ବ୍ରଜରାଜନଗର ବ୍ୟାଟେଲ ଶେଷ, ସନ୍ଧ୍ୟା ୫ଟା ସୁଦ୍ଧା ୬୯ ପ୍ରତିଶତ ମତଦାନ

1 min read

ବ୍ରଜରାଜନଗର: ସୁରୁଖୁରୁରେ ସରିଲା ବ୍ରଜରାଜନଗର ଉପନିର୍ବାଚନ ଭୋଟିଂ । ଇଭିଏମରେ ସିଲ୍ ହେଲା ପ୍ରାର୍ଥୀଙ୍କ ଭାଗ୍ୟ । କିଛି ବୁଥରେ ଭୋଟରଙ୍କ ଧାଡ଼ି ଲମ୍ବିଥିବାରୁ ସେଠାରେ ମତଦାନ ଜାରି ରହିଛି । ତେବେ ସନ୍ଧ୍ୟା ୫ଟା ସୁଦ୍ଧା ୬୯ ପ୍ରତିଶତ ମତଦାନ ହୋଇଥିବା ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ୩ଟାରୁ ୪ଟା ମଧ୍ୟରେ ଝଡ଼ବର୍ଷା ପାଇଁ ଭୋଟଦାନ ବାଧାପ୍ରାପ୍ତ ହୋଇଥିଲା । ସକାଳୁ ୩ଟି EVMରେ ତ୍ରୁଟି ଦେଖାଯାଇଥିଲା । ପରେ ଏକ ବୁଥରେ ସମସ୍ୟା ଦେଖାଦେଇଥିଲ । ୩ଟି ଲେଖାଏ ବାଲଟ ୟୁନିଟ ଓ କଣ୍ଟ୍ରୋଲ ୟୁନିଟ ପରିବର୍ତ୍ତନ କରାଯାଇଛି । କୌଣସି ସ୍ଥାନରେ ହିଂସା ହୋଇନାହିଁ । ସମସ୍ତ ବୁଥରେ ଶାନ୍ତିପୂର୍ଣ୍ଣ ମତଦାନ ହୋଇଛି । ଗତବର୍ଷ ୬୮ ପ୍ରତିଶତ ମତଦାନ ହୋଇଥିଲା । ଏଥର ଭୋଟିଂ ହାର ଗତଥରର ହାରକୁ ଟପିବ ବୋଲି କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ।