spot_img
Home Blog Page 4419

ରୋହିତଙ୍କ ବିଶ୍ୱାସ ଜିତିଲେ ତିଲକ, କହିଲେ ମୋ ରୋଜଗାରରେ ବାପାମାଆଙ୍କ ପାଇଁ ଘର କିଣିବି

ମୁମ୍ୱାଇ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଏକ ଏମିତି ପ୍ଲାଟଫର୍ମ ଯେଉଁଠାରେ ନବାଗତମାନେ ନିଜକୁ ପ୍ରମାଣିତ କରିଥାନ୍ତି । ଏହି ଲିଗରେ ଖେଳାଳିଙ୍କ ଖେଳ ଉପରେ ସମସ୍ତଙ୍କ ନଜର ରହିଥାଏ । ତିଲକ ବର୍ମା ମଧ୍ୟ ଏହିପରି ଜଣେ ଯୁବ ଖେଳାଳି । ସେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୨ରେ ଏପର୍ଯ୍ୟନ୍ତ କେବଳ ଦୁଇଟି ମ୍ୟାଚ୍ ଖେଳିଛନ୍ତି ଏବଂ ଏଥିରେ ସେ ନିଜକୁ ପ୍ରମାଣିତ କରିଛନ୍ତି । ଫେବୃଆରୀରେ ଅନୁଷ୍ଠିତ ହୋଇଥିବା ନିଲାମୀରେ ଏହି ବାମହାତୀ ବ୍ୟାଟ୍ସମ୍ୟାନଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ୧.୭ କୋଟିରେ କିଣିଛି । ପ୍ରଥମ ଦୁଇଟି ମ୍ୟାଚରେ ସେ ୨୨ ଏବଂ ୬୧ ରନ୍ ସ୍କୋର କରିଥିଲେ । ତାଙ୍କର ଷ୍ଟ୍ରାଇକ୍ ହାର ୧୭୨.୯୧ ରହିଛି ।

ତିଲକ ବର୍ମା ରୋହିତ ଶର୍ମାଙ୍କ ବିଶ୍ୱାସ ଜିତିଛନ୍ତି । କିନ୍ତୁ ଏଠାରେ ପହଞ୍ଚିବା ପାଇଁ ତିଲକଙ୍କ ଯାତ୍ରା ସହଜ ନଥିଲା । ହାଇଦ୍ରାବାଦର ଏହି ୧୯ ବର୍ଷର ବାଳକଙ୍କ ପରିବାରର ଆର୍ଥିକ ଅବସ୍ଥା ଭଲ ନଥିଲା  । ସେ ଜୁନିଅର କ୍ରିକେଟରେ ଭଲ ପ୍ରଦର୍ଶନ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ବର୍ମା ଅଣ୍ଡର -୧୯ ବିଶ୍ୱକପ ୨୦୨୦ ରେ ଏକ ସୁଯୋଗ ପାଇଥିଲେ ବି ତାଙ୍କର ପ୍ରଦର୍ଶନ ଏତେଟା ସନ୍ତୁଷ୍ଟ ଜନକ ନଥିଲା । ଏହା ସତ୍ତ୍ୱେ ଘରୋଇ କ୍ରିକେଟରେ ତାଙ୍କର ଭଲ ପ୍ରଦର୍ଶନ ତାଙ୍କୁ ଆଇପିଏଲ୍ ରେ ସ୍ଥାନ ଦେଇଥିଲା । ତେବେ ସେ ତାଙ୍କ ଘରର ଆର୍ଥିକ ସ୍ଥିତି ବିଷୟରେ କହି ତାଙ୍କ ବାପାମାଆଙ୍କ ପାଇଁ ନୂଆ ଘର କିଣିବା କଥା କହିଥିଲେ ।

ଏକ ସାକ୍ଷାତକାରରେ ବର୍ମା କହିଛନ୍ତି, “ଯେତେବେଳେ ମୁଁ ବଡ଼ ହେଉଥିଲି ସେତେବେଳେ ମୋ ପରିବାର ଆର୍ଥିକ ଅସୁବିଧାର ସମ୍ମୁଖୀନ ହେଉଥିଲା । ମୋ ବାପାଙ୍କ ସୀମିତ ବେତନରେ ମୋ କ୍ରିକେଟ୍ ଖର୍ଚ୍ଚ ଏବଂ ମୋ ବଡ଼ ଭାଇଙ୍କ ପଢା ଖର୍ଚ୍ଚ ହେଉଥିଲା । ଗତ କିଛି ବର୍ଷ ମଧ୍ୟରେ, କିଛି ପ୍ରାୟୋଜକ ଏବଂ ମ୍ୟାଚ୍ ସହିତ, ମୁଁ କୌଣସି ପ୍ରକାରେ ମୋର କ୍ରିକେଟ୍ ଖର୍ଚ୍ଚ ବହନ କରିପାରିଲି । ‘ଆମର ନିଜ ଘର ନାହିଁ । ତେଣୁ ମୁଁ ଆଇପିଏଲରୁ ଯାହା ରୋଜଗାର କରିଛି, ମୋର ଏକମାତ୍ର ସ୍ୱପ୍ନ ହେଉଛି ମୋର ବାପାମାଆଙ୍କ ପାଇଁ ଘର କରିବା । ଯେତେବେଳେ ସେ ଆଇପିଏଲ ପାଇଁ ମନୋନୀତ ହୋଇଥିଲେ, ସେତେବେଳେ ତାଙ୍କ ପରିବାର ଏବଂ ପ୍ରଶିକ୍ଷକ ଅତ୍ୟନ୍ତ ଭାବପ୍ରବଣ ହୋଇଯାଇଥିଲେ ।

ସେ ଆହୁରି ମଧ୍ୟ କହିଛନ୍ତି, ‘ଯେଉଁ ଦିନ ଆଇପିଏଲ ନିଲାମ ଚାଲିଥିଲା, ମୁଁ ମୋର କୋଚଙ୍କ ସହ ଏକ ଭିଡିଓ କଲ କରୁଥିଲି । ଯେତେ ଯେତେ ମୋର ନିଲାମିର ମୂଲ୍ୟ ବଢୁଥାଏ ସେତେ ସେତେ ମୋ କୋଚଙ୍କ ଆଖିରେ ଲୁହ ଆସୁଥିଲା । ଯେତେବେଳେ ମୁଁ ମନୋନୀତ ହେଲି ସେତେବେଳେ ମୁଁ ମୋ ବାପାମାଆଙ୍କୁ ଜଣାଇ ଥିଲି । ମୋ କଥା ଶୁଣି ସେମାନେ ମଧ୍ୟ କାନ୍ଦି ପକାଇଥିଲେ । ମୋ ମା ଏତେ ଭାବପ୍ରବଣ ହୋଇଗଲେ ଯେ ତାଙ୍କ ପାଟିରୁ ଶବ୍ଦ ବାହାରିଲା ନାହିଁ ।

କାହିଁକି ମହିଳାଙ୍କ ତୁଳନାରେ ପୁରୁଷଙ୍କୁ ଲାଗେ ଅଧିକ ଗରମ ?

ନୂଆଦିଲ୍ଲୀ: ଆରମ୍ଭ ହୋଇଯାଇଛି ଖରା । ଚୈତ୍ର ମାସର ଡହ ଡହ ଖରାରେ ଲୋକେ ତ୍ରାହି ତ୍ରାହି ଡାକିଲେଣି । ଅନେକ ସ୍ଥାନରେ ଅଘୋଷିତ ବିଦ୍ୟୁତ୍ କାଟ ଗରମକୁ ଆହୁରି ଅସହ୍ୟ କରି ଦେଇଛି । ଆଉ ଅନେକ ଲୋକଙ୍କ କହିବା କଥା ସେମାନଙ୍କୁ ଅଧିକ ଗରମ ଲାଗୁଛି । ଆଉ କିଛି ସମୟ ପରେ ଶରୀରର ତାପମାତ୍ରା ସ୍ୱଭାବିକ ହୋଇଥାଏ । କିନ୍ତୁ କିଛି ଲୋକ ଅଭିଯୋଗ କରିଛନ୍ତି ବହୁତ ଗରମ ହେଉଛି ।

ସାଧରଣତଃ ଶରୀରର ତାପମାତ୍ରା ୯୮.୬ ଡିଗ୍ରୀ ଫାରେନାଇଟ୍ ରହିଥାଏ । ଅନେକ ସମୟରେ ଶରୀରର ତାପମାତ୍ରା ବୟସ ଅଥବା ଦିନଯାକ କରିଥିବା କାର୍ଯ୍ୟ ଉପରେ ନିର୍ଭର କରିଥାଏ । ଆଉ କିଛି ଲୋକଙ୍କୁ ଅନ୍ୟଙ୍କ ତୁଳନାରେ ଥଣ୍ଡା କିମ୍ବା ଅଧିକ ଲାଗିଥାଏ । ଏହା ପଛରେ ଅନେକ କାରଣ ରହିଛି । ଆସନ୍ତୁ ଜାଣିବା…

Why Man Feeling Excess Heat Or Cold Than Women

ବୟସ- ଯୁବବଙ୍ଗଙ୍କ ତୁଳନାରେ ବୟସ୍କ ଲୋକ ସେମାନଙ୍କ ଶରୀର ତାପମାତ୍ରାକୁ ସନ୍ତୁଳିତ କରିପାରନ୍ତି ନାହିଁ । କାରଣ ବୟସ ବଢ଼ିବା ସହ ମେଟାବୋଲିଜିମ୍ ବହୁତ ଧିର ହୋଇ ଯାଇଥାଏ । ଫଳରେ ଶରୀରର ତାପମାତ୍ରା ଖସିଯାଏ । ଫଳରେ ବୟସ୍କ ଲୋକଙ୍କୁ ଅଧିକ ଥଣ୍ଡା ବା ହାଇପୋଥର୍ମିଆ ଆଶଙ୍କା ଅଧିକ ଥାଏ ।

ଲିଙ୍ଗ- ମହିଳାଙ୍କ ଶରୀର ପୁରୁଷଙ୍କ ତୁଳନାରେ କମ୍ ମାଂସପେଶୀ ଥାଏ । ଫଳରେ ସେମାନଙ୍କ ତ୍ୱଚାର ଛିଦ୍ରରୁ କମ୍ ମାତ୍ରାରେ ଝାଳ ବାହାରିଥାଏ । ଫଳରେ ପୁରୁଷଙ୍କ ତୁଳନାରେ ମହିଳାଙ୍କୁ କମ୍ ଗରମ ଲାଗିଥାଏ । ଏହାଛଡ଼ା ମହିଳାଙ୍କ ମାସିକ ଋତୁସ୍ରାବ ସମ୍ପୂର୍ଣ୍ଣ ବନ୍ଦ ହୋଇଯିବା ପରେ ପୁରୁଷଙ୍କ ତୁଳନାରେ ବେଶୀ ଗରମ ହୋଇଥାଏ । ମହିଳାଙ୍କ ଶରୀରରେ ହରମୋନ୍ସ ଅନେକ ପରିବର୍ତ୍ତନ ଯୋଗୁ ଏଭଳି ଘଟିଥାଏ ।

Why Man Feeling Excess Heat Or Cold Than Women

ମୋଟପଣ-  ଅଧ୍ୟୟନରୁ ଜଣାପଡ଼ିଛି ଶରୀରର ପ୍ରକାର ଅନୁସାରେ ଗରମ ଲାଗିଥାଏ । ମୋଟା ବ୍ୟକ୍ତିଙ୍କୁ ଅଧିକ ଗରମ ହୋଇଥାଏ । ଅଧିକ ଫ୍ୟାଟ ଶରୀରକୁ ଆହୁରି ଗରମ କରି ଦିଏ । ଆମକୁ ଗରମ ଲାଗିଲେ ଆମ ରକ୍ତକଣିକା ଓସାରି ହୋଇଯାଆନ୍ତି । ରକ୍ତ ପ୍ରବାହିତ ହେବା ସହ ତ୍ୱଚା ପର୍ଯ୍ୟନ୍ତ ଯାଇ ଗରମ ବାହିରି ଯାଇଥାଏ । କିନ୍ତୁ ଯେଉଁମାନେ ମୋଟା ହୋଇଥାନ୍ତି ସେମାନଙ୍କ ତ୍ୱଚା ତଳେ ଜମି ରହିଥିବା ଫ୍ୟାଟ ଗରମକୁ ବାହାରିବାକୁ ଦିଏ ନାହିଁ । ଫଳରେ ସେମାନଙ୍କୁ ଦୀର୍ଘ ସମୟ ଯାଏ ଗରମ ଲାଗିଥାଏ ।

ସ୍ୱାସ୍ଥ୍ୟ ସମସ୍ୟା- କିଛି ରୋଗ ପାଇଁ ଶରୀରର ତାପମାତ୍ରା ଉପରେ ପ୍ରଭାବ ପଡ଼ିଥାଏ ।

ପାକିସ୍ତାନ କ୍ଷମତା ଖେଳରେ ନୂଆ ଟ୍ୱିଷ୍ଟ, ନିର୍ବାଚନ କରିବାକୁ ରାଷ୍ଟ୍ରପତିଙ୍କୁ ସୁପାରିସ କଲେ ଇମ୍ରାନ

ଇସଲାମାବାଦ: ପାକିସ୍ତାନ କ୍ଷମତା ଖେଳରେ ନୂଆ ଟ୍ୱିଷ୍ଟ । ଇମ୍ରାନ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ରଦ୍ଦ । ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବକୁ ରଦ୍ଦ କଲେ ଉପବାଚସ୍ପତି । ବିଦେଶୀ ରାଷ୍ଟ୍ରର ଷଡ଼ଯନ୍ତ୍ର ଦର୍ଶାଇ ଅନାସ୍ଥା ପ୍ରସ୍ତାବ ରଦ୍ଦ କରିଛନ୍ତି ଉପବାଚସ୍ପତି । ଉପବାଚସ୍ପତି ଅନାସ୍ଥା ପ୍ରସ୍ତାବ ରଦ୍ଦ କରିବା ପରେ ପାକିସ୍ତାନର ଜାତୀୟ ସଂସଦରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ । ଅନାସ୍ଥା ପ୍ରସ୍ତାବ ଖାରଜ ହେବା ପରେ ପୁଣି ମୁଲତବି ହେଲା ପାକିସ୍ତାନ ସଂସଦ । ଏପ୍ରିଲ ୨୫ ପର୍ଯ୍ୟନ୍ତ ପାକିସ୍ତାନ ସଂସଦ ମୁଲତବୀ । ତେବେ ସଂସଦରେ ଅନାସ୍ଥା ପ୍ରସ୍ତାବ ରଦ୍ଦ ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟ ଯିବେ ବିରୋଧୀ ।

ତେବେ ପାକିସ୍ତାନ ସଂସଦରେ ଅନାସ୍ଥା ପ୍ରସ୍ତାବ ରଦ୍ଦ ପରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ଇମ୍ରାନ ଖାନ କହିଛନ୍ତି କି ଏକ ବିଦେଶୀ ଚକ୍ରାନ୍ତ ପଣ୍ଡ ହୋଇଛି । ଏହା ସହ ସଂସଦ ଭଙ୍ଗ କରିବାକୁ ରାଷ୍ଟ୍ରପତିଙ୍କୁ ସୁପାରିସ କରିଛନ୍ତି ଇମ୍ରାନ ଖାନ । ସଂସଦ ଭଙ୍ଗ ପରେ ମଧ୍ୟବର୍ତ୍ତୀ ନିର୍ବାଚନ କରିବାକୁ ମଧ୍ୟ ରାଷ୍ଟ୍ରପତିଙ୍କୁ ସୁପାରିସ କରିଛନ୍ତି ଇମ୍ରାନ ।

ଆସନ୍ତା ସପ୍ତାହରେ କଣ ରହିଛି ଆପଣଙ୍କ ରାଶିଫଳ ?

ଏପ୍ରିଲର ପ୍ରଥମ ସପ୍ତାହରେ ଅନେକ ରାଶିର ବ୍ୟକ୍ତିଙ୍କ ପାଇଁ ଶୁଭ ପ୍ରମାଣିତ ହେବାକୁ ଯାଉଛି । ଏପ୍ରିଲର ପ୍ରଥମ ସପ୍ତାହରେ ସିଂହ ରାଶିର ଲୋକମାନେ ଅଧିକ ଲାଭବାନ ହେବେ । ଆସନ୍ତୁ ଜାଣିବା ଏପ୍ରିଲ୍ ର ପ୍ରଥମ ସପ୍ତାହ ଆପଣଙ୍କ ରାଶିରେ କଣ ରହିଛି ।

ମେଷ – ଏହି ସପ୍ତାହରେ କାର୍ଯ୍ୟ କ୍ଷେତ୍ରରେ ବୃଦ୍ଧି ଏବଂ ଲକ୍ଷ୍ୟ ଦିଗରେ ପହଞ୍ଚିବାର ସୁଯୋଗ ପାଇବେ । ପ୍ରିୟଜନଙ୍କ ସମର୍ଥନ ରହିବ । ଉତ୍ସବ କାର୍ଯ୍ୟକ୍ରମରେ ଯୋଗଦେବେ । ବିଭିନ୍ନ କ୍ଷେତ୍ରରେ ସଫଳତା ପାଇବେ । ସପ୍ତାହଟି ଉତ୍ସାହ ଏବଂ ଆନନ୍ଦରେ କଟିବ  । ପରିବାରରେ ପ୍ରେମ ବିଶ୍ୱାସ ବଢିବ । ଆୟବ୍ୟୟ ଉପରେ ଗୁରୁତ୍ୱ ଦେବେ । ସମାନତା, ସାହସ ଏବଂ ଭାଇଚାରା ବଜାୟ ରଖିବେ । ନମ୍ର ହୁଅନ୍ତୁ ଅଧିକ ଆୟ କରିବାରେ ସଫଳ ହେବେ ।

ବୃଷ– ଏହା ଏମିତି ଏକ ସପ୍ତାହ ଯେଉଁଥିରେ ସମ୍ପର୍କରେ ମଧୁରତା ବଢିବ । ପ୍ରତ୍ୟେକ କାର୍ଯ୍ୟର ଆରମ୍ଭ ଫଳପ୍ରଦ ରହିବ । ଧିରେ ଧିରେ ପରିସ୍ଥିତି ଅଧିକ ପ୍ରଭାବଶାଳୀ ହେବ । ସମସ୍ତଙ୍କୁ ସମ୍ମାନ ଦେବେ । ଜୀବନ ଆକର୍ଷଣୀୟ ହେବ । ଲୋକ ଦେଖାଣିଆଠାରୁ ଦୂରେଇ ରୁହନ୍ତୁ । ପରିବାର ସଦସ୍ୟ ଖୁସି ହେବେ  । ଦାୟିତ୍ୱ ଗୁଡିକ ଭଲ ଭାବରେ ପୂରଣ କରିବେ । ପ୍ରସ୍ତୁତି ସହିତ କାମ କରନ୍ତୁ ସଫଳତା ମିଳିବ । କାର୍ଯ୍ୟ ବ୍ୟବସାୟ ଅଧିକ ସକରାତ୍ମକ ହେବ । ପ୍ରଶାସନ ଦ୍ୱାରା ଲାଭବାନ ହେବେ ଏବଂ ଆୟ ବୃଦ୍ଧି ପାଇବ ।

ମିଥୁନ– ଏହି ସପ୍ତାହରେ ଆଶା କରାଯାଉଥିବା ଲାଭ ମିଳିବ । ସକରାତ୍ମକ ଚିନ୍ତାଧାରା ସହିତ ଆଗକୁ ବଢନ୍ତୁ । କାର୍ଯ୍ୟ ବ୍ୟବସାୟ ଭଲ ରହିବ । ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱଗୁଡିକ ପୂରଣ କରିବାରେ ଆଗରେ ରହିବେ । ପ୍ରତିଷ୍ଠା ଏବଂ ସମ୍ମାନ ବୃଦ୍ଧି ପାଇବ । ଭଲ ସୁବିଧା ପାଇବେ । ସମ୍ପର୍କରେ ମଧୁରତା ବୃଦ୍ଧି ପାଇବ । ସମସ୍ତଙ୍କ ପାଇଁ କିଛି କରିବାକୁ ଇଚ୍ଛାଶକ୍ତି ରହିବ । ବିନିଯୋଗ ବୃଦ୍ଧି ପାଇବ । ପରୀକ୍ଷା ଓ ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କରିବେ । ସାହସ ଏବଂ ଶକ୍ତି ବୃଦ୍ଧି ପାଇବ । ଆପଣ ଧାର୍ମିକ କ୍ଷେତ୍ରକୁ ଯାତ୍ରା କରିବେ ।

କର୍କଟ- ସପ୍ତାହଟି ଆପଣଙ୍କୁ ପ୍ରଶାସନିକ କାର୍ଯ୍ୟକୁ ସୁଚାରୁ ରୂପେ କାର୍ଯ୍ୟକାରୀ କରିବାରେ ସହାୟକ ହେବ । କାର୍ଯ୍ୟାଳୟରେ ସମ୍ମାନିତ ହେବେ । ବ୍ୟବସାୟରେ ଲାଭବାନ ହେବେ । ଆପଣ ସାଙ୍ଗମାନଙ୍କ ସମର୍ଥନ ପାଇବେ । କାର୍ଯ୍ୟ କ୍ଷେତ୍ରରେ ଆକର୍ଷଣ ବୃଦ୍ଧି ପାଇବ । ସମ୍ପର୍କରେ ଥିବା ବିବାଦକୁ ଏଡ଼ାଇଦେବେ । ଦ୍ରୁତ ଗତିରେ ଆଗକୁ ବଢନ୍ତୁ ଲାଭବାନ ହେବେ । ସପ୍ତାହ ଶେଷରେ ଆର୍ଥିକ ପ୍ରସଙ୍ଗରେ ବେପରୁଆ ହୁଅନ୍ତୁ ନାହିଁ । ଉଚ୍ଚପଦସ୍ଥ ଲୋକଙ୍କ ନିକଟରେ ରୁହନ୍ତୁ ।

ସିଂହ– ସମସ୍ତଙ୍କ ସହ  ସମ୍ପର୍କ ଭଲ ରଖିବାର ସପ୍ତାହଟିଏ । ଶୁଭଙ୍କର ହେବ ତୀର୍ଥ ଯାତ୍ରା । ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟଗୁଡିକ ଶୀଘ୍ର କରନ୍ତୁ । ସମସ୍ୟାର ସମାଧାନ ହେବ । ପରିଚାଳନା ପ୍ରଶାସନ ସହିତ ଜଡିତ କାର୍ଯ୍ୟ ହେବ । ପ୍ରେମ ସମ୍ପର୍କ ବୃଦ୍ଧି ପାଇବ । ନୂତନ ସଫଳତାରେ ଯୋଗଦେବା ପାଇଁ ସୁଯୋଗ ଆସିବ । ଆଗକୁ ବଢିବାକୁ କୁଣ୍ଠାବୋଧ ହୁଅନ୍ତୁ ନାହିଁ । ଆପଣ ସାଙ୍ଗମାନଙ୍କ ସମର୍ଥନ ପାଇବେ । ପରୀକ୍ଷା ପ୍ରତିଯୋଗିତାରେ ଆପଣ ଭଲ ପ୍ରଦର୍ଶନ କରିବେ । କାର୍ଯ୍ୟଗୁଡିକ ଶୀଘ୍ର ସମାପ୍ତ କରିବାକୁ ଧ୍ୟାନ ଦିଅନ୍ତୁ ।

କନ୍ୟା– କାର୍ଯ୍ୟକ୍ଷେତ୍ରରେ ପୁରସ୍କୃତ ହେବେ । ସପ୍ତାହର ମଧ୍ୟଭାଗରେ ଚକ୍ଷୁରେ ସମସ୍ୟା ଦେଖାଦେବ । ରୋଜଗାର ବୃଦ୍ଧି ପାଇବ । ଅନୁଶାସନ ସହିତ ଅପ୍ରତ୍ୟାଶିତ ଘଟଣାଗୁଡ଼ିକ ଉପରେ ନିୟନ୍ତ୍ରଣ ବୃଦ୍ଧି ପାଇବ । ଆପଣ ତୀର୍ଥ ସ୍ଥାନଗୁଡ଼ିକ ପରିଦର୍ଶନ କରିପାରିବେ  । ପୈତୃକ ଜମିବାଡ଼ି ଗଣ୍ଡଗୋଳ ସମାଧାନ ହେବ । ଶୁକ୍ରବାର ଓ ଶନିବାର ଯାତ୍ରା କରିପାରନ୍ତି। ମହିଳା ଓ ବିଦ୍ୟାର୍ଥୀ ସଫଳତା ପାଇବେ । ରିଷ୍ଟଖଣ୍ଡନ ପାଇଁ ଶ୍ରୀ ଗଣେଶଙ୍କୁ ଆରାଧନା କରନ୍ତୁ।  

ତୁଳା– ସମ୍ମାନ, ଗୋପନୀୟତା ଏବଂ ଦଳୀୟ ସଫଳତା ମିଳିବ । ସପ୍ତାହଟି ସମ୍ପର୍କକୁ ମଜବୁତ କରିବାକୁ ଯାଉଛି । ପତି-ପତ୍ନୀ ଉଲ୍ଲେଖନୀୟ ସଫଳତା ହାସଲ କରିପାରିବେ । ନେତୃତ୍ୱ ଦକ୍ଷତା ବୃଦ୍ଧି ପାଇବ । ସାଧାରଣ ବାଣିଜ୍ୟରେ ଗତି ହେବ  । ଶିଳ୍ପ ଓ ବାଣିଜ୍ୟ ଉପରେ ଧ୍ୟାନ ବୃଦ୍ଧି କରିବା ଆବଶ୍ୟକ । ପ୍ରିୟଜନଙ୍କ ସମର୍ଥନ ପାଇବେ । ଜୀବନର ପରିସ୍ଥିତି ଧିରେ ଧିରେ ବଦଳିବ । ଖାଦ୍ୟରେ ଯତ୍ନବାନ ହୁଅନ୍ତୁ । ଧର୍ମିକ ବିଶ୍ୱାସ ବୃଦ୍ଧି ପାଇବ । ଭ୍ରମଣର ସମ୍ଭାବନା ରହିଛି ।

ବିଛା – ଏହା ଏକ ମଧ୍ୟମ ଫଳପ୍ରଦ ସପ୍ତାହ । ବୁଦ୍ଧିମାନ ଭାବରେ କାର୍ଯ୍ୟ କଲେ ବ୍ୟବସାୟରେ ଉନ୍ନତି ହେବ । ଆପଣ ବ୍ୟକ୍ତିଗତ ପ୍ରସଙ୍ଗରେ ବ୍ୟସ୍ତ ରହିପାରନ୍ତି । ଭାବିଚିନ୍ତି ଅଗ୍ରଗତି କରନ୍ତୁ  । ଲକ୍ଷ୍ୟ ହାସଲ କରିବାରେ ସମର୍ଥ ରହିବେ । ଅଂଶୀଦାର ପ୍ରୟାସ ଭଲ ହେବ । ଦମ୍ପତିଙ୍କ ମଧ୍ୟରେ ନିବିଡତା ବୃଦ୍ଧି ପାଇବ । ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟଗୁଡିକ ଶୀଘ୍ର ସଂପୂର୍ଣ୍ଣ କରିବେ । ସପ୍ତାହ ଶେଷରେ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ସଂଗ୍ରହ ସଂରକ୍ଷଣ ଉପରେ ଗୁରୁତ୍ୱ ଦେବେ । ସମ୍ପର୍କୀୟଙ୍କ ସହିତ ଘନିଷ୍ଠତା ବୃଦ୍ଧି ପାଇବ । ବିପଦରୁ ଦୂରେଇ ରୁହନ୍ତୁ ।

ଧନୁ – ସପ୍ତାହଟି ଆପଣଙ୍କ ପାଇଁ ବ୍ୟକ୍ତିଗତ ଜୀବନରେ ସୁଧାର ଆସିବାକୁ ଯାଉଛି । ସାଙ୍ଗମାନଙ୍କ ସହିତ ସ୍ମରଣୀୟ ମୂହୁର୍ତ୍ତ ବିତିବ । ଭଲ ଫଳ ପାଇବେ । ପରିବାର ସଦସ୍ୟଙ୍କ ସମର୍ଥନ ରହିବ । ସମ୍ପର୍କ ମଜବୁତ ହେବା ସହ ସ୍ୱାସ୍ଥ୍ୟ ଭଲ ରହିବ । ବ୍ୟବସାୟରେ ସାବଧାନ ରୁହନ୍ତୁ । ସାଥୀମାନେ ସଫଳତା ଅର୍ଜନ କରିପାରିବେ । ଦୃଢ ନେତୃତ୍ୱରେ ଦକ୍ଷତା ବୃଦ୍ଧି ପାଇବ । ପୈତୃକ ସମ୍ପତ୍ତିରୁ ଲାଭବାନ୍‌ ହେବେ । ଦୂରଯାତ୍ରା ସଫଳତା ଆଣିଦେବ। ଦାର୍ଶନିକ ଚିନ୍ତାଧାରାଯୁକ୍ତ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ଦୁର୍ଗାସହସ୍ର ନାମ ପାଠ କରନ୍ତୁ।

ମକର –  ଆଗାମୀ ସପ୍ତାହରେ ଲୋକପ୍ରିୟତା ଏବଂ ବ୍ୟକ୍ତିଗତ ବିଷୟ ଉପରେ ଗୁରୁତ୍ୱ ଦେବାକୁ ପଡ଼ିବ । ପ୍ରିୟଜନଙ୍କ କଥା ଶୁଣିବେ । ପରିବାର ସଦସ୍ୟଙ୍କ ପ୍ରତି ବିଶ୍ୱାସ ଏବଂ ସମ୍ମାନ ବଜାୟ ରଖନ୍ତୁ । ପ୍ରିୟଜନଙ୍କୁ ଭେଟିବେ । ନୂତନ କାର୍ଯ୍ୟଗୁଡ଼ିକ ପାଇଁ ଆଗ୍ରହୀ ହେବେ । ଆପଣ ଘନିଷ୍ଠମାନଙ୍କଠାରୁ ଭଲ ଖବର ପାଇପାରନ୍ତି । ପରିବାର ସହିତ ଘନିଷ୍ଠତା ବୃଦ୍ଧି ପାଇବ । ସତର୍କତା ବୃଦ୍ଧି କରନ୍ତୁ । କାରବାରରେ ଅସାବଧାନତା ଠାରୁ ଦୂରେଇ ରୁହନ୍ତୁ । ଆପଣ ସବୁ ସ୍ଥାନରେ ସଫଳତା ପାଇବେ ।

କୁମ୍ଭ– ଏହା ଆପଣଙ୍କ ପାଇଁ ଏମିତି ଏକ ସପ୍ତାହ ଯାହାକି ଆଚରଣ ଏବଂ ବ୍ୟକ୍ତିତ୍ୱ ଉପରେ ଗୁରୁତ୍ୱ ଦେବେ । ପରିବାର ସଦସ୍ୟମାନେ ଘରେ ଖୁସି ହେବେ । ବ୍ୟୟ ଅଧିକ ହେବ। ଆପଣଙ୍କ ପ୍ରତିଭାର ବିକାଶ ହେବ। ବୁଧବାର ଓ ଗୁରୁବାର ପ୍ରତିକୂଳ ପରିସ୍ଥିତି ଦେଇ ଗତି କରିବେ । ମହିଳା ଓ ବିଦ୍ୟାର୍ଥୀମାନେ କର୍ମାଶ୍ରୟୀ ହେବେ । ରିଷ୍ଟଖଣ୍ଡନ ପାଇଁ ଶ୍ରୀ ରୁଦ୍ରାଷ୍ଟକମ୍‌ ପାଠ କରନ୍ତୁ। ସାଙ୍ଗମାନଙ୍କ ବିଶ୍ୱାସ ଜିତିବେ ।

ମୀନ – ଏହା ହେଉଛି ସର୍ବୋତ୍ତମ ସପ୍ତାହ । ଲକ୍ଷ୍ୟ ପୂରଣ କରିବାରେ ସଫଳ ହେବ  । ଲୋକଙ୍କ ବିଶ୍ୱାସ ଜିତିବେ । ଆତ୍ମବିଶ୍ୱାସ ଏବଂ ସୃଜନଶୀଳତା ବୃଦ୍ଧି ପାଇବ । ସମ୍ପର୍କୀୟମାନଙ୍କ ନିକଟତର ହେବେ । ସାହସ ଏବଂ ଶକ୍ତି ବୃଦ୍ଧି ପାଇବ । ଆନନ୍ଦ ଏବଂ ସୁଖ ପାଇଁ ସୁଯୋଗ ମିଳିବ । ପରିବାର ସଦସ୍ୟ ଖୁସି ହେବେ । ସୁଖ ସମ୍ବଳ ବୃଦ୍ଧି ପାଇବ । ଭାଇଚାରା ମଜବୁତ ହେବ । ସଂଗ୍ରହ ସଂରକ୍ଷଣ ଉପରେ ଗୁରୁତ୍ୱ ଦିଅନ୍ତୁ । ଘରକୁ ଅତିଥିମାନଙ୍କ ଆଗମନ ହେବ । ଅଳସୁଆ ଏବଂ ଗୁଜବରୁ ଦୂରେଇ ରୁହନ୍ତୁ ।

ଫିଲ୍ମ ଷ୍ଟାଇଲରେ LED ବୋଝେଇ ଟ୍ରକ ଧରି ଚମ୍ପଟ ମାରିଲେ ଦୁର୍ବୃତ୍ତ

ଖୋର୍ଦ୍ଧା: ଫିଲ୍ମ ଷ୍ଟାଇଲରେ ଲୁଟି ନେଲେ LED ବୋଝେଇ ଟ୍ରକ । ଖୋର୍ଦ୍ଧା ୫୭ ନଂ ଜାତୀୟ ରାଜପଥରେ ଏଲଇଡି ବୋଝେଇ ଟ୍ରକ ଲୁଟ୍ ହୋଇଥିବା ଅଭିଯୋଗ । ଯାହାକୁ ନେଇ ଛାନବିନ୍ ଆରମ୍ଭ କରିଛି ପୋଲିସ । ବାଘମାରି ଥାନା ଅନ୍ତର୍ଗତ ବାଘମାରି ରାସ୍ତାରେ ଟ୍ରକ୍ ଲୁଟ ହୋଇଥିବା ଅଭିଯୋଗ ହୋଇଛି । ଦୁର୍ବୃତ୍ତମାନେ ଡ୍ରାଇଭରକୁ ଆକ୍ରମଣ କରି ଟ୍ରକ ନେଇ ଯାଇଛନ୍ତି । ଏହି ଏଲଇଡି ବୋଝେଇ ଟ୍ରକ ଜି. ଉଦୟଗିରିରୁ ଆସୁଥିଲା ଟ୍ରକ୍ ।

ସୂଚନା ଅନୁସାରେ ଗତକାଲି ରାତି ଅଧରେ ବାଘମାରି ରାସ୍ତାରେ ଏକ LED ବୋଝେଇ ଟ୍ରକ ଆଗରେ କାର ଥୋଇଥିଲେ । ଟ୍ରକ ଆଗରେ କାର ରଖିବା ପରେ କାରରୁ ୪ ଜଣ ଯୁବକ ବାହାରି ଟ୍ରକ ଡ୍ରାଇଭରଙ୍କୁ ଟ୍ରକରାରୁ ବାହାରି ଯିବାକୁ ଧମକ ଦେଇଥିଲେ । ଡ୍ରଇଭର ଭୟରେ ଟ୍ରକରୁ ଓହ୍ଲାଇବା ମାତ୍ରେ ଟ୍ରକ ଧରି ଚମ୍ପଟ ମାରିଲେ ଦୁର୍ବୃତ୍ତ । ତେବେ ଗତକାଲି ବିଳମ୍ବିତ ରାତିରୁ ଏପରି ଲୁଟ୍ ହୋଇଥିବା ବେଳେ ଏପର୍ଯ୍ୟନ୍ତ ଲୁଟେରାଙ୍କ ଟେର ପାଉନି ପୋଲିସ ।

LED ବୋଝେଇ ଟ୍ରକ ଲୁଟ୍‌ ପରେ ଡ୍ରାଇଭର ଜଣଙ୍କୁ ପୋଲିସରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ବିଭିନ୍ନ ଚେକପୋଷ୍ଟରେ ଯାଞ୍ଚକୁ କଡ଼ାକଡ଼ି କରାଯାଇଛି । ତେବେ ଲୁଟ୍ ହୋଇଥିବା LED ଟ୍ରକର ଆନୁମାନିକ ମୂଲ୍ୟ ପ୍ରାୟ ୩୦ ଲକ୍ଷରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି ।

୧୦ କୋଟିରୁ ଅଧିକ ଟଙ୍କାର ଟିକସ ଫାଙ୍କିବା ଅଭିଯୋଗରେ ଜିଏସଟି ବିଭାଗର ଚଢ଼ାଉ

ରାଉରକେଲା: ରାଉରକେଲାରେ କେନ୍ଦ୍ରୀୟ ଜିଏସଟି ବିଭାଗ ପକ୍ଷରୁ ଚଢ଼ାଉ । କୁଆଁରମୁଣ୍ଡା ଅଞ୍ଚଳରେ ଥିବା ଟପ୍‌ ଟେକ୍‌ ଷ୍ଟିଲ ପ୍ରାଇଭେଟ ଲିମିଟେଡ କାରଖାନାରେ ଜିଏସଟି ବିଭାଗର ଚଢ଼ାଉ । ୧୦ କୋଟିରୁ ଅଧିକ ଟଙ୍କାର ଜିଏସଟି ଫାଙ୍କିବା ଅଭିଯୋଗ ଚାଲିଛି ରେଡ୍ । ଏହି କମ୍ପାନୀର ଦୁଇ ନିର୍ଦ୍ଦେଶକ ଶ୍ୟାମ ବିହାରୀ ପ୍ରସାଦ ଓ ଅନିଲ ପାଣ୍ଡେଙ୍କ ସିଭିଲ ଟାଉନସିପ ବାସଭବନ ଓ କାର୍ଯ୍ୟାଳୟରେ ଜାରି ରହିଛି ଚଢ଼ାଉ । ରାଉରକେଲା ଡିଡିଜିଆଇ ସ୍ୱତନ୍ତ୍ର ଟିମ୍ ପଷରୁ ଚଢ଼ାଉ । ଏହି ରେଡ୍ ସମୟରେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଓ ହାର୍ଡଡିସ୍କ ଜବତ ହୋଇଛି । ତେବେ ଏହି ରେଡରେ କେତେଜଣ ଅଫିସର ସାମିଲ ହୋଇଛନ୍ତି ତା’ର ସୂଚନା ଏପର୍ଯ୍ୟନ୍ତ ମିଳିପାରିନାହିଁ ।

ନାସାର ରୋଭର ମଙ୍ଗଳ ଗ୍ରହରେ ଏମିତି ଏକ ଧ୍ୱନୀ ରେକର୍ଡ କରିଛି ଯାହାକୁ ଶୁଣିବା ପରେ…

ପ୍ୟାରିସ୍: ମଙ୍ଗଳ ଗ୍ରହ ଏବଂ ପୃଥିବୀ ମଧ୍ୟରେ କିଛି ସମାନତା ରହିବା ସହ କିଛି କ୍ଷେତ୍ରରେ ଏହା ସମ୍ପୂର୍ଣ୍ଣ ଭିନ୍ନ । ଏବେ ମଙ୍ଗଳ ଗ୍ରହ ବିଷୟରେ ବୈଜ୍ଞାନିକମାନେ ଏମିତି କିଛି  ଜାଣିବାକୁ ପାଇଛନ୍ତି, ଯାହା ସେମାନଙ୍କୁ ଆଶ୍ଚର୍ଯ୍ୟ କରିଛି । ଆମେରିକାର ସ୍ପେସ୍ ଏଜେନ୍ସି ନାସା ଦ୍ୱାରା ମଙ୍ଗଳ ଗ୍ରହରେ ସୂଚନା ସଂଗ୍ରହ ପାଇଁ ପର୍ସିବିୟରେନ୍ସ ରୋଭର ପଠାଇଥିଲା । ଏହି ରୋଭର ସେଠାରେ ପ୍ରଥମ ଥର ପାଇଁ ଧ୍ୱନି ରେକର୍ଡିଂ କରିବାରେ ସଫଳ ହୋଇଛି। କେବଳ ଏତିକି ନୁହେଁ, ରୋଭରର ମାଇକ୍ରୋଫୋନ୍ ସେଠାକାର ପରିବେଶରେ ଥିବା ଧ୍ୱନୀର ଦୁଇ ପ୍ରକାରର ଗତିକୁ ରେକର୍ଡ କରିଛି । ଅର୍ଥାତ୍, ମଙ୍ଗଳ ଗ୍ରହରେ ଧ୍ୱନୀ ବା ଧ୍ୱନୀର ଗତି ଦୁଇ ପ୍ରକାରର ବୋଲି ଜଣାପଡିଛି । ଶୁକ୍ରବାର ଦିନ ପ୍ରକାଶିତ ଅଧ୍ୟୟନରେ ବୈଜ୍ଞାନିକମାନେ, ଏହି ଦୁଇ ପ୍ରକାରର ଧ୍ୱନିର ପ୍ରଭାବ କ’ଣ ହୋଇପାରେ ତାହା କହିଛନ୍ତି ।

ପୃଥିବୀରେ ଶବ୍ଦର ଗୋଟିଏ ଗତି, ମଙ୍ଗଳ ଗ୍ରହରେ ଦୁଇଟି

ସୂଚନା ଯୋଗ୍ୟ ଯେ, ଆମ ପୃଥିବୀରେ ଧ୍ୱନୀ କେବଳ ଗୋଟିଏ ବେଗରେ ଗତି କରିଥାଏ । ଅର୍ଥାତ୍ ଏହା ପ୍ରତି ସେକେଣ୍ଡରେ ୩୪୦ ମିଟର ହୋଇଥାଏ । ଆମେ ଯେଉଁଠାରେ ଥାଉ ନା କାହିଁକି ଆମର ସ୍ୱର ସମାନ ବେଗରେ ହିଁ ଅନ୍ୟପାଖରେ ପହଞ୍ଚେ । କିନ୍ତୁ ମଙ୍ଗଳ ଗ୍ରହରେ ଏହା ନୁହେଁ । ନାସାର ରୋଭରରେ ଥିବା ଟ୍ରାନ୍ସମିଟର ମଙ୍ଗଳ ଗ୍ରହରେ ଧ୍ୱନୀ ପ୍ରତି ସେକେଣ୍ଡରେ ୨୪୦ ମିଟର ବେଗରେ ରେକର୍ଡ ହୋଇଛି । କିନ୍ତୁ ବୈଜ୍ଞାନିକମାନେ ସେତେବେଳେ ଆଶ୍ଚର୍ଯ୍ୟ ହୋଇଗଲେ ଯେତେବେଳେ ଦେଖିଲେ ଯେ, ସେଠାରେ ଧ୍ୱନୀ ପ୍ରତି ସେକେଣ୍ଡରେ ୨୫୦ ମିଟରର ପର୍ଯ୍ୟନ୍ତ ମଧ୍ୟ ଗତି କରୁଛି । ବାସ୍ତବରେ, ମଙ୍ଗଳ ଗ୍ରହର ବାୟୁମଣ୍ଡଳ ପୃଥିବୀଠାରୁ ସମ୍ପୂର୍ଣ୍ଣ ଭିନ୍ନ, ତେଣୁ ଉଭୟ ସ୍ଥାନରେ ଧ୍ୱନୀର ବେଗରେ ପାର୍ଥକ୍ୟ ରହିଛି । ପୃଥିବୀର ବାୟୁମଣ୍ଡଳରେ କାର୍ବନ ଡାଇଅକ୍ସାଇଡର ପରିମାଣ ମାତ୍ର ୦.୦୪ ପ୍ରତିଶତ ଥିବାବେଳେ ମଙ୍ଗଳ ଗ୍ରହରେ ଏହା ୯୫ ପ୍ରତିଶତ ରହିଛି । ଏହି କାରଣରୁ, ସେଠାରେ ଥିବା ଧ୍ୱନୀ ୨୦ ଡେସିବଲ କମିଯାଇଥାଏ । ଯଦିଓ ବୈଜ୍ଞାନିକମାନେ ଏହା ବିଷୟରେ ପୂର୍ବରୁ ଜାଣିଥିଲେ । କିନ୍ତୁ ମଙ୍ଗଳ ଗ୍ରହରେ ଧ୍ୱନୀର ଭିନ୍ନ ଗତି ବୈଜ୍ଞାନିକମାନଙ୍କୁ ଆଶ୍ଚର୍ଯ୍ୟ କରିଛି ।

୫ଘଣ୍ଟା ପର୍ଯ୍ୟନ୍ତ ଧ୍ୱନିକୁ ରେକର୍ଡ କରିଛି ନାସା

ଗତ ବର୍ଷ ଫେବୃଆରୀରେ ନାସାର ଏହି ରୋଭର ମଙ୍ଗଳ ଗ୍ରହରେ ଅବତରଣ କରିଥିଲା । ସେ ତା ସହ ଏକ ଛୋଟ ଇନଜେନ୍ୟୁଟି ହେଲିକପ୍ଟର ମଧ୍ୟ ନେଇଥିଲା । ଏହି ରୋଭରରେ ଜୋତା ବାକ୍ସ ଆକାରର ମାଇକ୍ରୋଫୋନ୍ ମଧ୍ୟ ଅଛି, ଯାହା ସେଠାରେ ଧ୍ୱନୀକୁ ରେକର୍ଡିଂ କରିଥାଏ  । ତେବେ ଏହି ଯନ୍ତ୍ରଟି ପ୍ରାୟ ୫ ଘଣ୍ଟାର ଧ୍ୱନୀ ରେକର୍ଡ କରିଛି । ବୈଜ୍ଞାନିକମାନେ ଏକ ଅଧ୍ୟୟନରୁ ଜାଣିବାକୁ ପାଇଛନ୍ତି ଯେ, ଯେତେବେଳେ ହେଲିକପ୍ଟର ଉଡ଼ିଥିଲା ସେତେବେଳେ ଟକ୍-ଟକ୍ ଭଳି ଧ୍ୱନୀ ଶୁଣାଯାଇଥିଲା । ରୋଭରରୁ ହେଲିକପ୍ଟରର ଦୂରତା ଏବଂ ଏଥିରୁ ଆସୁଥିବା ଧ୍ୱନି ଆଧାରରେ ବୈଜ୍ଞାନିକମାନେ ଏହାର ଗତିର ମୂଲ୍ୟାଙ୍କନ କରିଥିଲେ, ଏଥିରୁ ଜଣାପଡିଲା ଯେ ଏହି ଧ୍ୱନୀର ବେଗ ପ୍ରତି ସେକେଣ୍ଡରେ ୨୪୦ ମିଟର । ଅନ୍ୟପଟେ, ଯେତେବେଳେ ରୋଭର ମଙ୍ଗଳ ଗ୍ରହର ପୃଷ୍ଟକୁ ଖନନ କରିବାକୁ ଲେଜର ଛାଡିଲା ସେତେବେଳେ ଏହି ଲେଜରରୁ ବାହାରୁଥିବା ଧ୍ୱନୀର ଗତି ପ୍ରତି ସେକେଣ୍ଡରେ ୨୫୦ ମିଟର ଥିବା ମପା ଯାଇଥିଲା ।

ମଙ୍ଗଳ ଗ୍ରହରେ କଣ ଅସୁବିଧା ହେବ

ବୈଜ୍ଞାନିକମାନେ କହିଛନ୍ତି ଯେ, ଶବ୍ଦର ଏହି ଭିନ୍ନ ଭିନ୍ନ ଗତି ଗମ୍ଭୀର ପରିଣାମ ଦେବ । ଉଦାହରଣ ଦେଇ ସେ ବ୍ୟାଖ୍ୟା କରିଛନ୍ତି ଯେ ଧରାଯାଉ ଆପଣ ପୃଥିବୀର ଏକ ସଙ୍ଗୀତ ଶୁଣୁଛନ୍ତି, ସେତେବେଳେ ଆପଣ ଯେଉଁଠାରେ ଥାଆନ୍ତୁ ନା କାହିଁକି, ଗୀତଟି ଆପଣଙ୍କ ପାଖରେ ସମାନ ବେଗରେ ପହଞ୍ଚିବ । ଏହି କାରଣରୁ ଆପଣ ସ୍ୱରରେ ଅସ୍ଥିରତା ଅନୁଭବ କରିବେ ନାହିଁ । କିନ୍ତୁ ମଙ୍ଗଳ ଗ୍ରହରେ ଏମିତି ହେବ ନାହିଁ । ସେଠାରେ ଆପଣ ସଙ୍ଗୀତଠାରୁ ଯେତେ ଦୂରରେ ଥିବେ, ଆପଣଙ୍କୁ ସଙ୍ଗୀତଟି ସେତେ ବିଳମ୍ବରେ  ପହଞ୍ଚିବ । ଏହାର ଅର୍ଥ ହେଉଛି ଯଦିଓ ଦୁଇ ଜଣ ସେଠାରେ ୫ ମିଟର ଦୂରରୁ କଥାବାର୍ତ୍ତା କରନ୍ତି, ତଥାପି ସେମାନେ ପରସ୍ପରକୁ ଶୁଣିବା ଏବଂ ବୁଝିବା କଷ୍ଟକର ହେବ ।

FIH ପ୍ରୋ ଲିଗ୍ ହକି: ଆଜି ପୁଣି କଳିଙ୍ଗରେ କମାଲ ଦେଖାଇବ ଟିମ୍ ଇଣ୍ଡିଆ

ଭୁବନେଶ୍ୱର: କଳିଙ୍ଗରେ ଆଜି ପୁଣିଥରେ ଇଂଲଣ୍ଡ ବିପକ୍ଷରେ ଟର୍ଫକୁ ଓହ୍ଲାଇବ ଭାରତ । ଏଫଆଇଏଚ୍ ପ୍ରୋ ଲିଗ ହକିରେ ଆଜି ପୁଣି ଥରେ ଇଂଲଣ୍ଡ ବିପକ୍ଷରେ ଖେଳିବ ଟିମ୍ ଇଣ୍ଡିଆ । ଚଳିତ ଏଫଆଇଏଚ୍‌ ପ୍ରୋ ଲିଗ୍‌ ହକିରେ ଗତକାଲି ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ପ୍ରଥମ ମ୍ୟାଚରେ ଘରୋଇ ଦଳ ଭ୍ରମଣକାରୀ ଇଂଲଣ୍ଡକୁ ସୁଟ୍‌ ଆଉଟରେ ପରାସ୍ତ କରିଥିଲା । ମ୍ୟାଚ ଶେଷ ହେବା ସୁଦ୍ଧା ଉଭୟ ଦଳ ୩ଟି ଲେଖାଏଁ ଗୋଲ ସ୍କୋର କରିଥିଲେ । ଯାହା ଫଳରେ ଏହି ମ୍ୟାଚଟି ସୁଟ୍ ଆଉଟକୁ ଯାଇଥିଲା । ସୁଟ୍ ଆଉଟରେ ଭାରତ ଇଂଲଣ୍ଡକୁ ୩-୨ରେ ପରାସ୍ତ କରିଥିଲା ।

ତେବେ ଗତକାଲିର ପରାଜୟର ପ୍ରତିଶୋଧ ନେବା ପାଇଁ ବ୍ଲୁ ଟର୍ଫକୁ ଓହ୍ଲାଇବ ଟିମ୍ ଇଂଲଣ୍ଡ । ସେପଟେ ଆଜିର ମ୍ୟାଚରେ ଭାରତ ବିଜୟ ଲାଭ କରି ଏଫଆଇଏଚ ପ୍ରୋ ଲିଗ୍ ହକିର ପଏଣ୍ଟ ଟେବୁଲର ପ୍ରଥମ ସ୍ଥାନରେ ନିଜ ସ୍ଥାନ ସୁଦୃଢ଼ କରିବାକୁ ଚେଷ୍ଟା କରିବ । ଆଜି ଏହି ମ୍ୟାଚ ସ୍ଥାନୀୟ ସମୟ ସନ୍ଧ୍ୟା ୭.୩୦ରେ ଖେଳାଯିବ ।

ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଉପରେ ଆକ୍ରମଣ, ଇମ୍ରାନଙ୍କୁ ଦାୟୀ କଲେ ଝିଅ

ଲଣ୍ଡନ୍‌: ପାକିସ୍ତାନରେ ଚାଲିଥିବା ରାଜନୈତିକ ସଙ୍କଟ ମଧ୍ୟରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଉପରେ ଆକ୍ରମଣ ।  ଲଣ୍ଡନରେ ଚିକିତ୍ସିତ ହେଉଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କୁ ଆକ୍ରମଣ କରାଯାଇଥିବା ସୂଚନା । ମିଳିଥିବା ସୂଚନା ଅନୁଯାୟୀ, ନୱାଜ ସରିଫଙ୍କୁ ଆକ୍ରମଣ କରିଥିବା ବ୍ୟକ୍ତି ହେଉଛନ୍ତି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପାର୍ଟି ଜଣେ କର୍ମଚାରୀ। ଏଥିସହ ଏହି ଘଟଣାରେ ଆହତ ହୋଇଥିବା ନୱାଜ ସରିଫଙ୍କ ଝିଅ ମରିୟମ ଇମ୍ରାନ ଖାନଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି।

ତେବେ ଏହି ଘଟଣା ପରେ ଆକ୍ରମଣକାରୀକୁ ଧରିବା ଲାଗି ଉଦ୍ୟମ ଜାରି ରହିଛି । ପାକିସ୍ତାନର ଜଣେ ସାମ୍ବାଦିକ ଟୁଇଟ୍‌ କରି କହିଛନ୍ତି ଯେ, ପାକିସ୍ତାନର ଶାସକ ଦଳ ‘ପାକିସ୍ତାନ ତେହରୀକ୍‌-ଏ-ଇନ୍‌ସାଫ୍‌’ର (ପିଟିଆଇ) ଜଣେ କର୍ମୀ ନୱାଜ୍‌ ସରିଫ୍‌ଙ୍କୁ ଆକ୍ରମଣ କରିଛନ୍ତି। ଏହି ଆକ୍ରମଣରେ ଶରିଫ୍‌ଙ୍କ ଅଙ୍ଗରକ୍ଷୀ ଆହତ ହୋଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆକ୍ରମଣ ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଆଜି ରାତି ସୁଦ୍ଧା ଗିରଫ କରାଯିବ ବୋଲି ସୁନିଶ୍ଚିତ କରାଯିବା ଉଚିତ।

ପାକିସ୍ତାନର ବିରୋଧୀଦଳ ‘ପିଟିଆଇ’ର ମୁଖ୍ୟ ତଥା ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁଙ୍କ ବିରୋଧରେ ଅନାସ୍ଥା ଭୋଟ୍‌ ଆଣିବା ଦିନକ ପୂର୍ବରୁ ଉପରୋକ୍ତ ଘଟଣା ଘଟିଛି। ଯଦି ଅନାସ୍ଥା ଭୋଟ୍‌ ସଫଳ ହୁଏ ତେବେ ପ୍ରଧାନମନ୍ତ୍ରୀ ପଦବୀ ପାଇଁ ମୁଖ୍ୟ ପ୍ରତିଦ୍ୱନ୍ଦୀ ହେବେ ‘ପାକିସ୍ତାନ ମୁସ୍‌ଲିମ୍‌ ଲିଗ୍‌ (ଏନ୍‌)’ର ନେତା ତଥା ନୱାଜ୍‌ ସରିଫ୍‌ଙ୍କ ଭାଇ ଶେହ୍‌ବାଜ୍‌ ଶରିଫ୍।

ନୱାଜ୍‌ଙ୍କ ଉପରେ ହୋଇଥିବା ଆକ୍ରମଣ ସଂକ୍ରାନ୍ତରେ ପ୍ରତିକ୍ରିୟା ରଖିଛନ୍ତି ତାଙ୍କ ଝିଅ ମରିୟମ୍‌ । ସେ କହିଛନ୍ତି ଯେ, ହିଂସାକାଣ୍ଡ ସୃଷ୍ଟି କରୁଥିବା ଶାସକ ଦଳର କର୍ମୀମାନଙ୍କୁ ଜେଲ୍‌ ଦଣ୍ଡାଦେଶ ଦେବା ଉଚିତ । ସେ ଆହୁରି ମଧ୍ୟ କହିଛନ୍ତି, ହିଂସାକାଣ୍ଡ ପାଇଁ ଉସ୍‌କାଉଥିବା ସ୍ୱୟଂ ଇମ୍ରାନ୍‌ ଖାନଙ୍କୁ ମଧ୍ୟ ଗିରଫ କରାଯିବା ନିହାତି ଆବଶ୍ୟକ ।

ଭାରତର ଗୋଟିଏ ବୋମା ଉଡ଼ାଇ ଦେବ ପୁରା ଏୟାରପୋର୍ଟ୍

ନୂଆଦିଲ୍ଲୀ: ଆହୁରି ଶକ୍ତିଶାଳି ହେବେ ଭାରତ ସୈନ୍ୟ । ଏଥର ଶତ୍ରୁଙ୍କ ଯୋଜନାକୁ ଧଂସ କରିବ ଭୀମ ବୋମା । ଦେଶର ଶକ୍ତି ବଢାଇ ପାଇଁ ଜବଲପୁରର କାମାରିଆ ଅର୍ଡନାନ୍ସ କାରଖାନା (OFK) ୫୦୦ କିଲୋର ଜିପି ବୋମା (ଜେନେରାଲ ପର୍ପୋଜ୍ ବମ୍) ତିଆରି କରିଛି । ଏହି ବୋମାଗୁଡିକ ଏତେ ମାତ୍ରାରେ ବିଧ୍ୱଂସକ ଯେ ଆକାଶରୁ ଖସିଯିବା ପରେ ବଡ଼ରୁ ଅତିବଡ଼ ବଙ୍କରକୁ ନଷ୍ଟ କରିବାର କ୍ଷମତା ରଖନ୍ତି । ଆଉ ଏହିଭଳି ଗୋଟିଏ ବୋମା ପାକିସ୍ତାନର ଯେକୌଣସି ବିମାନବନ୍ଦରକୁ କ୍ଷଣକେ ଧ୍ୱଂସ କରିପାରେ ।

ଶୁକ୍ରବାର ଦିନ OFKରେ ପହଞ୍ଚିଥିବା ବାୟୁସେନାର ଏକ ଦଳ ୪୮ଟି ବୋମା ସହିତ ଡିପୋକୁ ଚାଲିଗଲେ ।  ତେବେ OFK ପାଇଁ ଏହି ବୋମା ଏଥିପାଇଁ ସ୍ୱତନ୍ତ୍ର କାରଣ ବୋମାର ସମ୍ପୂର୍ଣ୍ଣ ଡିଜାଇନ୍ ଏବଂ ଉତ୍ପାଦନ କାରଖାନାରେ ହିଁ କରାଯାଇଛି । OFK ଜେନେରାଲ ମ୍ୟାନେଜର ଏସ.କେ ସିହ୍ନାଙ୍କ କହିଛନ୍ତି  ଯେ, ଏହି ୫୦୦ କିଲୋଗ୍ରାମର ବୋମା ବାୟୁସେନାର ଶକ୍ତିକୁ ଆହୁରି ବୃଦ୍ଧି କରିବ ।

ଦେଶର ସବୁଠୁ ବଡ ବୋମା

କାରଖାନା ସୂତ୍ର ଅନୁଯାୟୀ, ଏହା ଭାରତର ସବୁଠାରୁ ବଡ ବୋମା । ଏହାର ଲମ୍ବ ୧.୯ ମିଟର ଏବଂ ଓଜନ ୫୦୦ କିଲୋଗ୍ରାମ । ଏହି ବୋମାକୁ ଜାଗୁଆର ଏବଂ ସୁଖୋଇ SU-30 MKIଦ୍ୱାରା ହିଁ ଶତ୍ରୁଙ୍କ ଅଞ୍ଚଳକୁ ଟାର୍ଗେଟ କରାଯାଇ ପାରିବ । ଏହି ବୋମାଟିର ପ୍ରସ୍ତୁତି ଜବଲପୁରର ଆୟୁଦ୍ଧ ନିର୍ମାଣ କାରଖାନାର ଏଫ୍-୬ ବିଭାଗରେ କରାଯାଇଛି  ।

  • ଏହି ଜିପି ବୋମାର ଶକ୍ତି ଏତେ ଅଧିକ ଯେ, ଏହି ବୋମା ବିସ୍ଫୋରଣରେ ସମ୍ପୂର୍ଣ୍ଣ ବିମାନ ବନ୍ଦରକୁ ଧ୍ୱଂସ ହୋଇଯିବ ।
  • ଏହି ବୋମା ସାହାଯ୍ୟରେ ରେଳ ଟ୍ରାକ୍ ଏବଂ ବଡ଼ ବ୍ରିଜକୁ ମଧ୍ୟ ଧ୍ୱଂସ କରିହେବ ।
  • ଏହି ବୋମାରେ ଏମିତି ଟେକ୍ନୋଲୋଜି ଅଛି ଯାହା ବଙ୍କରରେ ମଧ୍ୟ ବିସ୍ଫୋରଣ କରିପାରିବ ।
  • ୧୦,୩୦୦ ଷ୍ଟିଲ୍ ବୁଲେଟର ବୋମା
  • ୫୦୦ କିଲୋଗ୍ରାମର ବୋମାର ଦୈର୍ଘ୍ୟ ହେଉଛି ୧.୯ ମିଟର  ।
  • ଗୋଟିଏ ବୋମାରେ ୧୫ ମି.ମି.ର ୧୦,୩୦୦ ଷ୍ଟିଲ୍ ବୁଲେଟ ରହିଥାଏ ।
  • ବିସ୍ଫୋରଣ ପରେ ପ୍ରତ୍ୟେକ ଷ୍ଟିଲ୍ ବୁଲେଟ ୫୦ ମିଟରକୁ ଟାର୍ଗେଟ କରିବ ।
  • ପ୍ରତ୍ୟେକ ଷ୍ଟିଲ୍ ବୁଲେଟ ୧୨ ମିଲିମିଟର ଷ୍ଟିଲ ପ୍ଲେଟକୁ ଭେଦ କରିପାରିବ
  • ଏହି ବୋମା ଜାଗୁଆର ଏବଂ ସୁଖୋଇ -୩୦ ରେ ଖଞ୍ଜା ଯାଇପାରିବ ।

ଏହି ବୋମାକୁ DRDO ଟେକ୍ନୋଲୋଜି ଦ୍ୱରା ବିକଶିତ କରାଯାଇଛି

ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ଏହି ବୋମାକୁ ଅନେକ ଭାଗରେ ବିକଶିତ କରିଛି । ପ୍ରତ୍ୟେକ ବୋମା ୧୦,୩୦୦ 15-ମିମି ଷ୍ଟିଲ୍ ବୁଲେଟ ସହ ସଜାଯାଇଛି । ବିସ୍ଫୋରଣ ପରେ ପ୍ରତ୍ୟେକ ଷ୍ଟିଲ୍ ବୁଲେଟ ୫୦ ମିଟରକୁ ଟାର୍ଗେଟ କରିବ । ବିଶେଷ କଥା ହେଉଛି ପ୍ରତ୍ୟେକ ଷ୍ଟିଲ୍ ବୁଲେଟ ୧୨ ମିଲିମିଟର ଷ୍ଟିଲ ପ୍ଲେଟକୁ ଭେଦ କରିପାରିବ  । ଏହା ଭାରତର ଶକ୍ତିକୁ ବହୁଗୁଣିତ କରିବ । ରନୈତିକ ଦୃଷ୍ଟିକୋଣରୁ ଜିପି ବୋମା ଭାରତ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଜିପି ବୋମା କେବଳ ଯୁଦ୍ଧରେ ଭାରତୀୟ ସେନାକୁ ବିଜୟ ଦେବ ନାହିଁ, ବରଂ ଏହା ଭାରତୀୟ ସେନାର ସୁରକ୍ଷା କ୍ଷମତାକୁ ମଧ୍ୟ ବଢାଇବ ।

ଜିପି ବୋମା କ’ଣ ?

ଏହି  ଜିପି ବୋମା ଜାଗୁଆର ଏବଂ ସୁଖୋଇ -୩୦ ରେ ଖଞ୍ଜା ଯାଇପାରିବ । ଶକ୍ତିଶାଳୀ ବିସ୍ଫୋରଣ ସହିତ ଶତ୍ରୁକୁ ସର୍ବାଧିକ କ୍ଷତି ପହଞ୍ଚାଇବା ପାଇଁ ଏହା ବ୍ୟବହୃତ ହୁଏ  । ଏହି ବୋମାଗୁଡିକ ଶତ୍ରୁଙ୍କ ସୈନ୍ୟ, ଯାନ ଏବଂ ଅଟ୍ଟାଳିକାକୁ ଧ୍ୱଂସ କରିବାରେ ପ୍ରଭାବଶାଳୀ । ଏହି ବୋମାଗୁଡିକ ଏକ ମୋଟା ଧାତୁର ଆବରଣରେ ଆଚ୍ଛାଦିତ ହୋଇଥାଏ, ଯାହା ବୋମାର ମୋଟ ଓଜନର ପ୍ରାୟ ୩୦ପ୍ରତିଶତରୁ ୪୦ପ୍ରତିଶତ ।