spot_img
Home Blog Page 3813

ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ମହାନ ସ୍ୱାଧିନତା ସଂଗ୍ରାମୀ ତଥା ସମାଜବାଦୀ ଆଦର୍ଶର ପ୍ରବକ୍ତା ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ଜୟନ୍ତୀ ଅବସରରେ ଆଜି ସ୍ଥାନୀୟ ମାଷ୍ଟର କ୍ୟାଣ୍ଟିନ ଛକ ସ୍ଥିତ ତାଙ୍କର ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତିରେ ବିଶିଷ୍ଟ ବ୍ୟକ୍ତିଙ୍କ ଦ୍ୱାରା ପୁଷ୍ପମାଲ୍ୟ ଅର୍ପଣ ଓ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି ଭାବେ ରାଜ୍ୟ ବିଜ୍ଞାନ ଓ କାରିଗରୀ, ସରକାରୀ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ପଣ୍ଡା, ସମ୍ମାନୀତ ଅତିଥି ବାବେ ଉତ୍କଳ ପ୍ରସଙ୍ଗ ଏବଂ ଓଡ଼ିଶା ରିଭ୍ୟୁର ସମ୍ପାଦକ ଲେନିନ ମହାନ୍ତି ଯୋଗଦେଇ ଲୋକନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ।

ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ପ୍ରତିମୂର୍ତ୍ତିସ୍ଥଳ ସାଜସଜା କରାଯାଇଥିଲା । ବିଭାଗର ନିର୍ଦ୍ଦେଶକ (ବୈଷୟିକ) ସୁରେନ୍ଦ୍ରନାଥ ପରିଡ଼ା, ଅତିରିକ୍ତ ନିର୍ଦ୍ଦେଶକ ସନ୍ତୋଷ କୁମାର ଦାସ, ସ୍ୱତନ୍ତ୍ର ଅଧିକାରୀ ମାନସ ରଞ୍ଜନ ଖୁଣ୍ଟିଆ, ସହକାରୀ ନିର୍ଦ୍ଦେଶକ (କ୍ଷେତ୍ର) ସୁଚେତା ପ୍ରିୟଦର୍ଶିନୀ, ବିଭାଗର ଅନ୍ୟ ପଦାଧିକାରୀ ଉପସ୍ଥିତ ରହି ଲୋକନାୟକଙ୍କ ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ।

ସେହିପରି ଓଡ଼ିଆ ଭାଷା, ସାହିତ୍ଯ ଓ ସଂସ୍କୃତି ବିଭାଗର ଅନୁଶାସନ ସଚିବ ଲକ୍ଷ୍ମୀଧର ବେହେରାଙ୍କ ସମେତ ଉତ୍କଳ ସମ୍ମିଳନୀ ଏବଂ ଉଇ ଫର ଭୁବନେଶ୍ୱର ଆଦି ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ଓ ସହରର ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗଦେଇ ପୁଷ୍ପଗୁଚ୍ଛ ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

କଳିଙ୍ଗରେ ବାଜିଲା ଫୁଟବଲ୍ ବିଶ୍ୱକପ୍ ବିଗୁଲ; ପ୍ରଥମ ଦୁଇ ମ୍ୟାଚରେ ବ୍ରାଜିଲ ଓ ଚିଲିର ବାଜିମାତ

ଭୁବନେଶ୍ୱର: ବିଶ୍ବକପର ବାଜିଲା ବିଗୁଲ । ପ୍ରଥମ ଦୁଇ ମ୍ୟାଚରେ ବ୍ରାଜିଲ ଚିଲିର ବାଜିମାତ । ଗୋଆରେ ଜିତିଛି ନ୍ୟୁଜିଲାଣ୍ଡ ଭୁବନେଶ୍ବରରେ ଜିତିଛି ବ୍ରାଜିଲ । ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଛି ଅଣ୍ଡର-୧୭ ଫିଫା ମହିଳା ବିଶ୍ବକପ । ପ୍ରଥମ ମ୍ୟାଚରେ ମରୋକ୍କୋକୁ ହରାଇ ବ୍ରାଜିଲ ବିଜୟୀ ହୋଇଛି । ୧-୦ ଗୋଲରେ ମରୋକ୍କୋକୁ ପରାସ୍ତ କରିଛି ବ୍ରାଜିଲ ।

ମ୍ୟାଚ ଆରମ୍ଭରୁ ବ୍ରାଜିଲ୍ ଆଟାକିଂ ଗେମ୍ ଖେଳି ମ୍ୟାଚର ୫ ମିନିଟରେ ଗୋଲ ସ୍କୋର କରିଥିଲା । ତେବେ ମରୋକ୍କୋ ଟିମ୍ ଭଲ ଖେଳିଥିଲେ ମଧ୍ୟ ଗୋଲ ସ୍କୋର କରିବାରେ ସକ୍ଷମ ହୋଇନଥିଲା । ସେପଟେ ଗୋଆରେ ଚାଲିଥିବା ମ୍ୟାଚରେ ନ୍ୟୁଜିଲାଣ୍ଡକୁ ହରାଇ ଚିଲି ବିଜୟ ହାସଲ କରିଛି । ଏପଟେ ଆଉ କିଛି ସମୟ ମଧ୍ୟରେ କଳିଙ୍ଗ ଷ୍ଟାଡିୟମ ପହଞ୍ଚି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଶ୍ବକପ୍ ଉଦଘାଟନ କରିବେ । ରାତି ୮ଟାରେ ଗୋଆରେ ଜର୍ମାନୀ-ନାଇଜେରିଆ ଓ ଭୁବନେଶ୍ବରରେ ଭାରତ-ଆମେରିକା ମୁକାବିଲା ହେବ ।

ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଦିନିକିଆ: ୭ ୱିକେଟରେ ଧୱନ ବାହିନୀ ବିଜୟୀ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଦିନିକିଆ ମ୍ୟାଚ୍ ଜିତିଲା ଭାରତ । ଶେଷ ମ୍ୟାଚ୍ ଜିତି ସିରିଜ କବଜା କଲା ଧୱନ ବାହିନୀ । ୨-୧ରେ ସିରିଜ୍ ଜିତି ନେଇଛି ଭାରତୀୟ ଦଳ । ୭ ଓ୍ବିକେଟରେ ଶେଷ ମ୍ୟାଚ୍ ଜିତିଲା ଭାରତ । ଦକ୍ଷିଣ ଆଫ୍ରିକା ୨୭.୧ ଓଭରରେ ୯୯ ରନରେ ଅଲାଉଟ୍ ହୋଇଯାଇଥିଲା । ଭାରତ ଆଗରେ ୧୦୦ରନର ବିଜୟ ଲକ୍ଷ୍ୟ ରହିଥିଲା । ୧୯.୧ ଓଭରରେ ବାରତ ନିଜର ୩ଟି ୱିକେଟ୍ ହରାଇ ୧୦୫ ରନ୍ କରି ଲକ୍ଷ୍ୟକୁ ହାସଲ କରି ସିରିଜ କବଜା କରିଛି ।

ପ୍ରାୟ ୧୨ ବର୍ଷ ପରେ ନିଜ ମାଟିରେ ଭାରତୀୟ ଟିମ୍ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍ ଜିତିଛି । ୨୦୧୦ରେ ଶେଷ ଥର ପାଇଁ ଟିମ୍ ଇଣ୍ଡିଆ ୨-୧ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍ ଜିତିଥିଲା । ୧୦୦ରନର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତୀୟ ଦଳର ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଶିଖର ଧୱନ ଓବଂ ଶୁଭମନ ଗିଲ୍ ପଡ଼ିଆକୁ ଓହ୍ଲାଇଥିଲେ । ଅଧିନାୟକ ଶିଖର ମାତ୍ର ୮ ରନ୍ କରି ଆଉଟ୍ ହୋଇଯାଇଥିଲେ ।

ଏହାପରେ ଶୁଭମନ୍ ଚମତ୍କାର ପ୍ରଦର୍ଶନ କରିଥିଲେ । ୫୭ ବଲ୍ ଖେଳି ୪୯ରନର ଏକ ବଡ଼ ପାରି ଖେଳିଥିଲେ । ଦଳୀୟ ସ୍ଥିତି ୯୭ ଥିବା ବେଳେ ଶୁଭମନ୍ ଗିଲ୍ ଆଉଟ୍ ହୋଇଯାଇଥିଲେ । ଏହାପରେ ଶ୍ରେୟସ ଆୟର ୨୮ରନ ବିଜୟୀ ପାରି ଖେଳିଥିଲେ । ମ୍ୟାଚ୍ ଜିତିବା ବେଳକୁ ଶ୍ରେୟସ ଆୟର ଏବଂ ସଞ୍ଜୁ ସାମସନ ବ୍ୟକ୍ତିଗତ ୨ ରନ୍ କରି କ୍ରୀଜରେ ଦଣ୍ଡାୟମାନ ରହିଥିଲେ । ଦକ୍ଷିଣ ଆଫ୍ରିକା ପକ୍ଷରୁ ଲୁଙ୍ଗି ନିଙ୍ଗଡି ଏବଂ ଜର୍ନ ଫର୍ଟୁଇନ ଗୋଟିଏ ଲେଖାଏଁ ୱିକେଟ୍ ନେବାରେ ସକ୍ଷମ ହୋଇଥିଲେ ।

ଆଜିର ଶେଷ ମ୍ୟାଚରେ ଅଧିନାୟକ ଧୱନ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ । ସେହିପରି ଦକ୍ଷିଣ ଆଫ୍ରିକା ଆହ୍ୱାନକ୍ରମେ ବ୍ୟାଟିଂ କରିଥିଲା ।ନିର୍ଦ୍ଧାରିତ ୫୦ ଓଭର ବିଶିଷ୍ଟ ମ୍ୟାଚରେ ଦକ୍ଷିଣ ଆଫ୍ରିକା ମାତ୍ର ୨୭.୧ ଓଭର ଚାଲୁଥିବା ବେଳେ ୯୯ ରନରେ ଅଲଆଉଟ୍ ହୋଇଯାଇଥିଲା ।

ଭାରତ ବିରୋଧରେ ଦକ୍ଷିଣ ଆଫ୍ରିକାର ଏହା ସବୁଠୁ କମ୍ ସ୍କୋର ଥିଲା । ଏହା ପୂର୍ବରୁ ୧୯୯୯ରେ ଭାରତ ଦକ୍ଷିଣ ଆଫ୍ରିକା ଟିମକୁ ୧୧୭ ରନରେ ଅଲାଉଟ୍ କରିଥିଲା । ଭାରତ ପାଇଁ ସର୍ବାଧିକ ୪  ୱିକେଟ୍ କୁଲଦୀପ ଯାଦବ ଅକ୍ତିଆର କରିଥିଲେ । ସେହିପରି ଶାହବାଜ ଅହମ୍ମଦ, ମହମ୍ମଦ ସିରାଜ ଏବଂ ୱାଶିଂଟନ୍ ସୁନ୍ଦର ୨ଟି ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ ।

ଶିନ୍ଦେ ଗୋଷ୍ଠୀକୁ ମିଳିଲା ଖଣ୍ଡା-ଢାଲ ନିର୍ବାଚନୀ ଚିହ୍ନ

ମୁମ୍ବାଇ: ନିର୍ବାଚନ କମିଶନ ମଙ୍ଗଳବାର ଏକନାଥ ଶିନ୍ଦେ ଗୋଷ୍ଠୀଙ୍କୁ ନିର୍ବାଚନୀ ଚିହ୍ନ ଜାରି କରି ଦେଇଛନ୍ତି । କମିଶନ ତାଙ୍କୁ ଦୁଇଟି ଖଣ୍ଡା ଏବଂ ଢାଲ ଥିବା ଚିହ୍ନ ଜାରି କରିଛନ୍ତି । ଏହା ପୂର୍ବରୁ ଗତକାଲି ଉଦ୍ଧବ ଠାକରେ ଗୋଷ୍ଠୀଙ୍କୁ ମଶାଲ ଚିହ୍ନ ମିଳିଥିଲା । ସେହିପରି ଦଳର ନାମ ଶିବସେନା ଉଦ୍ଧବ ବାଲାସାହେବ ଠାକରେ ରଖାଯାଇଥିଲା । ଏହାପରେ ଆୟୋଗ ଏକନାଥ ଶିନ୍ଦେଙ୍କୁ ନିର୍ବାଚନୀ ଚିହ୍ନ ପାଇଁ ତିନୋଟି ବିକଳ୍ପ ମାଗିଥିଲେ । ବିକଳ୍ପ ଆଧାରରେ ଶିନ୍ଦେ ଗୋଷ୍ଠୀକୁ ଏହି ଚିହ୍ନ ଜାରି କରାଯାଇଛି ।

ଏକନାଥ ଶିନ୍ଦେ ଗୋଷ୍ଠୀକୁ ସୋମବାର ବାଲାସାହେବଞ୍ଚି ଶିବସେନାର ଦଳ ନାଁ ଦିଆଯାଇଥିଲା । ସୂଚନାଥାଉକି ଶିବସେନାକୁ ନେଇ ଶିନ୍ଦେ ଓ ଉଦ୍ଧବଙ୍କ ଗୋଷ୍ଠୀ ଭିତରେ ବିବାଦ ଲାଗି ରହିଛି । ଉଭୟ ଶିବସେନାକୁ ନିଜର ଦଳ ବୋଲି ଦାବି କରୁଛନ୍ତି । ଏହି କାରଣରୁ ଗତ ଦିନରେ ନିର୍ବାଚନ କମିଶନର ଶିବସେନା ଓ ଏହାର ଚିହ୍ନ ଧନୁ ତୀରକୁ ଫ୍ରୀଜ କରି ଦେଇଥିଲେ । ଏହାପରେ ଅନ୍ୟ ଚିହ୍ନ ଏବଂ ଦଳ ବାଛିବାକୁ ଉଭୟ ପକ୍ଷକୁ କହିଥିଲେ । ଆଗକୁ ହେବାକୁ ଥିବା ନିର୍ବାଚନରେ ଉଦ୍ଧବଙ୍କ ମଶାଲ ବନାମ ଶିନ୍ଦେଙ୍କ ଖଣ୍ଡା-ଢାଲ ଲଢ଼େଇ ହେବ ।

ପଞ୍ଚଭୂତରେ ଲୀନ ହେଲେ ୟୁପିର ନେତାଜୀ ମୁଲାୟମ ସିଂ ଯାଦବ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟିର ସଂସ୍ଥାପକ ଧରତୀପୁତ୍ର ମୁଲାୟମ ସିଂ ଯାଦବ ପଞ୍ଚଭୂତରେ ଲୀନ ହୋଇଯାଇଛନ୍ତି । ଜନ୍ମସ୍ଥାନ ସୈଫଇରେ ଯାଦବ ପରିବାରର କୋଠିଠାରୁ ପ୍ରାୟ ୫୦୦ ମିଟର ଦୂର ମେଲା ପଡ଼ିଆରେ ତାଙ୍କର ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ତତା ପୁଅ ଅଖିଳେଶ ଯାଦବ ତାଙ୍କୁ ମୁଖାଗ୍ନି ଦେଇଥିଲେ ।

ଅନ୍ତିମ ସଂସ୍କାର ସମୟରେ ପ୍ରଶଂସକଙ୍କ ଲୁହରେ ଭିଜିଥିଲା ପଡ଼ିଆ । ନେତାଜୀ ଅମର ରହେ ନାରାରେ ପ୍ରକମ୍ପିତ ହୋଇଥିଲା ସୈଫଇ । ଏହା ପୂର୍ବରୁ ରାଷ୍ଟ୍ରୀୟ ସମ୍ମାନ ସହ ତ୍ରିରଙ୍ଗାରେ ଘୋଡ଼ାଯାଇ ତାଙ୍କ ପାର୍ଥିବ ଶରୀରକୁ ମନ୍ତ୍ରୋଚାର ମଧ୍ୟରେ ବୈଦିକ ରୀତିନୀତିରେ ସ୍ନାନ କରାଯାଇଥିଲା । ଚନ୍ଦନ ଚିତାରେ ଶୋଇଥିବା ନେତାଜୀଙ୍କ ଅନ୍ତିମ ଦର୍ଶନ ପାଇଁ ପ୍ରାୟ ଦେଢ ଲକ୍ଷରୁ ଅଧିକ ଲୋକ ସୈଫଇରେ ପହଞ୍ଚିଥିଲେ ।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଓ ବ୍ରଜେଶ ପାଠକ, ମନ୍ତ୍ରୀ ଜିତିନ ପ୍ରସାଦ, ଅସିମ ଅରୁଣ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର ରାଓ, ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଆଦି ସୈଫଇର ଲାଲଙ୍କୁ ଅନ୍ତିମ ବିଦାୟ ଦେଇଥିଲେ ।

ଏହା ପୂର୍ବରୁ ମୁଲାୟମଙ୍କ ଅନ୍ତିମ ଦର୍ଶନ ପାଇଁ ଗୋଟିଏ ପଟେ ଲକ୍ଷାଧିକ ଲୋକଙ୍କ ଭିଡ ଜମି ଥିବା ବେଳେ ଅନ୍ୟପଟେ ସମଗ୍ର ଦେଶର ଭିଆଇପି ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ସୈଫଇ ପହଞ୍ଚିଥିଲେ। ସକାଳୁ ହିଁ ଅନ୍ତିମ ଦର୍ଶନ ଆରମ୍ଭ ହୋଇଥିଲା, ଯାହା ଅପରାହ୍ନ ୩ଟା ଯାଏଁ ଜାରି ରହିଥିଲା ।

ପୋଲିସ ବ୍ୟାପକ ସୁରକ୍ଷା ବଳ ମୁତୟନ କରିଥିଲେ ହେଁ, ଭିଡ ଏତେ ମାତ୍ରାରେ ଥିଲା ଯେ, ସମ୍ଭାଳିବା ବହୁତ ମୁସ୍କିଲ ଥିଲା। ସୈଫଇକୁ ସଂଯୋଗ କରୁଥିବା ସମସ୍ତ ମାର୍ଗ ଠପ୍ ହୋଇ ଯାଇଥିଲା । ସୂଚନାଥାଉକି ଗତକାଲି ଅର୍ଥାତ ସୋମବାର ସକାଳେ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ୮୨ ବର୍ଷ ବୟସରେ ମୁଲାୟମ ସିଂ ଯାଦବ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ।

ଦକ୍ଷିଣ ଆଫ୍ରିକା-ଭାରତ ତୃତୀୟ ଦିନିକିଆ; ୯୯ ରନରେ ଦକ୍ଷିଣ ଆଫ୍ରିକା ଅଲଆଉଟ୍

ନୂଆଦିଲ୍ଲୀ: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ ତଥା ଶେଷ ଦିନିକିଆ ମ୍ୟାଚ୍ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଚାଲିଛି । ଶିଖର ଧୱନଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆର ବୋଲରମାନେ ଜବରଦସ୍ତ ପ୍ରଦର୍ଶନ କରିଥିବା ଦେଖାଯାଇଛି । ଅଧିନାୟକ ଧୱନ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ । ସେହିପରି ଦକ୍ଷିଣ ଆଫ୍ରିକା ଆହ୍ୱାନକ୍ରମେ ବ୍ୟାଟିଂ କରିଥିଲା ।

ନିର୍ଦ୍ଧାରିତ ୫୦ ଓଭର ବିଶିଷ୍ଟ ମ୍ୟାଚରେ ଦକ୍ଷିଣ ଆଫ୍ରିକା ମାତ୍ର ୨୭.୧ ଓଭର ଚାଲୁଥିବା ବେଳେ ୯୯ ରନରେ ଅଲଆଉଟ୍ ହୋଇଯାଇଥିଲା । ଭାରତ ବିରୋଧରେ ଦକ୍ଷିଣ ଆଫ୍ରିକାର ଏହା ସବୁଠୁ କମ୍ ସ୍କୋର ଅଟେ । ଏହା ପୂର୍ବରୁ ୧୯୯୯ରେ ଭାରତ ଦକ୍ଷିଣ ଆଫ୍ରିକା ଟିମକୁ ୧୧୭ ରନରେ ଅଲାଉଟ୍ କରିଥିଲା । ଭାରତ ପାଇଁ ସର୍ବାଧିକ ୪  ୱିକେଟ୍ କୁଲଦୀପ ଯାଦବ ଅକ୍ତିଆର କରିଛନ୍ତି ।

ସେହିପରି ଶାହବାଜ ଅହମ୍ମଦ, ମହମ୍ମଦ ସିରାଜ ଏବଂ ୱାଶିଂଟନ୍ ସୁନ୍ଦର ୨ଟି ଲେଖାଏଁ ୱିକେଟ୍ ଅକ୍ତିଆର କରିଛନ୍ତି । ଦକ୍ଷିଣ ଆଫ୍ରିକାର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ କ୍ୱିଣ୍ଟନ ଡିକକ ଆଜି ଫ୍ଲପ ସାବ୍ୟସ୍ତ ହୋଇଥିଲେ । ୧୦ ବଲରେ ମାତ୍ର ଛଅ ରନ୍ କରି ୱାଶିଂଟନ୍ ସୁନ୍ଦରଙ୍କ ଓଭରରେ ଆଉଟ୍ ହୋଇଯାଇଥିଲେ । ୟାନେମନ ମଲାନ ମଧ୍ୟ ୧୫ ରନ୍ କରି ସିରାଜଙ୍କ ଓଭରରେ ଆଉଟ୍ ହୋଇ ପାଭେଲିଅନ୍ ଫେରିଯାଇଥିଲେ ।

ଭଲ ଫର୍ମରେ ରହିଥିବା ହେଣ୍ଡ୍ରିକ୍ସ ମଧ୍ୟ ୨୧ ବଲ୍ ଖେଳି ୩ ରନରେ ମହମ୍ମଦ ସିରାଜଙ୍କ ବଲରେ ଆଉଟ୍ ହୋଇଯାଇଥିଲେ । ମାର୍କରମ ମଧ୍ୟ ୧୯ ବଲ୍ ଖେଳି ୯ ରନ୍ କରି ଆଉଟ୍ ହୋଇଯାଇଥିଲେ । କ୍ଲାସନ କିଛି ସମୟ ପାଇଁ ଦଳୀୟ ସ୍ଥିତିକୁ ଆଗକୁ ବଢ଼ାଇଥିଲେ ସତ ହେଲେ ୩୪ ରନ୍ କରିଥିବା ସମୟରେ ଶାହବାଜ ତାଙ୍କୁ ବୋଲ୍ଡ କରିଥିଲେ । ଅଧିନାୟକ ମିଲରଙ୍କୁ ମଧ୍ୟ ୱାଶିଂଟନ୍ ସୁନ୍ଦର ବୋଲ୍ଡ କରିଥିଲେ । ସେହିପରି ଏଣ୍ଡିଲେ ଫେହଲୁକାଭାୟୋଙ୍କୁ କୁଲଦୀପ ଯାଦବ ପାଭେଲିଅନ୍ ପଠାଇ ଦେଇଥିଲେ ।

ପୁଟିନଙ୍କ ଡର, ଆମେରିକା କିଣିଲା ଆୟୋଡିନ୍ ବଟିକା

ଆମେରିକା ଆୟୋଡିନ୍ ବଟିକା କିଣୁଛି। ଏକାଥରକେ ୨ ହଜାର ୩୮୯ କୋଟି ଟଙ୍କାର ଆୟୋଡିନ୍ ବଟିକା କିଣିଛି ଆମେରିକା । ଆମେରିକା ତା’ ଇତିହାସରେ ପ୍ରଥମ ଥର ପାଇଁ ଏତେ ଟଙ୍କାର ଆୟୋଡିନ୍ ବଟିକା କିଣୁଛି । ତେବେ କ’ଣ ପାଇଁ ? ଉତ୍ତର ହେଉଛି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଧମକ । ତୃତୀୟ ବିଶ୍ୱଯୁଦ୍ଧର ଡର ଓ ପରମାଣୁ ଆକ୍ରମଣର ଭୟ ।

ପରମାଣୁ ଆକ୍ରମଣ ଭୟରେ କେବଳ ଆମେରିକା ନୁହେଁ ୟୁରୋପର ଅନେକ ଦେଶ ମଧ୍ୟ ଆୟୋଡିନ ଠୁଳ କରିବାରେ ଲାଗିଲେଣି । ପରମାଣୁ ଯୁଦ୍ଧ ଓ ଆୟୋଡିନ୍ ମଧ୍ୟରେ ସମ୍ପର୍କ କ’ଣ… ଜାଣିବା ଆଗରୁ ଜାଣିନିଅନ୍ତୁ କେଉଁ ଦେଶ ସବୁ ଆୟୋଡିନ୍ ଠୁଳ କରୁଛନ୍ତି ଓ ପୁଟିନଙ୍କ କେଉଁ ଧମକ ସେମାନଙ୍କୁ ଏମିତି କରିବାକୁ ବାଧ୍ୟ କରିଛି ।

ଆମେରିକା ଭଳି ପୋଲାଣ୍ଡ, ବ୍ରିଟେନ୍ ଓ ୟୁରୋପିଆନ ୟୁନିୟନର ଅନେକ ଦେଶ ଆୟୋଡିନ୍ ବଟିକା କିଣିବାରେ ଲାଗିଛନ୍ତି । ପୋଲାଣ୍ଡର ୧୬ ପ୍ରଦେଶରେ ଆୟୋଡିନ୍ ବିତରଣ କେନ୍ଦ୍ର ମଧ୍ୟ ପ୍ରତିଷ୍ଠା ହୋଇଛି। ଦେଶର ୩୪ ଲକ୍ଷ ଜନସଂଖ୍ୟା ପାଇଁ ପୋଲାଣ୍ଡ ସରକାର ୫୫ ଲକ୍ଷ ଆୟୋଡିନ୍ ବଟିକା କିଣିଛନ୍ତି । ଏଣେ ୟୁରୋପୀୟ ସଂଘ ୟୁକ୍ରେନକୁ ୫୫ ଲକ୍ଷ ପୋଟାସିୟମ ଆୟୋଡାଇଡାଇଡ୍ ବଟିକା ପଠାଇବା କଥା କହିଛି ।

ତେବେ ଅଚାନକ ଆମେରିକା ଭଳି ଦେଶ ଏମିତି ଆୟୋଡିନ୍ ବଟିକା ଠୁଳ କରିବା ପଛରେ କ’ଣ  କାରଣ ରହିଛି । ଏହା ପଛରେ ପୁଟିନଙ୍କ ଧମକ ରହିଛି । ସେପ୍ଟେମ୍ବର ୨୪ ତାରିଖ ଦିନ ଭ୍ଲାଦିମିର ପୁଟିନ ଧମକ ଦେଇ କହିଥିଲେ ଯେ, ଆମେ ଦେଶର ସୁରକ୍ଷା ପାଇଁ ସବୁଠାରୁ ଭୟାନକ ଅସ୍ତ୍ର ମଧ୍ୟ ବ୍ୟବହାର କରିବୁ। ଆମ ପାଖରେ ଦୁନିଆର ସବୁଠାରୁ ଭୟାନକ ଅସ୍ତ୍ର ରହିଛି । ପାଶ୍ଚାତ୍ୟ ଦେଶ ତାଙ୍କ ଧମକକୁ ହାଲୁକାରେ ନିଅନ୍ତୁ ନାହିଁ ବୋଲି ମଧ୍ୟ ସେ ଚେତାବନୀ ଦେଇଥିଲେ ।

ପୁଟିନଙ୍କ ସବୁଠାରୁ ଭୟାନକ ଅସ୍ତ୍ର ଦ୍ୱାର ବିଧ୍ୱଂସ ସୃଷ୍ଟିର ଧମକର ଅର୍ଥ ଭାବେ ପରମାଣୁ ଯୁଦ୍ଧକୁ ନିଆଯାଉଛି। ତେଣୁ ଆମେରିକା ଆୟୋଡିନ୍ ବଟିକା ଠୁଳ କରୁଛି। ରାସାୟନିକ, ବାୟୋଲଜିକାଲ ଓ ପରମାଣୁ ଯୁଦ୍ଧରୁ ରକ୍ଷା ପାଇବା ପାଇଁ ଆମେରିକା ଭଳି ଦେଶ ଆୟୋଡିନ୍ ବଟିକା ଠୁଳ କରୁଛି ।

ତେବେ ଆୟୋଡିନ୍ କେମିତି ପରମାଣୁ ଆକ୍ରମଣ କାଳରେ ଜୀବନ ବଂଚାଏ ? ଯେଉଁ ଅଂଚଳ ଉପରେ ପରମାଣୁ ଆକ୍ରମଣ ହୁଏ ସେଠାର ବାୟୁମଣ୍ଡଳରେ ରେଡିଓଆକ୍ଟିଭ ଆୟୋଡିନ୍ ଭାସିବାକୁ ଲାଗେ। ଏହାକୁ ଦେଖି ହୁଏନା କି ଛୁଇଁ ହୁଏନା । ଏହାର କୌଣସି ବାସ୍ନା ନଥାଏ । ରେଡିଓଆକ୍ଟିଭ୍ ଆୟୋଡିନ୍ ବା ଆଇ-୧୩୧ ଶରୀରରେ ପ୍ରବେଶ କରି କ୍ୟାନସର , ଟ୍ୟୁମର, ଲୁକୋମିଆ, ଆଖି ରୋଗ ସୃଷ୍ଟି କରିବା ସହିତ ମାନସିକ ଅବସାଦର କାରଣ ହୋଇଥାଏ । ଆଇ-୧୩୧ ସହିତ ସମ୍ପର୍କରେ ଆସିବା ଦ୍ୱାରା ମାତ୍ର କେଇ ଘଣ୍ଟା କିମ୍ବା ଦିନ ମଧ୍ୟରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥାଏ । ଏହିଭଳି ସମୟରେ ପ୍ରାକୃତିକ ଆୟୋଡିନ୍ କାମରେ ଆସିଥାଏ ।

ପ୍ରାକୃତିକ ଆୟୋଡିନ୍ ୩୭ ପ୍ରକାରର ହୋଇଥାଏ । ଏହା ମଧ୍ୟରୁ ଆୟୋଡିନ୍-୧୨୭ ମାନବ ଶରୀରର କ୍ଷତି କରିନଥାଏ । ଏହି ଆୟୋଡିନ୍ ଆଇ ୧୩୧ରୁ ମଣିଷକୁ ରକ୍ଷା କରିଥାଏ । ଦୁଇଟି ଔଷଧ ପୋଟାସିୟମ ଓ ଆୟୋଡିନକୁ ମିଶାଇ ପୋଟାସିୟମ ଆୟୋଡାଇଡ୍ ବଟିକା ତିଆରି । ଏହି ବଟିକା ଖାଇବା ଦ୍ୱାରା ଆଇ ୧୩୧ ଆୟୋଡିନ୍ ଶରିର ମଧ୍ୟକୁ ପ୍ରବେଶ କରି ପାରିନଥାଏ । ତେଣୁ ଆମେରିକା ଭଳି ଦେଶ ନିଜ ନାଗରିକଙ୍କ ପାଇଁ ପୋଟାସିୟମ୍ ଆୟୋଡାଇଡ୍ ଔଷଧ କିଣି ଷ୍ଟକ୍ ରଖୁଛନ୍ତି ।

ଧାମନଗର ଉପନିର୍ବାଚନ; ନାମାଙ୍କନ ଦାଖଲ କଲେ ସ୍ବର୍ଗତ ବିଷ୍ଣୁ ସେଠୀଙ୍କ ପୁଅ

ଭଦ୍ରକ: ଧାମନଗର ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ। ସ୍ବର୍ଗତ ବିଷ୍ଣୁ ସେଠୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ନିରାଡ଼ମ୍ବର ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନାମାଙ୍କନ ପତ୍ର ଦାଖଲ ସମୟରେ ସୂର୍ଯ୍ୟବଂଶୀଙ୍କ ଭଉଣୀ ଉପସ୍ଥିତ ରହିଥିଲେ।

ପ୍ରଥମେ ପୈତୃକ ଗାଁ ତିହିଡି ମଙ୍ଗରାଜପୁର ଓ ଭଦ୍ରକ ସ୍ଥିତ କୁଆଁସ ବାସଭବନରେ ବାପାଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଧାମନଗର ଗଡ଼ ବଜାୟ ରଖିବା ପାଇଁ ବିଜେପି ଜୋରଦାର ପ୍ରୟାସ କରୁଛି । ଅନ୍ୟପଟେ ଧାମନଗର ଉପନିର୍ବାଚନ ପାଇଁ ଆଜି ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ କଂଗ୍ରେସ।

ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଗିରଫ ଘଟଣା, ଜାମିନ ପ୍ରସଙ୍ଗରେ ଶୁଣାଣି

ଭୁବନେଶ୍ୱର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଗିରଫ ଘଟଣା। ଅର୍ଚ୍ଚନାର ଜାମିନ ପ୍ରସଙ୍ଗରେ ଆଜି ଚାଲିଛି ଶୁଣାଣି। ସୁରକ୍ଷା କାରଣରୁ ଭୁବନେଶ୍ବର ଏସଡିଜେଏମ କୋର୍ଟରେ ଅର୍ଚ୍ଚନା ନାଗକୁ ହାଜର କରାଯାଇନି। ଝାରପଡ଼ା ଜେଲରେ ଥିବା ଅର୍ଚ୍ଚନା ଭିସି ଜରିଆରେ ସାମିଲ ହୋଇଛି। ଝାରପଡା ଜେଲ ଭିତରୁ ନିଜର ପକ୍ଷ ରଖିଛି ଅର୍ଚ୍ଚନା ।

ଛତିଶଗଡ଼ରେ ଇଡିର ଆକ୍ସନ, ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲଙ୍କ ଘନିଷ୍ଠ ଅଫିସରଙ୍କ ଘରେ ରେଡ୍

ରାୟପୁର: ଛତିଶଗଡ଼ରେ ଇଡିର ଆକ୍ସନ। ମାଇନିଂ କେସରେ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲଙ୍କ ଘନିଷ୍ଠ ଅଫିସରଙ୍କ ଘରେ ରେଡ୍। ପ୍ରାୟ ୧୨ଟି ସ୍ଥାନରେ ଚଢ଼ାଉ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ରାୟଗଡ଼ ଜିଲ୍ଲାପାଳ ରାନୁ ସାହୁଙ୍କ ଘରେ ଆଜି ସକାଳୁ ରେଡ କରିଛି ଇଡି ଟିମ୍। ରେଡରେ ୧୨ରୁ ଅଧିକ ଇଡି ଅଧିକାରୀ ସାମିଲ ହୋଇଛନ୍ତି ।

ସେହିପରି ଦେବେନ୍ଦ୍ର ନଗରରେ ସିଏ ବିଜୟ ମାଲୁ, ମହାସମୁନ୍ଦରେ ନେତା ଅଗ୍ନି ଚନ୍ଦ୍ରାକର, ଅନୁପମ ନଗରରେ ସୂର୍ଯ୍ୟକାନ୍ତ ତିଓ୍ବାରୀ, ମାଇନିଂ ହେଡ ଆଇଏଏସ୍ ଜେପି ମୌର୍ଯ୍ୟାଙ୍କ ବାସଭବନରେ ରେଡ କରୁଛି ଟିମ୍। ଗତ ଜୁନରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଉପସଚିବ ସୌମ୍ୟା ଚୌରସିଆଙ୍କ ଦୁଇଟି ବାସଭବନ ସମେତ ମୋଟ ୭ଟି ସ୍ଥାନରେ ରେଡ୍ କରିଥିଲା।

ଅପରପକ୍ଷେ ନିକଟରେ ଇଡି, ସିବିଆଇକୁ ନେଇ ଦେଇଥିବା ବୟାନ ଓ କେନ୍ଦ୍ରକୁ କଂଗ୍ରେସର ଲଗାତାର ଟାର୍ଗେଟ ଯୋଗୁ ଏହି ରେଡ୍ କରାଯାଇଛି ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି।