spot_img
Home Blog Page 3950

ବଲାଙ୍ଗୀରରେ ସେକ୍ସ ରାକେଟ ଠାବ, ୩ ଯୁବକ ଅଟକ

ବଲାଙ୍ଗୀର: ବଲାଙ୍ଗୀର ସହର ଶାସ୍ତ୍ରୀନଗରରେ ସେକ୍ସ ରାକେଟ ଠାବ। ବଲାଙ୍ଗୀର ଟାଉନ ପୋଲିସ୍ ଏକ ବଡ଼କୋଠାରୁ ଠାବ କରିଛି ସେକ୍ସ ରାକେଟ୍। ଶାସ୍ତ୍ରୀନଗରର ଏକ ତିନି ମହଲା କୋଠାରେ ଚାଲିଥିଲା ହାଇ ପ୍ରୋଫାଇଲ ସେକ୍ସ ରାକେଟ୍।

ରୁମ ଭିତରେ ୭ ଜଣ ଯୁବତୀ ଓ ତିନି ଜଣ ଯୁବକ ରହିଥିବା ନେଇ ସୂଚନା। ଯୁବତୀଙ୍କୁ ଉଦ୍ଧାର ସହ ଯୁବକଙ୍କୁ ଅଟକ ରଖିଛି ପୋଲିସ୍।

 

ପୁରୀରେ ହବିଷ୍ୟାଳିଙ୍କୁ ଦୁର୍ବ୍ୟବହାର ଅଭିଯୋଗ; ତଦନ୍ତ ନିର୍ଦ୍ଦେଶ ଦେଲେ ମନ୍ତ୍ରୀ

ପୁରୀ: ପୁରୀରେ ହବିଷ୍ୟାଳିଙ୍କ ଉପରେ ସେବାୟତଙ୍କ ଦୁର୍ବ୍ୟବହାର ଘଟଣାକୁ ଗୁରୁତର ସହ ନେଇଛନ୍ତି ସରକାର। ଏହାସହିତ ହବିଷ୍ୟାଳିଙ୍କୁ ବୃନ୍ଦାବତୀ ନିବାସରେ ହଇରାଣ ହରକତ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ପର୍ଯ୍ୟଟନ ମନ୍ତ୍ରୀ । କାର୍ତ୍ତିକ ମାସରେ ହବିଷ୍ୟାଳିଙ୍କୁ ଆବାସସ୍ଥଳୀରେ ରହଣି ସମୟରେ କିପରି କିଛି ଅସୁବିଧା ନହୁଏ ସେଥିପାଇଁ ପର୍ଯ୍ୟଟନ ବିଭାଗର ନୋଡାଲ ଅଧିକାରୀମାନଙ୍କୁ ଦାୟିତ୍ବ ଦିଆଯାଇଛି ।

ତେବେ କେଉଁ ପରିସ୍ଥିତିରେ ସେମାନଙ୍କ ଭିତରୁ କେତେଜଣଙ୍କୁ ପାତରଅନ୍ତର କରି ସ୍ଥାନାନ୍ତର କରାଗଲା ସେ ନେଇ ଜିଲ୍ଲା ପ୍ରଶାସନକୁ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ରିପୋର୍ଟ ଆସିବା ପରେ ନିଆଯିବ କାର୍ଯ୍ୟାନୁଷ୍ଠାନ ।

ଖୁବଶୀଘ୍ର ସରିବ ମାଲକାନଗିରି ବିମାନବନ୍ଦର ନିର୍ମାଣ କାର୍ଯ୍ୟ

ମାଲକାନଗିରି: ଖୁବଶୀଘ୍ର ସରିବ ମାଲକାନଗିରିରେ ବିମାନବନ୍ଦର ନିର୍ମାଣ କାର୍ଯ୍ୟ। ଆସନ୍ତା ୨୦୨୩ ଡିସେମ୍ବର ମାସରେ ବିମାନ ବନ୍ଦର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ଜାନୁଆରୀ ମାସରେ ମାଲକାନଗିରି ଆକାଶରେ ଉଡିବ ବିମାନ। ଏଥିଲାଗି ଆଜି ଭୂମି ପୂଜା କରାଯାଇଛି ।

ଏମଭି ୧୧ କଟେଲଗୁଡା ଗାଁ ନିକଟରେ ସକାଳେ ଭୂମିପୂଜାର ଆୟୋଜନ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ମହେଶ୍ବର ନାୟକ ଯୋଗଦେଇ ବିମାନବନ୍ଦର ପାଇଁ ଭୂମି ପୂଜା କରିଛନ୍ତି । ବିମାନ ବନ୍ଦର ନିର୍ମାଣ ପାଇଁ ୩୩କୋଟି ଟଙ୍କାର ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଛି । ମାଓପ୍ରବଣ ମାଲକାନଗିରି ଜିଲ୍ଲାରେ ବିମାନବନ୍ଦର ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ ଶୀଘ୍ର ସାରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ୱାରୋପ କରିଛନ୍ତି ।

ବିମାନବନ୍ଦର ହେବା ପରେ ଦେଶର ବିଭିନ୍ନ ପ୍ରାନ୍ତ ସହ ଯୋଡ଼ି ହେବା ସଙ୍ଗେସଙ୍ଗେ ବାଣିଜ୍ୟ, ବ୍ୟବସାୟ, ଶିକ୍ଷା, ସ୍ବାସ୍ଥ୍ୟ, ଶିଳ୍ପାୟନ ଓ ଅନ୍ୟାନ୍ୟ ଉନ୍ନୟନ କ୍ଷେତ୍ରରେ ମାଲକାନଗିରି ଜିଲ୍ଲାର ଅଗ୍ରଗତି ହୋଇପାରିବ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ । ଭୂମିପୂଜନରେ ତହସିଲଦାର ରାଖଲ ଚନ୍ଦ୍ର ପରିଡା, ପୂର୍ତ୍ତ ଗୃହ ନିର୍ମାଣ ବିଭାଗ ନିର୍ବାହୀ ଯନ୍ତ୍ରୀ ଇଞ୍ଜିନିୟର ନିହାର ରଞ୍ଜନ ବେହେରା, ଏସଡିଓ ଇଞ୍ଜିନିୟର ଅଭିଷେକ ସେଠି, ବିମାନ ବନ୍ଦର ନିର୍ମାଣ କରୁଥିବା ତାରା ତାରିଣୀ କନଷ୍ଟ୍ରକସନ କମ୍ପାନୀ ଲିମିଟେଡ଼ ସଂସ୍ଥାର ଠିକାଦାର, ଯନ୍ତ୍ରୀ ପ୍ରମୁଖ ଯୋଗଦେଇଥିଲେ ।

ତୁମର ହାଇଟ୍ ଠିକ୍ ଅଛି, ଖାଲି ବଡ଼ି ଦେଖିବାକୁ ଚାହୁଁଛି…. ରଙ୍ଗୀନ ଦୁନିଆର କାହାଣୀ କହିଲେ କନିଷ୍କା

ନୂଆଦିଲ୍ଲୀ: ‘ଦୀୟା ଓ ବାତି ହମ୍’ର ଆକ୍ଟ୍ରେସ୍ କନିଷ୍କା ସୋନିରେ ବିଗବସ୍ ୧୬ର କଣ୍ଟେଷ୍ଟେଣ୍ଟ ସାଜିଦ ଖାନଙ୍କ ଉପରେ ଲଗାଇଛନ୍ତି ଗୁରୁତର ଅଭିଯୋଗ । ସାଜିଦ ତାଙ୍କୁ ଯୌନ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ କରିଛନ୍ତି ।

କନିଷ୍କା କହିଛନ୍ତି-  ତୁମର ହାଇଟ୍-ବଡି ବହୁତ ଭଲ । ସତରେ ତୁମେ ଲିଡ୍ ମାଟେରିଆଲ୍ । ଖାଲି ପେଟ ଦେଖାଅ, ମୁଁ ବଡି ଦେଖିବାକୁ ଚାହୁଁଛି। ଏସବୁ ଶୁଣିକି ମୁଁ ଡରି ଯାଇଥିଲି, ଖରାପ ମଧ୍ୟ ଲାଗିଥିଲା । ଜାଣିନଥିଲି ପିକ୍ଚର କରିବା ଲାଗି ଏମିତି ସବୁ କରିବାକୁ ପଡ଼ିବ।

ସେ ଆହୁରି ମଧ୍ୟ କହିଛନ୍ତି- ଫିଲ୍ମ ଇଣ୍ଡଷ୍ଟ୍ରିରେ ଏମିତି କେହି ମୋତେ ମିଳିଲେନି, ଯିଏକି ଡିମାଣ୍ଡ କରୁନଥିବେ । ଲିଡ୍ ଆକ୍ଟେ୍ରସଙ୍କୁ ମଧ୍ୟ ରାତରାତି ପ୍ରଡ୍ୟୁସର କିମ୍ବା ଡାଇରେକ୍ଟରଙ୍କ ଗର୍ଲଫ୍ରେଣ୍ଡ ସହ ରିପ୍ଲେସ୍ କରିଦିଆଯାଏ । ଏଭଳି ଘଟଣାକୁ  ମୁଁ ୧୫ ବର୍ଷ ଧରି ଭୋଗୁଛି । ହେଲେ ଆଉ ଧୈର୍ଯ୍ୟ ନାହିଁ ।

କାହିଁକି ଡରନ୍ତି କନିଷ୍କା?

ଜଣେ ମଧ୍ୟବିତ୍ତ ପରିବାରରୁ ଆସୁଥିବା ଝିଅ ପାଇଁ ଗ୍ଲାମର ଦୁନିଆରେ ପାଦ ଥାପିବା କିଛି ସହଜ କଥା ନୁହେଁ । ମୁଁ ଆଉ ସେଲିବ୍ରିଟିଙ୍କ ନାଁ ନେଇପାରିବି ନାହିଁ । ସିଦ୍ଧୁ ମୁସେୱାଲା, ସୁଶାନ୍ତ ସିଂହ ରାଜପୁତ କିମ୍ବା ସୋନାଲି ଫୋଗଟଙ୍କ ମୃତ୍ୟୁ ଖବର ପାଇବା ପାଇ ମୁଁ ଡରି ଯାଇଛି । ମୁଁ ଯଦି ଇଣ୍ଡଷ୍ଟି୍ରର ବଡବଡିଆଙ୍କ ନାମ ନେବି, ତାହେଲେ ଜାଣିନି ସେମାନେ ମୋ ସହ କ’ଣ କରିବେ ବୋଲି କୁହନ୍ତି କନିଷ୍କା । ତେବେ କନିଷ୍କା ଦୀର୍ଘ ଦିନ ହେବ ଭାରତ ଛାଡ଼ିସାରିଛନ୍ତି ।

ଆହତ ସୈନ୍ୟବାହିନୀ କୁକୁର ’ଜୁମ୍’ର ମୃତ୍ୟୁ, ଆତଙ୍କବାଦୀଙ୍କୁ ମାରିବାରେ ସାହାଯ୍ୟ କରିଥିଲା

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ଅନନ୍ତନାଗରେ ଆତଙ୍କବାଦୀ-ସୁରକ୍ଷାକର୍ମୀ ମୁହାଁମୁହିଁ ବେଳେ ଆହତ ହୋଇଥିଲା ସେନା କୁକୁର ‘ଜୁମ୍’ । ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ଦିନ ଏହି ଆର୍ମି ଡଗର ମୃତ୍ୟୁ ହୋଇଥିବା ସେନା ପକ୍ଷରୁ ସୂଚନା ମିଳିଛି । ଆଡଭାନ୍ସ  ଫିଲ୍ଡ ଭେଟେରିନାରି ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ  ଦିନ ୧୨ଟାରେ ଜୁମର ମୃତ୍ୟୁ ହୋଇଛି । ସେନା ଅଧିକାରୀଙ୍କ କହିବାନୁସାରେ ଆଜି ଦିନ ୧୧.୪୫ ପର୍ଯ୍ୟନ୍ତ ଜୁମ୍ ର ସ୍ବାସ୍ଥ୍ୟ ଅବସ୍ଥା ଭଲ ଥିଲା ।

ରିପୋର୍ଟ ଅନୁସାରେ ୧୦ତାରିଖରେ ଅନନ୍ତନାଗର କୋକେରନାଗରେ ଅପରେସନ୍ ଚାଲିଥିବା ବେଳେ ଜୁମ୍ ଆତଙ୍କବାଦୀଙ୍କ ସହ ଲଢିଥିଲା ଜୁମ୍ । ଆତଙ୍କବାଦୀ ଲୁଚି ରହିଥିବା ଗୋଟିଏ ସନ୍ଦିଗ୍ଧ ଘର ଭିତରକୁ ଜୁମ୍‌କୁ ଛଡ଼ା ଯାଇଥିଲା । ଜୁମ୍ ମଧ୍ୟ ଆତଙ୍କବାଦୀଙ୍କୁ ଠାବ କରି ସେମାନଙ୍କୁ ଆକ୍ରମଣ କରିଥିଲା । ତେବେ ଏହି ଲଢ଼େଇ ବେଳେ ଦୁଇଟି ଗୁଳି ତା’ ଦେହରେ ମାଡ଼ ହେବାରୁ ସେ ଗୁରୁତର ହୋଇଥିଲା ।

ଏହି ଏନକାଉଣ୍ଟରରେ ଲସ୍କର-ଇ-ତୋଇବାର ଦୁଇ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଜୁମ୍ ସମେତ ଦୁଇ ଯବାନ ଆହତ ହୋଇଛନ୍ତି । ତେବେ ଜୁମ୍ ‘ଅପରେସନ୍ ତାଙ୍ଗପାୱାସ’ କମ୍ବାଟ୍ ଟିମର ଏକ ଅଂଶ ଥିଲା ବୋଲି ସେନା ପକ୍ଷରୁ ସୂଚନା

କଳାଭୂମି ପକ୍ଷରୁ ଆରମ୍ଭ ହୋଇଛି ଅହିଂସା ମହୋତ୍ସବ ୨୦୨୨

ଭୁବନେଶ୍ୱର: କଳାଭୂମି ଅନୁଷ୍ଠାନ ପକ୍ଷରୁ ଆରମ୍ଭ ହୋଇଛି ଅହିଂସା ମହୋତ୍ସବ ୨୦୨୨। ମହାତ୍ମା ଗାନ୍ଧୀଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ ଏହି ଉତ୍ସବ ପାଳନ କରାଯାଉଛି । ଅହିଂସା ମହୋତ୍ସବ ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗାନ୍ଧୀଙ୍କ ସମ୍ପର୍କିତ ବିଭିନ୍ନ ପ୍ରତିଯୋଗୀତା କରାଯାଇଛି ।

ଉତ୍ସବରେ ଭୁବନେଶ୍ବର ମେୟର ସୁଲୋଚନା ଦାସ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିବା ବେଳେ ନନ୍ଦିଘୋଷ ଟିଭିର ମୁଖ୍ୟ ସମ୍ପାଦକ ଶିଶିର କୁମାର ଭଟ୍ଟମିଶ୍ର, ଏସିପି ବିଷ୍ଣୁ ପ୍ରସାଦ ପାତ୍ର ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ । ଅହିଂସାକୁ ପାଥେୟ କରି ଆଗେଇଯିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ ମେୟର ।

ସେହିପରି ଅହଙ୍କାର ପରିତ୍ୟାଗ କରି ପିଲାମାନେ ଅହିଂସା ମାର୍ଗ ଆପଣେଇବାକୁ ଛାତ୍ରଛାତ୍ରୀଙ୍କୁ ଆହ୍ବାନ ଦେଇଥିଲେ ନନ୍ଦିଘୋଷ ଟିଭିର ମୁଖ୍ୟ ସମ୍ପାଦକ ଶିଶିର ଭଟ୍ଟମିଶ୍ର । ସନ୍ଧ୍ୟାରେ ଉଦଯାପନୀ ଉତ୍ସବ ଥିବା ବେଳେ ୩ ଜଣ ବ୍ୟକ୍ତିବିଶେଷଙ୍କୁ ଅହିଂସା ସମ୍ମାନରେ ସମ୍ମାନୀତ କରିବ କଳାଭୂମୀ ଅନୁଷ୍ଠାନ ।

କୁକୁର କାମୁଡ଼ାରେ ୩ବର୍ଷର ଶିଶୁ ମୃତ, ୧୨ ଆହତ

ପାଟଣାଗଡ଼: ବଲାଙ୍ଗୀର ପାଟଣାଗଡ଼ ସ୍ଥିତ ବାଲିପାଟଣାରେ ପାଗଳ କୁକୁରର ଦୌରାତ୍ମ୍ୟ । କୁକୁର କାମୁଡ଼ାରେ ୩ବର୍ଷର ଶିଶୁ କନ୍ୟା ମୃତ ।ଶିଶୁଟି ଘର ବାହାରେ ଖେଳୁଥିବା ବେଳେ କୁକୁରଟି ତାକୁ କାମୁଡି କ୍ଷତାକ୍ତ କରିଦେଇଥିଲା।

ସୂଚନାଯୋଗ୍ୟ, ଗୁରୁତର ଅବସ୍ଥାରେ ଶିଶୁକନ୍ୟାକୁ ସ୍ଥାନୀୟ ପାଟଣାଗଡ଼ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଶିଶୁଟି ମୃତ୍ୟୁବରଣ କରିଛି। ଶିଶୁଟିର ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତେବେ କେବଳ ଶିଶୁଟିକୁ ନୁହେଁ ଉକ୍ତ ପାଗଳା କୁକୁର କାମୁଡାରେ ଆଉ ୧୨ଜଣ ଲୋକ ଆହତ ହୋଇଥିବା ସୂଚନା ।

ଦିନେଶଙ୍କ ପରିବାର ମାଗୁଥିଲେ ୩କୋଟି ଟଙ୍କା ଯୌତୁକ: କେ. ଦୀପିକା

ଭୁବନେଶ୍ୱର: ମହିଳା କମିଶନଙ୍କ ନିକଟରେ ହାଜର ହୋଇଛନ୍ତି ବ୍ରହ୍ମପୁରର କେ. ଦୀପିକା। ଆସନ୍ତାକାଲି ତାଙ୍କ ମାମଲାର ଶୁଣାଣି ହେବ । ଦୀପିକା ଗଣମାଧ୍ୟମ ଆଗରେ  କହିଛନ୍ତି ଯେ, କିଭଳି ଥିଲା ଦିନେଶ ଓ ତାଙ୍କର କାହାଣୀ । କିଭଳି ବିବାହର ପ୍ରତିଶୃତି ଦେଇ ଅଧା ରାସ୍ତାରେ ହାତ ଛାଡିଦେଇଛନ୍ତି ଦିନେଶ ।

ବାହାଘର ପାଇଁ ଦିନେଶଙ୍କ ପରିବାର ଚାହୁଁଥିଲେ ୩ କୋଟି ଟଙ୍କା ଓ ୧୦ ତୋଳା ସୁନା। ଏସବୁ ନହେବାରୁ ପରିବାର ଚାପ ପକାଇ ଦିନେଶକୁ ମୋ ସହ ମିଶାଇବାକୁ ଦେଲେନି ବୋଲି କହିଛନ୍ତି ଦୀପିକା । ନ୍ୟାୟ ପାଇବା ପାଇଁ ତାଙ୍କ ଘର ଦୂଆରେ ଧାରଣା ଦେଇଛି । ତଥାପି ସେମାନେ ମୋତେ ହଇରାଣ ହରକତ କରୁଛନ୍ତି ବୋଲି କହିଛନ୍ତି ଦୀପିକା ।

ସୂଚନାଯୋଗ୍ୟ;  ବ୍ରହ୍ମପୁର ଏସପିଙ୍କ ଜରିଆରେ ଦିନେଶଙ୍କୁ ମଧ୍ୟ ହାଜର ପାଇଁ ନୋଟିସ ଜାରି କରାଯାଇଛି । ଆସନ୍ତାକାଲି ଶୁଣାଣି ହେବ । ତା’ପୂର୍ବରୁ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଡକ୍ଟର ମିନତି ବେହେରାଙ୍କୁ ଭେଟି କିପରି ତାଙ୍କୁ ନ୍ୟାୟ ମିଳିବ ସେନେଇ ଆଲୋଚନା କରିଛନ୍ତି କେ. ଦୀପିକା। ପୂର୍ବରୁ କମିଶନଙ୍କ ନିକଟରେ ଦୀପିକା ହାଜର ହୋଇଥିଲେ । କିନ୍ତୁ ଦିନେଶ ହାଜର ହୋଇନଥିଲେ । ନିଜର ଅଧିକାର ପାଇଁ ଦିନେଶଙ୍କ ବାପାମାଆଙ୍କ ଘର ଆଗରେ ଦୀପିକା  ଧାରଣା ଦେଇଛନ୍ତି।

ବିବାଦୀୟ ବୟାନ ମାମଲା; ଆପ୍ ଗୁଜରାଟ ମୁଖ୍ୟ ଗୋପାଳ ଇଟାଲିଆ ଅଟକ

ନୂଆଦିଲ୍ଲୀ: ବିବାଦୀୟ ବୟାନ ମାମଲାରେ ଆମ ଆଦମୀ ପାର୍ଟି ଗୁଜରାଟ ରାଜ୍ୟ ସଭାପତି ଗୋପାଳ ଇଟାଲିଆଙ୍କୁ ଅଟକ ରଖିଛି ଦିଲ୍ଲୀ ପୋଲିସ। ଆଜି ଅଫିସରେ ହାଜର ହେବା ଲାଗି ଗୋପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ ଜାତୀୟ ମହିଳା ଆୟୋଗ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ପର୍କରେ ଅରୁଚିକର ମନ୍ତବ୍ୟ ଏବଂ ମନ୍ଦିର ଓ ଧାର୍ମିକ ପ୍ରବଚନଗୁଡ଼ିକ ଶୋଷଣର ଅନ୍ତୁଡ଼ିଶାଳ ବୋଲି କହି ଚର୍ଚ୍ଚାରେ ଥିଲେ ଗୋପାଳ।

ବିକାଶ ଓ ସମ୍ମାନ ଚାହୁଁଥିବା ମହିଳାମାନେ ମନ୍ଦିରକୁ ନ ଯିବା ଲାଗି ସେ ପରାମର୍ଶ ଦେଇ ବିବାଦ ଘେରକୁ ଆସିଥିଲେ। ପ୍ରଧାନମନ୍ତ୍ରୀଙ୍କ ସମ୍ପର୍କରେ ମନ୍ତବ୍ୟର ଏକ କ୍ଲିପ ପଦାକୁ ଆସିବା ପରେ ସେ ଚର୍ଚ୍ଚାକୁ ଆସିଥିଲେ। ସେପଟେ ଇଟାଲିଆଙ୍କୁ ସମର୍ଥନ କରିଛନ୍ତି ଆପର ଗୁଜରାଟ ପ୍ରଭାରୀ ତଥା ରାଜ୍ୟସଭା ସାଂସଦ ରାଘବ ଚଢା।

ତେଣେ ଏନସିଡବ୍ଲୁ ମୁଖ୍ୟ ରେଖା ଶର୍ମା ଅଭିଯୋଗ କରିଛନ୍ତି- ତାଙ୍କର କାର୍ଯ୍ୟାଳୟ ଆଗରେ ଆପ୍ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଆଜି ଗୋପାଳ କମିଶନଙ୍କ କାର୍ଯ୍ୟାଳୟରେ ହାଜର ହେବା ପରେ ତାଙ୍କୁ ପୋଲିସ ଅଟକ ରଖିଥିଲା। ଗୋପାଳଙ୍କୁ ଅଟକ ରଖିବା ଘଟଣାରେ ଦିଲ୍ଲୀ ପୋଲିସକୁ ସମାଲୋଚନା କରିଛନ୍ତି ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ। ପ୍ରତିବାଦରେ ଗୋପାଳ କହିଛନ୍ତି ତାଙ୍କୁ ଏନସିଡବ୍ଲୁ ମୁଖ୍ୟ ଜେଲରେ ପୂରାଇବାକୁ ଧମକ ଦେଉଛନ୍ତି । ମାତ୍ର ସେ ଡରିବେ ନାହିଁ ।

କେନାଲରେ ୩ ଯୁବକ ଭାସିଯିବା ଘଟଣା, ୨ଜଣଙ୍କ ମୃତଦେହ ଉଦ୍ଧାର

ଜଗତପୁର: କେନାଲରେ ଭାସିଯାଇ ୩ ଯୁବକ ନିଖୋଜ ଘଟଣା । ସକାଳେ ଜଣଙ୍କ ମୃତଦେହ ମିଳିଥିବା ବେଳେ ଏବେ ଆଉ ଜଣେ ଯୁବକଙ୍କ ମୃତଦେହ ମିଳିଛି । ଜଣେ ଯୁବକ ଏବେ ବି ନିଖୋଜ ଅଛନ୍ତି । ପୋଲିସ ଓ ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସୂଚନା ମୁତାବକ ଗତକାଲି ବିଳିମ୍ବିତ ରାତିରେ ଜଗତପୁର ଅନ୍ଧାରୀ ବାଦୁଡ଼ି ତୋଟା  ନିକଟରେ ପଟ୍ଟାମୁଣ୍ଡାଇ କେନାଲରେ ଅଘଟଣ ଘଟିଥିଲା । ବିଳମ୍ବିତ ରାତିରେ ଚାରି ଜଣ ଯୁବକ କେନାଲରେ ଗାଧୋଇବା ବେଳେ ଭାସିଯାଇଥିଲେ । ଜଣେ ଯୁବକ ପହଁରି ପହଁରି କୂଳକୁ ଫେରି ଆସିଥିବା ବେଳେ ଅନ୍ୟ ତିନିଜଣ ନିଖୋଜ ଥିଲେ । ଏବେ ଦୁଇଜଣଙ୍କ ମୃତଦେହ ମିଳିଛି ।