ଜୁନ୍ ୨ରେ ପଦ୍ମ ଧରିବେ ହାର୍ଦ୍ଦିକ ପଟେଲ

1 min read

ଗାନ୍ଧୀନଗର: ପଦ୍ମ ଧରିବେ ହାର୍ଦ୍ଦିକ ପଟେଲ । ଜୁନ ୨ରେ ବିଜେପିରେ ସାମିଲ ହେବେ ବୋଲି ସେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଦଳୀୟ ନେତୃତ୍ବକୁ ବିରୋଧ କରି ନିକଟରେ କଂଗ୍ରେସ ହାତ ଛାଡ଼ିଥିଲେ ଗୁଜରାଟର ଏହି ପଟିଦାର ନେତା । ମେ ୧୯ରେ ହାର୍ଦ୍ଦିକ କଂଗ୍ରେସରୁ ଇସ୍ତଫା ଦେଇଥିଲେ । ନିଜର ୧୫ ହଜାର ସମର୍ଥକଙ୍କ ସହ ସେ ବିଜେପିରେ ସାମିଲ ହେବେ ବୋଲି ସୂଚନା ଦେଇଛନ୍ତି । ରାଜ୍ୟ ସଭାପତି CR ପାଟିଲ ଉପସ୍ଥିତ ରହି ତାଙ୍କୁ ବିଜେପିର ସଦସ୍ୟତା ପ୍ରଦାନ କରିବେ ।

କଂଗ୍ରେସରୁ ଇସ୍ତଫା ଦେବା ପୂର୍ବରୁ ହାର୍ଦ୍ଦିକ ଟ୍ୱିଟର ହ୍ୟାଣ୍ଡେଲରେ ତାଙ୍କ ପାର୍ଟିର ନାଁ ଓ ପଦ ହଟାଇଥିଲେ । ଏହାପରେ ଅନୁମାନ କରାଯାଉଥିଲା କି ହାର୍ଦ୍ଦିକ କଂଗ୍ରେସ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି । ତେବେ ଶେଷରେ ମେ’ ୧୯ରେ ହାର୍ଦ୍ଦିକ କଂଗ୍ରେସ ଛାଡି କଂଗ୍ରେସକୁ ବଡ଼ ଝଟକା ଦେଇଥିଲେ । କାହିଁକି ନା ଚଳିତ ବର୍ଷ ଗୁଜରାଟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ତେଣୁ ହାର୍ଦ୍ଦିକ ବିଜେପିରେ ସାମିଲ ହେବା  କଂଗ୍ରେସ ପାଇଁ ବହୁତ ବଡ ଝଟକା ଲାଗିପାରେ ।