spot_img
Home Blog Page 4415

ଆମେରିକା ଇତିହାସରେ ପ୍ରଥମ; ନ୍ୟୁୟର୍କ ଟାଇମ୍ସ ସ୍କୋୟାରରେ ନମାଜ ପଢିଲେ ମୁସଲିମ୍

ନ୍ୟୁୟର୍କ: ଆମେରିକା ଇତିହାସରେ ପ୍ରଥମ ଥର ପାଇଁ ମୁସଲମାନ ମାନେ ରମଜାନର ପ୍ରଥମ ଦିନରେ ନ୍ୟୁୟର୍କର ଟାଇମ୍ସ ସ୍କୋୟାରରେ ନମାଜ ପଢିଛନ୍ତି। ଏହି ସମୟରେ ହଜାର ହଜାର ମୁସଲମାନ ଏକାଠି ହୋଇ ତରାବିହର ପ୍ରାର୍ଥନା ପଢିଥିଲେ। ମୁସଲମାନଙ୍କ ନମାଜ ପଢାକୁ ନେଇ ସୋସିଆଲ ମିଡିଆରେ ତର୍କ ବିତର୍କ ଚାଲିଛି। କିଛି ଲୋକ ଟାଇମ୍ସ ସ୍କୋୟାରରେ ନମାଜ ପଢାକୁ ସମର୍ଥନ କରିଥିବାବେଳେ ଆଉ କିଛି ଏହାକୁ ବିରୋଧ କରିଛନ୍ତି ।

ଗଲ୍ଫ ଟୁଡେରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଆମେରିକାର ଇତିହାସରେ ପ୍ରଥମ ଥର ପାଇଁ ମୁସଲମାନ ମାନେ ଟାଇମ୍ସ ସ୍କୋୟାର ପରି ପ୍ରସିଦ୍ଧ ସ୍ଥାନରେ ନମାଜ ପଢିଛନ୍ତି। ରମଜାନ ନ୍ୟୁୟର୍କ ସହରର ଏହି ପ୍ରସିଦ୍ଧ ସ୍ଥାନରେ ପାଳନ କରାଯାଉ ବୋଲି ଆମେରିକାରେ ରହୁଥିବା ମୁସଲମାନ ମାନେ ଚାହୁଁଥିବା ନେଇ କାର୍ଯ୍ୟକ୍ରମର ଆୟୋଜକ କହିଛନ୍ତି । ଖାଲି ଏତିକି ନୁହେଁ ଇସଲାମ ଧର୍ମକୁ ନେଇ ଦୁନିଆରେ ଅନେକ ଭୁଲ ଧାରଣା ରହିଛି ବୋଲି ଆୟୋଜକ କହିଛନ୍ତି ।

ଇସଲାମ ହେଉଛି ଶାନ୍ତିର ଧର୍ମ। ମୁସଲମାନଙ୍କ ପବିତ୍ର ରମଜାନ ମାସ ଶନିବାର ଠାରୁ ଆରମ୍ଭ ହୋଇଥିଲା।

ଟାଇମ୍ସ ସ୍କୋୟାରରେ ନମାଜ ପଢାକୁ ନେଇ ତୀବ୍ର ସମାଲୋଚନା ମଧ୍ୟ କରାଯାଉଛି । ସୋସିଆଲ ମିଡିଆରେ ସକ୍ରିୟ ଥିବା ୟୁଏଇର ବାସିନ୍ଦା ହାସନ ସଜୱାନି କହିଛନ୍ତି ଯେ ରାସ୍ତାରେ ନମାଜ ପଢିବା ଫଳରେ ଅନେକ ଲୋକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କେବଳ ନ୍ୟୁୟର୍କରେ ୨୭୦ରୁ ଅଧିକ ମସଜିଦ ଅଛି । ତେଣୁ ଧର୍ମ ପ୍ରଦର୍ଶନ କରିବା ପାଇଁ ରାସ୍ତା ଅବରୋଧ କରିବାର ଆବଶ୍ୟକତା ନାହିଁ ।

ସେହିପରି ଅନ୍ୟ ଜଣେ ଉପଭୋକ୍ତା ମଧ୍ୟ ଲେଖିଛନ୍ତି – ମୁଁ ଜଣେ ମୁସଲମାନ କିନ୍ତୁ ଟାଇମ୍ସ ସ୍କୋୟାରରେ ନମାଜ ପଢାକୁ ସମର୍ଥନ କରୁନାହିଁ । ଏହା ଲୋକଙ୍କୁ ଭୁଲ ବାର୍ତ୍ତା ଦେଇପାରେ, ତେଣୁ କେବଳ ମସଜିଦରେ ନମାଜ ପଢିବା ଉଚିତ୍ ।

ଶ୍ରୀନଗରରେ ଆତଙ୍କବାଦୀ ଆକ୍ରମଣ, ଜଣେ ଯବାନ୍ ଶହୀଦ

ଶ୍ରୀନଗର: ଶ୍ରୀନଗରେ ଆତଙ୍କବାଦୀ ଆକ୍ରମଣରେ ସୋମବାର ଜଣେ ସୁରକ୍ଷାକର୍ମୀ ଶହୀଦ ହୋଇଥିବାବେଳେ ଜଣେ ଆହତ ହୋଇଛନ୍ତି । ଏହା ଆତଙ୍କବାଦୀଙ୍କ ପକ୍ଷରୁ ସୁରକ୍ଷାକର୍ମୀଙ୍କ ଉପରେ ହୋଇଥିବା ସବୁଠାରୁ ବଡ଼ ଆକ୍ରମଣ । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆତଙ୍କବାଦୀ କ୍ରମାଗତ ଭାବରେ ସୁରକ୍ଷାକର୍ମୀ ଏବଂ ପୋଲିସକର୍ମୀଙ୍କୁ ଟାର୍ଗେଟ୍‌ କରୁଛନ୍ତି ।  ଗତ କିଛି ଦିନ ପୂର୍ବରୁ ଜମ୍ମୁ କାଶ୍ମୀରର ବଡ଼ଗାମ ଅଞ୍ଚଳରେ ଆତଙ୍କବାଦୀ ୨ ଜଣ ପୋଲିସଙ୍କ ଜୀବନ ନେଇଥିଲେ । ଉଭୟ ଥିଲେ ଦୁଇ ଭାଇ ।

ସୂଚନା ଅନୁସାରେ ଆକ୍ରମଣରେ ଜଣେ ସିଆରପିଏଫ୍‌ କର୍ମୀଙ୍କ ଜୀବନ ଯାଇଥିଲା । ଏହାର କିଛି ଘଣ୍ଟା ପୂର୍ବରୁ ପୁଲଓ୍ୱାମାରେ ଅଣ କାଶ୍ମୀରୀଙ୍କ ଉପରେ ଆକ୍ରମଣ ହୋଇଥିଲା, ଯେଉଁଥିରେ ଦୁଇ ଜଣ ଶ୍ରମିକ ପ୍ରାଣ ହରାଇଥିଲେ ।

ଅନ୍ୟପଟେ ଆଜିର ଆକ୍ରମଣରେ ଆହତ ହୋଇଥିବା ସୁରକ୍ଷାକର୍ମୀଙ୍କୁ ଏମଏସଏଚଏସ ହସ୍ପିଟାଲରେ ଚିକିତ୍ସା କରାଯାଉଛି । ତେବେ ଏକ ଚେକ୍‌ ପଏଣ୍ଟରେ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ ହୋଇଥିବା କୁହାଯାଉଛି । କିନ୍ତୁ ସେମାନଙ୍କୁ ଧରିବା ପୂର୍ବରୁ ସେମାନେ ସେଠାରେ ଯିବାରେ ସଫଳ ହୋଇ ସାରିଥିଲେ । ଘଟଣା ପରେ ଉକ୍ତ ଅଞ୍ଚଳକୁ ସୁରକ୍ଷାକର୍ମୀ ଘେରାଉ କରିବା ସହିତ ଛାନଭିନ୍‌ ଆରମ୍ଭ କରି ଦେଇଛନ୍ତି । ଏଥିପାଇଁ ଏକାଧିକ ଟିମ୍‌ ନିୟୋଜିତ ହୋଇଛନ୍ତି । ଏହା ପୂର୍ବରୁ ବିହାରର ଦୁଇ ପ୍ରବାସୀ ଶ୍ରମିକଙ୍କୁ ଆତଙ୍କବାଦୀ ପୁଲଓ୍ୱାମାରେ ମାରି ସାରିଥିଲେ ।  ତେବେ ଗତ ୨୪ ଘଣ୍ଟାରେ ଏହା ପ୍ରବାସୀ ଶ୍ରମିକଙ୍କ ଉପରେ ଦ୍ୱିତୀୟ ଆକ୍ରମଣ ।

The Kashmir Files: କ୍ରିଷ୍ଣା ଚରିତ୍ର ପାଇଁ ଅକ୍ଷୟ କୁମାର ଥିଲେ ପ୍ରଥମ ପସନ୍ଦ!

ମୁମ୍ବାଇ: ‘ଦି କାଶ୍ମୀର ଫାଇଲ୍ସ’ର କ୍ରେଜ୍ ଦିନକୁ ଦିନ ବଢିବାରେ ଲାଗିଛି । କମ୍ ବ୍ୟୟରେ ନିର୍ମିତ ଏହି ଫିଲ୍ମ ବକ୍ସ ଅଫିସରେ ମଧ୍ୟ ଧମାଲ କରିଥିଲା। ଏହି ଫିଲ୍ମରେ ଦର୍ଶାଯାଇଥିବା କାଶ୍ମୀର ପଣ୍ଡିତଙ୍କ ଦୁଃଖ ଯନ୍ତ୍ରଣାକୁ ଖୁବ୍ ପସନ୍ଦ କରିଥିଲେ ଦର୍ଶକ । କେବଳ ଦର୍ଶକ ନୁହଁନ୍ତି ବଲିଓଡ଼ ଅଭିନେତା ମଧ୍ୟ ଫିଲ୍ମର ପ୍ରଶଂସା କରିଥିଲେ।

Moradabad MP ST Hasan Demands Ban On The Kashmir Files Film

ତେବେ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ଏହି ଫିଲ୍ମରେ ଅନୁପମ ଖେର ପୁଷ୍କର ନାଥ ଓ ଦର୍ଶନ କୁମାର ତାଙ୍କ ନାତି କ୍ରିଷ୍ଣା ଭୂମିକାରେ ନଜର ଆସିଥିଲେ । ୧୯୯୦ ମସିହାରେ କାଶ୍ମୀର ପଣ୍ଡିତଙ୍କ ଉପରେ ହୋଇଥିବା ଅତ୍ୟାଚାର ଉପରୁ ପରଦା ହଟାଇଥିଲେ କ୍ରିଷ୍ଣା । ଆଉ ଏହି ଚରିତ୍ରକୁ ଭଲ ଭାବେ ନିଭାଇଥିଲେ ଅଭିନେତା ଦର୍ଶନ କୁମାର । କିନ୍ତୁ ରିପୋର୍ଟ ଅନୁଯାୟୀ କ୍ରିଷ୍ଣା ଚରିତ୍ର ପାଇଁ ନିର୍ଦ୍ଦେଶକଙ୍କ ପ୍ରଥମ ପସନ୍ଦ ଥିଲେ ଅଭିନେତା ଅକ୍ଷୟ କୁମାର ।

କିନ୍ତୁ ବଲିଉଡ୍ ହଙ୍ଗାମା ରିପୋର୍ଟ ଅନୁସାରେ ଦ କାଶ୍ମୀର ଫାଇଲ୍ସର ପ୍ରଡ୍ୟୁସର ଅଭିଷେକ ଅଗ୍ରୱାଲ୍ ଏଭଳି ଖବରକୁ ଖଣ୍ଡନ କରିଥିଲେ । ଏଥିସହ ଏହି ଫିଲ୍ମ ପାଇଁ ଅକ୍ଷୟଙ୍କୁୂ କେବେ ଆପ୍ରୋଚ୍ କରାଯାଇନଥିବା କହିଛନ୍ତି । କ୍ରିଷ୍ଣା ଚରିତ୍ର ପାଇଁ କିଛି ଅଭିନେତାଙ୍କ ନାମକୁ ଚୟନ କରାଯାଇଥିଲା । ହେଲେ ଦର୍ଶନ ତାଙ୍କ ଚରିତ୍ରକୁ ପୂରା ନ୍ୟାୟ ଦେଇଥିଲେ । ଏହି ଫିଲ୍ମକୁ ଖୁବ୍ ପ୍ରଶଂସା କରିଥିଲେ ଅକ୍ଷୟ କୁମାର ।  ସେ ଟ୍ୱଟ୍ କରି ଫିଲ୍ମ ଓ ଅନୁପମ ଖେରଙ୍କ ଅଭିନୟର ତାରିଫ କରିଥିଲେ ।

ନିକଟରେ ଇଣ୍ଟେଲିଜେନ୍ସ ବ୍ୟୁରୋର ଥ୍ରେଟ୍ ପରସେପ୍ସନ ରିପୋର୍ଟ ଆଧାରରେ ଗୃହ ମନ୍ତ୍ରଣାଳୟ ପକ୍ଷରୁ ‘ଦ କାଶ୍ମୀର ଫାଇଲ୍ସ’ର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କୁ ‘Y’ କାଟେଗୋରୀ ସୁରକ୍ଷା ଦିଆଯାଇଥିଲା। ତେବେ କାଶ୍ମୀର ଫାଇଲ୍ସ ଫିଲ୍ମରେ ଅନୁପମ ଖେର, ଦର୍ଶନ କୁମାର, ପୁନିତ ଇସର, ମିଥୁନ ଚକ୍ରବର୍ତ୍ତୀ, ପାଲ୍ଲାଭି ଯୋଶୀଙ୍କ ପରି ଭେଟେରାନ ଅଭିନେତା ମାନେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ।

ଆଶ୍ରମ ବିଦ୍ୟାଳୟରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ : ଥାନାର ଦ୍ୱାରସ୍ଥ ହେଲେ ପରିବାର ଲୋକେ

ଉଦଳା: ଆଶ୍ରମ ବିଦ୍ୟାଳୟରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ । ବିଦ୍ୟାଳୟ ପ୍ରଧାନଶିକ୍ଷକଙ୍କ ନାଁରେ ସଙ୍ଗୀନ ଅଭିଯୋଗ । ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ ସହ ଅଶ୍ଳୀଳ ଫଟୋ ଭାଇରାଲ କରିବାର ଧମକ ଦେଉଥିଲେ ପ୍ରଧାନଶିକ୍ଷକ ଓ ମେଟ୍ରୋନ୍ । ମୟୂରଭଞ୍ଜ ଉଦଳା ଥାନା ଶାଳଖୁଣ୍ଟା ଆଶ୍ରମ ବିଦ୍ୟାଳୟ ପ୍ରଧାନଶିକ୍ଷକଙ୍କ ନାଁରେ ଆସିଛି ସଙ୍ଗୀନ ଅଭିଯୋଗ ।

ଶାଳଖୁଣ୍ଟା ଆଶ୍ରମ ବିଦ୍ୟାଳୟରେ ରହି ପାଠ ପଢୁଥିବା ଜଣେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ପ୍ରଧାନଶିକ୍ଷକ ବ୍ରଜମୋହନ ମାଝୀ ଏବଂ ମେଟ୍ରୋନ୍ ଜୟନ୍ତୀ ପାତ୍ର ଅଶାଳୀନ ବ୍ୟବହାର କରିଥିଲେ । ଏ ବାବଦରେ ବାହାରେ କାହାକୁ କହିଲେ ଅଶ୍ଳୀଳ ଫଟୋ ଭାଇରାଲ କରିଦେବାର ଧମକ ଦେଇଥିଲେ ପ୍ରଧାନଶିକ୍ଷକ ଏବଂ ମେଟ୍ରୋନ୍ । ଯାହାକୁ ନେଇ ନାବାଳିକା ଛାତ୍ରୀର ପରିବାର ଲୋକେ ଏବେ ଉଦଳା ଥାନାରେ ଦ୍ୱାରସ୍ଥ ହୋଇଛନ୍ତି । ଏ ବାବଦରେ ପ୍ରଧାନଶିକ୍ଷକ ଓ ମେଟ୍ରୋନ୍ କୌଣସି ପ୍ରତିକ୍ରିୟା ଦେବେନି ବୋଲି କହିଛନ୍ତି ।

ଏଥିସହିତ ପଢ଼ନ୍ତୁ: ୧୫ରୁ କଂଗ୍ରେସ ଦେବ ଦରବୃଦ୍ଧି ପ୍ରତିବାଦରେ ଆନ୍ଦୋଳନ ଡାକରା

ଫିଲ୍ମର ସମସ୍ତ ସଦସ୍ୟଙ୍କୁ ସୁନା କଏନ୍‌ ଦେଲେ ରାମଚରଣ

ମୁମ୍ବାଇ: ମେଗା ପାଓ୍ୱାର ଷ୍ଟାର ରାମଚରଣ ପୁଣିଥରେ ପ୍ରମାଣିତ କରିଦେଲେଯେ, ସେ ହେଉଛନ୍ତି ‘ମ୍ୟାନ୍‌ ଓ୍ୱିଥ୍‌ ଗୋଲଡେନ୍‌ ହାର୍ଟ’ । ଆରଆରଆରର ବିପୁଳ ସଫଳତା ପରେ ତାଙ୍କୁ ନେଇ ଏଭଳି ଏକ ଖବର ଆସିଛି ଯାହା ପ୍ରମାଣିତ କରିଦେଉଛିଯେ ତାଙ୍କ ହୃଦୟ କେତେ ବଡ଼ । ବାସ୍ତବରେ ଏସ.ଏସ.ରାଜାମୌଲିଙ୍କ ଫିଲ୍ମରେ କାମ କରିଥିବା ପ୍ରତ୍ୟେକଟି ସଦସ୍ୟଙ୍କୁ ସୁନା କଏନ୍‌ ଦେଇଛନ୍ତି ଏହି ମେଗା ଷ୍ଟାର ।

ତେବେ ଘରକୁ ଫେରିବା ବେଳେ ସମସ୍ତଙ୍କୁ ଏଭଳି ଉପହାର ଦେଇ ଚମକାଇ ଦେଇଛନ୍ତି ରାମଚରଣ । ଏହା ମଧ୍ୟ ସତଯେ ଲକ୍ଷ ଲକ୍ଷ ଲୋକଙ୍କ ହୃଦୟ ଜିତି ସାରିଛନ୍ତି ରାମଚରଣ ।

ସୂଚନାଯୋଗ୍ୟ ରାଜାମୌଲିଙ୍କ ଆରଆରଆର  ବକ୍ସ ଅଫିସରେ ସୁପରହିଟ୍‌ ହୋଇଛି । ସିନେମା ହଲରେ ଫିଲ୍ମକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମୁଛି । ରାମଚରଣ ଏବଂ ଜୁନିଅର ଏନଟିଆରଙ୍କ ଅଭିନୀତ ଏହି ଫିଲ୍ମ ଭାରତୀୟ ସିନେମାରେ ଏକ ପରିବର୍ତ୍ତନ ଆଣିଛି କହିଲେ ଭୁଲ ହେବ ନାହିଁ ।

ଜବରଦସ୍ତ ଆକ୍ସନ, ଇମୋଶନାଲ ମ୍ୟୁଜିକ୍‌ ଏବଂ ଭିନ୍ନ ସ୍କ୍ରିନ୍‌ ପ୍ଲେ  ଓ୍ୱାର୍ଲଡ ଓ୍ୱାଇଲ୍ଡ ସଫଳତା ହାସଲ କରିବାରେ ସକ୍ଷମ ହୋଇଛି । ତେବେ ଫିଲ୍ମରେ ଆଲିୟା ଭଟ୍ଟ ଏବଂ ଅଜୟ ଦେବଗନଙ୍କ କ୍ୟାମିଓ ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିଛି ।  ଏହି ଫିଲ୍ମ ମାଧ୍ୟମରେ ନିଜେ ରାଜାମୌଲି ନିଜର ସବୁ ରେକର୍ଡ଼ ଭାଙ୍ଗିଛନ୍ତି ।

ଫିଲ୍ମ ଟ୍ରେଡ୍‌ ଆନାଲିଷ୍ଟ  ମନୋବାଳା ବିଜୟାନ୍‌ ତାଙ୍କ ଟ୍ୱିଟର ଆକାଉଣ୍ଟରେ ଏପ୍ରିଲ ୩ ତାରିଖରେ ଏହି ଫିଲ୍ମର କଲେକ୍ସନ୍‌ ଶେୟାର କରିଛନ୍ତି । ତେବେ ୯ ଦିନରେ ଫିଲ୍ମଟି ୮୧୯ କୋଟି କଲେକ୍ସନ୍‌ କରି ସାରିଥିବା ସେ ସୂଚନା ଦେଇଛନ୍ତି ।

ସବୁଦିନ ବଢ଼ୁଛି ପେଟ୍ରୋଲ ଦର; କର୍ମଚାରୀଙ୍କୁ ସାଇକେଲ ଗିଫ୍ଟ କଲା ଚେନ୍ନାଇ କମ୍ପାନୀ

ଚେନ୍ନାଇ: ପ୍ରତିଦିନ ବଢ଼ୁଛି ତେଲ ଦର । ଏଣୁ ଗରିବ ଓ ମଧ୍ୟବିତ୍ତ ଶ୍ରେଣୀର ଗାଡ଼ି ଚାଳକଙ୍କୁ ଅତିରିକ୍ତ ଆର୍ଥିକ ବୋଝ ଉଠାଇବାକୁ ପଡ଼ୁଛି । ଏଭଳି ସ୍ଥିତିରେ ନିଜ କମ୍ପାନୀ କର୍ମଚାରୀଙ୍କୁ ଆଶ୍ୱସ୍ତ କରିବା ଲାଗି ସାଇକେଲ ଗିଫ୍ଟ କରିଛି ଚେନ୍ନାଇ ସ୍ଥିତ ଏକ କମ୍ପାନୀ । ନିଜ କର୍ମଚାରୀଙ୍କ ପାଇଁ ହରକ୍ୟୁଲସ୍‌ ବ୍ରାଣ୍ଡର ପ୍ରାୟ ୧୪୨ଟି ନୂଆ ସାଇକେଲ କିଣିଛି କମ୍ପାନୀ । କୋଠାରୀ କେମିକାଲ କମ୍ପାନୀ ପକ୍ଷରୁ ଏହି ସାଇକେଲ ବଣ୍ଟନ କରାଯାଇଥିବା ବେଳେ ବଡ଼ ବଡ଼ କମ୍ପାନୀଙ୍କୁ ଏଭଳି କରିବାକୁ ପ୍ରେରିତ କରିବ ବୋଲି ଆଶା କରାଯାଉଛି ।

ମୋଟର ଯାନ ବ୍ୟବହାର ଦ୍ୱାରା ବୟୁ ଏବଂ ଶଦ୍ଦ ମଧ୍ୟ ପ୍ରଦୂଷଣ ହୋଇଥାଏ  । ବଡ଼ ବଡ଼ ଦେଶମାନେ ମଧ୍ୟ ବିଭିନ୍ନ କଟକଣା ଲାଗୁ କରିବା ସହ ବାର୍ଷିକ ପ୍ରଦୂଷଣ ହାର ହ୍ରାସ କରିବା ଉପରେ ଗୁରୁତ୍ୱ ଦେଉଛନ୍ତି । ଏହା ସହିତ ଅଟୋମୋବାଇଲରୁ ଇଲେକ୍ଟ୍ରିକ୍ ବାହାନକୁ ପରିବର୍ତ୍ତନ ହେବାର ମଧ୍ୟ ଆରମ୍ଭ ହୋଇଗଲାଣି । ଯାହା ଦ୍ୱାରା ଏହି ପ୍ରଦୂଷଣ ହାର ହ୍ରାସ ଟାର୍ଗେଟକୁ ହାସଲ କରାଯାଇପାରିବ । ଏଭଳି ସ୍ଥିତିରେ ଆମ ସମସ୍ତଙ୍କୁ ମଧ୍ୟ ନିଜ ନିଜ ସ୍ତରରେ ଯୋଗଦାନ କରିବାର ଅଛି । ବର୍ତ୍ତମାନ ତୈଳଦର ଯୋଗୁଁ ସାଇକେଲ ଚଳାଇବା ଆର୍ଥିକ ବୋଝ ମଧ୍ୟ କମିବ ଏହା ଶରୀର ମଧ୍ୟ ସୁସ୍ଥ ରହିବ । ଏଣୁ ସାଇକେଲ ଚଲେଇବାକୁ କର୍ମଚାରୀଙ୍କୁ ପ୍ରୋତ୍ସାହିତ କରିବା ଦିଗରେ କମ୍ପାନୀ ପକ୍ଷରୁ ଏଭଳି କରାଯାଇଛି । କୋଠାରୀ ପେଟ୍ରୋକିମିକାଲ କମ୍ପାନୀର ମାନୁଫାକ୍ଚରିଂ ୟୁନିଟ୍  ଚେନ୍ନାଇ ସ୍ଥିତ ମନାଲି ଜିଲ୍ଲାରେ ରହିଛି ।

କମ୍ପାନୀ ଗ୍ରୀନ୍ ସାେଲୁସନ୍‌କୁ ପ୍ରୋତ୍ସାହିତ କରୁଥିବା ବେଳେ ଅଫିସ୍ ଯିବା ଆସିବା ନେଇ ସାଇକେଲ ବ୍ୟବହାର ଉପରେ ଗୁରୁତ୍ୱ ଦେଉଛି । ଏହା ସହିତ କର୍ମଚାରୀଙ୍କୁ ସପ୍ତାହରେ ଅନୁନ୍ୟ ଥରେ ସାଇକେଲରେ ଆସିବାକୁ କହିଛି । ଏହା ସହ ଫିଟ୍ ରହିବା ପାଇଁ ସାଇକେଲିଂ ହେଉଛି ସବୁଠାରୁ ଶସ୍ତା ଉପାୟ ।

ଚାଇନା ରାସ୍ତାରେ ଚାଲି ମଝି ନଇରେ ଫସିଗଲା ଶ୍ରୀଲଙ୍କା 

ନନ୍ଦିଘୋଷ ବ୍ୟୁରୋ: ଶ୍ରୀଲଙ୍କାର ସଙ୍କଟ ଦକ୍ଷିଣ ଏସିଆର ଅନେକ ଦେଶର ଆଖି ଖୋଲିଦେଇଛି । ଚାଇନା ରାସ୍ତାରେ ଚାଲି ମଝି ନଇରେ ଫସିଯାଇଛି ଶ୍ରୀଲଙ୍କା  । ଧନୀ ହେବାର ସ୍ୱପ୍ନ ଦେଖି ଶ୍ରୀହିନ ହୋଇପଡ଼ିଛି ସୁବର୍ଣ୍ଣ ଲଙ୍କ । ବେଲ୍ଟ୍ ଆଣ୍ଡ୍ ରୋଡ୍ ଇନିସିଏଟିଭ୍ ନାଁରେ ଚୀନ୍ ବାଣ୍ଟିଥିଲା ସ୍ୱପ୍ନ । ଶ୍ରୀଲଙ୍କା ମଧ୍ୟ ପାକିସ୍ତାନ ଭଳି ସ୍ୱପ୍ନର ସୌଦାଗର ଚୀନ୍ ଜାଲରେ ପଡିଥିଲା । ଚୀନ୍ ଲୋନ୍ ଅର୍ଥରେ ଶ୍ରୀଲଙ୍କା ନେତା ଦେଖିଥିଲେ କାୟା ପରିବର୍ତ୍ତନର ସ୍ୱପ୍ନ । ଏବେ ସେଇ ସ୍ୱପ୍ନ ଦୁଃସ୍ୱପ୍ନରେ ପରିଣତ ହୋଇଛି । ଦେଶର ଅର୍ଥନୀତି ଭୁଷୁଡି ପଡିଛି । ହା ଅନ୍ନର ଚିନ୍ତା ଲୋକଙ୍କୁ କରିଛି ଶରଣାର୍ଥୀ । ନେତା ନିଜ ଦୁର୍ଗ ଭିତରେ ଥିବା ବେଳେ ସାଧାରଣ ଜନତା ପେଟ୍ରୋଲ ପମ୍ପରୁ ଗ୍ୟାସ୍ ଷ୍ଟେଶନରେ ଲଢୁଛି ବଂଚିବାର ଯୁଦ୍ଧ ।

ଶ୍ରୀଲଙ୍କାର ଅର୍ଥନୈତିକ ସଂକଟ ରାଜନୈତିକ ସ୍ଥିତିକୁ ମଧ୍ୟ ଅସ୍ଥିର କରିପକାଇଛି  । ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷଙ୍କ ଇସ୍ତଫା ଦାବି କରିଛନ୍ତି ସାଧାରଣ ଲୋକେ । ବ୍ୟାପକ ବିରୋଧ ଭିତରେ  ଶ୍ରୀଲଙ୍କା କ୍ୟାବିନେଟର ସମସ୍ତ ୨୬ ଜଣ ମନ୍ତ୍ରୀ ସମୂହ ଇସ୍ତଫା ଦେଇଛନ୍ତି  । ଆସନ୍ତା ଦିନରେ ଯଦି ଏପରି ବିଭିଷିକାର ବିଚଳିତ ଚିତ୍ର ଜାରି ରହେ, ତେବେ ଶ୍ରୀଲଙ୍କାରେ ଦେଖାଦେବ ଭୟଙ୍କର ପରିସ୍ଥିତି  ।ହିଂସା, ହତ୍ୟା, ଲୁଟ ଓ ଆତଙ୍କରାଜ ଭଳି ପରିସ୍ଥିତର ସମ୍ମୁଖୀନ ହେବ ଏହି ଦେଶ  । ରାଜନୈତିକ ସ୍ଥିତି ମଧ୍ୟ ଅନୁରୂପ ହୋଇପାରେ  । ଆଉ ଯାହାର ସିଧାସଳଖ ପ୍ରଭାବ ପଡୋଶୀ ଦେଶ ଅର୍ଥାତ ଭାରତ ଉପରେ ପଡ଼ିପାରେ  । ତେଣୁ ଶ୍ରୀଲଙ୍କାକୁ ସାହାଯ୍ୟ କରୁଛି ଭାରତ ।

ଶକ୍ତି, ଖାଦ୍ୟ ଶସ୍ୟ, ମେଡିସିନ ଓ ଅତ୍ୟାବଶ୍ୟକ ସାମଗ୍ରୀ  ସବୁର ଅଭାବ । ବାହାର ଦେଶ ଉପରେ ନିର୍ଭରଶୀଳ ଶ୍ରୀଲଙ୍କା ପାଇଁ ୨.୩୧  ବିଲିୟନ ଡଲାର ବିଦେଶୀ ମୁଦ୍ରା ଅପହଂଚ । ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷ ସ୍ୱୀକାର କରିଛନ୍ତି ଯେ, ଶ୍ରୀଲଙ୍କା  ୧୦ ବିଲିୟନ ଡଲାର ବିଦେଶୀ ମୁଦ୍ରା ଅନ୍ତ୍ରରାଷ୍ଟ୍ରୀୟ ବଜାରରେ  ହରାଇଛି  । ଦେଢ ଦଶକ ପୂର୍ବରୁ LTTE ଲଢେଇରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ରଣନୀତିକାର ଏବଂ ତାଙ୍କ ଭାଇ ମଧ୍ଯ କିନ୍ତୁ ଏବେ ଏମିତି ଗୋଟିଏ ଯୁଦ୍ଧ ଲଢୁଛନ୍ତି ଯାହା ସେମାନେ ଜିତିବା ଏକରକମ ଅସମ୍ଭବ । ଶ୍ରୀଲଙ୍କା ଅର୍ଥନୀତିର ପତନ ପାଇଁ ସରକାରଙ୍କ ଭୁଲ ନୀତିକୁ ମଧ୍ୟ ଦାୟୀ କରାଯାଉଛି । 2019 ରେ କୋଭିଡ୍ କାଲରେ ଲୋକହ୍କ ମନ ଜିତିବା ପାଇଁ ସରକାର କର ହ୍ରାସ କରିଥିଲେ । ଯାହା ଶ୍ରୀଲଙ୍କା ପାଇଁ କାଳ ହୋଇଥିଲା । ଶ୍ରୀଲଙ୍କାର ଦୁର୍ଦ୍ଦଶାରୁ ଭାରତରେ ସବୁ ମାଗଣା ବାଣ୍ଟିବା ରାଜନୀତି କରୁଥିବା ନେତାଙ୍କର କିଛି ଶିଖିବାର ନାହିଁ କି ? କାରଣ ଏମିତି ସବୁ ମାଗଣା ବାଣ୍ଟି ୪୦ ବର୍ଷ ତଳେ ଦକ୍ଷିଣ ଆମେରିକାର ସବୁଠାରୁ ଧନି ରାଷ୍ଟ୍ର ଥିବା ଭେନେଜୁଏଲା କାଙ୍ଗାଳ ହୋଇଯାଇଛି ।

ସରୁନି ଶ୍ରୀଲଙ୍କାର ଦୁଃଖ

ସ୍ଥାନୀୟ ଉତ୍ପାଦକମାନଙ୍କୁ ସାହାଯ୍ୟ କରିବା, ଆତ୍ମନିର୍ଭରଶୀଳତା, ଦୁର୍ନୀତି ବିରୋଧୀ ଏବଂ ସରକାରୀ ଖର୍ଚ୍ଚ ହ୍ରାସ କରିବାରେ ଶ୍ରୀଲଙ୍କା ନରେନ୍ଦ୍ର ମୋଦି ସରକାରଙ୍କ କାର୍ଯ୍ୟପନ୍ଥାକୁ ଗ୍ରହଣ କରିପାରିଥାନ୍ତେ। ଏହା ବ୍ୟତୀତ ରାଜପକ୍ଷ ସରକାର ଚାଇନାର ପାଣ୍ଠି ଦ୍ୱାରା ପରିଚାଳିତ ଅନେକ ପ୍ରଜୋକ୍ଟକୁ ବନ୍ଦ କରିପାରନ୍ତେ  । ଯଦ୍ୱାରା ଦେଶରେ ଋଣ ଏବଂ ବୋଝ କମାଇବାରେ ସହାୟକ ହୋଇପାରିବ । ସେହିପରି ରାସାୟନିକ ସାର ଉପରେ ପ୍ରତିବନ୍ଧକ ଲଗାଇ କୃଷି କାର୍ଯ୍ୟରେ ଜୈବିକ ସାର ପ୍ରୟୋଗ କରିପାରନ୍ତେ  । ଏବଂ ଏଥିରେ ଖର୍ଚ୍ଚ ହେଉଥିବା ଅର୍ଥକୁ ପର୍ଯ୍ୟଟନ ଭିତ୍ତିଭୂମିରେ ନିଯୋଗ କରିପାରନ୍ତେ ଶ୍ରୀଲଙ୍କା ସରକାର । କାରଣ ଯେଉଁଭଳି ଭାବେ ଇଷ୍ଟର ବୋମା ବିସ୍ଫୋରଣ  ଏବଂ କୋଭିଡ ମହାମାରୀ ଶ୍ରୀଲଙ୍କାର ପର୍ଯ୍ୟଟନ ଭିତ୍ତିଭୂମିକୁ ଦୋହଲାଇ ଦେଇଛି, ଯାହା ଦ୍ୱାରା କ୍ଷତିଗ୍ରସ୍ତ ହୋଇପଡିଛି ଶ୍ରୀଲଙ୍କା ପର୍ଯ୍ୟଟନ ଶିଳ୍ପ  ।

 

ମଦ ବିରୋଧୀ ଆନ୍ଦୋଳନରେ ମଦ୍ୟପ: ଦେଖନ୍ତୁ ଭିଡିଓ

କୋଣାର୍କ: ମଦ ଦୋକାନ ବିରୋଧରେ ତାତିଲେ ମହିଳା । ପୁରୀ ଜିଲ୍ଲା କାକଟପୁର ବଲରାଛକରେ ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ କରିଛନ୍ତି ମହିଳା । ମଦ ଦୋକାନ ମାଲିକଙ୍କ ଲାଇସେନ୍ସ ବାତିଲ କରିବା ଦାବିରେ କାକଟପୁର-ଭୁବନେଶ୍ୱର ରାସ୍ତାକୁ ମହିଳାମାନେ ଅବରୋଧ କରିଛନ୍ତି । ମହିଳାଙ୍କ ସହିତ ବିଭିନ୍ନ ସଂଗଠନ ମଧ୍ୟ ଆନ୍ଦୋଳନରେ ସାମିଲ ହୋଇଛନ୍ତି । ରାସ୍ତାରେ ଟାୟାର ଜାଳି ଦାବି ବିକ୍ଷୋଭ କରିଛନ୍ତି ଆନ୍ଦୋଳନକାରୀ । ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ବ୍ୟାପକ କରାଯିବା ସହିତ ଲୋକେ ଆଇନକୁ ହାତକୁ ନେବାକୁ ବାଧ୍ୟ ହେବେ ବୋଲି ମହିଳାମାନେ ଚେତାବନୀ ଦେଇଛନ୍ତି ।

ତେବେ ଏହି ମଦ ବିରୋଧୀ ଆନ୍ଦୋଳନ ବେଳେ ଏକ ରୋଚକ ଘଟଣା ଦେଖିବାକୁ ମିଳିଛି । ଜନୈକ ବ୍ୟକ୍ତି ଜଣଙ୍କ ମହିଳାମାନଙ୍କ ଦ୍ୱାରା ଚାଲିଥିବା ମଦ ବିରୋଧରେ ଆନ୍ଦୋଳନରେ ସାମିଲ ହେବା ସହ ମଦ ଦୋକାନ ବନ୍ଦ କରିବା ନେଇ ସ୍ଳୋଗାନ ଦେଇଥିଲେ । କିନ୍ତୁ ଉକ୍ତ ବ୍ୟକ୍ତିଙ୍କ ଅଙ୍ଗଭଙ୍ଗୀରୁ ଜଣାପଡ଼ୁଥିଲା ଯେ, ବ୍ୟକ୍ତି ଜଣଙ୍କ ନିଜେ ମଦ୍ୟ ପାନ କରିଛନ୍ତି । ଏବଂ ନିଶାସକ୍ତ ଅବସ୍ଥାରେ ମଦ ଦୋକାନ ବନ୍ଦ କରିବାକୁ ଦାବି କରୁଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ଘଟଣାସ୍ଥଳରେ ହସ୍ୟରୋକ ଖେଳିଯାଇଥିଲା ।

ରାହୁଲ ଗାନ୍ଧୀଙ୍କ ନାଁ’ରେ ସବୁ ସମ୍ପତ୍ତି କରିଦେଲେ ମହିଳା, କହିଲେ..

ଡେରାଡୁନ୍‌: ଉତ୍ତରାଖଣ୍ଡର ଜଣେ ମହିଳା ତାଙ୍କର ସମଗ୍ର ସମ୍ପତ୍ତିକୁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନାଁ’ରେ କରି ଦେଇଛନ୍ତି । ସୂଚନା ଅନୁସାରେ  ଏଥିରେ ୫୦ ଲକ୍ଷ ସମ୍ପତ୍ତି ସହିତ ୧୦ ତୋଳା ସୁନା ମଧ୍ୟ ରହିଛି ।

ସୂଚନାଯୋଗ୍ୟ  ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନରେ କଂଗ୍ରେସ ପାର୍ଟି ଶୋଚନୀୟ ପରାସ୍ତ କରିଛି । ଏହାପରେ ପାର୍ଟିରେ ବିଭିନ୍ନ ପ୍ରକାରର ସମସ୍ୟା ଜାରି ରହିଛି ।  ଏହି ମଧ୍ୟରେ ଜଣେ ମହିଳା ତାଙ୍କର ସସମ୍ତ ସମ୍ପତ୍ତି ରାହୁଲଙ୍କ ନାଁରେ କରିଦେବା ପାଇଁ ନିଷ୍ପତ୍ତି ନେଲେ । ତାଙ୍କ ମତରେ ରାହୁଲଙ୍କ ଉପସ୍ଥିତି ରାଜନୀତିରେ ଖୁବ୍‌ ଆବଶ୍ୟକତା ରହିଛି ।

ଡେରାଡୁନ୍‌ ସ୍ଥିତ ୭୮ ବର୍ଷୀୟ ମହିଳା ପୁଷ୍ପା ମୁଞ୍ଜିୟାଲ ତାଙ୍କର ସମସ୍ତ ସମ୍ପତ୍ତିର ମାଲିକ ରାହୁଲ ଗାନ୍ଧୀଙ୍କୁ କରି ଦେଇଛନ୍ତି  । ତେବେ ରାହୁଲଙ୍କ ବିଚାର ତାଙ୍କୁ ଖୁବ୍‌ ପ୍ରଭାବିତ କରିଥିବା ସେ କହିଛନ୍ତି ।

ଏହି ମାମଲାରେ କଂଗ୍ରେସର ମହାନଗର ଅଧ୍ୟକ୍ଷ ଲାଲଚାନ୍ଦ ଶର୍ମା କହିଛନ୍ତିଯେ, ରାହୁଲଙ୍କ ନାଁରେ ସମସ୍ତ ସମ୍ପତ୍ତି କରିବା ପରେ ପୂର୍ବତନ ରାଜ୍ୟ ଅଧ୍ୟକ୍ଷ ପ୍ରୀତମ ସିଂଙ୍କୁ ସମସ୍ତ ଦସ୍ତାବିଜ ହସ୍ତାନ୍ତର କରିଛନ୍ତି ।  ତେବେ ମହିଳାଙ୍କ କହିବା ହେଉଛି ସ୍ୱାଧୀନତା ଦିନଠାରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ଜଳାଞ୍ଜଳି ଦେଇଛନ୍ତି । ସେମାନେ ଏହି ଦେଶର ଏକତା ପାଇଁ ଜୀବନ ହରାଇଛନ୍ତି ।

ତେବେ ଏହି ଖବର ସାମ୍ନାକୁ ଆସିବା ପରେ ଏହାକୁ ନେଇ ଖୁବ୍‌ ଚର୍ଚ୍ଚା ହେଉଛି ।

୧୫ରୁ କଂଗ୍ରେସ ଦେବ ଦରବୃଦ୍ଧି ପ୍ରତିବାଦରେ ଆନ୍ଦୋଳନ ଡାକରା

ଭୁବନେଶ୍ୱର: ଦେଶରେ ଅହେତୁକ ଦରଦାମ ବୃଦ୍ଧି । ସାଧାରଣ ଯାତ୍ରୀ ଭୋଗୁଛନ୍ତି ଏହାର ଫଳ । ଏନେଇ ପ୍ରତିବାଦ କରିବ ରାଜ୍ୟ କଂଗ୍ରେସ  । ଆସନ୍ତା ୧୫ ତାରିଖରେ କଂଗ୍ରେସ ଦେବ ଆନ୍ଦୋଳନ ଡାକରା । ଦର ନିୟନ୍ତ୍ରଣ ନହେଲେ ଆନ୍ଦୋଳନ ହେବ ବୋଲି କହିଛନ୍ତି। ଏନେଇ କେନ୍ଦ୍ର ଉପରେ ବର୍ଷିଛନ୍ତି କଂଗ୍ରେସର ବିଧାୟକ ସୁରେଶ ରାଉତରାୟ ।

ସେପଟେ କେବଳ କଂଗ୍ରେସ ନୁହେଁ ବିଜେଡି ମଧ୍ୟ ଦରଦାମ ବୃଦ୍ଧି ନେଇ କେନ୍ଦ୍ରକୁ ଟାର୍ଗେଟ୍ କରିଛି । ଦରଦାମ ବୃଦ୍ଧି ପ୍ରତିବାଦରେ ବିଜେଡି ବହୁବାର ଆନ୍ଦୋଳନକୁ ମଧ୍ୟ ଓହ୍ଲାଇଛି । କେନ୍ଦ୍ର ସରକାର ଦାବି ଶୁଣିବା ପରେ ବିଜେଡି ଆନ୍ଦୋଳନରୁ ଓହରିଯାଇଛି  ।  ସେପଟେ ଋଷ-ୟୁକ୍ରେନ ଯୁଦ୍ଧ ପାଇଁ ଦରଦାମ ବୃଦ୍ଧି ହେଉଥିବା ଯୁକ୍ତି ବାଢିଛି ବିଜେପି ।