spot_img
Home Blog Page 4257

ଏସିଡ ମାଡ଼ ଘଟଣା: ଦୁଇ ଅଭିଯୁକ୍ତଙ୍କୁ ୧୪ ବର୍ଷ ସଶ୍ରମ କାରାଦଣ୍ଡାଦେଶ

ଜଗତସିଂହପୁର: ବହୁଚର୍ଚ୍ଚିତ ଜଗତସିଂହପୁର ପ୍ରମୋଦିନ ରାଉଳଙ୍କୁ ଏସିଡ ମାଡ଼ ମାମଲାର ପ୍ରକାଶ ପାଇଁ ଦଣ୍ଡ ବିଧାନ । ଦୁଇ ଅଭିଯୁକ୍ତ ସନ୍ତୋଷ ବେଦାନ୍ତ ଏବଂ ଅନୀଲ ଦଳସିଂରାୟଙ୍କୁ ୧୪ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି ଜଗତସିଂହପୁର ଏଏସଜେ ମହିଳା କୋର୍ଟ । ୧୪ ବର୍ଷ ଜେଲ ସହ ୧୪ ହଜାର ଟଙ୍କା ଜରିମାନା କରାଯାଇଛି । ୨୦୦୯ ଏପ୍ରିଲ ୧୮ ତାରିଖରେ ପ୍ରମୋଦିନୀକୁ କନକପୁରଠାରେ ଏସିଡ଼ ମାଡ଼ ହୋଇଥିଲା ।

ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ କନକପୁରର ପ୍ରମୋଦିନୀ ମଣିଚରଣ ଶାରଳା ଏକାଡେମୀ କଲେଜରେ ୨୦୦୯ରେ ଯୁକ୍ତଦୁଇରେ ଅଧ୍ୟୟନ କରୁଥିଲେ । ୨୦୦୯ ଏପ୍ରିଲ ୧୮ ତାରିଖ ସନ୍ଧ୍ୟା ୭ଟା ୧୫ ମିନିଟ ସମୟରେ ପ୍ରମୋଦିନୀ ତାଙ୍କ ଭାଇଙ୍କ ସହ ପାଖରେ ଥିବା ମାଉସୀଙ୍କ ଘରକୁ ଯାଉଥିବା ବେଳେ ଘର ପାଖ ମନ୍ଦିର ପଛପଟେ ଦୁଇ କଣ ଯୁବକ ଏକ ବାଇକରେ ଆସି ସାଙ୍ଗରେ ଯିବାକୁ କହିଥିଲେ । ପ୍ରମୋଦିନୀ ଏହାକୁ ବିରୋଧ କରିବା ସହ ପ୍ରମୋଦିନୀଙ୍କ ଭାଇ ମଧ୍ୟ ଏହାର ଦୃଢ ବିରୋଧ କରିଥିଲେ । ତା’ପରେ ଅଭିଯୁକ୍ତ ସନ୍ତୋଷ କୁମାର ବେଦାନ୍ତ ଏକ ଏସିଡ ବୋତଲ ବାହାର କରି ପ୍ରମୋଦିନୀଙ୍କ ମୁଣ୍ଡ ଓ ଦେହକୁ ଫିଙ୍ଗିବାରୁ ପ୍ରମୋଦିନୀ ଗୁରୁତର ହୋଇ ପଡ଼ିଥିଲେ । ସଙ୍ଗେ ସଙ୍ଗେ ତାଙ୍କୁ ଜଗତସିଂହପୁର ଓ ପରେ କଟକ ବଡ଼ ମେଡିକାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା । ପ୍ରମୋଦିନୀଙ୍କୁ ଅଭିଯୁକ୍ତ ସନ୍ତୋଷ ଏକ ତରଫା ଭଲ ପାଉଥିଲେ । ହେଲେ ପ୍ରମୋଦିନୀ ସନ୍ତୋଷକୁ ବିରୋଧ କରିଆସୁଥିଲେ । ଆଉ ଏଥିରେ ସନ୍ତୋଷକୁ ସାହାଯ୍ୟ କରୁଥିଲେ ନୟାଗଡ଼ର ଅନିଲ ଦଳସିଂହରାୟ । ଏମାନଙ୍କ ନାଁରେ ତିର୍ତ୍ତୋଲ ଥାନାରେ ମାମଲା ରୁଜୁ ହୋଇଥିଲା ।

ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ, ସ୍ବାମୀଙ୍କ ଅଧୁରା ସ୍ବପ୍ନ ପୂରଣ କରିବି: ଅଳକା

ଭୁବନେଶ୍ବର: ବ୍ରଜରାଜନଗର ଉପ ନିର୍ବାଚନ ପାଇଁ ସ୍ବର୍ଗତ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତିଙ୍କ ନାଁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଳକାଙ୍କ ନାଁ ଘୋଷଣା ସହ ନବୀନ ନିବାସ ଆଗରେ କର୍ମୀଙ୍କ ଉତ୍ସାହ ଦେଖିବାକୁ ମିଳିଥିଲା । ନବୀନ ପଟ୍ଟନାୟକ ଜିନ୍ଦାବାଦ ଏବଂ କିଶୋର ପଟ୍ଟନାୟକ ଅମର ରହେ ଧ୍ବନୀରେ ପ୍ରକମ୍ପିତ ହୋଇଥିଲା ନବୀନ ନିବାସ ପରିସର ।

ନାଁ ଘୋଷଣା ପରେ ପ୍ରତିକ୍ରିୟା ରଖିଛନ୍ତି ଅଳକା ମହାନ୍ତି । ତାଙ୍କ ଉପରେ ଆସ୍ଥା ପ୍ରକଟ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ଅଳକା । ଏହାସହ ବ୍ରଜରାଜନଗର ଅଞ୍ଚଳର ଲୋକଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି । ଏହି ଅବସରରେ ସ୍ବାମୀ ସ୍ବର୍ଗତ କିଶୋର ମହାନ୍ତିଙ୍କୁ ମନେ ପକାଇଛନ୍ତି ଅଳକା । କହିଛନ୍ତି ବ୍ରଜରାଜନଗରର ବିକାଶ ପାଇଁ ସ୍ବାମୀ ବହୁତ ସ୍ବପ୍ନ ଦେଖିଥିଲେ । ସେ ସ୍ବପ୍ନ ପୂରଣ ହେବା ପୂର୍ବରୁ ସେ ଆରପାରିକୁ ଚାଲିଗଲେ । ସେ ଦେଖିଥିବା ସବୁ ସ୍ବପ୍ନ ପୂରଣ କରିବାକୁ ଚେଷ୍ଟା କରିବି ।

ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡାଙ୍କ ସହ ତାଙ୍କ ପ୍ରତିଦ୍ବନ୍ଦ୍ବିତାକୁ ନେଇ ପ୍ରଶ୍ନର ଉତ୍ତରରେ ସେ ମୋର ବଡ଼ ଭଉଣୀ ଭଳି କହିଥିଲେ । ରାଜନୀତିରେ ସବୁ ଦଳ ନିଜ ପ୍ରାର୍ଥୀ ଘୋଷଣା କରିବେ ।

ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ ଯୋଜନା ଓ ଲୋକାଭିମୁଖୀ କାମକୁ ନେଇ ଲୋକଙ୍କ ପାଖକୁ ଯିବୁ ବୋଲି ସେ କହିଛନ୍ତି । ଏହାସହ ଆହୁରି କହିଛନ୍ତି, ମୁଖ୍ୟମନ୍ତ୍ରୀ ଓଡ଼ିଶାବାସୀଙ୍କ ପାଇଁ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଯୋଜନା କରିଛନ୍ତି । ଏହି ସବୁ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବୁ । ବହୁତ ପରିଶ୍ରମ କରିବୁ ଓ ଅଧିକରୁ ଅଧିକ ଭୋଟରେ ଜିତାବୁକ ଚେଷ୍ଟା କରିବୁ ।

ସୂଚନାଯୋଗ୍ୟ, କିଶୋର ମହାନ୍ତିଙ୍କ ବିୟୋଗ ପରେ ଏହି ଆସନଟି ଖାଲି ପଡିଥିଲା । ୪ ଥର ବିଧାୟକ ଥିଲେ କିଶୋର ମହାନ୍ତି । ଝାରସୁଗୁଡ଼ାରୁ ୩ ଥର ଜିତିଥିବା ବେଳେ ବ୍ରଜରାଜନଗରରୁ ଥରେ ବିଧାୟକ ହୋଇଥିଲେ । ବିଧାନସଭାର ବାଚସ୍ପତି ଭାବେ ମଧ୍ୟ ଦାୟିତ୍ବ ତୁଲାଇଥିଲେ କିଶୋର । ମେ’ ୧୧ ତାରିଖରେ ଅଳକା ନାମାଙ୍କନପତ୍ର ଦାଖଲ କରିପାରନ୍ତି । ମେ’ ୩୧ରେ ବ୍ରଜରାନଗରରେ ହେବ ଭୋଟ ଗ୍ରହଣ । ଜୁନ ୩ ତାରିଖରେ ପ୍ରକାଶ ପାଇବ ଫଳାଫଳ ।

ଦାଉଦ ସହଯୋଗୀଙ୍କ ଆଡ୍ଡାରେ NIAର ରେଡ୍

ମୁମ୍ୱାଇ: ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନ୍‌ଆଇଏ) ସୋମବାର ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛି । ପଳାତକ ଗ୍ୟାଙ୍ଗଷ୍ଟର ଦାଉଦ ଇବ୍ରାହିମର ବିଭିନ୍ନ ସହଯୋଗୀଙ୍କ ଆଡ୍ଡା ଉପରେ ଚଢ଼ାଉ କରିଛି । ମହାଜନୀ କାରବାରରେ ସମ୍ପୃକ୍ତି ନେଇ ଚଢ଼ାଉ ହୋଇଛି ।

ନାଗପଡା, ଗୋରେଗାଓଁ, ବୋରିଭାଲୀ, ସାଣ୍ଟାକ୍ରୁଜ୍, ମୁମ୍ୱାଇ, ଭିଣ୍ଡି ବଜାର ଏବଂ ଅନ୍ୟାନ୍ୟ ସ୍ଥାନରେ ଏହି ଚଢାଉ କରାଯାଇଛି । ଏହି ଚଢ଼ାଉ ସମ୍ପର୍କରେ ସୂଚନା ଦେଇ ଏନଆଇ କହିଛନ୍ତି ଯେ ଅଣ୍ଡରୱାର୍ଲ୍ଡ ଡନ୍ ଦାଉଡ୍ ଇବ୍ରାହିମଙ୍କ ସହଯୋଗୀଙ୍କ ଆଡ୍ଡାରେ ଏନଆଇଏ ରେଡ୍ କରିଛି । ଅନୁସନ୍ଧାନକାରୀ ସଂସ୍ଥା କହିଛି ଯେ ଦାଉଦଙ୍କ ସହ ଅନେକ ହାୱାଲା ଅପରେଟର ଏବଂ ଡ୍ରଗ୍ ବେପାରୀ ସମ୍ପୃକ୍ତ । ଏଜେନ୍ସି ପକ୍ଷରୁ ଛୋଟା ସକିଲର ଜଣେ ସହଯୋଗୀଙ୍କୁ ଅଟକ ରଖାଯିବା ସହ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଛି ।

ବହୁ ମହାଜନୀ ଏବଂ ଡ୍ରଗ୍ସ କାରବାରରେ ଦାଉଦ ସହଯୋଗୀଙ୍କ ବିରୋଧରେ ମାମଲା ରୁଜୁ କରିଛି ଏନଆଇଏ । ଚଳିତ ବର୍ଷ ଫେବ୍ରୁଆରୀରେ ଆତଙ୍କବାଦୀ କାର୍ଯ୍ୟକଳାପ, ସଂଗଠିତ ଅପରାଧ ତଥା ଭାରତରେ ଅଶାନ୍ତି ସୃଷ୍ଟି କରିବା ଉଦ୍ଦେଶ୍ୟରେ ଡି-କମ୍ପାନୀର ଶୀର୍ଷ ନେତୃତ୍ୱ ତଥା ଅପରେଟରଙ୍କ ସମ୍ପୃକ୍ତି ସମ୍ପର୍କରେ ଏନଆଇଏ ଏକ ମାମଲା ରୁଜୁ କରିଥିଲା । ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ (UAPA) ଅନୁଯାୟୀ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ପାକିସ୍ତାନର କରାଚିରେ ଥିବା ଡନ୍ ଦାଉଡ୍ ଇବ୍ରାହିମ୍ ଦ୍ୱାରା ପରିଚାଳିତ ଅଣ୍ଡରୱାର୍ଲ୍ଡ ନେଟୱାର୍କର ସଦସ୍ୟଙ୍କ ଦ୍ୱାରା କରାଯାଇଥିବା ଅପରାଧିକ ତଥା ଆତଙ୍କବାଦୀ କାର୍ଯ୍ୟକଳାପର ସମ୍ପୂର୍ଣ୍ଣ ଗତିବିଧି ଉପରେ ଏନଆଇଏ ତଦାରଖ କରୁଛି ।

 

ଅଳକା ମହାନ୍ତି ବ୍ରଜରାଜନଗର ଉପ ନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ

ଭୁବନେଶ୍ବର: ବ୍ରଜରାଜନଗର ଉପନିର୍ବାଚନ ପାଇଁ ଘୋଷଣା ହୋଇଛି ବିଜେଡି ପ୍ରାର୍ଥୀଙ୍କ ନାଁ । ସ୍ବର୍ଗତ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତିଙ୍କୁ ବ୍ରଜରାଜନଗର ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତା ୧୧ ତାରିଖରେ ଅଳକା ମହାନ୍ତି ନାମାଙ୍କନପତ୍ର ଦାଖଲ କରିପାରନ୍ତି ।

ଆଜି ପ୍ରାର୍ଥୀ ଘୋଷଣା ହେବାକୁ ଥିବା ବେଳେ ନବୀନ ନିବାସରେ ବ୍ରଜରାଜନଗର ବିଜେଡି ପର୍ଯ୍ୟବେକ୍ଷକ ସୁବାସ ସିଂଙ୍କ ସମେତ ଅନ୍ୟ ବରିଷ୍ଠ ନେତାମାନେ ପହଞ୍ଚିଥିଲେ । କିଶୋର ମହାନ୍ତିଙ୍କ ମୃତ୍ୟୁ ପରେ ତାଙ୍କ ଅଧୁରା ସ୍ବପ୍ନ ପୂରଣ କରିବି ବୋଲି ଅଳକା କହିଥିଲେ । ମୁଖ୍ୟମନ୍ତ୍ରୀ ତାଙ୍କୁ ପ୍ରାର୍ଥୀ କରି ମହିଳା ସଶକ୍ତିକରଣକୁ ଆଉ ପାଦେ ଆଗକୁ ନେଇଛନ୍ତି ।

ଅଳକାଙ୍କ ନାଁ ଘୋଷଣା ପରେ ନବୀନ ନିବାସରେ ବିଜେଡି ସମର୍ଥକଙ୍କ ଭିଡ ଦେଖିବାକୁ ମିଳିଛି । ଧୀରେ ଧୀରେ ଭିଡ ବଢିବାରେ ଲାଗିଛି । କିଶୋର ମହାନ୍ତି ଅମର ରହେ ଧ୍ବନୀରେ କମ୍ପିଥିଲା ପୂରା ଅଞ୍ଚଳ । ଏହାସହ କର୍ମୀ ନବୀନ ପଟ୍ଟନାୟକ ଜିନ୍ଦାବାଦ ଧ୍ବନୀ ପକାଇ ଖୁସି ମନାଇଥିଲେ ।

ବିଜେପିରୁ ରାଧାରାଣୀ ପଣ୍ଡା ପ୍ରାର୍ଥୀ ହୋଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଘୋଷଣା ଚୂଡାନ୍ତ କରିନାହିଁ ।

ଏସସିବିରେ ଅନଲାଇନ୍ ପଞ୍ଜିକରଣ

କଟକ: ଏସସିବିରେ ଓପିଡି ରୋଗୀ ସେବା ଟିକେଟ ପାଇଁ ଆରମ୍ଭ ହେଲା ଅନଲାଇନ ପଞ୍ଜିକରଣ ବ୍ୟବସ୍ଥା । ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗର ନିଷ୍ପତ୍ତି ଅନୁଯାୟୀ, WWW.ESWASTHYA.ODISHA.GOV.IN ରେ ଲଗ୍ ଇନ୍ କରି ପଞ୍ଜୀକରଣ କରିପାରିବେ ରୋଗୀ ବା ତାଙ୍କ ସଂପର୍କୀୟ । 7 ଦିନ ପାଇଁ ଆବଶ୍ୟକ ଅନୁଯାୟୀ ଟିକେଟ ବୁକିଂ କରି ହେବ । ରାତି 12ଟାରୁ ବୁକିଂ ସହ ଲୋକଙ୍କ ପାଇଁ ଅଫଲାଇନ ଟିକେଟ ବୁକିଂ ଜାରି ରହିବ ।

ପ୍ରତିଦିନ ରାଜ୍ୟ ତଥା ରାଜ୍ୟ ବାହାରୁ ଚିକିତ୍ସା ପାଇଁ 7 ହଜାରରୁ ଅଧିକ ରୋଗୀ ଆସୁଛନ୍ତି । ସେମାନଙ୍କ ପାଇଁ  20ଟି କାଉଣ୍ଟର ରହିଛି । ତଥାପି ଖରାରେ ଘଣ୍ଟା ଘଣ୍ଟା ଧରି ଲୋକମାନେ ଓପିଡି ଟିକେଟ ପାଇଁ ଲାଇନ ଲଗାଇ ଅପେକ୍ଷା କରୁଥିଲେ । ଏବେ ଲୋକମାନେ ଅନଲାଇନ ପଞ୍ଜିକରଣ କଲେ ଭିଡ଼ କମିବା ସହିତ ସହଜରେ ରୋଗୀ ଦେଖାଇ ହେବ ।

ସ୍ବର୍ଗଦ୍ବାରରେ ପଦ୍ମଶ୍ରୀ ରଜତ କରଙ୍କ ଶେଷକୃତ୍ୟ

ଭୁବନେଶ୍ବର: ଆଜି ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ସ୍ବର୍ଗଦ୍ବାରରେ ହେବ ପଦ୍ମଶ୍ରୀ ରଜତ କରଙ୍କ ଶେଷକୃତ୍ୟ ସମ୍ପନ୍ନ । ଏହା ପୂର୍ବରୁ ଭୁବନେଶ୍ବର ବାସଭବନରେ ବହୁ ବିଶିଷ୍ଟ ବ୍ୟକ୍ତି ରଜତ କରଙ୍କ ଶେଷ ଦର୍ଶନ କରିବା ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ରଜତ କରଙ୍କୁ ଶ୍ରଦ୍ଧାଞ୍ଚଳି ଜଣାଇଛନ୍ତି । ମନ୍ତ୍ରୀ ପ୍ରତାପ ଜେନା, ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ପୋଲିସ କମିଶନର ସୌମେନ୍ଦ୍ର ପ୍ରୀୟଦର୍ଶୀ ପ୍ରମୁଖ ତାଙ୍କର ଶେଷ ଦର୍ଶନ କରିଛନ୍ତି ।

ଗତକାଲି ୮୮ ବର୍ଷ ବୟସରେ ଆଖି ବୁଜିଥିଲେ ଜଗନ୍ନାଥ ସଂସ୍କୃତିର ପ୍ରବକ୍ତା ବାଗ୍ମୀ ରଜତ କର । ୧୯୩୪ ମସିହା ଅକ୍ଟୋବର ୨ରେ କଟକ ଜିଲ୍ଲାରେ ଜନ୍ମଲାଭ କରିଥିବା ରଜତଙ୍କୁ ୨୦୨୧ରେ ସମ୍ମାନଜନକ ପଦ୍ମଶ୍ରୀ ଉପାଧି ମିଳିଥିଲା । ଜଗନ୍ନାଥ ସଂସ୍କୃତି ଓ ରୀତିନୀତିକୁ ନେଇ ସେ ଅନେକ ସାହିତ୍ୟ ରଚନା କରିଥିଲେ । ରଜତ କର ଓଡ଼ିଶା ସରକାରଙ୍କ ଶିକ୍ଷା ବିଭାଗରେ ଦୀର୍ଘଦିନ ଧରି କାମ କରିଥିଲେ ଏବଂ SCERTର ନିର୍ଦ୍ଦେଶକ ଭାବେ ଚାକିରିରୁ ଅବସର ଗ୍ରହଣ କରିଥିଲେ । ସେ ଆକାଶବାଣୀର ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ  କରିବା ସହିତ ଅନେକ ନାଟକ ରଚନା କରିଛନ୍ତି ।

ସେ ପଦ୍ମଶ୍ରୀ ସମ୍ମାନ, ରାମଚନ୍ଦ୍ର ମିଶ୍ର ନାଟକ ସମ୍ମାନ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର, ଓଡ଼ିଶା ସାହିତ୍ୟ ଏକାଡେମୀ ସମ୍ବର୍ଦ୍ଧନା, ଗୋଦାବରୀଶ ମିଶ୍ର ସମ୍ମାନ ଇତ୍ୟାଦି ସମ୍ମାନ ଲାଭ କରିଥିଲେ । ସ୍ବର୍ଗତ ବିଛନ୍ଦ ଚରଣ ପଟ୍ଟନାୟକ ଥିଲେ ରଜତଙ୍କ ସାହିତ୍ୟ ଜୀବନର ଗୁରୁ । ଭଞ୍ଜ ସାହିତ୍ୟ ଓ ଜଗନ୍ନାଥ ଚେତନାର ସେ ଥିଲେ ଦକ୍ଷ ବିଶ୍ଲେଷକ । ଦେଶ ବିଦେଶରେ ଜଗନ୍ନାଥ ସଂସ୍କୃତିର ପ୍ରଚାର କରି ଖ୍ୟାତି ଅର୍ଜନ କରିଥିଲେ । ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ଜଣେ ସୁବକ୍ତା ଭାବେ ତାଙ୍କର ସୁଖ୍ୟାତି ଥିଲା । ୧୯୫୭ରୁ ସେ ରଥଯାତ୍ରାର ଧାରା ବିବରଣୀ ଦେଇ ଜନମାନସରେ ଆଦୃତ ହୋଇଥିଲେ ।

ପୂର୍ବତନ ବାଚସ୍ପତି ଶରତ କରଙ୍କ ଭାଇ ହେଉଛନ୍ତି ରଜତ । ତାଙ୍କ ବିୟୋଗରେ ସବୁ ମହଲରୁ ଶୋକ ପ୍ରକାଶ ପାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରି ତାଙ୍କର ଅମର ଆତ୍ମାର ସଦଗତି କାମନା କରିଛନ୍ତି ।

ଉତ୍ତରାଖଣ୍ଡର ୬ରେଳ ଷ୍ଟେସନ ଉଡ଼ାଇ ଦେବା ନେଇ ଧମକପୂର୍ଣ୍ଣ ଚିଠି

ଉତ୍ତରାଖଣ୍ଡ: ଋରକି ରେଳଓ୍ୱେ ଷ୍ଟେସନ ସୁପରିଣ୍ଟେଣ୍ଡେଣ୍ଟଙ୍କୁ ମିଳିଛି ଧମକପୂର୍ଣ୍ଣ ଚିଠି । ଉତ୍ତରାଖଣ୍ଡରେ ଥିବା ୬ଟି ରେଳ ଷ୍ଟେସନକୁ ବୋମା ବିସ୍ଫୋରଣ କରି ଉଡ଼ାଇଦେବା ନେଇ ଚିଠିରେ ଉଲ୍ଲେଖ ରହିଛି । ଇ-ମେଲ୍ ଜରିଆରେ ଏହି ଧମକ ପୂର୍ଣ୍ଣ ଚିଠି ଆସିଛି ।

Letter threatens to blow up 6 railway stations, religious sites in  Uttarakhand, police on alert | Uttarakhand News | Zee News

ପଠାଇଥିବା ବ୍ୟକ୍ତି ଜଣଙ୍କୁ ନିଜ ଜୈସ ଏ ମହମ୍ମଦର ଏରିଆ କମାଣ୍ଡର ବୋଲି କହିଥିବା ବେଳେ  ତାଙ୍କର ନାମ ସଲିମ୍‌ ଅନ୍‌ସାରି ବୋଲି ଉତ୍ତରାଖଣ୍ଡ ପୋଲିସ ମହାନିର୍ଦେଶକ ଅଶୋକ କୁମାର କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ବିଗତ ୨୦ ବର୍ଷ ହେବ ମାନସିକ ବିକାରଗସ୍ତ ଜଣେ ବ୍ୟକ୍ତି ଏଭଳି ଧମକ-ଚିଠି ପଠାଉଛନ୍ତି। ତଥାପି, ସତର୍କତା ଅବଲମ୍ବନ କରାଯାଉଛି।

Letter threatens to blow up 6 railway stations in Uttarakhand

ମେ ୨୧ ତାରିଖ ଦିନ ଲକ୍ସର୍‌, ନାଜିବାବାଦ, ଡେହରାଡୁନ୍, ଋର୍‌କି, ଋଷିକେଶ, ହରିଦ୍ୱାର ଆଦି ୬ଟି ରେଳବାଇ ଷ୍ଟେସନ୍‌ ଏବଂ ଅନ୍ୟାନ୍ୟ ଧର୍ମପୀଠରେ ବୋମା ବିସ୍ଫୋରଣ କରାଯିବ ବୋଲି ମେ’ ୭ ତାରିଖ ସନ୍ଧ୍ୟାରେ ସୁପରିଣ୍ଟେଣ୍ଡେଣ୍ଟ୍‌ ପାଇଥିବା ଉକ୍ତ ପତ୍ରରେ ଉଲ୍ଲେଖ ଅଛି।

Letter Of Threat Of Bomb Blast In 6 Railway Stations Of Uttarakhand.  उत्तराखंड के 6 रेलवे स्टेशनों में बम ब्लास्ट की धमकी, जैश-ए-मोहम्मद के नाम  से आया लेटर. Uttarakhand Blast Threat ...

ଏଥିସହିତ ପଢ଼ନ୍ତୁ: ମସ୍କଙ୍କୁ ପୁନାୱାଲାଙ୍କ ପରାମର୍ଶ, ଟ୍ୱିଟର ଡିଲ୍ ପୂରା ନହେଲେ ଏମିତି କର…

ବ୍ରଜରାଜନଗର ଉପନିର୍ବାଚନ: ଆଜି ବିଜେଡି ପ୍ରାର୍ଥୀଙ୍କ ନାମ ଘୋଷଣା

ଭୁବନେଶ୍ବର: ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ପାଇଁ ରାଜନୀତି ସରଗରମ ହେବାରେ ଲାଗିଛି । ଆଜି ବିଜେଡି କରିବ ତା’ର ପ୍ରାର୍ଥୀ ନାଁ ଘୋଷଣା । ଆଉ କିଛି ସମୟ ମଧ୍ୟରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରାର୍ଥୀଙ୍କ ନା ଘୋଷଣା କରିବେ । ଏଥିପାଇଁ ନବୀନ ନିବାସରେ ବ୍ରଜରାଜନଗର ବିଜେଡି ପର୍ଯ୍ୟବେକ୍ଷକ ସୁବାସ ସିଂଙ୍କ ସମେତ ଅନ୍ୟ ବରିଷ୍ଠ ନେତାମାନେ ପହଞ୍ଚିଛନ୍ତି ।

ପଞ୍ଚାୟତ ଓ ପୌର ନିର୍ବାଚନରେ ଦଳ ଭଲ କରିଛି । ତେଣୁ ଉପ ନିର୍ବାଚନରେ ବ୍ରଜରାଜନଗରବାସୀଙ୍କ ଆଶୀର୍ବାଦରେ ବିଜେଡି ପୁଣି ଜିତିବ ବୋଲି କହିଛନ୍ତି ସୁବାସ ସିଂହ । ଅନ୍ୟପଟେ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ରାଧାରାଣୀ ପଣ୍ଡା । ସେହିପରି କଂଗ୍ରେସ ପ୍ରାର୍ଥୀ ଘୋଷଣା ଚୂଡାନ୍ତ କରି ନଥିଲେ ବି ରେସରେ ଆଗରେ ରହିଛି କିଶୋର ପଟେଲଙ୍କ ନାଁ ।

ତଡ଼ିଦେଲେ ଶ୍ବଶୁର ଘର ଲୋକେ, ଧାରଣାରେ ବସିଲେ ଦୁଇ ବୋହୂ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ପୁଣି ଡିମ୍ପଲ ଷ୍ଟୋରୀ ରିପିଟ୍ । ଏଥର ଜଣେ ନୁହେଁ ଦୁଇ ଜଣ ବୋହୂ ଶ୍ବଶୁର ଘର ଆଗରେ ଦେଇଛନ୍ତି ଧାରଣା । କୋଳରେ ଧରିଛନ୍ତି ଦୁଇଟି ଛୁଆ । ଗୋଟିଏ ଜିଦ୍ ଆମେ ଶ୍ବଶୁର ଘରେ ରହିବୁ ।

ସୂଚନାଯୋଗ୍ୟ, ଦୁଇ ଭଉଣୀ ଗୋଟିଏ ଘରକୁ ବାହା ହୋଇ ଆସିଥିଲେ । ଭଉଣୀରୁ ଜାଆ ହୋଇଥିଲେ । ହେଲେ ଶ୍ବଶୁର ଘରେ ପାରିବାରିକ ବିବାଦ ଲାଗି ରହିଥିଲା । ଯାହା ଏସପିଙ୍କ ପାଖକୁ ଯାଇଥିଲା । ଏସପି ଆପୋଷ ବୁଝାମଣା କରିଥିଲେ । ହେଲେ ସମସ୍ୟାର ସମାଧାନ ନହୋଇ ପୂର୍ବ ଭଳି ଅଭସ୍ଥା ସୃଷ୍ଟି ହୋଇଥିଲା । ଏବେ ଉଭୟଙ୍କୁ ମାଡ ମାରି ଶ୍ବଶୁର ଘର ଲୋକେ ଘରୁ ତଡି ଦେଇଥିବା ସେମାନେ ଅଭିଯୋଗ କରିବା ସହ ଦୁଇ ପିଲାଙ୍କୁ ଧରି ଘର ଦୂଆରେ ଧାରଣାରେ ବସିଛନ୍ତି ।

ଅଭିଯୋଗ ଅନୁସାରେ, ବିବାଦ ପରେ ଉଭୟ ଦୀର୍ଘଦିନ ହେବ ବାପଘରେ ରହୁଥିଲେ । ୧୦ ଦିନ ହେବ ଶ୍ବଶୁର ଘରକୁ ଆସିଥିଲେ । ଗତକାଲି ଘରକୁ ଝିଅଜ୍ବାଇଁ ଆସିଥିଲେ । ରାତିରେ ମାଛ ତରକାରୀ ହୋଇଥିଲା । ଛୋଟ ପୁଅଟି ମାଛ ଖାଇବାକୁ ମାଗିଥିଲା । ଏତିକିରେ ପିଲାଟିକୁ ମାଡ ମରାଯାଇଥିଲା । ତା’ ମାଆ ଆସି କାହିଁକି ମାରୁଛ ପଚାରିବାରୁ ତାକୁ ମଧ୍ୟ ମାଡ ମରାଯାଇଥିଲା । ଏହାପରେ ଆମେ ତୁମକୁ ପୋଷି ପାରୁନୁ ତୁମେ ତୁମ ମାଆ ଘରକୁ ଯାଆ କହି ଦୁଇ ଭଉଣୀଙ୍କୁ ପିଲାଙ୍କ ସହ ଘରୁ ବାହାର କରିଦେଇଥିଲେ ।

ସେମାନେ ଅଭିଯୋଗ କରିଛନ୍ତି, ଜଣେ ୫ ବର୍ଷ ଓ ଜଣେ ୪ ବର୍ଷ ହେଲା ବାହାଘର ହୋଇଥିଲା । ଆମକୁ ନରଖି ଝିଅଜ୍ବେଇଁଙ୍କୁ ଆଣି ରଖିବାକୁ ଚାହୁଁଛନ୍ତି । ସବୁ ସୁନାଗହଣା ବନ୍ଧା ପକାଇ ଦେଇଛନ୍ତି । ଦେଢ ବର୍ଷ ହେଲା ବାପଘରେ ରହୁଥିଲୁ । ବାପଘରେ କେତେ ଦିନ ରହିବୁ ? ଆମକୁ ନ୍ୟାୟ ମିଳୁ ଓ ଆମକୁ ଏଠାରେ ରହିବାକୁ ଦିଆଯାଉ ବୋଲି ସେମାନେ ଦାବି କରିଛନ୍ତି ।

ତେବେ ଅଭିଯୋଗକୁ ନେଇ ଦୁଇ ମହିଳାଙ୍କ ଶ୍ବଶୁର ଘର ଲୋକଙ୍କ ପ୍ରତିକ୍ରିୟା ମିଳିପାରିନି ।

ଖେଳନା ଭାବି ଘରକୁ ବୋମା ନେଇ ଆସିଲା ୧୨ ବର୍ଷ ୟୁକ୍ରେନୀ ବାଳକ, ତା’ପରେ…

କିଭ୍: ରାସ୍ତାରେ ପଡିଥିବା ଋଷର ଏକ କ୍ଲଷ୍ଟ ବୋମାକୁ ଘରକୁ ନେଇ ଆସିଲା ୧୨ ବର୍ଷର ୟୁକ୍ରେନୀ ବାଳକ । ହେଲେ ସେ ଜାଣି ନଥିଲା ଖେଳନା ଭାବି ଘରକୁ ନେଇ ଆସିଥିବା ଏହି ଜିନିଷଟି ତା’ ପାଇଁ ସାଙ୍ଗରେ ଆଣିଥିଲା ମୃତ୍ୟୁ । ଘରେ ବୋମାଟି ଫାଟି ପିଲାଟିର ମୃତ୍ୟୁ ଘଟିଛି ।

ଅଭିଯୋଗ ଅନୁସାରେ ଋଷ-ୟୁକ୍ରେନ ଯୁଦ୍ଧରେ ପ୍ରତିବନ୍ଧକ ଅସ୍ତ୍ର କ୍ଲଷ୍ଟର ବୋମା ବ୍ୟବହାର କରାଯାଉଛି । ଋଷ ଏହି ବୋମା ବହୁଳ ମାତ୍ରାରେ ବ୍ୟବହାର କରୁଥିବା ୟୁକ୍ରେନ ଅଭିଯୋଗ କରିଆସୁଛି । ଏହି କ୍ଲଷ୍ଟର ବୋମା ପିଲାଟିର ଜୀବନ ନେଇ ଯାଇଛି । ଘଟଣାଟି ଦକ୍ଷିଣ ୟୁକ୍ରେନ ନିପ୍ରୋପେଟ୍ରଭସ୍ ଓବ୍ଲାଷ୍ଟରେ ଘଟିଛି ।

ନିପ୍ରୋପେଟ୍ରଭସ୍ ଓବ୍ଲାଷ୍ଟ ଗଭର୍ଣ୍ଣର ଭାଲେଣ୍ଟିନ୍ ରେଜନିଚେଙ୍କୋଙ୍କ ଅନୁସାରେ ଋଷ ସେନା ସିନେଲନିକୋଭ ଜିଲ୍ଲାରେ କ୍ଲଷ୍ଟର ବୋମାରେ ଆକ୍ରମଣ କରିଥିଲା । ଏଥିରୁ କିଛି ବିସ୍ଫୋରଣ ହୋଇଥିବା ବେଳେ ଆଉ କିଛି ନଫୁଟି ବିଭିନ୍ନ ସ୍ଥାନରେ ପଡି ରହିଛି । ଯେଉଁଥିରୁ ଗୋଟିଏ ବୋମାକୁ ପିଲାଟି ଘରକୁ ନେଇ ଆସିଥିଲା । ଯାହା ପରେ ବିସ୍ଫୋରିତ ହୋଇ ପିଲାଟିର ମୃତ୍ୟୁ ଘଟିଛି ।

ଏହାକୁ ନେଇ ରେଜନିଚେଙ୍କୋ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି । ଏଥିରେ ସେ ଲେଖିଛନ୍ତି, ‘ଏମିତି ବୋମା ବ୍ୟବହାର କରି ଋଷ ବିଶ୍ବାସଘାତକତା କରିଛି ।’

ସୂଚନାଯୋଗ୍ୟ ଆନ୍ତର୍ଜାତୀୟ ବୁଝାମଣା ଅନୁସାରେ ଯୁଦ୍ଧରେ କେହି କ୍ଲଷ୍ଟର ବୋମା ବ୍ୟବହାର କରିପାରିବେ ନାହିଁ । ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ବୁଝାମଣାରେ ଉଭୟ ଋଷ ଏବଂ ୟୁକ୍ରେନ ସ୍ବାକ୍ଷର କରିନାହାନ୍ତି ।

କ୍ଲଷ୍ଟର ବୋମା କ’ଣ ?

କ୍ଲଷ୍ଟର ବୋମା ଅତ୍ୟନ୍ତ ଘାତକ । କାରଣ ମୁଖ୍ୟ ବୋମାଟି ଫାଟିବା ପରେ ଏଥିରୁ ଏକାଧିକ ଛୋଟ ଛୋଟ ବୋମା ବାହାରିଥାଏ । ଯାହା ଲକ୍ଷ୍ୟର ଆଖପାଖରେ ବ୍ୟାପକ କ୍ଷତି କରିଥାଏ । ଏହି ବୋମା ବ୍ୟବହାରରେ ସାଧାରଣ ଲୋକଙ୍କ ପ୍ରତି ବିପଦ ସୃଷ୍ଟି ହେବାର ସମ୍ଭାବନା ରହିଥାଏ । ମୁଖ୍ୟ ବୋମା ଫାଟିବା ପରେ ଏଥିରୁ ବାହାରୁଥିବା ଛୋଟ ଛୋଟ ବୋମା ଏଣେତେଣେ ପଡିଯାଇଥାଏ । ଯେଉଁଥିରେ ସାଙ୍ଗେ ସାଙ୍ଗେ ବିସ୍ଫୋରଣ ହୋଇନଥାଏ । ଦୀର୍ଘ ଦିନ ଏପରିକି ବର୍ଷ ବର୍ଷ ଧରି ମଧ୍ୟ ଏଗୁଡିକ ସେମିତି ପଡି ରହିଥାଏ । କେହି ଏହାର ସଂସ୍ପର୍ଷରେ ଆସିବା ପରେ ଏଥିରେ ବିସ୍ଫୋରଣ ଘଟିଥାଏ । ଏହି କାରଣରୁ କୌଣସି ସ୍ଥାନରେ ଏମିତି ବୋମା ବ୍ୟବହାର ହୋଇଥିଲେ ଓ ଯୁଦ୍ଧ ସରିବାର ଦୀର୍ଘ ଦିନ ପରେ ବି ଏହା ବିସ୍ଫୋରଣ ଘଟି ଲୋକଙ୍କ ଧନଜୀବନରେ କ୍ଷତି ପହଞ୍ଚାଇଥାଏ ।