spot_img
Home Blog Page 3930

ମାତ୍ର ୪୫ ଦିନରେ ଇସ୍ତଫା ଦେଲେ ବ୍ରିଟେନ ପ୍ରଧାନମନ୍ତ୍ରୀ ଲିଜ ଟ୍ରସ୍

ଲଣ୍ଡନ: ବ୍ରିଟେନ ପ୍ରଧାନମନ୍ତ୍ରୀ ଲିଜ ଟ୍ରସଙ୍କ ଆକସ୍ମିକ ଇସ୍ତଫା । ଦେଶରେ ଘନ ଅର୍ଥନୈତିକ ସଙ୍କଟ ଜାରି ରହିଥିବାବେଳେ ସମସ୍ୟାରେ ଛନ୍ଦି ହୋଇଥିବା ଟ୍ରସ୍ ଶେଷରେ ଇସ୍ତଫା ଦେଇଛନ୍ତି । ବ୍ରିଟେନ ଇତିହାସରେ ସବୁଠାରୁ କମ୍ ସମୟ ଲାଗି ପ୍ରଧାନମନ୍ତ୍ରୀ ଦାୟିତ୍ବ ନେଇଥିଲେ ଟ୍ରସ୍ । ବିଭିନ୍ନ କାରଣରୁ ନିନ୍ଦିତ ବୋରିସ ଜନସନଙ୍କ ପରେ ଦାୟିତ୍ବ ନେଇଥିବା ଟ୍ରସ ମାତ୍ର ୪୫ ଦିନରେ ଇସ୍ତଫା ଦେଇଛନ୍ତି। ଶୁଳ୍କ ହ୍ରାସ ନିଷ୍ପତ୍ତି କାରଣରୁ ତାଙ୍କୁ ନିଜ ଦଳ କଞ୍ଜରଭେଟିଭ ପାର୍ଟିରୁ ଜୋରଦାର ସମାଲୋଚନା ମିଳିଥିଲା।

ସେ କହିଛନ୍ତି- ସାମ୍ପ୍ରତିକ ସ୍ଥିତିକୁ ମୁକାବିଲା କରିବା କ୍ଷେତ୍ରରେ ସେ ଅକ୍ଷମ ପାଲଟିଛନ୍ତି। ଯେଉଁ ସମସ୍ୟାର ସୁଧାରିବା ଲାଗି ତାଙ୍କୁ ନିର୍ବାଚିତ କରାଯାଇଥିଲା ତାହା ପୂରଣ କରିବାରେ ସେ ବିଫଳ ହୋଇଛନ୍ତି । ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ନିଯୁକ୍ତି ହେବା ଯାଏ ସେ ଦାୟିତ୍ବରେ ରହିବେ । ସରକାରୀ ଦଳର ପ୍ରାୟ ଶହେ ସାଂସଦ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ନୋ କନଫିଡେନ୍ସ ଲେଟର ଦାଖଲ କରିବା ସମ୍ଭାବନା ବି ଥିଲା । ଟ୍ରସକୁ ନିଜ ଦଳରେ ହିଁ ବିରୋଧ କରାଯାଉଥିବା ବେଳେ ଋଷି ସୁନକ ପ୍ରଧାନମନ୍ତ୍ରୀ ହୋଇପାରନ୍ତି ବୋଲି କୁହାଯାଉଛି । ପୂର୍ବରୁ ଡ୍ୟାମେଜ କଣ୍ଟ୍ରୋଲ ପାଇଁ ନିଜ ଘନିଷ୍ଠ ବନ୍ଧୁ ତଥା ଅର୍ଥ ମନ୍ତ୍ରୀ କ୍ବାସି କ୍ବାରତେଙ୍ଗଙ୍କୁ ମନ୍ତ୍ରୀ ପଦରୁ ବହିଷ୍କାର କରିଥିଲେ ଲିଜ୍ । ଗତକାଲି ଗୃହମନ୍ତ୍ରୀ ସୁଏଲା ବ୍ରେଭରମ୍ୟାନ ଇସ୍ତଫା ଦେଇଥିଲେ। ଧନୀ ଲୋକ ସମେତ ଅନ୍ୟାନ୍ୟ କ୍ଷେତ୍ରରୁ ପ୍ରାୟ ୪୫ ବିଲିୟନ ପାଉଣ୍ଡ ବା ୫୦ ବିଲିୟନ ଡଲାର ଆୟକର ହ୍ରାସ ପରେ ଦେଶରେ ଅର୍ଥନୈତିକ ସମସ୍ୟା ଘନୀଭୂତ ହୋଇଛି।

ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ଏସିଆନ ଦେଶ ଆଗ୍ରହୀ, ଓଡ଼ିଶା ଆସିବେ ୧୦ଟି ଦେଶର ରାଷ୍ଟ୍ରଦୂତ

ଭୁବନେଶ୍ୱର: ଇନଭେଷ୍ଟର୍ସ ମିଟ୍ ଆଣିଛି ବଡ଼ ସଫଳତା । ଓଡ଼ିଶା ଆସିବେ ଏସିଆନ ଆମ୍ୱାସାଡର । ଇନଭେଷ୍ଟର୍ସ ମିଟ୍ ପରେ ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ଏସିଆନ ଦେଶମାନେ ବେଶ୍ ଆଗ୍ରହୀ ଅଛନ୍ତି । ସୂଚନା ମୁତାବକ  ୧୦ଟି ଏସିଆନ ଦେଶର ଆମ୍ୱାସାଡର ଓଡ଼ିଶା ଆସିବେ । ଅକ୍ଟୋବର ୨୬, ୨୭ ଓ ୨୮ ତାରିଖରେ ଫିଲିଫାଇନ୍ସ, ଥାଇଲାଣ୍ଡ, ମାଲେସିଆ ସହ ସିଙ୍ଗାପୁର, ଭିଏତନାମର ଆମ୍ୱାସାଡାର ଭୁବନେଶ୍ୱର ଆସିବେ ବୋଲି ସୂଚନା ଦେଇଛନ୍ତି ଶିଳ୍ପ ସଚିବ ହେମନ୍ତ ଶର୍ମା।

ସାକାର ହେଲା ହେଲା ଦୀର୍ଘବର୍ଷର ସ୍ବପ୍ନ, ଏଣିକୁ ଜୟପୁରରୁ ଉଡ଼ିବ ବିମାନ

କୋରାପୁଟ: ସାକାର ହେଲା ହେଲା ଦୀର୍ଘବର୍ଷର ସ୍ବପ୍ନ । ଜୟପୁର ବିମାନବନ୍ଦରକୁ ମିଳିଛି ଏରୋଡ୍ରମ ଲାଇସେନ୍ସ । ଏଣିକୁ ଜୟପୁରରୁ ଉଡିବ ବିମାନ । ଉଡ଼ାଣ ଦିବସର ଗୋଟିଏ ଦିନ ପୂର୍ବରୁ ମିଳିଛି ଜୟପୁରକୁ ଅନୁମତି ମିଳିଛି। ଉଡାଣ ଯୋଜନାରେ ଲାଇସେନ୍ସ ପ୍ରଦାନ ନେଇ ସୂଚନା ଦେଇଛି ଡିଜିସିଏ । ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଯୁଗ୍ମ ସଚିବ ଉଷା ପାଢ଼ୀ ଏନେଇ ଟୁଇଟ କରି ସୂଚନା ଦେଇଛନ୍ତି।

ପୂର୍ବରୁ ରାଜ୍ୟସଭାରେ ଏହି ପ୍ରସଙ୍ଗ ଉଠାଇଥିଲେ ସାଂସଦ ମାନସ ମଙ୍ଗରାଜ। କାମ ବିଳମ୍ବ ହେଉଥିବାରୁ ଉଦବେଗ ପ୍ରକାଶ କରିଥିଲେ। ପୂର୍ବରୁ ବିମାନ ଉଡ଼ାଣ ନେଇ ଭିତ୍ତିଭୂମି ଓ ଟ୍ରାଏଲ ରନ୍ ସରିଥିଲା। ସମସ୍ତ ସହଯୋଗ ଯୋଗାଇ ଦେଇଥିଲେ ରାଜ୍ୟ ସରକାର। ତଥାପି ଅନୁମତି ଦେବାକୁ କୁନ୍ଥକୁନ୍ଥ ହେଉଥିଲା DGCA। ବାରମ୍ବାର ସମୀକ୍ଷା କରିବା ପରେ ବି ଅନୁମତି ମିଳୁନଥିଲା । ରାଜ୍ୟସଭାରେ ସାଂସଦ ମାନସ ମଙ୍ଗରାଜ ଏହି ପ୍ରସଙ୍ଗ ଉଠାଇଥିଲେ । ବିମାନ ସେବାରେ ବିଳମ୍ବ ହେଉଥିବା ନେଇ ରାଜ୍ୟସଭାରେ ପ୍ରକାଶ କରିଥିଲେ ଉଦବେଗ । ଏବେ ଅନୁମତି ମିଳିବା ପରେ ପୂରଣ ହୋଇଛି ଜୟପୁରବାସୀଙ୍କ ଆଶା । ଆଗକୁ ଜିଲ୍ଲାର ବିକାଶ ଓ ପର୍ଯ୍ୟଟନ କ୍ଷେତ୍ରରେ ଏହା ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ନିର୍ବାହ କରିବ।

ରାଜଧାନୀରେ ବେଆଇନ ବାଣ ବିକ୍ରି, ୧୦ଲକ୍ଷରୁ ଅଧିକ ଟଙ୍କାର ବାଣ ଜବତ

ଭୁବନେଶ୍ୱର: ରାଜଧାନୀରେ ଚାଲିଥିଲା ବେଆଇନ ବାଣ ବିକ୍ରି। ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଚଢ଼ାଉ କଲା କ୍ୟାପିଟାଲ ଥାନା ପୋଲିସ। କ୍ୟାପିଟାଲ ଥାନା ଅନ୍ତର୍ଗତ ୟୁନିଟ ଓ୍ବାନ ହାଟ ପରିସରରେ ବେଆଇନ ଭାବେ ଲକ୍ଷାଧିକ ଟଙ୍କାର ବାଣ ଗଚ୍ଛିତ ହୋଇଥିଲା। ନିଜେ ଥାନାଧିକାରୀ ପଦ୍ମନାଭ ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ ଏହି ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ପୁଳା ପୁଳା ବାଣ ଜବତ କରିଥିଲା ପୋଲିସ।ଜବତ ବାଣର ମୂଲ୍ୟ ପାଖାପାଖି ୧୦ ଲକ୍ଷ ଟଙ୍କା ହେବ ବୋଲି ଆଶଙ୍କା କରାଯାଇଛି।

ଚଢ଼ାଉର କିଛି ସମୟ ପୂର୍ବରୁ ଭୁବନେଶ୍ୱର ଡିସିପିଙ୍କ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଥିଲା। କେବଳ ସ୍ବିକୃତି ପ୍ରାପ୍ତ ଦୋକାନୀ ବାଣ ବିକ୍ରି କରିବେ ବୋଲି ସ୍ପଷ୍ଟ ଭାବେ ଦର୍ଶାଯାଇଥିଲା। ଏହାଛଡା ଅଗ୍ନିଶମ ନିୟମାବଳୀକୁ କଡାକଡି ମଧ୍ୟ କରାଯାଇଛି। ଯେହେତୁ ଦୁଇ ବର୍ଷ ପରେ ଆଲୋକର ପର୍ବ ଦୀପାବଳି ରେ ବାଣ ଫୁଟାଇବାର ଅନୁମତି ମିଳିଛି, ତେଣୁ ଏହାକୁ ଶାନ୍ତି ଶୃଙ୍ଖଳାରେ ପାଳନ କରିବାକୁ ରାଜଧାନୀ ବାସୀଙ୍କୁ ଅନୁରୋଧ କରିଛି କମିଶନରେଟ ପୋଲିସ।

ଜାତୀୟ ଫସଲ ବୀମା ସମ୍ମିଳନୀରେ ଓଡ଼ିଶା ପୁରସ୍କୃତ

କୋଚୀ: ଜାତୀୟ ଫସଲ ବୀମା ସମ୍ମିଳନୀରେ ଓଡ଼ିଶା ପୁରସ୍କୃତ। କେରଳର କୋଚୀଠାରେ ଚାଲିଥିବା ଅଷ୍ଟମ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ଜାତୀୟ ସମୀକ୍ଷା ସମ୍ମିଳନୀରେ ସମ୍ମାନିତ ହୋଇଛି ଓଡ଼ିଶା। ଜମିଜମା ପୋର୍ଟାଲ ଭୂଲେଖକୁ ଜାତୀୟ ଫସଲ ବୀମା ପୋର୍ଟାଲ ସହ ସଫଳତାର ପୂର୍ବକ ସଂଯୋଗୀକରଣ ପାଇଁ ଓଡ଼ିଶା ସରକାର ଏହି ପୁରସ୍କାର ପାଇଛନ୍ତି।

ରାଜ୍ୟ ସରକାରଙ୍କ ଏହି ପ୍ରୟାସ ପାଇଁ ଫସଲ ବୀମାରେ ନକଲି ପଞ୍ଜିକରଣ ରୋକାଯାଇ ପାରିଛି । ଜାତୀୟ ସୂଚନା ବିଜ୍ଞାନ କେନ୍ଦ୍ର ବା ଏନଆଇସି ଓଡ଼ିଶାର ମଧ୍ୟ ଏହି କାର୍ଯ୍ୟକ୍ରମର ସଫଳତାରେ ଅନନ୍ୟ ଭୂମିକା ରହିଛି। ରାଜ୍ୟ ସରକାରଙ୍କ ପକ୍ଷରୁ କୃଷି ବିଭାଗ ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧୁରୀ ଏହି ପୁରସ୍କାର ଗ୍ରଣ କରିଛନ୍ତି।

ସମ୍ଭାବ୍ୟ ବାତ୍ୟା ପାଇଁ ସଜାଗ ସ୍ବାସ୍ଥ୍ୟ ବିଭାଗ, ଡାକ୍ତରଖାନାରେ ପର୍ଯ୍ୟାପ୍ତ ସାପ ବିଷ ନିରୋଧି ଔଷଧ ରଖିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟାକୁ ନେଇ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛି ସ୍ବାସ୍ଥ୍ୟ ବିଭାଗ। । ସମସ୍ତ ଡାକ୍ତରଖାନାରେ ସାପ ବିଷ ପାଇଁ ଅତ୍ୟାବଶ୍ୟକ ଔଷଧ ପର୍ଯ୍ୟାପ୍ତ ପରିମାଣରେ ଗଚ୍ଛିତ ରଖିବାକୁ ପରାମର୍ଶ ଦିଆଯାଇଛି । ସେହିପରି ବ୍ଲିଚିଂ ପାଉଡର, କ୍ଲୋରିନ୍ ଟାବଲେଟ୍, ଚୂନ ପାଉଡରର ପର୍ଯ୍ୟାପ୍ତ ଷ୍ଟକ୍ ମଧ୍ୟ ନିଶ୍ଚିତ କରାଯିବ।

ଗର୍ଭବତୀ ମହିଳାମାନଙ୍କୁ ସ୍ଥାନାନ୍ତର କରିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବା ଆବଶ୍ୟକ ରହିଛି| ଆଗାମୀ ୧୦ ଦିନ ମଧ୍ୟରେ ପ୍ରସବ ତାରିଖ ରହିଥିବା ଗର୍ଭବତୀ ମହିଳାଙ୍କୁ ଆଶାକର୍ମୀଙ୍କ ସାହାଯ୍ୟରେ ନିକଟସ୍ଥ ସରକାରି ହସ୍ପିଟାଲକୁ ସ୍ଥାନାନ୍ତର କରାଯିବ। ସେହିପରି ସମସ୍ତ ଡାକ୍ତରଖାନା ଗୁଡ଼ିକରେ ପାଓ୍ବାର ବ୍ୟାକଅପ୍ ବ୍ୟବସ୍ଥା ନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ।।

ଟଳିଲା ବିପଦ, ଓଡ଼ିଶା ଉପକୂଳ ଅତିକ୍ରମ କରିବନି ବାତ୍ୟା ‘ସି-ତ୍ରଙ୍ଗ’

ଭୁବନେଶ୍ୱର: ଓଡ଼ିଶା ଉପକୂଳ ଅତିକ୍ରମ କରିବନି ସି-ତ୍ରଙ୍ଗ। ଓଡ଼ିଶା ଉପକୂଳ ପାଖେ ପାଖେ ଗତି କରି ପଶ୍ଚିମବଙ୍ଗ, ବାଂଲାଦେଶ ଉପକୂଳ ଆଡକୁ ମୁହାଁଇବ। ଆଇଏମଡି ଡିଜି ମୃତ୍ୟଞ୍ଜୟ ମହାପାତ୍ର ଏନେଇ ସୂଚନା ଦେଇଛନ୍ତି। ଆଜି ସକାଳେ ଉତ୍ତର ଆଣ୍ଡାମାନ ସାଗର ଓ ଏହାର ଆଖପାଖ ଅଞ୍ଚଳରେ ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ୨୨ତାରିଖରେ ଏହା ଅବପାତ ଓ ୨୩ବେଳକୁ ଗଭୀର ଅବପାତର ରୂପ ନେବ। ୨୪ତାରିଖ ବେଳକୁ ଏହା ଦିଗ ପରିବର୍ତ୍ତନ କରି ଉତ୍ତର ଆଡକୁ ଗତି କରିବ। ବାତ୍ୟାରେ ପରିଣତ ହେବା ପରେ ପଶ୍ଚିମବଙ୍ଗ, ବାଂଲାଦେଶ ଉପକୂଳରେ ୨୫ ତାରିଖରେ ଲ୍ୟାଣ୍ଡଫଲ କରିବ।

ସୂଚନା ମୁତାବକ ବାତ୍ୟାର ସବୁଠୁ ଅଧିକ ପ୍ରଭାବ ପଶ୍ଚିମବଙ୍ଗ, ବାଂଲାଦେଶ ଉପରେ ପଡ଼ିବ। ତେବେ ବାତ୍ୟାର ତୀବ୍ରତା କେତେ ରହିବ, ସେନେଇ ଆଇଏମଡି ଆକଳନ କରିନି। ତେବେ ଏହାର ପ୍ରଭାବରେ ଓଡ଼ିଶା ଉପକୂଳରେ ୨୪ ଓ ୨୫ରେ ବର୍ଷା ସମ୍ଭାବନା ରହିଛି। ୨୧ତାରିଖରୁ ସମୁଦ୍ର ଅଶାନ୍ତ ରହିବ, ତେଣୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନଯିବାକୁ ପାଣିପାଗ କେନ୍ଦ୍ର ପରାମର୍ଶ ଦେଇଛି।

ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବାରେ ଯୋଡ଼ି ହୋଇଛି ନବରଙ୍ଗପୁର

ନବରଙ୍ଗପୁର: ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବାରେ ଯୋଡ଼ି ହୋଇଛି ନବରଙ୍ଗପୁର । ଏହି ସେବାକୁ ନେଇ ଜିଲ୍ଲାରେ ଦେଖାଦେଇଛି ପ୍ରବଳ ଉତ୍କଣ୍ଠା । ଏଥିପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆରମ୍ଭ ହୋଇଛି ରୋଗୀ ପଞ୍ଜିକରଣ ସହ ପ୍ରାଥମିକ ଚିକିତ୍ସା । ରାଜ୍ୟର ବଛା ବଛା ପ୍ରସିଦ୍ଧ ବିଶେଷଜ୍ଞ ସ୍ୱାସ୍ଥ୍ୟ ସେବା ଯୋଗାଇଦେବେ । ଆସନ୍ତାକାଲି ସମସ୍ତ ଡାକ୍ତର ପହଞ୍ଚି ଅପରେସନ କରିବେ । ଆଜି ଅନ୍ୟ ଡାକ୍ତର ପହଞ୍ଚି ରୋଗୀଙ୍କ ପ୍ରାଥମିକ ଚିକିତ୍ସା କରୁଛନ୍ତି ।

ନବରଙ୍ଗପୁର ଭଳି ଆଦିବାସୀ ଇଲାକାର ଲୋକଙ୍କ ପକ୍ଷେ ଉନ୍ନତ ଓ ବ୍ୟୟବହୁଳ ଚିକିତ୍ସା ଅସମ୍ଭବ ହୋଇପଡୁଥିଲା । ବର୍ତ୍ତମାନ କିନ୍ତୁ ରାଜ୍ୟ ସରକାରଙ୍କ ପ୍ରଚେଷ୍ଟାରୁ ଏହି ଡାକ୍ତରମାନେ ଆଦିବାସୀ ଇଲାକାରେ ପହଞ୍ଚି ସ୍ୱାସ୍ଥ୍ୟ ସେବା ଯୋଗାଇଦେଉଛନ୍ତି । ଏଭଳି ଉନ୍ନତ ସ୍ୱାସ୍ଥ୍ୟ ସେବା ପାଇ ଦିନେ ମୃତ୍ୟୁ ମୁଖରେ ପଡୁଥିବା ଲୋକେ ବେଶ ଖୁସି ବ୍ୟକ୍ତ କରିଛନ୍ତି । ନବରଙ୍ଗପୁର CDMO ମଧ୍ୟ ଏହି ବାୟୁ ସ୍ୱାସ୍ଥ୍ୟ ସେବାକୁ ନେଇ ବ୍ୟାପକ ବ୍ୟବସ୍ଥା କରିଥିବା କହିଛନ୍ତି ।

ଦୀପାବଳି ପୂର୍ବରୁ ବାଣ ଗୋଦାମରେ ବ୍ଲାଷ୍ଟ, ୩ ମୃତ୍ୟୁ

ମୋରେନା: ଦୀପାବଳି ପୂର୍ବରୁ ବାଣ ଗୋଦାମରେ ବ୍ଲାଷ୍ଟ । ମଧ୍ୟପ୍ରଦେଶ ମୋରେନାର ବେଆଇନ ବାଣ ଗୋଦାମରେ ବିସ୍ଫୋରଣ । ଜେତପୁର ରେଡଠାରେ ଥିବା ଏକ ବାଣ ଗୋଦାମରେ ବିସ୍ଫୋରଣ ଯୋଗୁ ପୂରା ବିଲ୍ଡିଂ ଭୁଶୁଡ଼ି ପଡ଼ିଛି । ଏହି ବିସ୍ଫୋରଣରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏବେ ବି ବିଲ୍ଡିଂ ତଳେ ପ୍ରାୟ ୭ ଜଣ ଫସି ରହିଛନ୍ତି ।

ମୃତକ ତିନି ଜଣ ବାଣ ଗୋଦାମରେ କାର୍ଯ୍ୟ କରୁଥିବା ଶ୍ରମିକ ବୋଲି ସନ୍ଦେହ କରାଯାଉଛି । ଫସି ରହିଥିବା ଶ୍ରମିକଙ୍କ ମଧ୍ୟରେ ମହିଳା ଓ ଶିଶୁ ଅଛନ୍ତି । ପ୍ରଶାସନ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ବାଣ ଗୋଦାମ ଚାଲିଥିବା ବିଲ୍ଡିଂରେ ଲୋକମାନେ ଭଡାରେ ରହୁଥିଲେ ବୋଲି ଜଣାପଡ଼ିଛି ।

ପୁଣି ପାଣି ଘେରରେ IT ସିଟି, ପ୍ରବଳ ବର୍ଷା ଯୋଗୁଁ ବେଙ୍ଗାଲୁରୁର ବିଭିନ୍ନ ସ୍ଥାନରେ ଜଳବନ୍ଦୀ ସ୍ଥିତି

ବେଙ୍ଗାଲୁରୁ: ପୁଣି ପାଣି ଘେରରେ ଆଇଟି ସିଟି । ପ୍ରବଳ ବର୍ଷା ଯୋଗୁଁ ପୂର୍ବ, ଦକ୍ଷିଣ ଓ କେନ୍ଦ୍ର ବେଙ୍ଗାଲୁରୁରେ ଜଳବନ୍ଦୀ ସ୍ଥିତି ସୃଷ୍ଟି ହୋଇଛି । ତଳି ଅଞ୍ଚଳରେ ପାଣି ଜମିଛି । ରାସ୍ତା ଉପରେ ପାଣି ଚାଲୁଥିବାରୁ ଯାତାୟତରେ ସମସ୍ୟା ହେଉଛି । ସେହିପରି ସହରର ବିଭିନ୍ନ ଆପାର୍ଟମେଣ୍ଟର ବେସମେଣ୍ଟରେ ମଧ୍ୟ ପାଣି ଜମିଛି । ମାଜେଷ୍ଟିକ ଅଞ୍ଚଳରେ କାନ୍ଥ ଭୁଶୁଡ଼ି ଅନେକ ଗାଡ଼ି କ୍ଷତିଗ୍ରସ୍ତ ହୋଇଛି ।

ଗତକାଲି ସାରା ରାତି ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ିଥିବା ବେଳେ କେତେକ ସ୍ଥାନରେ ଗାଡ଼ି ଭାଙ୍ଗିଯାଇଛି । ଆସନ୍ତା ତିନି ଦିନ ପର୍ଯ୍ୟନ୍ତ ବେଙ୍ଗାଲୁରୁରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ୟେଲୋ ଆଲର୍ଟ ଜାରି କରିଛି । ଗତ ମାସ ଲଗାଣ ବର୍ଷାରେ ବେଙ୍ଗାଲୁରୁରେ ବନ୍ୟା ସ୍ଥିତି ଦେଖିବାକୁ ମିଳିଥିଲା ।