୯ ବର୍ଷର ପ୍ରେମ ଓ ୭ ବର୍ଷର ବିବାହ ପରେ ବି ସ୍ବାମୀର ମାନିଲାନି ମନ, ପର ସ୍ତ୍ରୀକୁ ନେଇ ଫେରାର

1 min read

ଭୁବନେଶ୍ୱର: ସ୍ୱାମୀ ମୋର ସିନ୍ଦୁର ଆଉ କାହାର । ସ୍ୱାମୀ ମୋର ସତ୍ୟବାନ ଆଉ କାହାର । ଏ ସବୁ କୌଣସି ଚଳଚିତ୍ର କି ନାଟାକର କାହଣୀ ନୁହେଁ । ବାସ୍ତବରେ ଭୁବନେଶ୍ବରରେ ଏଭଳି ଘଟଣା ଘଟିଛି । ସ୍ବାମୀର ହ୍ବାଟସପ୍ ଷ୍ଟାଟସ ଖୋଲି ଦେଇଛି ରଙ୍ଗିଲା ସତ୍ୟବାନର ସତ । ଯାହାକୁ ନେଇ ରାଜଧାନୀରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ସ୍ବାମୀ ସୁଧାଂଶୁ ସାହୁ ନାମରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ପତ୍ନୀ । ଗତାକାଲି ସାବିତ୍ରୀ ଅମାବାସ୍ୟା ଥିଲା, ସ୍ବାମୀଙ୍କ ଦୀର୍ଘାୟୁ କାମନା କରିବା ପାଇଁ ଘରକୁ ଡାକି ପୂଜା କରି ଜୁହାର ହୋଇଥିଲେ । ୪୦ ମିନିଟ ପରେ ଦେଖିଲା ବେଳକୁ ସ୍ବାମୀ ତାଙ୍କ ହ୍ଟାଟସଅପ ଷ୍ଟାଟସରେ ବିବାହିତା ପ୍ରେମିକା ସହିତ ସତ୍ୟବାନ ସାଜିଥିଲେ ।

ଅଭିଯୋଗକାରିଣୀଙ୍କ ସୂଚନା ଅନୁସାରେ ଉଭୟ ବି-ଟେକ ପାଠ ପଢିବା ସମୟରେ ପ୍ରେମ ସଂପର୍କ ଗଢି ଉଠିଲା । ଗତ ୨୦୧୬ରେ ପ୍ରେମ ବିବାହ କରିଥିଲେ । ଗୋଟିଏ ୩ ବର୍ଷର ଝିଅ ମଧ୍ୟ ତାଙ୍କର ଅଛି । ଏବେ ବାହାଘରର ୭ ବର୍ଷ ପରେ ତାଙ୍କର ବାଲ୍ୟ ବନ୍ଧୁଙ୍କ ପତ୍ନୀଙ୍କ ପ୍ରେମରେ ପଡି ତାଙ୍କୁ ନେଇ ଏବେ ରହୁଛନ୍ତି । ସଂପୃକ୍ତ ମହିଳାଙ୍କ ସ୍ବାମୀ ସୁନାଖଳା କୋପରେଟିଭ ସୋସାଇଟିରେ ସମ୍ପାଦକ ଭାବରେ ଚାକିରୀ କରନ୍ତି । ଏବେ ସ୍ୱାମୀଙ୍କ ନାଁରେ ଥାନାରେ ଏତଲା ଦେଇ ନ୍ୟାୟ ମାଗୁଛନ୍ତି ସ୍ତ୍ରୀ । ଖଣ୍ଡଗିରି ଥାନାରେ ସ୍ୱାମୀ ସୁଧାଂଶୁ ଶେଖର ସାହୁଙ୍କ ବିରୋଧରେ ଅଭିଯୋଗ ପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ହେଉନଥିବା ଅଭିଯୋଗ କରିଛନ୍ତି ସ୍ତ୍ରୀ ।