spot_img
Home Blog Page 4531

ରାଜ୍ୟରେ ବଢିଲା ଦୁଗ୍ଧ ଦାମ୍, ଜାଣନ୍ତୁ କେତେ ଦର…

ନୂଆଦିଲ୍ଲୀ: ନିକଟରେ ଅମୁଲ୍ କମ୍ପାନୀ ପକ୍ଷରୁ ସମଗ୍ର ଦେଶରେ କ୍ଷୀରର ମୂଲ୍ୟ ବୃଦ୍ଧି କରାଯାଇଥିଲା । ଏପରିକି ଲିଟର ପିଛା ଦୁଗ୍ଧ ଦାମ୍ ୨ ଟଙ୍କା ବୃଦ୍ଧି ପାଇଥିଲା । ପଞ୍ଜିକୃତ ହୋଇଥିଲା । ଏବେ ମଦର ଡେରୀ ପକ୍ଷରୁ ମଧ୍ୟ ରବିବାର ଠାରୁ ଦିଲ୍ଲୀ-ଏନସିଆର ଅଞ୍ଚଳରେ କ୍ଷୀରର ମୂଲ୍ୟ ଲିଟର ପିଛା ୨ ଟଙ୍କା ବୃଦ୍ଧି କରାଯିବ ବୋଲି ଘୋଷଣା କରାଯାଇଛି ।

ପୂର୍ବରୁ ମଦର ଡେରୀ ୨୦୨୧ ମସିହା ଜୁଲାଇରେ କ୍ଷୀରର ଦାମ୍ ବୃଦ୍ଧି କରିଥିଲା । ଜୁଲାଇ ପରେ ମିଲ୍କ ପ୍ରକ୍ୟୁରମେଣ୍ଟରେ ୮ରୁ ୯ ପ୍ରତିଶତ ବୃଦ୍ଧି ପାଇଛି । ଯାହା ଫଳରେ ଏହାର ମୂଲ୍ୟ ବୃଦ୍ଧି କରିବାକୁ ପଡିବ ବୋଲି କହିଥିଲା କମ୍ପାନୀ ।

ଏହି ରାଜ୍ୟରେ ମଧ୍ୟ କ୍ଷୀର ମହଙ୍ଗା 
ଆସନ୍ତାକାଲିଠାରୁ ହରିୟାଣା, ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ମଦର ଡେରୀ କ୍ଷୀର ମଧ୍ୟ ୨ ଟଙ୍କା ମହଙ୍ଗା ହେବ ଅଧିକ ହେବ |

ମଦର ଡେରୀ ଫୁଲ୍ କ୍ରିମ୍ କ୍ଷୀର ଲିଟର ପିଛା ୫୭ ରୁ ୫୯ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇବ । ଟୋନଡ୍ କ୍ଷୀର ବର୍ତ୍ତମାନ ଲିଟର ପିଛା ୪୭ ଟଙ୍କା ବଦଳରେ ୪୯ ଟଙ୍କାରେ ମିଳିବ । ସେହିପରି ଡବଲ୍ ଟୋନଡ କ୍ଷୀରର ମୂଲ୍ୟ ଲିଟର ପିଛା ୪୧ରୁ ୪୩ଟଙ୍କାକୁ ବୃଦ୍ଧି ପାଇବ ।

ଗାଧୋଇବା ବେଳେ ବ୍ରାହ୍ମଣୀରେ ବୁଡିଗଲେ ଦୁଇ ନାବାଳକ

ରାଉରକେଲା: ବ୍ରାହ୍ମଣୀ ନଦୀରେ ବଡ଼ ଅଘଟଣ । ଗାଧୋଇବାକୁ ଯାଇ ବୁଡ଼ି ଗଲେ ଦୁଇ ନାବାଳକ । ସେପଟେ ଜଣେ ନାବାଳକ ବୁଡ଼ି ଯାଉଥିବାବେଳେ ସ୍ଥାନୀୟ ଲୋକ   ଉଦ୍ଧାର କରିଛନ୍ତି  । ଅନ୍ୟପଟେ ଜଣେ ନାବାଳିକା ଏବେ ବି ନିଖୋଜ ରହିଥିବା ସୂଚନା ରହିଛି । ଅଗ୍ନିଶମ ବିଭାଗ ପକ୍ଷରୁ ନିଖୋଜ ନାବାଳିକାକୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ସୂଚନା ମୁତାବକ  4 ଜଣ ସାଙ୍ଗ ଗାଧୋଇବା ପାଇଁ ବ୍ରାହ୍ମଣୀ ନଦୀକୁ  ଆସିଥିଲେ। ଗାଧୋଇବା ସମୟରେ ଦୁଇ ଜଣ ନାବାଳକ ବୁଡି ଯାଇଥିଲେ  । ଏବଂ ସ୍ଥାନୀୟ ଲୋକ ଜଣଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ  । ଅନ୍ୟ ଜଣେ ନାବାଳକ କେଉଁଆଡ଼େ ଭାସି ଯାଇଥିଲେ  । ବର୍ତ୍ତମାନ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଛି  । ଅଗ୍ନିଶମ ବିଭାଗ ମଧ୍ୟ ଘଟମା ବିଷୟରେ ଖବର ପାଇ ତତକ୍ଷାଣତ ଘଟଣାସ୍ଥଳରେ ପହଁଚି ଉଦ୍ଧାରକାର୍ଯ୍ୟ ତ୍ୱରାନ୍ୱିତ କରିଛି  ।

 

 

 

୧୦୦ କୋଟି କ୍ଲବରେ ଆଲିଆଙ୍କ ଅଭିନୀତ ‘Gangubai Kathiawadi’

ନୂଆଦିଲ୍ଲୀ: ସଞ୍ଜୟ ଲିଲା ଭଂସାଲିଙ୍କ ନିର୍ଦ୍ଦେଶିତ Gangubai Kathiawadi ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିବାରେ ଲାଗିଛି । ଏକ ଶାନଦାର୍ ଓପନିଂ ସହ ପ୍ରାୟ ସପ୍ତାହେ ମଧ୍ୟରେ ବକ୍ସ ଅଫିସରେ କମାଲ୍ କରିଛି । ଆଲିଆଙ୍କ ଅଭିନୟ ଦର୍ଶକଙ୍କୁ ଭରପୂର ମନୋରଞ୍ଜନ ଦେଇଛି ।

ଫେବୃଆରୀ ୨୫ରେ ରିଲିଜ ହୋଇଥିବା ଏହି ଫିଲ୍ମଟି  ଶୁକ୍ରବାର ମଧ୍ୟରେ ଗ୍ଲୋବାଲ୍ ବକ୍ସ ଅଫିସରେ ୧୦୦ କୋଟି ପାର୍ କରିଛି । ଏନେଇ ଫିଲ୍ମ ବ୍ୟାନର ଭସାଂଲି ପ୍ରଡକ୍ସନ ପକ୍ଷରୁ ସୋସିଆଲ୍ ମିଡିଆରେ ଏକ ପୋଷ୍ଟ କରାଯାଇଛି । ‘‘ଫିଲ୍ମକୁ ଏତେ ଭଲ ପାଇବା ଦେଇଥିବାରୁ ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ’’ ବୋଲି କ୍ୟାପସନରେ ଲେଖାଯାଇଛି ।

କୋଭିଡ କଟକଣାରେ କୋହଳ ପରେ ଫିଲ୍ମ ହଲ୍ ଗୁଡିକ ପୂର୍ଣ୍ଣ କ୍ଷମତାରେ ଚାଲୁଛି । ଶୁକ୍ରବାର ସୁଦ୍ଧା ଫିଲ୍ମଟି ୧୦୮.୩ କୋଟି ଟଙ୍କା ପାର କରିଥିବା ବେଳେ ଆଗକୁ ଆହୁରି ଭଲ୍ ଇନକମ୍ ହେବ ବୋଲି ଆଶା ରଖିଛନ୍ତି ନିର୍ମାତା ।

ଖାଲି ଏତିକି ନୁହେଁ ଦର୍ଶକଙ୍କୁ ଧନ୍ୟବାଦ ଦେବାକୁ ଯାଇ ପ୍ରଡକ୍ସନ ହାଉସ୍ ପକ୍ଷରୁ ଏକ ସ୍ପେଶାଲ୍ ଟ୍ରେଲର୍ ମଧ୍ୟ ରିଲିଜ କରାଯାଇଛି । ଅନ୍ୟପଟେ ଗଙ୍ଗୁବାଇ ଫିଲ୍ମର ପ୍ରଶଂସା କରି ଟ୍ରେଡ୍ ଆନାଲିଷ୍ଟ ତରନ ଆଦର୍ଶ ଏକ ଟ୍ୱିଟ୍ ମଧ୍ୟ କରିଛନ୍ତି ।

ସୁନୀତି ମୁଣ୍ଡଙ୍କୁ ଭୁବନେଶ୍ୱର ମେୟର ପ୍ରାର୍ଥୀ ଘୋଷଣା କଲା ବିଜେପି

ଭୁବନେଶ୍ୱର: ଭୁବନେଶ୍ୱର ମେୟର ପାଇଁ ବିଜେପିର ପ୍ରାର୍ଥୀ ଘୋଷଣା  । ଲେଖିକା ସୁନୀତି ମୁଣ୍ଡଙ୍କୁ ପ୍ରାର୍ଥୀ କରିଛି ବିଜେପି  । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ମେୟର ପ୍ରାର୍ଥୀ ଘୋଷଣା କରିଛନ୍ତି  । ବିଜେଡି ଭୁବନେଶ୍ୱର ମେୟର ପାଇଁ ସୁଲୋଚନା ଦାସଙ୍କୁ ପ୍ରାର୍ଥୀ ଘୋଷମା କରିଥିବାବେଳେ ବିଜେପି ଲେଖିକା ସୁନୀତି ମୁଣ୍ଡଙ୍କୁ ପ୍ରାର୍ଥୀ ଘୋଷଣା କରିଛି  ।

ପ୍ରଥମ ଥର ପାଇଁ ରାଜ୍ୟରେ ମେୟର ପଦବୀ ପାଇଁ ପ୍ରତ୍ୟକ୍ଷ ନିର୍ବାଚନ ହେବାକୁ ଯାଉଛି  । ଭୁବନେଶ୍ୱର-କଟକ-ବ୍ରହ୍ମପୁର ମହାନଗର ନିଗମ ପାଇଁ ଅନୁଷ୍ଠିତ ହେବାକୁ ଯାଉଛି ନିର୍ବାଚନ  । କଂଗ୍ରେସ ମଧ୍ୟ ଭୁବନେଶ୍ୱର ମହାଗନର ନିଗମ ପାଇଁ ମଧୁସ୍ମିତା ଆଚାର୍ଯ୍ୟଙ୍କୁ ପ୍ରାର୍ଥୀ ଘୋଷଣା କରିଥିଲା  । ତେବେ ଆଗକୁ ହେବାକୁ ଯାଉଥିବା ନିର୍ବାଚନରେ କେଉଁ ପ୍ରାର୍ଥୀ ଲୋକଙ୍କ ପାଖରେ ପହଁଚି ପାରୁଛନ୍ତି  । କିଏ ଭୋଟରଙ୍କ ଲୋକାଦୃତ ହୋଇପାରୁଛନ୍ତି ତାହା ଉପରେ ନଜର ରହିଛି  ।

ସେପଟେ କଟକ ଏବଂ ବ୍ରହ୍ମପୁର ପାଇଁ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ଘୋଷଣା କରିନାହିଁ  । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଖବର ହେଉଛି ଭୁବନେଶ୍ୱର ପାଇଁ ବିଜେପି ଓ ବିଜେଡି ଉଭୟେ ଜଣେ ସାମ୍ବାଦିକଙ୍କୁ ପ୍ରାର୍ଥୀ କରିଛନ୍ତି  । ପୂର୍ବରୁ ପ୍ରତ୍ୟକ୍ଷ ସାମ୍ବାଦିକତା କରୁଥିବା ସୁଲୋଚନା ଦାସ ବିଜେଡିର ପ୍ରାର୍ଥୀ ହୋଇଛନ୍ତି  । ସେହିପରି ଡକ୍ତର ସୁନୀତି ମୁଣ୍ଡ୍ ମଧ୍ୟ ସାମ୍ବାଦିକ ଏବଂ ଲେଖକ ଭାବେ କର୍ତ୍ତବ୍ୟ ନିର୍ବାଙ କରୁଥିଲେ  ।

ଗୋଟିଏ ପରିବାରକୁ ଗୁଳିମାଡ଼, ୩ଜଣ ଗୁରୁତର

କେନ୍ଦ୍ରାପଡ଼ା: ମହାକାଳପଡ଼ାରେ ଫୁଟିଲା ଗୁଳି । ବବକରପୁର ଗାଁରେ ଗୋଟିଏ ପରିବାର ଉପରକୁ ହୋଇଛି ଆକ୍ରମଣ । ମିଳିଥିବା ସୂଚନା ମୁତାବକ ଏହି ଗୁଳିକାଣ୍ଡରେ ଗୋଟିଏ ପରିବାରର ୩ଜଣ ଗୁରୁତର । ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସମସ୍ତଙ୍କର ଅବସ୍ଥା ସଂକଟାପର୍ଣ୍ଣ ଥିବା ସୂଚନା ମିଳିଛି ।

ସେପଟେ ଗୁଳି ମାରିଥିବା ୩ ଅଭିଯୁକ୍ତଙ୍କୁ କାବୁ କରିଛନ୍ତି ଗାଁ ଲୋକ । ଅଭିଯୁକ୍ତଙ୍କୁ କାବୁ କରି ନିସ୍ତୁକ ମାଡ଼ ମାରିଛନ୍ତି ସାଧାରଣ ଲୋକ । ଘଟଣାସ୍ଥଳରେ ତୀବ୍ର ଉତ୍ତଜେନା ଲାଗି ରହିଛି । ତେବେ ଏହି ଗୁଳି କାଣ୍ଡ କାହିଁକି ଓ କେଉଁ କାରଣରୁ ହୋଇଛି ତାହା ଜଣା ପଡ଼ିନାହିଁ  ।

 

ଆସାମରୁ ୫ ବାଂଲାଦେଶୀ ଗିରଫ, ଅଲକାଏଦା ସଙ୍ଗଠନ ସହ ଲିଙ୍କ ଅଭିଯୋଗ

ଗୗେହାଟୀ: ବାଂଲାଦେଶର ଜେହାଦି ସଙ୍ଗଠନ ସହ ସମ୍ପର୍କ ଅଭିଯୋଗରେ ଆସାମର ବାରପେଟା ଜିଲ୍ଲାରୁ ପାଞ୍ଚ ବାଂଲାଦେଶୀ ନାଗରିକଙ୍କୁ ଗିରଫ କରାଯାଇଛି। ଜିହାଦି ସଙ୍ଗଠନ ଭାରତୀୟ ଉପମହାଦେଶରେ ଅଲ କାଏଦା ସହିତ ଜଡିତ ବୋଲି କୁହାଯାଏ । ଏନେଇ ପୋଲିସ ମହାନିର୍ଦ୍ଦେଶକ ଭାସ୍କର ଜ୍ୟୋତି ମହନ୍ତ ଶନିବାର ଦିନ ସୂଚନା ଦେଇଛନ୍ତି।

ପୋଲିସର ମହାନିର୍ଦ୍ଦେଶକ ଭାସ୍କର ଜ୍ୟୋତି ମହନ୍ତ କହିଛନ୍ତି ଯେ ରାଜ୍ୟ ପୋଲିସର ସ୍ୱତନ୍ତ୍ର ବ୍ରାଞ୍ଚର ଏକ ରିପୋର୍ଟ ଆଧାରରେ ବାରପେଟା ପୋଲିସ ହାଓ୍ୱଲି ଏବଂ କଲାଗାଛିଆ ପୋଲିସ ଷ୍ଟେସନ ଅଞ୍ଚଳରୁ ପାଞ୍ଚ ଜଣଙ୍କୁ ଗିରଫ କରିଛି।

ପୋଲିସର ସୂଚନାନୁସାରେ, ବାଂଲାଦେଶୀ ନାଗରିକ ମହମ୍ମଦ ସୁମନ ଓରଫ୍ ସୖେଫୁଲ ଇସଲାମ ଅନ୍ୟ ଚାରିଜଣଙ୍କୁ ବାରପେଟାରେ ଅଲକାଏଦାର ଜେହାଦି କାର୍ଯ୍ୟକଳାପର ଏକ ଗଡ଼ କରିବାକୁ କହିଥିଲା । ଡିଜିପି ଆହୁରି ମଧ୍ୟ କହିଛନ୍ତି ଯେ ସେମାନଙ୍କ ନିକଟରୁ କିଛି ଦସ୍ତାବିଜ୍ ଏବଂ ଇଲେକ୍ଟ୍ରୋନିକ୍ ଉପକରଣ ଜବତ କରାଯାଇଛି।

ସିନ୍ ସୁଟ ନାଁ ରେ ରାତିରେ ନାବାଳିକାଙ୍କୁ ଦୁଷ୍କର୍ମ

ଭୁବନେଶ୍ୱର: ଆଲବମରେ ହିରୋଇନ କରେଇ ଦେବାକୁ କହି ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ ମାମଲା । ଅଭିଯୁକ୍ତର ଭଡ଼ା ଘରେ ସାଇଣ୍ଟିଫିକ ଟିମ ଓ ଭରତପୁର ପୋଲିସର ତନାଘନା । ଘର ଭିତରୁ ଗାମୁଛା, ତକିଆ ସହିତ ପୋଲିସ ଡ୍ରେସ ଓ ସଦିଗ୍ଧ ସାମଗ୍ରୀ ଜବତ କରିଛି ପୋଲିସ । ସେପଟେ ଘଟଣାରେ ଜଣକୁ ଅଟକ ରଖିଛି ପୋଲିସ । ଦୁଷ୍କର୍ମ ମାମଲାରେ କେତେଜଣ ସମ୍ପୃକ୍ତ ଅଛନ୍ତି ସେନେଇ ଖୋଳତାଡ଼ ଜାରି ରହିଛି ।

ଗତ 3 ତାରିଖବିଳମ୍ବିତ ରାତିରେ ସୁରଜ ସାମଲ ଓ ବିଷ୍ଣୁ ନାମକ ଦୁଇ ଜଣ ଜୁନିୟର ଆର୍ଟିଷ୍ଟ ଜଣେ  ନାବାଳିକାଙ୍କୁ ଅଭିନୟ କରିବାକୁ କହି ଡାକି ନେଇଥିଲେ । ଦିନରେ ସୁଟିଂ କରିଥିବାବେଳେ ରାତିରେ କିଡନାପ୍ ସିନ ଥିବା କହିଥିଲେ ଅଭିଯୁକ୍ତ  । ଏକ ଘରେ ରାତିରେ ତାଙ୍କ ମୁହଁରେ କପଡ଼ା ବାନ୍ଧି ଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି ଅଭିଯୋଗକାରୀ  । ସେପଟେ ଭରତପୁର ଥାନାରେ ଅଭିଯୋଗ ପରେ ନାବାଳିକାର 161 ଧାରାରେ ବୟାନ ରେକର୍ଡ ସହିତ ଡାକ୍ତରୀ ମାଇନା କରାଯାଇଛି ।

ଘରେ ରଖନ୍ତୁ ଏସବୁ ଜିନିଷ, କେବେ ରହିବନି ଆର୍ଥିକ ସମସ୍ୟା

ନୂଆଦିଲ୍ଲୀ: ଭଲରେ ଜୀବନଯାପନ କରିବା ଲାଗି ଅର୍ଥ ଉପାର୍ଜନ ଜରୁରୀ । କେହି କେହି ବ୍ୟକ୍ତି ଅଳ୍ପ ପରିଶ୍ରମରେ ଅଧିକ ଆୟ କରୁଥିବା ବେଳେ ଆଉ କେହି କଠିନ ପରିଶ୍ରମ ସତ୍ୱେ ସଫଳ ହୋଇପାରନ୍ତି ନାହିଁ। କୁହାଯାଏ ଘରେ କୗେଣସି ପ୍ରକାର ବାସ୍ତୁଦୋଷ ରହିଲେ ମା’ ଲକ୍ଷ୍ମୀ କୋପ କରିଥାନ୍ତି । ତେବେ ଏଭଳି କିଛି ଜିନିଷ ରହିଛି ଯାହାକୁ ଘରେ ରଖିଲେ ବାସ୍ତୁଦୋଷ ଦୂର ହେବା ସହ ଆର୍ଥିକ ସମସ୍ୟା ଦୂର ହୋଇଥାଏ । ଆସନ୍ତୁ ଜାଣିବା, ଘରେ କେଉଁସବୁ ଜିନିଷ ରଖିଲେ ଆର୍ଥିକ ସମସ୍ୟା ଦୂର ହେବ…

ଘୋଡା ନାଲ-

ଘୋଡା ନାଲରେ ଲେମ୍ବୁ ଓ ଲଙ୍କା ଲଗାଇ ଘରର କବାଟ ମଝିରେ ଟାଙ୍ଗି ଦିଅନ୍ତୁ। ଫଳରେ ଘର ଉପରେ କାହାର ନଜର ପଡିବନି । ଘୋଡା ନାଲ ଘରକୁ ସୁରକ୍ଷା ଦେବା ସହ ସୁଖ ସମୃଦ୍ଧି ଆଣିଦେଇଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହା ଘରୁ ନକରାତ୍ମକ ଶକ୍ତିକୁ ଦୂରେଇ ଦେଇଥାଏ ।

ଚାଇନିଜ୍ ମୁଦ୍ରା-

ଫେଙ୍ଗସୁଇରେ ଚାଇନିଜ୍ ମୁଦ୍ରା ଅତ୍ୟନ୍ତ ଖାସ୍ ବୋଲି ବିବେଚନା କରାଯାଏ | ଯଦି ତିନୋଟି ମୁଦ୍ରାକୁ ଲାଲ ରିବନରେ ବାନ୍ଧି ଘରେ ରଖିଲେ ଘରର ସମସ୍ତ ନକାରାତ୍ମକ ଶକ୍ତି ଦୂର ଯାଇଥାଏ| ଏହି ତିନୋଟି ମୁଦ୍ରାକୁ ତ୍ରିଭୁବନର ପ୍ରତୀକ ତଥା ତିନି ଦେବୀଙ୍କର ପ୍ରତୀକ ଭାବରେ ବିବେଚନା କରାଯାଇଥାଏ।

ଲାଫିଙ୍ଗ ବୁଦ୍ଧ-

ଧନ ପୁଟୁଳି ଧରା ଲାଫିଙ୍ଗ ବୁଦ୍ଧଙ୍କୁ ଘରେ ରଖିଲେ ଶୁଭ ବୋଲି ବିବେଚିତ କରାଯାଇଥାଏ । ତେବେ ଏହି ପ୍ରତିମୂର୍ତ୍ତି ଅଢେଇ ଇଞ୍ଚରୁ ବଡ ହେବା ଉଚିତ ନୁହେଁ। ଏହାଠାରୁ ବଡ ମୂର୍ତ୍ତି ରଖିଲେ ଘରେ ବାସ୍ତୁଦୋଷ ଉତ୍ପନ ହୋଇପାରେ। ବାସ୍ତ୍ରୁଶାସ୍ତ୍ରରେ ଲାଫିଙ୍ଗ ବୁଦ୍ଧଙ୍କୁ ସମୃଦ୍ଧିର ପ୍ରତୀକ ଭାବରେ ବିବେଚନା କରାଯାଇଥାଏ । ଏହି ମୂର୍ତ୍ତିକୁ ଘରର ଉତ୍ତର-ପଶ୍ଚିମ ଦିଗରେ ରଖିବା ଶୁଭ। ଏଥିସହିତ ଘରେ କେବେ ଆର୍ଥିକ ସମସ୍ୟା ରହିନଥାଏ ।

ବିରାଟ କୋହଲିଙ୍କୁ ଟିମ୍ ଇଣ୍ଡିଆ ଦେଲା ଗାର୍ଡ ଅଫ୍ ଅର୍ନର

ନୂଆଦିଲ୍ଲୀ: ମୋହଲିରେ ଖେଳାଯାଉଥିବା ଟେଷ୍ଟ ମ୍ୟାଚଟି ବିରାଟଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କାରଣ ଏହି ମ୍ୟାଚଟି ବିରାଟଙ୍କ କ୍ୟାରିୟର ୧୦୦ତମ ଟେଷ୍ଟ ମ୍ୟାଚ୍ । ଆଉ ଏହାକୁ ଅବିସ୍ମରଣୀୟ କରିବାକୁ ଟିମ୍ ଇଣ୍ଡିଆ ଆପଣେଇଛି ଭିନ୍ନ ତରିକା । ଟିମ୍ ଇଣ୍ଡିଆ ଯେତେବେଳେ ଫିଲ୍ଡିଂ ପାଇଁ ମଇଦାନକୁ ଓହ୍ଲାଇଥିଲେ ସେତେବେଳେ  ବିରାଟଙ୍କୁ ଟିମର ଖେଳାଳିମାନେ ଗାର୍ଡ ଅଫ୍ ଅର୍ନର ଦେଇଥିଲେ । ଟିମ୍ ଇଣ୍ଡିଆ ମୋହଲି ମ୍ୟାଚରେ ୫୭୪ ରନ କରିଥିଲା ।

ଏହାର କିଛି ସମୟ ପରେ ହିଁ ଟିମ୍ ଫିଲ୍ଡିଂ କରିବାକୁ ମଇଦାନକୁ ଓହ୍ଲାଇଥିଲା  । ଟିମ୍ ଯେତେବେଳେ ମଇଦାନକୁ ଓହ୍ଲାଇଥିଲା ସେତେବେଳେ ସବୁ ଖେଳାଳି ସାମ୍ନାସାମ୍ନି ଛିଡ଼ା ହୋଇ ବିରାଟଙ୍କୁ ଗାର୍ଡ ଅଫ୍ ଅର୍ନର ଦେଇଥିଲେ ।  ବିରଟ କୋହଲି ମଧ୍ୟ ରୋମାଞ୍ଚକ ଭାବେ ଫିଲ୍ଡ ଭିତରକୁ ପ୍ରବେଶ କରିଥିଲେ । ଏବଂ ତାପରେ ବିରାଟ ଅଧିନାୟକ ରୋହିତ ଶର୍ମାଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଥିଲେ ।

ସୂଚନା ଅନୁସାରେ, ଏହା ପୂର୍ବରୁ ବିରାଟଙ୍କୁ ଟେଷ୍ଟ ଆରମ୍ଭରରୁ ମଧ୍ୟ ସମ୍ମାନୀତ କରାଯାଇଥିଲା । କୋଚ ରାହୁଲ ଦ୍ରାବିଡ଼ ବିରାଟଙ୍କୁ ଏକ ଟୋପି ପିନ୍ଧାଇ ଥିଲେ ଯେଉଁଥିରେ ତାଙ୍କ ନାଁ ଏବଂ ଟେଷ୍ଟ ନମ୍ବର ରହିଥିଲା । ଏହି ମମୟରେ ବିରାଟଙ୍କ ପତ୍ନି ଅନୁଷ୍କା ଶର୍ମା ମଧ୍ୟ ମଇଦାନରେ ଉପସ୍ଥିତ ଥିଲେ ।

ବଜ୍ରକାପ୍ତା ଡିଲ୍‌ ବେଳେ ଧରାପଡ଼ିଲେ ଜେଏମଏମର ପୂର୍ବତନ ବିଧାୟକ ପ୍ରାର୍ଥୀ

ମୟୁରଭଞ୍ଜ: ବଜ୍ରକାପ୍ତା ଡିଲ୍‌ ବେଳେ ଧରାପଡ଼ିଲେ ଜେଏମଏମର ପୂର୍ବତନ ବିଧାୟକ ପ୍ରାର୍ଥୀ ତଥା ବର୍ତ୍ତମାନର ବିଜେପି ନେତା ଦିଲ୍ଲୀପ ନାୟକ । ଗତ ବିଧାନସଭା ନିର୍ବାଚନରେ ରାଇରଙ୍ଗପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଦିଲ୍ଲୀପ ନାୟକ ଜେଏମଏମ ପ୍ରାର୍ଥୀ ହୋଇ ପରାଜିତ ହୋଇଥିଲେ l ଦିଲ୍ଲୀପ ବର୍ତ୍ତମାନ ବିଜେପିରେ ସକ୍ରିୟ ରହିଛନ୍ତି । ଏଥିସହ ସେ ଏବେ ମୟୂରଭଞ୍ଜ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁଙ୍କ ଘନିଷ୍ଠ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ମୟୂରଭଞ୍ଜ ଜିଲ୍ଲା ଯଶିପୁର ଅଞ୍ଚଳର କେତେକ ବନ୍ୟପ୍ରାଣୀ ତସ୍କର ଦେବଗଡ଼ ଜିଲ୍ଲାରେ ଆଡ୍ଡା ଜମାଇଥିବା ସୂଚନା ପାଇଥିଲା ପୋଲିସର ସ୍ପେଶାଲ ସ୍କ୍ୱାଡ୍‌ । ଏନେଇ ଗ୍ରାହକ ବେଶରେ ତସ୍କରଙ୍କୁ ଧରିବାକୁ ଯୋଜନା କରାଯାଇଥିଲା । ଦେବଗଡ଼ ବାରକୋଟ ଥାନା ଝୁମ୍ପୁରା ଗାଁ ଜଙ୍ଗଲ ନିକଟରେ ଏକ ଜୀବନ୍ତ ବଜ୍ରକାପ୍ତା ବିକ୍ରି ପାଇଁ ୧୫ ଲକ୍ଷ ଟଙ୍କାରେ ଡିଲ୍ ବେଳେ ଦିଲ୍ଲୀପ ନାୟକଙ୍କୁ କାବୁ କରିଛି ପୋଲିସ । ୭ କେଜିରୁ ଉର୍ଦ୍ଧ୍ବ ଓଜନର ବଜ୍ରକାପ୍ତା ଜବତ ସହ ଦିଲ୍ଲୀପଙ୍କୁ ଗିରଫ କରାଯାଇଛି ।