spot_img
Home Blog Page 4572

ରାଜଧାନୀ ଓଟାଓ୍ୱାରୁ ଟ୍ରକ୍ ଡ୍ରାଇଭରଙ୍କୁ ହଟାଇଲା ପୋଲିସ: ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ଜବତ

ଓଟ୍ଟାଓ୍ୱା: ଟ୍ରକ ଡ୍ରାଇଭରଙ୍କ କବଜାରେ ଥିବା କାନାଡା ରାଜଧାନୀ ଓଟ୍ଟାଓ୍ୱାକୁ ପୋଲିସ ବଳ ପ୍ରୟୋଗ କରି ହଟାଇଛି । ଏହା ସହ ଶତାଧିକ ଟ୍ରକ ଡ୍ରାଇଭରଙ୍କୁ ଗିରଫ କରିଛି ପୋଲିସ । ଏହା ସତ୍ତ୍ୱେ ଆନ୍ଦୋଳନକାରୀ ନିଜ ଜିଦରେ ଅଟଳ ରହିଛନ୍ତି ଏବଂ ଅନ୍ୟ ସହରକୁ ନିଜ କବଜାରେ ରଖିଛନ୍ତି । ପ୍ରାୟ ୩ ସପ୍ତାହ ଧରି କୋଭିଡ ଟିକା ବିରୋଧୀ ଆନ୍ଦୋଳନ ଯୋଗୁ ରାଜଧାନୀ ଓଟ୍ଟାଓ୍ୱା ସମେତ ଅନେକ ସହରରେ ଜନଜୀବନ ବାଧାପ୍ରାପ୍ତ  ହୋଇଛି ।

ସରକାର ଜରୁରୀ କ୍ଷମତା ବଳରେ ଆନ୍ଦୋଳନକାରୀଙ୍କ ବ୍ୟାଙ୍କ ଆକାଉଣ୍ଟ ଜବତ କରିଥିବା ସୂଚନା ମିଳିଛି । ଓଟ୍ଟାଓ୍ୱାରୁ କ୍ୟୁବେକକୁ ଯାଇଥିବା ଏକ ପ୍ରମୁଖ ରାସ୍ତାର ବ୍ରିଜକୁ ପୋଲିସ ସିଲ୍ କରିଛି । ସେପଟେ ଭାରତୀୟ ଛାତ୍ରଛାତ୍ରୀଙ୍କ ଲାଗି ଘୋଟିଛି କଳାବାଦଲ । କାନାଡା କ୍ୟୁବେକସ୍ଥିତ ତିନିଟି କଲେଜ ଆକସ୍ମିକ ବନ୍ଦ ହୋଇଯିବାରୁ ହଜାର ହଜାର ଭାରତୀୟ ଛାତ୍ର ଅନ୍ଧକାର ମଧ୍ୟକୁ ଠେଲି ହୋଇଯାଇଛନ୍ତି ।

ଏହି ୩ଟି କଲେଜ ହେଲା ମଣ୍ଟ୍ରିଲସ୍ଥିତ ଏମ. କଲେଜ, ଶେରବ୍ରୋକସ୍ଥିତ ସିଡିଇ କଲେଜ ଓ ଲଙ୍ଗୁଇଲସ୍ଥିତ ସିସିଏସକ୍ୟୁ କଲେଜ । କିଛି ଦିନ ତଳେ ଟ୍ୟୁସନ ଫି ବାବଦର ପର୍ଯ୍ୟାପ୍ତ ଅର୍ଥ ତୁରନ୍ତ ଜମା କରିବା ଲାଗି ଛାତ୍ରଛାତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯିବା ସହ ଡେଡଲାଇନ ଜାରି କରାଯାଇଥିଲା । ପରେ ପରେ ଏହି ସବୁ କଲେଜରେ ତାଲା ଝୁଲିଛି । ରିକ୍ରୁଟିଂ ଫାର୍ମ ରାଇଜିଂ ଫୋନିକ୍ସ ଇଣ୍ଟରନ୍ୟାସନାଲ ଦ୍ୱାରା ପରିଚାଳିତ ଏହି ୩ଟି କଲେଜ ଦେବାଳିଆ ଘୋଷିତ ହେବା ଯୋଗୁ ତାହା ବନ୍ଦ ହୋଇଯାଇଛି ।

ସେପଟେ ତୁରନ୍ତ ଏହି ବ୍ୟାପାରରେ ହସ୍ତକ୍ଷେପ କରିବା ଲାଗି ଦୂତାବାସ ନିକଟରେ ଦାବି କରିଛନ୍ତି ଛାତ୍ରଛାତ୍ରୀ । ଏନେଇ ଦୂତାବାସ ପକ୍ଷରୁ ଆଡଭାଇଜରି ଜାରି ହୋଇଛି । କ୍ଷତିଗ୍ରସ୍ତ ଛାତ୍ରଛାତ୍ରୀ କ୍ୟୁବେକସ୍ଥିତ ଉଚ୍ଚଶିକ୍ଷା ମନ୍ତ୍ରାଳୟ ନିକଟରେ ଅଭିଯୋଗ ଦାଖଲ ଲାଗି ପରାମର୍ଶ ଦିଆଯାଇଛି ।  ଲକ୍ଷ ଲକ୍ଷ ଟଙ୍କା ଦେଇ ସେହି କଲେଜରେ ଆଡମିଶନ ନେଇଥିବା ଭାରତୀୟ ଛାତ୍ରଛାତ୍ରୀ ହୋଇଛନ୍ତି ହତାଶ ।

ବିଶ୍ୱ ବୈଷ୍ଣବ ସମ୍ମିଳନୀରେ ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ପୁରୀ: ଦୁଇ ଦିନିଆ ଓଡ଼ିଶାଗସ୍ତର ଦ୍ୱିତୀୟ ଦିନରେ ବିଶ୍ୱ ବୈଷ୍ଣବ ସମ୍ମିଳନୀ ଉଦ୍‌ଘାଟନ୍ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଶ୍ରୀମଦ୍ ଭକ୍ତିସିଦ୍ଧାନ୍ତ ଗୌଡ଼ୀୟ ସରସ୍ୱତୀ ଗୋସ୍ୱାମୀ ପ୍ରଭୁପାଦ ମହାରାଜଙ୍କ ୧୫୦ତମ ଜନ୍ମବାର୍ଷିକୀ ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମ ।ଏହା ପୂର୍ବରୁ ପ୍ରଥମେ ଗୌଡୀୟ ମଠକୁ ଯାଇ ଆଳତି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ମହାମହିମ । ଏହାପରେ ଶରଧାବାଲି ଯାଇ ବିଶ୍ୱ ବୈଷ୍ଣବ ସାଧୁ ସମ୍ମିଳନୀରେ ଯୋଗ ଦେଇଛନ୍ତି । ତାଙ୍କ ସହିତ ପ୍ରଥମ ମହିଳା ସବିତା କୋବିନ୍ଦ ଏବଂ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ଅଛନ୍ତି । କାର୍ଯ୍ୟକ୍ରମ ସରିବା ପରେ ୧୨ଟା ୧୫ରେ ପୁରୀରୁ ହେଲିକେପ୍ଟର ଯୋଗେ ଭୁବନେଶ୍ୱର ବିମାନବନ୍ଦରେ ପହଞ୍ଚିବେ । ସେଠାରୁ ୧୨ଟା ୫୫ରେ ଦିଲ୍ଲୀ ଅଭିମୁଖେ ବାହାରିବେ ରାଷ୍ଟ୍ରପତି ।

ତେବେ ଆଜି ଏହି ଉଦ୍‌ଘାଟନୀ ଉତ୍ସବରେ ଯୋଗଦେଇ ଖୁସି ବ୍ୟକ୍ତ କରିଛନ୍ତି ରାଷ୍ଟ୍ରପତି । ବିଶ୍ୱକୁ ମହାମାରୀ କରୋନାରୁ ଶୀଘ୍ର ମୁକ୍ତି ମିଳୁ ବୋଲି କାମନା କରିଛନ୍ତି । ପୁରୀରେ ଶ୍ରୀଜିଉଙ୍କ ଦର୍ଶନ ମୋ ପାଇଁ ସୌଭାଗ୍ୟ ବୋଲି ସେ କହିଛନ୍ତି । ସତ୍ୟ ଏକ, ବିଜ୍ଞଜନ ତାକୁ ଭିନ୍ନ ଭିନ୍ନ ବ୍ୟାଖ୍ୟା କରିଥାନ୍ତି । ଶ୍ରୀ ଚୈତନ୍ୟଙ୍କ ଆଦର୍ଶରେ ଅନେକ ଭକ୍ତି ମାର୍ଗ ବାଛିଛନ୍ତି । ସବୁ ଧର୍ମର ଲୋକଙ୍କୁ ପ୍ରଭାବିତ କରିପାରିଥିଲେ ଶ୍ରୀ ଚୈତନ୍ୟ । କେବଳ ଦେଶ ନୁହେଁ ବିଦେଶରେ ବି ଶ୍ରୀ ଚୈତନ୍ୟଙ୍କ ଭକ୍ତ ରହିଛନ୍ତିି । ଈଶ୍ୱରଙ୍କ ପ୍ରତି ପୂର୍ଣ୍ଣ ସମର୍ପଣରେ ଜୀବନ ଧନ୍ୟ ହୋଇଥାଏ । ସନ୍ଥମାନେ ଭକ୍ତିମାର୍ଗରେ ପୂରା ଦେଶକୁ ଗୋଟିଏ ସୂତ୍ରରେ ବାନ୍ଧିଛନ୍ତି । ସେବାଭାବ ଆମ ସଂସ୍କୃତିର ମୂଳମନ୍ତ୍ର । କରୋନାଯୋଦ୍ଧାଙ୍କ ସେବା ମନୋଭାବକୁ ମଧ୍ୟ ପ୍ରଶଂସା କରିଛନ୍ତି ରାଷ୍ଟ୍ରପତି ।

ଗତକାଲି ଶ୍ରୀମନ୍ଦିରରେ ୪୫ମିନିଟ ରହି ମହାପ୍ରଭୁଙ୍କ ଦର୍ଶନ କରିଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଗର୍ଭଗୃହରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ କରିବା ସହ ବେଢା ପରିକ୍ରମା କରିଥିଲେ ।

https://www.youtube.com/watch?v=VcpweUsk_iA

ସକାଳ ୯ଟା ସୁଦ୍ଧା ୧୫ ପ୍ରତିଶତ ମତଦାନ ରେକର୍ଡ

ଭୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଆଜି ହେଉଛି ତୃତୀୟ ପର୍ଯ୍ୟାୟ ମତଦାନ । ସକାଳ ୯ଟା ସୁଦ୍ଧା ୧୫ପ୍ରତିଶତ ମତଦାନ ହୋଇଥିବା ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶ । ସକାଳ ୯ଟା ସୁଦ୍ଧା ସୋରରେ ୧୩.୬୨% ମତଦାନ, ସିମୁଳିଆରେ ୧୩ ଓ ଖଇରାରେ୧୬.୭୩ପ୍ରତିଶତ ମତଦାନ ରେକର୍ଡ ହୋଇଛି ।

ଆଜି ମୋଟ ୨୯ ଜିଲ୍ଲାର ୬୩ ବ୍ଲକର ୧୭୧ ଜିଲ୍ଲା ପରିଷଦ ଆସନ ପାଇଁ ପଡୁଛି ଭୋଟ୍ । ୬୮୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି  ୫୬ ଲକ୍ଷ ୫୩ ହଜାର ୪୦୫ଭୋଟର । ୧୮ ହଜାର ୪୯୫ ଓ୍ୱାର୍ଡରେ ୨ ହଜାର ୭୭୩ ସମ୍ବେଦନଶୀଳ ବୁଥ୍ ରହିଛି । ୧୭୧ଟି ଜିଲ୍ଲା ପରିଷଦ ଜୋନରେ ହେଉଛି  ନିର୍ବାଚନ । ୧୩୮୨ ଲେଖାଏ ସରପଞ୍ଚ, ସମିତି ସଭ୍ୟ ଏବଂ ୧୮ ହଜାର ୪୯୫ଟି ଓ୍ୱାର୍ଡରେ ହେଉଛି ଭୋଟିଂ । ମହିଳାଙ୍କ ପାଇଁ ବୁଥରେ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି । ୨ ହଜାର ୭୭୩ଟି ସମ୍ବେଦନ ବୁଥରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ହିଂସାକୁ ଦୃଷ୍ଟିରେ ରଖି ୩୫ ହଜାରରୁ ଅଧିକ ପୋଲିସ କର୍ମଚାରୀ ନିୟୋଜିତ ଅଛନ୍ତି । ଅନେକ ସ୍ଥାନରେ ଭ୍ରାମ୍ୟମାଣ ପୋଲିସ ଟିମ୍ ମଧ୍ୟ ନିୟୋଜିତ ହୋଇଛନ୍ତି । ସକାଳ ୯ଟା ସୁଦ୍ଧା ୧୫ ପ୍ରତିଶତ ମତଦାନ ହୋଇଛି ।

ଏଥିସହିତ ପଢ଼ନ୍ତୁ: ସକାଳ ୯ଟା ସୁଦ୍ଧା ୧୫ ପ୍ରତିଶତ ମତଦାନ ରେକର୍ଡ

ୟୁକ୍ରେନ ସୀମାରେ ଋଷର କ୍ଷେପଣାସ୍ତ୍ର ପରୀକ୍ଷା: ଯୁଦ୍ଧ ଆଶଙ୍କା ଘନୀଭୂତ

0

ମସ୍କୋ: ୟୁକ୍ରେନ ସୀମାରେ ଋଷ ଚଳାଇଛି ରଣନୀତିକ ପରମାଣୁ ସମରାଭ୍ୟାସ । ଏବଂ ଘନଘନ କ୍ଷେପଣାସ୍ତ୍ର ପରୀକ୍ଷାଣ । ଯାହାକୁ ଦେଖିଲା ପରେ ଋଷ-ୟୁକ୍ରେନ ଯୁଦ୍ଧ ଆଶଙ୍କା ଅଧିକ ଘନୀଭୂତ ହେଉଛି । ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ପ୍ରତ୍ୟକ୍ଷ ତଦାରଖରେ ଆଜି ୟୁକ୍ରେନ୍‌ ସୀମାରେ ବାଲିଷ୍ଟିକ୍‌ ଏବଂ କ୍ରୁଜ୍‌ ‌ କ୍ଷେପଣାସ୍ତ୍ର ପରୀକ୍ଷା ହୋଇଛି। ଏହି କ୍ଷେପଣାସ୍ତ୍ରଗୁଡ଼ିକ ଉଭୟ ସ୍ଥଳ ଓ ଜଳଭାଗରେ ଲକ୍ଷ୍ୟଭେଦ କରିଥିବା ବେଳେ ୟୁକ୍ରେନ୍‌ ବାୟୁସୀମାରେ ରୁଷ୍‌ର ଯୁଦ୍ଧ ବିମାନଗୁଡ଼ିକର ଗର୍ଜନ ଆତଙ୍କ ସୃଷ୍ଟି କରିଛି ।

ୟୁକ୍ରେନ୍‌କୁ ଭୟଭୀତ କରି ପ୍ରବଳ ଚାପରେ ରଖିବାକୁ ରୁଷ୍‌ର ଏହି ରଣନୀତି ନାଟୋ ରାଷ୍ଟ୍ରମାନଙ୍କ ନିଦ ହଜାଇ ଦେଇଛି। କ୍ରେମଲିନର ‘ସିଚୁଏସନ ସେଣ୍ଟର’ରୁ ପୁଟିନ ଆଜି କ୍ଷେପଣାସ୍ତ୍ର ପରୀକ୍ଷଣ ତଦାରଖ କରିଛନ୍ତି। ପୁଟିନଙ୍କ ଘନିଷ୍ଠ ସହଯୋଗୀ ତଥା ବେଲାରୁସ ରାଷ୍ଟ୍ରପତି ଆଲେକଜାଣ୍ଡର ଲୁକା‌ସେଙ୍କୋ‌ ମଧ୍ୟ ପୁଟିନଙ୍କ ସହ ନିୟନ୍ତ୍ରଣ କକ୍ଷରେ ଉପସ୍ଥିତ ଥିଲେ। ପରମାଣୁ ସମରାଭ୍ୟାସ କାର୍ଯ୍ୟକ୍ରମରେ ରୁଷ୍‌ ହାଇପରସୋନିକ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର, କ୍ରୁଜ୍‌ କ୍ଷେପଣାସ୍ତ୍ର ଏବଂ ପରମାଣୁ ଶକ୍ତି ସମ୍ପନ୍ନ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ଛାଡ଼ିଛି। ସମସ୍ତ କ୍ଷେପଣାସ୍ତ୍ର ଶତ ପ୍ରତିଶତ ଲକ୍ଷ୍ୟ ହାସଲ କରିଛନ୍ତି ବୋଲି କ୍ରେମ୍‌ଲିନ ପକ୍ଷରୁ ଏକ ବିବୃତି ଜାରି କରି କୁହାଯାଇଛି।

ବାଲିଷ୍ଟିକ୍ ମିସାଇଲ୍ ସହ ଆଣବିକ ଅସ୍ତ୍ରଶସ୍ତ୍ର ପରୀକ୍ଷଣ ଲାଗି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଗତକାଲି ନିର୍ଦ୍ଦେଶ ଦେଇଥିଲେ । ପୁଟିନଙ୍କ ମୁଖପାତ୍ରଙ୍କ ଅନୁସାରେ ଅଭ୍ୟାସ୍ ଆରମ୍ଭ ହୋଇସାରିଥିବା ବେଳେ ଏଥିରେ ପୁଟିନଙ୍କ ଘନିଷ୍ଠ ବେଲାଋଷ ରାଷ୍ଟ୍ରପତି ଆଲେକଜାଣ୍ଡାର ଭାଗ ନେଇଛନ୍ତି । ତେବେ ଋଷର ଏହି ଅଭ୍ୟାସ ନୂଆ ନୁହେଁ । ବିଗତ ୪ ମାସ ହେଲା ଦେଢ଼ ଲକ୍ଷ ସୈନ୍ୟଙ୍କୁ ନେଇ ଋଷ ଅଭ୍ୟାସ୍ ଚଳାଇଥିଲେ ମଧ୍ୟ ଉତ୍ତର, ପୂର୍ବ ଏବଂ ଦକ୍ଷିଣ ୟୁକ୍ରେନ ଉପରେ ଆକ୍ରମଣ ଯୋଜନାକୁ ମନା କରି ଆସୁଛି ।

ବେଲାଋଷ କ୍ଷମତାକୁ ମାଡ଼ି ବସିଥିବା ଆଲେକଜାଣ୍ଡାର କହିଛନ୍ତି ଯେ, ଯଦି ଆମ ଶତ୍ରୁ ମାନେ କୌଣସି ମୂର୍ଖତାପୂର୍ଣ୍ଣ କାର୍ଯ୍ୟ କରନ୍ତି ତେବେ ଆମେ ଋଷ ନିର୍ମିତ ପରମାଣୁ ଅସ୍ତ୍ର ମୁତୟନ କରିବୁ । ଆଲେକଜାଣ୍ଡାରଙ୍କ ଧମକ ଏମିତି ସମୟରେ ଆସିଛି ଯେତେବେଳେ ୟୁକ୍ରେନ୍ ସଙ୍କଟକୁ ନେଇ ଆମେରିକା ଓ ଋଷ ମୁହାଁମୁହିଁ ହୋଇଛନ୍ତି । ଗୋଳିଆ ପାଣିରୁ ଲାଭ ଉଠାଇବା ଚକ୍କରରେ ଆଲେକଜାଣ୍ଡାର ଋଷ ସମର୍ଥନରେ ଛିଡ଼ା ହୋଇଛନ୍ତି । ଋଷକୁ ସମର୍ଥନ କରି ନିଜ କ୍ଷମତା ବଞ୍ଚାଇବା ତାଙ୍କ ଉଦ୍ଦେଶ୍ୟ ।

ପ୍ରବଳ ମାଡ଼ ମାରିବା ପରେ ସ୍ତ୍ରୀ ଓ ଝିଅକୁ ଛାଡ଼ି ଚାଲିଗଲା ସ୍ୱାମୀ: ଭିଡିଓ କରି ଏଭଳି କହିଲେ ମହିଳା

ବ୍ରହ୍ମପୁର: ସୁରତରୁ ଆସିଲା ଗଞ୍ଜାମ ଝିଅର ସମ୍ବେଦନଶୀଳ କାହାଣୀ । ଜୀବନ ମାଗୁଛି ସ୍ତ୍ରୀ । ବାପାକୁ ଖୋଜୁଛି ଝିଅ । ନିର୍ଯାତନା ସହି ପାରିଲେନି ନନ୍ଦିନୀ । ଶେଷରେ କାନ୍ଦି କାନ୍ଦି ଫେରାର୍ ହୋଇଯାଇଥିବା ସ୍ୱାମୀଙ୍କୁ ଫେରାଇ ଆଣିବାକୁ କଲେ ନିବେଦନ କରିଛନ୍ତି । ଏବଂ ଏହି ଭିଡିଓକୁ ନିଜ ଫେସବୁକ୍ ପେଜ୍‌ରେ ସେୟାର କରିଛନ୍ତି ।  ସ୍ୱାମୀ ତାଙ୍କୁ ମାଡ଼ ମାରିବା ପରେ ସୁରତ ସହରରେ ଏକାକି ଛାଡ଼ି କୁଆଡ଼େ ଚାଲି ଯାଇଥିବା ସେ ଅଭିଯୋଗ କରିଛନ୍ତି ।

ବିବାହ ପରଠାରୁ ତାଙ୍କ ସ୍ୱାମୀ ତାଙ୍କୁ ନିର୍ଯାତନା ଦେଇ ଆସୁଛନ୍ତି । ଏପରିକି ତାଙ୍କ ଶ୍ୱଶୁର ଘର ଲୋକେ ମଧ୍ୟ ତାଙ୍କୁ ଅସହଯୋଗ କରୁଥିବା ସେ ଭିଡିଓଟିରେ ଅଭିଯୋଗ କରିଛନ୍ତି । ଭିଡିଓ ଅପଲୋଡ କରି ନନ୍ଦିନୀ ସୁରଟରେ କେମିତି ଅସହାୟ ହୋଇ ପଡ଼ିଛନ୍ତି ସେକଥା ମଧ୍ୟ କହିଛନ୍ତି । ତେବେ ଏନେଇ ନନ୍ଦିନୀଙ୍କ ସ୍ୱାମୀ କିମ୍ବା ତାଙ୍କ ଶ୍ୱଶୁର ଘର ଲୋକଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ । ହୁଏତ ପୋଲିସ ଏହି ଭିଡିଓଟିକୁ ଦେଖିବା ପରେ ପ୍ରଥମେ ନନ୍ଦିନୀଙ୍କୁ ଉଦ୍ଧାର କରି ତଦନ୍ତ କରିବା ପରେ ସତ ପଦାକୁ ଆସିବ ।

ପଞ୍ଜାବରେ ୧୧୭ଟି ଆସନ ଏବଂ ୟୁପିରେ ୫୯ଟି ଆସନ ପାଇଁ ଚାଲିଛି ମତଦାନ

ଚଣ୍ଡିଗଡ଼/ଲକ୍ଷ୍ଣୌ: ପଞ୍ଜାବରେ ନେତା ବାଛୁଛନ୍ତି ଜନାତା । ୧୧୭ଟି ଆସନ ଲାଗି ହେଉଛି ନିର୍ବାଚନ । ସକାଳ ୭ଟାରୁ ଆରମ୍ଭ ହୋଇଛି ମତଦାନ  । ମୋଟ ୧୩୦୪ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ୨ କୋଟି ୧୪ ଲକ୍ଷ ୯୯ ହଜାର ଭୋଟର । ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ଚମକାଉର ସାହିବ ଓ ଭଦାଉର ଆସନରୁ ଲଢୁଥିବାବେଳେ ଅମୃତସର ଇଷ୍ଟ ଆସନରୁ ଲଢୁଛନ୍ତି ପିସିସି ସଭାପତି ନବଜୋତ ସିଂ ସିଦ୍ଧୁ ।

ପଞ୍ଜାବ ଲୋକ କଂଗ୍ରେସ  ନେତା କ୍ୟାପଟେନ ଅମରିନ୍ଦର ସିଂ ପାତିଆଲା ଅର୍ବାନ ଆସନରୁ ଲଢୁଥିବାବେଳେ ଆପ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭଗବତ ମନ୍ ଧୁରି ଆସନରୁ ଲଢୁଛନ୍ତି । ସେହିପରି ଅକାଳୀ ଦଳ ନେତା ପ୍ରକାଶ ସିଂ ବାଦଲ ଲାମ୍ବି ଆସନରୁ ଲଢୁଥିବାବେଳେ ତାଙ୍କ ପୁଅ ସୁଖବୀର ସିଂ ବାଦଲ ଜଲାଲାବାଦ ଆସନରୁ ଲଢୁଛନ୍ତି । ଏହା ସହ କଂଗ୍ରେସ ପକ୍ଷରୁ ମୋଗା ଆସନରେ ଲଢୁଛନ୍ତି ମାଳବିକା ସୁଦ୍ ।  ରାଜ୍ୟର ବହୁ ମନ୍ତ୍ରୀଙ୍କର ବି ହେଉଛି ଭାଗ୍ୟ ପରୀକ୍ଷା । ୨୦୧୭ନିର୍ବାଚନରେ କଂଗ୍ରେସ ୭୮ଟି ଆସନ ହାତେଇଥିବାବେଳେ ଆପ୍ ୧୨ଟି, ଅକାଳୀ ଦଳ ୧୩ଟି ଓ ବିଜେପି ୬ଟି ଆସନରେ ବିଜୟଲାଭ କରଥିଲା ।

ଅନ୍ୟପକ୍ଷରେ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ନେଇ ମତଦାନ ଚାଲିଛି । ୧୬ଟି ଜିଲ୍ଲାର ୫୯ଟି ଆସନରେ ମତଦାନ କରୁଛନ୍ତି ଭୋଟର  । ସକାଳ ୭ଟାରୁ ଆରମ୍ଭ ହୋଇଛି ଭୋଟିଂ । ୫୯ ଆସନ ପାଇଁ ମଇଦାନରେ ଅଛନ୍ତି ୬୨୭ ଜଣ ପ୍ରାର୍ଥୀ । ସବୁଠାରୁ ଚର୍ଚ୍ଚିତ ଆସନ କରହାଲ ଆସନରୁ ଲଢୁଛନ୍ତି ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ । ଯଶୋବନ୍ତନଗରରୁ ଲଢୁଛନ୍ତି ଅଖିଳେଶଙ୍କ କାକା ଶିବପାଲ ଯାଦବ । ଫିରୋଜାବାଦ, ମଇନପୁରୀ, ଇଟାହ, କାସଗଞ୍ଜ, ହାଥରସ, କାନପୁର, କାନପୁର ଦେହାତ, ଔରେୟା, ଫରକ୍କାବାଦ, କନୌଜ, ଝାନସୀ, ଜଲାଉନ, ଲଳିତପୁର, ହମିରପୁର, ମାହୋବା ଜିଲ୍ଲାରେ ହେଉଛି ଭୋଟିଂ ।

୨୫ ହଜାର ୭୪୧ଟି ମତଦାନ କେନ୍ଦ୍ରରେ ଭୋଟିଂ ଚାଲିଛି । ଯାଦବ କମ୍ୟୁନିଟି ମତଦାନ କରୁଥିବା ବେଳେ ଭୋଟ୍ ପ୍ରତିଶତ କାହାକୁ କେତେ ମିଳିବ ତାହା ଉପରେ ନଜର ରହିଛି । ଯାଦବ ଅଞ୍ଚଳର ୨୯ଟି ଆସନରୁ ଗତଥର ବିଜେପି ୨୩ଟି ଆସନ ଜିତିଥିବା ବେଳେ ସମାଜବାଦୀ ପାର୍ଟି ମାତ୍ର ୬ଟି ଆସନରେ ବିଜୟ ହାସଲ କରିଥିଲା  । ୨୦୧୨ ତୁଳନାରେ ଏହି ଅଞ୍ଚଳରେ ବିଜେପି ୨୦୧୭ରେ ଭଲ ପ୍ରଦର୍ଶନ କରିଥିଲା  । କିନ୍ତୁ ଏଥର ସ୍ଥିତି ଓଲଟିବ ବୋଲି ବିରୋଧୀ ଦାବି କରୁଛନ୍ତି  । ଏପଟେ କଂଗ୍ରେସ ମଧ୍ୟ ଫୁଲ୍ ଦମରେ ପ୍ରଚାର କରିଥିବା ବେଳେ କିଛି ସ୍ଥିତି ବଦଳିବ ବୋଲି ଦଳ ଆଶା କରୁଛି ।

୬୩ବ୍ଳକ୍‌ର ୧୭୧ଜିଲ୍ଲା ପରିଷଦ ଆସନ ପାଇଁ ପଡ଼ୁଛି ଭୋଟ

0

ଭୁବନେଶ୍ୱର: ରାଜ୍ୟରେ ଚାଲିଛି ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ । ୨୯ ଜିଲ୍ଲାର ୬୩ ବ୍ଲକର ୧୭୧ ଜିଲ୍ଲା ପରିଷଦ ଆସନ ପାଇଁ ପଡୁଛି ଭୋଟ୍ । ୬୮୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ୫୬ ଲକ୍ଷ ୫୩ ହଜାର ୪୦୫ ଭୋଟର । ୧୮ ହଜାର ୪୯୫ ଓ୍ବାର୍ଡରେ ୨ ହଜାର ୭୭୩ ସମ୍ବେଦନଶୀଳ ବୁଥ୍ ରହିଛି । ୧୭୧ଟି ଜିଲ୍ଲା ପରିଷଦ ଜୋନରେ ହେଉଛି ନିର୍ବାଚନ ।

୧୩୮୨ ଲେଖାଏ ସରପଞ୍ଚ, ସମିତି ସଭ୍ୟ ଏବଂ ୧୮ ହଜାର ୪୯୫ଟି ଓ୍ବାର୍ଡରେ ହେଉଛିଭୋଟିଂ । ମହିଳାଙ୍କ ପାଇଁ ବୁଥରେ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି । ୨ ହଜାର ୭୭୩ଟି ସମ୍ବେଦନ ବୁଥରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ହିଂସାକୁ ଦୃଷ୍ଟିରେ ରଖି ୩୫ ହଜାରରୁ ଅଧିକ ପୋଲିସ କର୍ମଚାରୀ ନିୟୋଜିତ ଅଛନ୍ତି । ଅନେକ ସ୍ଥାନରେ ଭ୍ରାମ୍ୟମାଣ ପୋଲିସ ଟିମ୍ ମଧ୍ୟ ନିୟୋଜିତ ହୋଇଛନ୍ତି ।

 

ବିଜେପି ଏଜେଣ୍ଟଙ୍କ ଠାରୁ ୩ଲକ୍ଷ ଟଙ୍କା ନଗଦ ମିଳିବା ଘଟଣା: ପୋଲିସର ଭୂମିକା ନେଇ ଉଠିଲା ପ୍ରଶ୍ନ

ଦେବଗଡ଼: ପଞ୍ଚାୟତ ନିର୍ବାଚନରେ ଟଙ୍କା ବାଣ୍ଟିଲେ, ଗିରଫ ହେଲେ । ଥାନାରେ ଆତିଥ୍ୟ ବି ପାଇଲେ । ଶେଷରେ ଜାମିନରେ ମୁକୁଳିଲେ । ପୋଲିସର ଏଭଳି ନ୍ୟାୟ ବ୍ୟବସ୍ଥା ଦେଖିଲେ ସାଧାରଣ ଲୋକଙ୍କ ଆଇନ ବ୍ୟବସ୍ଥା ଉପରୁ ଭରସା ତୁଟିଯିବ । ପଞ୍ଚାୟତ ପରାଜୟ ଭୟରେ ବିଜେପି ବିଚଳିତ ହୋଇପଡିଥିବା ବେଳେ ଦେବଗଡ଼ ପୋଲିସ ବି କମ୍ ସାହାଯ୍ୟ କରିନି ।

ତିଳେଇବଣି ବ୍ଲକ ଭୁଟେଲ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ତଥା ବିଜେପିର କର୍ମୀ ସୌଭାଗ୍ୟ ପାତ୍ରଙ୍କୁ ଟଙ୍କା ବାଣ୍ଟିବା ବେଳେ ପୋଲିସ ଗିରଫ କରିଥିଲା । ତାଙ୍କ ପାଖରୁ ୩ ଲକ୍ଷ ୩୦ ହଜାରରୁ ଅଧିକ ଟଙ୍କା ଜବତ କରାଯାଇଥିଲା । ତାଙ୍କୁ ଗିରଫ ମଧ୍ୟ କରାଯାଇଥିଲା । ହେଲେ ଅଭିଯୁକ୍ତ ଶିକ୍ଷକ ସୌଭାଗ୍ୟ ବିଜେପି କର୍ମୀ ହୋଇଥିବାରୁ ରାତିରେ ଥାନାରେ ତାଙ୍କ ପାଇଁ ଏକ ଗଦି ଥିବା ଖଟ ବ୍ୟବସ୍ଥା କରାଯାଇଥିଲା । ସେଠାରେ ଚାଦର ତକିଆର ବ୍ୟବସ୍ଥା ହୋଇଥିଲା । ତାଙ୍କୁ କୌଣସି ପ୍ରକାର ଯେମିତି ଅସୁବିଧା ନନୁହେଁ ସେଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଇଥିଲା ।

ଏଥିସହିତ ପଢ଼ନ୍ତୁ: ଦ୍ୱିତୀୟ ଦିନରେ ଭିଜିଲାନ୍ସ ରେଡ୍: ସହକାରୀ ଯନ୍ତ୍ରୀଙ୍କ ଲକ୍‌ରରୁ ମିଳିଲା ୧୪ଲକ୍ଷ ଟଙ୍କା

ଅର୍ଥାତ୍ ଥାନାରେ ଅଭିଯୁକ୍ତଙ୍କ ପାଇଁ ପୂରା ଭିଆଇପି ବ୍ୟବସ୍ଥା । ଏଠି ପ୍ରଶ୍ନ ଉଠୁଛି ଦେବଗଡ଼ ଥାନା ପୋଲିସର ଏହି ବ୍ୟବସ୍ଥା ସମସ୍ତଙ୍କ ପାଇଁ ନା କେବଳ ଏହାହିଁ କେବଳ ସେଶ୍ପାଲ କେସ୍ । ଖାଲି ଏତିକି ନୁହେଁ ସ୍ଥାନୀୟ ବିଧାୟକ ସୁବାସ ପାଣିଗ୍ରାହୀ ମଧ୍ୟ ସୌଭାଗ୍ୟଙ୍କୁ ଛାଡିଦେବାକୁ ପୋଲିସ ସହ ବାକ୍ ବିତଣ୍ଡା କରିଥିଲେ । ପୋଲିସ ଉପରେ ଚାପ ପକାଇଥିଲେ ।

ବିଧାୟକ ନିଜେ ଥାନାକୁ ଆସିବା ପରେ ବିଜେପିର ସମ୍ପୃକ୍ତି ସମ୍ପୂର୍ଣ୍ଣ ସ୍ପଷ୍ଟ ହୋଇଥିଲା । ଆଜି ସୌଭାଗ୍ୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ତାଙ୍କୁ ଜାମିନ ମିଳିଛି । ତାଙ୍କ ପାଖରୁ ଏତେ ଟଙ୍କା ମିଳିଥିଲେ ବି କାହିଁକି ପୋଲିସ ନିରବଦ୍ରଷ୍ଟା ସାଜିଲା । ଖାଲି ଲୋକ ଦେଖାଣିଆ ଥାନାକୁ ନେଇ ପୁଣି ରାତିରେ ଏଭଳି ଭିଆଇପି ବ୍ୟବସ୍ଥା କରିବା ଉପରେ ସାଧାରଣରେ ପ୍ରଶ୍ନ ସୃଷ୍ଟି କରିଛି ।

ଦ୍ୱିତୀୟ ଦିନରେ ଭିଜିଲାନ୍ସ ରେଡ୍: ସହକାରୀ ଯନ୍ତ୍ରୀଙ୍କ ଲକ୍‌ରରୁ ମିଳିଲା ୧୪ଲକ୍ଷ ଟଙ୍କା

ସୁନାବେଡା: ସହକାରୀ ଯନ୍ତ୍ରୀଙ୍କ ଘରେ ଦ୍ୱିତୀୟ ଦିନର ମାରଥନ ରେଡ୍ । ଆଜି କୁବେର ମନୋଜ ପାତ୍ରଙ୍କ ବ୍ୟାଙ୍କ ଲକରରୁ ମିଳିଲା ନଗଦ ୧୪ ଲକ୍ଷ ୬୧ ଟଙ୍କା ସହ ଲକ୍ଷ୍ୟାଧିକ ଟଙ୍କାର ସୁନା ଅଳଙ୍କାର । ୩୭୦ ଗ୍ରାମ ସୁନା ସହ ୨୯୦ ଗ୍ରାମର ରୁପା ଅଳଙ୍କାର ଜବତ କରିଛି ଭିଜିଲାନ୍ସ । ଏହା ସହ ଭୁବନେଶ୍ୱର, ବ୍ରହ୍ମପୁର , ପାରଳାଖେମୁଣ୍ଡି, ସୁନାବେଢାରେ ଥିବା ଫ୍ଲାଟ, ପ୍ଲଟ ଠାବ କରିଛି ଭିଜିଲାନ୍ସ ।

ଗତକାଲି ମଧ୍ୟ ରେଡ ବେଳେ ମନୋଜ ପାତ୍ରଙ୍କ ବାସଭବନରୁ ନଗଦ ୧୪ ଲକ୍ଷ ଟଙ୍କା ଜବତ କରିଥିଲା କୋରାପୁଟ ଭିଜିଲାନ୍ସ । ଏହିସବୁ ଅଚଳାଚଳ ସମ୍ପତ୍ତିର ଆକଳନ କରୁଛି ଭିଜିଲାନ୍ସ । ଲକରରୁ ମିଳିଥିବା କାଗଜପତ୍ରକୁ ନେଇ ଭୁବନେଶ୍ୱର ସ୍ଥିତ କୋଳିଳା ପ୍ୟାଲେସରେ ଥିବା ଫ୍ଲାଟରେ ମନୋଜଙ୍କୁ ପଚରାଉଚରା କରାଯାଉଛି । ରେଡରେ ସାମିଲ ହୋଇଛନ୍ତି ୮ ଜଣ ଡିଏସପି, ୫ ଜଣ ଆଇଆସି ଓ ଭିଜିଲାନ୍ସ କର୍ମଚାରୀ ।

 

 

ମିଟର ବଦଳାଇବା ନାଁର ଲୁଟୁଛି ଟାଟା ପାଓ୍ୱାର, ରୋକି ପାରୁନି ବିଦ୍ୟୁତ ଚୋରି

ଭୁବନେଶ୍ୱର: ମିଟର ବଦଳାଇବା ନାଁରେ ଗ୍ରାହକଙ୍କୁ ଲୁଟୁଛି ଟାଟା ପାଓ୍ୱାର । ଦାୟିତ୍ୱ ନେବା ପରଠୁ ବିଦ୍ୟୁତ ସରବରାହ ଜନିତ କ୍ଷତି, ବିଦ୍ୟୁତ ଚୋରି ରୋକିପାରିନି କମ୍ପାନୀ । ଟାଟା ପାଓ୍ୱାରର ଏଭଳି ଶୋଷଣ ବନ୍ଦ କରିବା ପାଇଁ ଓଇଆରସି ପାଖରେ ଦାବି କରିଛି ସମାଜବାଦୀ ପାର୍ଟି । ବିଦ୍ୟୁତ ଉତ୍ପାଦନ ଓ ଆବଣ୍ଟନ କମ୍ପାନୀମାନଙ୍କର ବିଜୁଳି ଶୁଳ୍କ ବୃଦ୍ଧି ପ୍ରସ୍ତାବକୁ ଦୃଢ ବିରୋଧ କରିଛି ଉପଭୋକ୍ତା ମହାସଂଘ । ସେପଟେ ଜନଶୁଣାଣି ପରେ ବିଜୁଳି ଦର ବଢିବ କି ନାହିଁ ତାହା ସ୍ଥିର ହେବ ବୋଲି ଓଇଆରସି ସଚିବ କହିଛନ୍ତି ।

ଟାଟା ପାଓ୍ୱାର ବିରୋଧରେ ହଲ୍ଲାବୋଲ । ରାସ୍ତାକୁ ଓହ୍ଲାଇଲେ ରାଜନୈତିକ ଦଳ । ମିଟର ଜୁଲମ ବିରୋଧରେ ତେଜିଲା ସ୍ୱର । ବିଜୁଳି ଶୁଳ୍କ ପ୍ରସ୍ତାବକୁ ଉପଭୋକ୍ତା ସଂଘର ବିରୋଧ । ଇଏ ହେଉଛନ୍ତି ବାଙ୍କୀ ଡମପଡ଼ା ବିଲିପଡ଼ା ଗାଁର ବାସୁ ମନ୍ତ୍ରୀ । ଆଗରୁ ମାସିକ ୧୦୦ରୁ ୧୫୦ଟଙ୍କା ଭିତରେ ଆସୁଥିଲା ବିଜୁଳି ବିଲ୍‌ । ହେଲେ ଗତ ଜୁଲାଇ ମାସରେ ୧୨ ହଜାର ଟଙ୍କା ବିଲ୍‌ ଆସିଲା । ଏହାପରେ କମ୍ପାନୀ କର୍ମଚାରୀ ପୁରୁଣା ମିଟର ବଦଳାଇ ନୂଆ ମିଟର ଲଗାଇଲେ । ତେବେ ଫେବ୍ରୁଆରୀରେ ପୁରୁଣା ବକେୟା ସହ ମୋଟ ୨୯ହଜାର ୧୫ ଟଙ୍କା ବିଲ୍‌କୁ ୧୫ ଦିନ ଭିତରେ ପଇଠ କରିବାକୁ ମିଳିଛି ଡେଡଲାଇନ । ନହେଲେ ବିଜୁଳି କାଟି ଦିଆଯିବ ବୋଲି ଧମକ ମିଳିଛି । କେବଳ ବାସୁ ମନ୍ତ୍ରୀ ନୁହନ୍ତି, ଟାଟା ପାଓ୍ୱାର ବିରୋଧରେ ଅଭିଯୋଗର ତାଲିକା ବେଶ୍‌ ଲମ୍ବା ।

ଗ୍ରାହକଙ୍କ ଉପରେ ଟାଟା ପାଓ୍ୱାରର ଜୁଲମ । ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଛି ସମାଜବାଦୀ ପାର୍ଟି । ତୁରନ୍ତ ଟାଟା ପାଓ୍ୱାର ମିଟର ନାଁରେ କରୁଥିବା ଜୁଲମ ବନ୍ଦ କରିବା ପାଇଁ ଓଇଆରସି ନିକଟରେ ଦଳ ଦାବି କରିଛି । ଏହାସହ ବିଜୁଳି ଶୁଳ୍କ ବୃଦ୍ଧି ବିରୋଧରେ ବିକ୍ଷୋଭ କରିଛି । ସେପଟେ ଓଇଆରସିର ଜନଶୁଣାଣିରେ ବିଭିନ୍ନ ବିଦ୍ୟୁତ ଉତ୍ପାଦନ ଓ ଆବଣ୍ଟନ କମ୍ପାନୀମାନଙ୍କର ଶୁଳ୍କ ବୃଦ୍ଧି ପ୍ରସ୍ତାବକୁ ବିରୋଧ କରିବ ଉପଭୋକ୍ତା ମହାସଂଘ । ହେଲେ ୨୦୨୨-୨୩ ଆର୍ଥିକ ବର୍ଷରେ ବିଜୁଳି ଶୁଳ୍କ ବଢିବ କି ନାହିଁ ତାହା ଜନଶୁଣାଣି ପରେ ସ୍ପଷ୍ଟ ହେବ ବୋଲି ଓଇଆରସି ସଚିବ କହିଛନ୍ତି ।

ଏଥିସହିତ ପଢ଼ନ୍ତୁ: ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ ନେଇ ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପକୁ ରାଷ୍ଟ୍ରପତିଙ୍କ ପ୍ରଶଂସା

୨୦୨୦ରୁ ଶକ୍ତି ବିଭାଗରେ ସଂସ୍କାର ଆଣିବା ପାଇଁ ଘରୋଇକରଣ କରି ଟାଟା ପାଓ୍ୱାରକୁ ଦାୟିତ୍ୱ ଦେଇଥିଲେ ରାଜ୍ୟ ସରକାର । ଟାଟା ପାଓ୍ୱାର ନିଜ ମୂଳନୀତିରୁ ହଟି ସଂସ୍କାର ବଦଳରେ ଗ୍ରାହକଙ୍କୁ ଲୁଟୁଥିବା ଅଭିଯୋଗ ହୋଇଛି । କେତେବେଳେ ବକେୟା ଅର୍ଥ ଜୁଲମ ତ କେତେବେଳେ ମିଟର ବଦଳାଇବା ନାଁରେ ଶୋଷଣ କରୁଛି କମ୍ପାନୀ । ଆସନ୍ତା ୨୧ ତାରିଖରେ ଟାଟା ପାଓ୍ୱାରର ଓଇଆରସିରେ ଜନ ଶୁଣାଣି ରହିଛି ।

ଅନ୍ୟ ପକ୍ଷରେ ବିଦ୍ୟୁତ ଦର ନ ବଢ଼ାଇବାକୁ ଓଇଆରସିକୁ ଅନୁରୋଧ କରିଛନ୍ତି ରାଜ୍ୟ ଶକ୍ତି ବିଭାଗ । ଗ୍ରାହକଙ୍କ ଉପରେ ଶୁଳ୍କ ବୋଝ ନବଢାଇବାକୁ ଅନୁରୋଧ । ଏଟିସି କ୍ଷତି ହ୍ରାସ କରିବାକୁ ବିତରକ କମ୍ପାନୀଙ୍କୁ ନିବେଦନ କରାଯାଇଛି ।