spot_img
Home Blog Page 4517

ଜେଲେନସ୍କିଙ୍କ ବୁଦ୍ଧି ଉଦୟ: ଋଷ ସର୍ତ୍ତ ଆଗରେ ନୁଆଁଇଲେ ମୁଣ୍ଡ

କିଭ୍: ଦଗାଦିଆ ନାଟୋର ନାଟରେ ଦେଶ ବରବାଦ ହେବା ପରେ ଜେଲେନସ୍କିଙ୍କ ବୁଦ୍ଧି ଉଦୟ ହୋଇଛି । ସେ ଏବେ ଯୁଦ୍ଧକୁ ଅଧିକ ଦିନ ଟାଣିବାକୁ ଚାହୁଁନାହାନ୍ତି । ଯାହାର ସଂକେତ ସେ ଦେଇଛନ୍ତି । ନାଟୋ ଆମକୁ ସଦସ୍ୟ ଭାବେ ଗ୍ରହଣ କରିବାକୁ ଚାହୁଁନି, ଆମେ ମଧ୍ୟ ଆଉ ନାଟୋର ସଦସ୍ୟ ହେବାକୁ ଇଚ୍ଛୁକ ନୁହେଁ ବୋଲି ଜେଲେନସ୍କି କହିଛନ୍ତି ।

ଋଷ ଓ ୟୁକ୍ରେନ୍ ମଧ୍ୟରେ ଜାରି ରହିଥିବା ଭୟାବହ ଯୁଦ୍ଧ ମଧ୍ୟରେ ଏହି ଆଶ୍ବସ୍ତିକର ଖବର ସାମ୍ନାକୁ ଆସିଛି। ୟୁକ୍ରେନ୍ ଏବେ ଋଷର ସର୍ତ୍ତ ମାନିବାକୁ ପ୍ରସ୍ତୁତ ହୋଇଛି। ଫଳରେ ଯୁଦ୍ଧ ବନ୍ଦ ହେବା ଆଶା ବଢ଼ିଛି । ଜେଲେନସ୍କି କହିଛନ୍ତି ‘ୟୁକ୍ରେନ୍ ନାଟୋରେ ସଦସ୍ୟତା ପାଇଁ ଆଗ୍ରହୀ ନାହିଁ । ୟୁକ୍ରେନ ଉପରେ ଋଷ ଆକ୍ରମଣର ମୁଖ୍ୟ କାରଣ NATO । ଏହାର ସଦସ୍ୟ ହେବାକୁ ଚାହିଁବାରୁ ରୁଷ ଆକ୍ରମଣ କରିଛି । ଫଳରେ ହଜାର ହଜାର ଲୋକଙ୍କ ମୁଣ୍ଡ ଗଡ଼ିଛି।’

ୟୁକ୍ରେନର ଏଭଳି ସ୍ଥିତିରେ ନାଟୋ କି ଆମେରିକା କେହି ସାହାଯ୍ୟ କରିନାହାଁନ୍ତି । ଏହି କାରଣରୁ ନାଟୋ ପ୍ରତି ତାଙ୍କର ଆଉ ଆନ୍ତରିକତା କମିଥିବା ଓ ସେ ଏହାର ସଦସ୍ୟ ହେବାକ ଚାହୁଁ ନଥିବା ଜେଲେନସ୍କି କହିଛନ୍ତି । ଏହାସହ ସେ ଆହୁରି କହିଛନ୍ତି ଯେ, ଆମକୁ ସଦସ୍ୟ ଭାବେ ନେଇ ନାଟୋ ଋଷ ସହ ଶତ୍ରୁତା କରିବାକୁ ଚାହୁଁନି । କାରଣ ନାଟୋ ଋଷକୁ ଭୟ କରୁଛି ।

କେବଳ ଏତିକି ନୁହେଁ, ଜେଲେନସ୍କି ୟୁକ୍ରେନର ବିଦ୍ରୋହୀ ଅଞ୍ଚଳ ଡୋନେସ୍କ ଓ ଲୁହାନସ୍କ ଉପରେ ମଧ୍ୟ ଆଲୋଚନା କରିବାକୁ ପ୍ରସ୍ତୁତ । ଯାହାକୁ ଯୁଦ୍ଧର କିଛିଦିନ ପୂର୍ବରୁ ଋଷ ସ୍ବତନ୍ତ୍ର ରାଷ୍ଟ୍ର ମାନ୍ୟତା ଦେଇଥିଲା ।

ଆମେରିକାର ଏକ ଟିଭି ଚ୍ୟାନେଲକୁ ଇଣ୍ଟରଭ୍ୟୁ ଦେବା ଅବସରରେ ନାଟୋ, ପୁଟିନ ଓ ଋଷର ଆଭିମୁଖ୍ୟକୁ ନେଇ ଆଲୋଚନା କରିଥିଲେ ଜେଲେନସ୍କି। ତାଙ୍କର ଏହି ଇଣ୍ଟରଭ୍ୟୁ ପରେ ୟୁକ୍ରେନକୁ ଶାନ୍ତି ଫେରିବାର ଆଶା ଉଭା ହୋଇଛି। ସାରା ବିଶ୍ବକୁ ଚିନ୍ତାରେ ପକାଇଥିବା ଋଷ-ୟୁକ୍ରେନ ଯୁଦ୍ଧରେ ପୂର୍ଣ୍ଣ ବିରାମ ଲାଗିବାର ସମ୍ଭାବନା ବଢ଼ିଛି।

ସେପଟେ ୟୁଦ୍ଧ ବନ୍ଦ ପାଇଁ ୟୁକ୍ରେନ ଆଗରେ ସର୍ତ୍ତ ରଖିଛି ମସ୍କୋ । ୟୁକ୍ରେନ ଭବିଷ୍ୟତରେ ନେଟୋର ସଦସ୍ୟ ନହେବ ତାହା ସ୍ପଷ୍ଟ କରିବା ସହ ସମ୍ବିଧାନରେ ପରିବର୍ତ୍ତପ କରିବ । ୨୦୧୪ରୁ ୟୁକ୍ରେନଠାରୁ ଋଷ ନେଇଥିବା କ୍ରିମିଆକୁ ଋଷର ବୋଲି ସ୍ବୀକାର କରିବ ଓ ଡୋନେସ୍କ ଓ ଲୋହାନସ୍କକୁ ସ୍ବତନ୍ତ୍ର କ୍ଷେତ୍ରର ମାନ୍ୟତା ଦେବାକୁ ସର୍ତ୍ତ ରଖିଛି ଋଷ ।

NATOକୁ କାହିଁକି ବିପଦ ମାନୁଛି ଋଷ ?

ଋଷ ୟୁକ୍ରେନ ଯୁଦ୍ଧରେ ନାଟୋ ହେଉଛି କଳିର ମଞ୍ଜି। ପୁଟିନ ନାଟୋର ବିସ୍ତାରକୁ ଋଷ ପ୍ରତି ବିପଦ ବୋଲି ଭାବନ୍ତି । କାରଣ ନାଟୋ ହେଉଛି ଦ୍ବିତୀୟ ବିଶ୍ବଯୁଦ୍ଧ ପରବର୍ତ୍ତି ଆମେରିକା ନେତୃତ୍ବାଧୀନ ସାମରିକ ସଂଗଠନ । କମ୍ୟୁନିଷ୍ଟ ସୋଭିଏତ ଋଷର ପ୍ରଭାବ ହ୍ରାସ ପାଇଁ ୧୨ଟି ରାଷ୍ଟ୍ରଙ୍କୁ ନେଇ ୪ ଏପ୍ରିଲ ୧୯୪୯ରେ ଏହାର ପ୍ରତିଷ୍ଠା ହୋଇଥିଲା । ଆଉ ଏହାର ମୁଖ୍ୟାଳୟ ବେଲଜିୟମର ରାଜଧାନୀ ବ୍ରୁସେଲ୍ସରେ ରହିଛି । ଏବେ ନାଟୋରେ ୩୦ ଦେଶ ସଦସ୍ୟ ଅଛନ୍ତି ।

ସୋଭିଏତ ଋଷ ନେତୃତ୍ବାଧୀନ ୱାରସା ଚୁକ୍ତି ସଂଗଠନ ବିରୋଧରେ ନାଟୋର ଜନ୍ମ ହୋଇଥିଲା । ନାଟୋ ସମ୍ବିଧାନ ଅନୁସାରେ ମେଣ୍ଟର ଗୋଟିଏ ରାଷ୍ଟ୍ର ଉପରେ ଆକ୍ରମଣ ସଂଗଠନ ଉପରେ ଆକ୍ରମଣ ବୋଲି ବିବେଚନା କରାଯିବ ଓ ଏହାର ଜବାବ ୩୦ ରାଷ୍ଟ୍ରର ସେନା ମିଳିତ ଭାବେ ଦେବେ । ଦୀର୍ଘଦିନ ହେବ ୟୁକ୍ରେନ ନାଟୋର ସଦସ୍ୟ ହେବାକୁ ଉଦ୍ୟମ କରିଆସୁଛି । ଗତ ଡିସେମ୍ବରରେ ନାଟୋରେ ସାମିଲ ହେବାକୁ ୟୁକ୍ରେନ ପୁଣି ଥରେ ଇଚ୍ଛା ପ୍ରକାଶ କରିଥିଲା । ଯାହାକୁ ଋଷ ବିରୋଧ କରି ଆସିଛି । ଋଷ, ୟୁକ୍ରେନକୁ ବିରୋଧ କରିବାର କାରଣ ରହିଛି । ୟୁକ୍ରେନ ଓ ଋଷ ମଧ୍ୟରେ ୨୨ ଶହ କିଲୋମିଟରରୁ ଅଧିକ ସୀମା ସଂଯୋଗ କରୁଛି । ଯଦି ୟୁକ୍ରେନ ନାଟୋରେ ସାମିଲ ହୁଏ ତେବେ ଋଷ ସୀମାରେ ନାଟୋର ସାମରିକ ଘାଟି ପ୍ରତିଷ୍ଠା ହୋଇଯିବ । ଆମେରିକା ନେତୃତ୍ବାଧୀନ ନାଟୋ ଭବିଷ୍ୟତରେ କୌଣସି ଯୁଦ୍ଧ ପରିସ୍ଥିତି ଆଓିଲେ ଋଷକୁ ସହଜରେ ଘେରି ପାରିବେ ।

ୟୁକ୍ରେନର ନାଟୋ ପ୍ରେମକୁ ଚେକ୍ ଦେବାକୁ ଦୁଇଟି ବିଦ୍ରୋହୀ ଅଞ୍ଚଳ ଡୋନେସ୍କୋ ଓ ଲୋହାଂସ୍କୋକୁ ଋଷ ସ୍ବାଧୀନ ରାଷ୍ଟ୍ରର ମାନ୍ୟତା ପ୍ରଦାନ କରିଛି । ଋଷ ଚାହୁଁଛି, ୟୁକ୍ରେନ୍ ମଧ୍ୟ ଏହି ଦୁଇ ଅଂଚଳକୁ ସ୍ବାଧୀନ ରାଷ୍ଟ୍ରର ମାନ୍ୟତା ଦେଉ । ଏପରି ହେଲେ ଋଷ ଓ ୟୁକ୍ରେନ ମଧ୍ୟରେ ଦୁଇଟି ‘ବଫର’ ଷ୍ଟେଟ୍ ରହିବ ଓ ଉଭୟ ରାଷ୍ଟ୍ରର ସୀମା ସଙ୍କୁଚିତ ହୋଇପାରିବ । ଧ୍ବଂସ ହେଉଥିବା ୟୁକ୍ରେନକୁ ଦେଖି ଜେଲେନସ୍କି ଏହି ଦୁଇ ରାଷ୍ଟ୍ରକୁ ସ୍ବାଧୀନ ରାଷ୍ଟ୍ରର ମାନ୍ୟତା ଦେବାକୁ ମନ ସ୍ଥିର କରୁଥିବା ଅନୁମାନ କରାଯାଉଛି ।

କାଲି ଆସିବ ୫ ରାଜ୍ୟର ଜନାଦେଶ, କଣ ରହିବ ରାଜ୍ୟପାଳଙ୍କ ଭୂମିକା ?

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ ଓ ମଣିପୁର ବିଧାନସଭା ନିର୍ବାଚନ ଫଳାଫଳ ଆସନ୍ତାକାଲି ଆସିବ । ଯଦି ଗଣତି ଫଳାଫଳରେ କାହାରିକୁ ବହୁମତ ନ ମିଳେ ତ ରାଜ୍ୟପାଳଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିବ । ଆସନ୍ତୁ ୫ ରାଜ୍ୟର ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ ନଜର ପକାଇବା ଉକ୍ତ ରାଜ୍ୟଗୁଡ଼ିକର ରାଜ୍ୟପାଳଙ୍କ ଉପରେ । ଜାଣିବା ସଂଖ୍ୟା ଗଣିତରେ କ’ଣ କରିପାରିବେ ରାଜ୍ୟପାଳ ।

ବିଧାନସଭା ନିର୍ବାଚନ ପରେ କୌଣସି ରାଜନୈତିକ ଦଳକୁ ସରକାର ଗଠନ ପାଇଁ ଡାକିଥାନ୍ତି ରାଜ୍ୟପାଳ । ଏଥିପାଇଁ ନିର୍ବାଚନ ଫଳାଫଳରେ କୌଣସି ଏକ ନିର୍ଦ୍ଦିଷ୍ଟ ଦଳକୁ ବହୁମତ ନ ମିଳିଲେ ରାଜ୍ୟପାଳଙ୍କ ଭୂମିକା ବଢ଼ିଯାଏ । ଏମିତି ସ୍ଥିତିରେ ରାଜ୍ୟପାଳ ପ୍ରଥମେ ଅଧିକ ଆସନ ଜିତିଥିବା ଦଳକୁ ଡାକିଥାନ୍ତି । ଦ୍ୱିତୀୟରେ ରାଜ୍ୟପାଳ କୌଣସି ମେଣ୍ଟକୁ ସରକାର ଗଠନ ପାଇଁ ଆବଶ୍ୟକ ସଂଖ୍ୟା ଥିଲେ ଆମନ୍ତ୍ରଣ କରିପାରନ୍ତି ।

ଉତ୍ତରପ୍ରଦେଶ ରାଜ୍ୟପାଳ ଆନନ୍ଦୀ ବେନ ପଟେଲ

5 States Election Results Role Of Governor

୫ ରାଜ୍ୟ ନିର୍ବାଚନରେ ସମସ୍ତଙ୍କ ନଜର ରହିଛି ୟୁପି ଉପରେ । କାରଣ କୁହାଯାଏ ଉତ୍ତରପ୍ରଦେଶ ରାଜନୀତି ହିଁ ଦେଶରେ ପରିବର୍ତ୍ତନ ଆଣେ । ଅର୍ଥାତ୍ ୟୁପିରେ ପରିବର୍ତ୍ତନ ମାନେ କହିବାକୁ ଗଲେ ଦେଶ କିଛି ନୂଆ ଚାହୁଁଛି । ଏବେ ୟୁପିର ରାଜ୍ୟପାଳ ଅଛନ୍ତି ଆନନ୍ଦୀ ବେନ ପଟେଲ । ପୂର୍ବରୁ ଗୁଜରାଟରେ ବିଜେପି ସରକାରରେ ମୁଖ୍ୟମନ୍ତ୍ରୀ ଥିଲେ ଆନନ୍ଦୀ ବେନ । ୧୯୯୪ରେ ଆନନ୍ଦୀ ବେନ ଗୁଜରାଟରୁ ରାଜ୍ୟସଭାକୁ ସାଂସଦ ଭାବେ ଯାଇଥିଲେ । ପରେ ୧୯୯୮ରେ ବିଧାନସଭା ନିର୍ବାଚନ ଜିତି ଶିକ୍ଷା ମନ୍ତ୍ରୀ ହୋଇଥିଲେ । ନରେନ୍ଦ୍ର ମୋଦି କ୍ଷମତାକୁ ଆସିବା ପରେ ବି ମନ୍ତ୍ରୀ ରହିଥିଲେ ଆନନ୍ଦୀ ବେନ । ୨୦୧୪ରେ ମୋଦି ଗୁଜରାଟ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବା ପରେ ଆନନ୍ଦୀ ବେନଙ୍କୁ ମିଳିଥିଲା କ୍ଷମତା । ଆଜୀବନ ବିଜେପି ସହ ରହିଥିବା ଆନନ୍ଦୀବେନ ମୋଦିଙ୍କର ବି ବେଶ୍ ପ୍ରିୟ । ୟୁପି ପୂର୍ବରୁ ଆନନ୍ଦୀ ବେନ ମଧ୍ୟପ୍ରଦେଶ ଓ ଛତିଶଗଡ଼ର ରାଜ୍ୟପାଳ ଥିଲେ ।

ପଞ୍ଜାବ ରାଜ୍ୟପାଳ ବନୱାରୀ ଲାଲ ପୁରୋହିତ

5 States Election Results Role Of Governor

କଂଗ୍ରେସରୁ ରାଜନୈତିକ ଜୀବନ ଆରମ୍ଭ କରିଥିଲ ବନୱାରୀ ଲାଲ୍ ପୁରୋହିତ । ଏବେ ସେ ପଞ୍ଜାବ ରାଜ୍ୟପାଳ ଅଛନ୍ତି । ୧୯୭୮ରେ ପ୍ରଥମଥର ପାଇଁ ନାଗପୁର ପୂର୍ବ ଆସନରୁ ବିଧାୟକ, ୧୯୮୪ରେ କଂଗ୍ରେସ ଟିକେଟରୁ ଲୋକସଭା ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ୧୯୯୯ରେ କଂଗ୍ରେସ ଛାଡ଼ି ବିଜେପିରେ ମିଶିଥିଲେ । ୨୦୦୩ରେ ନିଜେ ଏକ ଦଳ ଗଢ଼ିଥିଲେ । ପରେ ପୁଣିଥରେ ୨୦୦୯ରେ ବିଜେପିରେ ଯୋଗ ଦେଇଥିଲେ । ୨୦୧୬ରେ ବନୱାରୀଙ୍କୁ ଆସାମ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଥିଲା । ଏହା ପରେ ୨୦୧୭ରେ ସେ ତାମିଲନାଡ଼ୁ ରାଜ୍ୟପାଳ ଦାୟିତ୍ୱ ଗ୍ରହଣ କରିଥିଲେ । ୨୦୨୧ରେ ପଞ୍ଜାବ ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଥିଲା ।

ଗୋଆ ରାଜ୍ୟପାଳ ଏସ୍, ଶ୍ରୀଧରନ ପିଲ୍ଲାଇ

5 States Election Results Role Of Governor

ABVPରୁ ରାଜନୈତିକ ଜୀବନ ଆରମ୍ଭ କରିଥିଲେ ଏସ୍ ଶ୍ରୀଧରନ ପିଲ୍ଲାଇ । ଯୁବାବସ୍ଥାରୁ ବିଜେପିର ବିଶ୍ୱସ୍ତ ଏସ୍ ଶ୍ରୀଧରନ ୨୦୦୩ରୁ ୨୦୦୬ ପର୍ଯ୍ୟନ୍ତ କେରଳ ବିଜେପି ପ୍ରଦେଶ ସଭାପତି ଥିଲେ । ୨୦୦୪ରେ ପ୍ରଥମଥର ପାଇଁ କେରଳ ଓ ଲାକ୍ଷାଦ୍ୱୀପରେ ବିଜେପି ମିଳିତ ଭାବେ ୨ଟି ଲୋକସଭା ଆସନ ଜିତିଥିଲା । ୨୦୧୮ରେ ପୁଣି ଥରେ ଏସ୍ ଶ୍ରୀଧରନ କେରଳ ରାଜ୍ୟ ବିଜେପି ଅଧ୍ୟକ୍ଷ ହୋଇଥିଲେ । ୨୦୧୯ ଅକ୍ଟୋବରରେ ଏସ୍ ଶ୍ରୀଧରନଙ୍କୁ ମିଜୋରାମ ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଥିଲା । ଏବେ ସେ ଗୋଆ ରାଜ୍ୟପାଳ ଅଛନ୍ତି ।

ମଣିପୁର ରାଜ୍ୟପାଳ ଲା ଗଣେଶନ

5 States Election Results Role Of Governor

୧୯୭୦ ମସିହାରୁ ବିଜେପି ସହିତ ଜଡ଼ିତ ଲା ଗଣେଶନ । ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଓ ଜାତୀୟ ସମ୍ପାଦକ ଭାବେ ସେ କାର୍ଯ୍ୟ କରି ସାରିଛନ୍ତି । ୫ ଦଶନ୍ଧିରୁ ଅଧିକ ସମୟ ଧରି ବିଜେପି ସହ ଜଡ଼ିତ ଲା ଗଣେଶନ ଏବେ ମଣିପୁର ରାଜ୍ୟପାଳ ଅଛନ୍ତି ।

ଉତ୍ତରାଖଣ୍ଡ ରାଜ୍ୟପାଳ ଗୁରମିତ୍ ସିଂହ

5 States Election Results Role Of Governor

ସେନାରୁ ରାଜ୍ୟପାଳ । ୨୦୨୧ ସେପ୍ଟେମ୍ବର ୧୫ରେ ଗୁରମିତ୍ ସିଂହ ଉତ୍ତରାଖଣ୍ଡର ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଥିଲେ । ପ୍ରଥମଥର ପାଇଁ ସୈନ୍ୟ ପୃଷ୍ଠଭୂମିରୁ ଜଣେ ଅଧିକାରୀଙ୍କୁ ରାଜ୍ୟପାଳ କରାଯାଇଥିଲା । ଯାହାଙ୍କର କୌଣସି ସମ୍ପର୍କ ନା ବିଜେପି ନା କୌଣସି ରାଜନୈତିକ ଦଳ ସହ ରହିଛି ।

ବିଏମସିର ସମସ୍ତ ୧୨ ମେୟର ପ୍ରାର୍ଥିନୀଙ୍କ ପ୍ରାର୍ଥିତ୍ବ କାଏମ

ଭୁବନେଶ୍ବର: ଶେଷ ହେଲା ପ୍ରର୍ଥୀପତ୍ର ଯାଞ୍ଚ ପ୍ରକ୍ରିୟା । ଭୁବନେଶ୍ବର ମହାନଗର ନିଗମର ସମସ୍ତ ୧୨ ଜଣ ମେୟର ପ୍ରାର୍ଥିନୀଙ୍କ ପ୍ରାର୍ଥିତ୍ବ କାଏମ ରହିଛି । ୬୭ଟି ଓ୍ବାର୍ଡ ପାଇଁ ମୋଟ ୩୬୦ ଜଣ କର୍ପୋରେଟର ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଯାଞ୍ଚ ଜାରି ରହିଛି । ଯାଞ୍ଚ ବେଳେ ମୁଖ୍ୟତଃ ପ୍ରାର୍ଥୀ ଦୁଇଟି ସତ୍ୟପାଠ ଦେଇଛନ୍ତି କି ନାହିଁ ଓ ଫର୍ମର ରସିଦ ଅଛି କି ନାହିଁ ଏବଂ ଭୋଟର ତାଲିକାରେ ପ୍ରାର୍ଥୀଙ୍କ ନାମ ତାଲିକାଭୁକ୍ତ ହୋଇଛି କି ନାହିଁ ତାହାକୁ ପ୍ରାଥମିକତା ଦିଆଯାଉଛି । ସନ୍ଧ୍ୟା ସୁଦ୍ଧା ଯାଞ୍ଚ ସାରି ଯୋଗ୍ୟ ପ୍ରାର୍ଥୀଙ୍କ ତାଲିକା ପ୍ରସ୍ତୁତ କରାଯିବ ।

୧୪ ତାରିଖ ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ଦିବସ ରହିଛି । ସେହିଦିନ ସଂଧ୍ୟାରେ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ କରାଯିବ ବୋଲି ସୂଚନା ଦେଇଛନ୍ତି ବିଏମସି ନିର୍ବାଚନ ଅଧିକାରୀ ପ୍ରଫୁଲ କୁମାର ସ୍ବାଇଁ ।

ୟୁକ୍ରେନରେ ଋଷର ବଡ଼ ଧରଣର ଆକ୍ରମଣ, ଆକ୍ରମଣରେ ପୂର୍ବାଞ୍ଚଳ ସେଭରୋଦୋନେସ୍କରେ ୧୦ ମୃତ

କିଭ୍: ୟୁକ୍ରେନ-ଋଷ ମଧ୍ୟରେ ଜାରି ରହିଛି ଜୋରଦାର ଲଢ଼େଇ । ଋଷର ଆକ୍ରମଣରେ ଛାରଖାର ହୋଇଗଲାଣି ୟୁକ୍ରେନ । ତଥାବି ୟୁକ୍ରେନରେ ଥମିବାରେ ନାଁ ନେଉନି ଆକ୍ରମଣ । ଦିନକୁ ଦିନ ଅଧିକ ରକ୍ତମୁଖା ହେବାରେ ଲାଗିଛନ୍ତି ୟୁକ୍ରେନ ସୈନ୍ୟ । ପୁଣି ଥରେ ୟୁକ୍ରେନର ସାଧାରଣ ନାଗରିକଙ୍କ ଉପରେ ହୋଇଛି ବଡ଼ ଧରଣର ଆକ୍ରମଣ । ୟୁକ୍ରେନ ପୂର୍ବାଞ୍ଚଳ ଅନ୍ତର୍ଗତ ସେଭରୋଦୋନେସ୍କରେ ହୋଇଛି ବଡ଼ ଧରଣର ଆକ୍ରମଣ । ଏହି ଆକ୍ରମଣରେ ୧୦ ଜଣ ପ୍ରାଣ ହରାଇଛନ୍ତି । ଏହା ସହ ୟୁକ୍ରେନର ଅନ୍ୟାନ୍ୟ ସହରରେ ବି ଜାରି ରହିଛି ଭୟଙ୍କର ବୋମାମାଡ । ଋଷ ସୈନ୍ୟଙ୍କ ଆକ୍ରମଣରୁ ବାଦ ପଡୁନି ଆବାସିକ ଅଞ୍ଚଳ ଓ ଘରୋଇ କୋଠା । ଅନ୍ୟପକ୍ଷରେ ଋଷର ଭୟଙ୍କର ଆକ୍ରମଣ ଫଳରେ ୟୁକ୍ରେନର ବିଭିନ୍ନ ଅଞ୍ଚଳରୁ ପଳାୟନ ଜାରି ରଖିଛନ୍ତି । ବର୍ତ୍ତମାନ ସୁଦ୍ଧା ଦେଶ ଛାଡିଲେଣି ୨୦ ଲକ୍ଷରୁ ଅଧିକ ନାଗରିକ । ସେପଟେ ଋଷ ୟୁକ୍ରେନ ବିପକ୍ଷରେ ଜୋରଦାର ଆକ୍ରମଣ କରିବା ପରେ ଋଷ ବିପକ୍ଷରେ ବିଭିନ୍ନ ସଂସ୍ଥା ପକ୍ଷରୁ ସେବା ବନ୍ଦ କରାଯାଉଛି । ଏହି କ୍ରମରେ ଋଷରେ ସେବା ବନ୍ଦ କରିଛନ୍ତି ଷ୍ଟାରବକ୍ସ, କୋକାକୋଲା ଓ ପେପିସକୋ ।

ଇଞ୍ଜିନିୟରଙ୍କ ଇନ୍ଦ୍ରପୁରୀ: ଦେଖନ୍ତୁ ଘର ଭିତରେ ଅଛି କ’ଣ ?

ଭୁବନେଶ୍ୱର: ବିଦ୍ୟୁତ୍ ବିଭାଗ ଯନ୍ତ୍ରୀଙ୍କ ଅମାପ ସମ୍ପତ୍ତି । ନାଁ ଜଗନ୍ନାଥ ସେଠୀ, ବ୍ରହ୍ମପୁର ବିଦ୍ୟୁତ୍ ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ । ଜଗନ୍ନାଥଙ୍କ ଅଫିସ୍ ସମେତ ଭିଜିଲାନ୍ସ ୪ଟି ସ୍ଥାନରେ ରେଡ୍ କରିଛି । ବ୍ରହ୍ମପୁର ଗଜପତିନଗରରେ ଜଗନ୍ନାଥଙ୍କ ୪ ଓ ୫ ମହଲା ବିଶିଷ୍ଟ ୨ଟି କୋଠା ଥିବାବେଳେ ଭୁବନେଶ୍ୱର ଏମ୍ସନଗରରେ ରହିଛି ୪ ତାଲା ବିଲ୍ଡିଂ । ରେଡ୍ ବେଳେ ଏସବୁ ଦେଖି ତାଜୁବ୍ ହୋଇ ଯାଇଛି ଭିଜିଲାନ୍ସ ।

Brahmapur Electrical Executive Engineer Jagannath Sethy Allison Building In Bhubaneswar

ପାତ୍ରପଡ଼ା ନିକଟରେ ଥିବା ଏହି ଆଲିଶାନ୍ ଘର ପ୍ରାୟ ୪ ହଜାର ସ୍କୋୟାର ଫୁଟ୍ ଅଞ୍ଚଳରେ ତିଆରି ହୋଇଛି । ଏହି ଘର ଜଗନ୍ନାଥଙ୍କ ପୁଅ ଶିବାଦ୍ୟିତ ସର୍ବେଶ୍ୱରଙ୍କ ନାଁରେ ଥିବା ଜଣାପଡ଼ିଛି । ଶିବାଦ୍ୟିତଙ୍କ କହିବା ଅନୁସାରେ, ସେ ଏହି ଜାଗାକୁ ୧୦ ବର୍ଷ ତଳେ କିଣି ଘର ନିର୍ମାଣ କରିଛନ୍ତି ।

Brahmapur Electrical Executive Engineer Jagannath Sethy Allison Building In Bhubaneswar

ଖାଲି ଘର ନୁହଁ, ଘର ଭିତରେ ମଧ୍ୟ ଆକର୍ଷଣୀୟ କାରୁକାର୍ଯ୍ୟ କରାଯାଇଛି ।

Brahmapur Electrical Executive Engineer Jagannath Sethy Allison Building In Bhubaneswar

ଘର ଭିତରେ ଭଳିକି ଭଳି ଦାମୀ ମୂର୍ତ୍ତି ମଧ୍ୟ ରଖାଯାଇଛି ।

Brahmapur Electrical Executive Engineer Jagannath Sethy Allison Building In Bhubaneswar

ଘର ଭିତରେ ମନ ମୋହିଲା ଭଳି ଠାକୁର ଘର ରହିଛି । ଠାକୁରଙ୍କୁ ରୂପା ଥାଳିରେ ପୂଜା କରା ଯାଉଥିବା କୁହାଯାଉଛି ।

Brahmapur Electrical Executive Engineer Jagannath Sethy Allison Building In Bhubaneswar

ଘରର ଡ୍ରଇଁ ରୁମରେ ଦାମୀ ସୋଫା ପଡ଼ିଛି ।

Brahmapur Electrical Executive Engineer Jagannath Sethy Allison Building In Bhubaneswar

ଆଧୁନିକ ରୋଷେଇ ଘର ରହିଛି । ମଡୁଲାର କିଚେନ୍ ସାଙ୍ଗକୁ ସମସ୍ତ ଆନୁଷଙ୍ଗିକ ଉପକରଣ ଖଞ୍ଜାଯାଇଛି ।

Brahmapur Electrical Executive Engineer Jagannath Sethy Allison Building In Bhubaneswar

ରୋଷେଇ ଘରେ ମନୋରଞ୍ଜନ ଲାଗି ରହିଛି ଡିଜିଟାଲ୍ ଫ୍ରିଜ୍ । ଟଚ୍ କରିବା ମାତ୍ରେ ଫଟୋ, ଭିଡିଓ ସବୁକିଛିର ମଜା ନେଇ ହେବ ।

Brahmapur Electrical Executive Engineer Jagannath Sethy Allison Building In Bhubaneswar

ଘରର ବିଭିନ୍ନ ଡୋରରେ ଡିଜିଟାଲ୍ ଲକ୍ ସିଷ୍ଟମ ରହିଛି । କୌଣସି ରୁମକୁ ଯିବାକୁ ହେଲେ ନିର୍ଦ୍ଧାରିତ ନମ୍ବର ମାରିବା ପରେ ହିଁ ଡୋର୍ ଖୋଲିବ ।

Brahmapur Electrical Executive Engineer Jagannath Sethy Allison Building In Bhubaneswar

ଘର ଭଳି ବାଥରୁମରେ ବି ଖର୍ଚ୍ଚ ହୋଇଛି ବିପୁଳ ଟଙ୍କା । ବାଥରୁମରେ ଏଲଇଡି ସାୱାର ଲାଗିଛି ।

Brahmapur Electrical Executive Engineer Jagannath Sethy Allison Building In Bhubaneswar

ଭିଜିଲାନ୍ସ ଟିମ୍ ରେଡ୍ ପାଇଁ ଆସିବା ବେଳେ ଜଗନ୍ନାଥଙ୍କ ପୁଅ ଗେଟ୍ ଖୋଲି ନଥିଲେ । ଏହି ସମୟରେ ସେ ଘରେ ଥିବା ସୁନା ଅଳଙ୍କାର ଓ ଟଙ୍କାକୁ ଫୋପାଡ଼ି ଦେଇଥିବା କୁହାଯାଉଛି । ଭିଜିଲାନ୍ସ ଟିମକୁ ଅନେକ ନାମୀଦାମୀ ବ୍ରାଣ୍ଡର ଖୋଳ ମିଳିଛି ।

ମୁଣ୍ଡ ନୁଆଁଇଲା ୟୁକ୍ରେନ, NATO ସଦସ୍ୟତା ହାସଲ ପାଇଁ ପଛଘୁଞ୍ଚା ଦେଲେ ଜେଲେନସ୍କି

କିଭ୍: ୟୁକ୍ରେନକୁ ଫେରିବ ଶାନ୍ତି! ମୁଣ୍ଡ ନୁଆଁଇଲେ ଜେଲେନସ୍କି । ଦରକାର ନାହିଁ ନାଟୋ ସଦସ୍ୟତା । ଋଷ ସହ ଯୁଦ୍ଧ ପାଇଁ ନାଟୋ ସଦସ୍ୟ ରାଷ୍ଟ୍ର ଭୟ କରୁଛନ୍ତି ବୋଲି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି କହିଛନ୍ତି । ଯୁଦ୍ଧର କିଛିଦିନ ପୂର୍ବରୁ ଋଷ ୟୁକ୍ରେନର ବିଦ୍ରୋହୀ ଅଞ୍ଚଳ ଡୋନେସ୍କ ଓ ଲୁହାନସ୍କକୁ ସ୍ୱତନ୍ତ୍ର ରାଷ୍ଟ୍ର ମାନ୍ୟତା ଦେଇଥିବାରୁ ଏହା ଉପରେ ମଧ୍ୟ ଆଲୋଚନା ପାଇଁ ଜେଲେନସ୍କି ସଙ୍କେତ ଦେଇଛନ୍ତି ।

ଆମେରିକାର ଏକ ଟିଭି ଚ୍ୟାନେଲକୁ ଇଣ୍ଟରଭ୍ୟୁ ଦେବା ଅବସରରେ NATO, ପୁଟିନ୍ ଓ ଋଷର ଆଭିମୁଖ୍ୟକୁ ନେଇ ଆଲୋଚନା କରିଥିଲେ । ଜେଲେନସ୍କିଙ୍କ ଏହି ଇଣ୍ଟରଭ୍ୟୁ ପରେ ୟୁକ୍ରେନ-ଋଷ ଯୁଦ୍ଧରେ ବିରାମ ଲାଗିବା ସମ୍ଭାବନା ଦେଖାଦେଇଛି । ୟୁକ୍ରେନ ଉପରେ ଋଷ ଆକ୍ରମଣର ମୁଖ୍ୟ କାରଣ NATO ହୋଇଥିବା ବେଳେ ଏବେ ନାଟୋ ସଦସ୍ୟତା ହାସଲ ପାଇଁ ପଛଘୁଞ୍ଚା ଦେଇଛନ୍ତି । ଜେଲେନସ୍କି କହିଛନ୍ତି, ନାଟୋ ୟୁକ୍ରେନକୁ ସଦସ୍ୟ ରାଷ୍ଟ୍ର ଭାବେ ସାମିଲ କରିବାକୁ ଚାହୁଁନି । ଋଷ ସହ ଶତ୍ରୁତା କରିବାକୁ ନାଟୋ ଭୟ କରୁଛି । ସେପଟେ ଯୁଦ୍ଧ ବନ୍ଦ ପାଇଁ ୟୁକ୍ରେନ ଆଗରେ ସର୍ତ୍ତ ରଖିଛି ମସ୍କୋ । ୟୁକ୍ରେନ ଭବିଷ୍ୟତରେ ଯେପରି କୌଣସି ରାଷ୍ଟ୍ର ସହ ମେଣ୍ଟରେ ସାମିଲ ନହୁଏ, ସେ ନେଇ ସ୍ପଷ୍ଟ କରୁ । ଏହାସହ ୨୦୧୪ରୁ ୟୁକ୍ରେନଠାରୁ ଋଷ ନେଇଥିବା କ୍ରିମିଆକୁ ଋଷର ବୋଲି ମାନ୍ୟତା ଦେବା ସହ ଡୋନେସ୍କ ଓ ଲୋହାନସ୍କକୁ ସ୍ୱତନ୍ତ୍ର କ୍ଷେତ୍ରର ମାନ୍ୟତା ଦେବାକୁ ସର୍ତ୍ତ ରଖିଛି ଋଷ ।

ୟୁକ୍ରେନରେ ଫସିଥିବା ପାକିସ୍ତାନ ଛାତ୍ରୀଙ୍କୁ ଉଦ୍ଧାର କଲା ଭାରତୀୟ ଦୂତବାସ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଦେଲେ ପାକିସ୍ତାନ ଛାତ୍ରୀ । ଋଷ-ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧରେ ଜଣେ ପାକିସ୍ତାନ ଛାତ୍ରୀ ଫସି ଯାଇଥିଲେ । ଋଷର ଘନଘନ ଆକ୍ରମଣ ଫଳରେ କିଭରୁ ସୁରକ୍ଷିତ ସ୍ଥାନକୁ ଆସିପାରୁନଥିଲେ ଛାତ୍ର ଜଣଙ୍କ । କିଭରେ ଚାଲିଥିବା ଘମାଘୋଟ ଲଢ଼େଇ ମଧ୍ୟରୁ ପାକିସ୍ତାନ ଛାତ୍ରୀ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରିଛି ଭାରତୀୟ ଦୂତାବାସ । କିଭରୁ ସୁରକ୍ଷିତ ଉଦ୍ଧାର ହେବା ପରେ ଛାତ୍ରୀ ଜଣଙ୍କ ଏକ ଭିଡିଓ ସେୟାର କରି ଭାରତୀୟ ଦୂତାବାସ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

 

View this post on Instagram

 

A post shared by NandighoshaTV (@nandighoshatv)

ଆସମା ଶାଫିକ୍ ନାମକ ଜଣକ ପାକିସ୍ତାନୀ ଛାତ୍ରୀ ଭିଡିଓ ସେୟାର କରି କହିଛନ୍ତି କି ମୁଁ ପାକିସ୍ତାନର ଅଟେ । ମୁଁ କିଭରେ ଥିବା ଭାରତୀୟ ଦୂତବାସଙ୍କୁ ଧନ୍ୟବାଦ ଜଣାଇଛନ୍ତି କାହିଁକି ନା ଭାରତୀୟ ଦୂତବାସ କଠିନ ପରିସ୍ଥିତିରେ ତାଙ୍କୁ ସାହାଯ୍ୟ କରିଥିଲେ । ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଧନ୍ୟବାଦ ଦେଉଛି ବୋଲି ଭିଡିଓରେ କହିଛନ୍ତି ଆସମା ଶାଫିକ୍ । ଭାରତୀୟ ଦୂତବାସ ପାଇଁ ଆମେ ସୁରକ୍ଷିତ ଭାବରେ ଘରକୁ ଫେରିପାରୁଛୁ ବୋଲି ସେ କହିଛନ୍ତି ।

ସୂଚନା ଅନୁସାରେ ଋଷ-ୟୁକ୍ରେନ ମଧ୍ୟରେ ଜାରି ରହିଛି ଘମାଘୋଟ ଲଢ଼େଇ । ୟୁକ୍ରେନ ଉପରେ ଋଷର ଆକ୍ରମଣ ଫଳରେ ସେଠାରେ ହଜାର ହଜାର ସଂଖ୍ୟାରେ ବହୁ ଦେଶର ଛାତ୍ରଛାତ୍ରୀ ଫସି ରହିଥିଲେ । ଭାରତର ମଧ୍ୟ ୨୦ ହଜାରରୁ ଅଧିକ ଛାତ୍ର ଛାତ୍ରୀ ୟୁକ୍ରେନରେ ଫସି ରହିଥିଲେ । ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କୁ ଉଦ୍ଧାର କରିବା ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ’ଅପରେସନ ଗଙ୍ଗା’ ମାଧ୍ୟମରେ ସେଠାରୁ ଉଦ୍ଧାର କରଯାଇଥିଲା । କେନ୍ଦ୍ର ସରକାରଙ୍କ ସୂଚନା ମୁତାବକ ବର୍ତ୍ତମାନ ସୁଦ୍ଧା ୧୭ ହଜାରରୁ ଅଧିକ ଭାରତୀୟ ନାଗରିକଙ୍କୁ ୟୁକ୍ରେନରୁ ଆଣାଯାଇସାରିଛି । ସେହିପରି ୟୁକ୍ରେନର ସୁମିରେ ଫସିଥିବା ୭୦୦ ଭାରତୀୟଙ୍କୁ ହ୍ୟୁମାନ କରିଡର କରି ମଙ୍ଗଳବାର ସହରର ବାହାର କରାଯାଇଛି ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି ।

ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ବିଦ୍ୟୁତ ବିଭାଗ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଏକକାଳୀନ ୫ଟି ସ୍ଥାନରେ ରେଡ୍‌

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ବିଦ୍ୟୁତ ବିଭାଗ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜଗନ୍ନାଥ ସେଠୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ଏକକାଳୀନ ୫ଟି ସ୍ଥାନରେ ଚାଲିଛି ରେଡ୍ । ବ୍ରହ୍ମପୁର ଗଜପତି ନଗର ୮ ନମ୍ବର ଲେନରେ ଥିବା ୪ ମହଲା ବିଶିଷ୍ଟ ଘରେ ରେଡ୍ ବେଳେ ନଗଦ ୧୬ ଲକ୍ଷ ୭୦ ହଜାର ଟଙ୍କା ଜବତ କରାଯାଇଛି । ସେହିପରି ଗଜପତି ନଗର ୧୧ ନମ୍ବର ଲେନରେ ଥିବା ୫ ମହଲା ବିଶିଷ୍ଟ ବିଲଡ଼ିଂ, ଅମ୍ବପୁଆରେ ଥିବା ଅଫିସ, ଗଞ୍ଜାମ ଜିଲ୍ଲା ଛତ୍ରପୁରର ପାଟବଗଦାରେ ଥିବା ପୈତୃକ ଘର ସହ ଭୁବନେଶ୍ୱରର ଏମସ ନଗରର ୩ ନମ୍ବର ଲେନରେ ଥିବା ୪ ମହଲା କୋଠାରେ ଭିଜିଲାନ୍ସ ରେଡ୍ କରୁଛି ।

ଭୁବନେଶ୍ୱର ସ୍ଥିତ ଘରେ ରେଡ୍ ବେଳେ ଅସହଯୋଗ କରିଛନ୍ତି ଜଗନ୍ନାଥ ଓ ତାଙ୍କ ପୁଅ । ଜଗନ୍ନାଥ ଓ ତାଙ୍କ ପୁଅ ନିଜକୁ ବନ୍ଦ କରି ରଖିଥିଲେ । ସର୍ଚ୍ଚ ୱାରେଣ୍ଟ ଦେଖାଇବା ପରେ ବି ଭିଜିଲାନ୍ସ ଟିମକୁ ସହଯୋଗ କରୁନଥିବାରୁ ସିଡି ପକାଇ ଝରକା ଦେଇ ଘରକୁ ପଶିଲା ଭିଜିଲାନ୍ସ ଟିମ୍ । ତଦନ୍ତରେ ସହଯୋଗ କରୁନଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଭିଜିଲାନ୍ନ ପକ୍ଷରୁ କୁହାଯାଇଛି । ଭିଜିଲାନ୍ସର ଏହି ଚଢ଼ାଉରେ ୩ ଅତିରିକ୍ତ ଏସପି, ୪ଜଣ ଡିଏସପି ଓ ୧୦ ଇନସ୍ପେକ୍ଟର ସାମିଲ ହୋଇଛନ୍ତି ।

ଆସନ୍ତାକାଲି ୫ ରାଜ୍ୟରେ ଆସିବ ରେଜଲ୍ଟ, ୟୁପି ଫଳାଫଳ ଉପରେ ରହିଛି ଦେଶର ନଜର

ନୂଆଦିଲ୍ଲୀ: ଆସନ୍ତାକାଲି ଆସିବ ୫ ରାଜ୍ୟରେ ରେଜଲ୍ଟ । ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ଗୋଆ, ପଞ୍ଜାବ ଓ ମଣିପୁରରେ ସ୍ପଷ୍ଟ ହେବ କିଏ ଗଠନ କରିବେ ସରକାର । ଫାଇନାଲ ଲାଗି ବାଟ ଖୋଲିବ ସେମିଫାଇନାଲ ଫଳାଫଳ । ତେବେ କାଉଣ୍ଟିଂ ପୂର୍ବରୁ ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ କରିଛନ୍ତି ଗୁରୁତର ଅଭିଯୋଗ । ବାରାଣସୀରେ ଇଭିଏମ ଟ୍ୟାମ୍ପରିଂ ହୋଇଥିବା ନେଇ ସେ ଅଭିଯୋଗ କରିଛନ୍ତି । ସେପଟେ ୫ ରାଜ୍ୟରେ ସରକାର ଗଠନ ନେଇ ଏବେଠୁ ଚାଲିଲାଣି ଛକାପଞ୍ଝା । ଗତ ଥର ପରି ଏଥର ଯେପରି ଘଟିବ ନାହିଁ ସେଥିଲାଗି ଗୋଆରେ ଡେରା ପକାଇଛନ୍ତି ବରିଷ୍ଠ କଂଗ୍ରେସ ନେତା ପି. ଚିଦାମ୍ବରମ । ଘୋଡାବେପାର ରୋକିବା ଲାଗି କଂଗ୍ରେସର ବିଧାୟକମାନଙ୍କୁ ଏକ ରିସର୍ଟକୁ ସ୍ଥାନାନ୍ତର କରାଯାଇଛି ।

ସେପଟେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଦିଲ୍ଲୀରେ ଥାଇ ହାଇକମାଣ୍ଡଙ୍କ ସହ ଆଲୋଚନା କରିଛନ୍ତି । ତେଣେ ମହାରାଷ୍ଟ୍ରବାଦୀ ଗୋମନ୍ତକ ପାର୍ଟି ଏବେଠାରୁ ରଖିଲାଣି କଡା ସର୍ତ୍ତ । ମୁଖ୍ୟମନ୍ତ୍ରୀ ପଦ ଲାଗି ବାର୍ଗେନ କରିପାରେ ଦଳ । ଯଦି ଉତ୍ତରପ୍ରଦେଶ କଥା କହିବା ତାହାଲେ ସମସ୍ତଙ୍କ ନଜର ଏବେ ରହିଛି ୟୁପି ରେଜଲ୍ଟ ଉପରେ । ୟୁପିରେ ପୁଣି ଥରେ ଯୋଗୀଙ୍କ ସରକାର ହେବ ନା ଅଖିଳେଶଙ୍କ ସରକାର ଗଢ଼ିବେ ତାହା ଆସନ୍ତାକାଲି ସ୍ପଷ୍ଟ ହେବ ।

ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ବଜ୍ର ଘୋଷଣା, ଜୀବନର ଶେଷ ରକ୍ତବିନ୍ଦୁ ଥିବା ପର୍ଯ୍ୟନ୍ତ ଚାଲିବ ଲଢେଇ

କିଭ୍: ମରିବୁ ପଛେ ନଇଁବୁ ନାହିଁ । ଜୀବନ ଥିବା ଯାଏ ଲଢିବୁ । ବ୍ରିଟେନ ସାଂସଦଙ୍କ ଉଦ୍ଦେଶ୍ୟରେ ଏମିତି କହିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି । ଏହାସହ ସେ ତତକାଳୀନ ବ୍ରିଟିଶ ପ୍ରଧାନମନ୍ତ୍ରୀ ଉଇନସନ ଚର୍ଚ୍ଚିଲଙ୍କ ନାଁ ନେଇ ସଂଗ୍ରାମ ତୀବ୍ରତର କରିବା ଲାଗି ଘୋଷଣା କରିଛନ୍ତି । ଦିନକୁ ଦିନ ୟୁକ୍ରେନ ଉପରେ ଋଷର ଆକ୍ରମଣ ଶକ୍ତିଶାଳୀ ହେବା ସହ ଗୋଟିଏ ପରେ ଗୋଟିଏ ସହର ହାତଛଡା ହେଉଥିବା ସତ୍ତ୍ୱେ ଜେଲେନସ୍କି ଏହି ବଜ୍ର ଘୋଷଣା କରିଛନ୍ତି । ସେ କହିଛନ୍ତି ଦେଶମାତୃକାର ରକ୍ଷା ଲାଗି ଜଳ, ସ୍ଥଳ, ଆକାଶ, ଜଙ୍ଗଲ, ଉପକୂଳ, ଗଳିକନ୍ଦିରେ ଋଷ ବିରୋଧରେ ଲଢେଇ ଜାରି ରହିବ ।

୧୯୪୦ ଜୁନରେ ହାଉସ ଅଫ କମନସରେ ନାଜି ଜର୍ମାନର ଆକ୍ରମଣ ବିରୋଧରେ ଚର୍ଚ୍ଚିଲ ଯେଉଁ ଐତିହାସିକ ଭାଷଣ ଦେଇଥିଲେ, ତାହାର ଅବତାରଣା କରି ଏକ ଭାବପ୍ରବଣ ପରିବେଶ ସୃଷ୍ଟି କରିଥିଲେ ଜେଲେନସ୍କି । ଏକ ମିଲିଟାରୀ ଟି-ସାର୍ଟ ପିନ୍ଧି ଜେଲେନସ୍କି ନିଜ ଦେଶର ପତାକା ନିକଟରେ ବସି ଏହି ଉଦବୋଧନ ଦେବା ସହ ବିଶ୍ୱ ବିଖ୍ୟାତ କବି ଓ୍ୱିଲିୟମ ସେକ୍ସପିୟରଙ୍କ ବାର୍ତ୍ତା ମଧ୍ୟ ଅବତାରଣା କରିଥିଲେ । ବ୍ରିଟେନ ଇତିହାସରେ ବି ପ୍ରଥମ ଥର ଲାଗି ହାଉସ ଅଫ କମନସରେ ଜଣେ ବିଦେଶୀ ନେତାଙ୍କ ଭାଷଣ ଶୁଣିଥିଲେ ସାଂସଦ ।

ଋଷ ବିରୋଧରେ ଲଢେଇ ଲାଗି ସହଯୋଗ କରିଥିବାରୁ ସେ ପାଶ୍ଚାତ୍ୟ ରାଷ୍ଟ୍ର ଗୁଡ଼ିକ ଯଦିଓ ଧନ୍ୟବାଦ ଦେଇଥିଲେ ତଥାପି ନାଟୋର ମନମାନିକୁ ନିନ୍ଦା କରିଥିଲେ । ୟୁକ୍ରେନ ଆକାଶକୁ ନୋ ଫ୍ଲାଏ ଜୋନ ଘୋଷଣା ନ କରିବା ପ୍ରସଙ୍ଗରେ ସେ ନାଟୋ ବିରୋଧରେ କ୍ଷୋଭ ପ୍ରକାଶ କରିଛନ୍ତି । ବ୍ରିଟେନର ଶହ ଶହ ବର୍ଷର ଗଣତାନ୍ତ୍ରିକ ପରମ୍ପରାରେ ଜେଲେନସ୍କିଙ୍କ ଉଦବୋଧନ ଐତିହାସିକ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ବୋରିସ ଜନସନ । ସେପଟେ ଦୁଇ ବିଭାଜିତ ଅଞ୍ଚଳ ଲୁହାନସ୍କ ଓ ଦୋନେସ୍କକୁ ୟୁକ୍ରେନ ସ୍ବୀକୃତି ଦେବା ନେଇ ଚିନ୍ତା କରୁଛନ୍ତି ଜେଲେନସ୍କି । ଦିନକୁ ଦିନ ବେସାହାରା ହୋଇପଡୁଥିବା ଜେଲେନସ୍କି ଏହି ଦୁଇ ସ୍ବାଧୀନ ଅଞ୍ଚଳକୁ ନେଇ ଅଧିକ ବୋଝ ନେବାକୁ ଚାହୁଁ ନଥିବା ସୂଚନା ମିଳିଛି ।