ଭୁବନେଶ୍ବର ଇଡି କାର୍ଯ୍ୟାଳୟରେ କଂଗ୍ରେସର ବିକ୍ଷୋଭ

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ବିରୋଧରେ ପୁଣି ଗର୍ଜିଲା କଂଗ୍ରେସ । ଏଆଇସିସି ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜେରାକୁ ବିରୋଧ କରି ଭୁବନେଶ୍ବର ଜିଲ୍ଲା କଂଗ୍ରେସ ସ୍ଥାନୀୟ ଇଡି କାର୍ଯ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ କରିଛି । ଦେଶର ପ୍ରତ୍ୟେକ ଜିଲ୍ଲା ସ୍ତରରେ କେନ୍ଦ୍ର ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛି କଂଗ୍ରେସ ।

ଭୁବନେଶ୍ବରରେ କଂଗ୍ରେସ କର୍ମୀମାନେ ଇଡି କାର୍ଯ୍ୟାଳୟକୁ ଯିବା ବାଟରେ ପୁଲିସ ସହ କିଛି ସମୟ ପାଇଁ ଧସ୍ତାଧସ୍ତି ହୋଇଥିଲା । ନ୍ୟାସନାଲ ହେରାଲ୍ଡ ମାମାଲାରେ ଜାଣିଶୁଣି କଂଗ୍ରେସକୁ ବଦନାମ କରିବା ପାଇଁ କେନ୍ଦ୍ର ସରକାର ଉଦ୍ୟମ କରିଛନ୍ତି । ବିରୋଧୀଙ୍କୁ ସ୍ବରରୁ ଚପାଇବା ପାଇଁ ଏଭଳି ଅଗଣତାନ୍ତ୍ରିକ କାର୍ଯ୍ୟ କେନ୍ଦ୍ର କରୁଛି ବୋଲି କଂଗ୍ରେସ ଅଭିଯୋଗ କରିଛି ।