ବ୍ରହ୍ମାସ୍ତ୍ର ଫିଲ୍ମ ପଛରେ ଓଡ଼ିଆ ପୁଅ ସୁବ୍ରତ, ଭିଜୁଆଲ ଇଫେକ୍ଟରେ ଦେଖାଇଲେ ଯାଦୁ

ଯାଜପୁର: ବ୍ରହ୍ମାସ୍ତ୍ର ଚଳଚ୍ଚିତ୍ରରେ ଓଡ଼ିଆ ପୁଅର ହାତର ଯାଦୁ  । ବଲିଉଡ଼ ଫିଲ୍ମରେ ଯାଜପୁର ପୁଅ ସୁବ୍ରତ କୁମାର ପାଢୀ ଭିଏଫ ଏକ୍ସରେ ନିଜର ଜଲଓ୍ବା ଦେଖାଇଛନ୍ତି। ଚଳଚିତ୍ରଟି ଦର୍ଶକଙ୍କ ଆଦୃତ ଲାଭ କରୁଥିବାବେଳେ ପରଦା ପଛରେ ଥାଇ  ସୁନ୍ଦର ଗ୍ରାଫିକ୍ସ କରିଥିବା ସୁବ୍ରତଙ୍କୁ ନେଇ ସାରା ଓଡ଼ିଶାରେ ଏବେ ଚର୍ଚ୍ଚା  ।  ବରୀ ବ୍ଲକ ହରିପୁର ଗ‍ାଁର ସୁବ୍ରତ କୁମାର ପାଢୀ। ପାଠ ପଢା ପରେ ଭୁବନେଶ୍ୱରରେ ଜିକା ସ୍କୁଲରେ ଭିଏଫଏକ୍ସ ପାଠ୍ୟକ୍ରମରେ ନାମ ଲେଖାଇଥିଲେ। ୧ ବର୍ଷର ପାଠ ପଢା ପରେ ପ୍ରଥମ କ୍ୟାରିୟର କଣ୍ଟିଲୋ ଫିଲ୍ମସରେ କାମ ଆରମ୍ଭ କରିଥିଲେ।

ସେଠାରେ ୨ ବର୍ଷ କାମ କରି ସେଠାରୁ ବାଇ ଜୁସ ରେ କାଟୁନ କମ୍ପୋଜିଟର ଭାବେ ମଧ୍ୟ କିଛି ଦିନ କାମ କରିବାର ସୁଯୋଗ ପାଇଥିଲେ। ଜୀବନରେ ଭିଏଫ ଏକ୍ସ କ୍ଷେତ୍ରରେ କ୍ୟାରିୟର କରିବାର ଥିବାରୁ ମୁମ୍ବାଇରେ ଥିବା ରି ଡିଫାଇନ ନାମକ ବଲିଉଡ ହଲିଉଡ ଭିଏଫଏକ୍ସ କମ୍ପାନୀରେ ଯୋଗ ଦେଇଥିଲେ। ସେହି ଠାରୁ ହିଁ ଜୀବନର ପ୍ରଥମ ସଫଳତମ ଯାତ୍ରା ଆରମ୍ଭ କରିଥିଲେ ସେ ।

ଭାରତ ଏହି ଶ୍ରେଷ୍ଠ ବହ୍ମାସ୍ର୍ର ଚଳଚିତ୍ର ରେ ସୁବ୍ରତ ଭିଏଫଏକ୍ସରେ ନିଜର ଜଲଓ୍ବା ଦେଖାଇଛନ୍ତି। ଫିଲ୍ମଟି ଭିଏଫ ଏକ୍ସ ପାଇଁ ଅଧିକ ଆକର୍ଷଣୀୟ ହୋଇଥିଵା ଵେଳେ ଦର୍ଶକଙ୍କ ମନକୁ ଛୁଇଁଛି । ପ୍ରଥମ ଥର ପାଇଁ ବଲିଉଡରେ ଏପରି ଭିଜୁଆଲ ଇଫେକ୍ଟସ ଦେଖିବାକୁ ମିଳିଛି। ସୁବ୍ରତ ଆହୁରି ମଧ୍ୟ ବିଘ୍ନ ହର୍ତା ଗଣେଷ, ତେନାଲି ରାମା, ସ୍ବରାଜ ସିରିଏଲ ସହ ପ୍ରଥମ ଚଳଚିତ୍ର ଷ୍ଟେଟ ଅଫ ସିଜ ନାମକ ଚଳଚିତ୍ର ରେ ଭିଜୁଆଲ ଇଫେକ୍ଟରେ ନିଜର ପ୍ରତିଭାକୁ ପ୍ରମାଣିତ କରିଛନ୍ତି।