ଗ୍ୟାସ ଟାଙ୍କି ଫାଟି ଭୁଶୁଡ଼ିଲା ଘରର ଛାତ, ୨ ଆହତ

1 min read

ଗୋପାଳପୁର: ଗୋପାଳପୁର ଥାନା ରାମଚନ୍ଦ୍ରପୁର ଗାଁରେ ଅଭାବନୀୟ ଘଟଣା । ଗ୍ୟାସ ଟାଙ୍କି ଫାଟି ଭୁଶୁଡ଼ିଲା ଘରର କାନ୍ଥ ଓ ଛାତ । ଦେବରାଜ ନାୟକଙ୍କ ଘରେ ଗ୍ୟାସ୍ ଟାଙ୍କି ଫାଟି ବିସ୍ଫୋରଣ ହେବାରୁ ଦୁଇ ଜଣ ଆହତ ହୋଇଛି । ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି । ଆହତଙ୍କୁ ବ୍ରହ୍ମପୁର MKCG ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ପାଇ ଘଟଣାସ୍ଥଳରେ ବ୍ରହ୍ମପୁର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।

ସେପଟେ ଖବର ପାଇ ଗୋପାଳପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ଦୁଇ ଆହତଙ୍କ ମଧ୍ୟରେ ଦେବରାଜ ନାୟକ ଗୁରୁତର ଥିବାବେଳେ ଅଶୋକ ନାୟକ ସାମାନ୍ୟ ଆହତ ହୋଇଛନ୍ତି । ବନ୍ଦ ଘର ଭିତରେ ୬୬ଟି ଗ୍ୟାସ ସିଲିଣ୍ଡର ରହିଥିଲା । ଗ୍ୟାସ ସିଲିଣ୍ଡରରୁ ଗ୍ୟାସ ଲିକ୍ ହୋଇ ବିସ୍ଫୋରଣ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ।