spot_img
Home Blog Page 4339

MBBSରେ ନାମ ଲେଖା ପାଇଁ ଇଚ୍ଛୁକ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର: ଖାଲି ଅଛି ଏତେ ସିଟ୍

ନୂଆଦିଲ୍ଲୀ: ମେଡିକାଲ ପଢ଼ିବାକୁ ଇଚ୍ଛୁକ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର । ଯେଉଁମାନେ ମେଡିକାଲ ପଢ଼ିବାକୁ ଚାହୁଁଛନ୍ତି ଏବଂ ଆଡମିଶନ କରିପାରିନାହାନ୍ତି  ସେମାନଙ୍କ ପାଇଁ ଏବେ ଆଉ ଗୋଟେ ସୁଯୋଗ ଆସିଛି । ଖାଲି ଥିବା ସିଟରେ MCC ବା ମେଡିକାଲ କାଉନସେଲିଂ କମିଟି ଏକ ସ୍ପେଶାଲ ରାଉଣ୍ଡ ଆୟୋଜନ କରିବାକୁ ଯାଉଛି । ଯେଉଁଥିରେ ଖାଲି ଥିବା ସିଟ ପୂରଣ କରାଯିବ । ଏଥିରେ ଅଲ୍ ଇଣ୍ଡିଆ କୋଟା, କେନ୍ଦ୍ରୀୟ ସଂସ୍ଥା, କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ଏବଂ ଏମ୍ସରେ ଥିବା ସିଟ ଖାଲି ପଡ଼ିବନି ।

Medical students

ଏହି ଖାଲି ସିଟ ପୂରଣ କରିବାପାଇଁ କୌଣସି ନୂଆ ରେଜିଷ୍ଟ୍ରେସନ ହେବ ନାହିଁ । ଏଥିରେ ପୂର୍ବରୁ ଯେଉଁ ଛାତ୍ରଛାତ୍ରୀମାନେ ରେଜିଷ୍ଟ୍ରେସନ କରିଥିବେ ଏବଂ ସିଟ ପାଇ ନ ଥିବେ ସେମାନେ ଭାଗ ନେଇପାରିବେ । ଏଥିରେ ଅଲ୍ ଇଣ୍ଡିଆ କୋଟା, କେନ୍ଦ୍ରୀୟ ସଂସ୍ଥା, କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ, ଏମ୍ସର ମୋଟ ୩୨୩ଟି ସିଟ ପୂରଣ କରାଯିବ ।

ନୋଟିସ ଅନୁସାରେ ସମସ୍ତ ପଞ୍ଜିକୃତ ହୋଇଥିବା ଛାତ୍ରଛାତ୍ରୀ ସ୍ପେଶାଲ ରାଉଣ୍ଡରେ ଭାଗ ନେବାପାଇଁ ୫୦ ହଜାର ସିକ୍ୟୁରିଟି ରାଶି ଜମା କରିବାକୁ ପଡ଼ିବ । ଏହି ରାଶି ପରେ ରିଫଣ୍ଡ ହୋଇଯିବ । ଏଥିରେ ଯେଉଁମାନଙ୍କର ଅଲ ଇଣ୍ଡିଆ କୋଟା ଏବଂ ରାଜ୍ୟ କୋଟାରେ କୌଣସି ସିଟ ନଥିବ ସେମାନେ ସ୍ପେଶାଲ ରାଉଣ୍ଡରେ ଭାଗ ନେଇ ପାରିବେ ।

୧୦ ଟଙ୍କିଆ ନୋଟରେ ପ୍ରେମିକାର ମେସେଜ: ମୋତେ ନେଇଯାଅ, ୨୬ରେ ମୋ ବାହାଘର

ନୂଆଦିଲ୍ଲୀ: ବିଶ୍ୱରେ ଭିନ୍ନ ଭିନ୍ନ ଲୋକ ଅଛନ୍ତି ଏବଂ ସେମାନଙ୍କ ଚାଲିଚଳଣି ମଧ୍ୟ ଭିନ୍ନ । କେହି କେହି ତ ଏଭଳି ଅଜବ କାମ କରି ବସନ୍ତି ଯାହା ଲୋକଙ୍କ କଳ୍ପନା ବାହାରେ ଥାଏ । ଆପଣଙ୍କୁ ୧୦ ଟଙ୍କିଆ ନୋଟ୍‌ ଉପରେ ବେଓ୍ୱଫା ସୋନମର ମେସେଜ ଭାଇରାଲ ଘଟଣା ହୁଏତ ମନେଥିବ । ଏବେ ଠିକ୍‌ ସେହିଭଳି ଏକ ଘଟଣା ପୁନର୍ବାର ସାମ୍ନାକୁ ଆସିଛି ।  ଏଥର କିନ୍ତୁ ସୋନମ ନୁହଁନ୍ତି ବରଂ ପ୍ରେମିକାର ନାଁ ହେଉଛି କୁସୁମ । କୁସୁମ ପ୍ରେମପତ୍ର ଲେଖିଛନ୍ତି ପ୍ରେମିକ ବିଶାଲକୁ, ତାହା ମଧ୍ୟ ୧୦ ଟଙ୍କିଆ ନୋଟ୍‌ ଉପରେ । ଏହି ଖବର ଟ୍ୱିଟରରେ ଖୁବ୍‌ ଭାଇରାଲ ହେଉଛି ।

 

ଟ୍ୱିଟରରେ ଭାଇରାଲ ହେଉଥିବା ଏହି ନୋଟରେ ପ୍ରେମିକା ତା ପ୍ରେମିକାକୁ ଲେଖିଛି ଚିଠି । ସେଥିରେ ଲେଖାଅଛିଯେ, ମୋ ବାହାଘର ଠିକ୍‌ ହୋଇ ଯାଇଛି, ତୁମେ ଆସି ମୋତେ ନେଇଯାଅ । ବାସ୍‌ କଥା ସେତିକି, ହେଲେ ଘଟଣା ଭାଇରାଲ । ଲୋକେ ଏହାକୁ ନେଇ ମଜାଦାର ପ୍ରତିକ୍ରିୟା ସବୁ ଦେଉଛନ୍ତି ।  ଏବେ କୁସୁମ ଏବଂ ବିଶାଲଙ୍କ ସାକ୍ଷାତ ହେଲା କି ନାହିଁ ଜଣାନାହିଁ, କିନ୍ତୁ ଏହାକୁ ନେଇ ଲୋକଙ୍କ ମସ୍ତିଷ୍କ ଅଧିକ କାମ କରୁଛି ।

 

ତେବେ ପ୍ରତିକ୍ରିୟାରେ ଜଣେ ୟୁଜର ଲେଖିଛନ୍ତିଯେ, ଟ୍ୱିଟର ତୁମେ କମାଲ ଦେଖାଅ । ୨୬ ଏପ୍ରିଲ ପୂର୍ବରୁ କୁସୁମର ଏହି ମେସେଜ୍‌ ବିଶାଳ ପର୍ଯ୍ୟନ୍ତ ପହଞ୍ଚାଇଦିଅ ।

ରାୟଗଡ଼ା କଲ୍ୟାଣସିଂହପୁରରେ ଚାଞ୍ଚଲ୍ୟ, କ୍ୱାଟରରୁ ଡେପୁଟି ରେଞ୍ଜରଙ୍କ ସନ୍ଦେହଜନକ ମୃତଦେହ ଠାବ

ରାୟଗଡ଼ା: ଡେପୁଟି ରେଞ୍ଜରଙ୍କ ସନ୍ଦେହଜନକ ମୃତ୍ୟୁ । ରାୟଗଡ଼ା କଲ୍ୟାଣସିଂହପୁର ସରକାରୀ କ୍ବାର୍ଟର୍ସରୁ ମିଳିଲା ଡେପୁଟି ରେଞ୍ଜର ବ୍ରଜମୋହନ ଭୋଇଙ୍କ ମୃତଦେହ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । କଲ୍ୟାଣସିଂହପୁର ଥାନା ସଦର ମହକୁମାରେ ଘଟିଛି ଏହି ଅଭାବନୀୟ ଘଟଣା । ଘଟଣା ସ୍ଥଳରେ ସ୍ଥାନୀୟ ତହସିଲଦାର ସୁଧାକର ରଇତ ଓ ଥାନା ଅଧିକାରୀ ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି । ତେବେ ଏପର୍ଯ୍ୟନ୍ତ ମୃତ୍ୟୁର କାରଣ ଜଣାପଡ଼ିନି । ବ୍ରଜମୋହନ କଲ୍ୟାଣସିଂହପୁର ରେଞ୍ଜରରେ ଡେପୁଟି ରେଞ୍ଜର ଭାବେ କାର୍ଯ୍ୟରତ ଥିଲେ ।

ସବୁଦିନ ଭଳି ଆଜି ମଧ୍ୟ କର୍ମଚାରୀମାନେ ଆସିଥିଲେ । ତାଙ୍କ କ୍ବାର୍ଟର୍ସକୁ ଯାଇ କବାଟ ବାଡେଇବା ସହ ଡ଼ାକିଥିଲେ । କିନ୍ତୁ ସେ କବାଟ ଖୋଲିଲେ ନଥିଲେ । ଶେଷରେ ଝରକା ପଟେ କିଛି କର୍ମଚାରୀ ତାଙ୍କୁ ଖଟରେ ଉଲଗ୍ନ ଅବସ୍ଥାରେ ପଡ଼ି ରହିଥିବା ଦେଖିଥିଲେ । ଏ ନେଇ ସ୍ଥାନୀୟ ରେଞ୍ଜରଙ୍କୁ ସୂଚନା ଦେଇଥିଲେ ଅଫିସ କର୍ମଚାରୀ । ରେଞ୍ଜର ଥାନାରେ ଅଭିଯୋଗ କରିବା ପରେ ଡିଏଫଓ ବିଜୟ କୁମାର ପରିଡ଼ାଙ୍କୁ ଜଣାଇଥିଲେ । ଘଟଣା ସ୍ଥଳରେ ପୋଲିସ ଓ ମାଜିଷ୍ଟ୍ରେଟ ଭାବେ ସୁଧାକର ରହିତ ପହଞ୍ଚି ଶବ ଉଦ୍ଧାର କରିବା ସହ ପରିବାର ଲୋକଙ୍କୁ ଜଣାଇଛନ୍ତି । ତେବେ ଏହି ଘଟଣାର ପୋଲିସ ପହଞ୍ଚି ତଦନ୍ତ କରୁଛି ।

ଆସନ୍ତାକାଲି ଭାରତ ଆସିବେ ବୋରିସ୍‌ ଜନସନ୍‌, କୃଷକ ଆନ୍ଦୋଳନକୁ ନେଇ ମୋଦି କହିବେ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ସହିତ ଚୀନ୍‌ ଏବଂ ପାକିସ୍ତାନକୁ ନେଇ ଆଲୋଚନା କରିବେ । ଦୁଇ ଦେଶ ଦ୍ୱିପାକ୍ଷୀୟ ସମ୍ପର୍କକୁ ନେଇ ଏକ ନୂଆ ଅଧ୍ୟାୟ ଖୋଲିବାକୁ ପ୍ରସ୍ତୁତ । ସୂଚନାଯୋଗ୍ୟ, ଜନସନ ଗୁଜୁରାଟରେ ଗୁରୁବାର ଏକ କାରଖାନାର ଉଦଘାଟନ କରିବେ ଏବଂ ଶୁକ୍ରବାର ଦିଲ୍ଲୀରେ ଆନୁଷ୍ଠାନିକ ବୈଠକରେ ଯୋଗ ଦେବେ ।

ବୋରିସଙ୍କ ଗସ୍ତରେ ଭାରତ ଆଶା କରୁଛିଯେ  ବ୍ରିଟେନ୍‌ ପାକିସ୍ତାନ୍‌ ଏବଂ ଚୀନର ସ୍ଥିତିର ସମୀକ୍ଷା କରିବ ଯାହା ଏକ ବାସ୍ତବ ଏବଂ ସତ୍ୟ ଗଣତନ୍ତ୍ର ଉପରେ ଆଧାରିତ । ଭାରତୀୟ ଅଧିକାରୀ ପାକିସ୍ତାନ ସେନାଙ୍କ ସହିତ ବ୍ରିଟେନର ଦୀର୍ଘ ସମୟ ଧରି ଯୋଡ଼ି ହେବା ଏବଂ ଆତଙ୍କବାଦ ଉପରେ ଭାରତ ଦ୍ୱାରା ଜାରି ବାର୍ତ୍ତାକୁ ନେଇ ସମର୍ଥନ କରିବାରେ ଅସମର୍ଥତା ପ୍ରଦର୍ଶନରେ ନିରାଶ ଅଛି ।

ଭାରତ ଗତ କିଛି ବର୍ଷ ହେବ ରାଓ୍ୱଲପିଣ୍ଡି GCHQ ଆଫାଗାନିସ୍ତାନରେ ସାମିଲ କରିବାକୁ ବ୍ରିଟେନର ତତ୍କାଳୀନ ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ ଜେନେରାଲ ନିକ୍‌ କାର୍ଟଙ୍କ ଭୂମିକାକୁ ନେଇ ନିରାଶ ଅଛି । ବ୍ରିଟେନର ଏହି ପଦକ୍ଷେପରେ ଆଇଏସଆଇ ସମର୍ଥିତ ହକ୍କାନି ନେଟଓ୍ୱର୍କ ଆଜି କାବୁଲକୁ ଶାସନ କରୁଛି । ସୂଚନାଯୋଗ୍ୟ  ଜେନେରାଲ କାର୍ଟର ନଭେମ୍ବର ୨୦୨୧ରେ ସେବାରୁ ବାହାରିଥିଲେ ।

କୋହଲି ହାଲିଆ ହୋଇଗଲେଣି ଓ ରେଷ୍ଟ ନିଅନ୍ତୁ ବୋଲି କିଏ କହିଲେ?

0

ମୁମ୍ବାଇ: ଟିମ୍ ଇଣ୍ଡିଆର ପୂବର୍ତନ କ୍ୟାପେଟନ ବିରାଟ କୋହଲି କିଛି ନା କିଛି ବିଷୟକୁ ନେଇ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି । ତାଙ୍କ ଫ୍ୟାନମାନେ ମଧ୍ୟ ବିଭିନ୍ନ କାରଣକୁ ନେଇ ତାଙ୍କୁ ସବୁବେଳେ ପ୍ରଶଂସା ଏବଂ ସମାଲୋଚନା ବି କରିଥାନ୍ତି । ଏବେ ସେ IPLରେ ରୟାଲ୍ ଚ୍ୟାଲେଞ୍ଚର୍ସ ବେଙ୍ଗାଲୁରୁ (RCB) ପାଇଁ ଖେଳୁଛନ୍ତି । ସେ ମ୍ୟାଚରେ ପ୍ରତି ରନ୍ ପାଇଁ ସଂଘର୍ଷ କରୁଥିବା ଦେଖାଯାଉଛି । ସେ ଏବେ ଭଲ ଫର୍ମରେ ନାହାନ୍ତି ବୋଲି ତାଙ୍କ ଫ୍ୟାନମାନେ ଆଲୋଚନା କରୁଛନ୍ତି ।

ସେ IPLରେ RCB ପକ୍ଷରୁ ମୋଟ ୭ଟି ମ୍ୟାଚ ଖେଳିଛନ୍ତି । ଯେଉଁଥିରେ କେବଳ ଦୁଇ ଥର ୪୦ ରନରୁ ଅଧିକ ରନ୍ କରିଛନ୍ତି । ଗତ ମଙ୍ଗଳବାରରେ ସେ ପ୍ରଥମ ବଲରେ ହିଁ ଆଉଟ୍ ହୋଇଯାଇଥିଲେ ।

 

ଏହାରି ଭିତରେ ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ରବି ଶାସ୍ତ୍ରୀ  ବିରାଟଙ୍କୁ ଆରାମ କରିବାକୁ ପରାମର୍ଶ ଦେଇଛନ୍ତି ।  ସେ କହିଛନ୍ତି ଯେ, ସେ ବହୁତ ଦିନରୁ କ୍ରିକେଟ ଖେଳୁଛନ୍ତି । କରୋନା ସମୟରେ ଗତ କିଛି ବର୍ଷରୁ ବାୟୋ ବବଲରେ ମ୍ୟାଚ୍ ଖେଳା ଯାଉଛି ।  ଏହାରି ଭିତରେ କୋହଲି ମାନସିକ ସ୍ତରରେ ହାଲିଆ ହୋଇଗଲେଣି । ଯଦି କୋହଲି ଆଗକୁ ଥିବା କିଛି ବର୍ଷ ଏପରି ଖେଳିବାକୁ ଚାହାନ୍ତି ତାହାଲେ ତାଙ୍କୁ ଏବେ ଆରାମ ଦରକାର ।

ଏକ ସାକ୍ଷାତକାରରେ ରବି ଶାସ୍ତ୍ରୀ କହିଛନ୍ତି ଯେ, କୋହଲି ଏବେ ଖରାପ ସମୟ ଦେଇ ଗତି କରୁଛନ୍ତି । ୬ରୁ ୭ ବର୍ଷ ପଯ୍ୟନ୍ତ ତାଙ୍କ କ୍ୟାରିୟର ରହିଛି । ସେ ଏବେ ଅଧିକ ମୁସ୍କିଲରେ ନ ପଡ଼ନ୍ତୁ । ମୋର କହିବା କଥା ଏଇୟା ଯେ, ଇଂଣ୍ଡଲ ଗସ୍ତ ପୂର୍ବରୁ କୋହଲିଙ୍କୁ ଆରାମରର ଆବଶ୍ୟକତା ରହିଛି ।

୬ଟି ଦେଶରୁ ରାଜଧାନୀକୁ ଆସୁଥିଲା କୋକେନ୍

ଭୁବନେଶ୍ୱର: ଭୁବନେଶ୍ୱରରେ କୋକେନ୍ ଜବତ ଘଟଣାରେ ସାମ୍ନାକୁ ଆସିଲା ଦାମୀ ନିଶାର ବିଦେଶୀ ଲିଙ୍କ୍ । ରବିର ମୋବାଇଲ ଖୋଲିଲା କୋକେନ୍ ମାଫିଆଙ୍କ ସିକ୍ରେଟ୍ । ବିଦେଶରୁ ଓଡ଼ିଶାକୁ ଆସୁଥିଲା କୋକେନ୍ । ୬ଟି ଦେଶର ମାଫିଆଙ୍କ ସହ ଲିଙ୍କରେ ଥିଲା ରବି । ଚୀନ, ଫ୍ରାନ୍ସ, ଆମେରିକା, ସୁଇଜରଲାଣ୍ଡ, ଥାଇଲ୍ୟାଣ୍ଡ, ସାଉଥ ଆଫ୍ରିକା ମାଫିଆଙ୍କ ସହ ଲିଙ୍କରେ ଥିଲା ରବି । ଅଭିଯୁକ୍ତ ରବିର ମୋବାଇଲରୁ ମିଳିଛି ଏଭଳି କିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ । ନିଶା କାରବାରରେ ଏକ ବଡ଼ ନେଟୱର୍କ କାମ କରୁଛି ବୋଲି ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା । ମାମଲାରେ ଦୁଇ ଅଭିଯୁକ୍ତ ରବି ଓ ସନ୍ନିଙ୍କୁ ଜେରା କରିଛି ଏନସିବି । ବାହାର ରାଜ୍ୟ ଲିଙ୍କ ନେଇ ପଚରାଉଚରା କରିଛି । ୪ ଦିନିଆ ରିମାଣ୍ଡରେ ନେଇ ଦୁଇ ଅଭିଯୁକ୍ତଙ୍କୁ ଗୁଡ଼େଇ ତୁଡ଼େଇ ଜେରା କରୁଛି ଏସଟିଏଫ୍ ।

ଭୁବନେଶ୍ବରରୁ ପ୍ରଥମଥର ପାଇଁ ୨୨୦ ଗ୍ରାମ କୋକେନ୍ ଜବତ ହୋଇଥିଲା । ୨୦୨୩ ହକି ବିଶ୍ବକପକୁ ଟାର୍ଗେଟ୍‌ କରି ଭୁବନେଶ୍ବର ବଜାରରେ କୋକେନ୍‌ ଏଣ୍ଟ୍ରି କରିଥିଲା ଅଭିଯୁକ୍ତ । ୨୦୨୩ ହକି ବିଶ୍ୱକପେ ବିଦେଶୀ ଖେଳାଳୀ ଓ ଦର୍ଶକଙ୍କୁ ଟାର୍ଗେଟ କରି ରାଜଧାନୀରେ କୋକେନ କାୟା ବିସ୍ତାର କରିଥିଲେ ଏହି ଦୁଇ ଅଭିଯୁକ୍ତ । ଭୁବନେଶ୍ବରରୁ କୋକେନ ଜବତ ମାମଲାର ତଦନ୍ତରେ ନାର୍କୋଟିକ୍ କଣ୍ଟ୍ରୋଲ ବ୍ୟୁରୋର ଏଣ୍ଟ୍ରି କରିଛି । କୋକେନ୍ ସିକ୍ରେଟ୍ ମାମଲାର ଦୁଇ ଅଭିଯୁକ୍ତ ରବି ଓ ସନ୍ନିଙ୍କୁ ଜେରା କରିଛି ଏନସିବି ।

ଯୁବତୀଙ୍କୁ ନେଇ ଫେରାର ହୋଇ ଯାଇଥିଲେ ଏହି ବିବାହିତ ପୁରୁଷ, ଅଦାଲତ କହିଲେ ଖୋଜିବାରେ ଖର୍ଚ୍ଚ ହୋଇଥିବା ଅଧା ଟଙ୍କା ଦିଅ…

0

ଅହମଦାବାଦ: ଖୋଜିବା ପାଇଁ ଯେତିକି ଟଙ୍କା ଖର୍ଚ୍ଚ ହୋଇଛି ଏବେ ଅଧା ଦିଅ । ଏଭଳି ଆଦେଶ ଦେଇଛନ୍ତି ଗୁଜୁରାଟ କୋର୍ଟ ।  ସୂଚନା ଅନୁସାରେ ଜଣେ ମହିଳାଙ୍କୁ ନେଇ ଫେରାର ହୋଇ ଯାଇଥିଲେ ଜଣେ ବିବାହିତ ପୁରୁଷ । ଉଭୟଙ୍କୁ ଖୋଜିବା ପାଇଁ ପୁଲିସକୁ ସାତ ମାସ ସମୟ ଲାଗିଗଲା । ଏଥିପାଇଁ ସରକାରଙ୍କ ଖର୍ଚ୍ଚ ହୋଇଥିବା ଟଙ୍କାର ଅଧା ଭାଗ ଉକ୍ତ ବ୍ୟକ୍ତିଙ୍କୁ ଭରଣ କରିବାକୁ ପଡ଼ିବ ବୋଲି କୋର୍ଟ ଆଦେଶ ଦେଇଛନ୍ତି ।

୨୦ ମଇ ୨୦୨୧ରେ ରାଘଭାଇ ରାଜକୋଟର ଜଣେ ୨୦ ବର୍ଷର ଯୁବତୀଙ୍କୁ ନେଇ ଫେରାର ହୋଇ ଯାଇଥିଲେ । ଯୁବତୀଙ୍କ ବାପା ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ ।  ତା ପରଠାରୁ ପୁଲିସ ଉଭୟଙ୍କୁ ଖୋଜିବାରେ ଲାଗିଲା । ସାତ ମାସ ପରେ ଶେଷରେ ଉଭୟଙ୍କୁ ଖୋଜି ପାଇବାରେ ପୁଲିସ୍‌ ସଫଳ ହୋଇଛି । ତେବେ ଫେରାର ହୋଇଥିବା ପୁରୁଷ ଜଣକ ବିବାହିତ ବୋଲି କୋର୍ଟ ଜାଣିବାକୁ ପାଇଲେ ।

ସାତ ମାସରେ ଖୋଜାଖୋଜିରେ  ୧୭ ହଜାର ୭୧୦ ଘଣ୍ଟା ସମୟ ଲାଗିଛି । ୧୯ ଦିନ ଲୋକଙ୍କୁ ପଚରାଉଚରା ବେଳେ ୪୨ ହଜାର ୫୦୦ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ସମୁଦାୟ ଖୋଜିବାରେ  ୧ ଲକ୍ଷ ୧୭ ହଜାର ୫ ଶହ ଟଙ୍କା ଖର୍ଚ୍ଚ ହୋଇଛି ।  ଖାଲି ସେତିକି ନୁହେଁ ଝିଅର ଠିକଣା ଖୋଜି ପାଇବା ପାଇଁ ଯୁବତୀଙ୍କ ବାପା  ୮ ଲକ୍ଷ ୬୦ ହଜାର ଖର୍ଚ୍ଚ କରିଥିବା କହିଛନ୍ତି ।  ଯାହାପରେ ଖର୍ଚ୍ଚ ହୋଇଥିବା ଟଙ୍କାର ଅଧା ରାଶି ଏବେ ଉକ୍ତ ପୁରୁଷ ଜଣକ ଭରଣ କରିବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।  ତେବେ ପୁରୁଷ ଜଣକ ଏବେ ୫୫ ହଜାର ଟଙ୍କା ଦେବେ ।  ଯଦି ସେ ବ୍ୟକ୍ତି ଜଣକ ଟଙ୍କା ନ ଦିଅନ୍ତି ତେବେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ।

ସୌମ୍ୟରଞ୍ଜନ ପାଣିଗ୍ରାହୀ ଆତ୍ମହତ୍ୟା ମାମଲା, ସୋନାଲି ନନ୍ଦ ଓ ତାଙ୍କ ମାଆଙ୍କ ନାଁରେ ମାମଲା ରୁଜୁ

ଭୁବନେଶ୍ୱର: ମଡେଲ ସୌମ୍ୟରଞ୍ଜନ ପାଣିଗ୍ରାହୀ ଆତ୍ମହତ୍ୟା ଘଟଣା । ପ୍ରେମିକା ସୋନାଲି ନନ୍ଦ ଓ ତାଙ୍କ ମାଆଙ୍କ ନାଁରେ ମାମଲା ରୁଜୁ କଲା ଇନଫୋସିଟି ପୋଲିସ । ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ମାମଲା ରୁଜୁ କଲା ପୋଲିସ । ସୋନାଲି ଓ ତାଙ୍କ ମାଆଙ୍କ ନାଁରେ ମାମଲା ରୁଜୁ ପାଇଁ ଭୁବନେଶ୍ବର ଡିସିପିଙ୍କୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ଗତ ଜାନୁୟାରୀ ୩୦ ତାରିଖରେ ସୌମ୍ୟରଞ୍ଜନ ଆତ୍ମହତ୍ୟା କରିଥିଲେ । ତାଙ୍କ ସୁଇସାଇଡ ନୋଟରେ ସେ ମୃତ୍ୟୁ ପାଇଁ ସୋନାଲି ନନ୍ଦଙ୍କୁ ଦାୟୀ କରିଥିଲେ । ସୌମ୍ୟଙ୍କ ଭଉଣୀ ଏନେଇ ଥାନାରେ ଅଭିଯୋଗ କରିଥିଲେ । କିନ୍ତୁ ପୋଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିଲା । ଯାହା ଫଳରେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ ପରିବାର ଲୋକ । ହାଇକୋର୍ଟ ଭୁବନେଶ୍ୱର ଡିସିପିଙ୍କୁ ଏନେଇ ମାମଲା ରୁଜୁ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଘଟଣାର ଅଢ଼େଇ ମାସ ପରେ ପୋଲିସ ମାମଲା ରୁଜୁ କରିଛି ।

https://www.youtube.com/watch?v=mD2CQ_-6OhQ

CUET: CUETରେ ଆବେଦନକୁ ନେଇ ଓ୍ୱେବିନାର କରିବ ଦିଲ୍ଲୀ ବିଶ୍ୱବିଦ୍ୟାଳୟ

ନୂଆଦିଲ୍ଲୀ: ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଆଡ଼ମିଶନ ଶାଖା ସିୟୁଇଟିରେ ଆବେଦନର ସସମ୍ୟାକୁ ନେଇ ୨୨ ଏପ୍ରିଲଠାରୁ ଓ୍ୱେବିନାର ଘୋଷଣା କରିଛି । ଓ୍ୱେବିନାର ଦିନ ୨ଟା ୩୦ ମିନିଟରେ ଡିୟୁ ଆଡ଼ମିଶନ ଓ୍ୱେବସାଇଟରେ ହେବ । ତେବେ ଛାତ୍ରଙ୍କ ଅଭିଯୋଗକୁ ନଜରରେ ରଖି ବିଶ୍ୱବିଦ୍ୟାଳୟ ଏହି ନିଷ୍ପତ୍ତି ନେଇଛି । କେବଳ ସେତିକି ନୁହେଁ ଏହାକୁ ବାଦ୍‌ ଦେଲେ ଡିୟୁର ରେଜିଷ୍ଟ୍ରାର ସିୟୁଇଟି ଆବେଦନର ସମାଧାନ ପାଇଁ  ଛାତ୍ରଙ୍କ ପାଇଁ କେତେକ ନିର୍ଦ୍ଦେଶନାମା ଜାରି କରିଛି ।

ଅନ୍ୟପଟେ ଡିୟୁର କହିବା ହେଉଛି ଛାତ୍ରଛାତ୍ରୀ ବା ଆବେଦନକାରୀ ଅଧିକ ସୂଚନା ପାଇଁ ଡିୟୁର ବୁଲେଟିନ୍‌ ଦେଖିବା ନିହାତି ଆବଶ୍ୟକ । ଯେଉଁଥିରେ ପ୍ରବେଶ ସମ୍ବଦ୍ଧୀୟ ସମସ୍ତ ସୂଚନା ବିସ୍ତୃତ ଭାବରେ ବର୍ଣ୍ଣନା କରାଯାଇଛି । ସୂଚନାର ବୁଲେଟିନରେ କଲେଜର ସମ୍ଭାବିତ ସିଟ୍‌ ମ୍ୟାଟ୍ରିକ୍ସ ସହିତ ବିଷୟରେ ବିବରଣୀ ଦିଆଯାଇଛି ।

ସକାଳ ଠାରୁ ଆରମ୍ଭ କରି ସଂଧ୍ୟା ପର୍ଯ୍ୟନ୍ତ ଚ୍ୟାଟ୍‌ ବଟ୍‌ କାମ କରିବ । ଡିୟୁରେ ଚ୍ୟାଟ୍‌ ବଟର ବିକଳ୍ପ ରହିଛି । ଏଥିରେ ଛାତ୍ରମାନେ ପ୍ରଶ୍ନ ପଚାରି ପାରିବେ । ତେବେ ଜାତୀୟ ଛୁଟିଦିନକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ଦିନ ଏହି ସେବା ସକାଳ ୯ଟା ୩୦ରୁ ସଂଧ୍ୟା ୫ଟା ୩୦ ପର୍ଯ୍ୟନ୍ତ ଉପଲବ୍ଧ ହେବ । ଏହା ବ୍ୟତୀତ ଆବେଦନ ପ୍ରକ୍ରିୟାକୁ ସରଳୀକରଣ କରିବାକୁ ଡିୟୁ ଭିଡ଼ିଓ ଟ୍ୟୁଟୋରିଆଲର ମଧ୍ୟ ବ୍ୟବସ୍ଥା କରିଛି । ଏହା ଉଭୟ ଇଂରାଜୀ ଏବଂ ହିନ୍ଦୀ ଭାଷାରେ ଉପଲବ୍ଧ ହେବ ।

ଆବେଦନ ପାଇଁ https://cuet.samarth.ac.in

ସୂଚନା ପାଇଁ- www.admission.uod.ac.in

ଡିୟୁରେ ଆଡମିଶନ ପାଇଁ- https://pgadmission.uod.ac.in

 ସ୍ନାତକ ଆବେଦନରେ ସମସ୍ୟା ହେଉଥିଲେ-  [email protected]

ପିଜି ଆବେଦନରେ ସମସ୍ୟା ହେଉଥିଲେ-  [email protected]ରେ କ୍ଲିକ୍‌ କରନ୍ତୁ ।

ଚିତାକୁ ଗଛରୁ ଓହ୍ଲାଇଲେ ଫରେଷ୍ଟର, ଭିଡିଓ ଭାଇରାଲ

ଆସାମ: ଜନବସତିରେ ଥିବା ଏକ ଗଛରେ ଚଢ଼ିଥିବା ଚିତାକୁ ନିଜେ ଓହ୍ଲାଇଛନ୍ତି ଜଣେ ଫରେଷ୍ଟର । ଆପଣଙ୍କୁ ଏହି କଥା ଟିକେ ଅଡୁଆ ଲାଗୁଥାଇପାରେ । କାରଣ ଚିତାବାଘ ଏକ ହିଂସ୍ର ପ୍ରାଣୀ । ମଣିଷ ତା’ ପାଖକୁ ଯିବାକୁ ବି ସାହସ କରେନି । ଏଠି କିନ୍ତୁ ଏହି ବିଷୟ ଟିକେ ଆଶ୍ଚର୍ଯ୍ୟ କଲାପରି ଲାଗୁଛି । ଗଛରେ ଫସିଥିବା ଗୋଟେ ଚିତାବାଘକୁ ନିଜେ ଗଛରୁ ଓହ୍ଲାଇଛନ୍ତି ଫରେଷ୍ଟର । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଏହି ଘଟଣା ଘଟିଛି ଆସାମରେ । ଆସାମର ଗୋହାଟି ଅଞ୍ଚଳର ଏକ କଲୋନିରେ ଥିବା ଗଛରେ ବାଘଟି ଫସି ରହିଥିଲା । ଲୋକେ ବାଘକୁ ଦେଖି ବନ ବିଭାଗକୁ ଖବର ଦେଇଥିଲେ । ତା’ ପରେ ବନ ବିଭାଗ ସେଠାରେ ପହଞ୍ଚି ଅପରେସନ୍ ଆରମ୍ଭ କରିଦେଇଥିଲେ ।

ଅପରେସନର ପୂରା ଭିଡିଓ ଆସାମ ବନ ବିଭାଗ ନିଜ ଟ୍ବିଟର ଆକାଉଣ୍ଟରେ ପୋଷ୍ଟ କରିଛନ୍ତି । ଯେଉଁଥିରେ ଦେଖାଯାଉଛି ଯେ, ଜଣେ ବନ ବିଭାଗ ଅଧିକାରୀ ଗଛ ଉପରେ ଚଢ଼ି ବାଘକୁ ସେଠାରୁ ଓହ୍ଲାଉଛନ୍ତି । ଅତି ସାହସର ସହ ସେ ଏହି କାମ କରୁଥିବାରୁ ଏହି ଭିଡିଓ ସୋସିଆଲ ମିଡିଆ ୟୁଜରଙ୍କ ମନକୁ ଛୁଇଁଛି । ଏହାକୁ ଅଧିକରୁ ଅଧିକ ସେୟାର ଏବଂ ରିଟ୍ବିଟ କରିବା ସହ ଭିଡିଓଟି ଭାଇରାଲ ହେବାରେ ଲାଗିଛି ।

ଏହି ଭିଡିଓ ସହ ବନ ବିଭାଗ ଆଉ ଗୋଟେ ଭିଡିଓ ବି ସେୟାର କରିଛନ୍ତି । ଯେଉଁଥିରେ ଦେଖାଯାଉଛି ଯେ, ରେସ୍କ୍ୟୁ ଅପରେସନକୁ ଦେଖିବାକୁ ଲୋକଙ୍କର ପ୍ରବଳ ଭିଡ଼ ଜମିଛି । ଏବଂ କିଛି ବନ ବିଭାଗ ଅଧିକାରୀ ଗଛ ତଳେ ଜାଲ ଧରି ଠିଆ ହୋଇଛନ୍ତି । ଅତି ସାବଧାନର ସହ ଅଧିକାରୀମାନେ ବାଘକୁ ଗଛରୁ ରେସ୍କ୍ୟୁ କରୁଛନ୍ତି ।

ମିଳିଥିବା ଖବର ଅନୁସାରେ ବାଘକୁ ରେସ୍କ୍ୟୁ ପରେ ଚିକିତ୍ସା କରାଯାଇ ପ୍ରାଣୀ ଉଦ୍ୟାନରେ ଛଡ଼ାଯାଇଛି ।