spot_img
Home Blog Page 3814

ଜଷ୍ଟିସ ଡି ଓ୍ବାଇ ଚନ୍ଦ୍ରଚୂଡ଼ ହେବେ ପରବର୍ତ୍ତୀ ସିଜେଆଇ

ନୂଆଦିଲ୍ଲୀ: ଜଷ୍ଟିସ ଡି ଓ୍ବାଇ ଚନ୍ଦ୍ରଚୂଡ଼ ହେବେ ପରବର୍ତ୍ତୀ ସିଜେଆଇ। ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡ। ସେ ସୁପ୍ରିମକୋର୍ଟର ୫୦ତମ ପ୍ରଧାନ ବିଚାରପତି ଭାବେ ଦାୟିତ୍ବ ନେବେ। ଆସନ୍ତା ନଭେମ୍ବର ୮ ତାରିଖରେ ଅବସର ନେବେ ପ୍ରଧାନ ବିଚାରପତି ଜଷ୍ଟିସ ଲଳିତ ।

ଏହା ପୂର୍ବରୁ ଆରମ୍ଭ ହୋଇଛି ନୂତନ ବିଚାରପତି ନିଯୁକ୍ତି ପ୍ରକ୍ରିୟା । ଏଥିଯୋଗୁ ସୁପ୍ରିମକୋର୍ଟର ନୂଆ ଉତ୍ତରାଧିକାରୀ ଚୟନ ପାଇଁ କେନ୍ଦ୍ର ଆଇନ ମନ୍ତ୍ରୀ ପ୍ରଧାନ ବିଚାରପତିଙ୍କୁ ଚିଠି ଲେଖିଥିଲେ । ବର୍ତ୍ତମାନର ପ୍ରଧାନ ବିଚାରପତି ୟୁ ୟୁ ଲଳିତ ଆଇନ୍ ମନ୍ତ୍ରଣାଳୟକୁ ଜଷ୍ଟିସ ଚନ୍ଦ୍ରଚୂଡ଼ଙ୍କ ନାମ ସୁପାରିସ କରିଛନ୍ତି । ଜଷ୍ଟିସ ଚନ୍ଦ୍ରଚୂଡ଼ ହେଉଛନ୍ତି ସୁପ୍ରିମକୋର୍ଟର ସବୁଠୁ ବରିଷ୍ଠ ବିଚାରପତି । ସେ ଆଗାମୀ ଦୁଇ ବର୍ଷ ପାଇଁ ପ୍ରଧାନ ବିଚାରପତି ଦାୟିତ୍ବରେ ରହିବେ । ନଭେମ୍ବର ୯ ତାରିଖରେ ପ୍ରଧାନବିଚାରପତି ଭାବେ ଶପଥ ନେବେ ଜଷ୍ଟିସ ଚନ୍ଦ୍ରଚୂଡ଼ ।

କଲ୍ୟାଣ ମଣ୍ଡପରେ ରିଲିଜ ହେଲା ଓଡ଼ିଆ ସିନେମା

ନୟାଗଡ଼: କଲ୍ୟାଣ ମଣ୍ଡପରେ ରିଲିଜ ହେଲା ଓଡ଼ିଆ ସିନେମା। ନୟାଗଡ଼ରୁ ଆସିଛି ଏଭଳି ଏକ ନିଆରା ଚିତ୍ର। ଓଡ଼ଗାଁ ସରକାରୀ କଲ୍ୟାଣ ମଣ୍ଡପ ପରିସରରେ ପ୍ରଥମଥର ପାଇଁ ରିଲିଜ୍ ହୋଇଛି ‘ପ୍ରେମରେ ରିସ୍କ ହେଲା ମୋତେ ଇସ୍କ’। କଲ୍ୟାଣ ମଣ୍ଡପ ବାହାରେ ଟିକେଟ୍ ବିକ୍ରି କରାଯାଇଥିଲା ।

ସିନେମା ଦେଖିବାକୁ ଜମିଥିଲା ଦର୍ଶକଙ୍କ ଭିଡ଼। କଲ୍ୟାଣ ମଣ୍ଡପରେ ସିନେମା ରିଲିଜ୍ କରିବାକୁ ନେଇ ପ୍ରଯୋଜକଙ୍କ ଏଭଳି ଉଦ୍ୟମକୁ ନେଇ ଚର୍ଚ୍ଚା ହୋଇଛି । ପ୍ରିମିୟରରେ ଚଳଚ୍ଚିତ୍ରର ସମସ୍ତ ଷ୍ଟାର କାଷ୍ଟ ସାମିଲ ହୋଇଥିଲେ। ତେବେ ଓଡ଼ିଆ ସିନେମା ରିଲିଜ୍ ପାଇଁ ହଲ୍ ନମିଳିବାକୁ ନେଇ ଉଦବେଗ ପ୍ରକାଶ ପାଇଛି।

୮୦ ବର୍ଷରେ ପାଦ ଥାପିଲେ ବିଗ ବି ଅମିତାଭ

ମୁମ୍ବାଇ: ଆଜି ବଲିଉଡ ସୁପରଷ୍ଟାର ତଥା ଭେଟେରାନ ଆକ୍ଟର ଅମିତାଭ ବଚ୍ଚନଙ୍କ ଜନ୍ମଦିନ । ୮୦ ବର୍ଷରେ ପାଦ ଦେଇଛନ୍ତି ବିଗ ବି ଅମିତାଭ। ଆଜି ବି ଦର୍ଶକ ଦେଖୁଛନ୍ତି ଅମିତାଭଙ୍କ ଜଲଓ୍ବା। ନିଜ ଅଭିନୟର ଯାଦୁରେ ଏବେ ବି ଦର୍ଶକଙ୍କୁ ମତୁଆଲା କରିଆସୁଛନ୍ତି ଏହି ମେଗାଷ୍ଟାର ।

Amitabh Bachhan

୧୯୪୨ରେ ଜନ୍ମ ହୋଇଥିବା ଅମିତାଭ ବଚ୍ଚନ ଫିଲ୍ମ ଇଣ୍ଡଷ୍ଟ୍ରିରେ ୫୦ ବର୍ଷରୁ ଅଧିକ ସମୟ କାମ କଲେଣି ।ପଦ୍ମଶ୍ରୀଠୁ ଆରମ୍ଭ କରି ପଦ୍ମବିଭୁଷଣ ସମ୍ମାନରେ ସେ ସମ୍ନାନିତ ହୋଇଛନ୍ତି । ବକ୍ସ ଅଫିସରେ ହିଟ୍ ଫିଲ୍ମ ପାଇଁ ତାଙ୍କୁ ମିଳିଛି ସୁପରହିଟ୍ ମାନ୍ୟତା । ଜନ୍ମଦିନ ପାଇଁ ଜଲସା ବାହାରେ ଲାଗିଛି ପ୍ରଶଂସକଙ୍କ ଭିଡ଼ ।  ବ୍ୟାନର ଓ ପୋଷ୍ଟର ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି ଫ୍ୟାନ୍ସ।

ପାରଳାଖେମୁଣ୍ଡିରେ ଚିକିତ୍ସା ଅବହେଳାରୁ ଶିଶୁ ମୃତ୍ୟୁ ଅଭିଯୋଗ

ପାରଳାଖେମୁଣ୍ଡି: ଚିକିତ୍ସା ଅବହେଳାରୁ ଶିଶୁ ମୃତ୍ୟୁ ଅଭିଯୋଗ । ଘଟଣା ଘଟିଛି ପାରଳାଖେମୁଣ୍ଡି ଚିକିତ୍ସାଳୟରେ । ଡାକ୍ତର ନଥାଇ ନର୍ସଙ୍କ ଦ୍ବାରା ଚିକିତ୍ସା କାରଣରୁ ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗ ପରେ ଉତ୍ତେଜନା ପ୍ରକାଶ ପାଇଛି। ଶବ ରଖି ଗ୍ରାମବାସୀ ଓ ପରିବାର ଲୋକଙ୍କ ପ୍ରତିବାଦ କରିଛନ୍ତି। ଗୁରାଣ୍ଡି ଗାଁର ଅନୀଲ ବିଶୋଇଙ୍କ ୬ ବର୍ଷୀୟ ବାଳକର ମୃତ୍ୟୁ ହୋଇଛି।

ସୂଚନା ଅନୁସାରେ ବିଳମ୍ବିତ ରାତିରେ ପେଟରେ ବ୍ୟଥା ହେଉଥିବା ନେଇ ପ୍ରଥମେ ଗୁରାଣ୍ଡି ପ୍ରାଥମିକ ଚିକିତ୍ସାଳୟକୁ ନେଇଥିଲେ ପରିବାର ଲୋକେ। ସେଠାରେ ଡ଼ାକ୍ତର ନଥିବାରୁ ପାରଳାଖେମୁଣ୍ଡି ମୂଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ଏଠାରେ ମଧ୍ୟ ସମାନ ପରିସ୍ଥିତି, କୈାଣସି ଡାକ୍ତର ନଥିବା ବେଳେ ଡ୍ୟୁଟିରେ ଥିବା ନର୍ସ ବାଳକକୁ କିଛି ଇଞ୍ଜେକସନ ଦେଇଥିଲେ।

ଇଞ୍ଜେକସନ ଦେବା ପରେ ହଠାତ୍ ବାଳକର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ ଓ ଗ୍ରାମବାସୀ ।

ଚାଲିଛି ଧର୍ମ ମାସ କାର୍ତ୍ତିକ, ପୁରୀରେ ହବିଷ୍ୟାଳୀଙ୍କ ଭିଡ଼

ପୁରୀ: ଚାଲିଛି ଧର୍ମ ମାସ କାର୍ତ୍ତିକ । ପୁରୀରେ ହବିଷ୍ୟାଳୀଙ୍କ ଭିଡ଼ । ଆଜି ହବିଷ ବ୍ରତର ଦ୍ଵିତୀୟ ଦିବସ | ସକାଳୁ ହବିଷ୍ୟାଳି ମାନେ ବୃନ୍ଦାବତୀ ପୂଜନ, ରାଇଦାମୋଦର ପୂଜା କରିବା ସହ ଭଜନ କୀର୍ତନ କରୁଛନ୍ତି |

ଅନ୍ୟପଟେ ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିର ଦର୍ଶନ ନେଇ ସମସ୍ଥ ବ୍ୟବସ୍ଥା କରାଯାଇଥିବା ବେଳେ ବ୍ରତ ଧାରିଣୀ ମାନେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ରାଧାଦାମୋଦର ବେଶରେ ଦର୍ଶନ କରୁଛନ୍ତି |

ଆଜିଠାରୁ କମିବ ବର୍ଷାର ପରିମାଣ

ଭୁବନେଶ୍ୱର: ଆଜିଠାରୁ କମିବ ବର୍ଷାର ବିସ୍ତୃତି। ହେଲେ ୧୩ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡଘଡି ସହ ବର୍ଷା ହେବ । ୧୪ରୁ ୨୦ତାରିଖ ପର୍ଯ୍ୟନ୍ତ ବର୍ଷାର ପରିମାଣ ସମ୍ପୂର୍ଣ୍ଣ କମିବା ସହ ପାଗରେ ପରିବର୍ତ୍ତନ ଆସିବ। ଫଳରେ ମୌସୁମୀ ଫେରିବା ପାଇଁ ବାଟ ଫିଟିବ।

ଏହି ସମୟରେ ଯେଉଁ ଘୂର୍ଣ୍ଣିବଳୟ ସୃଷ୍ଟି ହୁଏ ତାହା ଘନୀଭୂତ ହୋଇଥାଏ । ତେଣୁ ତୃତୀୟ ସପ୍ତାହରେ ଯେଉଁ ଘୂର୍ଣ୍ଣିବଳୟ ସୃଷ୍ଟି ହେବ ତାଉପରେ ନଜର ରଖିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ତୃତୀୟ ସପ୍ତାହରେ ସମ୍ଭାବ୍ୟ ବାତ୍ୟା ନେଇ ଦୁଇଟି ମଡେଲର ଆକଳନ ପରେ ଅନ୍ୟ ମଡେଲ ଉପରେ ନଜର ରହିଛି ।

ତେବେ ବାତ୍ୟା ନେଇ କୌଣସି ସୂଚନା ଦେଇନାହିଁ ଆଇଏମଡି। ଅପରପକ୍ଷେ ଅକ୍ଟୋବର ମାସରେ ସୃଷ୍ଟି ହେବାକୁ ଥିବା ଘୂର୍ଣ୍ଣିବଳୟ ଉପରେ ସ୍ବତନ୍ତ୍ର ନଜର ରଖାଯାଇଛି ।

ଆଜି ଉତ୍ତରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବଙ୍କ ହେବ ଅନ୍ତିମ ସଂସ୍କାର

ଲକ୍ଷ୍ନୗେ: ଆଜି ପଞ୍ଚଭୂତରେ ଲୀନ ହେବେ ଗରିବଙ୍କ ଗଡ ଫାଦର ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବ। ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ମୁଲାୟମଙ୍କ ଆଜି ହେବେ ଶେଷକୃତ୍ୟ । ଉତ୍ତର ପ୍ରେଦଶ ସେଫାଇରେ ହେବ ଅନ୍ତିମ ସଂସ୍କାର । ୮୨ ବର୍ଷ ବୟସରେ ଗତକାଲି ଆଖି ବୁଜିଥିଲେ ମୁଲାୟମ ।

ରାମ ମନୋହର ଲୋହିୟା ଓ ରାଜ ନାରାୟଣଙ୍କ ସମାଜବାଦୀ ଆଦର୍ଶରେ ଅନୁପ୍ରାଣୀତ ମୁଲାୟମ ପ୍ରତିଷ୍ଠା କରିଥିଲେ ସମାଜବାଦୀ ପାର୍ଟି। ଦଳରେ ସବୁବର୍ଗ, ସବୁ ଧର୍ମର ପ୍ରତିନିଧିତ୍ବକୁ ଦେଇଥିଲେ ଗୁରୁତ୍ବ । ୧୦ ଥର ବିଧାୟକ, ୭ ଥର ସାଂସଦ ଓ ୩ ଥର ମୁଖ୍ୟମନ୍ତ୍ରୀ ଓ ଥରେ କେନ୍ଦ୍ରମନ୍ତ୍ରୀ ହୋଇ ପ୍ରତିପାଦିତ କରିଥିଲେ ନିଜର ରାଜନୈତିକ ଦକ୍ଷତା । ମୁଲାୟମଙ୍କ ବିୟୋଗରେ ସମସ୍ତ ଜାତୀୟ ଓ ଆଞ୍ଚଳିକ ଦଳରେ ଶୋକ ପ୍ରକାଶ ପାଇଥିଲା। ଉତ୍ତରପ୍ରଦେଶରେ ୩ଦିନିଆ ଶୋକ ଘୋଷଣା କରାଯାଇଛି।

ଆଜି ନିର୍ବାଚନ କମିଶନଙ୍କ ନିକଟରେ ୩ଟି ଚିହ୍ନ ଦାଖଲ କରିବେ ଏକନାଥ ସିନ୍ଦେ

ମୁମ୍ବାଇ: ଆଜି ନିର୍ବାଚନ କମିଶନଙ୍କ ନିକଟରେ ୩ଟି ଚିହ୍ନ ଦାଖଲ କରିବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଗୋଷ୍ଠୀ । ପୂର୍ବରୁ ଦାଖଲ କରାଯାଇଥିବା ତ୍ରିଶୂଳ, ଉଦିତ ସୂର୍ଯ୍ୟ ଓ ଗଦାକୁ ଇସି ଅଗ୍ରାହ୍ୟ କରିବା ପରେ ନୂଆ ଚିହ୍ନ ଦାଖଲ ଲାଗି ନିର୍ଦ୍ଦେଶ ଦେଇଥିଲେ । ଗତକାଲି ଶିବସେନା ଉଦ୍ଧବ ଠାକେର ଗୋଷ୍ଠୀଙ୍କୁ ମିଳିଥିଲା ମଶାଲ ଚିହ୍ନ । ଏହା ସହ ତାଙ୍କ ଦଳର ନାମ ଶିବସେନା ଉଦ୍ଧବ ବାଲା ସାହେବ ଠାକରେ ରହିବ ବୋଲି କହିଥିଲେ କମିଶନ ।

ସେହିପରି ଏକନାଥ ସିନ୍ଦେ ଗୋଷ୍ଠୀର ନାମ ବାଲାସାହେବାଚି ଶିବସେନା ରଖିବାକୁ କମିଶନ ନିର୍ଦ୍ଦେଶ ଦେଇଥିଲେ। ଉଦ୍ଧବ ଗୋଷ୍ଠୀ ପକ୍ଷରୁ ଆବେଦନ କରାଯାଇଥିଲା ୩ଟି ନାମ। ତାହାଥିଲା ଶିବସେନା ବାଲାସାହେବ ଠାକରେ, ଶିବସେନା ବାଲାସାହେବ ପ୍ରବୋଧଙ୍କର ଠାକରେ ଓ ଶିବସେନା ଉଦ୍ଧବ ବାଲସାହେବ ଠାକରେ । ଏହା ସହ ଉଦ୍ଧବ ଠାକରେ ଗୋଷ୍ଠୀ ପକ୍ଷରୁ ଉଦିତ ସୂର୍ଯ୍ୟ, ତ୍ରିଶୂଳ ଓ ମଶାଲ ଚିହ୍ନ ନିମନ୍ତେ କରାଯାଇଥିଲା ଆବେଦନ।

ସେପଟେ ଏକନାଥ ସିନ୍ଦ ଗୋଷ୍ଠୀର ନାମ ବାଲାସାହେବାଚି ଶିବସେନା ରହିବ ବୋଲି ନିଷ୍ପତ୍ତି ନେଇଥିଲେ କମିଶନ । ତେବେ ସିନ୍ଦେ କ୍ୟାମ୍ପ ପକ୍ଷରୁ ବିକଳ୍ପ ସିମ୍ବଲ ଦାଖଲ ଲାଗି ନିର୍ବାଚନ କମିଶନ ଦେଇଥିଲେ ନିର୍ଦ୍ଦେଶ । ଆସନ୍ତା ନଭେମ୍ବର ୩ରେ ଅନ୍ଧେରୀ ଇଷ୍ଟରେ ଉପନିର୍ବାଚନ ହେବାକୁ ଯାଉଥିବାରୁ ଶିବସେନାର ଦୁଇ ଗୋଷ୍ଠୀଙ୍କୁ ଚିହ୍ନ ଲାଗି ଆବେଦନ କରିବା ସକାଶେ ନିର୍ଦ୍ଦେଶ ଦେଇଥିଲେ କମିଶନ ।

ଆଜିଠୁ ଆରମ୍ଭ ଅଣ୍ଡର-17 ମହିଳା ଫିଫା ବିଶ୍ବକପ

ଭୁବନେଶ୍ୱର: ଆଜିଠୁ କମ୍ପିବ କଳିଙ୍ଗ ଷ୍ଟାଡିୟମ। ଚାଲିବ ଫିଫା ବିଶ୍ବକପ ଫିଭର। ଅଣ୍ଡର-17 ମହିଳା ଫିଫା ବିଶ୍ବକପର ମଜା ନେବେ ଦର୍ଶକ। ସଂଧ୍ୟା ୮ଟାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗିତାକୁ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଉଦଘାଟନୀ ମ୍ୟାଚରେ ଆଜି ସାମ୍ନାସାମ୍ନି ହେବେ ଭାରତ ଓ ଶକ୍ତିଶାଳୀ ଆମେରିକା।

ବିଜୟ ସହ ବିଶ୍ୱକପ ଅଭିଯାନ ଆରମ୍ଭ କରିବା ପାଇଁ ଉଭୟ ଟିମ ଲକ୍ଷ୍ୟ ରଖିଥିବା ବେଳେ, ଭାରତ ଦମଦାର ପ୍ରଦର୍ଶନ କରି ଶକ୍ତିଶାଳୀ ଆମେରିକାକୁ ଧୂଳିସାତ କରିବାକୁ ସ୍ୱତନ୍ତ୍ର ରଣକୌଶଳ ପ୍ରସ୍ତୁତ କରିଛି।

FIFA Women's World Cup Match To Be Played In Kalinga Stadium

ତେବେ ଶାନ୍ତି ଶୃଙ୍ଖଳା ପାଇଁ ଚାରି ସ୍ତରୀୟ ସୁରକ୍ଷା ବଳୟରେ ରହିଛି କଳିଙ୍ଗ ଷ୍ଟାଡ଼ିୟମ। ଡିସିପିଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ୬ ଅତିରିକ୍ତ ଡିସିପି, ୧୪ ଏସିପି, ୩୦ ଇନସପେକ୍ଟର୍, ୧୦୦ ଅଧିକାରୀ, ୨୪୦ କନେଷ୍ଟବଳ ଓ ୧୫ ପ୍ଲାଟୁନ ଫୋର୍ସ ମୁତୟନ ରହିବେ ବୋଲି ସୂଚନା ମିଳିଛି।

ପୁଣି ୟୁକ୍ରେନ ଉପରେ ବଡ଼ ଧରଣର ଆକ୍ରମଣ କରିପାରେ ଋଷ

କିଭ୍: ପୁଣି ୟୁକ୍ରେନ ଉପରେ ବଡ ଧରଣର ଆକ୍ରମଣ କରିବାକୁ ତୟାର ଋଷ। ଗତକାଲି ୟୁକ୍ରେନ ରାଜଧାନୀ କିଭ୍ ସମେତ ଅନେକ ସହରେ ଏୟାର ଷ୍ଟ୍ରାଇକ ପରେ ରାଷ୍ଟ୍ରୀୟ ନିରାପତ୍ତା ପରିଷଦ ସହ ଆଲୋଚନା କରିଛନ୍ତି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ସାରା ୟୁକ୍ରେନରେ ଏୟାରରେଡ ଆଲର୍ଟ ଜାରି କରାଯାଇଥିବା ବେଳେ ଶହ ଶହ ଲୋକ ୟୁକ୍ରେନ ଛାଡୁଥିବା ପରିଲକ୍ଷିତ ହୋଇଛି।

କିଭ୍ ଉପରେ ଆକ୍ରମଣକୁ ଜାତିସଂଘ ପକ୍ଷରୁ ନିନ୍ଦା କରାଯାଇଛି । ତେଣେ ୟୁକ୍ରେନରେ ରହୁଥିବା ଭାରତୀୟ ନାଗରକିଙ୍କ ଉଦ୍ଦେଶ୍ୟରେ ସତର୍କ ସୂଚନା ଜାରି କରିଛି ଭାରତୀୟ ଦୂତାବାସ । ଅଯଥାରେ ବାହାରେ ନ ବୁଲିବାକୁ ଦିଆଯାଇଛି ନିର୍ଦ୍ଦେଶ। ସେପଟେ ୟୁକ୍ରେନରେ ଖୁବ ଶୀଘ୍ର ପହଞ୍ଚିବ ଜର୍ମାନୀର ଏୟାର ଡିଫେନ୍ସ ସିଷ୍ଟମ। ଏହା ଦ୍ବାରା ୟୁକ୍ରେନ ଅଧିକ ଶକ୍ତିଶାଳୀ ହେବ। ଗତକାଲି କିଭ୍ ଉପରେ ୮୪ରୁ ଅଧିକ ମିଶାଇଲ ଆଟାକ କରାଯାଇଥିବାବେଳେ ୮ଜଣଙ୍କ ମୃତ୍ୟୁ ଘଟିଥିଲା। ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରତିଷ୍ଠାନ ଓ ଶକ୍ତି ଭିତ୍ତିଭୂମିକୁ ଋଷ ବାହିନୀ କରିଥିଲା ଟାର୍ଗେଟ।

ସେପଟେ ଆକ୍ରମଣ ଘନୀଭୂତ ହେଉଥିବାରୁ ଶହ ଶହ ୟୁକ୍ରେନୀୟ ମୋଲଡୋଭାରେ ଆଶ୍ରୟ ନେବାରେ ଲାଗିଛନ୍ତି। ତେଣେ ବେଲାଋଷ ରାଷ୍ଟ୍ରପତି ଆଲେକଜାଣ୍ଡାର ଲୁକାସେଙ୍କୋ କହିଛନ୍ତି ଋଷ ଓ ବେଲାଋଷ ମିଳିତ ସାମରିକ କାର୍ଯ୍ୟକ୍ରମ ଆରମ୍ଭ କରିବେ। ଗତ ଫେବ୍ରୁଆରୀରେ ୟୁକ୍ରେନ ହାମଲା ପରଠାରୁ ବେଲାଋଷ ସହ ଋଷର ସାମରିକ ସହଭାଗିତା ବଢିଥିବା ରିପୋର୍ଟରୁ ପ୍ରକାଶ।