ଭାରତର ପ୍ରଧାନମନ୍ତ୍ରୀଙ୍କୁ କଂସେଇ କହିଲେ ପାକ୍ ବୈଦେଶିକ ମନ୍ତ୍ରୀ

1 min read

ନୂଆଦିଲ୍ଲୀ: ଭାରତକୁ ନେଇ ବିଷ ଉଗାରୁଥିବା ପାକିସ୍ତାନ ଆନ୍ତର୍ଜାତୀୟ ସ୍ତରରେ ମଧ୍ୟ ଦେଶର ନା ମଳିନ କରିବାକୁ ଚେଷ୍ଟା କରିଛି । ଗୁରୁବାର ନ୍ୟୁୟର୍କରେ ଆୟୋଜିତ ଏକ ପ୍ରେସ୍ କନଫରେନ୍ସରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କଂସେଇ ବୋଲି ଆକ୍ଷେପ କରିଛନ୍ତି ପାକିସ୍ତାନ ମନ୍ତ୍ରୀ ବିଲାବଲ ଜରଦାରି ଭୁଟୋ। ଏପରିକି ମୋଦିଙ୍କୁ ସିଧାସଳଖ ଟାର୍ଗେଟ୍ କରି କହିଥିଲେ- ‘ମୁଁ ଭାରତକୁ କହିବାକୁ ଚାହୁଁଛି ଓସାମା ବିନ ଲାଦେନ ମରି ସାରିଲାଣି, କିନ୍ତୁ  ‘ଗୁଜରାଟର କଂସେଇ’ ଏବେବି ଜୀବୀତ । ଆଉସେ ଭାରତର ପ୍ରଧାନମନ୍ତ୍ରୀ ।

ପାକିସ୍ତାନର ବୈଦେଶିକ ମନ୍ତ୍ରୀ ବିଲାବଲ ଜରଦାରି ଆହୁରି ମଧ୍ୟ କହିଛନ୍ତି, ମୋଦି ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ଆମେରିକା ତାଙ୍କ ଏଣ୍ଟ୍ରି ଉପରେ ବ୍ୟାନ୍ ଲଗାଇଥିଲା। ଆଉ ପ୍ରଧାନମନ୍ତ୍ରୀ ମୋଦି ଓ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଭାରତର ନୁହେଁ ବରଂ ସେମାନେ RSSର ପ୍ରଧାନମନ୍ତ୍ରୀ ଓ ବୈଦେଶିକ ମନ୍ତ୍ରୀ ।

ଭାରତ ସରକାର ଗାନ୍ଧୀ ବିଚାରଧାରାରେ ବିଶ୍ୱାସ କରିବା ବଦଳରେ ତାଙ୍କ ହତ୍ୟାକାରୀର ସିଦ୍ଧାନ୍ତରେ ଚାଲୁଛନ୍ତି। ଖାଲି ଏତିକି ନୁହେଁ ଭାରତ ସରକାର ହିଟଲରଙ୍କ ଦ୍ୱାରା ମଧ୍ୟ ପ୍ରଭାବିତ। ପାକିସ୍ତାନରେ ବଢୁଥିବା ଆତଙ୍କବାଦୀ ଆକ୍ରମଣ ପାଇଁ ଭାରତକୁ ଦାୟୀ କରିବା ସହ ପଡୋଶୀ ଦେଶରୁ ଆତଙ୍କବାଦୀଙ୍କ ପ୍ରୋତ୍ସାହନ ମିଳୁଛି ବୋଲି କହିଛନ୍ତି ପାକିସ୍ତାନ ବୈଦେଶିକ ମନ୍ତ୍ରୀ।

ନିକଟରେ ୟୁଏନରେ କାଶ୍ମୀର ପ୍ରସଙ୍ଗ ଉଠାଇବା ନେଇ ପାକିସ୍ତାନ ଉପରେ ବର୍ଷିଥିଲେ ଭାରତର ବୈଦେଶିକ ମନ୍ତ୍ରୀ । ଯାହାର ଜବାବରେ ଏଭଳି ଅଭଦ୍ରୋଚିତ ବୟାନ ଦେଇଛନ୍ତି ପାକିସ୍ତାନ ମନ୍ତ୍ରୀ । ପାକିସ୍ତାନକୁ ପରାମର୍ଶ ଦେବାକୁ ଯାଇ ଜୟଶଙ୍କର କହିଥିଲେ- ଯେଉଁ ଦେଶ ଅଲକାଏଦା ନେତା ଓସାମା ବିନ୍ ଲାଦେନକୁ ପ୍ରସୟ ଦେଇଥିଲା ଏବଂ ଯିଏ ପଡୋଶୀ ଦେଶର ସଂସଦ ଉପରେ ଆକ୍ରମଣ କରିଥିଲା । ସେ ଉପଦେଶ ଦେବା ଉଚିତ୍ ନୁହେଁ ।