spot_img
Home Blog Page 4448

ଦାୟିତ୍ୱ ନିର୍ବାହ କରିବା ସମୟରେ ଧାର୍ଯ୍ୟ ‘ଲକ୍ଷ୍ମଣରେଖା’ ପ୍ରତି ଦୃଷ୍ଟି ଦେବା ଆବଶ୍ୟକ: ଜଷ୍ଟିସ ଏନ.ଭି ରମଣା

ନୂଆଦିଲ୍ଲୀ: ଦେଶର ସମ୍ବିଧାନ ତିନୋଟି ମୁଖ୍ୟ ଅଙ୍ଗ ମଧ୍ୟରେ କ୍ଷମତାର ପୃଥକୀକରଣ କରିଛି । ତେଣୁ ଦାୟିତ୍ବ ନିର୍ବାହ କରିବା ସମୟରେ ଧାର୍ଯ୍ୟ ଲକ୍ଷ୍ମଣରେଖା ପ୍ରତି ଦୃଷ୍ଟି ଦେବା ଦରକାର । ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ବିଚାରପତିଙ୍କ ମିଳିତ ସମ୍ମିଳନୀରେ ଉଦବୋଧନ ଦେଇ ଏହା କହିଛନ୍ତି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଏନ.ଭି ରମଣା ।

ଦେଶର ତିନୋଟି ମୁଖ୍ୟ ଅଙ୍ଗ ମଧ୍ୟରେ ଉଚିତ ସମନ୍ବୟ ରହିଲେ ହିଁ ଗଣତନ୍ତ୍ର ସୁଦୃଢ ହେବ ବୋଲି କହିଛନ୍ତି ପ୍ରଧାନ ବିଚାରପତି । ଆଉ ଏଥିପାଇଁ କେହି ଲକ୍ଷ୍ମଣରେଖା ଅତିକ୍ରମ କରିବା ଅନୁଚିତ । ଦୀର୍ଘ ୬ ବର୍ଷ ପରେ ପୁଣି ଆୟୋଜିତ ହୋଇଥିବା ଏହି ସମ୍ମିଳନୀକୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟନ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଅଦାଲତରେ ସ୍ଥାନୀୟ ଭାଷାର ବ୍ୟବହାର ଉପରେ ଗୁରୁତ୍ବାରୋପ କରିଛନ୍ତି ।

ଦେଶରେ ଆଇନ ଶିକ୍ଷାକୁ ଆନ୍ତର୍ଜାତିକ ସ୍ତରର କରିବା ଆମ ସମସ୍ତଙ୍କର ଦାୟିତ୍ବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ନ୍ୟାୟିକ ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ସମସ୍ତ ଉଦ୍ୟମ କରାଯାଉଛି । ନ୍ୟାୟିକ ଭିତ୍ତିଭୂମିରେ ସୁଧାର ଆଣିବା ପାଇଁ ବି ଉଦ୍ୟମ ହେଉଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । ଏହି ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଛନ୍ତି ।

ସମ୍ପତ୍ତି ଆଗରେ ତୁଚ୍ଛ ହେଲା ସମ୍ପର୍କ, ଗୁପ୍ତଧନ ପାଇଁ ବାପାଙ୍କୁ ବଳି ଉଦ୍ୟମ

କଳାହାଣ୍ଡି: ସମ୍ପତ୍ତି ଆଗରେ  ତୁଚ୍ଛ ହେଲା ସମ୍ପର୍କ । ଗୁପ୍ତଧନ ପାଇବା ଲୋଭରେ ବାପାକୁ ବଳି ଉଦ୍ୟମ । ଏହି ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା କଲମପୁର ଫାଣ୍ଡି ଅଞ୍ଚଳରେ । ଗୁପ୍ତଧନ ପାଇବା ପାଇଁ ବାପାକୁ ବଳି ଦେବାକୁ ଉଦ୍ୟମ କରୁଥିବା ପୁଅ ଓ ତନ୍ତ୍ର ସାଧକଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଗତକାଲି ସନ୍ଧ୍ୟାରେ ବେଳପଡ଼ା ଗ୍ରାମର ବଳଦେବ ଭୋଇଙ୍କୁ ତାଙ୍କ ପୁଅ ଲିଙ୍ଗରାଜ ବଳିଦେବାକୁ ଉଦ୍ୟମ କରୁଥିଲେ । ଏକ ନୂଆ ଘରେ ବଳଦେବଙ୍କୁ ନୂତନ ବସ୍ତ୍ର ପିନ୍ଧାଇବା ସହ ଫୁଲମାଳ ପକାଇଥିଲେ । ଅସ୍ତ୍ରଶସ୍ତ୍ର ସୁସଜ୍ଜିତ ଭାବେ ରଖାଯାଇଥିବା ବେଳେ ଗ୍ରାମବାସୀ ଏ ସମ୍ପର୍କରେ ଖବରପାଇ ସେଠାରେ ପହଞ୍ଚିଥିଲେ ।

ବଳଦେବଙ୍କୁ ଉଦ୍ଧାର କରିବା ସମୟରେ ଗ୍ରାମରାକ୍ଷୀ ଗଙ୍ଗାରାମ ବାଗ ଆହତ ହୋଇଥିଲେ । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବଳଦେବଙ୍କୁ ଉଦ୍ଧାର କରିବା ସହ ତନ୍ତ୍ର ସାଧକ ଓ ଅଭିଯୁକ୍ତ ପୁଅ ଲିଙ୍ଗରାଜଙ୍କୁ ଗିରଫ କରିଥିଲା । ପୋଲିସ ବଳଦେବଙ୍କୁ ଉଦ୍ଧାର କରି କଲମପୁର ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛି । ତେବେ ଗିରଫ ହୋଇଥିବା ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ । କିଛିବର୍ଷ ପୂର୍ବେ ଲିଙ୍ଗରାଜଙ୍କ ମାନସିକ ବିକାରଗ୍ରସ୍ତ ହୋଇଥିଲେ । ମାତ୍ର ଏବେ ସେ ସୁସ୍ଥ ଥିବା ଗ୍ରାମବାସୀ କହିଛନ୍ତି ।

ଚୀନରେ ଜଟିଳ ହେଉଛି କରୋନା ସଂକ୍ରମଣ, ୪୪ଟି ସହରରେ ଲକଡାଉନ କଡ଼ାକଡ଼ି

ବେଜିଂ: ଚୀନରେ ବିଗୁଡ଼ୁଛି କରୋନା ସ୍ଥିତି । ସାଂଘାଇ ପରେ ବେଜିଂରେ ମାଡୁଛି ସଂକ୍ରମଣ । ସଂକ୍ରମଣ ବଢୁଥିବାରୁ ରାଜଧାନୀର ସବୁ ସିନେମା ହଲ୍, ଜିମ୍, ସପିଂ ମଲ୍ ବନ୍ଦ କରିଦିଆଯାଇଛି । କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ସମସ୍ତ ଆପାର୍ଟମେଣ୍ଟ ଓ ମାର୍କେଟ କମ୍ପ୍ଲେକ୍ସକୁ ସିଲ୍ କରିଦିଆଯାଇଛି । ଏହାସହ ସାମୂହିକ କରୋନା ଟେଷ୍ଟିଂକୁ ଗୁରୁତ୍ବ ଦିଆଯାଇଛି ।

Delhi reports 1042 fresh COVID19 cases In Last 24 Hours

ତେବେ ଚୀନର ପ୍ରାୟ ୪୪ଟି ସହରରେ ଲକଡାଉନ କଟକଣା କଡ଼ାକଡ଼ି କରାଯାଇଛି । ସାଂଘାଇରେ ମଧ୍ୟ ସମସ୍ତ ସ୍କୁଲ, କଲେଜ ବନ୍ଦ କରିଦିଆଯାଇଛି । କଟକଣା ବଢ଼ିଥିବାରୁ ଲୋକମାନେ ସହର ଛାଡ଼ି ଚାଲି ଯାଉଥିବା ଦେଖାଯାଇଛି ।ପ୍ରତିଦିନ ଶହ ଶହ ଲୋକ ସହର ଛାଡ଼ି ଚାଲିଯାଉଛନ୍ତି । ଦୋକାନ ବଜାର ବନ୍ଦ ଥିବାରୁ ଲୋକମାନେ ଖାଇବାକୁ ପାଉନାହାନ୍ତି । ହସ୍ପିଟାଲରେ ବି କରୋନା ରୋଗୀ ଭର୍ତ୍ତି ହୋଇଥିବାରୁ ଅନ୍ୟ ରୋଗୀଙ୍କୁ ଆବଶ୍ୟକ ସ୍ବାସ୍ଥ୍ୟସେବା ମିଳିପାରୁନି ।

୧୨-୧୭ ବର୍ଷ ପିଲାଙ୍କ ପାଇଁ କୋଭୋଭାକ୍ସ ଟିକାକୁ ମଞ୍ଜୁରି

ନୂଆଦିଲ୍ଲୀ : ଦେଶର ୧୨-୧୭ ବର୍ଷର ପିଲାଙ୍କ ଲାଗି ନୂଆ କରୋନା ଟିକା ମିଳିଛି । ନ୍ୟାସନାଲ ଟେକ୍ନିକାଲ ଆଡଭାଇଜରି ଗ୍ରୁପ ଅନ ଇମ୍ୟୁନାଇଜେସନ (ଏନଟିଏଜିଆଇ) ସିରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ (ଏସଆଇଆଇ)ର କୋଭୋଭାକ୍ସ ଟିକାକୁ ମଞ୍ଜୁରି ଦେଇଛନ୍ତି । ଶୁକ୍ରବାର ବସିଥିବା ଏନଟିଏଜିଆଇର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା ।

ତେବେ ୫-୧୨ ବର୍ଷର ଶିଶୁଙ୍କ ଟିକାକରଣ ଲାଗି କୌଣସି ନିଷ୍ପତ୍ତି ନିଆଯାଇ ନ ଥିବା ସୂଚନା ମିଳିଛି । ଅନ୍ୟ ଦେଶ ଦ୍ବାରା କରୋନା ଟିକା କୋର୍ବେଭାକ୍ସର ମଞ୍ଜୁରି ପ୍ରକ୍ରିୟାକୁ ସରକାର ତ୍ବରାନ୍ବିତ କରିବାକୁ ଯୋଜନା କରୁଛନ୍ତି । ସୂଚନାଯୋଗ୍ୟ ଯେ ଗତ ଏକ ସପ୍ତାହ ମଧ୍ୟରେ ଦେଶରେ ଶିଶୁଙ୍କ ପାଇଁ ୩ଟି କରୋନା ଟିକାକୁ ଅନୁମତି ଦିଆଯାଇଛି ।

ଏହା ପୂର୍ବରୁ ମଙ୍ଗଳବାର ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ (ଡିସିଜିଆଇ) ୩ଟି ଟିକାକୁ ସ୍ବୀକୃତି ଦେଇଥିଲେ। ଏବେ ସୁଦ୍ଧା ୧୨-୧୭ ବର୍ଷ ବର୍ଗ ପାଇଁ ଦେଶରେ ୫ଟି ଟିକା ଜାଇକୋଭ-ଡି, କୋଭାକ୍ସିନ, କୋର୍ବେଭାକ୍ସ (୧୨-୧୫ ବର୍ଷ), ଫାଇଜର ଏବଂ କୋଭୋଭାକ୍ସକୁ ଅନୁମତି ଦିଆଗଲାଣି।

ରାଜଧାନୀରେ ପୁଣି ଜଘନ୍ୟ କାଣ୍ଡ, ସ୍ତ୍ରୀକୁ ହତ୍ୟା ପରେ ଆତ୍ମହତ୍ୟାର ରୂପ ଦେଲା ସଇତାନ ସ୍ୱାମୀ

ଭୁବନେଶ୍ୱର: ରାଜଧାନୀରେ ପୁଣି ଏକ ହତ୍ୟାକାଣ୍ଡ । ଭୁବନେଶ୍ୱରରେ ପୁଣି ସ୍ୱାମୀ ସାଜିଲା ସଇତାନ । ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ସ୍ୱାମୀ । ହତ୍ୟା ପରେ ଆତ୍ମହତ୍ୟା ରୂପ ଦେଇଥିଲା ହତ୍ୟାକାରୀ ସ୍ୱାମୀ । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ସହିଦନଗର ଥାନା ବାସୁଆଘାଇ ଅଞ୍ଚଳରେ । ମୃତକ ହେଲେ ଲିଲତି ଦାଶ । ଏହି ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତ ସ୍ୱାମୀ ସୌଭାଗ୍ୟ ରଞ୍ଜନ ଦାଶଙ୍କୁ ଅଟକ ରଖିଛି ସହିଦନଗର ଥାନା ପୋଲିସ । ଥାନାରେ ଅଧିକ ତଦନ୍ତ ଲାଗି ପଚରାଉଚରା ଜାରି ରଖିଛି ପୋଲିସ । ମୃତକ ଲିଲି ଦାଶ ହେଉଛନ୍ତି ସୌଭାଗ୍ୟଙ୍କ ଦ୍ୱିତୀୟ ପତ୍ନୀ । ପ୍ରଥମ ପତ୍ନୀ ଛାଡ଼ିଚାଲିଯିବା ପରେ ଲିଲିଙ୍କୁ ଦ୍ୱିତୀୟ ବିବାହ କରିଥିଲେ ସୌଭାଗ୍ୟ ।

ଗ୍ୟାସ୍ କଟରରେ ଲକର କାଟି ଲୁଟି ନେଲେ ୨୦ ଲକ୍ଷର ଅଳଙ୍କାର

କୋଣାର୍କ: ସୁନା ଦୋକାନରେ କଳାକନା ବୁଲାଇଲେ ଲୁଟେରା । ଜୁଏଲାରୀ ଦୋକାନରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟ୍ । ପୁରୀ ଜିଲ୍ଲା କୋଣାର୍କ ମାର୍କେଟ କମ୍ପ୍ଲେକ୍ସରେ ଥିବା ଏକ ଅଳଙ୍କାର ଦୋକାନରେ ଗତକାଲି ବିଳମ୍ବିତ ରାତିରେ ଗ୍ୟାସ କଟରରେ ଲକର କାଟି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟ ହୋଇଥିବା ଅଭିଯୋଗ ହୋଇଛି । ସିସିଟିଭି ଫୁଟେଜ ଅନୁସାରେ ୪ ଜଣ ଡକାୟତ ଗ୍ୟାସ୍ କଟର ସାହାଯ୍ୟରେ ଛାତ ଉପରୁ ସିଡ଼ି ଘର ଗେଟ କାଟି ସୋରୁମ ଭିତରେ ଥିବା ଷ୍ଟ୍ରଙ୍ଗ ରୁମ ଓ ଲକର କାଟି ଲୁଟ୍ କରିଥିଲେ । ଲୁଟ୍‌ ହୋଇଥିବା ଅଳଙ୍କାରର ଆନୁମାନିକ ମୂଲ୍ୟ ୨୦ ଲକ୍ଷ ଟଙ୍କା ହେବ ବୋଲି ଜୁଏଲରୀ ମାଲିକ କହିଛନ୍ତି । ତେବେ ଲୁଟ୍ ସମୟର ଲାଇଭ୍ ଭିଜୁଆଲ ସିସିଟିଭିରେ କଏଦ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ସିସିଟିଭି ଫୁଟେଜକୁ ଯାଞ୍ଚ କରିବା ସହ ତଦନ୍ତ ଜାରି ରଖିଛି ।

ଗଞ୍ଜାମ ହଂସପୁର ସିମେଣ୍ଟ ବ୍ୟବସାୟୀ କୃଷ୍ଣଚନ୍ଦ୍ର ହତ୍ୟା ମାମଲା, ଦୁଇ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ: ଗଞ୍ଜାମ ହଂସପୁର ସିମେଣ୍ଟ ବ୍ୟବସାୟୀ କୃଷ୍ଣଚନ୍ଦ୍ର ପରିଡ଼ା ହତ୍ୟା ଘଟଣା । ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଅଭିଯୋଗରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ଛତ୍ରପୁର ଥାନା ପୋଲିସ । ଗିରଫ ଅଭିଯୁକ୍ତ ହେଲେ ହଂସପୁର ଗାଁର ପଙ୍କଜ ବିଶ୍ୱାଳ ଓ ସୀମାଞ୍ଚଳ ବିଶ୍ୱାଳ । ବ୍ୟାବସାୟିକ ଶତୃତାକୁ କେନ୍ଦ୍ର କରି ହତ୍ୟା କରାଯାଇଥିବା ନେଇ ଅଭିଯୁକ୍ତମାନେ ପୋଲିସକୁ କହିଛନ୍ତି । ପୂର୍ବରୁ ଦୁଇ ଥର ହତ୍ୟା ଉଦ୍ୟମ କରି ବିଫଳ ହୋଇଥିଲେ ଅଭିଯୁକ୍ତ । ଏନେଇ ସୂଚନା ଦେଇଛନ୍ତି ଗଞ୍ଜାମ ଅତିରିକ୍ତ ଏସପି ଠାକୁର ପ୍ରସାଦ ପାତ୍ର । ଗତ ୨୨ ତାରିଖରେ କୃଷ୍ଣଚନ୍ଦ୍ର ପରିଡ଼ାଙ୍କୁ ପିଟି ପିଟି ହତ୍ୟା କରାଯାଇଥିଲା । ନ୍ୟାୟ ପ୍ରଦାନରେ ବିଳମ୍ବକୁ ନେଇ ଗତ ୨୫ ତାରିଖରେ କୃଷ୍ଣଚନ୍ଦ୍ରଙ୍କ ଭାବିପତ୍ନୀ ଆତ୍ମହତ୍ୟା କରିଥିଲେ । ଘଟଣାରେ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ପୋଲିସକୁ ମାଡ଼ ମାରିବା ସହ ଗାଡ଼ି ମଧ୍ୟ ଭଙ୍ଗାରୁଜା କରିଥିଲେ ହଂସପୁର ଗ୍ରାମବାସୀ ।

ଆମେରିକାରେ ମଣିଷକୁ ବ୍ୟାପିଲା ଏଚ୍‌୫ ବାର୍ଡ ଫ୍ଲୁ

ୱାଶିଂଟନ: ଆମେରିକା କୋଲୋରାଡର ଜଣେ ବ୍ୟକ୍ତି ଏଚ୍‌୫ ବାର୍ଡ ଫ୍ଲୁରେ ସଂକ୍ରମିତ ହୋଇଛନ୍ତି । ଆମେରିକା ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ (ୟୁଏସସିଡିସି) ଏହି ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ ସଂକ୍ରମିତ ବ୍ୟକ୍ତି ସିଧାସଳଖ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିଲେ। ସେ ଏଚ୍‌୫ଏନ୍‌୧ ସଂକ୍ରମିତ ପକ୍ଷୀଙ୍କୁ ମାରୁଥିଲେ । ଏଚ୍‌ ୫ ବାର୍ଡ ଫ୍ଳୁ ଭୂତାଣୁ ମନୁଷ୍ୟକୁ ସଂକ୍ରମିତ କରିବାର ଏହା ଦ୍ୱିତୀୟ ଏବଂ ଆମେରିକାର ପ୍ରଥମ ମାମଲା ।

କୋଲୋରାଡୋ ସ୍ବାସ୍ଥ୍ୟ ବିଭାଗ ଅନୁଯାୟୀ ପକ୍ଷୀଙ୍କ ସଂସ୍ପର୍ଶରେ କିମ୍ବା ଆଭିଏନ ଫ୍ଲୁ ତଥା ଏଚ୍‌୫ଏନ୍‌୧ ଫ୍ଲୁରେ ସଂକ୍ରମିତ ଜଙ୍ଗଲୀ ପକ୍ଷୀଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ନମୁନା ପରୀକ୍ଷା କରାଯାଉଛି । ଏଚ୍‌ ୫ ସଂକ୍ରମଣର ଶିକାର ହୋଇଥିବା ୪୦ ବର୍ଷୀୟ ବ୍ୟକ୍ତିଙ୍କଠାରେ କୌଣସି ଲକ୍ଷଣ ନାହିଁ । ଏବେ ତାଙ୍କୁ ସଙ୍ଗରୋଧରେ ରଖାଯାଇଛି।

ଏହାପୂର୍ବରୁ ଚାଇନାରେ ମଣିଷ ଦେହରେ ବାର୍ଡ ଫ୍ଲୁ ଦେଖା ଦେଇଥିଲା । ପ୍ରଥମେ ଜଣେ ବାଳକଙ୍କ ଦେହରେ H3N8 ଭୂତାଣୁ ଦେଖା ଦେଇଥିଲା । ଚାଇନାର ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ଆୟୋଗଙ୍କ ଦ୍ବାରା ଜାରି ହୋଇଥିବା ଏକ ବୟାନରେ ଏହା କୁହାଯାଇଛି । କରୋନା ଭଳି ଏହା କିନ୍ତୁ ଏତେ ଭୟଙ୍କର ନୁହେଁ । ଏହା ମଣିଷ ଠାରୁ ମଣିଷକୁ ବ୍ୟାପିବା ନେଇ ଏତେ ସଂକ୍ରାମକ ନୁହେଁ ବୋଲି ସ୍ବାସ୍ଥ୍ୟ ଅଧିକାରୀ କହିଛନ୍ତି । ଏହି ଭୁତାଣୁକୁ ନେଇ ଡରିବାର କୌଣସି ଆବଶ୍ୟକତା ନାହିଁ ବୋଲି କହିଥିଲେ ସ୍ବାସ୍ଥ୍ୟ ଅଧିକାରୀ ।

ନମାଜ ପଢ଼ିବା ବେଳେ ମସଜିଦରେ ବିସ୍ଫୋରଣ; ୫୦ ମୃତ

କାବୁଲ: ଆଫଗାନିସ୍ତାନରେ ମସଜିଦରେ ପୁଣି ଆତଙ୍କବାଦୀ ଆକ୍ରମଣ । ଶୁକ୍ରବାର ଆଫଗାନିସ୍ତାନର ସୁନ୍ନି ମସଜିଦରେ ଭୟଙ୍କର ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣ ଫଳରେ ୫୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଶତାଧିକ ଲୋକ ଆହତ ହୋଇଛନ୍ତି । ଏହି ବିସ୍ଫୋରଣ ପାଇଁ ଏ ପର୍ଯ୍ୟନ୍ତ କୌଣସି ସଂଗଠନ ନିଜକୁ ଦାୟୀ କରିନାହାନ୍ତି । ତାଲିବାନ୍ ମୁଖପାତ୍ର ମହମ୍ମଦ ନଫି ଟାକୋରଙ୍କ ଅନୁଯାୟୀ ରମଜାନ ଚାଲିଥିବାରୁ ନମାଜ ପଢ଼ିବା ପାଇଁ ଅନେକ ଲୋକ ମସଜିଦକୁ ଯାଇଥିଲେ ।

ଏହି ସମୟରେ ବିସ୍ଫୋରଣ ହୋଇଥିଲା । ଏହି ବିସ୍ଫୋରଣ ପରେ ସୁରକ୍ଷାବାହିନୀ ଉକ୍ତ ଅଞ୍ଚଳକୁ ଘେରାଉ କରି ତଦନ୍ତ ଆରମ୍ଭ କରିଛି । ଗତ କିଛି ଦିନ ହେଲା ଆଫଗାନିସ୍ତାନରେ କ୍ରମାଗତ ଭାବେ ବିସ୍ଫୋରଣ ହେଉଛି । ଏହା ପୂର୍ବରୁ ଗୁରୁବାର ମଜାର-ଇ-ସରିଫ ଅଞ୍ଚଳରେ ୨ଟି ବିସ୍ଫୋରଣ ହୋଇଥିଲା । ଏଥିରେ ୯ ଜଣ ପ୍ରାଣ ହରାଇଥିବାବେଳେ ୧୩ ଜଣ ଆହତ ହୋଇଥିଲେ । ଇସଲାମିକ ଷ୍ଟେସ ଖୁରାସାନ ଆତଙ୍କବାଦୀ ମିନି ବସକୁ ଟାର୍ଗେଟ କରି ଏହି ଆକ୍ରମଣ କରିଥିଲେ ।

ବିଦ୍ୟୁତ ସଙ୍କଟ: ସର୍ବକାଳୀନ ସ୍ତରରେ ଦେଶରେ ବିଜୁଳି ଚାହିଦା

ନୂଆଦିଲ୍ଲୀ : ଅସହ୍ୟ ଗୁଳୁଗୁଳି ଯୋଗୁଁ ଦେଶରେ ବିଜୁଳି ଚାହିଦା ବଢିବାରେ ଲାଗିଛି। ତେବେ ବିଜୁଳି ଉତ୍ପାଦନ ବଢୁନାହିଁ । ଏପରି ସମୟରେ ଦେଶ ଏକ ଚତୁର୍ଥାଶଂ ପାୱାର ପ୍ଲାଣ୍ଟ ମଧ୍ୟ ବନ୍ଦ ହୋଇଯାଇଛି । ଏଥିଯୋଗୁଁ ଗୁରୁତର ବିଦ୍ୟୁତ ସଙ୍କଟ ଦେଖାଯାଇଛି । ୧୬ ରାଜ୍ୟରେ ୧୦ ଘଣ୍ଟା ପର୍ଯ୍ୟନ୍ତ ବିଦ୍ୟୁତ କାଟ୍ କରାଯାଉଛି । ସରକାରୀ ରେକର୍ଡ ଅନୁଯାୟୀ ଦେଶରେ ୧୦ ହଜାର ମେଗାୱାଟ ଅର୍ଥାତ୍ ୧୫ କୋଟି ୟୁନିଟ ଅଭାବ ଦେଖାଦେଉଛି । ମାତ୍ର ବାସ୍ତବରେ ଏହାଠାରୁ ଅଧିକ ବିଦ୍ୟୁତ ଅଭାବ ରହିଛି ।

କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଦେଶରେ ବିଜୁଳି ଚାହିଦା ସର୍ବକାଳୀନ ସ୍ତରରେ ପହଞ୍ଚିଛି । ଶୁକ୍ରବାର ଦ୍ବିପହର ୨ଟା୫୦ରେ ବିଜୁଳି ଚାହିଦା ୨ ଲକ୍ଷ ୭ ହଜାର ୧୧୧ ମେଗାୱାଟକୁ ଛୁଇଁଥିଲା । ଏହା ମଧ୍ୟରେ ରେଳ ମନ୍ତ୍ରାଳୟ ବଡ଼ ପଦକ୍ଷେପ ନେଇଛି । ପାୱାର ପ୍ଲାଣ୍ଟକୁ କୋଇଲା ଯୋଗାଣ ବୃଦ୍ଧି କରିବା ପାଇଁ ୬୫୭ ଟ୍ରେନକୁ ଅନିର୍ଦ୍ଧିଷ୍ଟକାଳ ପାଇଁ ବାତିଲ କରିଦିଆଯାଇଛି।

କେନ୍ଦ୍ର କୋଇଲା ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି ଯେ ତାପଜ ବିଦ୍ୟୁତ କେନ୍ଦ୍ର ନିକଟରେ ୨୧.୫ ମିଲିୟନ ଟନ କୋଇଲା ଗଚ୍ଛିତ ରହିଛି । ଲୋକେ ଭୟ କରିବାର ଆବଶ୍ୟକତା ନାହିଁ । ସ୍ଥିତି ଉପରେ ନଜର ରଖାଯାଇଛି । ପ୍ରତିଦିନ ଗଚ୍ଛିତ କୋଇଲା ଭରଣା କରାଯିବ।

ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ବିଜୁଳି ସଙ୍କଟ ଗୁରୁତର ହେବାରେ ଲାଗିଛି । କୋଇଲା ଅଭାବ ଯୋଗୁଁ ମେଟ୍ରୋ ଷ୍ଟେସନ ଏବଂ ହସ୍ପିଟାଲ ସମେତ ଅନେକ ଆବଶ୍ୟକୀୟ ପ୍ରତିଷ୍ଠାନକୁ ୨୪ ଘଣ୍ଟା ବିଜୁଳି ଦେବାରେ ଅକ୍ଷମତା ପ୍ରକାଶ କରିଛନ୍ତି । ସ୍ଥିତି ସମୀକ୍ଷା ପାଇଁ ଦିଲ୍ଲୀ ଶକ୍ତି ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଗୁରୁବାର ଜରୁରୀକାଳୀନ ବୈଠକ କରିଥିଲେ । ଦିଲ୍ଲୀର ବିଦ୍ୟୁତ କେନ୍ଦ୍ରଗୁଡିକୁ ପର୍ଯ୍ୟାପ୍ତ ପରିମାଣର କୋଇଲା ଦେବା ପାଇଁ ସେ କେନ୍ଦ୍ରକୁ ଚିଠି ଲେଖିଛନ୍ତି । ପ୍ଲାଣ୍ଟଗୁଡିକରେ ଆଉ ଗୋଟିଏ ଦିନ ପାଇଁ କୋଇଲା ଗଚ୍ଛିତ ଥିବା ସେ କହିଛନ୍ତି ।

ସେହିପରି ପଞ୍ଜାବରେ ବିଜୁଳି ଚାହିଦା ୮ ହଜାର ମେଗାୱାଟରେ ପହଞ୍ଚି ଯାଇଛି । ଏଠାରେ ସହରରେ ୪ରୁ ୫ ଘଣ୍ଟା ଏବଂ ଗ୍ରାମାଞ୍ଚଳରେ ୧୦ରୁ ୧୨ ଘଣ୍ଟା ବିଦ୍ୟୁତ କାଟ କରାଯାଉଛି । ଉତ୍ତରପ୍ରଦେଶରେ ଗ୍ରାମାଞ୍ଚଳକୁ ମାତ୍ର ୪-୬ ଘଣ୍ଟା ବିଦ୍ୟୁତ ମିଳୁଥିବାବେଳେ ସହରରେ ୪ ଘଣ୍ଟା ପାଇଁ ବିଜୁଳି କାଟ କରାଯାଉଛି । ବିହାରର ସହରାଞ୍ଚଳରେ ୨ ଘଣ୍ଟା ଏବଂ ଗାଁରେ ୧୦ ଘଣ୍ଟା ବିଦ୍ୟୁତ କାଟ୍ ହେଉଛି।