ ହାତକୁ ନେଉଥିବା ଲୋକଙ୍କ ବିରୋଧରେ ତୁରନ୍ତ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଛି ବିଜେଡି । ଦଳ ପକ୍ଷରୁ ଏକ ୪ ଜଣିଆ ପ୍ରତିନିଧି ଦଳ ନିର୍ବାଚନ କମିଶନଙ୍କୁ ଏ ସମ୍ପର୍କରେ ଅବଗତ କରିବା ସହ ଘଟଣା ବେଳର କିଛି ଭିଡିଓ ଓ ଫଟୋ ଦାଖଲ କରିଛନ୍ତି ।

ପ୍ରସବ ପାଇଁ ୮ ହଜାର ଲାଞ୍ଚ ନେଇ ଧରାପଡ଼ିଲେ ଡାକ୍ତର, ଘରେ ରେଡ୍ ପରେ ମିଳିଲା କୋଟିଏରୁ ଅଧିକ ନଗଦ ଟଙ୍କା

ଭୁବନେଶ୍ୱର: ଓଡ଼ିଶା ଭିଜିଲାନ୍ସ ଇତିହାସରେ ପ୍ରଥମ । ୪ ଘଣ୍ଟାର ରେଡରେ ମିଳିଲା ୧ କୋଟିରୁ ଅଧିକ ଟଙ୍କା । ଆଜି ଅପରାହ୍ଣରେ ଭିଜିଲାନ୍ସ ଜାଲରେ ପଡ଼ିଥିଲେ କଣାସ ଚାରିଛକ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରର ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡକ୍ଟର ସୁକାନ୍ତ କୁମାର ଜେନା । ପ୍ରସବ ଅପରେସନ୍ ପୂର୍ବରୁ ୩ ହଜାର ଟଙ୍କା ଲାଞ୍ଚ ନେଇଥିଲ । ଆଉ ଅପରେସନ୍ ପରେ ୫ ହଜାର ଟଙ୍କା ନେବା ବେଳେ ଧରା ପଡ଼ିଥିଲେ ଡାକ୍ତର ସୁକାନ୍ତ ଜେନା ।

Vigilance Recovered More Than 1 Crore From Doctor Sukanta Jena

ତାଙ୍କ ଠାରୁ ଲାଞ୍ଚ ଟଙ୍କା ଭିଜିଲାନ୍ସ ଜବତ କରିଛି । ଏହାପରେ ଡାକ୍ତର ଜେନାଙ୍କ ଭୁବନେଶ୍ୱର ପଟିଆ ସ୍ଥିତ ବାସଭବନରେ ଭିଜିଲାନ୍ସ ରେଡ୍ କରିବା ବେଳେ ତାଜୁବ୍ ହୋଇଯାଇଛି । ମାତ୍ର ୪ ଘଣ୍ଟାର ରେଡରେ ଭିଜିଲାନ୍ସ ବିଭାଗ ଜବତ କରିଛି ନଗଦ ୧ କୋଟି ୧୨ ଲକ୍ଷ ଟଙ୍କା । ଗୋଟିଏ ଥରରେ ଏତେ ପରିମାଣର ନଗଦ ଟଙ୍କା ଜବତ ଓଡ଼ିଶା ଭିଜିଲାନ୍ସ ଇତିହାସରେ ପ୍ରଥମ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଟଙ୍କା ଗଣିବାକୁ ଭିଜିଲାନ୍ସ ଟିମ୍ ମେସିନ୍ ମଗାଇଛି ।