ସପ୍ତାହକରେ ଗୁଜରାଟରେ  କରୋନା ସଂକ୍ରମଣ ମାମଲା ୮୯%, ହରିୟାଣାରେ ୫୦% ବୃଦ୍ଧି

1 min read
Corona Cases Increased By 89 In Gujarat In A Week Is This A Sign Of Fourth Wave

ନୂଆଦିଲ୍ଲୀ: ଆସୁଛି କି କରୋନାର ଚତୁର୍ଥ ପ୍ରବାହ ? ଦେଶରେ ପୁଣି ଥରେ କରୋନା ସଂକ୍ରମଣ ଡରାଇବା ଆରମ୍ଭ କଲାଣି । ଗୋଟିଏ ସପ୍ତାହକରେ କରୋନା ସଂକ୍ରମଣ ମାମଲା ଗୁଜରାଟରେ ୮୯ ପ୍ରତିଶତ, ହରିୟାଣାରେ ୫୦ ପ୍ରତିଶତ ଓ ଦିଲ୍ଲୀରେ ୨୬ ପ୍ରତିଶତ ବୃଦ୍ଧି ପାଇଛି । ସଂକ୍ରମଣ ବଢ଼ିଥିବା ବେଳେ ଗୁଜରାଟରେ ଜଣେ ବ୍ୟକ୍ତି XE ଭାରିଆଣ୍ଟରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି ।

ବଢ଼ୁଥିବା ସଂକ୍ରମଣକୁ ଦେଖି କରୋନାର ଚତୁର୍ଥ ପ୍ରବାହ ଆଶଙ୍କା କରାଯାଉଛି । ଚୀନ ଓ ଆମେରିକାରେ ମଧ୍ୟ କରୋନା ସଂକ୍ରମଣ ମାମଲା ବଢ଼ୁଛି । ଏସବୁକୁ ନଜରରେ ରଖି କେନ୍ଦ୍ର ସରକାର ୫ ଗୋଟି ରାଜ୍ୟକୁ ସଂକ୍ରମଣ ରୋକିବା ଲାଗି ପଦକ୍ଷେପ ନେବା ପାଇଁ କହିଛନ୍ତି । ଦିଲ୍ଲୀରେ ଏପ୍ରିଲ୍ ୪ରୁ ୧୦ ତାରିଖ ମଧ୍ୟରେ ୯୪୩ଟି ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ଯାହାକି ଗତ ସପ୍ତାହ ଠାରୁ ୨୬ ପ୍ରତିଶତ ଅଧିକ ।

 Corona Cases Increased By 89 In Gujarat In A Week Is This A Sign Of Fourth Wave

ସେହିଭଳି ହରିୟାଣାରେ ଏପ୍ରିଲ୍ ୪ରୁ ୧୦ ତାରିଖ ମଧ୍ୟରେ ୫୧୪ ସଂକ୍ରମିତ ଚିହ୍ନଟ ହୋଇଛି । ଗତ ସପ୍ତାହ ଅପେକ୍ଷା ସଂକ୍ରମଣ ମାମଲା ୫୦ ପ୍ରତିଶତ ବୃଦ୍ଧି ପାଇଛି । ଗୁଜରାଟରେ ଏପ୍ରିଲ୍ ୪ରୁ ୧୦ ତାରିଖ ମଧ୍ୟରେ ୧୧୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ ସପ୍ତାହ ଅପେକ୍ଷା ସଂକ୍ରମଣ ୮୯ ପ୍ରତିଶତ ବୃଦ୍ଧି ପାଇଛି ।

କେଉଁ କେଉଁ ରାଜ୍ୟରେ ବଢ଼ୁଛି ସଂକ୍ରମଣ ?

ଦେଶରେ ଏପ୍ରିଲ୍ ୧୧ରେ ୮୬୧ଟି ସଂକ୍ରମଣ ମାମଲା ଚିହ୍ନଟ ହୋଇଥିଲା । ଏବେ ଅନେକ ରାଜ୍ୟରେ ସଂକ୍ରମଣ ମାମଲା ବଢ଼ିବାରେ ଲାଗିଛି । ଅନ୍ୟପଟେ କିଛି ରାଜ୍ୟରେ ସଂକ୍ରମଣ ମାମଲା ନଗଣ୍ୟ ରହିଛି । ବିଶେଷଜ୍ଞଙ୍କ ଅନୁସାରେ, ଏଭଳି ସ୍ଥିତି ବିପଦଜ୍ଜନକ ହୋଇପାରେ ।

 Corona Cases Increased By 89 In Gujarat In A Week Is This A Sign Of Fourth Wave

ଗୁଜରାଟ, ହରିୟାଣା ଓ ଦିଲ୍ଲୀରେ କରୋନା ସଂକ୍ରମଣ ସପ୍ତାହେ ଧରି ବଢ଼ିବାରେ ଲାଗିଛି । କମ୍ ଟେଷ୍ଟିଂ ସତ୍ତ୍ୱେ ପଜିଟିଭ୍ ହାର ୧ ପ୍ରତିଶତରୁ ଅଧିକ ରହିଛି । ଦିଲ୍ଲୀ ପଡ଼ୋଶୀ ରାଜ୍ୟ ହରିୟାଣାରେ ମଧ୍ୟ ସମାନ ସ୍ଥିତି । ଏହାଛଡ଼ା ଗୁଜରାଟରେ ଗତ ସପ୍ତାହ ମଧ୍ୟରେ ସଂକ୍ରମଣ ମାମଲା ୮୯ ପ୍ରତିଶତ ବୃଦ୍ଧି ପାଇଛି । କର୍ଣ୍ଣାଟକ, ତେଲଙ୍ଗାନା ଓ ମହାରାଷ୍ଟ୍ର ଆଦି ରାଜ୍ୟରେ କରୋନା ସଂକ୍ରମଣ ମାମଲା ହ୍ରାସ ପାଉଥିବା ବେଳେ ମହାରାଷ୍ଟ୍ରରେ ଗତ ସପ୍ତାହ ତୁଳନାରେ ଅଧିକ ୩ ଗୁଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

ଜୁନରେ ଚତୁର୍ଥ ପ୍ରବାହ !

ବ୍ରିଟେନ୍ ଓ ଚୀନରେ କରୋନାର ନୂଆ ପ୍ରବାହ ପଛରେ XE ଭାରିଆଣ୍ଟ ଥିବା କୁହାଯାଉଛି । ଅନ୍ୟପଟେ ଦୁଇ ଦୁଇ ଥର କରୋନାକୁ ନେଇ ସଠିକ୍ ଆକଳନ କରିଥିବା ଆଇଆଇଟି କାନପୁର କୋଭିଡର ଚତୁର୍ଥ ପ୍ରବାହର ତାରିଖ ବତାଇଛି । ଆଇଆଇଟି କାନପୁର ଅନୁସାରେ, ଜୁନ୍ ୨୨ରୁ କରୋନାର ଚତୁର୍ଥ ପ୍ରବାହ ଆରମ୍ଭ ହୋଇଯିବ । କୋଭିଡ୍ ସଂକ୍ରମଣ ମାମଲା ଅଗଷ୍ଟ ୨୩ ମଧ୍ୟରେ ଶୀର୍ଷ ଛୁଇଁବ । ଏଭଳି ସ୍ଥିତି ଅକ୍ଟୋବର ଯାଏ ରହିବ ।