ଘରୋଇ ହିଂସାକୁ ଅପରାଧ ବୋଲି ଭାବନ୍ତି ନାହିଁ ଦେଶର ଅଧା ମହିଳା-ପୁରୁଷ

1 min read

woman raised her hand for dissuade, campaign stop violence against women. Asian woman raised her hand for dissuade with copy space, black and white color

ନୂଆଦିଲ୍ଲୀ: ଘରେ ପତ୍ନୀଙ୍କୁ ମାରପିଟ କରିବା ଏକ ଦଣ୍ଡନୀୟ ଅପରାଧ ବୋଲି  ତ ଆପଣ ଜାଣିଛନ୍ତି । କିନ୍ତୁ ଆପଣ ଏଇଟା ଜାଣିଛନ୍ତି କି, ଦେଶର ଅଧା ମହିଳା ଏହାକୁ ଅପରାଧ ବୋଲି ଭାବନ୍ତି ନାହିଁ । ଦେଶର ୪୫ ପ୍ରତିଶତ ମହିଳା ଏବଂ ୪୪ ପ୍ରତିଶତ ପୁରୁଷଙ୍କ କହିବା କଥା ହେଲା ଯେ, ପତ୍ନୀ ନିଜର କାମ ଠିକ ଭାବେ ନ କରିବା ନେଇ ତାଙ୍କ ସହ ଶାରିରୀକ ହିଂସା କରାଯାଇପାରିବ ।

କର୍ଣ୍ଣାଟର ୮୦ ପ୍ରତିଶତ ପୁରୁଷ ଏହି କାମ ଭୁଲ ବୋଲି ବି ମାନନ୍ତି ନାହିଁ । NFHS ସର୍ବେକ୍ଷଣରୁ ଜଣାପଡିଛି ଯେ, ଛୋଟ ଛୋଟ ଜିନିଷ ପାଇଁ ଯେପରିକି ସ୍ୱାମୀଙ୍କୁ ନ ଜଣାଇ ଘରୁ ବାହାରକୁ ଯିବା, ସଠିକ୍ ନ ରାନ୍ଧିବା, ଯୌନ ସମ୍ପର୍କକୁ ପ୍ରତ୍ୟାଖ୍ୟାନ କରିବା, ଶାଶୁଙ୍କୁ ସମ୍ମାନ ନକରିବା, ଅନ୍ୟ ପୁରୁଷଙ୍କ ସହ ସମ୍ପର୍କକୁ ସନ୍ଦେହ କରିବା ଇତ୍ୟାଦି ଘଟଣାକୁ ନେଇ ତାଙ୍କ ଉପରେ ଅତ୍ୟାଚାର କରାଯାଇପାରିବ।  ଅଧିକାଂଶ ଲୋକ ଏଥିରେ କୌଣସି ଅନିଷ୍ଟ ହେଉଛି ବୋଲି କୁହନ୍ତି ନାହିଁ ।

ତଥ୍ୟ ଅନୁଯାୟୀ, ସର୍ବେକ୍ଷଣ ସମୟରେ ପ୍ରାୟ ୧୧ ପ୍ରତିଶତ ମହିଳା ଏବଂ ୯.୭ ପ୍ରତିଶତ ପୁରୁଷ ସ୍ୱୀକାର କରିଛନ୍ତି ଯେ ଯୌନ ସମ୍ପର୍କ ରଖିବାକୁ ମନା କରିବା ନେଇ  ପତ୍ନୀଙ୍କୁ ମାଡ଼ ଦିଆଯିବା ଉଚିତ୍।

ଅନ୍ୟ ଏକ ରିପୋର୍ଟରେ କୁହାଯାଇଛି ଯେ, ଦେଶରେ ୧୮ ରୁ ୪୯ ବର୍ଷ ବୟସର ପ୍ରାୟ ୩୦ ପ୍ରତିଶତ ମହିଳାଙ୍କୁ ଶାରୀରିକ ହିଂସାର ସମ୍ମୁଖୀନ ହେବାକୁ ପଡ଼େ। ୬ ପ୍ରତିଶତ ମହିଳା ସେମାନଙ୍କ ଜୀବନର ଅନେକ ସମୟରେ ଯୌନ ହିଂସା ଅନୁଭବ କରିଛନ୍ତି। କିନ୍ତୁ ଚିନ୍ତାର ବିଷୟ ଏହା ଯେ, ମାତ୍ର ୧୪ ପ୍ରତିଶତ ମହିଳା ସେମାନଙ୍କ ବିରୋଧରେ ଶାରୀରିକ କିମ୍ବା ଯୌନ ହିଂସା ବିଷୟରେ ଜଣାଇଥିଲେ।