ଭୋଳାବାବାଙ୍କ ବିବାହ ପାଇଁ ଚଳଚଞ୍ଚଳ ସମ୍ବଲପୁର, ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି

1 min read

ସମ୍ବଲପୁର: ଭୋଳାବାବାଙ୍କ ବିବାହ ପାଇଁ ଚଳଚଞ୍ଚଳ ସମ୍ବଲପୁର । ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି ପ୍ରସ୍ତୁତି । ସନ୍ଧ୍ୟାରେ ନନ୍ଦପଡ଼ାର ବମ ବରାଡ଼ ବାଲୁଙ୍କେଶ୍ବର ବାବାଙ୍କ ପତ୍ରପେଣ୍ଡି ଉତ୍ସବ ଅନୁଷ୍ଠିତ ହେବ l ପରେ କନ୍ୟା ଅନ୍ବେଷଣରେ ବାହାରିବେ ବରପିତାଙ୍କ ସହିତ ସପ୍ତର୍ଷି ମଣ୍ଡଳୀ । ନନ୍ଦପଡ଼ାରେ ବିବାହ ଉତ୍ସବ ପାଇଁ ଏଥର ୩୫ ଲକ୍ଷ ଓ ମୁଦିପଡାର ଜାଗେଶ୍ବର ବାବାଙ୍କ ଯାତ୍ରା ପାଇଁ ୩୦ରୁ ୩୫ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ଉତ୍ସବକୁ ଅନେକ କଳାକାରଙ୍କୁ ନିମନ୍ତ୍ରଣ ସରିଛି  l ରାଜ୍ୟ ବାହାରର ବିଭିନ୍ନ ନୃତ୍ୟ ଦଳ ଉତ୍ସବରେ ପ୍ରମୁଖ ଆକର୍ଷଣ ସାଜିବେ ।

କରୋନା ମହାମାରୀ ପାଇଁ ଦୁଇବର୍ଷ ପରେ ଧୁମଧାମରେ ଉତ୍ସବ ଉନୁଷ୍ଠିତ ହେବ । ପ୍ରାୟ ୬ ହଜାର କଳାକାର ଓ ହଜାର ହଜାର ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ବ୍ୟାପକ ପ୍ରସ୍ତୁତି କରିଛି ପ୍ରଶାସନ । ଏଥିପାଇଁ ପ୍ରଶାସନ ଓ ପୋଲିସର ମିଳିତ ବୈଠକରେ ପ୍ରସ୍ତୁତ ହୋଇଛି ବ୍ଲୁପ୍ରିଣ୍ଟ । ଯାତ୍ରା ସମୟରେ ସହରରେ ୪୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ l ଯାତ୍ରାର ଗୋଟାଏ ଦିନ ପୂର୍ବରୁ ସମସ୍ତ ମଦ ଦୋକାନ ବନ୍ଦ ରହିବ l